ହାଇକୁ ସାଧନା ଖୋର୍ଦ୍ଧା
ସାରସ୍ଵତ SEDOKA/ସେଦୋକା କାବ୍ୟ ଯାତ୍ରା ~ ୧୩
ସେଦୋକା
୧)
ବେଟି ବଚାଓ
ସ୍ଲୋଗାନରେ ନ ରହୁ
ସମସ୍ତଙ୍କ ଦାୟିତ୍ୱ
କନ୍ୟା ହିଁ ସୁନା
ଭଗ୍ନୀ ଜାୟା ଜନନୀ
ସେ ତ ସୃଷ୍ଟିକାରିଣୀ ।
୨)
କର ଯତନ
କନ୍ୟା ଭୃଣର ହତ୍ୟା
କରନ୍ତୁ ପ୍ରତିବାଦ
କନ୍ୟା ରତନ
ଦେଶ ଜାତି ସମ୍ମାନ
ନ କର ହୀନମାନ ।
~ ବାସନ୍ତୀ ଦେଈ ଖୋର୍ଦ୍ଧା
୩)
ପୁଷରେ ଖଇ
ମାଘ ମାସରେ ଦହି
ଚୈତ୍ରଆସିଲେ ଯାଇ
ଖାଇବ ଭାଇ
ନିମ ଚକୁଳି ଥୋଇ
ଭଲ ରହିବ ଦେହୀ ।
~ ଚପଳା ପଣ୍ଡା, ଖୋର୍ଦ୍ଧା
୪)
କଳ ନାଦିନୀ
ସଭଙ୍ଗ ଲୀଳାମୟୀ
ଜନପ୍ରାଣୀ ତୋଷିଣୀ
ନିର୍ମଳ ନୀରା
ମନ୍ଥର ଗତିଶୀଳା
ସେ ଯେ ଭାବୁକ ପ୍ରିୟା ।
~ ଆରତି ମଞ୍ଜରୀ ଦାଶ, ଗୁରୁଜଙ୍ଗ, ଖୋରଧା
୫)
କବି କବିତା
ଦିଏ ଅନେକ ବାର୍ତ୍ତା
କଳ୍ପନା ସ୍ୱଳ୍ପ ଚିନ୍ତା
ହୁଏ ଜୀବନ୍ତ
ସମାଜ ରୁଦ୍ଧିମନ୍ତ
ଶ୍ରୋତା ହୁଅନ୍ତି ଶାନ୍ତ ।
୬)
ପଲ୍ଲୀ ର ଶୋଭା
ପ୍ରଭାତେ ମନ ଲୋଭା
ମନ୍ଦିରେ ଭକ୍ତ ଉଭା,
କୃଷକ କ୍ଷେତେ
ଯାଏ ଉଲ୍ଲାସ ଚିତ୍ତେ
ଶ୍ରମେ ସେ ସାଧ୍ୟମତେ ।
~ ସୂର୍ଯ୍ୟକାନ୍ତି ଦାଶ, ଯାଆଁଳା
୭)
ଲୋହିତ ଆଭା
ପୂରୁବ ଆକାଶର
ଶରତ ଋତୁ ଶୋଭା
ଝରା ଶେଫାଳି
ସୁନ୍ଦରୀ ଶୁଭ୍ରକାନ୍ତି
ବିମଣ୍ଡିତା ଧରିତ୍ରୀ ।
~ ଜ୍ୟୋତି ପ୍ରଭା ପଟ୍ଟନାୟକ, ଖୋର୍ଦ୍ଧା
୮)
ଗୁଣ ଗାରିମା
ଲଙ୍ଘିଲେ କୂଳସୀମା
ଲୁପ୍ତ ସୁପ୍ତ ଚେତନା
ହୃଦୟ ବିନା
ସେତ କାଠ ପ୍ରତିମା
ପ୍ରଦାନ କର କ୍ଷମା ।
୯)
ନାହିଁ ନାହିଁତ
ମହୋଦଧି ପବିତ୍ର
ମୂଳ ଧାମ ଶ୍ରୀକ୍ଷେତ୍ର
ଶ୍ରୀଲୋକନାଥ
ଚତୁର୍ଦ୍ଧା ମୂର୍ତ୍ତି ଯୁଥ
ଲଷ୍ମୀ ବିମଳା ସାଥ ।
~ ସୂର୍ଯ୍ୟକାନ୍ତି ଦାଶ, ଯାଆଁଳା
୧୦)
ଅବୁଝା ମନ
ଲଘିଂ ଯାଏ କିନାରା
ମାନେ ନା ଥଳକୂଳ
ଅନୁଶୋଚନା
ବେଳହୁଁ ସାବଧାନ
ଏଡିଵ ଅଘଟଣ ।
~ ଆରତୀ ପ୍ରହରାଜ, ଭୁବନେଶ୍ୱର
୧୧)
ସାହିତ୍ଯ ସୁଧା
ଢାଳିଦିଏ ଜୀବନେ
ହୋଇ ଆଶିଷ ଧାରା
ଦିଏ ଆନନ୍ଦ
ପ୍ରେମରଫଲ୍ଗୁ ଝରେ
ପ୍ରତି ପଂକ୍ତି ର ଧାରେ ।
~ ଶୋଭାଗିନୀ ନନ୍ଦ, ଜୟପୁର (କୋରାପୁଟ)
୧୨)
ଶୁଭ୍ର ତଟିନୀ
କଳକଳ ନାଦିନୀ
ତେଜି ଶୈଳ ଶିଖର
ଶଯ୍ୟା ବନ୍ଧୁର
ଆଗକୁ ଅଗ୍ରସର
ମିଳଇ ପାରାବାର ।
୧୩)
ପୁଷ୍ପ ବାଟିକା
ବିବିଧ ରଙ୍ଗେ ଭରା
ରୂପ ତା ଅପାଶୋରା
ଚକ୍ଷୁ ଫେରେନା
ସମୀରେ ଶିହରଣ
ଅଳି କରେ ଗୁଞ୍ଜନ ।
~ ମଧୁଛନ୍ଦା ଦାଶ, ଭୁବନେଶ୍ୱର
୧୪)
ଭାଷା ସାହିତ୍ୟ
ଦୋଳାଏ ମନ ହୃଦ
ଦିଏ ସୁଖ ଅମାପ
କିମିଆଁ କରେ
ସପ୍ତ ରଙ୍ଗେ ରଙ୍ଗାଇ
କେତେ ସ୍ୱପ୍ନ ଦେଖାଏ ।
୧୫)
ଝରା ଶେଫାଳି
ଦିଏ ପରାଗ ବୁଣି
ସୁରଭିତ ଯାମିନୀ
ଶର୍ବରୀ ଶେଷେ
ହୃଦୟ ପରିଭାଷା
ଧୀରେ ଧୂଳିରେ ମିଶେ ।
~ ସାଧନା ପଣ୍ଡା, ଭୁବନେଶ୍ୱର
☆☆☆☆☆☆☆☆☆☆☆☆
कोई टिप्पणी नहीं:
एक टिप्पणी भेजें