हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

सोमवार, 14 जून 2021

~•~ "ସମୁଦ୍ର" ବିଷୟକ ସାରସ୍ୱତ ହାଇକୁ କାବ୍ୟ ଯାତ୍ରା ~•~

~ ସାରସ୍ୱତ ହାଇକୁ କାବ୍ୟ ଯାତ୍ରା ~

~ ହାଇକୁ PROMPT ~

"ସମୁଦ୍ର"


୧)

ସମୁଦ୍ର କୂଳ 

ଅଶାନ୍ତ ସିନ୍ଧୁ ବକ୍ଷ 

ତୁଚ୍ଛ ନିଜତ୍ୱ । 


୨)

ଭାବ ସମୁଦ୍ର 

ଅସରନ୍ତି ବାଲୁକା 

ମନର କୋହ ।


୩)

ସମୁଦ୍ର କୂଳ

ଢେଉ ଟି ବର୍ତ୍ତମାନ

ହଜେ ଅତୀତ ।


୪)

ସମୁଦ୍ର ଦେହ 

ଲୁହ ଶୋଧନ ପରେ

ଓଠରେ ହସ । 


୫)

ଳୁହର ଧାର

ଏ ତ ଲୁଣି ସାଗର

ଭାସେ ସଂସାର ।


୬)

ଲୁଣି ସମୁଦ୍ର 

ମେଣ୍ଟାଇ ପାରିଛି କି 

ମନର ଶୋଷ ।


~ ପ୍ରଦୀପ କୁମାର ଦାଶ


୭)

ମତ୍ତ ସାଗର

ହୃଦୟ ଶାନ୍ତ ଥାଏ

କୂଳେ ଗର୍ଜନ ।


୮)

ପୁନେଇଁ ଚାନ୍ଦ

ଜୁହାର ଅସମ୍ଭାଳ

ଲଂଘଇ କୂଳ ।


୯)

ଉଆଁସ ରାତି

ନଦେଖି ପ୍ରିୟା ମୁଖ 

ସିନ୍ଧୁ ଅସ୍ଥିର ।


~ ରଞ୍ଜନ ଜେନା 


୧୦)

ସମୁଦ୍ର ତୀର

ଘର ଅଛି ଯାହାର

ବାତ୍ୟାକୁ ଡର ।


୧୧)

ତିମି ମକର

ଆନନ୍ଦେ ବିଚରନ୍ତି

ସାଗର ପୁର ।


୧୨)

ଚାଷୀର କ୍ଷେତ

ସମୁଦ୍ର ଜୁଆରରେ

ଜଳେ ପ୍ଳାବିତ ।


୧୩)

ଧୀବର କୁଳ

ଜୀବୀକା ଅରଜନ୍ତି

ସମୁଦ୍ର କୂଳ ।


୧୪)

ଗଚ୍ଛପ ଗତି

ସାଗରର ତୀରରେ

ସୁନ୍ଦର ଅତି ।


୧୫)

ବଣିକ ଭାଇ

ସାଗରକୁ ଲଙ୍ଘଇ

ବାଣିଜ୍ୟ ପାଇଁ ।


୧୬)

ପାଣି ଜାହାଜ

ସମୁଦ୍ରରେ ଭାସଇ

କେତେ ସହଜ ।


୧୭)

ଆକାଶେ ଥାଇ

ମାଛରଙ୍କା ଉଡଇ

ସମୁଦ୍ର ଚାହିଁ ।


୧୮)

ଉଦୟେ ସୂର୍ଯ୍ୟ

ସମୁଦ୍ରର କୂଳରେ

କେତେ ମାଧୁର୍ଯ୍ୟ ।


୧୯)

ବିଦେଶୀ ପୋତ

ସାଗରେ ଆତଯାତ

ସେ ଅବିରତ ।


୨୦)

ମୁକ୍ତା ଶାମୁକା

ଜଳନିଧି ଗର୍ଭରେ

ମିଳଇ ଏକା ।


୨୧)

କଳା କହ୍ନାଇ

ପଞ୍ଚଜନ୍ଯ ଶଙ୍ଖ ଟି

ସମୁଦ୍ରେ ପାଇ ।


୨୨)

କଙ୍କଡା ମାଛ

ସମୁଦ୍ର କୂଳେ ଖାଅ

କଣ୍ଟାକୁ ବାଛ ।


୨୩)

ସମୁଦ୍ର ବାଆ

ସଂଜସକାଳେ ବହେ

ଭାରି ବଢିଆ ।


୨୪)

ବାଆ ବତାସ

ସମୁଦ୍ରକୂଳେ ଥିବା

ଲୋକ ହତାଶ ।


୨୫)

ହେ! ହନୁମାନ

ସମୁଦ୍ର ଲଙ୍ଘି କଲ

ଲଙ୍କା ଗମନ ।


୨୬)

ଲୁଣ କିଆରି

ସାଗରର କୂଳରେ

ଲୁଣ ତିଆରି ।


୨୭)

ଜୀବନ ପୋତ

ସଂସାରସାଗରରେ

ସେ ଆତ ଯାତ ।


୨୮)

ସାଗର କୂଳ

ଲବଣ ସତ୍ୟାଗ୍ରହେ

ଗାନ୍ଧୀଙ୍କ ମେଳ ।


୨୯)

ସମୁଦ୍ର ପାଣି

ପାନୀୟ ନୁହେଁ ତାହା

ସ୍ବାଦଟି ଲୁଣି ।


୩୦)

ବାନର ଦଳ

ସାଗରେ ସେତୁ ବାନ୍ଧି

ଲଙ୍କାକୁ ଗଲ ।


୩୧)

ଦେବ ଅସୁର

ମିଳିମିଶି ମନ୍ଥନ

କଲେ ସାଗର ।


୩୨)

ଲଙ୍କା ରାବଣ

ସମୁଦ୍ରକୁ ଲଙ୍ଘଇ

ଧରି ବିମାନ ।


୩୩)

ଅମୃତ ବିଷ

ସମୁଦ୍ର ମନ୍ଥନ ରେ

ହେଲା ପ୍ରକାଶ ।


୩୪)

କନ୍ୟା କୁମାରୀ

ବିବେକାନନ୍ଦ ଯାଇ

ସାଗର ପାରି ।


୩୫)

ଅସଂଖ୍ୟ ନଈ

ବହି ବହି ମିଳଇ

ସମୁଦ୍ରେ ଯାଇ ।


୩୬)

ନକ୍ଷତ୍ର ଗଣ

ମାର୍ଗଦର୍ଶୀ ସମୁଦ୍ରେ

କଲେ ଗମନ ।


୩୭)

ସମୁଦ୍ର ଢେ଼ଉ

ପାରି ହେବଟି ମୁଣ୍ଡ

ତଳକୁ ହେଉ ।


୩୮)

ଜୁଆର ଭଟ୍ଟା

ଜୀବନ ସମୁଦ୍ରରେ

ଅସ୍ଥାୟୀ ପଟା ।


୩୯)

ଘୂର୍ଣ୍ଣିବଳୟ

ସମୁଦ୍ରେ ସୃଷ୍ଟିହେଲେ

ହୁଏ ପ୍ରଳୟ ।


~ ଜୟରାମ ସାହୁ


୪୦)

ସମସ୍ତ ନଈ

ଆସନ୍ତି ସମୁଦ୍ରରେ 

ମିଶିବାପାଇଁ ।


୪୧)

ଅସଂଖ୍ୟ ଢେଉ

ବେଳାରେ ମଥାପିଟି

କାନ୍ଦନ୍ତି ଆଉ ?


୪୨)

ଲୁଣି ଯେ ଲୁଣି

କହ କେମିତି ହେଲା

ତୋହର ପାଣି ?


~ ସୁଧୀର କୁମାର ପଣ୍ଡା


୪୩)

ସମୁଦ୍ର ପାଣି

ପିଇବାକୁ ଅଯୋଗ୍ୟ

ଅତ୍ୟନ୍ତ ଲୁଣି ।


୪୪)

ସମୁଦ୍ର ପଥେ

ବୁଡା ଜାହାଜ ଗମେ

ଦେଶ ବିଦେଶ ।


~ ଡମ୍ବରୁଧର ବାଗ


୪୫)

ସମୁଦ୍ରେ ପାଣି

ବହୁଛି ନିରନ୍ତର

ଓଦା ତକିଆ ।


୪୬)

ଖୋଜା ଚାଲିଛି

ଅକାତ କାତ ସମୁଦ୍ର

ପାଇନି ମୋତି ।


~ ରାଜେଶ କୁମାର ମୁଣ୍ଡ


୪୭)

ସମୁଦ୍ର  ଢେଉ

ପାଦେ ଘସି ହୋଇ, ତୁ

କା' କଥା କହୁ ? 


୪୮)

ନୀଳ ସାଗର

ଶାନ୍ତ ସ୍ନିଗ୍ଧ  ସୁନ୍ଦର 

ତୁ,ମୁକ୍ତା ଭାର !


୪୯)

ତୋ କୂଳେ ବସି

ପ୍ରଣମେ ସାଦରେ, ହେ

ସମୁଦ୍ର ଋଷି ।


~ ଆଶୁତୋଷ ମେହେର


୫୦)

ପହେଲା ପାଏନ୍ 

ଏଡ଼୍'କି ବଡ଼୍ ପୃଥିବୀ କେ 

କିଏ ଚଲାତା ।


୫୧)

ନୁନିଆଁ ଆଏ 

ଚଲୁ କରି ଦେତା ନ 

ମୁନୁଷ୍ ଯେନ୍ତା ଯେ ।


~ ଆର. ବରସାନା ନନ୍ଦିନୀ 


୫୨)

ଘିଚିନେସି ବିଷ୍ 

ରୁକିଦେସି ଅମୃତ୍ ହଁ

ମଠିଆର୍ ମୁହେଁ ।


୫୩)

ଉଭ୍'ରିଲେ ବାତ୍ଯା 

ରାଗିଗଲେ ପ୍ରଳୟ 

ଚୁପ୍ ଥିଲେ ଲକ୍ଷ୍ମୀ ।


~ ଉତ୍ତମ ହୋତା 


୫୪)

ସତୁରୀ ପାଣି 

ତିରିଶି ମୁକ୍ତାମଣି 

ଖୋ କେତେ ଠାଣି ।


୫୫)

ଜୁଆର ଭଟ୍ଟା 

କରେ ଥଟ୍ଟା ତାମସା 

ନୀରବ ଦ୍ରଷ୍ଟା ।


~ ନନ୍ଦିନୀ ଶତପଥୀ


୫୬)

ସମୁଦ୍ର କୂଳ

ବହୁ ସୁନ୍ଦର ସେଠି

ବାୟୁମଣ୍ଡଳ ।


୫୭)

ସମୁଦ୍ର ପାଣି

କିଏ କହିବ କୁହ

କାହିଁକି ଲୁଣି ?


~ ଶମ୍ଭୁନାଥ ଦାସ


୫୮)

ସମୁଦ୍ର ଶବ୍ଦ 

ଦୂରରୁ ବହୁ ଦୁରକୁ 

କରଇ ଭେଦ ।


୫୯)

ସମୁଦ୍ର କୁଳ 

ଉଛୁଳି ଥିବା ଦୃଶ୍ୟ 

ମନ ବିକଳ ।


୬୦)

ସାଗର ଅଟେ 

ସମୁଦ୍ର ସିନ୍ଧୁ ମଧ୍ୟ 

ସିଏହିଁ ଅଟେ ।


୬୧)

ସମୁଦ୍ର ଦେହେ 

ମାଛ ମାନଙ୍କ ଖେଳ 

ମନକୁ ମୋହେ ।


୬୨)

ସମୁଦ୍ର ଗର୍ଭ 

ଢେଉ ଆସିଲେ ମୁଣ୍ଡ 

ନୁଆଇଁ  ଦେବ ।


୬୩)

ପର  ଦରବ 

ସମୁଦ୍ର ନିଏନାହିଁ 

ନାହଁ ତା ଲୋଭ ।


୬୪)

କଲେ ଗରବ 

ସମୁଦ୍ରର ଢେଉ ଯେ 

ଦୂରେ ଫିଙ୍ଗିବ ।


୬୫)

କଲେ ମନ୍ଥନ 

ସମୁଦ୍ର  ଭିତରକୁ 

ଦେବତା ଗଣ ।


୬୬)

ପାଇଲେ ବିଷ ।

ସମୁଦ୍ର ଗରଭରୁ 

କରିଲେ ରୋଷ ।


୬୭)

ପିଇଲେ  ଶିବ 

ସମୁଦ୍ର ବିଷ  ଯେତେ 

ସେ ଦେବଦେବ ।


୬୮)

ସିନ୍ଧୁ ଗରଭୁ 

ଲକ୍ଷ୍ମୀ ମାତାଙ୍କୁ ପାଇ

ରଖିଲେ ପ୍ରଭୁ ।


୬୯)

ଗୋମାତା ମଧ୍ୟ 

ସାଗର  ଗରଭରୁ 

ଆସିଲେ ସଦ୍ୟ ।


୭୦)

ଅମୃତମୟ 

ଭାଣ୍ଡ ସମୁଦ୍ର ଗର୍ଭେ 

ହୋଇଛି ଥୟ ।


୭୧)

କଇଁଛ ଦେବ 

ସମୁଦ୍ର ଭିତରରୁ 

ହୋଇଲେ ଠାବ ।


୭୨)

ହୀରା ଓ ନୀଳା 

ମୋତି ମାଣିକ୍ୟ ସବୁ 

ସାଗରେ ଥିଲା ।


୭୩)

ସମୁଦ୍ର  ପାଇଁ 

ଦେବତା ଦାନଵ ତ 

ଆସନ୍ତି ଧାଇଁ ।


୭୪)

ସିନ୍ଧୁ ହୃଦୟ 

ପୁଣ୍ୟ ପବିତ୍ର ସଙ୍ଗେ 

ଅମୃତମୟ ।


୭୫)

ମହିମା ଯାର 

ଅଶେଷରୁ  ଅଶେଷ 

ସେ ହିଁ  ସାଗର ।


୭୬)

ଅଥଳ ଜଳ 

ସମୁଦ୍ର  ଗରଭରେ 

ଅଟେ ନିର୍ମଳ ।


୭୭)

ବିହଙ୍ଗ  ଜାତି 

ସମୁଦ୍ରର  ପାଖରେ 

ଉଡି ବୁଲନ୍ତି ।


୭୮)

କରିଲେ ସ୍ନାନ 

ସମୁଦ୍ର ଜଳେ ହେବ 

ପାପ ଖଣ୍ଡନ ।


୭୯)

ଲୁଣି  ସାଗର 

ଲୁଣ ମରା  ମାନଙ୍କୁ 

ଦିଏ  ଆହାର ।


୮୦)

ସାଗରେ  ସୃଷ୍ଟି 

ମେଘମାନେ  କରନ୍ତି 

ସବୁଠି ବୃଷ୍ଟି ।


୮୧)

ଦିବା ଓ  ନିଶି 

ଗର୍ଜି ଗର୍ଜି ସମୁଦ୍ର 

ରହିଛି ଖୁସି ।


୮୨)

କୋଟି ପ୍ରଣାମ 

ହେ ସମୁଦ୍ର  ଦେବତା 

ପ୍ରଣାମ  ଘେନ।


୮୩)

ସିନ୍ଧୁ ମହାନ 

ପ୍ରାଣୀଙ୍କ  ହିତେ ସଦା 

କରେ  ଚିନ୍ତନ ।


୮୪)

ସାଗର  ଗୁଣ 

ସାଗରଠୁ  ଗଭୀର 

ନସରେ ଜାଣ ।


୮୫)

ଦିବ୍ୟ ସାଗର 

ଦୋଷକୁ କ୍ଷମା କର 

ଘେନ ଜୁହାର ।


~ ମୁକ୍ତେଶ୍ଵର  ପଧାନ


୮୬)

ସାତ ସମୁଦ୍ର 

ନୌବାଣିଜ୍ଯ ସାଧବ

ଐତିହ୍ୟ ଆମ ।


୮୭)

ନୀଳ ସାଗର

ସ୍ବପ୍ନ ର ବାଲିଘର

ସୁନେଲି ସଂଧ୍ୟା ।


୮୮)

ମାଆର ମନ

ସାଗରଠୁ ଗଭୀର 

ସଂପର୍କ ଅର୍ଥ ।


୮୯)

ଦୁଃଖ  ସାଗର 

ଅକାତ କାତ ପାଣି

ଦଦରା ନାଆ ।


୯୦)

ସାତ ସମୁଦ୍ର 

ତେର ନଈ ସେପଟେ 

ଜୀବନ ସ୍ରୋତ ।


୯୧)

ସାଗର ବେଳା

ତରଙ୍ଗାୟିତ ଢେଉ 

ରୋମାଞ୍ଚ କର ।


୯୨)

ଅନେକ ସ୍ବପ୍ନ 

ସୀମାହିନ ସାଗର

ମଗ୍ନ ମାନସ ।


୯୩)

ଗଭୀର ଭାବ

ଅମୃତ ର ସାଗର

ଚେତନା ଭରା ।


୯୪)

ସାଗର ଗର୍ଭେ

କେତେ ଅମୂଲ୍ୟ ରତ୍ନ

ଜଳ ସଂପଦ ।


୯୫)

ଶାନ୍ତ  ସମୁଦ୍ର 

ସୀମାହିନ ପରିଧି 

ନିର୍ଲିପ୍ତ ଢେଉ ।


୯୬)

ଭବ ସାଗର

ମିଛ ମାୟା  ସଂସାର 

ଯନ୍ତ୍ରଣା ସିକ୍ତ ।


୯୭)

ସାଗର କନ୍ୟା 

ମାଆ ଶ୍ରୀ ହରିପ୍ରିୟା

ଜଗତ ଧାତ୍ରୀ ।


~ ସମିତା ସ୍ବାଇଁ


୯୮)

ନୀଳ ସମୁଦ୍ର

ତୋ ଢଳ ଢଳ ଆଖି

ମୁଁ ବର୍ଷା ହୁଏ ।


୯୯)

ଜୀବନ ଯାତ୍ରା

ସମୁଦ୍ରେ ଶୋକ,ସୁଖ

ବିଭୁ ସୁମର ।


~ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ


୧୦୦)

ଭାବ ଗମ୍ଭୀର 

ସମୁଦ୍ର ରତ୍ନଗର୍ଭ 

ଶାନ୍ତ-ଅଶାନ୍ତ ।


୧୦୧)

ଜ୍ଞାନ ସମୁଦ୍ର 

ଉପଳ ଖଣ୍ଡମାତ୍ର  

ନିଉଟନ୍ ଉକ୍ତି ।


୧୦୨)

ବରୁଣ ଶାନ୍ତ

ଅପରୂପ ସୌନ୍ଦର୍ଯ୍ୟ 

ତଟିନୀ ମିଶେ ।


୧୦୩)

ଅଶାନ୍ତ, କୃଦ୍ଧ 

ପୂର୍ଣ୍ଣିମା ଅମାବାସ୍ୟା 

ଢେଉ ଉତ୍ତାଳ ।


୧୦୪)

ଦୈଦୀପ୍ୟମାନ 

ତମୋଘ୍ନ ପ୍ରତିବିମ୍ବ 

ସାଗର ବକ୍ଷ ।


୧୦୫)

ସ୍ନିଗ୍ଧ ସମୀର

ଢଳ ଢଳ ସୁନୀଳ 

ଅମ୍ବୁଧି ଜଳ ।


୧୦୬)

ଦରିଆ ପାରି 

ବାଲି, ଜାଭା, ସୁମାତ୍ରା 

ସାଧବ ପୁଅ ।


୧୦୭)

ସାଗର ତଟ 

ନୀଳକନ୍ଦର ବିଜେ 

ଶ୍ରୀ ଜଗନ୍ନାଥ ।


୧୦୮)

ଜୁଆର ଭଟ୍ଟା 

ଜୀବନର ଦର୍ଶନ 

ଅମ୍ବୁଧି ସାକ୍ଷ ।


୧୦୯)

ଏ ପାରାବାର 

ତାପ ବଳୟ ମଧ୍ୟେ

ବିଶ୍ୱ ଚିନ୍ତନ ।


~ ରମାକାନ୍ତ ସତପଥି


୧୧୦)

ନଏଦ୍ ନାଚୁଛେ 

ଆର୍ ସମୁନ୍ଦର୍ ଗର୍'ଜୁଛେ 

ଶୋଷ୍ ନି ମେଟୁଛେ ।


୧୧୧)

ବାନା ଉଡ଼େ ଫର୍-

ସାଗର୍ ରଜାର୍ ଝି ବିହା 

ଖିରି ପୁରି ଝୋଲ୍ ।


~ ମନୀଷା ମିଶ୍ର


୧୧୨)

'ମୁଁ' ରତ୍ନାକର 

ଅହମିକାରେ ଅନ୍ଧ 

ବିଷ ବଳୟ ।


୧୧୩)

ଦେବ ଦାନବ

ସମୁଦ୍ରର ମନ୍ଥନ 

ବିଷ-ପିୟୂସ ।


୧୧୪)

ବାସୁକି କୋଳ 

ଅନନ୍ତର ଶୟନ 

କ୍ଷୀରାବ୍ଧୀ ଜଳ ।


୧୧୫)

କଳ୍କୀ ତାଣ୍ଡବ

ପ୍ରଳୟ ପୟୋଧିର 

କଳିର ଶେଷ ।


୧୧୬)

ପ୍ରିୟ ପରଶ 

ନିର୍ବିକାର ଜଳଧି 

ତଟିନୀ ହଜେ ।


୧୧୭)

ପ୍ରିୟ ବିଚ୍ଛେଦ 

ନୟନର ବାରିଧି 

ସନ୍ତପ୍ତ ପ୍ରାଣ ।


୧୧୮)

ସାଗର ଲଂଘେ

ମିଥ୍ୟା ଏ ଧୃବସତ୍ୟ 

କଳି କାଳରେ ।


୧୧୯)

ଜୀବନ ଚକ୍ର 

ଦୂରଗାମୀ ବିହଗ

ସମୁଦ୍ର ବକ୍ଷ ।


୧୨୦)

ଉନ୍ମାଦ ସୂର୍ଯ୍ୟ 

ଚନ୍ଦ୍ରଭାଗାର ସ୍ପର୍ଶ 

ନୀରବ ସିନ୍ଧୁ ।


୧୨୧)

ଶ୍ରୀ ମହାଲକ୍ଷ୍ମୀ 

ରତ୍ନାକର ତନୟା 

ଜଗତ ଧାତ୍ରୀ ।


୧୨୨)

ଲୁପ୍ତ ଐତିହ୍ୟ 

ବୋଇତର ବନ୍ଦାଣ 

ସମୁଦ୍ର ବକ୍ଷ ।


୧୨୩)

ଭାଦ୍ରବ ମାସ

ସିନ୍ଧୁ ପରେ ସାଧବ

ଖୁଦୁରୁକୁଣୀ ।


୧୨୪)

କାର୍ତ୍ତିକେ ଯାତ୍ରା 

ସାଗରର ବଣିକ 

ଭାଦ୍ରେ ଫେରନ୍ତା ।


୧୨୫)

ଅତୀତ ସ୍ମୃତି 

ହଜେ ସାଗର ବକ୍ଷେ

ବାଲିଯାତ୍ରାର ।


୧୨୬)

ସମୁଦ୍ର ଦିଏ 

ସୂଧମୂଳ ସହିତ 

ରଖେନା ଦାନ ।


~ ମନୀଷା ମିଶ୍ର


୧୨୭)

ନୀଳସାଗର

ମଣିମାଣିକ୍ଯ ଶୋଭା

ରତ୍ନଭଣ୍ତାର ।


୧୨୮)

ପାଲମେଲାଇ

ସାଧବର ପୁଅଟି

ବାଣିଜ୍ଯ ପାଇଁ ।


୧୨୯)

ସମୁଦ୍ର ତୀରେ 

ସୁର୍ଯ୍ଯ ଉଦୟ ହୁଏ

ପୂର୍ବ ଦିଗରେ ।


୧୩୦)

ବାଲିକୁ ତୋଳେ

ଶଙ୍ଖ ଶାମୁକା ମିଳେ

ସାଗର କୂଳେ ।


୧୩୧)

ସାଗର କନ୍ଯା

ଜଗନ୍ନାଥଙ୍କର ସ୍ତ୍ରୀ

ଲକ୍ଷ୍ମୀ ମା ଧନ୍ଯା ।


୧୩୨)

ଅନେକ ନଈ

ସାଗରର ବକୁରେ 

ମିଶନ୍ତି ଯାଇ ।


୧୩୩)

ସମୁଦ୍ର କୂଳ

କି ଶୋଭା ସୁନ୍ଦରଟି

କଙ୍କଡା ମେଳ ।


୧୩୪)

ଦେବତା ଗଣ

ସମୁଦ୍ର ଗରଭକୁ

କଲେ ମନ୍ଥନ ।


୧୩୫)

ଶଙ୍ଖଅସୁର

ସମୁଦ୍ରରେ ଲୁଚିଲା

ଭୟେ ଆତୁର ।


୧୩୬)

ନିର୍ମଳ ଜଳ

ସମୁଦ୍ର ଗନ୍ତାଘର

ଅଥଳ ଜଳ ।


୧୩୭)

ମେଘର ସୄଷ୍ଟି

ସାଗରଗର୍ଭୁ ନେଇ

କରଇ ବୃଷ୍ଟି ।


୧୩୮)

ସମଦ୍ରଜଳେ

ଗାଧୋଇ ପଡିଲେଟି

ପୂଣ୍ଯଟି ମିଳେ ।


୧୩୯)

ମହାସାଗର

ତିନି ଭାଗ ଜଳଟି

ବସୁମତୀର ।


୧୪୦)

ମାଛଙ୍କ ବାସ

ସାଗର ଗରଭରେ

ରହି ହରଷ ।


୧୪୧)

ସାଗର କୂଳେ

ବୁଲଥିଲି ଏକାଟି

ମୁଁ ସନ୍ଧ୍ଯାବେଳେ ।


୧୪୨)

ବିଷାଦ ମୋର

ଧୋଇ ନେଇ ଗଲାଟି

ମନୁ ମୋହର ।


୧୪୩)

ଚିଲ ଛଞ୍ଚାଣ

ସାଗରଜଳ ଉପରେ

ଉଡନ୍ତି ପୁଣ ।


୧୪୪)

ସୁଲୁସୁଲୁ ବାଆ

ବେଳାଭୂମି ଉପରେ

କରେ କିମିଆ ।


୧୪୫)

ବରୁଣ ରାଜା

ଲକ୍ଷ୍ମୀଙ୍କର ବାପା ସେ

ଆମର ଅଜା ।


~ ବୈଜୟନ୍ତୀ ସାହୁ


୧୪୬)

ସମୁଦ୍ର ଜଳେ 

ବିଭିନ୍ନ ଜୀବଜନ୍ତୁ 

ତା ଗର୍ଭ ତଳେ ।


୧୪୭)

ସାଗର ଜଳେ 

ନାଚୁଅଛି ତରଙ୍ଗ 

ଉପର ତଳେ ।


~ ସନ୍ତୋଷ କୁମାର ସାହୁ


୧୪୮)

ବାଣିଜ୍ୟେ ଲକ୍ଷ୍ମୀ

ନାହିଁ ସଂସାର ମାୟା

ଦରିଆ ଵୁକେ ।


୧୪୯)

ସମୁଦ୍ରୀ ଜୀବ

ରସାୟନ ବିଜ୍ଞାନେ

ଖାଦ୍ୟ ପ୍ରସ୍ତୁତି !


୧୫୦)

ସିନ୍ଧୁ ଦୁହିତା

ସମୁଦ୍ର ମନ୍ଥନ ରୁ

ସେ ଆବିର୍ଭୁତା ।


୧୫୧)

ସମୁଦ୍ରେ ମୁକ୍ତା 

ଅପୂର୍ବ ସଂଯୋଗ ରେ

ଶାମୁକା ଗର୍ଭେ ।


୧୫୨)

ମହୋଦଧି ରେ

ପିତୃପୁରୁଷେ ଶ୍ରାଦ୍ଧ

ଆତ୍ମାର ମୁକ୍ତି ।


~ ବାସନ୍ତୀ ଦେଈ


୧୫୩)

ସମୁଦ୍ର ଗର୍ଭେ

ମନ୍ଥନ ରୁ ଉତ୍ପତ୍ତି

ଲକ୍ଷ୍ମୀ ଅମୃତ ।


୧୫୪)

ସାଗର କୂଳେ

ଢେଉ ଢେଉକା ଦେଖ

ଲହରୀ ଖେଳେ ।


~ ରତ୍ନ ପ୍ରଭା ସିଂ


୧୫୫)

ବୋଇତ ମେଲି

ସାଧବ  ସମୁଦ୍ରେ ତ

ନୌବାଣିଜ୍ୟେ ।


୧୫୬)

ସାଗରୁ ଗଭୀର

ସ୍ନେହ ମମତା ଭରା

ମାଆ ଟି ମୋର ।


୧୫୭)

ମଣି ମୁକୁତା

ସମୁଦ୍ର ଗରଭେ ତୋ

ଅଛି ସାଇତା ।


୧୫୮)

ସୁନାମୀ ଆସେ

ସମୁଦ୍ରର ଜୁଆର

ସ୍ଥଳଭାଗ କୁ ।


୧୫୯)

ସମୁଦ୍ର ବକ୍ଷରେ

ପାଲଟଣା ଡଙ୍ଗାରେ

ମତ୍ସ୍ୟ ଧରାଳୀ ।


୧୬୦)

ଅତୀତ କାଳେ

ଜଳଦସ୍ୟୁ ଲୁଣ୍ଠନ

ସାଗର ମଧ୍ୟେ ।


୧୬୧)

ପ୍ରିୟା ଲୋ ମୋର

ସାଗରୁ ଗଭୀର ତୋ 

ପ୍ରୀତି ସମ୍ଭାର ।


୧୬୨)

ଚିଲିକା ଜଳେ

ମିଶେ ସମୁଦ୍ର ଜଳ

ଲବଣାକ୍ତ ସେ ।


୧୬୩)

ନୀଳ ଆକାଶ

ସୀମାହୀନ ଦରିଆ

ଦିଗବଳୟେ ।


୧୬୪)

ଦରିଆ କୂଳେ

ବସିଛ ଜଗନ୍ନାଥ

ନୀଳଶଇଳେ ।


୧୬୫)

ସିନ୍ଧୁ ଦୁଲ୍ଲଣୀ

ମା ଲକ୍ଷ୍ମୀ ଠାକୁରାଣୀ

ଶ୍ରୀହରି ପ୍ରିୟା ।


୧୬୬)

ତୋ ନୀଳ ଆଖି

ସାଗରେ ହଜିବାକୁ

ନେଉଛି ଡାକି ।


୧୬୭)

ପୂର୍ଣ୍ଣିମା ତିଥି

ସମୁଦ୍ରେ ଦୃଶ୍ୟମାନ

ଗୁରୁ ଜୁଆର ।


୧୬୮)

ବାନର ସେନା

ସାଗରେ ସେତୁ ବାନ୍ଧି

ଲଙ୍କା ଜିଣିଲେ ।


୧୬୯)

ବହେ ତଟିନୀ

ସାଗରେ ମିଶେ ଯାଇ

ବିଭୋରେ ଅତି ।


୧୭୦)

ବାଲୁକା ଶିଳ୍ପୀ

ସାଗର ବାଲି ପରେ

ତା'କଳା କୃତି ।


୧୭୧)

ଭବ ସାଗରେ

ମିଛ ମାୟାରେ ବନ୍ଧା

ସର୍ବେ ଆମେରେ ।


୧୭୨)

ମହାସାଗର

ସାତଟି ବିଦ୍ୟମାନ

ସାରା ବିଶ୍ଵରେ ।


୧୭୩)

ସାତ ଦରିଆ

ତେର ନଈ ଡେଇଁ ମୋ

ଆସୁଛି ପ୍ରିୟା ।


୧୭୪)

ସାଗର ତୀରେ

ପାଦ ଚିହ୍ନ ଆଙ୍କିବା

ଭିଜା ବାଲିରେ ।


୧୭୫)

ସାଗର ଗର୍ଭେ

ଭରିଛି ତୈଳଖଣି

ଶକ୍ତିର ଉତ୍ସ ।


୧୭୬)

ସାଗର ମଧ୍ୟେ

ଲଘୁଚାପ ବଳୟ

ହୁଅଇ ସୃଷ୍ଟି ।


୧୭୭)

ଘୁର୍ଣ୍ଣି ବାତ୍ୟାରେ

ସମୁଦ୍ର ଜଳରାଶି

ହୁଏ ଅଶାନ୍ତ ।


୧୭୮)

ମୌସୁମୀ ବାୟୁ

ସମୁଦ୍ର ମଧ୍ୟ ଦେଇ

ସ୍ଥଳେ ପ୍ରବେଶ ।


୧୭୯)

କ୍ଷୀର ସାଗରେ

ଅନନ୍ତ ଶୟନ ରେ

ଶ୍ରୀହରି ଲକ୍ଷ୍ମୀ ।


୧୮୦)

ଅଶାନ୍ୟମନ

ଲଂଘେ ସମୁଦ୍ର ଗିରି

କ୍ଷଣିକ ମଧ୍ୟେ ।


୧୮୧)

ଆଶା ମୋହର

ନିମିଷେ ଧୂଳିସାତ

ସାଗର ସମ ।


୧୮୨)

ଐତିହ କୀର୍ତ୍ତି

ବିଲୁପ୍ତ ପରା ଆଜି

ସାଗର ମଧ୍ୟେ ।


୧୮୩)

ସାଗର ଖୋଜି

ଧାଏଁ ତଟିନୀ ଆଜି

ଖୁସିରେ ହଜି ।


୧୮୪)

ପୋତାଶ୍ରୟ ସେ

ପାରାଦୀପ ବନ୍ଦର

ସମୁଦ୍ର କୂଳେ ।


୧୮୫)

ଅମୃତ ବିଷ

ସାଗର ମନ୍ଥନରେ

ଦେବତା କଳି ।


୧୮୬)

ଦୁଃଖ ସାଗରେ

ଜୀବନ ତରୀ ଭାସେ

ସୁଖକୁ ଖୋଜି ।


୧୮୭)

ସାଗର ତୀରେ

ଆଙ୍କିବି ପ୍ରିୟାର ସସ୍ମୃତି

ଭିଜା ବାଲିରେ ।


୧୮୮)

ସାଗର ଜଳ

ବାସୁକୀ ନାଗ ଦ୍ଵାରା

ହୁଏ ମନ୍ଥନ ।


୧୮୯)

ରୌଦ୍ର ତାପରେ

ସମୁଦ୍ର ଜଳ  ହୁଏ

ଜଳୀୟବାଷ୍ପ ।


୧୯୦)

ପିତୃ ପୁରୁଷେ

ସ୍ନାନ ତର୍ପଣ ହୁଏ

ମହୋଦଧି ରେ ।


୧୯୧)

ସାଗର ଜଳେ

ଜଳ ଜୀବ ଜନ୍ତୁଙ୍କ

ଆବାସ ସ୍ଥଳୀ ।


୧୯୨)

ଖଣିଜ ଲୁଣ

ତଟିନୀ ବୋହିଆଣେ

ସମୁଦ୍ର ମଧ୍ୟେ ।


୧୯୩)

ସୂର୍ଯ୍ୟ ଉଦୟ

ଚନ୍ଦ୍ରଭାଗା ସମୁଦ୍ରେ

ରୂପ ମାଧୁର୍ଯ୍ୟ ।


୧୯୪)

ସମୁଦ୍ର ଜଳ

ଉତ୍ତୋଳନ କରିଲେ

ମିଳେ ଲବଣ ।


୧୯୫)

ଗ୍ରୀଷମ କାଳେ

ସମୁଦ୍ର ଜଳେ ମଜା

ଲହଡି ଭଙ୍ଗା ।


~ ଦମୟନ୍ତୀ ରଥ

☆☆☆☆☆☆☆☆☆☆

कोई टिप्पणी नहीं:

एक टिप्पणी भेजें

MOST POPULAR POST IN MONTH