हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

बुधवार, 8 सितंबर 2021

ହାଇକୁ ସାଧନା ଖୋର୍ଦ୍ଧା, ସାରସ୍ୱତ ହାଇକୁ କାବ୍ୟ ଯାତ୍ରା ~ ୩୪ ~ଅନ୍ଧକାର

ହାଇକୁ ସାଧନା ଖୋର୍ଦ୍ଧା

ସାରସ୍ୱତ ହାଇକୁ କାବ୍ୟ ଯାତ୍ରା ~ ୩୪

ଅନ୍ଧକାର

ହାଇକୁ 


୧)

ଜ୍ଞାନର ସୂର୍ଯ୍ୟ

ଅଜ୍ଞାନତା ଅନ୍ଧାର

କରଇ ଦୂର ।


୨)

କ୍ଷୁଦ୍ର ପ୍ରଦୀପ 

ମାୟାବିନୀ ଅନ୍ଧାର

କରିଛି ଦୂର ।


~ ପ୍ରଦୀପ କୁମାର ଦାଶ


୩)

ଜୁଳୁଜୁଳୁଆ

ଘନ ଅନ୍ଧାରେ ସିଏ

ଦୀପ ଭଳିଆ ।


୪)

ସୁଜନ ବାଣୀ

ଅଜ୍ଞାନ ଅନ୍ଧକାରେ

ମାର୍ଗ ଦର୍ଶନ ।


୫)

ପ୍ରଦୀପ ଶିଖା

ଖେଳଇ ଲୁଚକାଳି

ତମସା ରାଣୀ ।


୬)

ମହାନ ତ୍ୟାଗ

ଦୀପ ତଳ ଅନ୍ଧାର

ଜଳେ ସଳିତା ।


୭)

ଅନ୍ଧାର ବିନା

ଆଲୋକ ଉପସ୍ଥିତି

ବୁଝି ହୁଏନା ।


୮)

ଅନ୍ଧାର ରାତି

ଚଢେଇ ଫଡଫଡ

ଭୂତ ର ଭୟ ।


~ ବାସନ୍ତୀ ଦେଈ, ଖୋର୍ଦ୍ଧା


୯)

ପରାଧୀନତା 

ନିର୍ଯାତନା ଅନ୍ଧାର 

ଅସହ୍ୟ ଦୁଃଖ ।


୧୦)

ଅନ୍ଧବିଶ୍ବାସ

ଅନ୍ଧକାର ଠାରୁ  ସେ

ଅତି  ଉତ୍କଟ ।


୧୧)

ଘନ ଅନ୍ଧାର 

ନିର୍ଲିପ୍ତ  ନିର୍ବିକାର

ଋଷି ପ୍ରତିମା ।


୧୨)

ଧ୍ରୁବ  ତାରକା

ଅନ୍ଧାରେ ନାବିକଙ୍କୁ

ଦେଖାଏ ଦିଗ ।


~ ବିଳାସିନୀ ଦାଶ, ମଧୁସୂଦନ ନଗର


୧୩)

ଜ୍ଞାନ ବିହୀନ

ଅନ୍ଧକାରମୟ ଯେ

ଅଟେ ଜୀବନ ।


୧୪)

ଅନ୍ଧାର ରାତି

ତାରକା ମେଳେ ନଭ

ସୁନ୍ଦର ଅତି ।


୧୫)

ଯାମିନୀ ଅନ୍ତେ

ଅନ୍ଧାର ଅପସରେ

ଦିବ୍ୟ ପ୍ରକାଶେ ।


୧୬)

ଚପଳମତି

ମା କାନି ତଳେ ଲୁଚେ

ଅନ୍ଧାର ଦେଖି ।


~ ମଧୁଛନ୍ଦା ଦାଶ


୧୭)

ଅମା ଅନ୍ଧାର

ପଥ ପାରି ହେବା 

ଲାଗଇ ଡର ।  


୧୮)

ନାହିଁ ନୟନ

ସବୁ ଦିଶେ ଅନ୍ଧାର

କଷ୍ଟ ଜୀବନ ।


୧୯)

କରୋନା କାଳ

ତାଲା ବନ୍ଦୀର ବେଳେ

ମନ ଅନ୍ଧାର ।

 

୨୦)

ଅନ୍ଧାର ପକ୍ଷ

ଆକାଶେ ତାରା ଗଣ

ଦେଖାନ୍ତି ପଥ ।


~ ଝୁମୁରୀ ସାହୁ


୨୧)

ଅନ୍ଧାର ପଥ

ଆଲୋକ ଜାଳିଦିଅ

ହେ ଜଗନ୍ନାଥ । 


୨୨)

ଅମା ଅନ୍ଧାର 

ପ୍ରଭୁ ସାହସ ଦିଅ

ଲାଗଇ ଡର ।


~ ବାସନ୍ତୀ ମହାପାତ୍ର, ପୋଖରୀପୁଟ



୨୪)

ପ୍ରଦୀପ ସମ

ତମସା ନାଶି କର

ଜୀବନ ଧନ୍ଯ । 


୨୫)

ଅନ୍ଧ ପଥିକ

ଅନ୍ଧାର ଦୁନିଆ ମୋ 

ଜୀବନ ପଥ । 


୨୬)

ତିମିର ବିନା

ଜୀବନର ତିତୀକ୍ଷା

ବାରି ହୁଏନା ।  


୨୭)

ତମସାଚ୍ଛାନ୍ନ

ଆଫ୍ରିକା ମହାଦେଶ

ବସତି ଶୂନ୍ଯ । 


~ ସସ୍ମିତା ବାରିକ୍, ବୋଲଗଡ଼ 


୨୮)

ଘୋର ଅନ୍ଧାର

କଜଳ ଲଗା ଆଖି

କବି କଳ୍ପନା ।


୨୯)

ଅମା ଅନ୍ଧାର

ପୂର୍ଣ୍ଣିମା ଆଗମନ

କାଳର ଚକ୍ର ।


୩୦)

ଦିଗ ଅନ୍ଧାର

ମନର ବ୍ୟାକୁଳତା

ପ୍ରାଣ ଆତୁର ।


୩୧)

ଅନ୍ଧାର ନାଶି

ସୂରୁଯ ବିକିରଣ

ସନ୍ତୁଷ୍ଟ ମନ ।


~ ଆରତୀ ପ୍ରହରାଜ, ଭୁବନେଶ୍ୱର


୩୨)

ଅନ୍ଧକାର ର

ମରୁଦ୍ଯାନରେ ବସି

ଭାଳଇ ଋଷି ।


୩୩)

କି! ଅନ୍ଧକାର

ପାଏନା ଥଳକୂଳ

ବୃଥା ଜୀବନ ।


 ~ ଶୋଭାଗିନୀ ନନ୍ଦ, ଜୟପୁର (କୋରାପୁଟ)


୩୪)

ହେଲା ସୂର୍ଯ୍ୟାସ୍ତ 

ଅନ୍ଧକାରେ ଧରଣୀ 

ହୁଏ ସଜ୍ଜିତ ।


୩୫)

ଆକାଶେ ତାରା 

ତା ମଧ୍ୟେ ଚନ୍ଦ୍ର ଜ୍ୟୋସ୍ନା 

ନାଶେ ତିମିର ।


୩୬)

ଗଙ୍ଗଶିଉଳି 

ଅନ୍ଧାରେ ଫୁଟି, ଝଡ଼େ 

ନିୟତି ଲେଖା ।


୩୭)

ଘଞ୍ଚ ଜଙ୍ଗଲ 

ଅନ୍ଧକାର ରାଜତ୍ୱ 

ପଶୁ ର ଭୟ ।


୩୮)

ସୁ ଉପଦେଶ 

ଅଜ୍ଞାନ ଅନ୍ଧକାର 

ଦିଏ ଦୁରେଇ ।


୩୯)

ଧରାପୃଷ୍ଠରେ 

ଆଲୋକ ପ୍ରକାଶଇ 

ଖଦ୍ଵୋତ କୀଟ ।


~ ସୂର୍ଯ୍ୟକାନ୍ତି ଦାଶ, ଯାଆଁଳା


୪୦)

ଜାଜ୍ଜୁଲ୍ୟମାନ

ଅନ୍ଧକାର ବିନାଶ

ଦୀପ ସମାନ ।


୪୧)

ବିପଦ ବେଳେ

ଚଉଦିଗ ଅନ୍ଧାର

ମନ ବିଚଳେ ।


୪୩)

ଅନ୍ଧାର ଦେଖ

କୁସଂସ୍କାର ବିନାଶ

ଜ୍ଞାନ ସଳଖ ।


~ ଚପଳା ପଣ୍ଡା, ଖୋର୍ଦ୍ଧା


୪୪)

ଜ୍ଞାନର ଶିଖା

ଅନ୍ଧକାର ବିନାଶ

ଜୀବନ ପଥ ।


୪୫)

ଅନ୍ଧାର ରାତି

ଚନ୍ଦ୍ରମା ବିଛୁରିତ

ଶୀତଳ ସ୍ଥିତି ।


୪୬)

ଅନ୍ଧାର ହେଲେ

ହିଂସ୍ର ଜନ୍ତୁ ଭୟରେ

ହୃଦୟ ଥରେ ।


୪୭)

ଗୁରୁପଦେଶ

ଅନ୍ଧାର ନାସକରେ

ଦେଖା ଏ ପଥ ।


୪୮)

ଗଙ୍ଗଶିଉଳି

କାଳୀ ଅନ୍ଧାରୁ କାହିଁ

ପଡ଼ଇ ଝଡି ।



୪୯)

ଅନ୍ଧାର ରାଣୀ

ତାରା ଚନ୍ଦ୍ରମା କୋଳେଭ

ହସେ ଧରଣୀ ।


୫୦)

ଅନ୍ଧାର ରାତି

ଛାଇକୁ ଦେଖି କୁନା

କୋଣରେ ଲୁଚେ ।


~ ଜ୍ୟୋତି ପ୍ରଭା, ପଟ୍ଟନାୟକ

☆☆☆☆☆☆☆☆☆☆

कोई टिप्पणी नहीं:

एक टिप्पणी भेजें

MOST POPULAR POST IN MONTH