हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

शुक्रवार, 4 जून 2021

~•~ ଦର୍ପଣ ବିଷୟକ ସାରସ୍ୱତ ହାଇକୁ କାବ୍ୟ ଯାତ୍ରା ~•~

~ ସାରସ୍ୱତ ହାଇକୁ କାବ୍ୟ ଯାତ୍ରା ~

~ ହାଇକୁ PROMPT ~

"ଦର୍ପଣ" / "ଦରପନ୍"


୧)

ପ୍ରେମ ବଣିକ 

ଅନ୍ଧ ଦେଶେ ଆଇନା 

ବିକ୍ରି ବେପାର ।


୨)

ସମୟ ମାପେ

ଅତୀତର ଆଇନା 

ମନକୁ ଭାଙ୍ଗେ ।


୩)

ଦର୍ପଣ ଦେଖ

'ମୁଁ ' କୁ ଚିହ୍ନେଇ ଦେବ

କାଚର ଦେହ ।


~ ପ୍ରଦୀପ କୁମାର ଦାଶ


୪)

ସଖୀ, ଦର୍ପଣ

ଦେଖେନା ଆଉ ତୁଲୋ 

ଭାବୁଛୁ କ'ଣ ?


୫)

ଜାଣୁ ଦର୍ପଣ

କହେନା ମିଛ ଲୋ

ଗଲାଣି ବେଳ ।


~ ପ୍ରତିମା ମେହେର


୬)

ଦର୍ପଣ ଦେଖ

ଚିହ୍ନିହେବ ନିଜକୁ

କି କିଏ ତୁମେ ।


୭)

କାଚ ପିଠିରେ

ପାରଦ ଅଛି ବୋଲି

ଦର୍ପଣେ ଦିଶେ ।


~ ରାଜେଶ କୁମାର ମୁଣ୍ଡ


୮)

ଆତ୍ମା ଦର୍ପଣ  

ଯିଏ ଦେଖି ପାରିବ 

ସିଏ ସୁଜନ ।


୯)

ସାମାନ୍ୟ କାଚ 

ଦର୍ପଣ କୁ ନ ଭାବ 

ତା ଗୁଣ ଉଚ୍ଚ ।


୧୦)

ଦର୍ପ ଦଳନ 

କରି ପାରଇ ଯିଏ 

ସିଏ ଦର୍ପଣ  ।


୧୧)

ସଭିଙ୍କ ଘରେ 

ଚେହେରା ଦେଖା କାମ 

ଦର୍ପଣ କରେ ।


~ ମୁକ୍ତେଶ୍ଵର  ପଧାନ


୧୨)

ଦର୍ପଣ କହେ

ବାସ୍ତବତାର କଥା

ଦ୍ବନ୍ଦ୍ବ ନ ରଖେ ।


୧୩)

ଅନ୍ତର ବ୍ୟଥା

ଉଦ୍ଭାସିତ ନ ହୁଏ

ସ୍ୱଚ୍ଛ ଦର୍ପଣେ ।


୧୪)

ମନ ଦର୍ପଣେ

ଦେଖିଲେ ତୁମ ଛବି

ଭର‌ଇ ଶାନ୍ତି ।


~ ନିବେଦିତା ମହାପାତ୍ର


୧୫)

ସମାଜ ଚିତ୍ର

ସାହିତ୍ୟ ଦର୍ପଣରେ

ହୁଏ ବିଚିତ୍ର । 


୧୬)

ଦଶରା ଆସେ

ହାତେ ଧରି ଆଇନା

ବାରିକ ଆସେ ।


~ ଶମ୍ଭୁନାଥ ଦାସ


୧୭)

ମୋର୍ ମୁହୁଁଟା ତ

କେତେ ଡର୍'ଡର୍'ନିଆ ଗୋ 

ଦର୍ପନ୍ ବି ଡର୍'ସି ।


୧୮)

କ୍ରିମ୍'ଡ୍ରିମ୍ ସ୍ନୋ ପାର୍ଲର୍ 

ନାଇଁ କହ ଯେନ୍ ଖର୍ଚ୍ଚା 

ଅନ୍ଧାନ୍ ଗର୍ଜୁଛେ ।


~ ଆର.ବରସାନା ନନ୍ଦିନୀ


୧୯)

ଦର୍ପଣ କହ

କାହିଁ ଦିଶେ ନାଇଁ ତ 

ମନ ର କୋହ ।


୨୦)

କାହାର ଛାଇ

ଦର୍ପଣେ ଦେଖିବାକୁ

ମନ ଟା ବାଇ ?


୨୧)

ତୁଠ ପଥର

ପାଣି ଦର୍ପଣେ ଦେଖେ

ଛାଇ ନିଜର !


୨୨)

ଏ ଦରପନ

କହ ତ କହ, କିଏ

ଘିଚୁଛେ ମନ ।


୨୩)

ଚହଲା ପାନି

ଦରପନ ଦେଖୁଛେ

ଆମର ନନୀ ।


~ ଆଶୁତୋଷ ମେହେର


୨୪)

କାଚ ଦର୍ପଣ

ନିଜ ମୁହଁ ଦେଖିଲେ

ଲାଗେ ଉଚ୍ଛନ୍ନ ।


୨୫)

ମନ ଦର୍ପନ

ପ୍ରେମ ଭକତି ସଦା

କର ଅର୍ପଣ ।


୨୬)

ଭଙ୍ଗା ଦର୍ପଣ

ଅଶୁଭ ବାର୍ତା ଦିଏ

କହିଛି କିଏ ।


୨୭)

କାଚ ଆଇନା

ନିଜକୁ ଦେଖି କେବେ

ଗର୍ବ କରନା ।


~ ଦୟାନନ୍ଦ ଶବର


୨୮)

ଆମ ସାହିତ୍ୟ  

ସମାଜ ର ଦର୍ପଣ 

ପ୍ରଗତି ପଥେ ।


୨୯)

ମନ ଦର୍ପଣେ 

ଆମ ସମାଜ ଚିତ୍ର 

ହୁଏ ଚିତ୍ରିତ ।


୩୦)

ଅନ୍ଧ ଦେଶରେ 

କରି ଦର୍ପଣ ବିକ୍ରି 

କି 'ଲାଭ ଅଛି ।


୩୧)

ଗରିମା ଆମ

ସାଜେ ମୁଖ ଦର୍ପଣ 

ନିଜ ଗୁଣରେ ।


~ ସମିତା ସ୍ବାଇଁ


୩୨)

ଦରପନ୍ ଦେଖି

ନନୀ ଟା କ୍ରିମ୍ ପାଉଡର୍ 

ଦେଉଛେ ମାଖି ।


୩୩)

ଶିକ୍ଷକ ଭାଇ

ସମାଜର ଦର୍ପଣ

ତୁଲ୍ୟ ଅଟଇ ।


୩୪)

ଆଲୋ ସୁନ୍ଦରୀ

ତୋର ଦର୍ପଣ ଦେଖା

ଗଲାଣି ସରି ।


୩୫)

ମୁହୁଁ ଦରପନ୍

ଚିକନ୍ ଚାକନ୍ ହୁରୁଦ୍ ଟା

ପଥର୍ କରପନ୍ ।


୩୬)

ସରସୀ ଜଳ

ଦର୍ପଣ ସମତୁଲ

ଦିଶେ ନିର୍ମଳ ।


୩୭)

ଆତ୍ମ ଦର୍ଶନ

ହୋଇ ପାରିବ ନାହିଁ

ଦେଖି ଦର୍ପଣ ।


୩୮)

ଅନ୍ଧ ରାଜ୍ୟ କୁ

ପଦାର୍ପଣ କରିଛି

ଦର୍ପଣ ବିକି ।


୩୯)

ଦରପନ୍ ଦେଖା

ତୋର୍ ନିହା ସରେ କାଏଁ

ପାଉଡର୍ ମଖା ।


୪୦)

ଦରପନ୍ ଦେଖି

କେତେ ହେଉଛୁ ଦୁଃଖି

ରେ ସୁନା ମୁଖି ।


୪୧)

ଦର୍ପଣ ଆଗେ

କଥା କହିଲେ ମନ

ହାଲୁକା ଲାଗେ ।


~ ଜୟରାମ ସାହୁ


୪୨)

ଦର୍ପଣ ଦେଖ

ନିଜ ଚେହେରା ନିଜେ

ପରଖି ରଖ


୪୩)

ପୋଖରୀ ଜଳ

ସେ ଦର୍ପଣ ପରିକା

କି ମନୋହର !


~ ଡମ୍ବରୁଧର ବାଗ


୪୪)

କାଚ ଦର୍ପଣ

ଦେଖି ହୁଏ ସେଥିରେ 

ଅଙ୍ଗ ଭୂଷଣ ।


୪୫)

ଭାବନା କେତେ 

ମନ ଦର୍ପଣେ ଦେଖ 

ଅକୁହା ଯେତେ ।


~ ସନ୍ତୋଷ କୁମାର ସାହୁ


୪୬)

ଖଗୋଳ ବିଦ୍ୟା

ସିଦ୍ଧାନ୍ତ ଦର୍ପଣରେ 

ଅମୂଲ୍ୟ ଦାନ ।


୪୭)

ପ୍ରେମିକା ଭାବ 

ସ୍ୱପ୍ନ ରାଜ୍ୟ ପ୍ରେମିକ 

ଦର୍ପଣି ଚିଠି ।


୪୮)

ମାଁ ମନ ଚିହ୍ନେ

ସନ୍ତାନର ବେଦନା 

ମୁଖ ଦର୍ପଣ ।


୪୯)

ଶିଶୁ ଅଝଟ 

ମରୁର ମରୀଚିକା 

ଦର୍ପଣ ଛାଇ ।


୫୦)

ନିଛକ ସତ୍ୟ 

ସୃଷ୍ଟି, ସ୍ଥିତି, ବିଳୟ 

ଦର୍ପଣ ବିମ୍ବ ।


୫୧)

ଅହଂ ମୁଁକାର 

ତୁଚ୍ଛ, ମିଥ୍ୟା, ଅଳୀକ 

ଦର୍ପଣ ବାଣୀ ।


୫୨)

ଧରଣୀ ରାଣୀ 

ରକ୍ତିମ ଦିଗ୍'ବଳୟ 

ଦର୍ପଣ ଛବି ।


୫୩)

ବିଟପୀ ଛନ୍ଦ 

ଉଜାଗର ରଜନୀ 

ଦର୍ପଣେ ଛନ୍ଦ ।


୫୪)

ନିଷିଦ୍ଧ ଗଳି 

ନିଷିଦ୍ଧ ରାତି ସ୍ୱପ୍ନ 

ଆଇନା ତୁଚ୍ଛ ।


୫୫)

ଛିନ୍'ଭିନ୍ ଦର୍ପଣ 

ସମୟ ପ୍ରତିଧ୍ବନୀ 

ସତର୍କ ଘଣ୍ଟି ।


୫୬)

ଝୁରୁଛେ ଗା ମନ୍ 

କେତେବେଲେ ଦେଖ୍'ମି ତୋର୍ 

ମୁହୁଁ ଦରପନ୍ ।


୫୭)

ମନ୍ ଗୁମ୍'ରି କାନ୍ଦେ 

କଲ୍'ଜା ଯାଉଛେ ଛିଡ଼ି 

ଦରପନ୍ କେଁ ଯାନେ ।


~ ମନୀଷା ମିଶ୍ର


୫୮)

ପହେଲା ଶତ୍ରୁ 

ମୋର୍ ଦର୍ପନ୍ ହଁ କାଁ କରି 

ସମିଆ କାହିଁ ।


୫୯)

ଦର୍ପନ୍ ଦେଖୁଛେ 

ମେଥ୍'ରେ କେତେ ଫିଜିକ୍ସ 

କେମିଷ୍ଟ୍ରି ବାୟୋ ।


~ ଉତ୍ତମ ହୋତା


୬୦)

ଚାବି ନେଇଛ 

ମିରର ସେଟ କର 

ହେଲମେଟ ଯେ ।


୬୧)

ମିରର ଦେଖ 

ଓଭରଟେକ୍ କରୁଛ 

ଜୀବନ ଆଗ ।


~ ନନ୍ଦିନୀ ଶତପଥୀ


୬୨)

ଦେଖା ଦରପନ୍

ସେ ଖାଲି ଫିସଲୁଚେ

କେନ୍ତା ରକମ ।


~ ରାଜେଶ କୁମାର ମୁଣ୍ଡ


୬୩)

ମୁଖ ଦର୍ପଣ 

ଭାବର ଲୁଚକାଳି 

ସୁସ୍ପଷ୍ଟ ଚିତ୍ର ।


୬୪)

ତଟିନୀ ନୀର 

ଦର୍ପଣର ବିକଳ୍ପ 

ଲାବଣ୍ୟବତୀ ।


୬୫)

ଗାଧୁଆ ତୁଠ 

ସ୍ୱପ୍ନ ବିଭୋର ମନ

ଜଳ ଦର୍ପଣ ।


୬୬)

କାନନ ବାଳା

ଆରସି ଝରଣାର 

ଖୋସା ମଞ୍ଜୁଳ ।


୬୭)

ଆଇନା କହେ 

ଇତିହାସର ପୃଷ୍ଠା

ରୁଗ୍'ଣ ଅତୀତ ।


୬୮)

ଆଇନା ପୃଷ୍ଠ

ସତ, ମିଛ ଦୁନିଆଁ 

ନିର୍ମଳ ଛବି ।


୬୯)

ନଗର ବଧୂ 

ମଦନର ଉଚ୍ଛାଟ 

ଭଙ୍ଗା ଆଇନା ।


୭୦)

ଅଳସୀ କନ୍ୟା 

ନଦୀ ଜଳ ଆଇନା 

ମୁଖ ପଖାଳେ ।


୭୧)

ରଶ୍ମିଫଳନ 

ପ୍ରେମିକର ଇସାରା 

ଦର୍ପଣ ଛାଇ ।


୭୨)

ଗ୍ରାମ୍ୟ ଶୁକର 

ଧୋବାର ନଦୀତୁଠ 

ଗାଆଁ ଆଇନା ।


୭୩)

ପୂର୍ବ ଆକାଶ 

ଇନ୍ଦ୍ରଧନୁର ରଙ୍ଗ 

ସୂର୍ଯ୍ୟ ଦର୍ପଣ ।


~ ରମାକାନ୍ତ ସତପଥି


୭୪)

ମୁହଁ ଦର୍ପଣ

କହିଥାଏ ମନର

ଅବ୍ୟକ୍ତ ଭାବ ।


୭୫)

ନବବଧୂ ଟି

ସୀମନ୍ତରେ ସିନ୍ଦୂର

ଦର୍ପଣ ଦେଖେ ।


୭୬)

ଶିକ୍ଷକ କୂଳ

ସମାଜ ର ଦର୍ପଣ

ଶିଶୁ ର ଭାଗ୍ୟ ।


୭୭)

ଓଲଟା ଛବି

ଅଵତଳ ଦର୍ପଣ

ଆମ୍ବୁଲାନ୍ସରେ ।


୭୮)

ଦର୍ପଣରେ ମୁଁ

ପ୍ରତିଫଳିତ ହୁଏ

ନିଛକ ସତ୍ୟ ।


୭୯)

କବି କବିତା

ଭାବନା ରୁଦ୍ଧିମନ୍ତ

ସ୍ବଛ ଦର୍ପଣ ।


୮୦)

ଜୀବନ ଦୃଶ୍ୟ

ଉଦ୍ଭାସିତ ହୋଇବ

ଜ୍ଞାନ ଦର୍ପଣେ ।


୮୧)

ମୁଁ ଦାନବ କୁ

ଚିହ୍ନଟ କର ତୁମେ

କାଚ ଦର୍ପଣେ ।


~ ବାସନ୍ତୀ ଦେଈ


୮୨)

କାଚ ଆଇନା

କେବେ ମିଛ କୁହେନା

ହୃଦୟ ଭରି ।


୮୩)

ଭଗ୍ନ କୋଣାର୍କ

ଇତିହାସ ଦର୍ପଣେ

ଉଦଭାସିତ ।


୮୪)

ସରସୀ ଜଳ

ଦର୍ପଣ ପରି ଦିଶେ

ଭାରି ନିର୍ମଳ ।


୮୫)

ଦର୍ପଣ ବିକା

ଅନ୍ଧ ରାଇଜେ ପରା

ଅଲୋଡା ଏକା ।


୮୬)

ସ୍ଵଚ୍ଛ ଭାରତ

ସମାଜ ଦର୍ପଣରେ

ଆଣେ ସଂସ୍କାର ।


୮୭)

ଚାନ୍ଦିନୀ ରାତି

ପ୍ରୀତିର ଆଇନାରେ 

ପ୍ରିୟାର ଛବି ।


୮୮)

କନକ ଗୋରୀ

ଭବେ ଆଇନା ଦେଖି

ଭାରି ସୁନ୍ଦରୀ ।


୮୯)

ଦର୍ପଣ ପରି

ସ୍ଵଚ୍ଛ ନିର୍ମଳ ହୁଅ

ଶ୍ରଦ୍ଧା ସବୁରି ।


୯୦)

ଭାବ ପୀରତି

ମୁହଁ ର ଦରପଣେ

ସୂରିଲା ଅତି ।


୯୧)

ଭାଷା ଦର୍ପଣେ

ସଂସ୍କୃତି ପରମ୍ପରା

କରେ ମଣ୍ଡନ ।


୯୨)

ଚନ୍ଦ୍ରଶେଖର

ସିଦ୍ଧାନ୍ତ ଦର୍ପଣରେ

ଜନ ଆଦୃତ ।


୯୩)

ମନ ଆଇନା

ଥରେ ଭାଙ୍ଗିଗଲେ ସେ

ଯୋଡି ହୁଏନା ।


୯୪)

ପ୍ରିୟାର ମୁହଁ

କାଚ ଆଇନା ପରି

ଦିଶଇ ସ୍ଵଚ୍ଛ ।


୯୫)

କବି କଳ୍ପନା

କବିତା ଆଇନାରେ

ଆଙ୍କେ ଭାବନା ।


୯୬)

ମୁହଁ ଦର୍ପଣ

ଝଲମଲ ଟି କରେ

ସମାଜେ ଜାଣ ।


୯୭)

ବିରହ ଗୀତି

ହୃଦୟ ଆଇନାରେ

ଅଛି ସାଇତା ।


୯୮)

ସମାଜ ରୀତି

ସାହିତ୍ୟର ଦର୍ପଣ

ମୁଖର ଅତି ।


୯୯)

ପ୍ରିୟାର ସ୍ଵପ୍ନ

କାଚ ଆଇନା ପରି

ଅଟେ ସଫେଦ ।


୧୦୦)

ଧାରା ଶ୍ରାବଣୀ

ମେଘର ଆଇନାରେ

ଆକୁଳ ଅତି ।


୧୦୧)

ଶିଶୁର ମନ

ଦର୍ପଣ ପରି ସେତ 

ସ୍ଵଚ୍ଛ ନିର୍ମଳ ।


୧୦୨)

ସ୍ଵେଚ୍ଛାଚାରିତା

ସମାଜର ଦର୍ପଣେ

ନିଇତି ଭାସେ ।


୧୦୩)

ଭଙ୍ଗା ଦର୍ପଣେ

ହୃଦୟ ପ୍ରତିଛବି 

ଜଳକା  ଦିଶେ ।


୧୦୪)

ଦେଖି ଆଇନା

ସଜେଇ ହୁଏ ନିତି

ନବୀନ ବାଳା ।


୧୦୫)

ମନ ଆଇନା

ପ୍ରିୟା ଆଖିରେ ଦେଖେ

ସାରା ଦୁନିଆ ।


୧୦୬)

ମେଘ ଆଇନା

ସାଜଇ ଇନ୍ଦ୍ରଧନୁ

ସପତ ରଙ୍ଗେ ।


~ ଦମୟନ୍ତୀ ରଥ


୧୦୭)

ଦର୍ପଣ କେବେ 

ମିଛ କହି ପାରେନା 

ସତ ହିଁ  କହେ ।


୧୦୮)

ମୁଖ ଦର୍ପଣ 

ସୁନ୍ଦର ହେଲେ କେତେ 

ଲୋଡ଼ଇ ଗୁଣ  l


~ ସୁଧାଞ୍ଜଳି ମିଶ୍ର


୧୦୯)

କାଚ ଆଇନା

କରେ ନାହିଁ ଛଳନା

ମିଛ କହେନା ।


୧୧୦)

କାହାର ପାସେ

ଦର୍ପଣ ପ୍ରତିବିମ୍ବ

ଓଲଟା ଦିଶେ ।


~ ଦୟାନନ୍ଦ ଶବର


୧୧୧)

ପୂର୍ଣ୍ଣିମା ଜହ୍ନ 

ଦିଶଇ ବଡ଼ ତୋଫା

ସତେ ଦର୍ପଣ ।


୧୧୨)

କୁଆଁରୀ କନ୍ୟା

ଦର୍ପଣେ ମୁଖ ଚାହିଁ

ଆତ୍ମବିଭୋର।


୧୧୩)

ବିଶ୍ଵାସ ମନ

ଭାଙ୍ଗିଗଲେ ଥରେ ସେ

ଦର୍ପଣ ସମ ।


~ ବାସନ୍ତୀ ଦେଈ


୧୧୪)

ଫଟା ଦର୍ପଣ 

ସେଇ କପାଳେ  ଲେଖା

ଅଭାଗାପଣ ।


~ ବୈଷ୍ଣବ ଭୋଇ

☆☆☆☆☆☆☆☆☆☆

गुरुवार, 3 जून 2021

"ସ୍ୱପ୍ନ" ବିଷୟକ ଓଡ଼ିଆ/କୋଶଳୀର ସାରସ୍ୱତ ହାଇକୁ କାବ୍ୟ ଯାତ୍ରା

ସାରସ୍ୱତ ହାଇକୁ କାବ୍ୟ ଯାତ୍ରା

ହାଇକୁ PROMPT

"ସ୍ୱପ୍ନ" / "ସପନ"

୧)

ମାଆର ମନ

ପୁଅ ପାଇଁ ସାଇତେ 

ଅନେକ ସ୍ୱପ୍ନ ।


୨)

ହେଲାଣି ରାତି

କିଣାବିକା ଆରମ୍ଭ 

ସ୍ୱପ୍ନ ଏଇଠି ।


୩)

ସଞ୍ଜ ନଇଁଛି

ସ୍ୱପ୍ନ ନେଇ ରାତିରେ 

ଜହ୍ନ ଆସିଛି ।


~ ପ୍ରଦୀପ କୁମାର ଦାଶ


୪)

ଅନେକ ସ୍ବପ୍ନ 

ଆଖିରେ ଥାଏ ଭରି

ସାରା ଜୀବନ ।


୫)

ପାହାନ୍ତି ସ୍ବପ୍ନ 

ହୁଅଇ ସତ କିଛି

କଥାରେ ଅଛି ।


୬)

ସ୍ବପ୍ନ ନଅରେ

ତୋଳିଛି ଏକ ଘର

ମନରେ ମୋର ।


୭)

ନିଦ ସହରେ

ବିଭୋର ସ୍ବପ୍ନ କେତେ 

ଫୁଲ ବନରେ ।


~ ସମିତା ସ୍ବାଇଁ


୮)

ସପନେ ସଖୀ

ଭାରି ମୁଁ ଖୁସିହୁଏ

ତୁମକୁ ଦେଖି।


୯)

ଖୋଲା ଆଖିରେ

ସପନ ଦେଖ ତା'କୁ

କର ସତରେ ।


~ ସୁଧୀର କୁମାର ପଣ୍ଡା


୧୦)

ପ୍ରତ୍ୟେକ ଦିନ

ସ୍ଵପ୍ନ ଦେଖେ ମଣିଷ

ଯେ' ଭିନ୍ନ ଭିନ୍ନ ।


୧୧)

ପବିତ୍ର ମନ

ଥିଲେ ସର୍ବଦା ଦେଖ

ସୁନ୍ଦର ସ୍ଵପ୍ନ !


୧୨)

ପ୍ରଭୁଙ୍କୁ ଧ୍ୟାନ

କର୍ମ ପ୍ରବଣେ ପୂର୍ଣ୍ଣ

ହେବ ସପନ ।


~ ଶମ୍ଭୁନାଥ ଦାସ


୧୩)

ବିଶାଳ ସ୍ୱପ୍ନ

ଭିଜି ଯାଇଛି ଖଟ

ରାତି ନିଅଣ୍ଟ ।


୧୪)

ଦିନର ସ୍ୱପ୍ନ

କୁହେଳିକାରେ ଭର୍ତ୍ତି

ବାତୁଳ ମନ ।


~ ରାଜେଶ କୁମାର ମୁଣ୍ଡ


୧୫)

ସ୍ୱପ୍ନ ବଣିକ

ଥିଲ ଗୋ ସାଜି ତୁମେ

ହେ ପ୍ରତାରକ !


୧୬)

ବୁଣି ସପନ

ଚାଲି ଗଲ ଦୂରକୁ

ରହି ମଉନ ।


୧୭)

ମୋ ସପନର

ମିଛ ଖେଳନା ଘର

ଭାଙ୍ଗିଯାଏରେ ।


୧୮)

ସପନେ ଆସ

ରାଜକୁମାର ମୋର 

ମୂଲକୀ ହସ ।


୧୯)

ସପନ ଭାଂଗି

କାହିଁ ନାଇ ଯଅ ଗୋ 

ପାଖେ ଥ ବସି ।


~ ପ୍ରତିମା ମେହେର


୨୦)

ଆସିବ ବୋଲି 

କଥା ଦେଇ ଆସି ନା

ସ୍ୱପ୍ନ ମୋ ଭାଙ୍ଗି ।


~ ଦୟାସାଗର ପଟେଲ


୨୧)

ସ୍ୱପ୍ନ ରାଇଜ 

ପକ୍ଷୀରାଜ ଘୋଟକ 

ଚଞ୍ଚଳ ମନ ।


୨୨)

ସପନ ତୁଟେ 

ମାଁ'ର ଅକର୍ମା ଡାକ

ସୁରୁଜ ଉଁଏ ।


୨୩)

ଖଣ୍ଡିତ ସ୍ୱପ୍ନ 

ରାତ୍ରିର ଅନ୍ଧକାରେ 

ପୁଣି ପୂର୍ଣ୍ଣାଙ୍ଗ ।


୨୪)

ସ୍ୱପ୍ନ ସୁନ୍ଦର 

ବଞ୍ଚିବା ରାହାଦିଏ 

ଲକ୍ଷ୍ୟ ଭେଦରେ ।


୨୫)

ପାର୍ଥର ଲକ୍ଷ୍ୟ 

ପାଞ୍ଚାଳୀ ଆଖି ସ୍ୱପ୍ନ 

ମୀନ ନୟନ ।


୨୬)

ଦର୍ଦ୍ଦୁର ଡାକ 

ବିଭାବରୀ ଝଙ୍କାର 

ସ୍ୱପ୍ନ ବିଭୋର ।


୨୭)

ବିଦଗ୍ଧ ସ୍ୱପ୍ନ 

ଝିଙ୍କାରିର ଝଙ୍କାର 

ଆକୁଳ ନେତ୍ର ।


୨୮)

ସ୍ୱପ୍ନରେ ତାଜ 

କାଲାମଙ୍କର ବାଣୀ

ବଞ୍ଚିବା ଆଶା ।


୨୯)

ନୌକା ବିହାର 

ମହାନଦୀ ବୁକୁରେ 

ସ୍ୱପ୍ନ ଅଳିକ ।


୩୦)

କବି କଳ୍ପନା 

ଲେଖନୀରେ ଝଙ୍କୃତ 

ବାସ୍ତବ ସ୍ୱପ୍ନ ।


~ ରମାକାନ୍ତ ସତପଥି


୩୧)

ସ୍ବପ୍ନ ରାଇଜେ

ଘୂରି ବୁଲେ ମୋ ମନ

ପ୍ରିୟା କୁ ଖୋଜେ ।


୩୨)

ସ୍ବପ୍ନ ସୁନ୍ଦରୀ

ପ୍ରିୟା ତୁ ଆ ମୋ ପାଶେ

ସରଗ ପରୀ ।


୩୩)

କରିଲେ ଶ୍ରମ

ନିଶ୍ଚିତ ଭବିଷ୍ୟତ

ବାସ୍ତବ ସ୍ବପ୍ନ ।


୩୪)

ଦିବା ସ୍ୱପ୍ନରେ

କୁହୁଡି ପହଁରିବା

ଭାବନା ତୁଛ ।


୩୫)

କବି ର ସ୍ବପ୍ନ

ମରତେ ପାରିଜାତ

ବାସ୍ତବ ଲାଗେ ।


୩୬)

ସ୍ବପ୍ନ ରେ ଆସି

କାନେ ମୋ କହିଦେଲ

ତୁ ମୋ ପ୍ରେୟସୀ ।


୩୭)

ସ୍ବପ୍ନେ ବିଭୋର

ମନଟା ଆନମନା

ମୋ ପ୍ରେମ ପାଇଁ ।


୩୮)

ସ୍ବପ୍ନ ଆଦେଶ 

ପ୍ରଭୁ ଦେଲେ ଇସାରା

ମୋ ପୂଜା କର ।


୩୯)

ସ୍ବପ୍ନ ରେ ଆସି

କରୁଣାମୟୀ ମାଆ

ଦେଲେ ଆଉଁସି ।


୪୦)

ସ୍ବପ୍ନର କଥା

ସତ ମାନିବ ନାହିଁ

ଅଳୀକ ମାୟା ।


~ ବାସନ୍ତୀ ଦେଈ


୪୧)

ରାତି ସପନ

ଦେଖି ଦେଖି ସକାଳ

ପାହି ଗଲାନ ।


୪୨)

ସ୍ବପ୍ନ ରାଇଜ

ବିଚରଣ କରୁଛି

ମୋ ମନ ଆଜି ।


୪୩)

ଆଖି ସପନ

ଆଖିଏ ଭରି ବିତେ

ମୋର ଜୀବନ ।


୪୪)

ସ୍ବପ୍ନ ସୁନ୍ଦରୀ

କେବେ ଦେଖା ଦିଏନି

ଭାରି ଚାତୁରୀ ।


୪୫)

ଦେଖିବା ସ୍ବପ୍ନ

ଯାହା ଶୋଇଦେବନି

ରାତି ଓ ଦିନ ।


~ ଜୟରାମ ସାହୁ


୪୬)

ସପନ୍ ଦେଖ୍'ଲେ ହୁଁ 

ଅଟକ୍ ନାଇଁ ଖଟ୍ ଛାଡ୍ 

ଏକ୍'ଲିଆ ନର୍ଦ ।


୪୭)

ଗୁଟେ ସୁରେ ନ 

ହୀରାକୁଦ୍ ପାଏନ୍ ଯେନ୍ତା 

ସିଧା ସନ୍'ପୁର ।


~ ଆର. ବରସାନା ନନ୍ଦିନୀ


୪୮)

ସପନ ଦେଖ 

ଦେଖିବନି ରାତିରେ

ଦିନରେ ଦେଖ ।


୪୯)

ଜୋଛନା ରାତି

ସପନ ଦେଖୁ ଦେଖୁ

ପାହିଲା ରାତି ।


~ ଡମ୍ବରୁଧର ବାଗ


୫୦)

ସ୍ବପ୍ନ ଅଧୁରା

ପ୍ରିୟା ଓଠ ଧାରେ ସେ

ହସ ଫୁଆରା ।


୫୧)

ଆଖି ପୁରିଲା

ଇନ୍ଦ୍ରଧନୁ ଭିତରେ

ସ୍ବପ୍ନ ହସିଲା ।


୫୨)

ସପନ ରାନି

ଶାଗୁଆ ଖେତ ଧାରେ

ଝରନ ପାନି ।


୫୩)

ପାଏନ ବୁନ୍ଦା

ଫୁଲର ପାଖୁଡା ନ

ସପନ ବନ୍ଧା ।


~ ଆଶୁତୋଷ  ମେହେର


୫୪)

ସମୟ କାହିଁ

ଖଟିଖିଆ ଜୀବନ 

ଭଙ୍ଗା ଦର୍ପଣ ।


୫୫)

ଗତି କୁଆଡ଼େ 

ଜଣା ପଡୁ ନାହିଁ ଯେ

ସ୍ୱପ୍ନ ଯୁଆଡ଼େ ।


~ ନନ୍ଦିନୀ ଶତପଥୀ


୫୬)

ହାଦେ ଅଛେ ଦିନ୍ 

ଆସିଗଲା ଅଗୟା 

ସପନ୍ ଦେଖୁଥା ।


୫୭)

ସତେ ନାଇଁ ବୋ 

ହଏବୋ ଭରି ଶହେ 

ମଙ୍ଗଲ୍ ଗ୍ରହ ଥି ।


~ ଉତ୍ତମ ହୋତା


୫୮)

ଉଦ୍ଦାମ ଶିଶୁ 

ଭବିଷ୍ୟତର ସ୍ୱପ୍ନ 

ରୁଦ୍ଧିମନ୍ତ ଶ୍ରୀ ।


୫୯)

କୁମାରୀ ମନ

ସ୍ୱପ୍ନ ରାଜକୁମାର 

ଜହ୍ନ ରାଇଜ ।


୬୦)

ଭଞ୍ଜୀୟ ପ୍ରେମ 

ପ୍ରେମ ସୁଧାନିଧିରେ 

ସ୍ୱପ୍ନ କୁମାର ।


୬୧)

ମାଁ ଆଖି ସ୍ୱପ୍ନ 

ସୁସ୍ଥ ଓ ନିରାମୟ 

ଷଠୀ ପୂଜନ ।


୬୨)

ମିସାଈଲ୍ ସ୍ୱପ୍ନ 

ମିସାଈଲ୍'ର ମଣିଷ 

ସୁରକ୍ଷା ଉତ୍ସ ।


୬୩)

ଘଞ୍ଚ ଜଙ୍ଗଲ 

ଅପହଞ୍ଚ ସ୍ୱପ୍ନର 

ପାହାଡ଼ ପାରେ ।


୬୪)

ଥାଳିରେ ଯୁଦ୍ଧ 

କ୍ଷୁଧା ଆଉ ମଣିଷ 

ନିଷିଦ୍ଧ ସ୍ୱପ୍ନ ।


୬୫)

ନିସ୍ତବ୍ଧ ରାତ୍ରୀ 

ବିଭୋର ସରସୀଜ 

ଆଖିଏ ସ୍ୱପ୍ନ ।


୬୬)

ହୃତ ଗୌରବ 

ଇତିହାସ, ଅତୀତ 

ଦୁର୍ଲଭ ସ୍ୱପ୍ନ ।


୬୭)

ଦୁଃସ୍ୱପ୍ନ ଦୁର 

ଲାକ୍ଷାରଞ୍ଜିତ ପଦ 

ନଦୀ ପାବଚ୍ଛ ।


~ ମନୀଷା ମିଶ୍ର


୬୮)

ସ୍ବପ୍ନ ଗୁଡ଼ିକ 

ଶୋଇକି ଦେଖୁଥିଲେ

ଲାଗଇ ସତ !


~ ବିଶ୍ବନାଥ ଭୁଏ


୬୯)

ଦେଖୁଁ ସପନ 

ଭାରତ ମାଁ ର ସେବା 

ହେବା ପୂରନ ।


୭୦)

ମାଆର ସେବା 

ସପନ ଟେ ଦେଖଲେ 

ପୁଇଁନ ହେବା ।


~ ମୁକ୍ତେଶ୍ୱର  ପଧାନ


୭୧)

ଚନ୍ଦ୍ରିକା ରାତି

ପ୍ରିୟା ମନରେ ଜାଗେ

ସପନ ଅତି ।


୭୨)

ନିତି ସପନେ

ତୁମର  ଚିତ୍ରପଟ

ଦେଖେ ଗୋପନେ ।


୭୩)

ସ୍ଵପ୍ନ ସୁନ୍ଦରୀ

ନିଦ ର ସବାରୀ ରେ

ପୁଲକ ଭରି ।


୭୪)

ଅଳସୀ ପ୍ରିୟା

ନୁପୁରର ଛନ୍ଦରେ

ସ୍ୱପ୍ନ ନାୟିକା ।


୭୫)

ପ୍ରିୟାର ମନ

ଦେଖେ ମୋ ପାଇଁ ନିତି

ସୁଖ ସପନ ।


୭୬)

ତନ୍ଦ୍ରା ରାତିରେ

ଆଖିର ସ୍ଵପ୍ନ କିଛି

ଓଠ ପିଏରେ ।


୭୭)

ସ୍ଵପ୍ନ ମୋହର

ଦୃଢ ମନୋବଳେତ

ହେବ ସାକାର ।


୭୮)

ଅବୋଧ ଶିଶୁ

ମନରେ ଭରିଥାଏ

ସ୍ଵପ୍ନ ଅନେକ ।


୭୯)

ରାଜକୁମାରୀ

ସ୍ୱପ୍ନ ମହଲରେ ତା

ଭାବନା ଭାରି ।


୮୦)

ଜହ୍ନ ରାତିରେ

ସପନେ ମୁଁ ହଜେରେ

ପ୍ରିୟା ସାଥୀରେ ।


୮୧)

କୁଆଁରୀ ମନ

ଦିନରେ ଦେଖୁଥାଏ

ମିଠା ସପନ ।


୮୨)

ମାଆର ସ୍ଵପ୍ନ

ରହିଗଲା ଅଧୁରା

ହେଲା ଅପୂର୍ଣ୍ଣ ।


୮୩)

ପାହାନ୍ତି ସ୍ଵପ୍ନ

ସୁନେଲି ପ୍ରଭାତରେ

ମନ ଆନନ୍ଦ ।


୮୪)

ସ୍ଵପ୍ନ ସହରେ

ରଙ୍ଗୀନ ପ୍ରଜାପତି

ପ୍ରିୟାର ମନ ।


୮୫)

ଭଙ୍ଗା ଆଇନା

ସପନ ଭାଙ୍ଗିଯାଇ

ହୋଇଲା ଚୁନା ।


୮୬)

ତା ନୀଳ ଆଖି

ନିତି ସ୍ଵପ୍ନରେ ମୋତେ

ନେଉଛି ଡାକି ।


୮୭)

କଇଁର ମନ

ଚାନ୍ଦ ପ୍ରୀତି ପାଇଁ ସେ

ଦେଖେ ସପନ ।


୮୮)

କାଳିଆ ହାତୀ

ମୋ ସପନେ ଜାଗଇ

ଅନେକ ଭିତି ।


୮୯)

ସୁଖ ସପନ

ତୁଟି ମୋ ଯାଉଅଛି

ଦିନକୁ ଦିନ ।


୯୦)

ରାଜକୁମାରୀ

ଫୁଲର ସବାରି ରେ

ସପନ ଭରି ।


୯୧)

ଜହ୍ନ ରାତିରେ

ଭରା ସ୍ୱପ୍ନେ ଆସିଛି

ନିଦ ମାଉସୀ ।


୯୨)

ନେବାରେ ଯତ୍ନ

ଶିଶୁ ଙ୍କ ଭବିଷ୍ୟତ

ଆମରି ସ୍ଵପ୍ନ ।


~ ଦମୟନ୍ତୀ ରଥ


୯୩)

ଦେଖ ସପନ 

ବାସ୍ତବ ରୂପରେ6ଖ

କର ପୂରଣ ।


୯୪)

ଯଦି ସପନ 

ନହୁଅଇ ପୂରଣ 

ବିରଷ ମନ ।


୯୫)

ଜମା କରନା 

ବାରମ୍ବାର ଚେଷ୍ଟାରେ 

କେବେ ହାରେନା ।


~ ସୁଧାଞ୍ଜଳି  ମିଶ୍ର


୯୬)

ସ୍ୱପ୍ନ ସମୁଦ୍ରେ

ଜୀବନ ଉବୁଟୁବୁ

ସବୁ ସମୟେ ।


୯୭)

ସ୍ୱପ୍ନ ଚଢ଼େଇ

ଆନନ୍ଦେ ଉଡ଼ୁ ଥାଏ

ଆଖି ଆଗ ରେ !


 ~ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ


୯୮)

ରାତି ଅନ୍ଧାରେ

ଅବଚେତନ ମନେ

ସ୍ବପ୍ନ ଆସ‌ଇ ।


୯୯)

ମିଳନ ଆଶା

ସ୍ବପ୍ନ ପରି ସତେକି

ଯିବ ମିଳେଇ ।


୧୦୦)

ସ୍ବପ୍ନ ସହରେ

ପ୍ରାପ୍ତିର ଅଭିଳାଷା

ପୂର୍ଣ୍ଣ ହୁଅଇ ।


~ ନିବେଦିତା ମହାପାତ୍ର


୧୦୧)

ଆଖି ପଲକେ

ସପନ ଅସୁମାରୀ

ରଖ ସାଇତି ।


୧୦୨)

ନିଦ ମାଉସୀ

ସପନ ଦିଏ ବୁଣି

ରାତି ରେ ଆସି ।


~ ରତ୍ନ ପ୍ରଭା ସିଂ


୧୦୩)

ରାତିର ସ୍ୱପ୍ନ

କେବେ ସତ ହୁଏନି

ହେଲେବି ମଗ୍ନ ।


୧୦୪)

ରାତିର ସ୍ୱପ୍ନ

ପ୍ରାତଃ ନିଦ ଭାଙ୍ଗିଲେ

ହୁଅଇ ଭଗ୍ନ ।


୧୦୫)

ରାତିର ସ୍ୱପ୍ନ

କେବେବି ଭାଙ୍ଗିଯାଏ

ନ ଦେଖେ ଲଗ୍ନ ।


୧୦୬)

ରାତିର ସ୍ୱପ୍ନ

ନିଦ ଭାଙ୍ଗିଲା ପରେ

ନ ଥାଏ ଚିହ୍ନ ।


୧୦୭)

ରାତିର ସ୍ୱପ୍ନ

ଦୁଃଖଭରା ହେଲେ ବି

ନ ଘଟେ ବିଘ୍ନ ।

 

~ ଦୟାନନ୍ଦ ଶବର

☆☆☆☆☆☆☆☆☆☆

MOST POPULAR POST IN MONTH