ହାଇକୁ ସାଧନା ଖୋର୍ଦ୍ଧା
ସାରସ୍ଵତ ହାଇକୁ କାବ୍ୟ ଯାତ୍ରା ~ ୨୯
ଚଢ଼େଇ
ହାଇକୁ
୧)
ଟିକି ଚଢ଼େଇ
ଫୁର୍ କିନା ଉଡିଯାଏ
ଡେଣା ମେଲାଇ ।
୨)
ମୋ ମନ ପକ୍ଷୀ
ଉଡ଼ି ଉଡ଼ିକା ଯାଆ
ନୀଳ କନ୍ଦରେ ।
୩)
ବାଇ ଚଢେଇ
ବାଆ ଵତାସେ ତା'ର
ନ ଥାଏ ଡର ।
~ ବାସନ୍ତୀ ଦେଈ ଖୋର୍ଦ୍ଧା
୪)
ବାଇଚଢେଇ
ତାଳ ଗଛ ବସାରେ
ନିତି ଝୁଲଇ ।
୫)
କର୍କଶ ସ୍ୱର
ପରିବେଶ କୁ କାକ
ରଖେ ନିର୍ମଳ ।
୬)
କାଉ ର ଦାନ
କୋଇଲି ଶାବକ କୁ
ଦିଏ ସେ ପ୍ରାଣ ।
୭)
ଡେଣା ଟି ଝାଡ଼ି
ସୁଦୂର ଆକାଶ କୁ
ଯାଏ ସେ ଉଡି ।
୮)
ଶୁଭ ବାରତା
ଦିଅଇ କାକପୋଇ
ମନ ଉଲ୍ଲାସ ।
୯)
ପ୍ରଳୟ ବଢ଼ି
ଭୟ ଆଶଙ୍କା ନାହିଁ
ବାଇଚଢେଇ ।
~ ସୂର୍ଯ୍ୟକାନ୍ତି ଦାଶ
୧୦)
ସକାଳୁ ଉଠ
ରାବଦେଲାଣି କାକ
ନ କର ମଠ ।
୧୧)
ବିହଙ୍ଗ ଗଣ
ଚିଲିକା କୂଳେ ଦେଖ
ଅପୂର୍ବ ଶୋଭା ।
୧୨)
ମନ ଚଢ଼େଇ
ମନ ଗହନ କଥା
ନେବୁ ଉଡେଇ ।
୧୩)
ଚାଳ ଛପର
ଘର ଚଟିଆ ବସା
ଦିଶେ ସୁନ୍ଦର ।
୧୪)
ଶୁଭ ବାରତା
କାଉ ରାବୁଛି ଆଜି
ଆସିବେ ଭ୍ରାତା ।
୧୫)
ହୋଇଲେ ସଞ୍ଜ
ଚଢେଇ ଫେରି ଆସେ
ବସାକୁ ତାର ।
୧୬)
ନିତି ସକାଳେ
ଚଢେଇ ଙ୍କୁ ମୋ ବୋଉ
ଖାଇବା ଦିଏ ।
~ ଜ୍ୟୋତି ପ୍ରଭା ପଟ୍ଟନାୟକ
୧୭)
ପକ୍ଷୀ କୂଜନ
ବିଷାଦ ମନେ ଦିଏ
ନବ ପୁଲକ ।
୧୮)
ରବି ଉଇଁଲେ
ପକ୍ଷୀ ଉଡନ୍ତି ନଭେ
ଖାଦ୍ୟ ସନ୍ଧାନେ ।
୧୯)
ମାଧୁର୍ଯ୍ୟମୟ
ଆକାଶେ ବକ ଯୂଥ
ମୁକୁତା ହାର ।
୨୦)
ଲୋଟଣି ପାରା
ଓଲଟ ବୃକ୍ଷ ଛାଡି
କୁଆଡେ ଗଲା ?
୨୧)
ମାଛରଙ୍କାଟି
ଜଳକୁ ଚାହିଁ ରହେ
ମୀନ ପାଇଁକି ।
~ ବିଳାସିନୀ ଦାଶ, ମଧୁସୂଦନ ନଗର
୨୨)
ଟିକି ଚଢେଇ
ଉଡେ ନୀଳ ଗଗନେ
ସ୍ବାଧୀନ ମନେ ।
୨୩)
ଚଢେଇ ମନ
ନା'ପଞ୍ଜୁରୀରେ ବନ୍ଧା
ଉଡନ୍ତା ପକ୍ଷୀ।
~ ଶୋଭାଗିନୀ ନନ୍ଦ, ଜୟପୁର (କୋରାପୁଟ)
୨୪)
ଟିକି ଚଢ଼େଇ
ଟିକି ଥଂଟରେ ତାର
ବସା ଗଢଇ ।
୨୫)
ଉଡ଼ା ଚଢ଼େଇ
ପର ଗଣି ହୁଏନି
କେଡ଼େ ବଡେଇ !
୨୬)
ଚଢ଼େଇ ବସା
ଛୁଆଙ୍କୁ ଧରେ କୋଳେ
ହରି ଭରସା ।
~ ଚପଳା ପଣ୍ଡା ଖୋର୍ଦ୍ଧା
୨୭)
ବିହଙ୍ଗେ ସାର
ମୟୂର ପୁଚ୍ଛ ଦ଼ଶ୍ୟ
କି ମନୋହର !
୨୮)
ଚିଲିକା ତୀରେ
ପକ୍ଷୀ ଅଭୟାରଣ୍ୟ
ତାଳ ବଣରେ ।
୨୯)
ଟିକି ଚଢେଇ
ଟିକିଏ ପାଣିରେ ସେ
ବୁଡି ମରଇ ।
୩୦)
ଶାଗୁଣା ପକ୍ଷୀ
ପ୍ରକ଼ତି ବନ୍ଧୁ ସେତ
ବିରଳ ଆଜି ।
୩୧)
ଗଛ କୋରଡେ
ପକ୍ଷୀ ବାସ କରନ୍ତି
ନିର୍ଭୟ ସ୍ଥାନେ ।
୩୨)
ଶାନ୍ତି କପୋତ
ପକ୍ଷୀ ପତ୍ର ବାହକ
କଥା ଅତୀତ ।
୩୩)
ମୁକୁଟ ପିନ୍ଧି
କାଠ ହାଣେ ସେ ନିତି
ବିନ୍ଧାଣୀ ପକ୍ଷୀ ।
~ ଝୁମୁରୀ ସାହୁ ଜଟଣୀ
୩୪)
ପକ୍ଷୀକୁ ଦେଖି
ବାୟୁ ଯାନ ଗଢିଲେ
ଭାତ୍ରୁ ରାଇଟ୍ ।
୩୫)
ଶୂନ୍ଯେ ବିହାର
କୁନି ଚଢେଇ ଦଳ
ଏକତା ବଳ ।
~ ସସ୍ମିତା ବାରିକ୍, ବୋଲଗଡ଼
୩୬)
ମୁକ୍ତ ବିହଙ୍ଗ
ସ୍ବାଧୀନ ଚିନ୍ତା ଧାରା
ଆନନ୍ଦମୟ ।
୩୭)
ଚଢେଇ ଭାଷା
ସୁନ୍ଦର ସୁମଧୁର
କୁହୁକ ଆଶା ।
୩୮)
ଆକାଶେ ଖଗ
କବିତା ଲେଖେ କବି
ପ୍ରେରଣାଦାୟୀ ।
~ ଆରତୀ ପ୍ରହରାଜ, ଭୁବନେଶ୍ୱର
୩୯)
ମନ ପକ୍ଷୀଟି
ସଦା ଘୁରି ବୁଲଇ
ହୃଦ ମନ୍ଦିରେ ।
~ ମୀରା ଦାଶ, ଖୋର୍ଦ୍ଧା
୪୦)
ଚଢେଇ ତତେ
ମୁକୁଳାଇ ଦେଲି ଯା
ଗଗନେ ଉଡି ।
୪୧)
ଵାଇ ଚଢ଼େଇ
ଦିଗ କହୁ ବର୍ଷାର
ବସା ଦୋଳାଇ ।
~ ଆରତି ମଞ୍ଜରୀ ଦାଶ, ଗୁରୁଜଙ୍ଗ, ଖୋରଧା
୪୨)
ବିହଙ୍ଗ ଦଳ
ନିର୍ଭୟେ ବିଚରନ୍ତି
ଆକାଶ କୋଳ ।
୪୩)
ଫଗୁଣ ଆସେ
କୋଇଲି କୁହୁ ତାନ
ଚିତ୍ତ ହରଷେ ।
୪୪)
ଚିଲିକା ଜଳ
ବିହଙ୍ଗ କାକଳୀରେ
ହୁଏ ଉତ୍ତାଳ ।
~ ମଧୁଛନ୍ଦା ଦାଶ
୪୫)
ନୁହେଁ ଖେଚର
ତଥାପି ତୀକ୍ଷ୍ଣ ଦୃଷ୍ଟି
କାର୍ଯ୍ୟ ସଫଳ ।
~ ବାସନ୍ତୀ ଦେଈ ଖୋର୍ଦ୍ଧା
☆☆☆☆☆☆☆☆☆☆
कोई टिप्पणी नहीं:
एक टिप्पणी भेजें