हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

बुधवार, 2 जून 2021

~•~ "ସକାଳ" ବିଷୟକ ସାରସ୍ୱତ ହାଇକୁ କାବ୍ୟ ଯାତ୍ରା ~•~

~ ସାରସ୍ୱତ ହାଇକୁ କାବ୍ୟ ଯାତ୍ରା ~

ହାଇକୁ PROMPT

ସକାଳ

~•~


୧)

ସଜ ସକାଳ

ଚାଷୀ ଚାଲେ ସଅଳ 

କାନ୍ଧେ ଲଙ୍ଗଳ ।


୨)

ଶୁଭ ସକାଳ

ସୂର୍ଯ୍ୟ ନୁହେଁ କୁଣ୍ଠିତ 

ଦିଏ ଆଲୋକ ।


~ ପ୍ରଦୀପ କୁମାର ଦାଶ


୩)

ଆସ ସକାଳ

ଅଗଣାରେ ଆମର

ମୁହଁ ପଖାଳ ।


୪)

ନବ ସନ୍ଦେଶ

ସଭିଙ୍କ ମନେ ଜାଗୁ

ଦିଅ ଆଶିଷ  ।


~ ପ୍ରତିମା ମେହେର


୫)

ସକାଳ ଖରା

ସୁନେଲି ଝଟକ ସେ

ମନକୁ ଭରା ।


୬)

ସକାଳ ହସ

କାମ ବଢାଇବାର

ଶୁଭ ସନ୍ଦେଶ ।


୭)

ଡାମରା କାଉ

ସକାଳ ପାଇଲେ, କହ

କିଆଁ ବୋବାଉ ।


~ ଆଶୁତୋଷ ମେହେର


୮)

ସବୁ ସମାନ

ଅନ୍ଧାରୁଆ ଜୀବନେ

ସକାଳ, ସନ୍ଧ୍ୟା ।


୯)

ଦିନେ ନା ଦିନେ

ଆସିବ ତ ସକାଳ

ରାତି ପାହିବ ।


~ ରାଜେଶ କୁମାର ମୁଣ୍ଡ


୧୦)

ନୂଆଁ ସୂରୂଜ

ଆଜି ଆସିଛି ଘେନି

ନୂଆଁ ସକାଳ.. !


~ ବିଶ୍ବନାଥ ଭୁଏ


୧୧)

ସକାଳ ହେଲେ 

ସୁନେଲି କିରଣ ବୁଣି 

ସୂର୍ଯ୍ୟ  ଉଇଁଲେ ।


୧୨)

ଶାନ୍ତ ସକାଳ 

ସର୍ବେ ହୁଅ ଚଞ୍ଚଳ 

ନିଦ୍ରାକୁ ତେଜି ।


୧୩)

ରାତି ପାହିଲା 

ସକାଳ ଆସି ହେଲା 

କାଉ ରାବିଲା ।


୧୪)

ସକାଳୁ ଉଠି

ତୋଳିବା ଆସ ଫୁଲ 

ଦିଅଁ ଙ୍କ' ଲାଗି ।


~ ସମିତା ସ୍ବାଇଁ 


୧୫)

ହେଲା ସକାଳ

ବିଲକୁ ଯାଏ ଚଷା

ଧରି ପଖାଳ ।


୧୬)

ସଞ୍ଜ ସକାଳ

ବସି ଖେଳିଲେ ତାସ

ସଂସାର ନାଶ ।


~ ଡମ୍ବରୁଧର ବାଗ 


୧୭)

ଶୁଭ ସକାଳ

କର୍ମ କ୍ଷେତ୍ରକୁ ଯିବା

ହୋଇ ଚଞ୍ଚଳ ।


୧୮)

ସକାଳ ହେଲା

ଅନ୍ଧକାର ଦୁରେଇ

ଆଲୋକ ଦେଲା ।


~ ସୁଧୀର କୁମାର ପଣ୍ଡା


୧୯)

ଉଦିତ ସୂର୍ଯ୍ୟ

ରଶ୍ମିପ୍ରଭା ସକାଳ

ତୋଳେ ମୁରୁଜ ।


୨୦)

ହେଲେ ସକାଳ

ଶାନ୍ତ ସ୍ନିଗ୍ଧ ନିର୍ମଳ

ହୃଦେ ପ୍ରବଳ ।


୨୧)

ସଞ୍ଜ ସକାଳେ

ଦେବ-ଦେବୀ ପୂଜନ

ସଭକ୍ତି ଭୋଳେ ।


~ ଶମ୍ଭୁନାଥ ଦାସ 


 ୨୨)

ସକାଳ ସୂର୍ଯ୍ୟ

କିରଣ ହିତପାଇଁ

ଶରୀରେ ଧାର୍ଯ୍ୟ ।


୨୩)

ସଞ୍ଜ ସକାଳ

ଈଶ୍ୱର ସ୍ମରଣୀୟ

ଜୀବନ କାଳ ।


୨୪)

ଶରୀର ହିତେ

ସକାଳର ପବନ

ପାଇବା ସତେ ।


୨୫)

ଚୈତ୍ର ସକାଳ

ଗୋଟାଇବା ଚାଲନ୍ତୁ

ମହୁଲ ଫୁଲ ।


୨୬)

ଚାଷୀ କପାଳ

ଉଠି ସକାଳ ଖାଏ

ବାସି ପଖାଳ ।


୨୭)

ଶୁଭ ସକାଳ

ଅଭିନନ୍ଦନ ଦେବା

ସବୁଠୁ ଭଲ ।


~ ଜୟରାମ ସାହୁ


୨୮)

ତପନ ସ୍ପର୍ଶେ

ଧରା ବକ୍ଷେ ଆସିଛି

ନୂଆ ସକାଳ ।


୨୯)

ଶିଶିର ସିକ୍ତ

ଦୁର୍ବାଦଳ ହସ‌ଇ

ହେଲେ ସକାଳ ।


~ ନିବେଦିତା ମହାପାତ୍ର


୩୦)

ପ୍ରାତଃ କିରଣ

ଭିଟାମିନ ଡି ମିଳେ

ଦେହକୁ ହିତ ।


୩୧)

କଁଅଳା ଶିଶୁ

ସକାଳ କିରଣ ରେ

ଦିଅ ଶୁଆଇ ।


୩୨)

ଶୁଭ ସକାଳ

ଶୁଭେଚ୍ଛା ଜଣାଇଲେ

କୁଶଳ ବାର୍ତ୍ତା ।


୩୩)

ସକାଳ ହେଲେ

କାକ ରାବଇ ବସି

ଚାଳ ଉପରେ ।


୩୪)

ସକାଳେ ଚାଲ

ସୁସ୍ଥ ରହିବ ଦେହ

ମନ ପ୍ରଫୁଲ୍ଲ ।


୩୫)

ସକାଳ ସଂଧ୍ୟା

ଦେବ ପୂଜାରେ ମନ

ବିଭୁ ସୁମର ।


୩୬)

ଝରା ଶେଫାଳୀ

ରାତିରେ ଝଡିପଡେ

ସକାଳ ସ୍ବପ୍ନ ।


୩୭)

ଗାଆଁ ର ଦୃଶ୍ୟ

ଅତୀବ ମନୋରମ

ଶୀତ ସକାଳ ।


୩୮)

ବସନ୍ତ ଋତୁ

ଆମ୍ର ବୃକ୍ଷରେ ପିକ

ସକାଳେ ରାବେ ।


୩୯)

ପ୍ରାତଃ ଶିଶିର

ସକାଳ କିରଣ ରେ

ମୁକ୍ତା ସମ୍ଭାର ।


~ ବାସନ୍ତୀ ଦେଈ


୪୦)

କମିହାଁ ପିଲା 

ବେଲଉଦାକେ କ୍ଷେତ୍ ମୁଡ଼େ 

କାହିଁର୍ ବେଡ୍'ଟି ହୋ ।


୪୧)

ସକାଳ ପାଏଲେ 

ଗୁଡି ଗମ୍ଭୀରା ପର୍'ସାଦ୍ 

ଖାଲି ଧାଁ ଧପଡ୍ ।


~ ଆର. ବରସାନା ନନ୍ଦିନୀ 


୪୨)

ହଲ୍ ଲଙ୍ଗଲ୍ ବାଟେ 

ଧରେଇ ଦିଅ ଦେଖ୍'ବ

ମର୍ଣିଙ୍ଗ୍ ୱାକ୍ ଠପ୍ ନ.. ।


୪୩)

ଯାର୍ ଅଛେ ନେଟ୍'ପେକ୍ 

ବ୍ରେକ୍'ଫାଷ୍ଟ୍ ବ୍ରେଡ୍'ବଟର୍ ଗୁରସ୍ 

ଖାଲି ପେଟେ ଛି ... ।


~ ଉତ୍ତମ ହୋତା


୪୪)

ସକାଳ ଖରା 

କଅଁଳ ମିଠା ମିଠା 

ଆସ ଖାଇବା ।


୪୫)

ସଫଳ ଜୀବ 

ସୂର୍ଯ୍ୟ ସହ ଚାଲିବା 

ଯିବା ଆସିବା ।


~ ନନ୍ଦିନୀ ଶତପଥୀ


୪୬)

ଘନ ତିମିର

ସୁରୁଜ ଆଣେ ଆଶା 

ନୂଆଁ ସକାଳ ।


୪୭)

ପକ୍ଷୀ କାକଳି 

ଶ୍ରାବଣର ସକାଳ 

ଆହାର କଷ୍ଟ ।


୪୮)

ଚାଷୀ ବାପୁଡ଼ା

ପଖାଳ କଂସା ଲୁଣ 

ସକାଳ ପାହେ ।


୪୯)

ସ୍କୁଲ ବ୍ୟାଗରେ 

ଭବିଷ୍ୟତର ସ୍ୱପ୍ନ 

ସକାଳ ଖରା ।


୫୦)

ମନ୍ଦିର ଶଙ୍ଖ 

ବେଦମନ୍ତ୍ରର ଧ୍ୱନି 

ଶୁଭ ସକାଳ ।


୫୧)

ସକାଳ ହାଟ 

ଦିନଚର୍ଯ୍ୟା ଆରମ୍ଭ 

ପୁରୁଣା ପାଠ ।


୫୨)

ଚା କପ୍'ରେ ଝଡ଼ 

ସକାଳୁଆ ଆସର 

ଦେଶ ବିଦେଶ ।


୫୩)

ଚଳ ଚଞ୍ଚଳ 

କର୍ମଯୋଗୀ ଜୀବନ 

ସକାଳ ସଂଜ ।


୫୪)

ମର୍ଣ୍ଣିଂ ୱାକ୍ ଚାଲେ 

ସ୍ୱାସ୍ଥ୍ୟ ସଚେତନତା 

ସକାଳ ସ୍ନାନ ।


୫୫)

କଅଁଳ ଖରା 

ସୂର୍ଯ୍ୟସ୍ନାନ କରଣ 

ଭିଟାମିନ୍ "ଡି" ।


~ ରମାକାନ୍ତ ସତପଥି


୫୬)

ପ୍ରଭାତ ବାୟୁ

ଜିବନ ପାଇଁ ହିତ

ବଢ଼ଇ  ଆୟୁ ।


୫୭)

ପ୍ରାତଃ ପବନ

ସୁଲୁ ସୁଲୁ ବହଇ

ଲାଗେ ଉଚ୍ଛନ୍ନ ।


୫୮)

ନବ ସକାଳ

ମନେ ଭରେ ଆବେଗ

ହେଇ ଉଜ୍ଜ୍ବଳ ।


~ ଦୟାନନ୍ଦ ଶବର 


୫୯)

ସକାଳ ସ୍ନାନ

ଦେହକୁ ବଡ ହିତ

ସ୍ଵାସ୍ଥ୍ୟର ଯତ୍ନ ।


୬୦)

ସକାଳ ଗାଡି

ଭାରି ଭିଡ ହୁଏସେ

ଯାତ୍ରୀଙ୍କ ମେଳ ।


୬୧)

ଶୀତ ସକାଳ

ଗାଆଁ ଦାଣ୍ଡର ଦୃଶ୍ୟ

ନିଆଁ ପୁଆଁରେ ।


୬୨)

ଚାଆ ଭାଟିରେ

ସାଙ୍ଗ ସାଥେ ସକାଳ

ଗୁଲି ଖଟିରେ ।


୬୩)

ଉଦିତ ସୂର୍ଯ୍ୟ

ସୁନେଲି ସକାଳରେ

ମନୋହରରେ ।


୬୪)

ଚାଳରେ ବସି

ରାବ ଦେଉଛି କାଉ

ସକାଳେ ନିତି ।


୬୫)

ଦେବ ମନ୍ଦିର

ଘଣ୍ଟ ଆଳତି ଶୁଭେ

ସଞ୍ଜ ସକାଳ ।


୬୬)

ସୁନେଲି ଖରା

ଢାଳେ ସୂରୁଜ ଦେବ

ସକାଳେ ପରା ।


୬୭)

ବନ ପ୍ରାନ୍ତରେ

ସକାଳ ଝୁମିଯାଏ

ପକ୍ଷୀ ରାବରେ ।


୬୮)

ଘାସ  ଲତାରେ

ସକାଳେ ଚିକ୍ ମିକ୍

କାକର ସ୍ପର୍ଶ ।


୬୯)

ଜଳେ ପଦୁଅଁ

ଫୁଟେ ସକାଳେ ନିତି

ଉଇଁଲେ ସୂର୍ଯ୍ୟ  ।


୭୦)

ଫୁଲ ତୋଳାରେ

ଭାରି ଭିଡ ତ ହୁଏ

ସକାଳ ହେଲେ ।


୭୧)

ପୋଖରୀ ତୁଠ

ପରର ଚର୍ଚ୍ଚା ହୁଏ

ହେଲେ ସକାଳ ।


୭୨)

ନିତ୍ୟ ସକାଳେ

ନିତ୍ୟ କର୍ମ ସଂପୂର୍ଣ୍ଣ

ବଡ ହିତରେ ।


୭୩)

ସଞ୍ଜ ସକାଳେ

ନୀର ଭିଜା ନୟନେ

ବିଭୁ ସ୍ମରଣେ ।


୭୪)

ଗାଆଁ ସକାଳ

କ୍ଷେତେ ଯାଏ କୃଷକ

ଖୁସି ବିଭୋରେ ।


୭୫)

ଝରା ସେଫାଳି

ସକାଳ ପୂର୍ବରୁ ସେ

ପଡେ ଝାଉଁଳି ।


୭୬)

ଉତ୍ତମ ସ୍ଵାସ୍ଥ୍ୟ

ସକାଳ ଦଉଡିବା

ଦେହକୁ ହିତ ।


୭୭)

ପ୍ରିୟାର ପାଇଁ

ରାତି ଟା ସ୍ଵପ୍ନଭରା

ସକାଳେ ନାହିଁ ।


~ ଦମୟନ୍ତୀ ରଥ


୭୮)

ଭୋର ସକାଳୁ

ସୂର୍ଯ୍ୟ ସ୍ନାତ ଧରଣୀ

ସିନ୍ଦୂରା ଫାଟେ ।


~ ରତ୍ନ ପ୍ରଭା ସିଂ


୭୯)

ସକାଳ ଚାଲି 

ଦେହକୁ ହିତ ବୋଲି 

ଯାଏ ମୁଁ  ବୁଲି ।


୮୦)

ପ୍ରାତଃ କରଇ 

ସ୍ନାନ, ଧ୍ୟାନ ଓ ପୂଜା 

ମନ୍ଦିର ଯାଇ ।


୮୧)

ସକାଳ ସଞ୍ଜ 

ଭଜଇ ହରିନାମ 

ବସି  ନିକୁଞ୍ଜ... l


~ ସୁଧାଞ୍ଜଳି ମିଶ୍ର


୮୨)

ନୁକୋ ସକାଲ 

ସତେ କେଡ଼େ ସୁନ୍ଦର

ହେସି ଚହଲ ।


୮୩)

ଗାଏସି ଗୀତ 

ଦେଖ ଗାଁ'ର ହଲିଆ

ମାନସି ରୀତ ।


~ ପ୍ରତିମା ମେହେର


୮୪)

ସକାଳ-ସନ୍ଧ୍ୟା 

ମୁଦ୍ରାର ଦୁଇ ପାର୍ଶ୍ବ 

ଆଶା-ନିରାଶା ।


୮୫)

ସକାଳ ଆସେ 

ବେଡଟିର ମହକ 

ଚାଉମିନ୍ ଭୋକ ।


୮୬)

ସକାଳ ସୂର୍ଯ୍ୟ 

ସୁସ୍ନିଗ୍ଧ ଅରୁଣିମା 

ନୂତନ ଆଶା ।


୮୭)

ସକାଳ ସ୍ନାନ 

ଅତୀତ ଇତିହାସ 

ପଖାଳ ପାଣି ।


୮୮)

ଉଷା ଆଗମ

ଉପେନ୍ଦ୍ର, ଗଂଗାଧର 

କବି ମଞ୍ଜୁଳ ।


୮୯)

ଉଲଙ୍ଗ ନୃତ୍ୟ 

ଅପଭ୍ରଂଶ ସଂସ୍କୃତି

ସକାଳ ହଜେ ।


୯୦)

ଆଖିଏ ସ୍ୱପ୍ନ 

ଶିଶିରର ସକାଳ 

ଚାଷୀ ବିଭୋର ।


୯୧)

ସଞ୍ଜୁ ସକାଳ 

ଜହ୍ନିଫୁଲ ଆୟୁଷ 

ବିନିଦ୍ର ରାତି ।


୯୨)

ରକ୍ତିମ ଉଷା 

ସୀମାନ୍ତର ପ୍ରହରୀ 

ଭୀତିରେ ଆଶା ।


୯୩)

ସକାଳ ମେଘ 

ସକାଳର କୁଣିଆ 

ନ ରହେ ଦିନ ।


~ ମନୀଷା ମିଶ୍ର


୯୪)

ଖେତ୍ ଆରି ସକାଳ୍ 

ବାସି ପଖାଲ୍, ଝୁରି ତୁନ୍ 

ଚାଷୀର୍ ମନ୍ ଉସତ୍ ।


୯୫)

ଖୁସାର୍ ପାନ୍ ପତ୍'ରି 

ସକାଲ୍ ଖରାର୍ ଛଁଏରା 

ମୁହୁଁ ଦରପନ୍ ।


~ ମନୀଷା ମିଶ୍ର


୯୬)

ସକାଳ ହୁଏ

ଜୀବନ ଅଗଣା ରେ

ପ୍ରଭୁ ନାମରେ ।


୯୭)

ପ୍ରାଣ ଦୋଳି ରେ

ସକାଳ ରଙ୍ଗ ଶୋଭା

ସପନ ଆସେ ।


~ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ

☆☆☆☆☆☆☆☆☆☆


मंगलवार, 1 जून 2021

~•~ ଫୁଲ ବିଷୟକ ସାରସ୍ୱତ ହାଇକୁ କାବ୍ୟ ଯାତ୍ରା ~•~

ସାରସ୍ୱତ ହାଇକୁ କାବ୍ୟ ଯାତ୍ରା

ହାଇକୁ


ଫୁଲ

~•~

୧)

ଫୁଲ ସୁନ୍ଦର 

କିନ୍ତୁ ପ୍ରଶଂସା ହୁଏ

ମାତ୍ର ବାସ୍ନାର ।


୨)

ସାନ୍ଧ୍ଯ ଆସର

ବସନ୍ତର ଓଠରେ

ଫୁଲେ ପଳାଶ ।


୩)

ବଗିଚା ଫୁଲ 

ଚାହିଁ ରହିଛି ବାଟ 

ଭଅଁର ଭେଟ ।


୪)

ତାତିଲା ଝାଞ୍ଜି

ଫୁଲର ବାସ୍ନା ଆଜି 

ଯାଇଛି ହଜି ।


୫)

ନୀଳ ଆକାଶ 

କାଶତଣ୍ଡୀର ଫୁଲ 

ଧବଳ ମେଘ ।


~ ପ୍ରଦୀପ କୁମାର ଦାଶ


୬)

ଲଗାନ୍ତୁ ଗଛ

ଫୁଲ ଫଳ ପାଆନ୍ତୁ

ପଛକୁ ପଛ ।


୭)

ଫୁଲ ସୁବାସ

ହୃଦୟେ ଶିହରଣ

ପ୍ରୀତିର ବାସ ।


୮)

ଦେବ ପୂଜନ

ଫୁଲର ଆଦର ଯେ

ସର୍ବାଗ୍ରେ ଜାଣ ।


~ ଶମ୍ଭୁନାଥ ଦାସ


୯)

ସୁନ୍ଦର ଫୁଲ

ମୋ ହୃଦ ଅଗଣାରେ

ତୁମେ ହିଁ ତୁମେ ।


୧୦)

ଫୁଲଟେ ହୋଇ

ଫୁଟି ଯିବ କି ସତେ

ନୀଳ କନ୍ଦରେ ।


~ ରାଜେଶ କୁମାର ମୁଣ୍ଡ


୧୧)

ଫୁଲ୍'ଟେ ହେମି ଯେ 

ଫୁଟାମି ଭାବୁଥିଲୁ 

ଫୁଟବାର୍ ଆଗ୍'ରୁ ।


୧୨)

ଫୁଟ୍'ଲିଁ କିନି.. ଦେଖ୍ 

ଫୁଟାଲିଁ ବି ତ ସମ୍'କୁ 

ହାଦେ ସେ ମାଲି ।


~ ଆର. ବରସାନା ନନ୍ଦିନୀ


୧୩)

ଫୁଲ ସୁଗନ୍ଧ 

ମନ ମତାଣିଆ ଯେ

ଭଅଁର ବାଇ ।


୧୪)

ଫୁଲ ର ରଂଗେ

ଇନ୍ଦ୍ରଧନୁ ଖେଳେ କି

ମାଟି ଉପରେ ।


୧୫)

ରଙ୍ଗରେ ଭରା

ପାଖୁଡା ସତେ ଅବା

ଓଠ ର ଧାରା ।


~ ଆଶୁତୋଷ ମେହେର


୧୬)

ଫୁଲର ରାଣୀ

ଅକାଳେ ପଡିଲା ଝଡି

ଶୁଭ୍ରା ଶେଫାଳୀ ।


୧୭)

ମନ ଅଙ୍ଗନେ 

ଫୁଟିଛି କେତେ ଫୁଲ 

ସୁଗନ୍ଧ ଭରା ।


୧୮)

ଗୋଲାପ ଫୁଲ 

ପ୍ରିୟ ସେ ସଭିଙ୍କର

ପ୍ରେମ ରଙ୍ଗର ।


୧୯)

ସୁନ୍ଦର ଅତି

ଯୁଇ, ଯାଇ,ମାଳତୀ 

ଫୁଲ ସେବତୀ ।


~ ସମିତା ସ୍ବାଇଁ 


୨୦)

ଫୁଲର ହାର

ଶ୍ରୀକୃଷ୍ଣ ଙ୍କ ଗଳାରେ

କି ମନୋହର !

 

୨୧)

ଛୋଟ ଶିଶୁଟି

ଫୁଲକଢି ସଦୃଶ

ଧରାଧାମର ।


~ ଡମ୍ବରୁଧର ବାଗ


୨୨)

ତନୁ କୋମଳ

ଦେଇ ଚାଲେ ସୁରଭୀ

ଜୀବନ କାଳ ।


୨୩)

ସେ ଅପରୂପା

ସମ୍ଭାବନାରେ ବିତୁ

ଫୁଲର ଋତୁ ।


~ ସୁଧୀର କୁମାର ପଣ୍ଡା


୨୪)

ଫୁଟି ନାଇଁ ପାର୍'ବୁ 

ଦେବେ ଦଲି ହେମାନେ 

ଫୁଟ୍'ଲେ ଜାନିଥା ।


୨୫)

ଦେଖ୍'ଲୁ ତ କେନ୍ତା 

ଫୁଟୁଥା ଇଛେନ୍ ହାଦେ 

ଆଏଲାନ ଦେଖ୍ ।


~ ଉତ୍ତମ ହୋତା 


୨୬)

ଫୁଲର କଥା 

ଭାରି ମିଠା ହେଲେ ବି 

ଜୀବନ କିନ୍ତୁ ।


୨୭)

ଫୁଟିପାରେ ସେ 

ସେଥିପାଇଁ ପାଇଛି 

ନାଆଁ ଟି ଫୁଲ ।


~ ନନ୍ଦିନୀ ଶତପଥୀ


୨୮)

ଫୁଲଟି ଫୁଟେ

ବଢାଇ ଦିଏ ଶୋଭା

ଉପବନର ।


୨୯)

ଫୁଲ ସୌନ୍ଦର୍ଯ୍ୟ

ବିମୋହିତ ଭ୍ରମର

କର‌ଇ ସ୍ପର୍ଶ ।


~ ନିବେଦିତା ମହାପାତ୍ର


୩୦)

ଭଲକୁ ଶିଖ

କଣ୍ଟାକୁ ଦେଖ ନାହିଁ

ଫୁଲକୁ ଦେଖ ।


୩୧)

ଦୂରେ ଆସ୍ଥାନ

ସୁବାସ ଦେଇଥାଏ

ବଣ ସୁମନ ।


୩୨)

ଗୋଲାପ ଫୁଲ

ଦିଆ ନିଆ ହୁଅନ୍ତି

ପ୍ରେମୀ ଯୁଗଳ ।


୩୩)

ଅଲୋଡା ଘାସ

ଫୁଲମାଳରେ ଥାଇ

ମସ୍ତକେ ବାସ ।


୩୪)

ଦେବ ମସ୍ତକେ

କୁସୁମ ଅରପିଲେ

ମନ ମହକେ ।


୩୫)

ମନ୍ଦାର ଫୁଲ

ଦେବୀଙ୍କ ମସ୍ତକରେ

କେଡ଼େ ସୁନ୍ଦର ।


୩୬)

କଇଁ ପୁଷ୍କର

ଉଇଁବାକୁ ଅପେକ୍ଷା

ଶଶୀ ଭାସ୍କର ।


୩୭)

ପଦ୍ମ ଆସନ

ଦେବୀ ପଦ୍ମାଳୟାଙ୍କ

ହର୍ଷିତ ମନ ।


୩୮)

ଫୁଲର ରସ

ଆସ୍ବାଦନ ପାଇଁ କି

ଭ୍ରମେ ଭ୍ରମର ।


~ ଜୟରାମ ସାହୁ


୩୯)

ଫୁଲ ଡାକସି 

ଆ ବୁଲି ଯିମା କହି 

ମନ ଭୁଳାସି ।


~ ପ୍ରଦୀପ କୁମାର ଦାଶ


୪୦)

କାଗଜ ଫୁଲ

କିମ୍ଭୁତ କଳାକାର

ମାୟା ଦୁନିଆ ।


୪୧)

ସ୍ୱପ୍ନିଳ ଫୁଲ

ପାହାନ୍ତିଆ ସପନ

ପାହେନି ରାତି ।


~ ରାଜେଶ କୁମାର ମୁଣ୍ଡ


୪୨)

ମଧୁଚନ୍ଦ୍ରିକା

ଫୁଲ ଶେଯ ରେ ପ୍ରିୟା

ବିନିଦ୍ର ରାତ୍ରୀ  ।


୪୩)

ଘର କରିଛି

ମୁଁ ଫୁଲର ସହରେ

ମୋ ପ୍ରିୟା ପାଇଁ ।


୪୪)

ଭ୍ରମେ ଭ୍ରମର

ମଧୁ ଆଶେ ଚୁମ୍ବନ

ଚିତ୍ରିତ ପୁଷ୍ପ ।


୪୫)

କି ଭାଗ୍ୟ ତୋର

ଈଶ୍ଵର ଗଳେ ଶୋଭା

ଧନ୍ୟ ସୁମନ ।


୪୬)

ଗଛ ର ଫୁଲ

ଛିଣ୍ଡାଇ ଦିଅ ନାହିଁ

ଦିଶେ ସୁନ୍ଦର ।


୪୭)

ପୁଷ୍ପ ବାଟିକା

ପ୍ରାତଃ ଭ୍ରମଣ କର

ସୁସ୍ଥ ଶରୀର ।


୪୮)

ପୁଷ୍ପ ସମ୍ଭାର

ମଧୁମୟ ସୃଷ୍ଟିର

କିଣଇ ମନ ।


୪୯)

ଶିଳ୍ପୀ ଚାତୁର୍ଯ୍ୟ

ଅମରାବତୀ ପୁର

ସ୍ତବ୍ଧ ଦର୍ଶକ ।


୫୦)

ମନ ଅଙ୍ଗନେ

ଫୁଟିଛି ପ୍ରୀତି ପୁଷ୍ପ

ଦେବ  ଅର୍ପଣେ ।


୫୧)

ଶ୍ଵେତ ଅରଖ

ଶମ୍ଭୁ ଶିରରେ ଶୋହେ

ଶ୍ରେଷ୍ଠ ସୁମନ ।


~ ବାସନ୍ତୀ ଦେଈ


୫୨)

ପୁଷ୍ପ କଳିକା

ଶିଶିର ବିନ୍ଦୁ ଲାଗି

ଦିଶେ ଉଜ୍ଜ୍ବଳ ।


~ ରତ୍ନ ପ୍ରଭା ସିଂ


୫୩)

ଫୁଲଟି ଶୋଭେ 

ଦେବତାଙ୍କ ଗଳାରେ 

ଚହଟ ଭରେ ।


୫୪)

କଫିନ୍ ଉପରେ 

ବୀରପୂତ ବିଦାୟ 

ଫୁଲ ଅର୍ପଣ ।


୫୫)

ଅନୁଢ଼ା ନାରୀ 

ଗୋଲାପି କବରୀରେ 

ପୁଷ୍ପ ଗୁଞ୍ଜନ ।


୫୬)

ଫୁଲ ବଗିଚା 

ନାନାରଙ୍ଗ ସମ୍ଭାରେ 

ବିମୁଗ୍ଧ ଆଖି ।


୫୭)

ପଲାସ ଫୁଲ 

ମୁଗ୍ଧ ବସନ୍ତ ଛାଇ

ଅଗ୍ନି ସ୍ଫୁଲିଙ୍ଗ ।


୫୮)

ରଜନୀଗନ୍ଧା 

ଚନ୍ଦ୍ରସ୍ନାତ ଧରିଣୀ 

ଫୁଲ ସମ୍ଭାର ।


୫୯)

ପକ୍ଷୀ କାକଳି 

ଫୁଲର ଚାଦରରେ 

ଅଣୁ ବିଷ୍ଫୋଟ ।


୬୦)

ଅନଙ୍ଗ ଅଙ୍ଗେ 

ଫୁଲର ଧନୁତୀର 

ବିଦୀର୍ଣ୍ଣ ବକ୍ଷ ।


୬୧)

ଫୁଲ ଓ ନାରୀ 

ତୁଳନାତ୍ମକ ଛନ୍ଦ 

ଗୀତ ମଧୁର ।


୬୨)

ମଧୁପ ଗୁଞ୍ଜେ

ରକ୍ତର ଭିଜାମାଟି 

ଫୁଲ ଝାଉଁଲେ ।


~ ରମାକାନ୍ତ ସତପଥି


୬୩)

ଜୀବନ ମୃତ୍ୟୁ 

ସଂଗ୍ରାମ ଓ ମଣିଷ 

ଦୁଇଟି ପୁଷ୍ପ ।


୬୪)

ସ୍ତବ୍ଧ ବନାନୀ 

ଅପହଞ୍ଚ ଇଲାକା 

ମହୁଆ ଫୁଲ ।


୬୫)

ପଲାସ ଫୁଲ 

ଭ୍ରମର ଉପେକ୍ଷିତ 

ପ୍ରଚ୍ଛଦ ଛବି ।


୬୬)

ଖଣ୍ଡିତ ଦେହ

ଅକୁହା ଆଖି ବ୍ୟଥା 

ଦଳିତ ପୁଷ୍ପ ।


୬୭)

ନିଷ୍ପାପ ଫୁଲ 

ମନ୍ଦିର ଓ ମଶାଣି ।

କର୍ମର ଫଳ ।


୬୮)

ନିଷ୍ପାପ ଶିଶୁ 

ଅବୋଧ୍ୟ ଫୁଲହସ 

ଆଶା ଉଜ୍ଜ୍ୱଳ ।


୬୯)

ଶୈଶବ ହଜେ 

ରସାତଳ ପୃଥିବୀ 

ଫୁଲରେ ବନ୍ୟା ।


୭୦)

ଦିବସ ସ୍ୱପ୍ନ 

ଆସ୍ପର୍ଧା, ଅହମିକା 

ବନର ଫୁଲ ।


୭୧)

କାନ୍ଦୁଛି ଶିଶୁ 

ଭୂଲୁଣ୍ଠିତ ମାଁ କୋଳ 

ମଶାଣି ଫୁଲ ।


୭୨)

ଶ୍ରୀ ମାନ୍ଯବର 

ଫାଇଲ ତଳ ମଲାଟ 

ପୁଷ୍ପର ଗୁଚ୍ଛ ।


~ ମନୀଷା ମିଶ୍ର


୭୩)

ଫୁଲରେ ଫୁଲ

କିଏସେ ଦେବ ତୋର

ଅମୁଲ ମୁଲ ।


୭୪)

ଉପବନରେ

ଶୋଭା ସୌନ୍ଦର୍ଯ୍ୟେ ଫୁଲ

ମଧୁପ ହରେ ।


୭୫)

ସୁଗନ୍ଧ ଭରା

ଫୁଲ ସୁକୁମାରୀ ତୁ

ପ୍ରୀତି ପସରା ।


୭୬)

ଫୁଲର ପ୍ରେମ

ପଡି ଯାଇଛନ୍ତି ତ

ଭ୍ରମର ଗଣ ।


୭୭)

ପ୍ରେମୀ ଯୁଗଳ

ଭାବର ଦିଆନିଆ

ଗୋଲାପ ଫୁଲ ।


୭୮)

ଫୁଲ କୁମାରୀ

କୃଷ୍ଣଚୁଡାର ରଙ୍ଗ 

ସାଜେ କବରୀ ।


୭୯)

ବଣର ମଲ୍ଲୀ

କାନନେ ଫୁଟି ନିତି

ପଡେ ଝାଉଁଳି ।


୮୦)

ଫୁଲ ଆଦର

ପିଲାଠୁ ବୃଦ୍ଧ ଯାଏ

କରେ ନିଜର ।


୮୧)

ଫୁଲ ଚାଙ୍ଗୁଡି

ଚାନ୍ଦକୁ ପୂଜୁଥାନ୍ତି

କୁମାରୀମଣି ।


୮୨)

ମଧୁମକ୍ଷିକା

ମହୁ ଫୁଲରେ ଚୁମେ

ଏକାନ୍ତେ ଏକା ।


୮୩)

ବଉଳ ଫୁଲ

ବାସ ଚହଟି ଯାଏ

ମୋହେ ସକଳ ।


୮୪)

ଫୁଲର ରାଣୀ

କିମିଆ କରି ନେଲୁ

ମନକୁ କିଣି ।


୮୫)

ମଧୁମାଳତୀ

ରଜନୀ ରେ ତୋ ଫୁଲ

ବାସନା ଅତି ।


୮୬)

ଲଗାଅ ନିତି

ଫୁଲ ଗଛର ଚାରା

ଯତନେ ଅତି ।


୮୭)

ଅତର ପରା

ଫୁଲ ଭେଟିଦିଏ ତ

ଆମକୁ ସାରା ।


୮୮)

ରଜନୀଗନ୍ଧା

ଫୁଲ ଗଜରାରେ ତୋ

ଗଭାରେ ବନ୍ଧା ।


୮୯)

ତୋ ପ୍ରୀତି ଫୁଲ

ହୃଦରେ ମୋ ସାଇତା

ଅମୁଲ ମୁଲ ।


୯୦)

ପ୍ରିୟାର ମୁଖ

ଫୁଲଠୁ କୋମଳ ତା

ଗୋଲାପି ଓଠ ।


୯୧)

ପୁଷ୍ପ ଉଦ୍ୟାନ

ବେଦନା ହରିନିଏ

କଲେ ଭ୍ରମଣ ।


୯୨)

ଫୁଲ ରସିଆ

ଫୁଲ ଦେଇକି ଧନ

କଲୁ କିମିଆ ।


୯୩)

ତନୁ ପାତେଳୀ

ଫୁଲ  ପାଇବା ପାଇଁ

ହୁଏ ପାଗେଳି ।


୯୪)

ଫୁଲ ଶେଜରେ

ପ୍ରିୟା ସୁକୁମାରୀ ମୋ

ତନ୍ଦ୍ରା ବିତେରେ ।


୯୫)

ସତରେ ଫୁଲ

ତୋ ବିନା ବିତେନା ମୋ

ସଞ୍ଜ ସକାଳ ।


୯୬)

ଭାରି ଫୁଲେଇ

ଫୁଲଠୁ କୋମଳ ସେ

ଭାରି ଲାଜେଇ ।


୯୭)

ପ୍ରିୟା ମୋହରି

ସରମେ ଝାଉଁଳେ ସେ

ଫୁଲଟେ ପରି ।


୯୮)

ଫୁଲଟେ ପରି

ସୁଗନ୍ଧ ବିତର ତ

ଜୀବନ ଭରି ।


~ ଦମୟନ୍ତୀ ରଥ


୯୯)

ପୁଷ୍ପ ସୁମନ

ଶୋଭା ବିସ୍ତାର କରେ

ବନ କାନନ ।


୧୦୦)

ପୁଷ୍ପ ସୁମନ

ପ୍ରେମୀ ଯୁଗଲଙ୍କର

ହୁଏ ମିଳନ ।


୧୦୧)

ଗୁଲାପ ଫୁଲ

ବଗିଚାରେ ଫୁଟିଛି

ଦିଶେ ଉଜ୍ଜ୍ୱଳ ।


୧୦୨)

ସେଫାଳି ଫୁଲ

ବଣରେ ଫୁଟିଅଛି

ଲାଗୁଛି ଭଲ ।


୧୦୩)

ପୁଷ୍ପ କମଳ

ତା ପାଖୁଡ଼ା ଗୁଡିକ

କେତେ କୋମଳ ।


୧୦୪)

ଫୁଲର ମାଲା

କେତେ ସୁଂଦର ଦିଶେ

ପ୍ରଭୁଙ୍କ ଗଲା ।


୧୦୫)

ଫୁଲର ହାର

ଭକ୍ତିରେ ପୂଜେ ହର

କରି ଜୁହାର ।


୧୦୬)

କଦମ୍ବ ମାଲ

ପାରିଜାତ ସୁମନ

ଦିଶଇ ଭଲ ।


୧୦୭)

ପୁଷ୍ପ କମଳ

ପଦ୍ମନାଭ ନାଭିରେ

ଫୁଟେ ଚଞ୍ଚଳ ।


୧୦୮)

କଦମ୍ବ ଫୁଲ

ଶ୍ରୀକୃଷ୍ଣ ରାଧିକାଙ୍କୁ

ଲାଗଇ ଭଲ ।


~ ଦୟାନନ୍ଦ ଶବର


୧୦୯)

ବାରିର୍ ଜହ୍ନି ଫୁଲ୍ 

ଝକେର୍ ରାଏତ୍'ର ତରା 

ଭମରାର୍ କାନ୍ଦି ।


୧୧୦)

ଦଶ୍'ରା ପୁନି ଜନ୍ 

କୁଆଁରୀ ମନର୍ ଆଶା 

କଦମ୍ ଫୁଲ୍ ବାସ୍'ନା ।


~ ମନୀଷା ମିଶ୍ର 


୧୧୧)

ଫୁଲର ସେଜ

ପ୍ରିୟା ସାଥିରେ ବିତେ 

ଅମୃତମୟ  ।


୧୧୨)

ଗୋଲାପ ଫୁଲ 

ମୋର ପ୍ରିୟା ହାତରେ 

କେଡେ ସୁନ୍ଦର ।


୧୧୩)

କହେ ଭ୍ରମର 

ପଦ୍ମ ଫୁଲ  ମୋପାଇଁ 

କେଡେ ସୁନ୍ଦର ।


୧୧୪)

ଫୁଲ ହୃଦୟ 

ସଦା ସର୍ବଦା ଅଟେ 

ବୈକୁଣ୍ଠ  ପ୍ରାୟ ।


~ ମୁକ୍ତେଶ୍ଵର  ପଧାନ


୧୧୫)

ଗଙ୍ଗଶିଉଳି 

ରାତି ଫୁଟି ସକାଳେ

ଯାଏ  ଝାଉଁଳି ।


୧୧୬)

ଗୋଲାପ ଫୁଲ 

ପ୍ରେମର ପ୍ରତୀକ ସେ 

ଅମୁଲ ମୁଲ ।


୧୧୭)

ଅପରାଜିତା 

ଶିବଙ୍କର ପ୍ରିୟ ସେ 

ଜଗତ ଜିତା ।


~ ସୁଧାଞ୍ଜଳି ମିଶ୍ର


୧୧୮)

ଫୁଲଠୁ ବେଶୀ 

କୋମଳ ମୋ ପ୍ରେୟସୀ

ଅତି ରୂପସୀ ।


୧୧୯)

କହଗୋ ଫୁଲ

କାହିଁ ଏତେ ସୁନ୍ଦର

ରହସ୍ୟ ଖୋଲ ।


୧୨୦

ଫୁଲଠୁ ବେଶୀ

ସୁନ୍ଦର ଲାଗେ ପ୍ରିୟା

ଦେଲେ ସେ ହସି ।


~ ଚିନ୍ମୟୀ ସାହୁ

☆☆☆☆☆☆☆☆☆☆

MOST POPULAR POST IN MONTH