हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

गुरुवार, 2 सितंबर 2021

ହାଇକୁ ସାଧନା ଖୋର୍ଦ୍ଧା, ସାରସ୍ୱତ ହାଇକୁ କାବ୍ୟ ଯାତ୍ରା ~ ୨୭ ~ ଜଙ୍ଗଲ

ହାଇକୁ ସାଧନା ଖୋର୍ଦ୍ଧା

ସାରସ୍ଵତ ହାଇକୁ କାବ୍ୟ ଯାତ୍ରା ~ ୨୭

ଜଙ୍ଗଲ

ହାଇକୁ 

୧)

ବାଉଁଶ ବଣ

ଦେହ ବଇଁଶୀ କଥା

କହେ ମଉନ ।


~ ପ୍ରଦୀପ କୁମାର ଦାଶ 'ଦୀପକ'


୨)

ସବୁଜ ଵନ

ପାହାଡୀ ଝରଣା ଟି

ଗାଉଛି ଗୀତ ।


୩)

ଜଳେ ସହର

କଂକ୍ରିଟ ଜଙ୍ଗଲ ରେ

ହା ହୁତାଶନ ।


୪)

ବଣ ଟି ମିତ

ଔଷଧ ଅମ୍ଳଜାନ

ଦିଏ ସତତ ।


୫)

ବୃକ୍ଷ ରୋପଣ

ନୂଆ ଜଙ୍ଗଲ ସୃଷ୍ଟି

କରେ ଆହ୍ୱାନ ।


୬)

ଜଙ୍ଗଲ କ୍ଷୟ

ଜୀବଜନ୍ତୁ ଅନାଥ

ଖୋଜେ ଆଶ୍ରୟ ।


~ ବାସନ୍ତୀ ଦେଈ, ଖୋର୍ଦ୍ଧା


୭)

ଜଙ୍ଗଲ ଚାରୁ

ପ୍ରକୃତି ର ଭଣ୍ଡାର

ଜୀବନରକ୍ଷା ।


୮)

ଜଙ୍ଗଲ ମୋହ

ସାଧୁସନ୍ଥ ମାନଙ୍କ

ଆବାସ ସ୍ଥାନ ।


~ ଶୋଭାଗିନୀ ନନ୍ଦ, ଜୟପୁର, କୋରାପୁଟ


୯)

ଜଙ୍ଗଲ ରଖ

ବଂଶ କୁଳ ସଳଖ

ନହେଲେ ଦୁଃଖ ।


୧୦)

ବଣ ଜଙ୍ଗଲ

ସବୁଜିମା ସୁନ୍ଦର

ସ୍ଥିତି ସମ୍ଭାଳ ।


୧୧)

ଜଙ୍ଗଲ ଦିଏ

ଖାଦ୍ୟ, ବସନ, ବାସ

ମାଆ ପରାଏ ।

                

~ ଚପଳା ପଣ୍ଡା ଖୋର୍ଦ୍ଧା


୧୨)

ଘନ କାନନ

ସୁଶୀତଳ ଛାୟା ଯେ

କରେ ପ୍ରଦାନ ।


୧୩)

ଜଙ୍ଗଲ ନାଶ

ବୄଷ୍ଟି ବିହୁନେ ସୃଷ୍ଟି

ହୋଇବ ଶେଷ ।


୧୪)

ବନ ସୁଷମା

ଶୋଭା ର ଗନ୍ତାଘର

ନାହିଁ ଉପମା ।


~ ମଧୁଛନ୍ଦା ଦାଶ


୧୫)

ଜଙ୍ଗଲ ମିତ

ଜଳ, ଜନ୍ତୁ , ଜନଙ୍କ

ହିତ ସାଧକ । 


୧୬)

ଗଛ ଲଗାଇ

ବିଶ୍ୱ ତାପାୟନକୁ

ଦେବା ଦୂରେଇ  । 


~ ସସ୍ମିତା ବାରିକ୍


୧୭)

ଗହନ ବନ

ପଶୁ ପକ୍ଷୀ ପାଦପ 

ଶାନ୍ତି ଆସ୍ପଦ।


୧୮)

ଘୋର ଜଂଗଲ

ଦିନେ ଥଲା ଗୁରୁଙ୍କ

ବିଦ୍ୟାର ତୀର୍ଥ ।


୧୯)

ବିକାଶ  ନାମେ

ସ୍ବାର୍ଥୀ ମଣିଷ  କରେ

ଜଂଗଲ  ପଦା ।


୨୦)

ଜଳେ ଜଂଗଲ 

ଆକୁଳ ବଣ ଜୀବ

ତାପ ଅସହ୍ୟ ।


୨୧)

ତରଳେ ହିମ

ଜଙ୍ଗଲ ବିହୁନରେ

ମହାପ୍ରଳୟ ।


୨୨)

ହସିବ ବନ

ପରିବେଶ ସୁରକ୍ଷା 

ଆମ ଶପଥ ।


~ ବିଳାସିନୀ ଦାଶ, ଖୋର୍ଦ୍ଧା


୨୩)

ଘନ ବନାନୀ 

ସବୁଜ ଶ୍ୟାମଳିମା

ଶୋଭା ର ରାଣୀ ।


୨୪)

ଘଞ୍ଚ ଜଙ୍ଗଲ 

ପଶୁପକ୍ଷୀ ମାନଙ୍କ

ଆଶ୍ରୟ ସ୍ଥଳ ।


~ ସୂର୍ଯ୍ୟକାନ୍ତି ଦାଶ


୨୫)

ଜଙ୍ଗଲ କ୍ଷୟ

ଅଂଶୁଘାତ ହୁଅଇ

ମନରେ ହେଜ ।


୨୬)

ରକ୍ଷା ବନ୍ଧନେ

ବୃକ୍ଷରେ ରାଖୀ ବାନ୍ଧି

ଭାଇ ଯେ କଲି ।


୨୭)

ଜନ୍ମଦିନ ରେ

ପୋତିଲି ଗଛ ଟିଏ

ପରିବେଶ ରେ ।


~ ପ୍ରଭାସିନୀ ସାହୁ, ଖୋର୍ଦ୍ଧା


୨୮)

ସବୁଜ ବନ

ଅଙ୍ଗାରକାମ୍ଳ ଗ୍ୟାସ୍ (୬)

କରେ ଗ୍ରହଣ ।


୨୯)

ଗଛ ଲଗାଅ

ଜଙ୍ଗଲ ସୃଷ୍ଟି ହେଲେ

ବରଷା ହେବ ।


 ~ ଜୋତିପ୍ରଭା ପଟ୍ଟନାୟକ


୩୦)

ମୋ ଗାଁ ଉପାନ୍ତ

ଶାଗୁଆ ଵିଲ ବନ

କି ଶୋଭା ବନ।


୩୧)

ଧୂମାଳ ଦିଶେ

ଘନ ବନାନୀ ଉଚ୍ଚେ

ଜଳ ଵରଷେ ।


~ ଆରତି ମଞ୍ଜରୀ ଦାଶ, ଗୁରୁ ଜଙ୍ଗ, ଖୋରଧା


୩୨)

ଜଙ୍ଗଲ ପ୍ରୀତି

ଶୁଦ୍ଧ ବାୟୁମଣ୍ଡଳ

ସୁସ୍ଥ ପୃଥିବୀ ।


~ ରଞ୍ଜୁତା ମାନସିଂହ, ଜଟଣୀ


୩୩)

ଜଙ୍ଗଲ ଜାତ

ହିତ ସର୍ବ ବିଦିତ

ବନୀ କରଣ ।


୩୪)

ଘନ ବନାନୀ

ଵରଷା ର ଜନନୀ

ସବୁଜମୟ  । 


~ ଆରତୀ ପ୍ରହରାଜ, ଭୁବନେଶ୍ୱର


୩୫)

ବଣ ଜଙ୍ଗଲ

ସେ ତ ପ୍ରକୃତି ଦାନ

ଜନ୍ କଲ୍ୟାଣ ।


୩୬)

ଜଙ୍ଗଲ ଜମି

ଜନଜାତି ଙ୍କ ମେଳି

ଜନମ ଭୂମି । 


୩୭)

ପ୍ରକୃତି ଦତ୍ତ

ବୃକ୍ଷଲତା ଜଙ୍ଗଲ

ଦେବା ସୁରକ୍ଷା ।


୩୮) 

ସ୍ଵାର୍ଥ ଲାଳସା

ଜଙ୍ଗଲରୁ ଚନ୍ଦନ

ହେଉଛି ଚୋରି । 


୩୯)

ନୂଆ ଜଙ୍ଗଲ

ସୃଷ୍ଟି କରିବା ସର୍ବେ

ହେବ ମଙ୍ଗଳ ।


୪୦)

ପ୍ରତି ମଣିଷ

ଗଛ ପୋତିଲେ ହେବ

ଜଙ୍ଗଲ ସୃଷ୍ଟି ।


୪୧) 

କାଜୁ ଜଙ୍ଗଲ

ଲାଭ ମିଳେ ବହୁତ

ପ୍ରତ୍ୟେକ ବର୍ଷ  ।


~ ଝୁମୁରୀ ସାହୁ, ଜଟଣୀ


୪୨)

ଗଛଟିଏ ମୁଁ

ସେବା ମୋହର ଧର୍ମ

ସଯତ୍ନେ ପାଳ ।


~ ବାସନ୍ତୀ ଦେଈ ଖୋର୍ଦ୍ଧା

☆☆☆☆☆☆☆☆☆☆

कोई टिप्पणी नहीं:

एक टिप्पणी भेजें

MOST POPULAR POST IN MONTH