हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

शनिवार, 29 मई 2021

~ ଓଡ଼ିଆ ଏବଂ କୋଶଳୀର ସାରସ୍ୱତ ହାଇକୁ କାବ୍ୟ ଯାତ୍ରା ~

ସାରସ୍ୱତ ହାଇକୁ କାବ୍ୟ ଯାତ୍ରା 

ହାଇକୁ

ଜହ୍ନ / ଜନ୍


୧)

ଆଜି ମୋ ଜହ୍ନ

କାହିଁକି ଯେ ଗୋଡ଼ାଏ

ମୋ ପଛେ ପଛେ ।


୨)

ଜହ୍ନର ଛାଇ

ଦେଖିଛ ସତେ କିଏ ?

ମୋ'ଠି ପଡ଼ିଛି ।


~ ରାଜେଶ କୁମାର ମୁଣ୍ଡ 


୩)

ପୁନେଇଁ ରାତି 

ଘରେ ଜହ୍ନ ଆସିଛି

ଜୋଛନା ନେଇ ।


୪)

ପୁନେଇଁ ଜହ୍ନ

ନଦୀର କୁଳୁ କୁଳୁ

ଦେଖାଏ ସ୍ୱପ୍ନ ।


୫)

ଶୀତୁଆ ରାତି 

ଜହ୍ନ ଦେହରେ ଆଜି 

ବହଳ ତାତି ।


୬)

ଥରୁଛି ଛାତି 

ଦେଖେ ଜହ୍ନକୁ ଲୁଚି 

ନିରୀହ ଆଖି ।


୭)

ଶରଦ ଚାନ୍ଦ 

ତାର ଜୋଛନା ରୂପ 

ଅମୃତ ଭାଣ୍ଡ ।


୮)

ପୁନେଇଁ ରାତି 

ସାଗର ଢେଉ ସହ

ଜହ୍ନ ନାଚୁଛି ।


୯)

ଜହ୍ନର ହସ

ଖୋଜୁଛି କାଶତଣ୍ଡୀ

ନଈର କୂଳ ।


୧୦)

ଜହ୍ନ ଆଲୁଅ

ଆତ୍ମନିମଗ୍ନତାର

ଶବ୍ଦ ଅଭାବ ।


~ ପ୍ରଦୀପ କୁମାର ଦାଶ


୧୧)

ଏ ଜନ ସୁନ

ମନର ରାନୀ ମୋର

ଗା ଟିକେ ଗୁନ ।


୧୨)

ଆ ଜନ ଘା ଆ

ରୁସିଛେ ମୋର ଧନ

ଗେଲ କରି ଯା ।


~ କୃପାସିନ୍ଧୁ ମହାକୁର


୧୩)

ଜନ ବଏଠା

ଭୁଖମର୍ଡିଆ ପିଠା

ଭୁଖେ ଜଲୁଥା ।


୧୪)

ହସରି ଜନ

ଅନ୍ଧାର କୁରିଆର

ହେତୁ ଉକିଆ ।


~ ମହେଶ୍ୱର ପଧାନ


୧୫)

ଆକାଶେ ଜହ୍ନ 

ହସେ କଇଁ ର ମନ

ଦେଖି ସପନ ।


୧୬)

ଜହ୍ନ ରାଇଜେ 

ତୋଳିବି ଗୋଟେ ଘର

କରି ସୁନ୍ଦର ।


୧୭)

ସ୍ମୁତି ରେ ଭରା

ମୋ ମନ ମିଠା ଜହ୍ନ 

ସେ' ଅପାଶୋରା ।


୧୮)

ସେଇ ମୋ ଜହ୍ନ 

ଚନ୍ଦ୍ରିକା ରେ ଚର୍ଚ୍ଚିତ 

ଜୋସ୍ନା ବିଧୌତ ।


୧୯)

ପୂୂର୍ଣ୍ଣମୀ ରାତି

ସରଗ ରାଇଜେ ଜହ୍ନ 

ଝରାଏ ପ୍ରୀତି ।


୨୦)

ଅଭୁଲା  ରାତି

ମଧୁ ଭରା ସେ ଜହ୍ନ 

ଫିକା ଜୋଛନା ।


~ ସମିତା ସ୍ବାଇଁ


୨୧)

ଚକା ମୁହଁ ଟା

ଦିଶେ ଜହ୍ନ ପରିକା

ନୂଆ କନିଆଁ ।


୨୨)

ପୋଖରୀ ପୃଷ୍ଠ

ଜହ୍ନ ର ପ୍ରତି ବିମ୍ବ

କି ମନୋହର !


~ ଡମ୍ବରୁଧର ବାଗ


୨୩)

ମୋ ପ୍ରିୟା ମୁଖ

ଜହ୍ନର ରୂପାଥାଳି 

ନାଳି ଓଢ଼ଣୀ ।


୨୪)

ମୋ ପ୍ରିୟା ହସେ 

ଝିଲମିଲ୍ ଜହ୍ନରାତି 

ନିରବ ରାତି ।


୨୫)

କଇଁ ହସୁଛି 

ଜହ୍ନ ଜୋଛନା ରାତି 

ସରସୀ ଜଳେ ।


୨୬)

ପ୍ରିୟାର କୋଳ 

ଶିଶିର ଜହ୍ନରାତି 

ଶିହରେ ଛାତି ।


୨୭)

ଗାଁ କୂଳବଧୂ 

ନିଃସ୍ତବ୍ଧ ଜହ୍ନରାତି 

ବିରହେ ଝୁରେ ।


୨୮)

ଶରତ ଆସେ 

ପୁନେଇ ଜହ୍ନ କୋଳେ 

କୁଆଁରୀ ହସେ ।


୨୯)

ପୁନେଇ ରାତି 

ରଜନୀଗନ୍ଧା ହସେ 

ପ୍ରିୟା ଋଷିଛି ।


୩୦)

ବରଷା ରାତି

ଜହ୍ନର ଲୁଚକାଳି 

ପ୍ରେମରେ ନିଆଁ ।


୩୧)

ଶୂନ୍'ଶାନ୍ ଗାଁ ଦାଣ୍ଡ 

ଶୀତଳ ଚନ୍ଦ୍ର ଜ୍ୟୋତ୍ସ୍ନା

ନିଦାଘ ରାତି ।


୩୨)

ପ୍ରିୟା କାନ୍ଦୁଛି 

ଜହ୍ନ ଆଖିରେ ଲୁହ

ଦାରୁଣ ବ୍ୟଥା ।


୩୩)

ଗାଁ ନଈ କୂଳ

ନିଝୁମ ଜହ୍ନରାତି 

ମୋ ପ୍ରିୟା କୋଳ ।


୩୪)

ମୁକ୍ତ ଝରକା 

କୁଆଁରୀ ମନ ଖୋଜେ 

ଜହ୍ନରେ ସାଥୀ ।


~ରମାକାନ୍ତ ସତପଥି


୩୫)

ଜହ୍ନ ଜୋଛନା

ହୃଦୟେ ଶିହରଣ

ଯେ' ଉନ୍ମାଦନା ।


୩୬)

ଜହ୍ନ ରାତିରେ

ସମୟ ବିତେ ମୋର

ପ୍ରିୟା ସାଥିରେ ।


୩୭)

ଜହ୍ନକୁ ଯିବି

ମୋ' ପ୍ରିୟା ପାଇଁ ସେଠି

ଘର ତୋଳିବି ।


~ ଶମ୍ଭୁନାଥ ଦାସ


୩୮)

ଉକିଆ ଜନ   

ଉଦି ଗଲା ବେଲ ନୁ 

ହସୁଛେ ମନ l


୩୯)

ଉଦିଆଁ  ଜନ 

ଦିଲ ଚୁରେଇ କରି 

ଘିନିଛେ ମନ l


~ ମୁକ୍ତେଶ୍ଵର ପଧାନ


୪୦)

ପୂର୍ଣ୍ଣିମା ଜହ୍ନ 

ଶୀତଳ ରଜନୀର 

ଉଛୁଳା ମନ ।


୪୧)

ସକଳ ରାତି 

ଜହ୍ନ ବିନା ଲାଗିବ

ଅନ୍ଧାର ପ୍ରୀତି ।


~ ସନ୍ତୋଷ କୁମାର ସାହୁ


୪୨)

ଜହ୍ନର ରାତି

କମ୍ପନ ର କବିତା

ମନ ରେ ପ୍ରୀତି ।


୪୩)

ସତରେ ତମେ

ଜହ୍ନରାତି ର ଗୀତି

ଅଭୁଲା ପ୍ରେମ ।


~ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ


୪୪)

ଜହ୍ନ ପରିକା

ହୋଇଲେ ଏ ଜଗତ

ହେବ ଆଲୋକ ।


~ ଉମାକାନ୍ତ ଦାସ


୪୫)

କେଡ଼େ ଉଏନ 

ମୁଲ ମୁଲ ହଁସୁଛେ 

ଆକାଶେ ଜନ.. !


~ ବିଶ୍ବନାଥ ଭୁଏ


୪୬)

ଛାଏଁର ଛନ୍'କା 

ଜନକ୍ ରାତିର ତରା

ଧୁକା ହୁର୍'ହୁର ।


୪୭)

ଘାଟର ପାଏନ୍ 

କଇଁ ଫୁଲିଆ ଦିହି 

ଜନଟା ହସେ ।


~ ମନୀଷା ମିଶ୍ର


୪୮)

ଚାନ୍ଦିନୀ ରାତି

ଫୁଲେଇ ବାଆ ଗାଏ

ମଧୁର ଗୀତି ।


୪୯)

ଜହ୍ନ ଆଲୁଅ

ଖେଳେଇ ଦିଏ ତା'ର

କୋମଳ ଦ୍ଯୁତି ।


~ ରତ୍ନ ପ୍ରଭା ସିଂ


୫୦)

ପୁନେଇଁ ଜହ୍ନ

ଭାବ ଗମ୍ଭୀରତା ର

ଶବ୍ଦ ନିଳୟ l


୫୧)

ଜୋଛନା ଲୋଭ 

କଇଁ କି ବୁଝିପାରେ 

ଜନ୍ହ ବିଳାପ l


୫୨)

ଅଭୁଲା ସ୍ମୃତି 

ମନର କାନଭାସ୍ ରେ 

ସାଇତା ଜନ୍ହ l


୫୩)

ସର୍ବ ସ୍ଵତନ୍ତ୍ର 

ନିମଗ୍ନl ପ୍ରତିବିମ୍ବେ 

ସଲିଳ ଜନ୍ହ l


~ ତାପସ କୁମାର ମିଶ୍ର


୫୪)

ନିଲି ଆକାସେ

ଜହ୍ନ ଆଲୁଅ ଦେଖି

ଧରଣି ହଁସେ ।


୫୫)

ଜହ୍ନ ରାତିରେ

ଉଜ୍ଜଲମୟ ତାରା

ରହେ ସାଙ୍ଗରେ ।


୫୬)

ପୂର୍ଣ୍ଣିମା ରାତି

ଚନ୍ଦ୍ରମା ହଁସୁଥାଏ

ଫୁଲେଇ ଛାତି ।


୫୭)

ସରଗ ସସି

କେତେ ସୁଂଦର ଦିଶେ

ନିଲି ଆକାଶେ ।


୫୮)

ଜହ୍ନ ଆଲୋକ

କେତେ ସୁନ୍ଦର ଲାଗେ

ସଭିଏଁ ଦେଖ ।


୫୯)

ଅତି ସରସ

ଚାନ୍ଦିନୀ ରାତି ଜହ୍ନ

ଫୁଟାଏ ହଁସ ।


୬୦)

ଦିନ ବେଳରେ

ଚନ୍ଦ୍ରମା ଲୁଚିଜାଏ

ତାରା ମେଲରେ ।


~ ଦୟାନନ୍ଦ ଶବର


୬୧)

ଜହ୍ନ ମୋ ପ୍ରିୟା 

ଆକାଶ ବୁକେ ହସେ 

ଡାକେ ଚାଲିଆ l


୬୨)

କରିବ ଗେଲ 

କହେ ମୋର କାନରେ 

ପାଇବ ଭଲ l


୬୩)

କଇଁ ଓ ଜହ୍ନ 

ପ୍ରେମରେ ଦୂରେ ଥାଇ 

ଏକଇ ମନ l


~ ସୁଧାଞ୍ଜଳି ମିଶ୍ର


୬୪)

ଦଶରା ଜନ

ପଏର୍ଛା ଦିଶୁଥିସି

କୁଆଁରୀ ମନ ।


୬୫)

ଜନ ଉକିଆ

ଦେଖି ଚାଲବ ଗୋଡ଼

ହେବା ଖଣିଆ ।


~ ଜୟରାମ ସାହୁ


୬୬)

ମାମୁଁ ତ ମାମୁଁ

ଆମ ସଭିଙ୍କ ମାମୁଁ

ସେ ଜହ୍ନ ମାମୁଁ ।


୬୭)

ଶରଦଶଶୀ

ଶୀତଳ ଜ୍ୟୋତ୍ସ୍ନା ତାର

ଦିଏ ପରଶି ।


୬୮)

ମାଆର କୋଳ

କୁନା ଦେଖିବ ଜହ୍ନ 

କରେ ଅଝଟ ।


୬୯)

ପୁନେଇ ଜହ୍ନ

ଦିଶଇ ଛନଛନ

କୁଆଁରୀ ମନ ।


୭୦)

ଭାରି ଉଚ୍ଛନ

କୁଆଁର ପୁନେଇରେ

ଚାନ୍ଦରେ ମନ ।


୭୧)

ସରସୀ କଇଁ

ପ୍ରୀତିର ସରାଗରେ

ରହିଛି ଚାହିଁ ।


୭୨)

ଚାନ୍ଦିନୀ ରାତି

ପାଶେ ଥିଲେ ମୋ ସାଥୀ

ଭରେସେ ପ୍ରୀତି ।


୭୩)

ଉଦାସୀ ମନ

ଆକାଶେ ଦେଖି ଜହ୍ନ

ଦେଖେ ସପନ ।


୭୪)

ଆକାଶେ ନିତି

ଘଡି ମାରି ଆସୁତୁ

ଜୋଛନା ରାତି ।


୭୫)

ଶରତେ ଜହ୍ନ

କାଶତଣ୍ଡୀ ମଗନ

ସେ ଛନଛନ ।


୭୬)

ଶୀତୁଆ ରାତି

ଜ୍ୟୋତ୍ସ୍ନା ବିଧୌତେ ପ୍ରୀତି

ମାଦକ ଅତି ।


୭୭)

ଜହ୍ନରେ ମୋର

ତୋଳିବି ଘର ଏକ

ବୁକୁରେ ତୋର ।


୭୮)

ପ୍ରିୟାକୁ ନେଇ

ରଖିବି ଘରେ ପରା

ସେନେହ ଦେଇ ।


୭୯)

ଜହ୍ନରେ ଜହ୍ନ

ପ୍ରିୟା ଆଖିରେ ଦେବୁ

ସୁନେଲି ସ୍ଵପ୍ନ ।


୮୦)

ଜହ୍ନ ଆଲୋକ

ଅମା ଦୂରେଇ ଯାଏ

ଜଗତଯାକ ।


୮୧)

ରଜନୀ ରାଣୀ

ଚାନ୍ଦ ବିନା ଝରାଏ

ନୟନୁ ପାଣି ।


୮୨)

ବିରହ ଗୀତି

ଜହ୍ନ ଦେଖି ଲେଖଇ

କବିତା ନିତି ।


୮୩)

ଭିଜା ବାଲିରେ

ଝାପ୍ସା ଜହ୍ନ ଆଲୁଏ

ଖୋଜେ ସାଥୀରେ ।


୮୪)

ଧରଣୀ ପରେ

ଶୀତଳ ଜ୍ୟୋତ୍ସ୍ନା ତୋର

ଭରେ ପୁଳକ ।


୮୫)

ଉପଗ୍ରହ ତୁ

ପ୍ରାକୃତିକ ପରାଲୋ

ସୌରଜଗତେ ।


୮୬)

କକ୍ଷ ପଥରେ

ପରିକ୍ରମଣେ ରତ

ଏ ପୃଥିବୀରେ ।


୮୭)

ଅମାବାସ୍ୟାରେ

ଲୁଚିଯାଅ କାହିଁତ

ଖୁବ୍ ଖୋଜେରେ ।


୮୮)

ଜହ୍ନ ପ୍ରେୟସୀ

ଶୁଭ୍ର ଶାଢୀ ପିନ୍ଧିଲୋ

ଉଠ ଝଲସି ।


୮୯)

ଚାନ୍ଦିନୀ ରାତି

ପ୍ରିୟା ଭାବ ପୀରତି

ମଧୁର ଅତି ।


୯୦)

ତାରା ମେଳରେ

ସାଜୁ ଅଭିସାରିକା

ଚାନ୍ଦ ରାଣୀରେ ।


୯୧)

ଝର୍କା ଫାଙ୍କରେ

ତୋ ତେର୍ଚ୍ଛା ଚାହାଣୀରେ

ହଜି ଯାଏରେ ।


୯୨)

ସରଗଚାନ୍ଦ

ଦେଖିଦେଲେ ପ୍ରିୟାଲୋ

ଆସଇ ନିଦ ।


୯୩)

ଏ ଜହ୍ନ ରାତି

ଘଡିଏ ତୁ ରହିଯା

ପାହିନି ରାତି ।


୯୪)

ରଜନୀଗନ୍ଧା

ଭରା ଚାନ୍ଦିନୀରେ ତୋ

ପ୍ରୀତିରେ ବନ୍ଧା ।


୯୫)

ଅଭୁଲା ସ୍ମୃତି

ବିରହୀ ନାୟିକା ତୁ 

ଜଗାଉ ପ୍ରୀତି ।


୯୬)

ଜହ୍ନ ନାୟିକା

ଲେଖେ କବିତା ଆଜି

ଭଳିଭଳିକା ।


୯୭)

କବିତା ଗୀତି

ଲାସ୍ୟମୟୀ ଜହ୍ନ ଗୋ

କରୁଛି ଇତି ।


~ ଦମୟନ୍ତୀ


୯୮)

ସମସ୍ତେ ଦେଖ 

ଚାନ୍ଦ ଉଜ୍ଜ୍ୱଳମୟ

ବିଞ୍ଚେ ଆଲୋକ ।


୯୯)

ସରଗ ସସି

କୁନି ଝିଅ ଦେଖୁଛି

ଦଉଛି ହଁସି । 


୧୦୦)

ସରଗ ସସି

ମେଘର  ଆଢୁଆଲ

ଯାଉଛି ଭାସି ।


~ ଦୟାନନ୍ଦ ଶବର


୧୦୧)

ଶଶାଙ୍କ ବୁକୁ 

ଜହ୍ନରେ ମରିଚୀକା 

ତୃଷାର୍ତ୍ତ ଶଶା ।


୧୦୨)

ଖଣ୍ଡିତ ବକ୍ଷ 

ଅଭିସଂପାତ ଜହ୍ନ 

ଚତୁର୍ଥୀ ତିଥି ।


୧୦୩)

ସୋମେଶ ଶିର 

ସର୍ବଦା ପୂଜନୀୟ 

ଅର୍ଦ୍ଧେନ୍ଦୁ ଜହ୍ନ ।


୧୦୪)

ଅସନୀ ସ୍ୱନ 

ରୋମାଞ୍ଚ ସିହରଣ 

ଉଆଁଷି ଜହ୍ନ ।


୧୦୫)

ଜେଜେମା କୋଳ 

ପରୀ ରାଇଜ, ଜହ୍ନ 

ସ୍ୱପ୍ନ କୁମାର ।


୧୦୬)

ପେଚାର ହୁଟ୍ ହୁଟ୍ 

ନିସ୍ତବ୍ଧ ଜହ୍ନରାତି 

ପିଶାଚ ଭିତି ।


୧୦୭)

ମିସାଇଲ୍ ଯୁଗ 

ପ୍ରିୟାର ଜନ୍ମଦିନ 

ଜହ୍ନରେ ଘର ।


୧୦୮)

ପାଶ୍ଚାତ୍ୟ ପ୍ରିତୀ 

ମୋବାଇଲ୍ ଡୋରେମନ 

ଜହ୍ନ ହଜିଛି ।


୧୦୯)

ଅଙ୍କଲ୍ ର ଯୁଗ 

ଲୁପ୍ତ ଜହ୍ନ ମାମୁଁ ନା

ସଭ୍ୟତା ଦୋଷ ।


୧୧୦)

ପୁନେଇ ଜହ୍ନ

ଆଞ୍ଜୁଳା ଜହ୍ନିଫୁଲ 

ନିର୍ବାକ୍ ନିଶ୍ଚିହ୍ନ ।


~ ମନୀଷା ମିଶ୍ର


୧୧୧)

ରାଗ୍ ନାଇଁ ଲାଗ୍'ବା  

ଆମେ ତପି ଯାଉଛୁଁ 

ସେ ଯେ ଶୀତଳ ।


୧୧୨)

ମେଲା ଆକାଶ 

ଏକ୍'ଦମ୍ ସୁନ୍ଦର୍ ପଦମ୍'ଫୁଲ୍ 

ଫଟା ଘରେ ବି ।


~ ଉତ୍ତମ ହୋତା 


୧୧୩)

ଜହ୍ନ କେନ୍ତା ଯେ 

ରାତି କାଣା ବାହାର୍'ବୁ

ନାଇଁ ଦେଖି ଜନ୍ ।


୧୧୪)

ଜହ୍ନର୍ କଥା ତ 

ରାତି ବାହାର୍'ଲେ ମଲୁ 

ନାଇଁ ତୁଇ ଦେଖ୍ ।


~ ଆର. ବରସାନା ନନ୍ଦିନୀ


୧୧୫)

ମୋ ଜହ୍ନ କୁ ଦେଖି

ନଭେ ଶଶୀ ମୁହଁଟି 

ଯାଏ ଗୋ ଶୁଖି ।


୧୧୬)

ଜହ୍ନ ଲୁଚନା

ଜଳଦ ଉହାଡରେ

ମନ ବୁଝେନା ।


୧୧୭)

ମନ ଉଚ୍ଛନ୍ନ

ସତେ ପାଇଛି ମୁହିଁ

ସରଗଜହ୍ନ ।


~ ଚିନ୍ମୟୀ ସାହୁ


୧୧୮)

ଜହ୍ନର ମୁହଁ

ଲାଗଇ ସତେ କି ସେ

ପ୍ରେମିକା ହସ ।


୧୧୯)

ଜହ୍ନ ର ଛବି

କବିତା ଧାର ଟି'ଏ

ଭାବୁକ କବି ।


୧୨୦)

ଶୀତଳ ଧାର

ଜୋଛନା ଭାର ଭାର 

ଜହ୍ନ କାହାର ।


୧୨୧)

ଉଦିଆଁ ଜନ

ମୁଲକି ହଁସ ହଁସି

ଘିଛସି ମନ ।


~ ଆଶୁତୋଷ ମେହେର

☆☆☆☆☆☆☆

शुक्रवार, 28 मई 2021

ହାଇକୁକାର ପ୍ରଦୀପ କୁମାର ଦାଶ ଦୀପକଙ୍କ ଓଡ଼ିଆ ହାଇକୁ

ହାଇକୁକାର

ପ୍ରଦୀପ କୁମାର ଦାଶ 

ହାଇକୁ 

--0--

ଜହ୍ନ 


ପୁନେଇଁ ରାତି 

ଘରେ ଜହ୍ନ ଆସିଛି

ଜୋଛନା ନେଇ ।


ପୁନେଇଁ ଜହ୍ନ

ନଦୀର କୁଳୁ କୁଳୁ

ଦେଖାଏ ସ୍ୱପ୍ନ ।


ଶୀତୁଆ ରାତି 

ଜହ୍ନ ଦେହରେ ଆଜି 

ବହଳ ତାତି ।


ଥରୁଛି ଛାତି 

ଦେଖେ ଜହ୍ନକୁ ଲୁଚି 

ନିରୀହ ଆଖି ।


ଶରଦ ଚାନ୍ଦ 

ତାର ଜୋଛନା ରୂପ 

ଅମୃତ ଭାଣ୍ଡ ।


ପୁନେଇଁ ରାତି 

ସାଗର ଢେଉ ସହ

ଜହ୍ନ ନାଚୁଛି ।


ଜହ୍ନର ହସ

ଖୋଜୁଛି କାଶତଣ୍ଡୀ

ନଈର କୂଳ ।


ଜହ୍ନ ଆଲୁଅ

ଆତ୍ମନିମଗ୍ନତାର

ଶବ୍ଦ ଅଭାବ ।


~ ପ୍ରଦୀପ କୁମାର ଦାଶ

~•~ ଗାଆଁ ବୈଷୟିକ ସାରସ୍ୱତ ହାଇକୁ କାବ୍ୟ ଯାତ୍ରା ~•~

ସାରସ୍ୱତ ହାଇକୁ କାବ୍ୟ ଯାତ୍ରା


ହାଇକୁ

ଗାଆଁ / ଗାଁ / ଗ୍ରାମ


୧)

ବେଙ୍ଗୁଳୀ ରାଣୀ 

ମେଘ ରାଜାକୁ ଗାଆଁ 

ଡାକିଛି ଆଣି ।


୨)

ବଉଳ ଫୁଲ

ହୃଦୟ ହଜିଯାଏ

ଗାଁ ନଇ କୂଳ ।


~ ପ୍ରଦୀପ କୁମାର ଦାଶ


୩)

କେଡେ ସୁନ୍ଦର

ରାଇଜ ଭିତରେ ଗାଁ 

ସରଗ ପୁର ।


୪)

ଜଙ୍ଗଲ ଶେଷ

ହାତୀ ମାଙ୍କଡ ଭାଲୁ

ଗାଆଁ ପ୍ରବେଶ ।


~ ଡମ୍ବରୁଧର ବାଗ


୫)

ଗାଁ ବିଲ ମାଳ

ସେଇଠୁ ହୋଇଥାଏ

ଶସ୍ୟ ଅମଳ ।


୬)

ଗାଁ ତୋଟାମାଳ

ଖରା ଦିନେ ଶୀତଳ

ତାହାର କୋଳ ।


~ ସୁଧୀର କୁମାର ପଣ୍ଡା


୭)

ଗାଁ ମାଁ ଡାକୁଛେ 

ସହରେ ସବ୍ ଛୁଛାଟା 

ମୁଇଁ ଯାଉଁଛେ ।


୮)

ଲାଲି ଚା ଭୁଜା 

ନୁନ୍ ମିର୍ଚା ବାସି ପଖାଲ୍ 

ନାଇଁ କହନ ।


~ ଆର୍ ବରସାନା ନନ୍ଦିନୀ


୯)

ଗାଁ ବଏଲେ ତ 

ମାଁ ମାଏଟ୍ ପାଏନ୍ ପବନ୍

ଆର୍ ହଁ ଇ ଜୀବନ୍ ।


୧୦)

ଗାଁ ଛାଡ଼ିଦେବ 

ସୁନାର୍ ଲଙ୍କା ବସାବ 

ଲକ୍ଷ୍ମୀ ନାଇଁ ଥାନ୍ ।


~ ଉତ୍ତମ ହୋତା


୧୧)

ଗାଁର୍ ପାଏନ୍ ପବନ୍

ଦେ ଦେବ୍ତାର୍ ପାହେଁ ସରନ୍

ଇଟା ତ ଜୀବନ୍ ।


୧୨)

ମାଁ ମାଟିର୍ ବାସ୍ନା

ଗାଁର୍ ନଏଦ୍ ନାଲର୍ ପାଏନ୍

ମହକ୍ ତାର୍ ଅଏନ୍ ।


~ ଡିସମ୍ବର ମେହେର


୧୩)

ଗାଁ ର ମନ୍ଦିର 

ଦିଶେ କେଡ଼େ ସୁନ୍ଦର 

ଶାନ୍ତି ଅପାର ।


୧୪)

ଗାଁ ଚାଟଶାଳୀ

ଝାଟିମାଟି କୁଡିଆ 

କେତେ ବଢ଼ିଆ ।


~ ନନ୍ଦିନୀ ଶତପଥୀ


୧୫)

ଗାଁ ଲାଲାବାଗ

ଅତ୍ଯନ୍ତ ସୁନ୍ଦର ସେ

ଏଠି ଜନ୍ମ ମୁଁ ।


୧୬)

ତାହାରି କୋଳ

ମୋ ପାଇଁ ମହାବଳ

ସେହି ମୋର ମା" ।


~ ଉମାକାନ୍ତ ଦାସ


୧୭)

ମୋ ଗାଁ ହସୁଛି 

ସ୍ୱର୍ଣିମ ଫସଲରେ 

କୃଷକ କାନ୍ଦେ ।


୧୮)

ଗୋଧୂଳି ବେଳା 

ଅଙ୍କା ବଙ୍କା ଗାଁ ରାସ୍ତା 

ଗୋରୁ ର ପଳ ।


୧୯)

ସଞ୍ଜ ସକାଳେ

ଆଧ୍ୟାତ୍ମିକତାର ଖେଳ 

ଗାଆଁ ମନ୍ଦିରେ ।


୨୦)

ଗାଁ ଦାଣ୍ଡ ପିଣ୍ଡା 

ସାଂପ୍ରତିକ ରାଜନୀତି 

ତାସ୍'ର ଆସର ।


୨୧)

ଢିଙ୍କି ହଜିଛି 

ବିପିଏଲ୍ ଚାଉଳରେ 

ଗାଁ ଆଜି ରୁଗ୍'ଣ ।


୨୨)

କଂକ୍ରିଟ ଘର

ଗାଁ'ର ଅତୀତ ହଜେ 

ବିପିଏଲ୍ ସୁଅ ।


୨୩)

ଗାଆଁ ଲଳନା 

ଅପଭ୍ରଂଶ ସଭ୍ୟତା 

ଫଟା ଜିନ୍'ସରେ । 


୨୪)

ଭାଟିରେ ଧାଡ଼ି 

ଗାଁ ଯୁବକ ଭ୍ରମିତ 

ବେରୋଜଗାରୀ ।


୨୫)

ଗାଆଁ ଯାତରା 

ସହରୀ ଚାକଚକ୍ୟ 

ଉଜୁଡ଼େ ଘର ।


୨୬)

ଗାଁ ମାଟି, ପାଣି 

ଆଧୁନିକତା ସ୍ପର୍ଶେ

କରେ ରୋଦନ ।


~ ରମାକାନ୍ତ ସତପଥି 


୨୭)

ମୋ ଗାଆଁ ମାଟି

ଡାକୁଛି ଆଜି ଆରେ

ଫେର ବିଦେଶୀ ।


~ ରତ୍ନ ପ୍ରଭା ସିଂ


୨୮)

ରଙ୍ଗ ର ଘର

ଗାଁ କୋଳେ ଏତେ ଶାନ୍ତି

ସପନ ପୁର ।


୨୯)

ଗାଁ ଏବେ ବି ଗାଁ

ଯୁଗ ବଦଳିଲେ ବି

ସୁନ୍ଦର ନାଆଁ ।


~ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ


୩୦)

ଗ୍ରାମ ଦେବତୀ

ବିପଦ ଆପଦରେ

ସାହା ହୁଅନ୍ତି ।


୩୧)

ଗାଆଁ କନିଆଁ

ସିଙ୍ଘାଣି-ନାକୀ ଶବ୍ଦ

ତାକୁ ଛାନିଆଁ ।


୩୨)

ଗାଁ ପରିବେଶ,

ଶାନ୍ତ ସ୍ନିଗ୍ଧ ନିର୍ମଳ

ହୃଦେ ଉଲ୍ଲାସ ।


~ ଶମ୍ଭୁନାଥ ଦାସ


୩୩)

ସୁଷମା ଭରା 

ଅପରୂପ ଶୋଭାଶ୍ରୀ 

ଗାଆଁ ମୋହରି ।


୩୪)

ମୋ ଗାଆଁ ଧୂଳି 

ଚନ୍ଦନ ପରି ଗୋଳି 

ହେବି ମୁଁ ବୋଳି ।


୩୫)

ହସୁଛି ଗାଆଁ 

ସୁନ୍ଦର ପରିବେଶେ

ମନ ହରଷେ ।


~ ସମିତା ସ୍ବାଇଁ


୩୬)

ପଲସିପାଣି

ଆଏ ମୋର୍ ଗାଁଆର୍ ନାଁଆ

ଆଏ ମୋର୍ ମାଁଆ ।


୩୭)

ଗାଁଆ ମୋର୍ ମାଁଆ

ଗାଁଆ ମୋର୍ ଜନମ୍ ଭୁଇଁ

ମମତାମଇ ।


୩୮)

ମୋର୍ ଗାଁଆ ସୁଂଦର୍

କେତେ ସୁଂଦର୍ ତାର୍ ମାଟି

କେନ୍ ହେବା କଁଟି ।


~ ଦୟାନନ୍ଦ ଶବର


୩୯)

ଗାଁ ଡାକୁଛେ ଆ 

ସହରେ ନାଇଁ ଗୁପି

ଗାଁ କେ ଫିରି ଆ ।


୪୦)

ମହନି ଭରି 

ପାଏନ ପବନେ ତ

ଗାଁ ପଡେ ହୁରି ।


~ କୃପାସିନ୍ଧୁ ମହାକୁର


୪୧)

ସବୁଠୁ ମିଠା

ଭଲ ଲାଗେ ତା ନାଆଁ

ମୋହରି ଗାଆଁ ।


୪୨)

ଗାଆଁ ସଂସ୍କୃତି

ଭାଇଚାରାର ପ୍ରୀତି

ମଧୁର ଅତି ।


୪୩)

ଶ୍ୟାମଳିମା ଭୂଇଁ  (୬)

ବିଲ ପାହାଡ  ନଈ

ମନକୁ ମୋହି ।


୪୪)

ଗାଆଁ ଦାଣ୍ଡରେ

ଧୂଳିଖେଳ ସାଥିରେ

ପିଲା ହୋ ହା ରେ ।


୪୫)

ଅଳସୀ ନଈ

ଗାଆଁ ତୋଟାକୁ ଛୁଇଁ

ଯାଉଛି ବହି ।


୪୬)

ତୋଟା ମାଳରେ

କୋଇଲି କୁହୁ କରେ

ମନକୁ ହରେ ।


୪୭)

ଦୋଳ ଯାତରା

ହୋଲି ରଜ ଦଶରା

ଖୁବ୍ ନିଆରା ।


୪୮)

ଚାଟଶାଳୀରେ

ଅବଧାନ ପାଠରେ

ବେତ ମାଡରେ ।


୪୯)

ନିଧି ମଉସା

ପରିବା ତା ବେଉସା

ଭାରି ସରସା ।


୫୦)

ଗାଁ ଦେବାଳୟ

ସତ୍ୟ ଶାନ୍ତି ନିଳୟ

ଆନନ୍ଦମୟ ।


୫୧)

ସାଥୀ ମେଳରେ

ରଜ ପର୍ବ ଦୋଳିରେ

ଝୁଲୁ ମଜାରେ ।


୫୨)

ଦୁରୁଜି ଜେନା

ସରପଞ୍ଚ ଏଇନା

ମିଛ କହେନା ।


୫୩)

ପାଣି ପବନ

ଗଢା ମୋର ଜୀବନ

ତା ପାଇଁ ଧନ୍ୟ ।


୫୪)

ଏନ୍ତୁଡି ନିଆଁ

ମୋ ଗାଆଁବି ଦେଖିଛି

ଜୁଇର ଧୂଆଁ ।


୫୫)

କୋଟି ଜୁହାର

ଗାଆଁ ନୁହେଁତ ସିଏ

ମାଆଟି ମୋର ।


୫୬)

ମୋ ଗାଆଁ ମାଟି

ସ୍ଵର୍ଗ ଠାରୁ ଉଚ୍ଚରେ

ପ୍ରଣମେ ଏଠି ।


~ ଦମୟନ୍ତୀ ରଥ


୫୭

ମୋ ଗାଁ ହସୁଛି 

ପଲ୍ଲୀ ପ୍ରକୃତି ଶୋଭା 

ସେ ହରାଇଛି ।


୫୮)

ଆଧୁନିକତାର 

ଛାପ ପଡି ସାରିଛି 

ପିଚୁ ରାସ୍ତାର ।


୫୯)

ନା ଅଛି ବିଲ 

ପଡିଆ ଓ ଗାଡ଼ିଆ 

ଅଛି ତ ସ୍କୁଲ ।


୬୦)

ଛଣ ଛପର 

ଦେଖା ଯାଉନି ଏବେ 

ସୌଧ ରେ ପୂର ।


~ ସୁଧାଞ୍ଜଳି  ମିଶ୍ର


୬୧)

ଦିନେ ଫେରିବ

ସହରୁକୁ ଛାଡିରେ

ଗାଆଁର କୋଳ ।


~ ମନୋରଞ୍ଜନ ସେଠୀ


୬୨)

ଗାଁ ପରିବେଶ 

ଦିଶେ କେଡ଼େ ସୁନ୍ଦର 

ସ୍ବଚ୍ଛ ଶ୍ଯାମଳ...!


~ ବିଶ୍ବନାଥ ଭୁଏ


୬୩)

ମୋ ଗାଁ ହଜିଛି

କଂକ୍ରିଟର ଜଙ୍ଗଲ 

ଝୁରେ ଫଗୁଣ ।


୬୪)

ଝିଲମିଲ୍ ଖରା 

ହାଣ୍ଡି ମାଙ୍କଡ଼ ଚିତ୍ 

ସବୁଜ ବନ୍ୟା ।


୬୫)

ଶିଶିର ସନ୍ଧ୍ୟା 

ଗାଁ ରେ ଶ୍ୱେତ ବିପ୍ଳବ 

ଅମୂଲ୍'ର ଭୋକ ।


୬୬)

ଟୁଙ୍ଗୀ ହଜିଛି 

ଠିପି ଖୋଲା ଦୋକାନ 

ଗାଁ ବଦଳିଛି ।


୬୭)

ଗାଆଁ ମନ୍ଦିର

ଭକ୍ତଙ୍କ ଲୁଚକାଳି 

ଗଞ୍ଜେଇ, ଚିଲମ୍ ।


୬୮)

ଗାଁ ଚାଟଶାଳୀ

ମାଗଣାର ପୋଷାକ 

ମିଡ ଡେ ମିଲ ।


୬୯)

ଚଉରା ମୂଳ

ଗାଆଁରେ  ଇଭିନିଙ୍ଗ

ସଳୀତା ଝୁରେ ।


୭୦)

ଗୋରୁର ଖୁରା 

ନିସ୍ତବ୍ଧ ଗାଆଁ ନଈ

ସ୍ୱପ୍ନ ଗୋଧୂଳି ।


୭୧)

ରଜ ମଉଜ 

କେକ୍, କୋଲା, ଚାଉମିନ 

ଗାଁ ଦାଣ୍ଡ ଧୂଳି ।


୭୨)

ସଭ୍ୟତା ଛାପ 

ଏହି କି ସେ ମୋ ଗାଆଁ 

ସେ ଦିନ ସ୍ୱପ୍ନ ।


~ ମନୀଷା ମିଶ୍ର


୭୩)

ଗାଁ'ର ସଡ଼କ

ମୋ ଭାଗ୍ୟ ପରି ଏବେ

ସିଧା ସଳଖ ।


୭୪)

ଗୋଧୂଳି ବେଳା

ଗାଁ ଭାଗବତ ଟୁଙ୍ଗି

କାଉ ରାବୁଛି ।


~ ରାଜେଶ କୁମାର ମୁଣ୍ଡ


୭୫)

ଗାଁ ସରୋବର 

ପାଖରେ ରହିଅଛି 

ଶିବ ମନ୍ଦିର ।


୭୬)

ଗାଁ ପାଖ ହାଟ 

ଅଙ୍କା ବଙ୍କା ସଡ଼କ 

ଅଳପ ବାଟ ।


୭୭)

ଗାଁ ବିଦ୍ୟାଲୟ 

ପିଲାମାନେ ଯାଆନ୍ତି 

ନ କରି ଭୟ ।


~ ସନ୍ତୋଷ କୁମାର ସାହୁ


୭୮)

ସରଳ ଲୋକେ

ରୁହନ୍ତି ପଲ୍ଲୀ ପୁରେ

ନଥାଏ ଛନ୍ଦ ।


୭୯)

ନିର୍ମଳ ବାୟୁ

ମିଳଇ ଗ୍ରାମାଞ୍ଚଳେ

ବଢାଏ ଆୟୁ ।


~ ରଞ୍ଜନ ଜେନା 

☆☆☆☆☆☆☆☆☆

MOST POPULAR POST IN MONTH