हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

बुधवार, 8 सितंबर 2021

ହାଇକୁ ସାଧନା ଖୋର୍ଦ୍ଧା, ସାରସ୍ୱତ ହାଇକୁ କାବ୍ୟ ଯାତ୍ରା ~ ୩୩ ~ ଧ୍ୱନ୍ୟାତ୍ମକ ହାଇକୁ

ହାଇକୁ ସାଧନା ଖୋର୍ଦ୍ଧା

ସାରସ୍ଵତ ହାଇକୁ କାବ୍ୟ ଯାତ୍ରା ~ ୩୩

ଧ୍ୱନ୍ୟାତ୍ମକ ହାଇକୁ


୧) 

ଝରେ ନିର୍ଝର 

ଜଳର କଳକଳ 

ଗୀତ କଅଁଳ ।


୨)

ତୁନି ମୂରଳୀ

କୁହୁ କୁହୁ ଗାଉଛି

କୋଇଲି ବୋଲି ।


୩)

ଝରକା ଫାଙ୍କ

କାନରେ କହେ ଜହ୍ନ 

ନିରବ ଶବ୍ଦ ।


୪)

ପୁନେଇଁ ଜହ୍ନ

ନଦୀର କୁଳୁ କୁଳୁ

ଦେଖାଏ ସ୍ୱପ୍ନ ।


~ ପ୍ରଦୀପ କୁମାର ଦାଶ 'ଦୀପକ'


୫)

ଖୁସି ରେ ଫାଟେ

କଅଁଳା ଶିଶୁ କାନ୍ଦ

କୁଆଁ କୁଆଁ ରେ ।


୬)

ଓଁ କାର ନାଦ

କମ୍ପେ ଗୁମ୍ଫା ଗହ୍ୱର

ଧ୍ୟାନସ୍ଥ ମୁନି ।



୭)

ଇଁଶୀ ସୁର

ନୂପୁର ରୁଣୁଝୁଣୁ

ତାଥେଇ ଥେଇ ।


୮)

ଶଂଖ ବାଜେ ଭୁଁ

ଘଣ୍ଟି ବାଜେ ଟିନ୍ ଟିନ୍ 

ଦେବାଳୟରେ ।


୯)

ପାହଡୀ କନ୍ୟା

କୁଳୁକୁଳୁ ନିନାଦ

ମୃଦୁ ମୂର୍ଚ୍ଛନା ।


~ ବାସନ୍ତୀ ଦେଈ, ଖୋର୍ଦ୍ଧା


୧୦)

କାନ୍ଥ ଘଂଟାଟି

ଟିକ୍ ଟିକ୍ ଶବଦେ

ସମୟ କହେ ।


୧୧)

ଖୁଦ ସାଉଣ୍ଟେ

ଘୁମ୍ ଘୁମ୍ ତାନ ଭାଡିରେ

ଘୁମୁରେ ପାରା ।


୧୨)

କୁରାଢି ଚୋଟ

ଠକ୍ ଠକ୍  ଶବ୍ଦ କରେ

କାଟଇ କାଠ ।


୧୩)

ମହୁ ମାଛିଟି

ଗୁଣୁ ଗୁଣୁ ଗାନରେ

ଫୁଲକୁ ମୋହେ ।


~ ବିଳାସିନୀ ଦାଶ, ମଧୁସୂଦନ ନଗର


୧୪)

ବାଳିକା ବଧୂ

ରୁଣୁଝୁଣୁ ଶବଦ

ପାଦେ ଘୁଙ୍ଗୁର । 


୧୫)

ବିଦ୍ୟାଳୟରେ

ଘଣ୍ଟା ର ଟିନ୍ ଟିନ୍  ଶବ୍ଦ

ଶୁଭୁନି ଆଉ । 


୧୬)

ଟ୍ରାଫିକ ବତୀ

ଦପ୍ ଦପ୍  ନୀଳ ଆଲୋକ

ଯିବା ସଙ୍କେତ । 


୧୭)

ଝରଣା ଜଳ

କଳକଳ ବହଇ

ସ୍ରୋତ ପ୍ରଖର । 


~ ଝୁମୁରୀ ସାହୁ


୧୮)

ଗଭୀର ନିଦ

ଘୁଙ୍ଗୁଡି ଘୁଡୁଘୁଡୁ

ବିରକ୍ତି ଭାବ ।


୧୯)

ଝୁଣୁଝୁଣୁକା

ରୁଣୁଝୁଣୁ ପାଉଁଜି

ନୂଆ ବୋହୂ ଟି ।


୨୦)

ମଧୁର ସ୍ବର

କୁଳୁକୁଳୁ ନ‌ଈଟି

ଘୋ ଘୋ ସମୁଦ୍ର ।


୨୧)

ସୁ ସୁ ପଵନ

ଯୋତାର ମଚ୍ ମଚ୍ ଶବ୍ଦ

ଭୟ ସ଼ଂଚାର ।


~ ଆରତୀ ପ୍ରହରାଜ, ଭୁବନେଶ୍ୱର


୨୨)

କୋଇଲି ସୁର

ମଧୁର ପଞ୍ଚ ତାନ

କୁହୁ କୁହୁ ର ।


୨୩)

ସୁ ସୁ ବତାସ

ଘୋଟେ ମାଟି ଆକାଶ

ବଜରପାତ ।


~ ଶୋଭାଗିନୀ ନନ୍ଦ, ଜୟପୁର (କୋରାପୁଟ)


‌୨୪)

ବଇଁଶୀ ସ୍ଵନ

ଡାକୁଛି ରାଧା ନାମ

ରାଈ ଉଚ୍ଛନ୍ନ ।


~ ସୁମତୀ ଦେଇ, ଅସରଳା


୨୫)

ଗୋଧୂଳି ଲଗ୍ନ

ଗାଈର ହମ୍ବାରଡ଼ି

ଗାଆଁ ମୁଣ୍ଡରେ ।


୨୬)

ଖେଳ ପଡିଆ

ପିଲାଙ୍କ ଠୋ ଠୋ ତାଳି

ଖୁସି ଲହରୀ ।


୨୭)

ଖଳ ମଣିଷ

ଫଣା ନ ଥାଇ ଫଁ ଫଁ 

ସାପ ସଦୃଶ ।


୨୮)

ନିଃଶବ୍ଦ ରାତ୍ରୀ

କୁକୁର ଭୁକେ ଭୋ ଭୋ 

ରୁହ ସଜାଗ ।


୨୯)

କାଳୀ ବିଲେଇ

ମ୍ୟାଉଁମ୍ୟାଉଁ ଡାକଇ

ପୋଷିଛି ଘରେ ।


୩୦)

ମୋ ଜେଜେ ବାପା

ଖୁଁ ଖୁଁ ହୋଇ କାଶନ୍ତି

ବହୁତ କଷ୍ଟ ।


୩୧)

ଝିଂ ଝିଂ ଝିଙ୍କାରି

ନିର୍ଦ୍ଧୁମ ବର୍ଷା ରାତି

ନୀରବ ଭାଙ୍ଗେ ।


୩୨)

ହେମାଳ ଦିବସ

ନାକଟା ସୁଉଁସୁଉଁ

କଷ୍ଟ ବହୁତ ।


୩୩)

ଶିଶୁ ଅଝଟ

ତା'ର ଭୋ ଭୋ  କାନ୍ଦରେ

ଘରଟି ଫାଟେ ।


୩୪)

ଗ୍ରୀଷମ ଋତୁ

ଚାଇଁ ଚାଇଁ ଖରାରେ

ଝାଇଁ ମାରଇ ।


~ବଦ୍ରିନାରାୟଣ, ଖୋରଧା


୩୫)

ସକାଳୁ ଉଠ

କା'କା ରାବି ଡାକଇ

ସେ କାକପୋଇ । 


୩୬)

ରେଳ ଗାଡିଟି

ଛୁକ୍ ଛୁକ୍ ଶବଦେ

ଛୁଟି ଆସଇ । 


୩୭)

ଛୋଟ ଶିଶୁଟି

ଖିଲି ଖିଲି ହସଇ

ମନଟା ଖୁସି ।


~ ଝୁମୁରୀ ସାହୁ 


୩୮)

ହେଲେ ପ୍ରତ୍ୟୁଷ 

କୂକୂଟ, କାକ ରାବ 

ଦିଏ ସନ୍ଦେଶ ।


୩୯)

ସକାଳ ହେଲା 

ଠାକୁର ମନ୍ଦିର ରେ 

ଘଣ୍ଟ ବାଜିଲା ।


୪୦)

ପାର୍ବଣ ଋତୁ 

ଝାଞ୍ଜ ଖୋଳ ମୃଦଙ୍ଗ

ଦେବୀ ପୀଠରେ ।


୪୧)

ଆକାଶେ ମେଘ 

ବିଜୁଳି ବଜ୍ର ନାଦେ 

ମହୀ ପ୍ରକମ୍ପ ।


୪୨)

ହାଟ, ବଜାର 

ସଶବ୍ଦେ କୋଳାହଳ

କର୍ମ ମୁଖର ।


୪୩)

ସାଗର କୂଳ 

ସୁ ସୁ ଗର୍ଜନେ କମ୍ପେ, 

ମନ ଅସ୍ଥିର ।


~ ସୂର୍ଯ୍ୟକାନ୍ତି ଦାଶ, ଯାଆଁଳା


୪୪)

ବିଜୁଳି ଚମ୍ ଚମ୍

ମେଘ ଘଡଘଡି ରେ

ଢୋ ଢୋ ବରଷା ।


୪୫)

ଆମ୍ବ ବୃକ୍ଷରେ

କୁହୁକୁହୁ କୋଇଲି

ତୋଳେ ମୂର୍ଚ୍ଛନା ।


~ ବାସନ୍ତୀ ଦେଈ ଖୋର୍ଦ୍ଧା

☆☆☆☆☆☆☆☆☆☆

कोई टिप्पणी नहीं:

एक टिप्पणी भेजें

MOST POPULAR POST IN MONTH