हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

सोमवार, 4 अप्रैल 2022

ହାଇକୁ ସାଧନା ଖୋର୍ଦ୍ଧା, ସାରସ୍ୱତ ଚୋକା କାବ୍ୟ ଯାତ୍ରା, ମାର୍ଚ୍ଚ-୨୦୨୨

ସାରସ୍ଵତ ଚୋକା କାବ୍ୟ ଯାତ୍ରା

ମାର୍ଚ୍ଚ - ୨୦୨୨

ଚୋକା

୧)

ଦୋଳ ପୂର୍ଣ୍ଣିମା

ଆନନ୍ଦ ଉଲ୍ଲାସରେ

ପାଳିବା ପର୍ବ

ଓଡ଼ିଶାର ସଂସ୍କୃତି

ସମୃଦ୍ଧମୟ

ପୁର ପଲ୍ଲୀ ଜନତା

ସଗର୍ବେ ମାତି

ଦୋଳ ବିମାନେ ସଜ୍ଜା

ଗାଆଁ ଠାକୁର

ଖାଆନ୍ତି ଦ୍ଵାରୀ ଭୋଗ

ଦୋଳ ମଣ୍ଡପେ

ମିଳିତ ହୋଇ ସର୍ଵେ

ବାଜା ରୋଷଣୀ

ବାଘ ଓ ଘୋଡ଼ା ନାଚ

ଦୁଲୁକେ ମହୀ

ଗୋପାଳ ବାଡି ଖେଳ

ପାଣି ଖେଳରେ

ଭୁଲନ୍ତି ଭେଦଭାବ

ହୋଇଣ ଏକ

ପୁରାତନ ଐତିହ୍ୟ

ନୁହେଁ ବିଲୁପ୍ତ

ଏବେ ବି ଉଜ୍ଜୀବିତ

ଫୁଲ ଦୋଳରେ

ପଞ୍ଚୁ ଓ ଦଶ ଦୋଳ

ଯାତ୍ରା ପାଳିତ

ମୃଦଙ୍ଗ ତାଳେ ତାଳେ

ନାମ କୀର୍ତ୍ତନ

ରଙ୍ଗ ଅବିର ଖେଳ

ହୋଲି ପରବେ

ଭ୍ରାତୃତ୍ବ ଭାଇଚାରା

ସ୍ନେହ ପ୍ରୀତି ପସରା ।


~ ବାସନ୍ତୀ ଦେଈ, ଖୋର୍ଦ୍ଧା


୨)

ସଂର୍ପକ ଗଡ

ନୀତି ନିୟମ ଭିଡ

ଅପ୍ରିୟ ସତ

ହ୍ରୁଦେ ଆଣେ ଆଘାତ

ବୁଦ୍ଧି ଉଦୟ

ସର୍ବନାଶ ବେଳକୁ

ନିନ୍ଦେ ଭାଗ୍ଯକୁ

କିଂ କର୍ତ୍ତବ୍ଯବିମୂଢ

ଭାଙ୍ଗଇ ନୀଡ

କାଳ ବୈଶାଖୀ ଝଡ଼ 

ବିକୃତ ମତି

ବେଳହୁଁ ସାବଧାନ

ପାଇବୁ ମୁକ୍ତି  

ଷଡ ରିପୁ ଦମନେ

ଲଭିବୁ ଶାନ୍ତି 

ସତ୍ଯ ଅହିଂସା ମନ୍ତ୍ର

ନିତ୍ଯ ଭଜୁଥା ଚିତ୍ତ । 


୩)

 ବିମାନେ ବସି

ଦ୍ୱାରେ ଦ୍ୱାରେ ବୁଲନ୍ତି

ଠାକୁରେ ଆଜି

ଭକ୍ତ ହୋଇଛି ଧନ୍ଯ

ପ୍ରଭୁ ଦର୍ଶନେ

ମଧ୍ଯ ରାତ୍ରେ ବିହାର

ଭାବ ମନ୍ଦିରେ

ଗହଳ ଚହଳ ଲୋ

ଗାଆଁ ଦାଣ୍ତ ରେ

ଭକ୍ତି ନୈବେଦ୍ଯ ପୁଷ୍ପ

ପୂଜା ପାଇଁ ଲୋଡାତ  । 


~ ସସ୍ମିତା ବାରିକ୍,  ବୋଲଗଡ଼


୪)

ରଙ୍ଗ ରଙ୍ଗେଲି

ଆସିଛି ହାପି ହୋଲି 

ଭାତୃତ୍ୱ ଭାବ

ଜାଗ୍ରତ ମୂଳ ଲକ୍ଷ୍ଯ

ଭେଦ ବିଭେଦ

ଭୂଲି ଖେଳିବା ହୋଲି

ସ୍ନେହ ପ୍ରେମର

ଏକତା ମନ୍ତ୍ର ବୋଳି

ଖେଳିବା ହୋଲି 

ଦେଶ ମାତୃକା ପାଇଁ

ଲଢ ଜୀବନ ଦେଇ  । 


~ ସସ୍ମିତା ବାରିକ୍, ବୋଲଗଡ଼


୫)

ସପନ ଆସେ

ସୁଶୀତଳ ସୁରଭି

ସାଙ୍ଗରେ ନେଇ

ବାସ୍ନା ଭିଜା ସେ

ମୁଦିତ ଲଫାପା ର

ମରମ କଥା

ରଙ୍ଗ ଭିଜା ସେ 

ଟି ସାର୍ଟର ନାଲିଆ

ନାରଙ୍ଗୀ ବ୍ୟଥା 

ଆଉ ଗୋଲାପ

ଫୁଲର କଣ୍ଟକିତ 

ପରଷା ନେଇ

ସପନ ଆସେ ।


~ ମିନାକ୍ଷୀ ମିଶ୍ର, ଖୋର୍ଦ୍ଧା


୬)

ଋତୁ ବଦଳେ

ଜୀବନ ସଂଘର୍ଷରେ

ଅପୂରଣୀୟ

ଦୁର୍ବାର ଅଭିଳାଷେ

 ଜୟ ବିଜ୍ଞାନ

ସ୍ଲୋଗାନ ମାଧ୍ୟମରେ

ଆଧୁନିକତାର

ସାମାଜିକ ଚଳଣି

ରୂପ ବଦଳେ

ଆଧ୍ୟାତ୍ମିକ ବିହୀନ

ଉଗ୍ର ଅଧୁନା

କାମନା ପୂରଣ ର

ପ୍ରତିଯୋଗିତା

ବସ୍ତୁବାଦୀ ଦୁନିଆ

କଂକ୍ରିଟ ଯୁକ୍ତ

ଶିଳ୍ପ ଓ ଅଟ୍ଟାଳିକା

ଜଙ୍ଗଲ ଧ୍ବଂସ

ପ୍ରକୃତିର ଅଭିଶାପ

ଅନିଶ୍ଚିତତା

ସ୍ବପ୍ନ ର ଭବିଷ୍ୟତ

ଆଶା ଅନେକ

ନୂତନ ସମ୍ଭାବନା

ରହେ ସ୍ୱପ୍ନରେ

ସବୁ ତ ଚୁରମାର

ପ୍ରକୃତି ଲୀଳା

ରଚେ ତା ଇଛାମତେ

ବୈଶାଖେ କଇଁ

ଆଷାଢେ ଫାଟେ ଭୂଇଁ

ବନ୍ୟା ମରୁଡି

ଚାଷୀ ହା ହତାଶ ରେ

ଜଳ ସଂକଟ

ଗ୍ରୀଷ୍ମେ ବନ୍ୟା ପ୍ରବଳ

ଅସମୟରେ

ସୁନାମି ଭୂମିକମ୍ପ

ଜୀବନ କ୍ଷୟ

ବିକାଶ ର ଡିଣ୍ଡିମ

ସ୍ଥାଣୁ ଆଇନ୍

ମଣିଷ କର୍ମଫଳ

ଭୋଗିବନି ତ

କିଏ ଆଉ ଭୋଗିବ?

ସଚେତ ହୁଅ

ବେଳହୁଁ ସାବଧାନ

ଜୀବନ ହେବ ଧନ୍ୟ ।


~ ବାସନ୍ତୀ ଦେଈ, ଖୋର୍ଦ୍ଧା


୭)

 ମମତାମୟୀ

ସ୍ନେହ ର ମନ୍ଦାକିନୀ

ମାଆ ଟି ମୋର

ଅମୃତ ଗନ୍ତାଘର

ପିଲା ଟି ପାଇଁ

ବାତ୍ସଲ୍ୟ ମମତା ର

ଝରଣା ଟିଏ

 ନିଆରା ପ୍ରତିମୂର୍ତ୍ତି

ଦିଏ ପୀୟୂଷ

କୋଳେ ଦେଖାଏ ଶଶୀ

ମୁଖେ ଚୁମ୍ବନ

ସ୍ବପ୍ନ ଲହଡ଼ି ଭାଙ୍ଗେ

ଶିଶୁ ଆଦର୍ଶ

ଗଢଇ କୋଣାରକ

ସପ୍ତ ଆଶ୍ଚର୍ଯ୍ୟ

ହୋଇବ ପିଲା ମୋର

ଜଗତଜିତା

ଦେଶ ଜାତିର ନାମ

ରଖିବ ଟେକ ପଣ।


~ ବାସନ୍ତୀ ଦେଈ, ଖୋର୍ଦ୍ଧା


୮)

ନାରୀ ଯେ ଧନ୍ୟା

ଶକ୍ତିସ୍ଵରୂପିଣୀ ସେ

ଅଟେ ଅନନ୍ୟା

ଅନେକ ରୂପରେ ସେ

ହୁଏ ପୂଜିତା

ଜନନୀ। ଭଗ୍ନୀ ଜାୟା

ପୁଣି ଦୁହିତା

ବାତ୍ସଲ୍ୟ ପ୍ରେମେ ଭରା

ତାର ଅନ୍ତର

ତହିଁରୁ ପ୍ରୀତି ସୁଧା

ବହେ ଝର୍ଝର

ସନ୍ତାନ ହିତ ଲାଗି

ସେ ସମର୍ପିତା

କେତେ ଯାତନା ସହି

ହୁଏ ଲାଞ୍ଛିତା

ସୁନା ସଂସାର ଗଢ଼େ

ଆଦର୍ଶ ନାରୀ

ବଧୂ ରୂପରେ ମନ

ମୋହେ ସବୁରି

ବୁକୁ ତଳେ ସାଇତି

ବ୍ୟଥା ଅନେକ

ସଳିତା ଭଳି ଜଳି

ଦିଏ ଆଲୋକ

ନାରୀ ନୁହେଁ ଅବଳା

ସେ ସ୍ୱୟଂସିଦ୍ଧା

ଦେବୀ ରୂପରେ ସେ ତ

ଅଟେ ଆରାଧ୍ୟ୍ୟା

ଦୟା, କ୍ଷମା ତ୍ୟାଗର

ଅଟେ ସେ ଗନ୍ତାଘର  ।


~ ମଧୁଛନ୍ଦା ଦାଶ ଭୁବନେଶ୍ୱର


୯)

କବି ଭାବୁକ

ଯଦି ହେବେ ଶାସକ

ନଥିବ ରକ୍ତପାତ 

ନର ସଂହାର

ବର୍ବର ଆକ୍ରମଣ 

ଭୟ କମ୍ପିତ  ପ୍ରାଣ

ସାହିତ୍ୟ  ରସେ

ପ୍ରେମ  ଭାବ ପରଷେ

ଶାନ୍ତି ସୁଧା ଝରିବ।


~ ବିଳାସିନୀ ଦାଶ, ମଧୁସୂଦନ ନଗର


୧୦)

ଛୋଟିଆ ନିଶା

ଯକ୍ଷ୍ମା ରୋଗର ବସା

ଟାଣେ ପଇସା

ପୁରେ ମନର ତୃଷ୍ଣା

ବିବେକ ବାଧା 

ଅଶାନ୍ତ ପରିବାର

ଉଜୁଡେ  ସ୍ୱପ୍ନ

ଧୂମକେତୁ ଉଦୟ

ଜୀବନ ନଷ୍ଟ

ଆଶାର ବୈତରଣୀ

ଦିଗ ହଜାଏ

ସଚେତନ ହୋଇଲେ

ମାର୍ଚ୍ଚ ଚବିଶ

ବିଶ୍ୱ ଯକ୍ଷ୍ମା ଦିବସ

ରଖିବା  ତା' ମହତ  । 


~ ସସ୍ମିତା ବାରିକ୍, ବୋଲଗଡ଼


୧୧)

ତନୁ ଆଧାର

ଅଭିମାନ ତରୁ ର,

ଶାଖା ପ୍ରଶାଖା

ଖୋଲି ଦଣ୍ଡାୟମାନ

ଦର୍ପ ହେତୁରୁ

ନାଶି ଉନ୍ମତ ବ୍ୟକ୍ତି

ସଖା ସମ୍ପତ୍ତି,

ଵୈର ଭାଵ ବଢ଼ାଇ

ଭେଟେ ବହୁ ବିପତ୍ତି ।


~ ଆରତି ମଞ୍ଜରୀ ଦାଶ, ଗୁରୁଜଙ୍ଗ।


୧୨)

କାଲି ତାରିଖ

ଅପ୍ରେଲ ଏକ ରିଖ

ଓଡିଶା ହେଲା

ସ୍ୱତନ୍ତ୍ର ଉତ୍କଳ ର 

ନାମ ରଖିଲା

ଉତ୍କଳର ଗୌରବ

ମଧୁସୂଦନ

ତାଙ୍କ ସହିତ ଥିଲେ

ଉତ୍କଳ ମଣି

ପଣ୍ଡିତ ଗୋପବନ୍ଧୁ

ମହାପୁରୁଷ 

ଓଡ଼ିଆ ଭାଷାପାଇଁ

ଉଦ୍ୟମ ଅବ୍ୟାହତ।


~ ଜ୍ୟୋତି ପ୍ରଭା ପଟ୍ଟନାୟକ

मंगलवार, 22 मार्च 2022

हाइकु कवयित्री डॉ. करुणा उमरे जी के उत्कृष्ट हाइकु

हाइकु कवयित्री 

डॉ. करुणा उमरे (स्व.)

हाइकु 

1.

तीन नयन

सूर्य चंद्र यमुना 

शमन मन ।


2.

धर्म नहीं है 

समय को गिनना

किंतु तौलना ।


3.

बौर पराग

अधरों में फागुन 

गीत सा जाग ।


4.

भोर तपी है 

शान्ति हेतु हवा ने 

माला जपी है ।


5.

गगन लोक

किरणों को पा कर

होता अशोक ।


6.

मधुर गंध

खिल उठा ज्यों यह

धरती मुख ।


7.

नभ आँचल 

स्वर्ण कलश सम

दिखे प्रांजल ।


8.

हवा धड़की 

पेड़ बन गई है 

एक लड़की ।


9.

मौसम आए

आँखों की पुतली में 

गुलाब छाए ।


10.

पल में रेत 

ढहे घरौंदा जब

देता है खेद ।


~ डॉ. करुणा उमरे

रविवार, 20 मार्च 2022

କୋଶଳୀ ହାଇକୁ : ପୁସ୍ତମ୍ ଯୁଆଡି

କୋଶଳୀ ହାଇକୁ 

ପୁସ୍ତମ୍ ଯୁଆଡି 


୧)

ବଜା ଢୁଲିଆ

ଢ଼ଲିଆଖୁସା ଢ଼ିଲ

ପାହାରେ ପକା ।


୨)

ଧାଙ୍ଗରିପନ

ଧଙ୍ଗରା ବିନେ ଛିନା

ମୁହୁଁ ଦର୍ପନ ।


୩)

ଖଁଡାର ଚୁଟେଁ

ଜଟାୟୁର ମରନ

ଜୟ ଶ୍ରୀରାମ ।


୪)

ଦଶରା ଢୋଲ

ଧଙ୍ଗଧଙ୍ଗାସି ଜୁଏ

ଜୁଆନ ଛାତି ।


୫)

ଝାରିଦେ ଝଲା

ଅରେନ୍ଧିଆଁ ହେଇ ନ

ଜଲୁ ଜୀବନ ।


୬)

କଅଁଲି ଖରା

ଗୁରା ଗାଲେଁ ଛଏଁରା

ଦେ ଘାଏ ଚହରା ।


୭)

କୁଇଲି କୁହୁ

ଝରୁଛେ ଯେନ୍ତା ମହୁ

ତୋର ମୁହୁଁ ନୁ ।


୮)

ମନର ସାଜୋ 

ପାଖେ ପାଖେ ରସିଆ

ଗୁଟା ପୁରଥି ।


୯)

ମନ ଆକାଶେଁ

ସୁନାର୍ ଚେରେ ଉଡୁଛେ

ମିଛ ସପନ ।


୧୦)

ଲୁକଲୁକାନି

ଟାଏଟ କୁନେ ଲୁକା

ଗୁପତ କଥା ।


୧୧)

ବର୍ଷାର କଥା

ଦରଲି ଦେଲେ ଛନେ

ସିଗିବିଗିଆ ।


୧୨)

ଜନ୍ମର ନାତା

ଧୁରିଆ କୋଶ କୋଶ

ଆ ପାସକେ ଆ ।


୧୩)

ଦୁଖକେ ପ୍ରଶ୍ନ

କାହିଁ ଯାଉଛୁ ତୁର୍ତି

ଗରିବ ଘର ।


୧୪)

ତରାର ଭିଲେଁ

ଚକମକ ଆକାଶ

ଜନ ଏକେଲା ।


୧୫)

ଶୁଷି ଦେଲାନ

ଧରତିର ପାଏନ୍ କେ

ଭୁକା ସୁରୁଜ ।


୧୬)

କଁଟାର୍ ଧରସା

ପାହା ପକେଇ ଚାଲ

ମନର ଜୁ ଥି ।


୧୭)

ଫୁଲର ଇଚ୍ଛା

ମାହାପୁରୁର ବେକେଁ

ଫାଶିର ଫନ୍ଦା ।


୧୮)

ପ୍ରେମର କଥା 

ଗୁପତ ନାଇଁ ରଖ

ଘୁରସି ମଥା ।


୧୯)

ଜୁଏ ଜଲସି

ମୋର ଉଦା ଗାଗରେଁ

ବେଦୀର ସାଲେଁ ।


୨୦)

କଅଁଲି ଖରା

ଗୁଲାପି ଗାଲ ସାରା

ଦେ ଘାଏ ଧରା ।


୨୧)

ଭାବର ରାଧା

କୃଷ୍ଣର ପ୍ରେମେ ବନ୍ଧା

ବଏଁଶି ଛନ୍ଦା ।


୨୨)

ଡଙ୍ଗର ବୁଲା

ଝରନାର ପାଏନ

ମନ କରେ ଚେଁ ।


୨୩)

ଧାଙ୍ଗରି ମାଚୋ

ଗିରଜି ଗିଝା ଝୋ ଝୋ

ମନ ନାଚଲା ।


୨୪)

ଶାଗୁଆ ଖେତ

ଝାଲ ପୁଛା ରକତ

ଖେଜା ଥି ନେବେ ।


୨୫)

ନାରଗି ଟେଭା

ଜନ ହେଇ ଲୁକିଦେ

ସୁନ୍ଦରୀ ଗୁଭା ।

--00--


~ ପୁସ୍ତମ୍ ଯୁଆଡି

छत्तीसगढ़ी (सरगुजिया) हाइकु : पद्मनाभ गौतम

छत्तीसगढ़ी 

सरगुजिया हाइकु : पद्मनाभ गौतम

हाइकु 

--0--

फर्रा गे घाम

कोइली हर बोलै 

पाके गा आम ।


खाई त्यौहार 

आवय त लचके 

तेंदू के डार ।


ठण्डा गे फाग 

आवत हावे संगी 

चैती के आग ।


मांदर बाजै 

गँउहा देवल्ला के 

सइला नाचै ।


सूवा के गीत 

मोर मन के पीर 

खोजा रे मीत ।


बंसी के तान

मन ला बसियाये 

झूमै परान ।


~ पद्मनाभ गौतम

शनिवार, 19 मार्च 2022

छत्तीसगढ़ी हाइकु : हाइकुकार प्रदीप कुमार दाश "दीपक"

प्रदीप कुमार दाश 'दीपक'


मइनसे के पीरा 
(छत्तीसगढ़ी का प्रथम हाइकु संग्रह)
(प्रकाशन वर्ष- 2000)

छत्तीसगढ़ी हाइकु 

1.

बापू के फोटू 

ऑफिस मा बुहाथे 

ओखर आँसू ।

2.

गमकत हे

संगी के मया अऊ 

भूईं के माटी ।

3.

विकट रात 

एक दीया बताथे 

ओला औकात ।

4.

देवता रीझे 

मनखे का चीज ए

पथरा सीझे ।

5.

दिल के बिल

निकरथे कविता 

अरे मुसवा !

6.

देखत रह..

बुहा जाही उमर 

ह.. ह.. नदिया ।

7.

मन के पीरा 

उछलत हे आँखी 

बन के गूँजा ।

8.

जेब हे खाली

रासन के तारीख

आ गे देवारी ।

9.

आन्हे हा नोहे

लड़ावथे धरम

मइनसे ला ।

10.

कोन कहीस

छुवे नई हावय

अगास कभू ।

---00---


~ प्रदीप कुमार दाश "दीपक"

साँकरा, जिला- रायगढ़ (छत्तीसगढ़)

शुक्रवार, 18 मार्च 2022

हाइकु कवयित्री शर्मिला चौहान जी द्वारा रचित होरी के छत्तीसगढ़ी हाइकु

हाइकु कवयित्री 

शर्मिला चौहान 

होरी के हाइकु

---0---


आगी लग गे

फागुन तिहार में

टेसू फूल गे ।

--0--

संझा बिहान

बाजथे मन भर

ढोल नगाड़ा ।

--0--

फाग सुनाथे

आनी बानी के संगी

जी हा लुटा गे ।

--0--

रद्दा देखत

बीत गिस महीना

नैना पीरा गे ।

--0--

नैना ढूँढथे

सुंदर मोर संगी

कहांँ लुका गे ।

--0--

होली खेलथों

संगवारी के संग

नथ गवाँ गे ।

--0--

संगी के संग

चारों डहर रंग

मन रंगा गे ।

---00---


~ शर्मिला चौहान

रविवार, 6 मार्च 2022

ହାଇକୁ ସାଧନା ଖୋର୍ଦ୍ଧା, ସାରସ୍ୱତ ଚୋକା କାବ୍ୟ ଯାତ୍ରା, ଫେବୃଆରୀ-୨୦୨୨

ହାଇକୁ ସାଧନା ଖୋର୍ଦ୍ଧା

ସାରସ୍ଵତ ଚୋକା କାବ୍ୟ ଯାତ୍ରା

ଫେବୃଆରୀ-୨୦୨୨

ଚୋକା 

--0--

୧)

ହଂସ ବାହିନୀ

ଜୟ ମା ସରସ୍ବତୀ

ହେ ବୀଣାପାଣି

ପୁସ୍ତକ ଧାରିଣୀ ମା

ପବିତ୍ର ମାଘ

ଶୁକଳ ପଞ୍ଚମୀରେ

ଧରା ପୃଷ୍ଠରେ

ଶ୍ଵେତ ବସ୍ତ୍ର ଧାରିଣୀ

ଶିକ୍ଷାୟତନେ

ବିଦ୍ୟାର୍ଥୀ ଗହଣରେ

ସଦା ପୂଜିତା

କର ମା ଆଶୀର୍ବାଦ

ଛାତ୍ରଛାତ୍ରୀଙ୍କୁ

ସଙ୍କଟ ହେଉ କ୍ଷୟ

ବିଦ୍ୟାଧ୍ୟୟନେ

ଚାଲିବ ନିରନ୍ତର

ଘେନ ପ୍ରଣତି

ଦେଉଛି ଭକ୍ତି ଅର୍ଘ୍ୟ

କର ସୁଦୟା

ହସିବ ବିଦ୍ୟାଳୟ

ଆସିବେ ପିଲା

ପୂଜୁଛୁ ସଭକ୍ତି ରେ

ବନ୍ଦେ ତ୍ବଂ ଭଗବତୀ।


~ ବାସନ୍ତୀ ଦେଈ ଖୋର୍ଦ୍ଧା


୨)

ସାବରମତୀ 

କୋଟି  ତୀର୍ଥ ଠୁଁ ବଡ

ପାଇଥିଲା ସେ

ବାପୁଙ୍କ  ପଦରଜ

ଆଶ୍ରମ ଟିଏ

ତ୍ୟାଗ  , ସତ୍ୟାଗ୍ରହର

ଜାତି ପିତାଙ୍କ

ମାର୍ଗଦର୍ଶନ ଭୂଇଁ

ହୃଦୟ  କୁଂଜ

ଦାଣ୍ଡୀ ଅଭିଯାନ  ର

ନୀରବ ସାକ୍ଷୀ

ଝୁରୁଛି ଏଇ ମାଟି

ମୁକ୍ତିକାମୀଙ୍କ

ସ୍ବଦେଶୀ  ଆନ୍ଦୋଳନ 

ତିନି ମାଙ୍କଡ଼ 

ଜୀବନ  ଦର୍ଶନର 

କାଳଜୟୀ  କୃତି ।


~ବିଳାସିନୀ  ଦାଶ ମଧୁସୂଦନ ନଗର


୩)

ହେ ଦୁଃଖ ହାରୀ

ଘେନ ମୋର ଗୁହାରି

କ୍ଷମା ମାଗ ଇ

କର୍ମଜ ପାପ ପାଇଁ

ଭଵମାୟା ରେ

ପଡ଼ି କରେ ମୁଁ ଭୁଲ୍

ପଦ ପଙ୍କଜ

ଧ୍ୟାୟୀ ସାରା ଜୀଵନ

ବିତାନ୍ତି ପ୍ରଭୁ

ଏହି କୃପା କରନ୍ତ

ଵାଟ ବତାଇ

ମତେ ନିଅନ୍ତ କଢାଇ

 ସକଳ ସୁଖ

ଦୁଃଖ ଶ୍ରୀ ଚରଣେ

ସମର୍ପି ଯା' ନ୍ତି ଚଳି।


୪)

ଵିଦ୍ୟା ଦାୟିନୀ

ଵାଣୀ ହଂସ ବାହିନୀ

ଶ୍ଵେତ ପଙ୍କଜ

ବାସିନୀ, ବୀଣାପାଣି

 ନମସ୍ତେ ମାତ 

ସକଳ ଚାରୁ କଳା

ବିଦ୍ୟୋତିନୀ ମା

ଶ୍ଵେତାଭୁଷଣେ ମଧୁ

ମୟେ ହରି ବଲ୍ଲଭେ ।


~ଆରତି ମଞ୍ଜରୀ ଦାଶ, ଗୁରୁଜଙ୍ଗ।


୫)

ମା ମହାଲକ୍ଷ୍ମୀ 

ଐଶ୍ୱର୍ଯ୍ୟ ପ୍ରଦାୟିନୀ 

ମା ମହାକାଳୀ 

ସର୍ବ ଶକ୍ତି ଦାୟିନୀ 

ମା ସରସ୍ବତୀ 

ବିଦ୍ୟା ବୁଦ୍ଧି ପ୍ରଦାନୀ 

ତୁମରି ବିନା 

କେଅଛି ଜ୍ଞାନୀ ମାନୀ 

କରେ ବିନତୀ 

ଆସ ଏ ଧରା ଧାମେ 

ଶତ୍ରୁ ବିନାଶି 

ଘନ ତିମିର ନାଶି

କୃପା ବରଷି 

ସବୁ ହୃଦୟେ ବସି 

ହେ ଜ୍ଞାନ ଦାତ୍ରୀ 

ତୁମ ପୂଜା ରେ ମତି 

ନାଶ ମନରୁ ଭିତି l


~ସୂର୍ଯ୍ୟକାନ୍ତି ଦାଶ, ଯାଆଁଳା, ଜଟଣୀ


୬)

ତନୁ ଆଧାର

ଅଭିମାନ ତରୁର

ଶାଖା ପ୍ରଶାଖା

ଖୋଲି ଦଣ୍ଡାୟମାନ

ଦର୍ପ ହେତୁରୁ

ନାହିଁ ତା' ମିତ୍ର ଵନ୍ଧୁ

ସଖା ସୋଦର

ଅର୍ପିଲେ ସଖ୍ୟ ଭାବ

ଜନ୍ମେ ବୈରତା

ଉଠେ ମହା କନ୍ଦଳ

ଗର୍ବେ ଉନ୍ମତ୍ତ

ଶିକ୍ଷା ତା' ର ବିଭ୍ରଷ୍ଟ

ନୁହେଁ ଵିଚାର ବନ୍ତ।


~ଆରତି ମଞ୍ଜରୀ ଦାଶ, ଗୁରୁଜଙ୍ଗ


୭)

କୋକିଳ କଣ୍ଠୀ

ପ୍ରତି ହୃଦର ଗଣ୍ଠି

ସ୍ୱରକୁ ବାଣ୍ଟି

ଥିଲ କଣ୍ଠର କଣ୍ଠି

ସଙ୍ଗୀତ ଖାଣ୍ଟି

ଗୀତେ ପଡ଼ିବ ଝୁଣ୍ଟି

ଶୁଖିବ ତଣ୍ଟି

ପୂର୍ବ ତୁଳନା ଫେଣ୍ଟି

ଗୀତ ଗାଇବେ ଖୁଣ୍ଟି।


~ଚପଳା ପଣ୍ଡା, ଖୋର୍ଦ୍ଧା।


୮)

ସୁର ସାମ୍ରାଜ୍ଞି

ସଙ୍ଗୀତ ଜଗତର

କୋକିଳ କଣ୍ଠି

ମାତା ସରସ୍ୱତୀ ଙ୍କ

ଆଶୀର୍ବାଦରେ

ସୁଲଳିତ ସଙ୍ଗୀତ

ଜନେ ମୋହିତ

ଝୁରୁଛି ସାରା ବିଶ୍ୱ

ଅଶ୍ରୁ ଝରାଏ ଦେଶ।


~ଜ୍ୟୋତି ପ୍ରଭା ପଟ୍ଟନାୟକ


୯)

ଫୁଲ ର ପ୍ରୌଢ଼ୀ 

ପ୍ରାତଃ ପଡେ ସେ ଝଡି 

ଆଶା ସଞ୍ଚାରି 

ବାସ୍ନା ଦିଏ ବିତରୀ 

ମନ ଭାବନା 

ଅନ୍ୟ ସେବାରେ ସିନା 

ପର ଆପଣା 

ନାହିଁ  ଭେଦ ଭାବନା 

ପ୍ରଭୁ ଙ୍କ ସେବା 

କରେ ସେ ରାତ୍ର ଦିବା 

ଫୁଲଟେ ପରି 

ସଦା ନିଜକୁ ଗଢି 

ଗଢ଼ ଆସନ୍ତା ପିଢ଼ି l


~ସୂର୍ଯ୍ୟକାନ୍ତି ଦାଶ, ଯାଆଁଳା, ଜଟଣୀ


୧୦)

ଦେଖିଚ କାହିଁ

ହେବା ସଂଗ୍ରାମ କେଵେ

ପାଣି ପଥର

ସଙ୍ଗେ,ଲାଙ୍ଗୁଳା ରାଜା

ଅମଳେ ଥିଲା

ଆଦେଶ ତ ଏଭଳି

ଶିଳ୍ପୀ କୁଳ ର

ବାଜି ମନ୍ଦିର ଗଢା

ହେବ ଏମିତି

ଯା' ର କଳା କୌ ଶଳ

ଦେଖି ମଣିଵେ

ତୁଚ୍ଛ ଦେବେ ଅଳକା

ପୁରୀ, ଘୁଞ୍ଚାଇ

ପାଣି ନିହାଣ ମୂନେ

ପାଷାଣ ଗାତ୍ରେ

ଯେଣୁ ସୃଜିଵେ ଦିବ୍ୟ

ଚାରୁ କଳା  ନୈ ପୁଣ୍ୟ।


~ଆରତି ମଞ୍ଜରୀ ଦାଶ। ଗୁରୁ ଜଙ୍ଗ।


୧୧)

ଶୀତ ମାଉସି

ଗଲାଣି ଏବେ ଋଷି

ବସନ୍ତ ଦେଖି

କୃଷ୍ଣ ଚୁଡାର ହସ

ମଳୟ ବାସ

ଫଗୁ ରଙ୍ଗୋଲି ଆଙ୍କି

ହସି ଦେଲାଣି

ରାଧା କୃଷ୍ଣ ମେଳଣ

ଦୋଳ ଓ ହୋଲି

ଯାନି ଯାତରା ଦେଖି

ଆଖି ରହିବ ଲାଖି।


~ଜ୍ୟୋତି ପ୍ରଭା ପଟ୍ଟନାୟକ


୧୨)

ପ୍ରତୀକ୍ଷା ଅନ୍ତ

ମନ ଉଦବେଳିତ

କରେ ସ୍ୱାଗତ

କଲ୍ଲୋଳିନୀ ପୁସ୍ତକ

ସ୍ୱପ୍ନ ସାକାର

କ୍ଷୁଦ୍ର କବିତା ଲେଖା

ଆଶା ସଞ୍ଚାର

କବି ଭାବର ଧାରା

କରେ ପ୍ରଚାର

ଚିନ୍ତା ଚେତନା ସ୍ୱର 

କବି ପ୍ରତିଭା ହାର  । 


~ସସ୍ମିତା ବାରିକ୍। ବୋଲଗଡ଼  ।


୧୩)

ହେ କଲ୍ଲୋଳିନୀ

କଳକଳ ନାଦିନୀ

ଚିର  ସବୁଜ

ତୁମ୍ଭ ରୂପ ସମ୍ଭାର

କରେ ପ୍ରକାଶ

କବି ମନର ଭାଷା

ଭାବ ଉଚ୍ଛ୍ଵାସ

ପାଠକେ ଆମୋଦିତ

ହେଲା ପ୍ରତୀକ୍ଷା ଅନ୍ତ  ।


~ ମଧୁଛନ୍ଦା  ଦାଶ , ଭୁବନେଶ୍ୱର ।


୧୪)

ସୁ ପଦକ୍ଷେପ 

କଲ୍ଲୋଳିନୀ ସ୍ୱରୂପ 

ବହେ ସ୍ମୃତିର ଛାପ 

ଅଭିନନ୍ଦନ 

ଜଣାଏ ସସମ୍ମାନ 

ପୁସ୍ତକ ପ୍ରାପ୍ତ ମନ 

ପ୍ରଭୁ କଲ୍ୟାଣ 

ପ୍ରଫୁଲ୍ଲ ହେଉ ପ୍ରାଣ 

ସମ୍ପାଦକ ପ୍ରବୀଣ l


~ସୂର୍ଯ୍ୟାକାନ୍ତି ଦାଶ, ଯାଆଁଳା, 


୧୫)

ହୃଦୟ କଥା 

ସୁଖ ଦୁଃଖର ବ୍ୟଥା 

ଏହିତ ପ୍ରଥା 

ଆମ ଶିକ୍ଷା ବ୍ୟବସ୍ଥା 

ଜୀବନ ସାରା 

ଶିକ୍ଷାରେ ଶିଷ୍ୟ ଭରା 

ଶିକ୍ଷକପରା 

ଈଶ୍ୱର ସମ ନାରା 

ମନଉଲ୍ଲାସ 

ଦିନ ମାସ ବରଷ 

ନଥାଏ କ୍ଳେଶ 

ଦେଖିଲେ ଶିଷ୍ୟହସ 

କର୍ମ ତତ୍ପର 

ଛାତ୍ର ଛାତ୍ରୀ ନିଜର 

ଶିକ୍ଷାମନ୍ଦିର 

ଭାବେ ନିଜ ସଂସାର 

ଜ୍ଞାନ ଦୀପାଳି 

ଭାଙ୍ଗେ ପିଲାଙ୍କ କଳି 

ଝାଡଇ ଧୂଳି 

ସେବା ନିଜର ଭଳି 

ମଧ୍ୟାହ୍ନ ଖାଦ୍ୟ 

ପିଲାଙ୍କର ସୁସ୍ଵାଦ 

ନାହିଁ ପ୍ରଭେଦ 

ନଥାଏ ମନେଖେଦ 

ଶିଶୁଦିବସ 

ପିଲାଏ ହସ ହସ 

ପ୍ରତି ବରଷ 

ନାଚ ଗୀତ ସରସ 

ବିଜ୍ଞାନମେଳା 

ଖେଳ ଉପରବେଳା 

ପ୍ରତିଭା କଳା 

ହୁଏ ସୁରଭିମେଳା 

କର୍ମ ଜୀବନ 

ସଦା ତା' ହୃଷ୍ଟମନ 

ଆସିଲା ଦିନ 

ଅବସର ସମ୍ମାନ 

ପ୍ରାପ୍ୟ ପ୍ରଦାନ 

ସରକାରୀ ବିଧାନ 

ବ୍ୟବସ୍ଥାମାନ 

ପଦବୀ ମୂଲ୍ୟହୀନ 

ବୁଝେନା ମନ 

ମିଳିବ ପ୍ରତିଦାନ 

ସୁଖେ କାଟିବ ଦିନ l


~ସୂର୍ଯ୍ୟକାନ୍ତି ଦାଶ, ଯାଆଁଳା, ଜଟଣୀ


୧୬)

ରାଧା ରମଣ

ହେ ନୟନାଭିରାମ

ଛନ୍ଦା ଚରଣ

ଭକ୍ତ ହୃଦ ସଦନ

ଚପଳ ଛନ୍ଦେ ଆସ

ଜଗନ୍ମୋହନ

ହେ ଜୀବ ବନ୍ଧୋ

ତେଜ କ୍ଷେତ୍ର ଗମ୍ଭୀରା

ବିନାଶ ଲୀଳା

ଦେଖ ଏ ଵିଶ୍ଵ ସାରା

ଦିଏ କି ପୀଡା

ଅସହିଷ୍ଣ ମଣିଷ

ଆଜି ଈର୍ଷା କାତରେ।


~ଆରତି ମଞ୍ଜରୀ ଦାଶ, ଗୁରୁଜଙ୍ଗ, ଖୋରଧା


୧୭)

 ମନ ଉଷତ

କବିତା କଲ୍ଲୋଳିନୀ

ଅଦ୍ୟ ପ୍ରାପତ

ଖୁସିର ଝରଣା ମୋ

ବହଇ ଅବିରତ

ଘେନ ଶୁଭେଚ୍ଛା

ଧନ୍ୟବାଦ ଜଣାଏ

ଶୁଭ କାମନା

ଅକ୍ଳାନ୍ତ ପରିଶ୍ରମେ

ପ୍ରାପ୍ତ ଆନନ୍ଦ

କବିତା କଲ୍ଲୋଳିନୀ

ଚିର ଭାସ୍ବର

ପାଠକୀୟ ଆଦୃତ

ସଦା ହେଉ ବନ୍ଦିତ।


~ ବାସନ୍ତୀ ଦେଈ, ଖୋର୍ଦ୍ଧା

*****************

MOST POPULAR POST IN MONTH