ANTHOLOGY OF ODIA & KOSHLI HAIKU POEMS
ହାଇକୁ ସାଧନା ଓଡ଼ିଶା
☆☆☆
ଓଡ଼ିଆ ଭାଷା ସାହିତ୍ୟରେ ପ୍ରଥମ ଥର ପାଇଁ ପ୍ରକାଶିତ ଓଡ଼ିଆ - କୋଶଳୀ ହାଇକୁ ସଂକଳନ "ହାଇକୁ_ସାଧନା_ଓଡିଶା" ର ସହ ହାଇକୁକାର ହେବାର ସୈାଭାଗ୍ୟ ପାଇଁ ଖୁସି ଅନୁଭବ କରିବା ସହ ଏହାର ଶ୍ରେୟ ସଂକଳକ ଶ୍ରୀଯୁକ୍ତ प्रदीप कुमार दाश दीपक ଙ୍କୁ ଅର୍ପଣ କରିବା ସହଆନ୍ତରିକ ଧନ୍ୟବାଦ ଜ୍ଞାପନ କରୁଅଛି। ଏହି ସଂକଳନରେ ୩୨ଜଣ ଓଡ଼ିଆ ହାଇକୁକାର ଓ ୧୨ ଜଣ କୋଶଳୀ ହାଇକୁକାରଙ୍କ, ପ୍ରତ୍ୟେକଙ୍କ ୨୫ଟି ଲେଖାଏଁ ହାଇକୁ ଓ ଲେଖକ ପରିଚୟ ରହିଛି । ଏହା ଏକ ସଂଗ୍ରହଣୀୟ ଓ ସମ୍ଭାବନାର ପୁସ୍ତକ ଅଟେ । ବର୍ତ୍ତମାନ ଏହି ପୁସ୍ତକଟି ଆମାଜନ ଓ ଗୁଗୁଲ ପ୍ଲେ ବୁକ୍ସ ରୁ କ୍ରୟ କରିହେବ ।
~ ସୁଧୀର କୁମାର ପଣ୍ଡା
☆☆☆
ଆମାଜନ୍ ଦେଇ ମୋର ଆଜି ହସ୍ତଗତ ହେଲା ....ଶ୍ରୀ ପ୍ରଦୀପ କୁମାର ଦାଶ(ଦୀପକ)ଙ୍କ ସଂପାଦିତ ଓ Sarv Bhasha Trust New Delhi ପ୍ରକାଶିତ....#ହାଇକୁ_ସାଧନା_ଓଡ଼ିଶା ...ଓଡିଆ ଓ କୋଶଳୀ (ସମଲପୁରି) ହାଇକୁ ସଂକଳନ ପୁସ୍ତକ ।
ଧନ୍ୟବାଦ ସଂପାଦକ ଶ୍ରୀ ଦାଶ ମହାଶୟ...ମୋତେ ଏଇ ଦୁଇଟି ବିଭାଗରେ ସ୍ଥାନ ଦେଇ ଥିବାରୁ ।
ଓଡିଆ ହାଇକୁ ରେ ୩୨ ଜଣ ଓ କୋଶଳୀ(ସମଲପୁର)ହାଇକୁ ରେ ୧୨ ଜଣ ଲେଖକ/ ଲେଖିକା ଙ୍କ ହାଇକୁ ସ୍ଥାନ ପାଇଛି ।
~ ଆଶୁତୋଷ ମେହେର
☆☆☆
ସୁନ୍ଦର ପ୍ରୟାସ । ମନ ଛୁଁଆ ହାଇକୁ ଗୁଡିକର ମିଳନ ପର୍ବ ଅତ୍ୟନ୍ତ ଚିତାକର୍ଷକ । ପୁସ୍ତକଟିକୁ ସଂକଳନ କରିବାରେ ସମ୍ପାଦକ ପ୍ରଦୀପ କୁମାର ଦାସ ମହୋଦୟଙ୍କ ଭୂମିକାକୁ ବିଶେଷ ସାଧୁବାଦ । ପୁସ୍ତକଟିକୁ ସଂଗ୍ରହ କରି ଆମୂଳଚୂଳ ଅଧ୍ୟୟନ କରିବା ପାଇଁ ପାଠକ ଓ ପାଠିକା ମାନଙ୍କୁ ଅନୁରୋଧ ।
~ ରଞ୍ଜନ କୁମାର ଜେନା
☆☆☆
ପ୍ରଦୀପ କୁମାର ସାର୍ ଙ୍କ ପ୍ରେରଣା, ପ୍ରଚେଷ୍ଟା, ଶ୍ରମ ସବୁ ସଫଳତାର ଶ୍ରେୟ ଆଜିର ଏ ହାଇକୁ ସଙ୍କଳନ ।
ମୁଁ କିଛି ଜାଣି ନଥିଲି ଏ ହାଇକୁ ବିଷୟରେ । ପ୍ରଦୀପ ସାରଙ୍କ କହିବା ଅନୁସାରେ ଲେଖିବା ଶିଖିଲି, ଆନ୍ତରିକ କୃତଜ୍ଞତା ସହିତ ସାରସ୍ବତ ସମ୍ମାନ ଜଣଉଛି ସାରଙ୍କୁ ।
ପ୍ରଦୀପ ସାରଙ୍କ ପରିଶ୍ରମ ର ଫଳ ଆଜିର ଏ ଓଡିଆ ହାଇକୁ ସଙ୍କଳନ । ଖୁବ୍ ଖୁସି ଲାଗୁଛି ଏହାକୁ ଦେଖି ନିହାତି ସମସ୍ତେ ପଢିବା ଦରକାର । ପ୍ରଣାମ ସହିତ ଶୁଭେଚ୍ଛା ଓ ଶୁଭ କାମନା ବହିଟି ଜନାଦୃତ ଲାଭ କରୁ ।
ଜୟ ଶ୍ରୀ ଜଗନ୍ନାଥ ।
~ ସମିତା ସ୍ୱାଇଁ
☆☆☆
ପ୍ରଦୀପ ସାର'ଙ୍କ ଶ୍ରମ ପ୍ରଚେଷ୍ଚା ସାର୍ଥକ ହେଇଛି ତାଙ୍କ ଉତ୍ତମ ମାର୍ଗଦର୍ଶନରେ ନିଜକୁ ଦେଖିବାର ସୌଭାଗ୍ୟ ଅର୍ଜନ କରିଛି, ଖୁବ୍ ଶିଘ୍ର ହସ୍ତଗତ ହେଇପାରେ...ପୁସ୍ତକଟି ସମ୍ମାନନୀୟ ଜେନା ସାର୍ ଙ୍କୁ ଅନେକ ଅଭିନନ୍ଦନ ଜଣାଉଛି ....
~ ପ୍ରତିମା ମେହେର
☆☆☆
ଅଶେଷ ଅଶେଷ ଶୁଭେଚ୍ଛା ଓ ଶୁଭକାମନା ସହିତ ଧନ୍ୟବାଦ ଜଣାଉଛି ଆପଣଙ୍କୁ । ସମସ୍ତ ହାଇକୁକାର ଙ୍କ ପରିଶ୍ରମ ର ଫଳ ସ୍ଵରୂପ ଏହି "ହାଇକୁ ସାଧନା ଓଡ଼ିଶା" ପୁସ୍ତକ ପ୍ରକାଶିତ ହେବାରେ ଆପଣଙ୍କ ନିଷ୍ଠା ଓ ସାଧନା ନିହିତ । ଆଶା କରୁଛି ନିଶ୍ଚିତ ଭାବରେ ଏହା ନୂତନ ସଦସ୍ୟ ମାନଙ୍କୁ ଉତ୍କୃଷ୍ଟ ହାଇକୁ କାବ୍ୟ ରଚନା କରିବା ପାଇଁ ପ୍ରେରଣା ଦେଇପାରିବ । ଜୟ ଜଗନ୍ନାଥ ।
~ ବାସନ୍ତୀ ଦେଈ
☆☆☆
ବିନମ୍ର ପ୍ରଣାମ ସାର୍
ଜାପାନୀ ଶୈଳୀର କବିତା ଗୁଡ଼ିକ ମଧ୍ୟରୁ ହାଇକୁ ମୋତେ ଖୁବ୍ ଆକର୍ଷିତ କରେ । ବିଶେଷତଃ ଅଳ୍ପ ଶବ୍ଦ ରେ ଅନେକ କଥା କହିଥାଏ ହାଇକୁ ତାହା ବହୁତ କୈାତୁହଳପ୍ରଦ। ମୁଁ ପ୍ରଥମେ ଶ୍ରୀଯୁକ୍ତ ଅଜୟ ମହାଲା ସାର୍ ଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଓଡ଼ିଆ ହାଇକୁ କର୍ମଶାଳା 'ଓଡିକୁ' ରୁ ହାଇକୁ ବିଷୟରେ ଜାଣିଥିଲି ଓ ହାଇକୁ ଲେଖିବାକୁ ଅନୁପ୍ରାଣିତ ହୋଇଥିଲି ।
ଶ୍ରୀଯୁକ୍ତ ପ୍ରଦୀପ କୁମାର ଦାଶ୍ 'ଦୀପକ' ସାର୍ ଙ୍କର ହାଇକୁ ଓ ଅନ୍ୟାନ୍ୟ ଜାପାନୀ କାବ୍ୟ ଶୈଳୀ ପ୍ରତି ଥିବା ସମର୍ପିତ ସାଧନା ପାଇଁ ମୁଁ ହୃଦୟ ରୁ ଶ୍ରଦ୍ଧା, ସମ୍ମାନ, ସାଧୁବାଦ, ଓ ଶୁଭେଚ୍ଛା ଜଣାଉଛି ତଥା ଶୁଭକାମନା କରୁଛି ତାଙ୍କର ଲକ୍ଷ୍ୟ ସିଦ୍ଧି ହେଉ ।
ମୁଁ କବିତା କୁ ନଦୀ ଟିଏ ପରି ଭାବେ ସେ ଜାତି, ଧର୍ମ, ଗୋଷ୍ଠୀ, ଭାଷା, ସଂସ୍କୃତି, ନିର୍ବିଶେଷରେ ଶୀତଳ ସୁକୋମଳ ଆହ୍ଲାଦ ଭରି ବହି ଚାଲିଥାଏ ନିଜ ବାଟରେ।ସେ ଆବଦ୍ଧ ନୁହେଁ ତାକୁ ତୋର ମୋର ଭାବରେ ବାନ୍ଧି ରଖିବା କଥା ବି ନୁହେଁ । ପୃଥିବୀର ଯେ କୌଣସି କାବ୍ୟ ଶୈଳୀ ଦେଖିଲେ ତାହା ଗୋଟିଏ ଦେଶ ଗୋଟିଏ ଜାତି ରୁ କାହିଁ କେତେ ଆଡେ ବ୍ୟାପି ଯାଇଥିବା ଦୃଶ୍ୟମାନ।ତେଣୁ ଏହା କୈାଣସି ସଂକୀର୍ଣ୍ଣ ମାନସିକତା ଭିତରେ ଆବଦ୍ଧ ନ ହୋଇ ଯିବା ଉଚିତ୍। କେଉଁଠୁ ସୃଷ୍ଟ ର ମୂଳ ପ୍ରମାଣ ଠୁ ଏହାର ରସ ଅବଗାହନ କରିବାର ଆବଶ୍ୟକତା ବେଶୀ ବୋଲି ବ୍ୟକ୍ତିଗତ ଭାବେ ମୁଁ ଭାବେ । ତେବେ ସାହିତ୍ୟ କ୍ଷେତ୍ରରେ କୈାଣସି ଗୋଷ୍ଠୀ ମତବାଦ, ବିବାଦ ଠାରୁ ଦୂରରେ ରହିବାକୁ ଭଲ ପାଏ ମୁଁ। ଜାପାନୀ, ଭାରତୀୟ, ବିଲାତି ବା ଦେଶୀ ବିଦେଶୀ ଠୁ ଉର୍ଦ୍ଧ୍ବ ରେ କବିତା ଟିଏ ଭାବର ପରିବାହକ ଆଉ ଏହି ଭାବରେ ମୁଁ ଭିଜେ।ମୋ ପାଇଁ କବିତା ଆତ୍ମାର ସ୍ୱର , ଭାବର ନିରୁତା ସାଧନା ଟିଏ ।
ପ୍ରଦୀପ ସାର୍ ଏହି ପୁସ୍ତକ ଟି ପ୍ରକାଶିତ କରି ଖାଲି ହାଇକୁକାର ମାନଙ୍କୁ ପ୍ରୋତ୍ସାହିତ କରି ନାହାଁନ୍ତି ବରଂ ଅନେକ ନବାଗତ ଉଦୀୟମାନ ହାଇକୁକାର ମାନଙ୍କୁ ମାର୍ଗଦର୍ଶନ ଆଉ ପ୍ରୋତ୍ସାହନ ମିଳିବାର ପଥଟିଏ ତିଆରିଛନ୍ତି। ଅଜସ୍ର ଧନ୍ୟବାଦ ତାଙ୍କୁ।ଅନେକ ପରିପୃଷ୍ଟ ହାଇକୁକାର ଙ୍କୁ ପଢ଼ିବା ଆଉ ଅନେକ ଉଚ୍ଚ ତତ୍ତ୍ୱ ସମ୍ବଳିତ ଉତ୍କୃଷ୍ଟ ହାଇକୁ ପଢି ଅନେକ କିଛି ନୂଆ କଥା ଶିଖିବାର ସୁଯୋଗ ଟିଏ ମିଳିଲା ଏହି ପୁସ୍ତକ ମାଧ୍ୟମରେ । ଆନ୍ତରିକ ଧନ୍ୟବାଦ ଓ କୃତଜ୍ଞତା ଆପଣଙ୍କୁ ....
ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ ...🙏
~ ବିଜୟଲକ୍ଷ୍ମୀ ଦାଶ
☆☆☆☆☆☆☆☆☆☆☆☆☆☆☆☆☆☆☆☆☆☆
कोई टिप्पणी नहीं:
एक टिप्पणी भेजें