हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐
A7 - କୋଶଳୀ ହାଇକୁ (KOSHLI HAIKU) लेबलों वाले संदेश दिखाए जा रहे हैं. सभी संदेश दिखाएं
A7 - କୋଶଳୀ ହାଇକୁ (KOSHLI HAIKU) लेबलों वाले संदेश दिखाए जा रहे हैं. सभी संदेश दिखाएं

शुक्रवार, 5 जनवरी 2024

~ ସମଲପୁରି ହାଇକୁକାର ନିହାର ବେହେରାଙ୍କ ସମଲପୁରି ହାଇକୁ ~

ନିହାର ବେହେରାଙ୍କ ସମଲପୁରି ହାଇକୁ 


ନିହାର ବେହେରା 

ହାଇକୁ 


ଅସତ କଥା 

ଦୁଇଦିନିଆଁ ରଙ୍ଗ 

ସରଲା ଢଙ୍ଗ ।


ସତ ସପନ 

ନୁହେଁ କେଭେଁ ଭରମ 

ମାହାପ୍ରୁ ମନ ।


ଦୁଖ ତ ସୁଖ 

ଦୁଖ ଗଲେ ଜିବନ 

ଥରେ ମରନ ।


ମନଟା କାଚ 

ଥରେ ଭାଙ୍ଗଲେଁ ଗଲା 

ସବୁ ସରଲା ।


ମହତ କଥା 

ମହତ ଏକା ଗୁନ

ମନର ଧୁନ ।


ଆମର ଭାସା 

ସରଗର ଅମୃତ 

ସବୁ ସୁରୁତ ।


ଭାବର ନଦିଁ 

ଥରେ ହେଲେଁ ଗାଧିନେ 

ସବୁ ଦେଖିନେ ।


ସୁରୁଜ ଜନ 

ତରା ମେଘ ପୁରଥି 

ମାଆଁ ଧରତି ।


ଖରା ବରସା 

ସିତ କାକର କଥା 

ଜିବନ ଲଥା ।


ଜିବନ ଗୁଟେ

ହର ରଙ୍ଗ ସପନ 

ଜିବା ସରନ ।


ଆତ୍ମାର ସାଁଗେଁ 

ପରମାତ୍ମା ମିଲନ 

ନୁଆଁ ଝରନ ।


କେନକେ ଜିବୁ

କାହିଁ ଆରୁ ପଲାବୁ 

ଥରେ ଜାନବୁ ।


ହେ ଭଗବାନ 

ତୁମର ନା ଧରମି 

ଭବୁଁ ତରମି ।


ମା ସମଲେଇ 

ଦୁଖ ପାପ ହରନି

ଗୁନ ଗାଏମି  ।


ବନିହାଁ ଦୁର 

ଆମେ ତ ସଭେ ଜିମା 

ଠାନେ ରହେମା ।


ମହତ ପନ 

ଜୁଗ ଜୁଗ ଆକାସ 

ସତ ଝକାସ ।


ସମଲପୁରି 

ଢୋଲ ନିସାନ ତାସା

ବଢ଼େ ସରସା ।


ହିରାକୁଦର 

ହିରା ନିଲାର ପାନି 

ମନ ମହନି ।


ପାଚଲା ଧାନ 

ସୁନା ଖେତ ହଁସଲା 

ମନ ନାଚଲା ।


ଚୁଟକୁ ଚୁଟା 

ରାଗେଁ ନୁନ ମିରଚା 

ଢେଁକିର କୁଟା ।


ବାସି ପଖାଲ 

ଟିକେ ନୁନ ମିରଚା 

ଉଏଲ କଁଚା ।


କଲିଆ କାନୁ 

କେତେ ଉତପତିଆ 

ବାଜଲା ବେନୁ ।


କାଣା ଜେ ହେବା 

ମୋର ଜିବନ ଯାଉ 

ଫୁଲ କଁହରୁ ।


ନାଗର ଫେନ 

ଫୁଟଲା ଫୁଲ ଜେନ୍ତା

ବିସର କଁଟା ।


ସମଲପୁରି 

ଖଣ ଖଣ ଖିରସା 

ମଧୁର ମେସା ।

•••


~ ନିହାର ବେହେରା 

ରେମତା ହାଇସ୍କୁଲ, ବ୍ଳକ - ବରପାଲି 

ଜିଲା - ବରଗଡ଼ (Odisha)

Pin - 768029

Mob. 9861274310

रविवार, 20 मार्च 2022

କୋଶଳୀ ହାଇକୁ : ପୁସ୍ତମ୍ ଯୁଆଡି

କୋଶଳୀ ହାଇକୁ 

ପୁସ୍ତମ୍ ଯୁଆଡି 


୧)

ବଜା ଢୁଲିଆ

ଢ଼ଲିଆଖୁସା ଢ଼ିଲ

ପାହାରେ ପକା ।


୨)

ଧାଙ୍ଗରିପନ

ଧଙ୍ଗରା ବିନେ ଛିନା

ମୁହୁଁ ଦର୍ପନ ।


୩)

ଖଁଡାର ଚୁଟେଁ

ଜଟାୟୁର ମରନ

ଜୟ ଶ୍ରୀରାମ ।


୪)

ଦଶରା ଢୋଲ

ଧଙ୍ଗଧଙ୍ଗାସି ଜୁଏ

ଜୁଆନ ଛାତି ।


୫)

ଝାରିଦେ ଝଲା

ଅରେନ୍ଧିଆଁ ହେଇ ନ

ଜଲୁ ଜୀବନ ।


୬)

କଅଁଲି ଖରା

ଗୁରା ଗାଲେଁ ଛଏଁରା

ଦେ ଘାଏ ଚହରା ।


୭)

କୁଇଲି କୁହୁ

ଝରୁଛେ ଯେନ୍ତା ମହୁ

ତୋର ମୁହୁଁ ନୁ ।


୮)

ମନର ସାଜୋ 

ପାଖେ ପାଖେ ରସିଆ

ଗୁଟା ପୁରଥି ।


୯)

ମନ ଆକାଶେଁ

ସୁନାର୍ ଚେରେ ଉଡୁଛେ

ମିଛ ସପନ ।


୧୦)

ଲୁକଲୁକାନି

ଟାଏଟ କୁନେ ଲୁକା

ଗୁପତ କଥା ।


୧୧)

ବର୍ଷାର କଥା

ଦରଲି ଦେଲେ ଛନେ

ସିଗିବିଗିଆ ।


୧୨)

ଜନ୍ମର ନାତା

ଧୁରିଆ କୋଶ କୋଶ

ଆ ପାସକେ ଆ ।


୧୩)

ଦୁଖକେ ପ୍ରଶ୍ନ

କାହିଁ ଯାଉଛୁ ତୁର୍ତି

ଗରିବ ଘର ।


୧୪)

ତରାର ଭିଲେଁ

ଚକମକ ଆକାଶ

ଜନ ଏକେଲା ।


୧୫)

ଶୁଷି ଦେଲାନ

ଧରତିର ପାଏନ୍ କେ

ଭୁକା ସୁରୁଜ ।


୧୬)

କଁଟାର୍ ଧରସା

ପାହା ପକେଇ ଚାଲ

ମନର ଜୁ ଥି ।


୧୭)

ଫୁଲର ଇଚ୍ଛା

ମାହାପୁରୁର ବେକେଁ

ଫାଶିର ଫନ୍ଦା ।


୧୮)

ପ୍ରେମର କଥା 

ଗୁପତ ନାଇଁ ରଖ

ଘୁରସି ମଥା ।


୧୯)

ଜୁଏ ଜଲସି

ମୋର ଉଦା ଗାଗରେଁ

ବେଦୀର ସାଲେଁ ।


୨୦)

କଅଁଲି ଖରା

ଗୁଲାପି ଗାଲ ସାରା

ଦେ ଘାଏ ଧରା ।


୨୧)

ଭାବର ରାଧା

କୃଷ୍ଣର ପ୍ରେମେ ବନ୍ଧା

ବଏଁଶି ଛନ୍ଦା ।


୨୨)

ଡଙ୍ଗର ବୁଲା

ଝରନାର ପାଏନ

ମନ କରେ ଚେଁ ।


୨୩)

ଧାଙ୍ଗରି ମାଚୋ

ଗିରଜି ଗିଝା ଝୋ ଝୋ

ମନ ନାଚଲା ।


୨୪)

ଶାଗୁଆ ଖେତ

ଝାଲ ପୁଛା ରକତ

ଖେଜା ଥି ନେବେ ।


୨୫)

ନାରଗି ଟେଭା

ଜନ ହେଇ ଲୁକିଦେ

ସୁନ୍ଦରୀ ଗୁଭା ।

--00--


~ ପୁସ୍ତମ୍ ଯୁଆଡି

शुक्रवार, 30 जुलाई 2021

ହାଇକୁକାର ପ୍ରଦୀପ କୁମାର ଦାଶ ଦୀପକଙ୍କ କୋଶଳୀ ହାଇକୁ

ହାଇକୁକାର


ପ୍ରଦୀପ କୁମାର ଦାଶ "ଦୀପକ"


୧)

ସମଲେଇ ମାଁ 

ସମଲପୁରୀ ଛୁଆ 

ସଭେ ସେତାର ।


୨)

ବୁହି ଯା ଲହ 

ସଫା ହଉ ସବୁ ଟା

ମନର ଅଂଧୁ ।


୩)

ଫାଟଲା ଡଂଗା 

କରବା କେ ପଡବା 

ଜୀବନ ଯାତ୍'ରା ।


୪)

ଖୁସି ଆନସି 

ତୁଲସି ଗଛ ଥି ମାଁ 

ଦିଆ ଜଲାସି ।


୫)

ଜଲା ବଏଠା 

ତାର ବାଟେ ଅଂଧାର

ଦେଖ ପଲାବା ।


୬)

ବେଲ ବୁଡ଼ଲା 

ଡରି ଡରି ଚଁଟିଆ 

ଘର ଆଏଲା ।


୭)

କେତେ ଲେଖବୁ 

ବାଏଲ ବରଫ ଥିଁ 

ତାର ନାଆଁ କେ ।


୮)

ଦୁଖର ଗଏଁଠ୍

ସହଜେ ନାଇଁ ହିଟା 

ଦରଦ ହେବା ।


୯)

ଦୁରିଆ ବାଟ 

ଦେଖି କରି ଚାଲବୁ 

ଫଟା ଜୀବନ ।


୧୦)

କିଏ କହେଲା 

ନାଇଁ ହଏ ଆକାଶର୍ 

ଜନ କେ ଛୁଇଁ ।


୧୧)

କେତେ ଜାଏତ 

ରକତ ଥିର ରଂଗ 

କେନତା ଗୁଟେ ।


୧୨)

ଲେଖି କି ଦେଖ 

ଲହ କେ ଅଟକାଇ

ଖୁସିର ଗୀତ ।


୧୩)

ମୁହୁଁ ଦେଖାସି 

ଦେଖାତା ମନ କେ ବି 

ଇ ଦରପନ ।


୧୪)

ଆଏଲା ମେଘ 

ଆଏଁଖ ଥି ଝରେନ

ଝରବା ଦେଖ ।


୧୫)

ନୁରୁଛେଁ ମୁଇଁ 

ଭେଟଲିଁ ମାହାପୁରୁ 

ମୁନୁଷ ନାଇଁ ।


୧୬)

ନାଆଁ ଟା ସତ

ରାଏଜ କରୁଥିସି

ସବୁ ଅସତ ।


୧୭)

କାଚର ମନ

ଦେଖୁ ଥିଲା ସପନ

ଫାଟଲା ଭରମ୍ ।


୧୮)

ଠିକନା ନାଇଁ 

ନିଜର ତାର ଆଉ

ନୁରୁଛେ ତୋତେ ।


୧୯)

ଦିନେ କେ ହେବା 

ପରମାତ୍'ମାର ସାଂଗେ 

ଆତ୍'ମାର ବିହା ।


୨୦)

ମନର ଗୀତ 

ସୁଖ ଟା ଅମରିତ 

ଦୁଖ ଟା ବିଷ ।


୨୧)

ଗିଆନ୍ ସୁରୁଜ 

ଅଗୟାନ ଅଂଧାର 

କରସି ଦୂର ।


୨୨)

ଫୁନ ଆଇଲା 

ଚିଠି ଲେଖା ଜମାନା 

ବଦଲି ଗଲା ।


୨୩)

ସତ ଟା ଯେନେ 

ମାହାପୁରୁ ବି ସେନେ 

ଖୁଜୁଛୁ କେନେ ।


୨୪)

କାନ୍ଦିଛେ ଜନ

ଥିପିଛେ ରାତିଁ ଲହ 

ଭିଜଲା ଘାସ ।


୨୫)

କଲମ ଗାର

କବିର ଲେଖନୀ ଥିଁ

ଜୀବନ ବାଟ ।

---00---


~ ପ୍ରଦୀପ କୁମାର ଦାଶ

ସଂଚାଳକ

ହାଇକୁ ସାଧନା ଓଡ଼ିଶା 


बुधवार, 26 मई 2021

~•~ ହାଇକୁକାର ଦୟାନନ୍ଦ ଶବର : କୋଶଳୀ ହାଇକୁ ~•~

ହାଇକୁକାର

ଦୟାନନ୍ଦ ଶବର


ହାଇକୁ

--0--

 

୧)

ଆମର୍ ଇ ଭାସା 

କେତେନି କେତେ ବନେ 

ହଁ ଖଁଣ୍ ଖିରସା ।


୨)

ଆମର୍ କଥା ଟା

କେତେ ମିଠା ସୁଆଦ 

ପଢ଼୍ ପୁରାନ୍ ଗୀତା ।


୩)

ତୋର କବିତା

ସାରା ଜଗତଜିତା

ମଣି ମୁକୁତା ।


୪)

ଚନ୍ଦନ ଫୁଲ

ଧୂପ ଅଗରବତୀ

ତୁଳସୀ ମୁଲ ।


୫)

ଦାମୁର ଛୁଆ

ଟଁଟି ନେ ରସି ବାନ୍ଧି 

ଗୁହାଲେ ଠିଆ ।


୬)

କାଲି ବିଲେଇ

ଜିପ ଲମେଇ କରି

ମାରୁଛେ ହାଇ ।


୭)

ଚାବିରି ଚାଁଟି

କପାଲେ ଚାବିଦେଲା

ପଡନି ହିଟି ।


୮)

ଭାସା କୋସଲି

ଇ କୋସଲ୍ ରାଏଜର

ଭାସା ଅସଲି ।


9)

ଇ ମହାନଦୀର୍

ପାନୀ ବିଜଲୀ ବତୀ 

ଉଜଲମତି ।


୧୦)

ମଟର ଗାଡ଼ି

ବାଟେ ବାଟେ ଜଉଛେ

କୁହୁଲା ଛାଡି ।

---00---


~ ଦୟାନନ୍ଦ ଶବର

ପଲସିପାଣି (ନୂଆପଡ଼ା)

MOST POPULAR POST IN MONTH