हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

मंगलवार, 31 अगस्त 2021

ହାଇକୁ ସାଧନା ଓଡ଼ିଶା, ସାରସ୍ୱତ ହାଇକୁ କାବ୍ୟ ଯାତ୍ରା, ଅଗଷ୍ଟ ~ ୨୦୨୧

ହାଇକୁ ସାଧନା ଓଡ଼ିଶା

ସାରସ୍ୱତ ହାଇକୁ କାବ୍ୟ ଯାତ୍ରା

ଅଗଷ୍ଟ  ~ ୨୦୨୧

ହାଇକୁ

୧)

ବରଷେ ମେଘ 

ଭିଜିଛି ଧରିତ୍ରୀର

ମନ ଓ ଦେହ ।


~ ପ୍ରଦୀପ କୁମାର ଦାଶ


୨)

ଭୋକିଲା ପେଟ

ଦୁର୍ଭାଗ୍ୟ ଆବୋରିଛି

ଶୁଣିବ କିଏ ?


୩)

ବ୍ୟସ୍ତ ଆକାଶ

ବୁନ୍ଦାଏ ପାଣି ନାହିଁ

ଚାଷୀ ହତାଶ ।


~ ରାଜେଶ କୁମାର ମୁଣ୍ଡ


୪)

ଶ୍ରାବଣ ମାସ

ନାହିଁ ବରଷା ଧାରା

ଫାଟୁଛି ଭୂଇଁ ।


~ ବାସନ୍ତୀ ଦେଈ


୫)

ଶାନ୍ତିର ଦୂତ

ସତ୍ୟ, ଧର୍ମ ଓ଼ ନ୍ୟାୟ

ଅହିଂସା ପଥ ।


୬)

ସବୁଜ ବନ୍ୟା

ଚାଷୀ ମୁଣ୍ଡରେ ଅଠା

ଖାଦ୍ୟ ସୁରକ୍ଷା ।


~ ରମାକାନ୍ତ ସତପଥି


୭)

ସ୍ମୃତି ସାଉଁଟି

ଡେଣାମେଲି ସମୟ

ଯାଏ ଲେଉଁଟି ।


~ ଦୟାନନ୍ଦ ଶବର


୮)

ଅଗ୍ନି ପତଙ୍ଗ

ପ୍ରେମ କି ସେ ଜାଣଇ

ଅଡୁଆ ଢଙ୍ଗ ।


~ ଆଶୁତୋଷ ମେହେର


୯)

ଝରି ବରଷା

ଛତାକୁ କରି ଆଶ୍ରା

ବାହାରେ ଛତୁ ।


~ ରଞ୍ଜନ ଜେନା


୧୦)

ସକାଳ ଖରା

ନାଲି ଆରୁଣିମା ର

ସେ ଖେଳ ପରା !


~ ଆଶୁତୋଷ ମେହେର


୧୧)

ଜୀବନଟିଏ

ଆସ ଜିଇଁବା ସାଥେ

ମରିବା ଯାଏଁ  ।


~ ରାଜେଶ କୁମାର ମୁଣ୍ଡ


୧୨)

ହାଇକୁ କାବ୍ୟ 

ଭାବ ସାଧନା ଉଚ୍ଚ 

ନୁହେଁ ଏ ଖେଳ ।


~ ପ୍ରଦୀପ କୁମାର ଦାଶ


୧୩)

ସ୍ମୃତିରେ ତୁମେ

ପବନେ କାହା ଗନ୍ଧ

ମତ୍ତ ବସନ୍ତ ।


~ ଲିଙ୍ଗରାଜ ପାତ୍ର


୧୪)

ସ୍ମୃତି ହଜିଛି

ଅତୀତର ପୃଷ୍ଠାରେ

ଯନ୍ତ୍ରଣା ଦିଏ ।


୧୫)

ସମୟ ସୁଅ

ପ୍ରବାହମାନ ଗତି

ଭାସିବା ଚେଷ୍ଟା ।


~ ରମାକାନ୍ତ ସତପଥି


୧୬)

ସୁରୁଜ ଉଏଁ

ପ୍ରସ୍ପୁଟିତ କଳିକା

ସୁନେଲି ହସ ।


୧୭)

ରଜନୀଗନ୍ଧା

ସୁଗନ୍ଧ ମନୋହର

ଭ୍ରମର ଚୁମେ ।


~ ଜିଗୀଷା ମିଶ୍ର


୧୮)

ବୈଶାଖ ଖରା

ଜୀବନ ଥରହର

ଶୁଖିଲେ ଧରା ।


~ ଦୟାନନ୍ଦ ଶବର


୧୯)

ଜୀବନ ଦୀପ

ନିର୍ବାପିତ ସେ ଶିଖା

ସଳିତା ଶେଷ ।


୨୦)

ଅଲିଭା ଜୁଇ

କହେ ଜୀବନ ଗାଥା

ମଶାଣି ଭୂଇଁ ।


~ ମନୀଷା ମିଶ୍ର


୨୧)

ମନ ର ଆଶା

ରୂପ ପାଇଥାଏ ସେ

ଆଖି ର ଭାଷା ।


~ ଆଶୁତୋଷ ମେହେର


୨୨)

ନିର୍ବାଣ ପ୍ରାପ୍ତି

ଜୀବନ ଆତ୍ମଶୁଦ୍ଧି

ଅନ୍ତିମ ଲକ୍ଷ୍ୟ ।


~ ସମିତା ସ୍ବାଇଁ


୨୩)

ମାଆ ହୃଦୟ 

ଫୁଲପରି କୋମଳ 

ଅମୃତମୟ ।


~ ମୁକ୍ତେଶ୍ଵର ପଧାନ


୨୪)

ସବୁଜ ହସ

ପ୍ରକୃତି ରାଣୀ ସେ  ମାଁ

ମହକେ ବାସ ।


~ ଆଶୁତୋଷ ମେହେର


୨୫)

ଶସ୍ୟ ଶ୍ୟାମଳ 

ପ୍ରକୃତି ଶୋଭାରାଜି 

ଆକର୍ଷଣୀୟ ।


~ ପ୍ରତିମା ମେହେର


୨୬)

ସ୍ବର୍ଶ କାତର

ଲାଜକୁଳୀ ଯେ ଲତା

ମୁରୁଝି ଯାଏ ।


୨୭)

ମଶାଣି ଝୁରେ

ଶୁଷ୍କ ଘାସ ଗାଲିଚା

ଫୁଲ ମଉଳେ ।


~ ରମାକାନ୍ତ ସତପଥି


୨୮)

ମାଆ ର କୋଳ

ଲୋଡା ନାହିଁ କମ୍ବଳ

ଭାରି ଉଷୁମ ।


~ ବାସନ୍ତୀ ଦେଈ


୨୯)

ହୁଗୁଳା ପୋତ

ଲକ୍ଷ୍ୟହୀନ ଜୀବନ

ଉତ୍ତାଳ ଢେଉ ।


୩୦)

ନିଷ୍ପାପ ଶିଶୁ

କର୍ଦମାକ୍ତ ଅଗଣା

ନିର୍ମଳ ମନ ।


୩୧)

ମାଆ ମମତା

ଭାର୍ଯାର ଜିଦି ଆଗେ

ସବୁତ ଫିକା ।


୩୨)

ଧୁମ୍ର କୁଣ୍ଡଳୀ

ଅଖଣ୍ଡ ନୀରବତା

ଅନେକ ଗ୍ଲାନି ।


୩୩)

ଧାରଣା ଚାଲେ

ଗଳାଫଟା ସ୍ଲୋଗାନ

ନିଦ ଭାଙ୍ଗେନା ।


୩୪)

ହିନ୍ଦୁ ମଣିଷ

ମନ୍ଦିର ଲୁଟ ପାଟ

ନିଆଁ, ପାଉଁଶ ।


୩୫)

ଆତ୍ମୀୟହୀନ

ଓଠରେ ସିଗାରେଟ

ନିର୍ଜନ ବନ ।


୩୬)

ଅଳସ ଭାଙ୍ଗେ

ଚମ୍ପାଗୋରି ଲଳନା

ଅନେକ ସ୍ବପ୍ନ ।


୩୭)

ଦେହ ପୋଡ଼େନା

ଶୀତଦିନର ଖରା

ମନଟା ପୋଡେ ।


୩୮)

ନଡ଼ିଆ, ଗୁଆ

ପୂର୍ବପୁରୁଷ ମାଟି

ସମ୍ପର୍କ ସେତୁ ।


୩୯)

ବାଂଲାରେ ଦଙ୍ଗା

ସଭିଏଁ ଗାଆଁ ମୁହାଁ

ରାସ୍ତାଟା ଫାଙ୍କ ।


୪୦)

ଇଟା, ପଥର

ଚାରିକାନ୍ଥ ଆବଦ୍ଧ

ଏକାନ୍ତ ନର ।


୪୧)

ଅଦିନ ମେଘ

ପ୍ରାଣୀ ଜୀବନେ ଶଙ୍କା

ନିରୀହ ଆଖି ।


~ ରମାକାନ୍ତ ସତପଥି


୪୨)

ଶୀତ ଆସଇ

ସୁନା ମୁରୁଜ ବୁଣି 

ଧାନ କ୍ଷେତରେ ।


୪୩)

ଅଳସ ଭାଙ୍ଗେ

ତାର ମୁରୁକି ହସ

ଫଟା ଓଠରେ ।


୪୪)

କବି ଲେଖନୀ

ଶୀଳାରେ ଫୁଟେ ପଦ୍ମ 

ଭରେ ସୁବାସ ।


୪୫)

ନିଦ ମାଉସୀ 

ସ୍ବପ୍ନ ଭରି ଆଖିରେ

ଦିଏ ଆଉଁସି ।


~ ସମିତା ସ୍ବାଇଁ


୪୬

ବଣର ଫୁଲ

ବନେ ଝରି ଯାଏ

ଦୃଷ୍ଟି ଉହାଡ଼ ।


୪୭)

ମେଘୁଆ ପାଗ

ଝିପି ଝିପି ଯେ ବର୍ଷା

ଫୁଲ ବର୍ଷୁଛି ।


୪୮)

ଚନ୍ଦ୍ରମା ହଜେ

ନୀଳ ଗଗନ ତଳେ

କୁହୁକ ଫୁଲ ।


୪୯)

ମଧୁପ ଗୁଞ୍ଜେ

ଫୁଲେ ଫୁଲେ ମହକ

ଆଦ୍ୟ ସକାଳ ।


୫୦)

ଘର ଅଗଣା

ଜହ୍ନି ଫୁଲ ସମ୍ଭାର

ଭ୍ରମର ଉଡେ ।


୫୧)

ଫଗୁଣ ଆସେ

ଫୁଲର ସମ୍ଭାରରେ

କାନନ ହସେ ।


୫୨)

ମନ ହଜିଛି

ସୁଗନ୍ଧ ମନୋହର

ମହୁଆ ଫୁଲ ।


୫୩)

ଗଙ୍ଗ ଶିଉଳି

ଦୃଷ୍ଟି ଆଢୁଆଳରେ

ଫୁଟେ ଓ ଝରେ ।


୫୪)

ପରଜାପତି

ଫୁଲରେ ଗୁଂଜରଣ

ରଙ୍ଗର ଛିଟା ।


୫୫)

ଶିଶିର ସିକ୍ତ

ଗୋଲାପର ପାଖୁଡା

ମୁକ୍ତାର ଭ୍ରମ ।


୫୬)

ଶୁଭ୍ର ସକାଳ

ଭୁରୁ ଭୁରୁ ବାସ୍ନାର

ଝରା ଶେଫାଳି ।


୫୭)

ପହୁଡ଼ ବେଳ

ନିଷ୍ପ୍ରାଭ ଦୀପଶିଖା

ନିର୍ଜନ ରାତ୍ରୀ ।


~ ମନୀଷା ମିଶ୍ର


୫୮)

ମଣିଷ ଜିହ୍ୱା

ହଳାହଳ ଅନଳ

ଅମୃତ ବର୍ଷା ।


୫୯)

କଟାକ୍ଷ ଉକ୍ତି

ଦୁଇ ଧାରିଆ ଖଡ୍ଗ

ତୀକ୍ଷ୍ଣ ଶାଣିତ ।


~ ରମାକାନ୍ତ ସତପଥି


୬୦)

ପ୍ରକୃତି ଦତ୍ତ 

ପ୍ରତିକ୍ରିୟା ବିହୀନ 

ପ୍ରୀତି ସମ୍ଭାର ।


~ ରାଜେଶ କୁମାର ମୁଣ୍ଡ


୬୧)

ଦୀପ ଶିଖଟି

ନିଜେ ଯାଏତ ଜଳି

ଆଲୋକ ଦିଏ l


~ ଜିଗୀଷା ମିଶ୍ର


୬୨)

ଚିନ୍ତା ଜଳାଏ

ଚିତ୍ତ ଅଶାନ୍ତ ହୁଏ

ମନ ବୁଝାଏ ।


~ ଶ୍ରୀରାମ ସାହୁ


୬୩)

ଜୁଳୁଜୁଳୁଆ

ଘନ ଅନ୍ଧାରେ ସିଏ

ଦୀପ ଭଳିଆ ।


~ ବାସନ୍ତୀ ଦେଈ


୬୪)

ଗୁରୁ--ଓଜନ 

ଭାରି ଓ ମୂଲ୍ୟବାନ

ଯାହା ଅମୂଲ୍ୟ ।


~ ସମିତା ସ୍ବାଇଁ 


୬୫)

ଏଇ ଜୀବନେ

କି ଦେଇ ସୁଝିବୁ ତୁ

ମାଆ ର ମୂଲ୍ୟ ।


~ ବାସନ୍ତୀ ଦେଈ


୬୬)

ଏ ଯେ ବସନ୍ତ

ଫୁଲରେ ଥଂଟ ଦାଗ

ଚରିତ୍ରହୀନ ।


୬୭)

ଏ ଝଡି ବର୍ଷା

ଦେହ ଦେଉଳେ ଆମ

ଉଷ୍ମ ପରଶ ।


~  ଲିଙ୍ଗରାଜ ପାତ୍ର


୬୮)

ମୁକ୍ତ ଗଗନ 

ଶୁଷ୍କ ବାଦଲ ଭରା 

ସ୍ତବ୍ଧ ପବନ ।


୬୯)

ବୁନ୍ଦାଏ ନୀର

ଲୋଡ଼ିଲେ ନ ମିଲଇ 

ବରଷା ସ୍ଥିର ।


୭୦)

କୃଷକ ଭାଇ 

ଆକୁଳୀତ କଣ୍ଠରେ 

ମେଘ ଡାକଇ ।


~ ମୁକ୍ତେଶ୍ଵର  ପଧାନ


୭୧)

ଇନ୍ଦ୍ରଧନୁର 

ଲିଭି ଯାଇଛି ରଙ୍ଗ

ମୋ ଆକାଶରେ ।


୭୨)

ସକାଳ ହେଲେ

ରାତିର ଅବସୋସ

ବିଛଣା ଛାଡ଼େ ।


 ~ ରାଜେଶ କୁମାର ମୁଣ୍ଡ


୭୩)

ଧାରା ଶ୍ରାବଣ

ବରଷା ବିନ୍ଦୁ ମାତ୍ର

ଭିଜୁନି ମନ ।


୭୪)

ଶିଶିର ଟୋପା

ମୁକ୍ତା ଭଳି ଝଟକେ

ପଡ଼ି କିରଣ ।


~ ବାସନ୍ତୀ ଦେଈ


୭୫)

ଲଲାଟେ ଲେଖା 

ଦୀପ ପରି ଜଳଇ 

ଅଖଣ୍ଡ ଶିଖା ।


୭୬)

ସାରା ଆକାଶ 

ମେଘର ଆସରରେ 

ଭସା ବାଦଲ ।


୭୭)

ଧାରା ଶ୍ରାବଣ 

ଫଟା ଭୂଇଁ ର ଥଟା

ଚାଷୀ ର ଲୁହ ।


~ ସମିତା ସ୍ବାଇଁ


୭୮)

ମାନସ ପଟେ

ଆଙ୍କିଛି ତୁମ ଛବି

ହୁଏନା ଭୁଲି ।


୭୯)

ମନ ମଇନା

ଫୁର୍ କିନା ଉଡିଯାଏ

ବାନ୍ଧି ପାରେନା ।


୮୦)

ସଜ୍ଜଳ ଆଖି

ହୃଦୟର ବେଦନା

ଦିଏ ପ୍ରକାଶି ।


~ ବାସନ୍ତୀ ଦେଈ


୮୧)

ଫୁଲ ହାଟରେ 

ହଜଇ ପ୍ରଜାପତି 

ନିଜକୁ ଖୋଜେ ।


୮୨)

ନୀଳ ସାଗର

ଅଥଳ ଜଳ ଶୁଏ

ଗରଯେ ଥଳ ।


~ ରଞ୍ଜନ ଜେନା 


୮୩)

ସେ ଇନ୍ଦ୍ରଧନୁ

ରଙ୍ଗ ରୋଷଣୀ ଭରା

ନ ଲିଭେ ମନୁ ।


~ ଆଶୁତୋଷ ମେହେର


୮୪)

ନୀଳ ଆକାଶେ

ଡେଣା ଝାଡି ଉଡଇ

ଟିକି ଚଢ଼େଇ ।


୮୫)

ରତ୍ନ ଆସନେ

ଦେଖି କଳା ବାମନ

ଜୀବନ ଧନ୍ୟ ।


~ ବାସନ୍ତୀ ଦେଈ


୮୬)

ସଂଧାନୀ ଆଖି

ସନ୍ଦେହର ସମ୍ପର୍କ

ବିସ୍ମିତ ମୁହଁ ।


 ~ ରାଜେଶ କୁମାର ମୁଣ୍ଡ


୮୭)

ହସୁଛି ଦୀପ

ଜଳି ଉଠେ ସଳିତା

ଭାଗ୍ୟ ପାଉଁଶ ।


~ ପ୍ରଦୀପ କୁମାର ଦାଶ


୮୮)

ଶୁଷ୍କ ଶ୍ରାବଣ

ଦେଖା ନାହିଁ ବର୍ଷା ର

ଚାଷୀ ହତାଶ ।


~ ଶ୍ରୀରାମ ସାହୁ


୮୯)

ଶ୍ରାବଣ ଝରି

ଭିଯାଏ ତନ ମନ

ଶୀତଳେ ଆତ୍ମା ।


~ ରଞ୍ଜନ ଜେନା


୯୦.

ସଂଯମ ହୀନ 

ବେପରୁଆ ସଂପର୍କ 

ସୁନାମୀ ରୂପ ।


୯୧.

ଜୀବନ ଅର୍ଥ 

ଆତ୍ମ ସମୀକ୍ଷା କଲେ

ଜାଣି ପାରିବ ।


୯୨.

ସତର୍କ ବାଣୀ 

କଟକଣା କୋହଳ 

ଅଯଥା ଭିଡ ।


୯୩.

ଭାଗ୍ଯରେ ଫଳ

ଅନ୍ଧ ଝୁଣ୍ଟିଲା ପରି 

ସୁନା ମାଠିଆ । 


୯୪.

ବଉଦ କୋଳେ 

ନୀଳ ଜୀମୁତ ଖେଳେ

ଝୁଲି ଦୋଳିରେ ।


~ ସମିତା ସ୍ବାଇଁ


୯୫)

ଶେଷ ପର୍ଯାୟ

ବିଜୟ ସୁନିଶ୍ଚିତ

ମୃତ୍ୟୁ ହିଁ ପ୍ରାପ୍ତ ।


 ~ ରାଜେଶ କୁମାର ମୁଣ୍ଡ


୯୬)

ପ୍ରାଚୀ ଗଗନେ

ଉଏଁ ନୂଆ ସୂରୂଯ

ରକ୍ତିମ ଆଭା ।


୯୭)

ପଶ୍ଚିମାକାଶେ

ଶୋଭଇ ସଂଧ୍ୟା ତାରା 

ଆସେ ରଜନୀ ।


୯୮)

ଉଷା ପାହାନ୍ତି

ଉଜ୍ବଳ ନକ୍ଷତ୍ର ଟି

ଫୁକିଆ ତାରା ।


୯୯)

ରଜନୀ ରାଣୀ

କଳା ପାଟ ଶାଢ଼ୀ ରେ

ଆସେ ଧରଣୀ ।


~ ବାସନ୍ତୀ ଦେଈ


୧୦୦)

କେଁ କେଁ କଟର

ଗାଏ ବେଙ୍ଗୁଲୀ ରାଣୀ

ହସେ ଭୁଜଙ୍ଗ ।


~ ରଞ୍ଜନ କୁମାର ଜେନା 


୧୦୧)

ସବୁଜ କ୍ଷେତ

ସୁନା ଫସଲ ଫଳେ

କୃଷକ ହସେ ।


~ ପ୍ରତିମା ମେହେର


୧୦୨)

ସବୁ ରାତିର 

ରଙ୍ଗ ସମାନ ସିନା 

ତାତି ନିଆରା ।


୧୦୩)

ମିଛ ବାହାନା 

ସାହେବୀ ପୋଷାକରେ 

କେତେ ପେଖନା ।


୧୦୪)

ବହୁ ରୂପରେ

ଅସଂଖ୍ୟ  ଅହମିକା 

ଅନ୍ଧ କୂପରେ ।


୧୦୫)

ଭାଗ୍ଯର ଗର୍ବ 

ଧରାକୁ ସରା ମଣି

ସର୍ଫରୀ ଭାବ ।


~ ସମିତା ସ୍ବାଇଁ


୧୦୬)

ଶ୍ରାବଣୀ ମେଘ

ଆଶାନୁରୂପ ବର୍ଷା 

ହସେ କୃଷକ ।


~ ଲକ୍ଷ୍ମୀକାନ୍ତ ସାହୁ


୧୦୭)

ସୁନ୍ଦର ଲଗ୍ନ

ପୁନର୍ଜନ୍ମ ଆଶାରେ

ସ୍ୱାଗତ ମୃତ୍ୟୁ ।


 ~ ରାଜେଶ କୁମାର ମୁଣ୍ଡ


୧୦୮)

ଶୁଖିଲା ଜମି 

ଫାଟିକି ଆଁ କଲାଣି 

ସ୍ଥିତି ସଂଗିନ । 


୧୦୯)

ଧାରା ଶ୍ରାବଣ 

ଚାଷୀ ମୁଣ୍ଡରେ ହାତ

ନିଅଣ୍ଟ ବର୍ଷା । 


~ ସମିତା ସ୍ବାଇଁ


୧୧୦)

ଅନନ୍ତ ବ୍ୟଥା

ଶିଶୁର କୁଆଁ କୁଆଁ

ଅପାର ଶାନ୍ତି ।


୧୧୧)

ଚଉଠି ରାତି

ଶାନ୍ତ, ସ୍ନିଗ୍ଧ ଜୋଛନା

ମିଳନ ସୁର ।


୧୧୨)

କୁହୁକ ରାଣୀ

ପେଟ ପାଇଁ ତ ନାଟ

ବଞ୍ଚିବା ରାହା ।


୧୧୩)

ନାଟ ଆରମ୍ଭ

ଭୂମିକା କରିଚାଲେ

ଜୀବନ ଶେଷ ।


~ ରମାକାନ୍ତ ସତପଥି


୧୧୪)

ଆତ୍ମା ସଳିତା

ଦେହ ଦୀପ ଜଳଇ

ତୈଳ ଭରୁ ଥା ।


~ ଶ୍ରୀରାମ ସାହୁ


୧୧୫)

ଅଳତା ଚିହ୍ନ 

ପଡ଼ିଛି ପୂଜା ଘରେ 

ଠାକୁର ଯାଏଁ ।


୧୧୬)

ଶ୍ରାବଣୀ ମେଘ

ଆଖି ଉପକୂଳରେ 

ଝରାଏ ମେଘ ।


~ ରାଜେଶ କୁମାର ମୁଣ୍ଡ


୧୧୭)

କୁସୁମ କଳି

ସମୟର ଘୁର୍ଣ୍ଣନ

ମଉଳି ଯାଏ ।


୧୧୮)

ବିଦ୍ବେଷ ନାହିଁ

ଜାତି, ଧର୍ମ ଓ ଭାଷା

ଆମ ସଭ୍ୟତା ।


~ ଡ. ରମାକାନ୍ତ ସତପଥି


୧୧୯)

ମରୁଡି ଛାଇ

ଘନେଇ ଆସିଲାଣି

ଦେଖରେ ଭାଇ ।


~ ଶ୍ରୀରାମ ସାହୁ


୧୨୦)

ବର୍ଷା ହେଉଛି

ଅସହ୍ୟ ଗୁଳୁଗୁଳି

ଝାଇଁ ମାରୁଛି ।


୧୨୧)

ବନ୍ୟା ମରୁଡି

ବରଷା ପ୍ରଭାବରେ

ରୂପ ବଦଳେ ।


~ ବାସନ୍ତୀ ଦେଈ


୧୨୨)

ଯିବାକୁ ଚାହେଁ

ଜନ୍ମରୁ ଜୁଇ ଯାଏଁ

ବିନା ଦ୍ବିଧାରେ ।


~ ରାଜେଶ କୁମାର ମୁଣ୍ଡ


୧୨୩)

ଅନ୍ଧ ଗଳିରେ

ସତ୍ତା ହଜିଛି ତୁମ

ସ୍ବପ୍ନ କେଉଁଠି ?


୧୨୪)

ବାସ୍ତବିକତା

ଡୋରି ବାନ୍ଧି ବସିଛି

ଅହିଂସା ନାରା ।


୧୨୫)

ଗାଁ କୁ ଫେରିବା

ସହରରେ ଯେ ଭିଡ଼

ମଣିଷ ହଜେ ।


୧୨୬)

ପାଣି, କାଦୁଅ

ଗୋବର ଯେ ଗନ୍ଧାଏ

ଗାଁ ବଦଳିଛି ।


~ ରମାକାନ୍ତ ସତପଥି


୧୨୭)

ସଞ୍ଚିତ ଧନ

କିଣାବିକା ସରିଲା 

ହାଟ ସଉଦା ।

 

୧୨୮)

ଏବେ ସମୟ 

ପବନ କିଣା ପାଇଁ 

ପ୍ରସ୍ତୁତ ଥାଅ ।

   

~ ସମିତା ସ୍ବାଇଁ

 

୧୨୯)

ପଙ୍କରୁ ପଦ୍ମ

କୋଇଲାରୁ ହୀରକ

ମୃତ୍ୟୁରୁ ମୋକ୍ଷ ।


~ ରାଜେଶ କୁମାର ମୁଣ୍ଡ


୧୩୦)

କେତେକ ରଙ୍ଗ

ବଦଳଇ ପ୍ରକୃତି

ଚିତ୍ର ବିଚିତ୍ର ।


~ ଶ୍ରୀରାମ ସାହୁ


୧୩୧)

ଧାରା ଶ୍ରାବଣ 

ନିଆରା ଆକର୍ଷଣ 

ବତୁରା ମାଟି ।


୧୩୨)

ଭିଜା ସକାଳ

ପ୍ରସ୍ଫୁଟିତ ସୁମନ

ପ୍ରକୃତି ପ୍ରାଣ ।


୧୩୩)

ମଧୁ ମଳୟ

ରଙ୍ଗର ରୋମାଞ୍ଚରେ 

ଫଗୁଣ ଛିଟା ।


୧୩୪)

ଗୋଟିଏ ରାତି 

ସୀମାହିନ ଶୂନ୍ୟତା

ଅଧୁରା ସ୍ବପ୍ନ । 


~ ସମିତା ସ୍ବାଇଁ


୧୩୫)

ଭଗ୍ନ ପ୍ରାଚୀର

ଆଶାର ମହଲରେ

ନିରାଶା ବହ୍ନି ।


~ ରାଜେଶ କୁମାର ମୁଣ୍ଡ


୧୩୬)

ମୁଁ ନିତି ହଜେ 

ବ୍ୟଥା କରେ ଲାଘବ 

କଲମ ଚାଲେ ।


~ ପ୍ରଦୀପ କୁମାର ଦାଶ


୧୩୭)

ପାଦ ନୁପୂର

ବରଷାରେ ହଜାଏ

ଶବଦ ତାର ।


~ ପ୍ରତିମା ମେହେର 


୧୩୮)

ଝରେ ଶ୍ରାବଣ 

ମନରେ ଶିହରଣ

ପଲ୍ଲବେ ତୃଣ ।


~ ସମିତା ସ୍ୱାଇଁ 


୧୩୯)

ସମୟ ଲେପ

ଘା,କୁ ଦିଅଇ ଭରି

ଭୁଲେନା ମନ ।


୧୪୦)

ଅଡୁଆ ମନ

ପାରେନା ରହି ସ୍ଥିର

ବଢ଼ାଏ ଦ୍ଵନ୍ଦ ।


~ ରଞ୍ଜନ ଜେନା


୧୪୧)

କଲମ ଗାର

ସବୁକିଛି କହିବ 

ହେଲି ନୀରବ ।


୧୪୨)

ଝରେ ନିର୍ଝର

ଝରଝର ନାଦରେ

ଗୀତର ଧାର ।


୧୪୩)

ସାନ୍ଧ୍ୟ ଆସର 

ଓଠରୁ ଝରେ ମହୁ

ବାସେ ଅତର ।


~ ପ୍ରଦୀପ କୁମାର ଦାଶ


୧୪୪)

ଅସରା ଲୁହ

ଆଖିର ଅନୁରାଗ 

ନଈର ବନ୍ଯା ।


୧୪୫)

ଅଳସୀ  ଜହ୍ନ  

ଅଣାୟତ୍ତ ଶ୍ରାବଣ 

ଅଷ୍ଟମ ଋତୁ ।


୧୪୬)

ନୀଳ ଆକାଶ 

ବିଭାବରୀ ପ୍ରେମରେ

ପାହାନ୍ତି ସ୍ବପ୍ନ ।


~ ସମିତା ସ୍ବାଇଁ


୧୪୭)

କଲମ ମୁନ

ଶାଣିତ ଖଡଗରୁ

ଅଧିକ ତୀକ୍ଷ୍ଣ ।


୧୪୮)

ତୁଳୀ କଲମ

ପ୍ରକାଶେ ଶବ୍ଦ ବ୍ରହ୍ମ

ମର୍ମର ଛବି ।


~ ବାସନ୍ତୀ ଦେଈ


୧୪୯)

ମନ ଟାଙ୍ଗରା 

ପ୍ରେମର ମଧୁଶାଳା 

ସ୍ମୁତି  ମଦିରା । 


୧୫୦)

ଶ୍ରାବଣ ମେଘ 

ମାଟି ପାଣି ପବନ

ପ୍ରେମ ବନ୍ଧନ ।


୧୫୧)

ଶୁଖିଲା ପତ୍ର 

ବିବର୍ଣ୍ଣ ମାନଚିତ୍ର 

ଭାରି ପବନ ।


~ ସମିତା ସ୍ବାଇଁ


୧୫୨)

କଲମ ଧାର

ଶାଣୀତ ଗପ ଲେଖା

କାଳି ରୁଧିର ।


~ ଆଶୁତୋଷ ମେହେର


୧୫୩)

କଲମ ଧାର

ଅସୀଠାରୁ ଅଧିକ

ଆଣେ ବିଦ୍ରୋହ । 


~ ପ୍ରତିମା ମେହେର 


୧୫୪)

ରାକ୍ଷୀ ପୂନେଇଁ 

ଅମୂଲ୍ୟ ସମ୍ପର୍କର

ମମତା ଡୋର ।


୧୫୫)

ଭାଇ ଭଉଣୀ

ସୃଷ୍ଟିର ଉପହାର

ଅଭୁଲା ସ୍ନେହ ।


~ ବାସନ୍ତୀ ଦେଈ


୧୫୬)

ଆଖି ଭଙ୍ଗିମା

ପ୍ରୀତିର ପ୍ରସ୍ତାବନା 

ଖୁସି ଠିକଣା ।


~ ପ୍ରଦୀପ କୁମାର ଦାଶ


୧୫୭)

ତୁଳସୀ  ମାଳ

ନିନାଦ ବଂଶୀସ୍ବନ 

ଶ୍ଯାମଳ ତନୁ ।


୧୫୮)

ଜୀବନ ରଥ

କିଏଏଇ ବିନ୍ଧାଣି 

ଭଙ୍ଗା ଗଢାରେ ।


--ସମିତା ସ୍ବାଇଁ


୧୫୯)

ସନ୍ତୁଷ୍ଟ ମନ

ସବୁଠୁ ବଡ଼ ଧନ

ଏ ଦୁନିଆରେ ।


୧୬୦)

ମନ ମଇନା

ଶ୍ରୀକ୍ଷେତ୍ରେ ଯାଆ ତୁହି

ଉଡି ଉଡିକା ।


୧୬୧)

ଭାଷା ଚାତୁର୍ଯ୍ୟ

ପ୍ରେମର ଚାବି କାଠି

ପ୍ରୀତି ପସରା ।


୧୬୨)

ନୀଳ ନୟନା

ହସରେ ପଦ୍ମ ଫୁଟେ

ଓଠରେ ମହୁ ।


~ ବାସନ୍ତୀ ଦେଈ


୧୬୩)

ଆଖି କଜ୍ଜ୍ୱଳ

ପୀରତି ମନଲୋଭା

ଯୋଗୀ ଅଥୟ ।


୧୬୪)

ଆଖି ଚମକ

ଆଶା ଦିଏ କିରଣ

ମୁଖ ଉଜ୍ଜ୍ୱଳ ।


୧୬୫)

ନୟନ ଛଟା

ପ୍ରେମ, ପ୍ରଣୟ ପାଶ

ଯୋଗୀ ଉଚ୍ଚାଟ ।


୧୬୬)

ସଜାଗ ଆଖି

ତୀକ୍ଷ୍ଣ ଦୃଷ୍ଟି ନିବଦ୍ଧ

ଦେଶ ସୁରକ୍ଷା ।


୧୬୭)

ଆଖିର ଭାଷା

ବୁଝିବା ଲୋକ ବୁଝେ

ତା'ର ସାନ୍ଧ୍ରତା ।


~ ରମାକାନ୍ତ ସତପଥି


୧୬୮)

ରକ୍ଷା ବନ୍ଧନ

ଭାବର ଡୋରି ବନ୍ଧା

ଜନ୍ମ ଜନ୍ମର ।


~ ରମାକାନ୍ତ ସତପଥି


୧୬୯)

ସଂପର୍କ ଡୋର 

ସୁରକ୍ଷା ର କବଚ

ଅତୁଟ ସ୍ନେହ । 


~ ସମିତା ସ୍ବାଇଁ


୧୭୦)

ଏବେ ଆସିଛ

ଚାଲି ଯିବକି ସତେ

ମୋତେ ନ ନେଇ ।


~ ରାଜେଶ କୁମାର ମୁଣ୍ଡ


୧୭୧)

ଗହ୍ମା ପୂନେଇଁ

ଦୋଳି ଝୁଲଣାରେ ମୋ

ରାଧିକା ମାଇଁ ।


୧୭୨)

କଳା କହ୍ନେଇ

ଗୋପିକା ମନ ଚୋର

ନଟ ନାଗର ।


୧୭୩)

ବସନ୍ତ ରାସ

କୁଞ୍ଜବନେ ଉଡଇ

ପ୍ରୀତି ଅବିର ।


~ ବାସନ୍ତୀ ଦେଈ


୧୭୪)

ମୁରୁକି ହସ

ଲାଜରେ ମଥାନତ

ବୟସ ଆସେ ।


୧୭୫)

ଦର୍ପଣ ସାଥୀ

ଥରକୁ ଥର ଦେଖେ

ଅବୁଝା ମନ ।


୧୭୬)

ମନର ଭାବ

ମାଆକୁ ଭଲ ଜଣା

ବୁଝି ଅବୁଝା ।


~ ରମାକାନ୍ତ ସତପଥି


୧୭୭)

ନୀଳ ଆକାଶ

ଶୁଭ୍ର ମେଘର ମାଳା

କଅଁଳ ସୂର୍ଯ୍ୟ ।


~ ରାଜେଶ କୁମାର ମୁଣ୍ଡ


୧୭୮)

କି ସୁନ୍ଦର ସେ 

କାଶତଣ୍ଡୀ ଶୋଭିତ 

ଶୁଭ୍ର ଗାଲିଚା ।


~ ରତ୍ନ ପ୍ରଭା ସିଂ


୧୭୯)

ପୂର୍ଣ୍ଣମୀ ଜହ୍ନ

ହସେ ଗଛ ଉହାଡୁ

ପ୍ରାତଃ ଆକାଶେ ।


~ ରାଜେଶ କୁମାର ମୁଣ୍ଡ


୧୮୦)

ନୀଳ ଆକାଶେ

ଷ୍ଟିଚ ପଡ଼ିଛି ଦେଖ

ଦୁଃଖିତ ସୂର୍ଯ୍ୟ ।


~ ରାଜେଶ କୁମାର ମୁଣ୍ଡ


୧୮୧)

ଆଖିର ଲୁହ

ସପନ ଭାଙ୍ଗି ଗଲେ 

ହଜେ ସରାଗ ।


~ ପ୍ରଦୀପ କୁମାର ଦାଶ


୧୮୨)

ଭୋକିଲା ପେଟ 

ମଲା ନଈର ଦୁଃଖ 

ମଦର ବନ୍ଯା । 


୧୮୩)

ବିବିଧ ସ୍ବର 

ଆକୁଳ ଆର୍ତ୍ତନାଦ 

ମୃଗୁଣୀ ସ୍ତୁତି ।


୧୮୪)

ଭଙ୍ଗା ଦର୍ପଣ 

ସ୍ବପ୍ନ କି ସ୍ମୁତି ନୁହେଁ 

ଖାଲି ଯନ୍ତ୍ରଣା । 


୧୮୫)

ବିଲାତି ପାଣି

ସଞ୍ଜରେ ତଣ୍ଟିଓଦା  

ସହର ରୁ ଗାଁ । 


~ ସମିତା ସ୍ବାଇଁ


୧୮୬)

ଚହଲା ପାଣି

ତେବେ ବି ଚେଷ୍ଟା କର

ମୁହଁ ଦିଶିବ ।


୧୮୭)

ଶାନ୍ତ ଆକାଶ

ଆଶା ବି ନାହିଁ ଆଉ

ବିଧି ବିଧାନ ।


~ ରାଜେଶ କୁମାର ମୁଣ୍ଡ


୧୮୮)

ମରୁଡ଼ି ମେଘ

କେତେ ଛବି ଦେଖାନ୍ତି

ଶୁନ୍ୟ ଆକାଶେ ।


~ ଶ୍ରୀରାମ ସାହୁ


୧୮୯)

କୁଆଁରୀ ମନ

ଖୁଦୁରୁକୁଣୀ ଓଷା

ଭାରି ଉଚ୍ଛନ୍ନ ।


୧୯୦)

ପାର୍ବଣ ଋତୁ

ଶରତ ଆକାଶରେ

ପୁନେଇ ଚାନ୍ଦ ।


୧୯୧)

ନିର୍ମଳ ଧରା

ଜୋଛନା ବିଧୌଉତ

ପ୍ରୀତି ପ୍ରତୀକ୍ଷା ।


~ ବାସନ୍ତୀ ଦେଈ


୧୯୨)

ସହସ୍ର ଛିଦ୍ର 

କଳଙ୍କର କାଳିମା 

ରୋଗ ନିଦାନ ।


୧୯୩)

ଗର୍ବ  ଗୌରବ

ଆମ କଳା ସଂସ୍କୃତି

ଭଗ୍ନ ଅବସ୍ଥା ।


୧୯୪)

ଉନ୍ନତି ମାତ୍ର 

ତଟବଦ୍ଧ ନଦୀଟେ 

ପରି ବର୍ତ୍ତନ ।


୧୯୫)

ଗୋଟେ ଶାମୁକା 

କୂଳପ୍ଲାବୀ ସମୁଦ୍ର 

ସାଇତା ମୋତି ।


~ ସମିତା ସ୍ବାଇଁ


୧୯୬)

କାଲି ପ୍ରଭାତ 

ସୂର୍ଯ୍ୟ ସାଥିରେ ଆସୁ 

ମୁଠାଏ ହସ ।


୧୯୭)

ହରି ନେଉସେ 

ଦୁଃଖ ଶୋକ ବିଷାଦ

ମନୁ ବିରାଗ ।


୧୯୮)

କାହା ମନରେ 

ନ ରହୁ ଭେଦ ଭାବ

ବାଦ ବିବାଦ ।


୧୯୯)

ସବୁରି ପ୍ରାଣେ

ଭରି ଯାଉ ସୁହାଗ

ଆନନ୍ଦ ପ୍ରୀତି ।


୨୦୦)

ଏହି ମିନତି 

ପ୍ରଭୁ ପାଖରେ ମୋର

ସଭିଙ୍କ ପାଇଁ ।


~ ସମିତା ସ୍ବାଇଁ 


୨୦୧)

ତୃଷିତ ଗୋଡ଼ି

ଶୋଷିଲା ସବୁ ପାଣି

ମରିଲା କାଉ ।


୨୦୨)

ବାଇଚଢେଇ

ବର୍ଷା ସାଧିଛି ଦାଉ

ଉପାସେ ଝୁଲେ ।


୨୦୩)

କରାଣ୍ଡି ମାଛ

ଚାହୁଁଚି ମୁଣ୍ଡ ଟେକି 

ଧ୍ୟାନରେ ବଗ ।


୨୦୪)

ମଣିଷ ମନ

ବଦଳେ ଘନ ଘନ

ଲିଭେନା ଚିହ୍ନ ।


୨୦୫)

ଓଠର ହସ

ରହିବ ଯଦି ଲାଖି

କାନ୍ଦିବ ଲୁହ ।


୨୦୬)

ବିଲରେ ଚାଷୀ

ଯତନେ କରେ କାମ

ଯୋଡ଼େନା ମୂଲ ।


୨୦୭)

ଭାଦ୍ରବ ମାସ

ହରଷେ ଭରା ସର 

ହସଇ କଇଁ ।


୨୦୮)

ଭାଇର ବଳ

ପଛରେ ଯେବେ ଥାଏ

ଲୁଚଇ ଭୟ ।


୨୦୯)

କଲମ ଶକ୍ତି

ନିଲାମ ହେଲେ ନିତି 

ବଢେ ଦୁର୍ନୀତି ।


~ ରଞ୍ଜନ ଜେନା 


୨୧୦)

ଫୁଟି ଝଡଇ 

ବଣମଲ୍ଲୀ ର ବାସ୍ନା 

ଅଦେଖା ବ୍ଯଥା ।


୨୧୧)

ଆକାଶ ସାରା

ଥକା ଡେଣାକୁ ନେଇ 

ଏକଲା ପକ୍ଷୀ ।


୨୧୨)

ମନପୃଷ୍ଟାରେ 

ଅନୁରାଗ ର ଲେଖା

ଭିଜା ମାଟିରେ ।


୨୧୩)

ଉଜାଗରରେ 

ଅଙ୍କକଷା ଚାଲିଛି 

ସାରା ଜୀବନ ।


~ ସମିତା ସ୍ବାଇଁ


୨୧୪)

ଭିଜା ବର୍ଷାରେ

ଭିଜାଇ ତନୁମନ

ପ୍ରୀତିର ସୂରେ ।


~ ଦମୟନ୍ତି ରଥ 


୨୧୫)

ସଂସାର ପଥେ

କେତେ ଯେ ଅନୁଭବ

ଜୀବନ ସ୍ଵାଦ ।


୨୧୬)

ଜୁଳୁଜୁଳୁ ଆ

ଘନ ଅନ୍ଧକାରରେ

ଦୀପ ଭଳିଆ ।


୨୧୭)

ଟୋପେ ସିନ୍ଦୂର

ଦୁଇପଟ ଶଂଖାରେ

ମହାମିଳନ ।


୨୧୮)

ହାଇକୁ କାବ୍ୟ

ଭାବ ପୂର୍ଣ୍ଣ ରଚନା

ଅଣୁ କବିତା ।


~ ବାସନ୍ତୀ ଦେଈ 


୨୧୯)

ସମ୍ବଲପୁରୀ

ରଙ୍ଗବତୀ ସଙ୍ଗୀତ

ମାଇଲ ଖୁଣ୍ଟ ।


୨୨୦)

ସୂରୁଜ ହସ 

ବରଷା ରାଣୀ ଝରେ

ରଙ୍ଗ ପସରା  ।


୨୨୧)

ରଖିବ ମାନ

ସୁତାର ଖିଅଟିଏ

ଭାବ ବନ୍ଧନ ।


୨୨୨)

ସୂତ୍ର ନୁହଁ ସେ

ଭାଇ ଭଉଣୀ ପ୍ରେମ

ଭାବ ବନ୍ଧନ ।


~ ରମାକାନ୍ତ ସତପଥି


୨୨୩)

ତୁଳସୀ  ମାଳ

ନିନାଦ ବଂଶୀସ୍ବନ 

ଶ୍ଯାମଳ ତନୁ।


୨୨୪)

ଜୀବନ ରଥ

କିଏଏଇ ବିନ୍ଧାଣି 

ଭଙ୍ଗା ଗଢାରେ ।


୨୨୫)

ମନମଧୁପ 

ଅନ୍ଧାର ଘରେ ଦୀପ 

ଭାଗ୍ଯର କୋପ ।


~ ସମିତା ସ୍ବାଇଁ


୨୨୬)

ଝର କଲମ

ବିଦ୍ୟାର୍ଥୀର ବଲମ

କବିର ଅସୀ ।


୨୨୭)

କାଗଜ କ୍ଷେତ୍ର

କବି ଅସୀ ଚାଳନା

କଲମ ମୁନ ।


~ ମନୀଷା ମିଶ୍ର


୨୨୮)

କଲମ ମୁନ

ରୂପାନ୍ତର ମାଧ୍ୟମ

ସମାଜ ନୀତି ।


୨୨୯)

ଝର କଲମ

ଲୁହ, ଲହୁର ଗାଥା

ପ୍ରଚ୍ଛଦ ପଟ ।


~ ରମାକାନ୍ତ ସତପଥି


୨୩୦)

ରାଗ ବହୁତ ?

ଓଠର ତାତିରେ ନା

ତରକାରୀରେ ।


୨୩୧)

ମାଟି ପିତୁଳା

କଇଁ କଇଁ କାନ୍ଦୁଛି

ବୁଝାଅ ଟିକେ ।


~ ରାଜେଶ କୁମାର ମୁଣ୍ଡ


୨୩୨)

କାମ ହିଁ ସାର

ପ୍ରତ୍ୟାଶା ରହିତ

କାମନା ନାଶ ।


୨୩୩)

ବିଷର ଜ୍ୱାଳା

ଅତି ଭୟଙ୍କର ସେ

ମଣିଷ କ୍ରୋଧ ।


୨୩୪)

ମଦରେ ମତ୍ତ

ରୂପ, ଖ୍ୟାତି, ଯୌବନ

ନୁହଁଇ ସ୍ଥିର ।


୨୩୫)

ସଂସାର ସାର

କେହି ନୁହେଁ କାହାର

ମୋହ ଯେ ଭ୍ରମ ।


୨୩୬)

ମନେ ମତ୍ସର୍ଯ୍ୟ

ଅସ୍ଥିର ଧରାବକ୍ଷ

ଆତ୍ମ ପୀଡନ ।


୨୩୭)

ଆବଶ୍ୟକତା

ସଂଚିବା ଠୁଁ ଅଧିକ

ଲୋଭରୁ ମୃତ୍ୟୁ ।


~ ରମାକାନ୍ତ ସତପଥି


୨୩୮)

ପାର୍ବଣ ଋତୁ

ସ୍ୱାଗତ କରେ କାଶ

ହରଷେ ମନ ।


୨୩୯)

ଧଳା ବାଦଲ

ଲହରେ କାଶତଣ୍ଡୀ

ଆସେ ପାର୍ବଣ ।


୨୪୦)

ଶରତ କାଳ

ବସିଛି କାଶ ହାଟ

ଆସୁଛନ୍ତି ମା ।


୨୪୧)

ପଖାଳ ଭାତ

ଖାଏ ରୁଟିର ନାତ

ଛାଡ଼ଇ ହାତ ।


୨୪୨)

ଭୋଦୁଅ ଖରା

ବିଲରେ ମରେ ମାଛ

ହରଷେ ଚାଷୀ ।


~ ରଞ୍ଜନ ଜେନା


୨୪୩)

ହସେ ଶରତ

ଜୁଇ ଜାଇ ବଧୂଲି

ହରଗୌରା ରେ ।


୨୪୪)

ଝରା ଶେଫାଳୀ

ଶରତ  ଆଗମନେ

ସ୍ନିଗ୍ଧ ମହକ ।


୨୪୫)

ଶରତ ଆସେ

ପାର୍ବଣ ସାଥେ ଧରି

ଦିବ୍ୟ ଚେତନା ।


୨୪୬)

ମିଛ ସଂସାର

କେହି ନୁହେଁ କାହାର

ବିଭୁ ସୁମର ।


~ ବାସନ୍ତୀ ଦେଈ


୨୪୭)

ଗଲାଣି ଋତୁ

ଶ୍ରାବଣ ମିଠା ମିଠା

ଝୁରଇ ମନ ।


~ ପ୍ରତିମା ମେହେର 


୨୪୮)

ଲୋଲୁପ ଦୃଷ୍ଟି 

ଶାଗୁଣା ଓ ବିଲୁଆ 

ଶବର ପ୍ରାଣ । 


୨୪୯)

ଜଗତ ହିତ

ମହତ ମୃତ୍ୟୁପରେ 

ମନର ପକ୍ଷୀ ।


~ ସମିତା ସ୍ବାଇଁ


୨୫୦)

ଶେଷ ଶ୍ରାବଣ

ମେଘ ଭର୍ତ୍ତି ଆକାଶ

ନିର୍ଦ୍ଧୁମ ବର୍ଷା ।


~ ରାଜେଶ କୁମାର ମୁଣ୍ଡ


୨୫୧)

ଶେଷ ଶ୍ରାବଣ

ଭିଜେଇଲା ଧରାକୁ

ପାହାନ୍ତି ମେଘ ।


~ ରାଜେଶ କୁମାର ମୁଣ୍ଡ 


୨୫୨)

ସମୟ ଖେଳ

ସ୍ବପ୍ନର ସୋପାନରେ

କର୍ତ୍ତବ୍ୟ ସିଡି ।


୨୫୩)

ଜୀବନ ପଥ

ଲେଉଟାଣି ବେଳରେ 

ଟଙ୍କ ତୋରାଣୀ । 


୨୫୪)

ମାଆର କୋଳ

ଚିରନ୍ତନ ଉଛ୍ବାସ

ପ୍ରତିଟି ସ୍ପର୍ଶ । 


୨୫୫)

ଘନ ଅରଣ୍ଯ 

ଶ୍ଯାମଳ ସବୁଜିମା 

ଧୀର ସମୀର ।


୨୫୬)

ମାଟି ପିତୁଳା 

ବିଭୋରିତ ପ୍ରକୃତି 

ପ୍ରୀତି ସୀକର ।


~ ସମିତା ସ୍ବାଇଁ


୨୫୭)

ଶରତ ଆସେ

ପାର୍ବଣ ସାଥେ ଧରି

ଦିବ୍ୟ ଚେତନା ।


~ ବାସନ୍ତୀ ଦେଈ


୨୫୮)

ତୁଠ ପଥର

କଅଁଳ ପାଦ ଘସା

ପ୍ରେମ ର ଜର !


୨୫୯)

ଆଦ୍ୟ ଭାଦ୍ରବ

ଶ୍ରାବଣ ଧାରା ଛୁଟେ

କି ଅନୁଭବ !


୨୬୦)

ଶ୍ରାବଣ ଶୁଖା

ଭାଦ୍ରବେ ବର୍ଷା ଧାର

ଚାଷ ର ସଖା !


~ ଆଶୁତୋଷ ମେହେର


୨୬୧)

କାନ ଝୁମୁକା

ମସଗୁଲ ପ୍ରେମରେ

ଶୀତଳ ଛୁଆଁ ।


୨୬୨)

ପାଦ ପାଉଁଞ୍ଜି

ଅଧୀର ବାଜିବାକୁ

ପ୍ରିୟକୁ ଚାହିଁ । 


~ ପ୍ରତିମା ମେହେର


୨୬୩)

ସ୍ବପ୍ନ  ଫେରେନା

ସ୍ମୁତିରେ ରହିଯାଏ 

ସମୟ ସହ ।


୨୬୪)

କ୍ରୋଧର ଅଗ୍ନି 

ଦଗ୍ଧୀଭୂତ ହୃଦୟ 

ଅବ୍ଯକ୍ତ ବ୍ଯଥା ।


୨୬୫)

ଲୋଲୁପ ଦୃଷ୍ଟି 

ଶାଗୁଣା ଓ ବିଲୁଆ 

ଶବର ପ୍ରାଣ ।


୨୬୬)

ଜଗତ ହିତ

ମହତ ମୃତ୍ୟୁପରେ 

ମନର ପକ୍ଷୀ ।


୨୬୭)

ଛୁଇଁ ଦେଇଯା 

ଚଗଲା ପବନ ତୁ

ଚଇତି ସଞ୍ଜେ ।


~ ସମିତା ସ୍ବାଇଁ


୨୬୮)

ଶେଷ ଶ୍ରାବଣ

ମେଘ ଭର୍ତ୍ତି ଆକାଶ

ନିର୍ଦ୍ଧୁମ ବର୍ଷା ।


୨୬୯)

ଶେଷ ଶ୍ରାବଣ

ଭିଜେଇଲା ଧରାକୁ

ପାହାନ୍ତି ମେଘ ।


~ ରାଜେଶ କୁମାର ମୁଣ୍ଡ


୨୭୦)

ତୁଠ ପଥର 

ସଦ୍ଯସ୍ନାତା ରମଣୀ 

ଅଳସୀ ପାଦ ।


~ ସମିତା ସ୍ବାଇଁ 


୨୭୧)

ଧାରା ଶ୍ରାବଣ

ମେଘ ର ଲୁଚକାଳି

ବରଷା ସ୍ଵପ୍ନ।


୨୭୨)

ଭୋଦୁଅ ଖରା

ଶୁଖୁନି ପାଟମଠା 

ବରଷା ଧାରା ।


୨୭୩)

ନଡ଼ିଆ ରାଣୀ

ଜୟ ମାଆ ତାରିଣୀ

ଦୁଃଖ ହାରିଣୀ ।


~ ବାସନ୍ତୀ ଦେଈ 


୨୭୪)

ମଣିଷ ମନ

ବଦଳେ ଘନ ଘନ

ଲିଭେନା ଚିହ୍ନ ।


~ ରଞ୍ଜନ ଜେନା


୨୭୫)

କଇଁ ଗୋ ତୁମେ

ଝୁରୁଅଛ କାହାରେ

ନୀରବେ ରହି ।


୨୭୬)

ବାଟ ଚାହିଁଛ

ନିଇତି ସରୋବରେ

ପସରା ମେଲି ।


୨୭୭)

ଦଗାଦିଆ ସେ

ସୁରୂଜ ଭଅଁରଟା

ଆସିବ ଫେରି ?


୨୭୮)

ଯାଅଗୋ ଭୁଲି

ପ୍ରଣୟ ମିଠା ଛୁଆଁ

ସେ ବେଦରଦୀ ।


~ ପ୍ରତିମା ମେହେର,ପାଟଣାଗଡ଼


୨୭୯)

ଘାସ ଫୁଲରେ

କାକର ଟୋପା ହସେ

ଓଢଣା ଟାଣି । 


୨୮୦)

ଶୀତର ଚିଠି

ଫାଟୁଆ ଓଠ ପଢେ

ସୁନେଲି ସଞ୍ଜେ ।


~ ସମିତା ସ୍ବାଇଁ 


୨୮୧)

ସ୍ୱାଦର ଦାସ

ଖୋଜଇ ମିଠା ରସ

ଗୁଡ଼ରେ ମରେ  ।


୨୮୨)

ଦେଖା ସ୍ୱଭାବ

ଠିକଣା ଯାଏ ଭୁଲି

ଆସିଲେ ବେଳ ।


୨୮୩)

ବଡ ପାଟିଆ

କଥାରେ ତ୍ରୁଟି ଚାପେ

ଜାଣନ୍ତି ସର୍ବେ ।


୨୮୪)

ନୀଳ ଶୃଗାଳ

ଛାଡିବ ଦିନେ ରଙ୍ଗ

ଖୋଜିବ ସାଙ୍ଗ ।


୨୮୫)

ବର ଓହଳ

ଖେଳନ୍ତି ପିଲା ଦୋଳି

ଶୈଶବ ଜାଗେ ।


~ ରଞ୍ଜନ ଜେନା


୨୮୬)

ପ୍ରେମ ର ବନ୍ୟା

ନାଆ ବହି ନିଏ ସେ

ନାଉରୀ କନ୍ଯା !


୨୮୭)

ଉଛୁଳା ନଦୀ

କୁଳ ନ ଲଙ୍ଘିବାକୁ

ସେ ଆଶାବାଦି !


୨୮୮)

ମେଘ ଯେ କଳା

ଓଦା କରିଦେବ ସେ

ଖୋଲା ମେଖଳା !


୨୮୯)

ବର୍ଷା କାଉଁରି

ପରଶେ ହସି ଉଠେ

ସବୁଜଶିରୀ !


~ ଆଶୁତୋଷ ମେହେର


୨୯୦)

ନୟନ ଖୋଜେ

ମଧୁ ବର୍ଣ୍ଣବୋଧକୁ

ଲଣ୍ଠନ ଜାଳି ।


୨୯୧)

ଆଇ ମା'କୁହେ

ଖୋଲି ତା ଗପପେଡି

ମାରି ଘୁଙ୍ଘୁଡି ।


୨୯୨)

ଅତୀତ ଦିଶେ

ପୂର୍ଣ୍ଣମୀ ତୋଫା ଜହ୍ନ 

ଆସନ୍ତା ଫେରି ।


୨୯୩)

ମନ କାଗଜ 

ନୂଆ କାହାଣୀ ଲେଖା 

ଅଲିଭା କାଳି ।


୨୯୪)

କଟାଘା ଜଳେ

ଲୁଣର ଛିଟା ଲାଗି

ଭାରି ଅସହ୍ୟ । 


୨୯୫)

କେତେ ରମ୍ଯ ସେ 

ଉଆଁସ ଅଭିମାନ 

ଶୁଭ ସପନ ।


~ ସମିତା ସ୍ବାଇଁ


୨୯୬)

କୁଆଁରୀ କନ୍ୟା

ପ୍ରେମ ରେ  ପ୍ରତାରଣା

ଲୁହ ର ବନ୍ୟା ।


୨୯୭)

ଜୀବନେ ଧୋକା

ରଙ୍ଗୀନ ଦୁନିଆ ଟା 

ଲାଗଇ ଫିକା ।


~ ବାସନ୍ତୀ ଦେଈ 


୨୯୮)

ଆଖିର ଲୁହ

ମାନେନି ବନ୍ଧବାଡ

ଝରେ ଶ୍ରାବଣ ।


~ ସମିତା ସ୍ୱାଇଁ


୨୯୯)

ମାତୃ ଶକ୍ତିରେ 

ଶାରଦୀୟ ଶରତ

ଶୁଭ୍ରବସ୍ତ୍ରରେ ।


୩୦୦)

ନିର୍ମଳ ଶୋଭା 

ବିଭୋର କାଶତଣ୍ଡୀ

ଅଶିଣୀ କନ୍ଯା ।


~ ସମିତା ସ୍ୱାଇଁ 


୩୦୧)

ମୃତ ମାନସ

ସବୁ ଅନ୍ଧାରେ ଦେଖେ

ଭାଗ୍ୟକୁ ନିନ୍ଦେ ।


୩୦୨)

ଖୁଦୁରୁକୁଣୀ

କୁମାରୀ ମନ ଉଡେ

ଏକତା ବଢେ ।


~ ରଞ୍ଜନ ଜେନା


୩୦୩)

ନୟନ ଅଶ୍ରୁ

ଝରିଯାଏ ଅକାଳେ

ମନ ଆବେଗ ।


୩୦୪)

ଲୁହରେ ଭିଜା

ଚିଠିର ଲେଖାସବୁ

ଲହୁର ଗାଥା ।


୩୦୫)

ଲୁହ ପୋଛିଛି

ପଣତ କାନି କୋଣେ

ସ୍ୱପ୍ନ ହଜିଛି ।


~ ରମାକାନ୍ତ ସତପଥି 


୩୦୬)

ଲହୁ ଲୁହାଣ

ଆଫଗାନିସ୍ତାନ୍ ମାଟି

ବୋମା ଫୁଟୁଛି ।


~ ରାଜେଶ କୁମାର ମୁଣ୍ଡ


୩୦୭)

କଳା କହ୍ନେଇ

ପ୍ରେମ ର ଫଲ୍ଗୁ ଝରେ

ରାଧିକା ପାଇଁ ।


~ ବାସନ୍ତୀ ଦେଈ 


୩୦୮)

ଅଥୟ ମନ

ଏରୁଣ୍ଡି ବନ୍ଧେ ମାତା

ଫେରିବା ପଥ ।


~ ରମାକାନ୍ତ ସତପଥି


୩୦୯)

ବଂଶୀ ର ସ୍ଵନ

ହୃଦୟ ବିମୋହିତ

ମଧୁର ତାନ ।


~ ଦୟାନନ୍ଦ ଶବର


୩୧୦)

ଭାଦ୍ରବ ଖରା

ଶ୍ରମ ବିନ୍ଦୁରେ ଭିଜି

ଚାଷୀ ନୁଖୁରା ।


~ ଶ୍ରୀରାମ ସାହୁ


୩୧୧)

ଅଜାଗା ଘାଆ

ସହିବା କେତେ କଷ୍ଟ

ଯନ୍ତ୍ରଣା କେତେ ।


୩୧୨)

ରୋଗଠୁ ଭୋକ

କାହା ଯନ୍ତ୍ରଣା କେତେ

ଭୋକିଲା ଜାଣେ ।


୩୧୩)

ମିଛ ଦୁନିଆଁ 

ସ୍ବର୍ଗ ନର୍କ ଏଇଠି 

କିଏ କାହାର ?


~ ଡିସମ୍ବର ମେହେର


୩୧୪)

ପ୍ରକୃତି ଦତ୍ତ

ତୁମର ଆଉ ମୋର

ପ୍ରୀତି ଆମର ।


~ ରାଜେଶ କୁମାର ମୁଣ୍ଡ


୩୧୫)

ଫୁଙ୍ଗୁଳା ସତ୍ୟ

ପୋଷାକ ହୁଏ ଚୋରୀ 

ପିନ୍ଧଇ ମିଥ୍ୟା ।


~ ରଞ୍ଜନ ଜେନା 


୩୧୬)

ନନ୍ଦ ନନ୍ଦନ

ତୁ' ମୟୂର ଚୁଳିଆ

ଯଶୋଦା ଧନ ।


୩୧୭)

ଜୀବ ଜୀବନ

ଭାବ, ଭକ୍ତି ଜାଣିନି

ଭିଜେ ଏ' ମନ ।


~ ପ୍ରଣତି ପଣ୍ଡା


୩୧୮)

କାହିଁକି ତୁମେ

ଆସିଲ ଅବେଳରେ

ପାହେ ରଜନୀ ।


୩୧୯)

ପ୍ରିୟ ଅତିଥି

ହେବନାହିଁ ମିଳନ

ଏଇ ଜନ୍ମରେ ।


୩୨୦)

ଥାଉ ପୁଲକ

ସାଇତା ହୃଦୟରେ

ମେଲାଣି ନିଅ ।


୩୨୧)

ଗଭୀର ରାତି

ଜହ୍ନ ରହିଲା ସାକ୍ଷୀ

ଶେଷ ଏ'ପ୍ରୀତି ।


~ ପ୍ରତିମା ମେହେର


୩୨୨)

ଜୀବନ ନଦୀ

ଏପାରିରୁ ସେ ପାରି

ଯାଅଇ ବହି ।


~ ଲକ୍ଷ୍ମୀକାନ୍ତ ସାହୁ 


୩୨୩)

ଭୋଗ ପସରା

ଦକ୍ଷିଣା ପଇସାରେ

ନନା ନଜର ।


୩୨୪)

ଫୁଲ ଚୋରଣୀ

ଗଛରେ ଅଟକିଛି

ନାଲି ଓଢ଼ଣୀ ।


୩୨୫)

ଖୁଦୁରୁକୁଣୀ

ଭେଦଭାବ ଭୂଲିଲେ

ଓଷେଇତୁଣୀ ।


~ ବିଜୟଲକ୍ଷ୍ମୀ ଦାଶ 


୩୨୬)

ନଦୀ ପଠାରେ

କାଶତଣ୍ଡୀ ଧବଳ

ଲହଡି ଭାଙ୍ଗେ ।


୩୨୭)

ଶରତ ସନ୍ଧ୍ୟା

ମୃଦୁମନ୍ଦ ସମୀର

ଜହ୍ନର ହସ ।


୩୨୮)

ଜହ୍ନ ରାଇଜ

ନାନାବାୟ ଗୀତରେ

ଶିଶୁର ହସ ।


୩୨୯)

ଦାନ୍ତ ଉଠିନି

ଖିଲି ଖିଲି ହସରେ

ଘରଟା ପୁରେ ।


~ ରମାକାନ୍ତ ସତପଥି


୩୩୦)

ଗାଆଁ ପୋଖରୀ 

ଗାଧୁଅ ତୁଟେ ସାଥି

ହଳଦୀ ମାଖି ।


୩୩୧)

କେଶ ର ବାସ

ମଲ୍ଲୀ ଟଗର ହେନା

ମନ ମଇନା ।


୩୩୨)

ପ୍ରେମର ରାତି

ମଧୁର ଅନୁଭୂତି

ଅଭୁଲା ସ୍ମୃତି ।


~ ଡିସମ୍ବର ମେହେର

☆☆☆☆☆☆☆☆☆☆

कोई टिप्पणी नहीं:

एक टिप्पणी भेजें

MOST POPULAR POST IN MONTH