ହାଇକୁ ସାଧନା ଖୋର୍ଦ୍ଧା
ସାରସ୍ବତ ହାଇକୁ କାବ୍ୟ ଯାତ୍ରା ~ ୩୫
ସ୍ବପ୍ନ / ସପନ
୧)
ରାତି ଗୋଟିଏ
ପ୍ରେମୀ ବଡ ପାଗଳ
ସ୍ୱପ୍ନ କୋଟିଏ ।
୨)
ସ୍ୱପ୍ନ କୁନେଇ
ବାତାୟନ ପାଖକୁ
ଆସେ ଆଗେଇ ।
୩)
ହେଲାଣି ରାତି
କିଣାବିକା ଆରମ୍ଭ
ସ୍ୱପ୍ନ ଏଇଠି ।
୪)
ସଞ୍ଜ ନଇଁଛି
ସ୍ୱପ୍ନ ନେଇ ରାତିରେ
ଜହ୍ନ ଆସିଛି ।
୫)
ସ୍ୱପ୍ନ ବହୁତ
ମିଛମାୟା ସଂସାର
ନୁହେଁ ବାସ୍ତବ ।
~ ପ୍ରଦୀପ କୁମାର ଦାଶ "ଦୀପକ"
୬)
କରିଲେ ଶ୍ରମ
ନିଶ୍ଚିତ ଭବିଷ୍ୟତ
ବାସ୍ତବ ସ୍ବପ୍ନ ।
୭)
ଦିବାସ୍ବପ୍ନରେ
କୁହୁଡି ପହଁରିବା
ଭାବନା ତୁଛ ।
୮)
ଦୁଃଖୀ ମଣିଷ
ପେଟରେ ଭୋକ ମରେ
ସୁଖ ସପନ ।
୯)
ସ୍ଵପ୍ନ ନାୟିକା
ଥରେ ଆସ ମୋ ପାଶେ
ଦିଅ ନା ଦେଖା ।
୧୦)
ପାହାନ୍ତି ସ୍ଵପ୍ନ
ଅଫୁରନ୍ତ ଆନନ୍ଦ
ସତ ହେଵ କି !
୧୧)
ସ୍ଵପ୍ନ ବଣିକ
କିଣାବିକା ସଂସାର
ବିଭୁ ସୁମର ।
~ ବାସନ୍ତୀ ଦେଈ, ଖୋର୍ଦ୍ଧା
୧୨)
ସ୍ୱପ୍ନ ଆଦେଶ
ଜଗତ କର୍ତ୍ତା ପାଇଁ
ଦାରୁ ବାରତା ।
୧୩)
କାଲାମ ବାର୍ତ୍ତା
ଜାଗ୍ରତ ଥାଇ ଦେଖ
ବାସ୍ତବ ସ୍ୱପ୍ନ ।
୧୪)
କଠିନ ଶ୍ରମ
ସ୍ୱପ୍ନ ସାଧନ ପାଇଁ
ଅଟେ ମାଧ୍ଯମ ।
୧୫)
ଦିବସ ସ୍ୱପ୍ନ
ଶୂନ୍ଯରେ ଅଟ୍ଟାଳିକା
ଗଢା ସଦୃଶ ।
~ ସସ୍ମିତା ବାରିକ୍
୧୬)
ସ୍ବପ୍ନର ତାଜ
କେତେ ମୁଁ ଗଢିଥିଲି
ଗଲା ଉଜୁଡି ।
୧୭)
ଗରିବ ସ୍ବପ୍ନ ଆଃ !
ପାଣିର ଫୋଟକା
ସବୁ ଛଳନା ।
~ ଶୋଭାଗିନୀ ନନ୍ଦ, ଜୟପୁର (କୋରାପୁଟ)
୧୮)
ସ୍ବପ୍ନ ଶବ୍ଦରେ
ଭାବ କେତେ ଥାଏରେ
ଭିନ୍ନ ଅର୍ଥରେ ।
୧୯)
ସ୍ବପ୍ନ ସୁନ୍ଦରୀ
ଆନମନା ଶର୍ବରୀ
ହୃଦୟ ଘାରେ ।
୨୦)
ସପନ ମିଥ୍ୟା
ଅନିଶ୍ଚିତ ଭବିଷ୍ୟ
କର୍ମ ଆଦର ।
~ ଚପଳା ପଣ୍ଡା, ଖୋର୍ଦ୍ଧା
୨୧)
ଅକର୍ମା ବ୍ୟକ୍ତି
ଦିବା ସପନ ଦେଖି
ଭାଗ୍ୟ ନିନ୍ଦନ୍ତି ।
୨୨)
କୁଆଁରୀ ମନ
କଳ୍ପନା ରାଇଜେ ସେ
ଗୁନ୍ଥେ ସପନ ।
୨୩)
ନବବଧୂ ଟି
ଅସରନ୍ତି ସ୍ୱପ୍ନରେ
ନିଇତି ହଜେ ।
୨୪)
ସ୍ଵପ୍ନ ସୁନ୍ଦରୀ
ଚକ୍ଷୁର ତନ୍ଦ୍ରା ତୁମେ
କରିଛ ଚୋରି ।
~ ମଧୁଛନ୍ଦା ଦାଶ
୨୫)
ଗାନ୍ଧିଙ୍କ ସ୍ବପ୍ନ
ସୁନାର ଭାରତଟେ
ହେଲା ସ୍ବାଧୀନ ।
୨୬)
ପୁଅ ଓ ଝିଅ
ନାହିଁ ଫରକ ସିନା
ସ୍ବପ୍ନ ଅଲଗା ।
୨୭)
ସ୍ବପ୍ନ ରଖିଛି
ଝିଅ ହୋଇଲେ ବି ମୁଁ
ନାବିକ ହେବି ।
୨୮)
ଶ୍ରେଷ୍ଠ ଧାବିକା
ଦୂତି ଚାନ୍ଦ ର ସ୍ବପ୍ନ
ସାକାର ହେଲା ।
୨୯)
ମନ ମାନେନା
ସ୍ବପ୍ନ ଅଧୁରା ହେଲେ
ଭଲ ଲାଗେନା ।
~ ଝୁମୁରୀ ସାହୁ, ଜଟଣୀ
୩୦)
ଜୀବନ ପଥେ
ସ୍ବପ୍ନ ସାଉଣ୍ଟୁ ଥାନ୍ତି
ପଥିକ ଯେତେ ।
୩୧)
ନୀରଦମାଳା
ଚାତକ ସ୍ବପ୍ନ ଦେଖେ
ଟୋପାଏ ପାଣି ।
୩୨)
ଅନାଥ ଶିଶୁ
କରୋନା ଦଂଶନରେ
ସ୍ବପ୍ନ ଶୋଷଣ ।
୩୩)
ସପନ ଦେଖା
ସାକାର ପାଇଁ ଇଛା
ପଲ୍ଲବି ଉଠେ ।
~ ବିଳାସିନୀ ଦାଶ, ଖୋର୍ଦ୍ଧା
୩୪)
ଆଖିରେ ଭରି
ସପନ ଅସୁମାରୀ
ବସିଛି ଗୋରୀ ।
୩୫)
ଏତେ ସପନ
ଦେଖୁଛୁ ତୁ ବାଚାଳ
ରାତି ତ କମ ।
୩୬)
ସପନ ଦେଖି
ନିଦରେ ହସୁଅଛି
ସେ ସୁନାନାକୀ ।
~ ବାସନ୍ତୀ ମହାପାତ୍ର, ପୋଖରୀପୁଟ
୩୭)
ସ୍ବପ୍ନ ଛଳନା
ଅନ୍ତରରେ ରହିଲେ
ଦିଏ ବେଦନା ।
୩୮)
ସ୍ବପ୍ନ ଆକାଶ
ତମସାଚ୍ଛନ୍ନ ମନେ
ଭରେ ପ୍ରକାଶ ।
~ ମୀରା ଦାଶ, ଖୋର୍ଦ୍ଧା
୩୯)
ପାଗଳ ପ୍ରେମୀ
ସ୍ବପ୍ନ ରେ ପ୍ରେମିକା ପାଶେ
ନିତି ପହଞ୍ଚେ ।
୪୦)
ରାତି ପାହିଲା
ସପନ ଭିଜା ମନ
ନିଦ ଭାଙ୍ଗେନା ।
୪୧)
ସ୍ବପ୍ନ ଆଧାର
ମାନବ ବଞ୍ଚିବାର
ସାହସ ଲଭେ ।
୪୨)
ସପନ ସତ
ଜିଇଁ ବାରେ ଆନନ୍ଦ
ମିଳେ ବହୁତ ।
୪୩)
ଗାନ୍ଧୀ ଙ୍କ ସ୍ବପ୍ନ
ସ୍ଵଛ ଭାରତେ ନାରୀ
ଲଭୁ ସମ୍ମାନ ।
୪୪)
ଟିକି ଶିଶୁ ଟି
ସ୍ବପ୍ନ ଦେଖି ମାଆ କୁ
ଜାବୁଡି ଧରେ ।
୪୫)
ସ୍ବପ୍ନ ର ପଥେ
ଚାଲି ଚାଲି ବାଟୋଇ
ଅଟକି ଯାଏ ।
୪୭)
ସତ ହୁଏନା
ବାସ୍ତବ ଜୀବନ ର
ସମସ୍ତ ସ୍ବପ୍ନ ।
~ ସୂର୍ଯ୍ୟକାନ୍ତି ଦାଶ, ଯାଆଁଳା
୪୮)
ସ୍ବପ୍ନ ରେ ଥରେ
ଦେଖା ଦିଅ ପ୍ରଭୁ ହେ
ସଖା ରୁପ ରେ ।
~ ସୁମତୀ ଦେଈ
୪୯)
ପାହାନ୍ତି ସ୍ବପ୍ନ
ସତ ବୋଲି କହନ୍ତି
ବାସ୍ତବ କେତେ ।
୫୦)
ମିଠା ସପନ
ଦେଖାଇଲା ପ୍ରେମିକ
ହୃଦେ ଛଳନା ।
୫୧)
ସ୍ବପ୍ନ ସାଗର
ସିନେମା ଭଲଲାଗେ
ଅଭିନୟର ।
~ ଜ୍ୟୋତି ପ୍ରଭା ପଟ୍ଟନାୟକ
☆☆☆☆☆☆☆☆☆☆
कोई टिप्पणी नहीं:
एक टिप्पणी भेजें