ହାଇକୁ ସାଧନା ଖୋର୍ଦ୍ଧା
ସାରସ୍ଵତ ହାଇକୁ କାବ୍ୟ ଯାତ୍ରା ~ ୨୬
କୃଷକ
ହାଇକୁ
୧)
କୃଷକ ଦୁଃଖ
ଜୀବନ ଟା ଜଞ୍ଜାଳ
ବଞ୍ଚିବା କଷ୍ଟ ।
୨)
ଘରରୁ କ୍ଷେତ
କୃଷକ ର ଜୀବନ
କ୍ଷେତ ରୁ ଘର ।
~ ପ୍ରଦୀପ କୁମାର ଦାଶ, ଛତ୍ତିସଗଡ଼
୩)
କୃଷକ ଭାଇ
ଖାଦ୍ୟ ଯୋଗାଇଥାଏ
ଶ୍ରେଷ୍ଠ ତା ମୂଲ ।
୪)
ଜୟ କିଷାନ
କେ ସରି ହେବ ତୋତେ
କରେ ସଲାମ ।
୫)
ଲଙ୍ଗଳ ମୁନେ
ଶସ୍ୟ ଦିଏ କୃଷକ
ହସେ ଧରଣୀ ।
୬)
କୃଷକ ଭାଇ
ଅଭାବ ଅନାଟନେ
ଦିନ କାଟଇ ।
୭)
ମାଟି ମଣିଷ
କୃଷକ ତା ଶ୍ରମରେ
ଫୁଟାଏ ହସ ।
୮)
ସକାଳୁ ସଞ୍ଜ
କ୍ଷେତେ କୃଷକ ଟି
ପଖାଳ କଂସା ।
~ ବାସନ୍ତୀ ଦେଈ, ଖୋର୍ଦ୍ଧା
୯)
କୃଷକ ଭାଇ
ଖରା ବରଷା ଶୀତେ
ବିଲରେ ଥାଇ l
୧୦)
କୃଷକ ମିତ୍ର
ସଂସାରେ ଦାନ ତାର
ଅଟେ ମହତ ।
୧୧)
ଫଳ ଫଳା ଏ
କୃଷକ ଭାବନା ରେ
ଆନନ୍ଦ ଥାଏ !
୧୨)
କ୍ଷୁଦ୍ର ଜୀବନେ
ମନେ ଅଧିକ ଆଶା
ନ ଥାଏ ତାର ।
୧୩)
ବର୍ଷା କୁ ଦେଖି
ଆଶା ସଂଚାର କରେ
ଜୀବନ ଲାଗି ।
୧୪)
କୃଷି ରୁ ମିଳେ
ମନ ଭରି ଆନନ୍ଦ
ଏଇ ତା ମୂଲ୍ୟ ।
~ ସୂର୍ଯ୍ୟକାନ୍ତି ଦାଶ, ଯାଆଁଳା
୧୫)
ଜୟ କିଷାନ
କୃଷକର ମୂଲକୁ
ଦେବା ସମ୍ମାନ ।
୧୬)
କୃଷକ ମୁହିଁ
କୃଷି କାର୍ଯ୍ୟ କରେ ମୁଁ
ଆଧାର ଦିଏ ।
୧୭)
କୃଷକ ଭାଇ
ଚାତକେ ବରଷା କୁ
ଥାଏ ଅନାଇ ।
୧୮)
ବରଷା କାଳ
ଆନନ୍ଦ କୃଷକର
କରିବ ହଳ ।
୧୯)
କୃଷକ ପତ୍ନୀ
ମୁଣ୍ଡେ ଘୋଟନ ଧରି
ଖେତେ ଯାଉଛି ।
୨୦)
ମଗୁଶିର ରେ
ଧାନକାଟି କୃଷକ
ଅମାରେ ଭରେ ।
୨୧)
ଚାଷୀ ଘରଣୀ
ପୂଜା କରେ ମାଆଙ୍କୁ
ପିଠା ପଣାରେ ।
୨୨)
କୃଷି କୃଷକ
ଉନ୍ନତି କରି ଆମେ
ରଖିବା ଟେକ ।
୨୩)
ଜଳ ସେଚନ
କରି କୃଷକ ଭାଇ
ଫଳାଏ ଧାନ ।
୨୪)
କୃଷକ ଜିଏଁ
ତେଲ ଲୁଣ ସଂସାର
ଆନନ୍ଦେ ଥାଏ ।
୨୫)
କୃଷକ ଭ୍ରାତା
ମହତ ଚିନ୍ତା ତା'ର
ସେ ଅନ୍ନଦାତା ।
~ ଜ୍ୟୋତି ପ୍ରଭା ପଟ୍ଟନାୟକ
୨୬)
କୃଷକ ଭ୍ରାତା
ଡୋଲି, ଓଳିଆ ଦେଖ
ଭାତ ସାଇତା ।
୨୭)
କୃଷି କୃଷକ
ଓତଃପ୍ରୋତ ଜଡିତ
ମନେ ପରଖ ।
୨୮)
କୃଷକ ଜାତି
ରଖେ ଆମ ଜୀବନ
ବାଣ୍ଟଇ ପ୍ରୀତି ।
~ ଚପଳା ପଣ୍ଡା, ଖୋର୍ଦ୍ଧା
୨୯)
କୃଷକ ଭାଇ
ଜୀବନ ଧନ୍ୟ ହୁଏ
ଆହାର ଦେଇ ।
~ ପ୍ରଭାସିନୀ ସାହୁ, ଖୋର୍ଦ୍ଧା
୩୦)
କୃଷକ ଭାଇ
ଖରା ବର୍ଷା ଶୀତରେ
କାମ କରଇ ।
୩୧)
କୃଷକ ବୀର
ସେତ ଅନ୍ନ ଭଣ୍ତାର
ପଦେ ଜୁହାର ।
~ ଶୋଭାଗିନୀ ନନ୍ଦ, ଜୟପୁର (କୋରାପୁଟ)
୩୨)
କୃଷକ ବିନା
ଅଗ୍ରଗତି କଳନା
ସପନ ସିନା ।
୩୩)
କୃଷକ ଭାଇ
ଲହୁ ଲୁହ ମିଶାଇ
ଫଳାଏ ସୁନା ।
~ ଆରତୀ ପ୍ରହରାଜ, ଭୁବନେଶ୍ୱର
୩୪)
କୃଷକ ଭାଇ
ଖରା, ବର୍ଷା, କାକର
ଖାତିର ନାହିଁ ।
୩୫)
ଦେଶ ଜାତିର
ସୁଦୃଢ ମେରୁଦଣ୍ଡ
କୃଷକ ବୀର ।
~ ସସ୍ମିତା ବାରିକ୍, ବୋଲଗଡ଼
୩୬)
ଧାରା ଶ୍ରାବଣ
ବେଳ ବେଉଷଣ ର
ଚାଷୀ ଉଚ୍ଛନ୍ନ ।
୩୭)
ହଳ ଲଙ୍ଗଳ
ଚାଷୀ ର ବଳ ସିଏ
ଅମାର ପୂର୍ଣ୍ଣ ।
~ ଆରତି ମଞ୍ଜରୀ ଦାଶ, ଗୁରୁଜଙ୍ଗ ଖୋରଧା
୩୮)
କୃଷକ ଭାଇ
ଆନ ପେଟ ବ୍ୟଥା
ବୁଝି ପାରଇ ।
୩୯)
ଖରା ବରଷା
କି ଶରତ ଶୀତ
ଚାଷୀ ର ମିତ ।
~ ସୁମତୀ ଦେଈ, ଅସରଳା
୪୦)
କ଼ଷକ ଭାଇ
ବିଲେ ଶାଗ ପଖାଳ
ଖାଇ ଖଟଇ ।
୪୧)
ସୁନା ଫସଲ
କ୍ଷେତରେ ଦେଖି ଚାଷୀ
ହୁଏ ସେ ଖୁସି ।
୪୨)
କୃଷି କ଼ଷକ
ଓଡ଼ିଶା ଏକ ନମ୍ବର
ରାଜ୍ୟ ଗୌରବ !
୪୩)
କ଼ଷକ ଆମ
ଦେଶର ମାନଦଣ୍ଡ
ଦେବା ସମ୍ମାନ ।
୪୪)
ରଜ ପରବ
କୃଷି କରମ ନାହିଁ
ଚାଷୀ ବିଶ୍ରାମ ।
୪୫)
ମାଟି ମାଆର
ସେବାରେ ଚାଷୀ ଭାଇ
ନିଇତି କରେ ।
୪୬)
ବଢି ବରଷା
ଚାଷୀ ଦେଖିଲେ ମୁଣ୍ଡ
ଯାଏ ବିଗିଡି ।
୪୭)
ଧଳା କସରା
ବଳଦ ସାଥି ମୋର
କ଼ଷି ସଂସାର ।
~ ଝୁମୁରୀ ସାହୁ
୪୮)
କୃଷକ ହେବି
ବିଜ୍ଞାନ ପଦ୍ଧତିରେ
କୃଷି କରିବି ।
~ ଜ୍ୟୋତି ପ୍ରଭା ପଟ୍ଟନାୟକ
୪୯)
ଅକ୍ଷି ତୃତୀୟା
ମୁଠି ଅନୁକୂଳରେ
ଚାଷୀ ମଗନ ।
୫୦)
ଘୋର ବରଷା
ଚାଷ କାମରେ ଚାଷୀ
ପୃଷ୍ଠେ ପଖିଆ ।
୫୧)
ଶୀତ କାକର
ଧାନ ଜଗେ କୃଷକ
ବିଲ ଭୂଇଁରେ ।
୫୨)
ସ୍ବପ୍ନ ଫସଲ
ଗଦା ମାରେ ଖଳାରେ
ଚାଷୀ ଉଲ୍ଲାସେ ।
୫୩)
କୃଷିରେ ପ୍ରୀତି
ଅଳ୍ପେ ସନ୍ତୁଷ୍ଟ ଚାଷୀ
ଖୁସିରେ ରହେ ।
~ ବିଳାସିନୀ ଦାଶ, ମଧୁସୂଦନ ନଗର
୫୪)
କୃଷି ବେଉସା
କର୍ଷଣ କରି ସଦା
ରଖଇ ହଂସା ।
୫୫)
କୃଷକ ହେବି
ଲଙ୍ଗଳ ମୁନରେ ମୁଁ
ଜୀବନ ଦେବି ।
~ କବିତା କାନୁନଗୋ, ପୋଖରୀପୁଟ
☀️☀️☀️☀️☀️☀️☀️☀️☀️☀️
कोई टिप्पणी नहीं:
एक टिप्पणी भेजें