ହାଇକୁ ସାଧନା ଖୋର୍ଦ୍ଧା
ସାରସ୍ଵତ ହାଇକୁ କାବ୍ୟ ଯାତ୍ରା, ଜାନୁଆରୀ-୨୦୨୨
ହାଇକୁ
୧)
ନୂତନ ବର୍ଷ
ନବ ଉନ୍ମାଦନାରେ
ମନ ହରଷ।
୨)
ନବବର୍ଷର
ସ୍ଵାଗତ ଜଣାଏ ମୁଁ
ସହସ୍ର ଥର।
୩)
ଆଗାମୀ କାଲି
ସର୍ବଦା ନୂତନତା
ରହିଛି ଭରି।
୪)
କର ସମୀକ୍ଷା
କାଲି ଆଜି ମଧ୍ୟରେ
ଫରକ କେତେ।
୫)
ପ୍ରଭୁ ସ୍ମରଣେ
ଆଧ୍ୟାତ୍ମିକ ଚେତନା
ଗୁରୁ କଲ୍ୟାଣେ।
~ବାସନ୍ତୀ ଦେଈ ଖୋର୍ଦ୍ଧା
୬)
ନୂଆ ବରଷ
ପ୍ରୀତିଭରା ଶୁଭେଚ୍ଛା
ଆଣୁ ହରଷ ।
~ ପ୍ରଦୀପ କୁମାର ଦାଶ 'ଦୀପକ'
୭)
ନୂତନ ବର୍ଷ
ଦେଉ ମନେ ହରଷ
ଘେନ ଶୁଭେଚ୍ଛା।
~ଜ୍ୟୋତି ପ୍ରଭା ପଟ୍ଟନାୟକ
୮)
ନୂଆ ସକାଳ
ଉତ୍ସାହ ଊଦ୍ଦୀପନା
ଚିତ୍ତ ଚଞ୍ଚଳ ।
~ସସ୍ମିତା ବାରିକ୍। ବୋଲଗଡ଼।
୯)
ଶୁଭଗ ହେଉ
ନୂତନ ସମ୍ଵତ୍ସର
ଆସୁ ସମୃଦ୍ଧି।
~ଆରତୀ ମଞ୍ଜରୀ ଦାଶ
୧୦)
ନୂଆ ବରଷ
ହୃଦୟ ପୁଲକିତ
ମନ ହରଷ।
୧୧)
ନବ ବରଷ
ହେଉ ଦିବ୍ୟ ପ୍ରକାଶ
ଅମା ନିଃଶେଷ।
୧୨)
ହେ ନୂଆବର୍ଷ
ହୁଅ ଆଶୀଷ ଦାୟୀ
ଝରୁ ପୀୟୂଷ ।।
୧୩)
ନଵ ପ୍ରଭାତ
ପ୍ରୀତି ଭରା ସୁମନ
କରେ ଅର୍ପିତ ।
~ମଧୁଛନ୍ଦା ଦାଶ, ଭୁବନେଶ୍ୱର
୧୪}
ଜାତି ପ୍ରାଣର
ପ୍ରତିଷ୍ଠା,ଆତ୍ମୋତ୍ସର୍ଗ
ଧର୍ମପଦ ର।
୧୫)
ମନ୍ଦିର ଗାତ୍ର
ଭାସ୍କର୍ଯ୍ୟ ନିଦର୍ଶନ
ତା' ।ଦିବ୍ୟ ଦାନ।
~ଆରତି ମଞ୍ଜରୀ ଦାଶ, ଗୁରୁଜଙ୍ଗ, ଖୋରଧା।
୧୬)
ପ୍ରାଣ ସମ୍ଭୂତା
ଇତିହାସେ ପ୍ରତିଷ୍ଠା
ଅତୀତ ଗାଥା।
୧୭)
ସତ୍ୟ ବ୍ୟାଖ୍ୟାନ
ଦିଏ ଭବ୍ୟ ଦର୍ଶନ
ଜ୍ଞାନ ବିଜ୍ଞାନ।
~ଚପଳା ପଣ୍ଡା, ଖୋର୍ଦ୍ଧା।
୧୮)
ନୂଆ ବରଷ
ମନେ ନାହିଁ ସରସ
କରୋନା ପାଇଁ।
୧୯)
ନିଜେ ନିଜକୁ
ରଖିଥିବା ଦୂରେଇ
ସତର୍କ ରହି।
~ଜ୍ୟୋତି ପ୍ରଭା ପଟ୍ଟନାୟକ
୨୦)
ସୁନ୍ଦର ମନ
ସ୍ଵଛ ଭାବନାରେ ମୁଁ
କାଟିବି ଦିନ।
୨୧)
କରିବି ସେବା
ସମାଜର ସଂସ୍କାର
ହେଉ ମୋ ବ୍ରତ।
~ଜ୍ୟୋତି ପ୍ରଭା ପଟ୍ଟନାୟକ
୨୨)
ପ୍ରୀତି ଶୁଭେଚ୍ଛା
ସବୁରି ମନେ ଭରେ
ନୂତନ ଆଶା।
୨୩)
ଶୀତ ସକାଳ
କାକର ବିନ୍ଦୁସଜା
ଫୁଲ ଙ୍କ ମେଳ।
୨୪)
ପୁରୁଣା ଛାଡ଼
ନୂତନ ଉନ୍ମେଷ ରେ
ମନକୁ ଗଢ଼ ।
୨୫)
ଜୀବନ ଯୁଦ୍ଧ
ଜିତିବାକୁ ପଡ଼ିବ
ହୋଇ ସମୃଦ୍ଧ।
୨୬)
ଟିକା ଟିପ୍ପଣୀ
ମାଜି ମୁଜି କରାଏ
ଚମକ ବାଣୀ।
~ସରୋଜିନୀ ଦାସ
୨୭)
ରଙ୍ଗ ଦୁନିଆଁ
ହସ ଲୁହ ପସରା
ସ୍ମୃତି ଆସରା
୨୮)
ପ୍ରେମଜଗତ
ପ୍ରେମରେ ଆତଯାତ
ସଙ୍ଗାତ ମିତ
୨୯)
ଆମେ ବାଟୋଇ
ଆଗେ ଜୀବନ ନଈ
ଭରସା ନାହିଁ
୩୦)
ପ୍ରଭୁ ସୁମରି
ହୋଇବା ନଦୀ ପାରି
ନଉକା ଧରି।
~ଜ୍ୟୋତି ପ୍ରଭା ପଟ୍ଟନାୟକ
୩୧)
ହସିକି ଦେଖ
ନିଶ୍ଚେଁ ପାଇବ ସୁଖ
ନଥାଏ ଦକ।
୩୨)
ହାତ ଉଠିଲେ
ମାଡ ଲାଭରେ ମିଳେ
କଚେରୀ ଦେଖେ।
~ଆରତି ମଞ୍ଜରୀ ଦାଶ, ଗୁରୁଜଙ୍ଗ।
୩୩)
ବୁଷ୍ଟର ଡୋଜ
କରୋନା ଟୀକା ନେବା
ସଚେତନତା।
୩୪)
ମାସ୍କ ପିନ୍ଧିବା
ଦୂରତା ରଖୁ ଥିବା
ହାତ ଧୋଇବା
୩୫)
ଆସନ୍ତା କାଲି
ବରିଷ୍ଠ ନାଗରିକ
ଟୀକାକରଣ।
~ଜ୍ୟୋତି ପ୍ରଭା ପଟ୍ଟନାୟକ
୩୬)
ଶୀତ ପ୍ରକୋପ
ଦାଉ ସାଧେ କରୋନା
ହତାଶ ନର।
୩୭)
ସଚେତ ହୁଅ
ସଦା ନିୟମ ପାଳ
ନ କର ଭୟ।
୩୮)
ବିବେକାନନ୍ଦ
ପୂଣ୍ୟ ଜନମ ତିଥି
ଯୁବ ଦିବସ।
୩୯)
ସତ୍ୟ ନିର୍ଭୀକ
ଆଧ୍ୟାତ୍ମିକ ଚେତନା
ଦୃଢ଼ ସଂକଳ୍ପ।
୪୦)
ଶାମ୍ବ ଦଶମୀ
ସୂର୍ଯ୍ୟ ପୂଜନେ ପ୍ରାପ୍ତ
ଶରୀର ସୁସ୍ଥ।
୪୧)
ଅକ୍ଷୟ ପୂଣ୍ୟ
ମକର ସଂକ୍ରାନ୍ତି ରେ
କରିବ ଦାନ।
୪୨)
ଦାନ ଟି ପୂଣ୍ୟ
ନାଭି ଛେଦନ କାଳ
ପ୍ରକୃଷ୍ଟ ବେଳ।
~ବାସନ୍ତୀ ଦେଇ, ଖୋର୍ଦ୍ଧା।
୪୩)
ଦାନରେ ପ୍ରାପ୍ତ
ଦ୍ରବ୍ୟରେ ମୋହ,ବହୁ
ଦୁଃଖ ଟାଣେଇ।
୪୪)
କିଞ୍ଚିତ ଦାନ
ସତ୍ ପାତ୍ରେ ପ୍ରୟୋଗ
ସୁଫଳଦାୟୀ।
~ଆରତି ମଞ୍ଜରୀ ଦାଶ, ଗୁରୁଜଙ୍ଗ।
୪୫)
ଶାମ୍ବ ଦଶମୀ
ସୂର୍ଯ୍ୟ ଦେବ ଙ୍କ ପୂଜା
ରୋଗରୁ ମୁକ୍ତି।
୪୬)
ବାଳ ସୁରୁଜ
ପୂଜନ୍ତି ଶୁଦ୍ଧ ଚିତ୍ତେ
ବାଢି ନୈବେଦ୍ୟ।
୪୭)
ଫଳ ଓ ମିଠା
ଘାଣ୍ଟ ତରକାରୀ ରେ
କରନ୍ତି ପୂଜା।
~ଜ୍ୟୋତି ପ୍ରଭା ପଟ୍ଟନାୟକ,ଖୋର୍ଦ୍ଧା
୪୮)
ବିବେକାନନ୍ଦ
ବାଣୀ ଥାପି ଅମୃତ
କରିଛ ସିଦ୍ଧ।
୪୯)
ସଂଯମ ଭାବ
ଜୀବନର ବରତ
ଜାଗ୍ରତ ଭବ।
୫୦)
ଅଗ୍ନି ସ୍ଫୁଲିଙ୍ଗ
ବିଶ୍ଵ ବିଜୟୀ ବାଣୀ
କର୍ତ୍ତବ୍ୟ ଢଙ୍ଗ।
~ଚପଳା ପଣ୍ଡା, ଖୋର୍ଦ୍ଧା
୫୧)
ହେ ଜଗଦୀଶ
ଭକ୍ତ କଲ୍ୟାଣେ ସଦା
ଝରେ ଆଶୀଷ ।
୫୨)
ନାରୀ ତୁ ଧନ୍ୟା
ସୀତା ସାବିତ୍ରୀ ରୂପେ
ଅଟୁ ଅନନ୍ୟା ।
~ମଧୁଛନ୍ଦା ଦାଶ, ଭୁବନେଶ୍ୱର
୫୩)
ସକଳ ଶକ୍ତି
ଉଇଁଲେ ଦିବାକର
ଘେନ ପ୍ରଣତି।
୫୪)
ପ୍ରଭାତ ହେଲା
ପୂରୁବ ଦିଗୁ ସୂର୍ଯ୍ୟ
ମୁହଁ ଦିଶିଲା।
୫୬)
ବାଳ ସୁରୁଜ
ସୁନେଲି ଆକାଶରେ
ଆଙ୍କି ମୁରୁଜ।
୫୭)
ଦୁର୍ଗନ୍ଧ ନାଶ
ଖରା ତେଜରେ ରୋଗ
ହେଲା ବିନାଶ।
୫୮)
ସକାଳୁ ଉଠ
ସୂର୍ଯ୍ୟ ପ୍ରାଣାୟମରେ
ହୁଅ କର୍ମଠ।
~ଜ୍ୟୋତି ପ୍ରଭା ପଟ୍ଟନାୟକ
୫୯)
ଚଞ୍ଚଳ ମନ
ନିମିଷେ ଘୁରିଆସେ
ଚଉଭୂବନ ।
୬୦)
ବୀର ସୈନିକ
ଦେଶ ମାତୃକା ଲାଗି
ସାଜେ ରକ୍ଷକ ।
୬୧)
ହେ ପାରାବାର
ପ୍ରଶାନ୍ତ ଜଳରାଶି
ତୁ ନିରାକାର ।
୬୨)
ଆମ କବିତା
ସୃଜନଶୀଳତା ର
କରଇ ବାଖ୍ୟା ।
~ମଧୁଛନ୍ଦା ଦାଶ ଭୁବନେଶ୍ୱର ।
୬୩)
ସକାଳ ଖରା
ଦେହକୁ ବଡ଼ ହିତ
ଶରୀର ସୁସ୍ଥ।
୬୪)
ବଢ଼ିଲା ଶୀତ
ଗରମ ପୋଷାକ ର
ବଢେ ମହତ୍ତ୍ୱ।
୬୫)
ଖୋଲିବ ସ୍କୁଲ
ପିଲାଙ୍କ ଖୁସି ଦେଖ
ସାଥୀଙ୍କ ମେଳ।
୬୬)
ଆମ କବିତା
ମାସିକ ଇ ପତ୍ରିକା
ସୁନ୍ଦର ଲେଖା।
୬୭)
ସାଧାନା ସିଦ୍ଧି
ଯୋଗୀ ସାଧନ୍ତି ଯୋଗ
ହୁଏ ପ୍ରସିଦ୍ଧି।
୬୮)
ଜୀଵ ପରମ
ଆତ୍ମା ଟି ଅବିନାଶୀ
ଘଟ ବଦଳ।
୬୯)
ଧରମ କର
ସଂସାର ସାଗରରୁ
ହୋଇବୁ ପାର।
୭୦)
ଆସେ ଲଙ୍ଗଳା
ଯିବାବେଳେ ବି ଯିବା
ଆମେ ଫୁଙ୍ଗୁଳା।
୭୧)
ଗର୍ବ ନ କର
ଅନିତ୍ୟ ସଂସାରରେ
କିଏ ନିଜର।
~ ଜ୍ୟୋତି ପ୍ରଭା ପଟ୍ଟନାୟକ
୭୨)
କିଏ କାହାର
ସବୁ ମାୟାରେ ବାୟା
ଏଇ ସଂସାର ।
୭୩)
ସ୍ନେହ ବନ୍ଧୁତା
ଲାଗଇ ଆପଣାର
ସମ୍ପର୍କ ଡୋର ।
୭୪)
ସ୍ଵର୍ଗ ଓ ନର୍କ
ଏ ମରତ ଭୁବନେ
ସବୁ ପ୍ରାପତ ।
୭୫)
ସୂକ୍ଷ୍ମ ରୂପରେ
ସକଳ ଘଟେ ଆତ୍ମା
ବିରାଜ କରେ ।
~ ବାସନ୍ତୀ ଦେଈ, ଖୋର୍ଦ୍ଧା
🌷🌹🌷🌹🌷🌹🌷
कोई टिप्पणी नहीं:
एक टिप्पणी भेजें