ହାଇକୁ ସାଧନା ଓଡ଼ିଶା
ସାରସ୍ୱତ ସେଦୋକା କାବ୍ୟ ଯାତ୍ରା
ଅକ୍ଟୋବର ~ ୨୦୨୧
ସେଦୋକା
୧)
ତୁଷାର କଣା
ତଳକୁ ଯେବେ ଖସେ
ଅନେକ ରୂପେ ହସେ
ପତନ ମୂଖୀ
ମଣିଷ ମନ ଜାଣେ
ଅଭିନୟରେ ଜିଣେ ।
~ ରଞ୍ଜନ କୁମାର ଜେନା
୨)
ମେଘୁଆ ମୁହଁ
ବିଜୁଳି ପରି ଆଖି
ରାଜହଂସୀ କମର
କୋଇଲି କଣ୍ଠ
ବଗୁଲି ସମ ଗ୍ରୀବା
ମନ୍ତ୍ରମୁଗ୍ଧ ଚାହାଣି ।
~ ରାଜେଶ କୁମାର ମୁଣ୍ଡ
୩)
ସତ୍ୟ ଅହିଂସା
ଜୀବନେ ମୂଳମନ୍ତ୍ର
ଜାତୀୟତାବାଦରେ
ଦୃଢ଼ ବିଶ୍ଵାସ
ଗାନ୍ଧୀଙ୍କ ନେତୃତ୍ବରେ
ଜଳେ ମୁକ୍ତି ମଶାଲ ।
୪)
ଲାଲ୍ ବାହାଦୁର
ସ୍ଵାଧୀନ ଭାରତର
ଦ୍ଵିତୀୟ ପ୍ରଧାନମନ୍ତ୍ରୀ
ନମ୍ର ସରଳ
ସଚ୍ଚୋଟ ଓ ନିର୍ଭୀକ
ଶାସନ ଅଦ୍ୱିତୀୟ ।
~ ବାସନ୍ତୀ ଦେଈ
୫)
ସ୍ୱଭାବତଃ ଯେ
ମନୁଷ୍ୟର କର୍ତ୍ତବ୍ୟ
ଅଳଙ୍କରଣ ଏବଂ
ସୁରକ୍ଷା ଦେବା
ଉଭୟ ପ୍ରକୃତି ଓ
ନର ଜାତି ହିତରେ ।
୬)
ଜନନୀ ଶିଶୁ
ସମ୍ପର୍କ ନର ପାଇଁ
ଆଦର୍ଶ ବ୍ୟବହାର
ପ୍ରାଣୀଙ୍କ ପ୍ରତି
ଅନୁସରଣୀୟ ଯେ
ବିଜ୍ଞ ବୁଦ୍ଧଙ୍କ ଉକ୍ତି ।
୭)
ଦୃଷ୍ଟି ନିକ୍ଷେପ
ସ୍ନେହ, ସମ୍ମାନ ସହ
ଯଦି ଜଣେ ଯେ କରେ
ଚତୁର୍ଦିଗରେ
ମଣିଷ ମଣିଷତ୍ୱ
ବିରାଜମାନ କରେ ।
୮)
ସୁରକ୍ଷା ଦିଏ
ମନୁଷ୍ୟତ୍ୱ ପ୍ରକାଶ
ପରସ୍ପର ହିତରେ
ସୌହାର୍ଦ୍ଦ୍ୟ ଦ୍ୱାରା
ସହଯୋଗୀତା ସହ
ସଯତ୍ନ ସସମ୍ମାନେ ।
୯)
ରୋଗ ବଶତଃ
ପ୍ରାଣୀଯେ ବେକ୍ରମଶଃ
ଦୁର୍ବଳ ଯଦି ହୁଏ
ଏକାକୀ ଯେ ସେ
ଅସହାୟ ଅବସ୍ଥା
ମୃତ୍ୟୁ ଅନିବାର୍ଯ୍ୟ ଯେ ।
~ ମନୀଷା ମିଶ୍ର
୧୦)
ଜାତିର ପିତା
ନଥିଲେ ମନ୍ତ୍ରୀ ପ୍ରଭୁ
ସବୁରି ଥିଲେ ମାୟା
ହୃଦୟେ ସ୍ଥାନ
ପାଇଛି ଯେଉଁ ନର
କିଲୋଡ଼ା ପଦ ପାହ୍ୟା ।
୧୧)
ଜୟ ଯବାନ
ଜୟ କିଷାନ ନାରା
ଭରଇ ଦେଶ ପ୍ରେମ
ଶାସ୍ତ୍ରିଜୀ ଥିଲେ
ଶୀତଳ ନିଆଁ ଝୁଲ
କଥାରେ ଥିଲା ଦମ ।
~ ରଞ୍ଜନ କୁମାର ଜେନା
୧୨)
ମନ ମଇନା
ଝୁରି ମରୁଛି ସାଥି
ବୁଝେନା ଚୋରା ପ୍ରୀତି
ଗୁପତେ କାନ୍ଦେ
ନୟନେ ନାହିଁ ନିଦ
କିଏ ସେ ଦଗାବାଜ !
୧୩)
ଅନ୍ଧାର ରାତି
ଜନ ଖୁଜୁଛେ ମିତ
ଡାକୁଛେ ଠାରି ହାତ
ଗୁରୀ ନନୀର
ଛନକା ପଶେ ଛାତି
ହଜିଛେ ମତି ଗତି ।
~ ପ୍ରତିମା ମେହେର
୧୪)
ସ୍ୱଭାବତଃ ଯେ
ମନୁଷ୍ୟର କର୍ତ୍ତବ୍ୟ
ଅଳଙ୍କରଣ ଏବଂ
ସୁରକ୍ଷା ଦେବା
ଉଭୟ ପ୍ରକୃତି ଓ
ନର ଜାତି ହିତରେ ।
୧୫)
ଜନନୀ ଶିଶୁ
ସମ୍ପର୍କ ନର ପାଇଁ
ଆଦର୍ଶ ବ୍ୟବହାର
ପ୍ରାଣୀଙ୍କ ପ୍ରତି
ଅନୁସରଣୀୟ ଯେ
ବିଜ୍ଞ ବୁଦ୍ଧଙ୍କ ଉକ୍ତି ।
୧୬)
ଦୃଷ୍ଟି ନିକ୍ଷେପ
ସ୍ନେହ, ସମ୍ମାନ ସହ
ଯଦି ଜଣେ ଯେ କରେ
ଚତୁର୍ଦିଗରେ
ମଣିଷ ମଣିଷତ୍ୱ
ବିରାଜମାନ କରେ ।
୧୭)
ସୁରକ୍ଷା ଦିଏ
ମନୁଷ୍ୟତ୍ୱ ପ୍ରକାଶ
ପରସ୍ପର ହିତରେ
ସୌହାର୍ଦ୍ଦ୍ୟ ଦ୍ୱାରା
ସହଯୋଗୀତା ସହ
ସଯତ୍ନ ସସମ୍ମାନେ ।
୧୮)
ରୋଗ ବଶତଃ
ପ୍ରାଣୀଯେ ବେକ୍ରମଶଃ
ଦୁର୍ବଳ ଯଦି ହୁଏ
ଏକାକୀ ଯେ ସେ
ଅସହାୟ ଅବସ୍ଥା
ମୃତ୍ୟୁ ଅନିବାର୍ଯ୍ୟ ଯେ ।
୧୯)
ବ୍ୟତିରେକ ଯେ
ମନୁଷ୍ୟଙ୍କ ମଧ୍ୟରେ
ବୁଦ୍ଧି,ଜ୍ଞାନ ବଳରେ
ଏକୁ ଆରେକ
ଯତ୍ନ ସେ ଯେ ନିଅନ୍ତି
ସୁରକ୍ଷିତ ସକଳ ।
୨୦)
ଦୃଶ୍ୟମାନ ଯେ
ସବୁଠାରେ ନିଜତ୍ୱ
ମାନବ ସମାଜରେ
ସ୍ନେହ ବିନା ଯେ
ଆତ୍ମସିଦ୍ଧି ଦୁରୂହ
ଗୀତା ଦ୍ୱାରା ବର୍ଣ୍ଣନ ।
~ ମନୀଷା ମିଶ୍ର
୨୧)
ସତ୍ୟର ପ୍ରାପ୍ତି
ପୂର୍ଣ୍ଣ ବିଦ୍ୟାରେ ନୁହେଁ
ଅବିଦ୍ୟା ଯେ ଅପୂର୍ଣ୍ଣ
ବିଦ୍ୟା, ଅବିଦ୍ୟା
ମିଶ୍ରଣେ ସତ୍ୟପ୍ରାପ୍ତି
ଉପନିଷଦ ବାଣୀ ।
୨୨)
'ମୁଁ 'କାର ଭାବ
ଭ୍ରମରର ଗୁଞ୍ଜନ
ମାନବ ଶରୀରରେ
ମହୁ ସଦୃଶ
ତ୍ୟାଗ ଯେ ଭାରି କଷ୍ଟ
ମୁକ୍ତିର ନାହିଁ ବାଟ ।
~ ରମାକାନ୍ତ ସତପଥି
୨୩)
ବର୍ଷା ଜଳ ଯେ
ଆକାଶରୁ ଝରଇ
ସାଗର ମଧ୍ୟେ ମିଶେ
ଅନେକ ଦେବ
ପୂଜନ ଭିନ୍ନ ଭିନ୍ନ
ସର୍ବେ କେଶବ ମଧ୍ୟେ ।
୨୪)
ମାନବ କର୍ମ
କର୍ତ୍ତବ୍ୟ କରିବାର
ଦେହ କମ୍ପିବl ନୁହଁ
ସୁଖ ଓ ଦୁଃଖ
ଲାଭ, କ୍ଷତି ବିଚାର
ନାହିଁ ହସ୍ତେ ନିଜର ।
୨୫)
କର୍ମର ଫଳ
ମଣିଷ ଭୋଗ କରେ
ସୁକର୍ମର ସୁଫଳ
ଧର୍ମ ପାଳନେ
ବିପଦ ହୁଏ ଦୂର
ପ୍ରକୃତିର ନିୟମ ।
୨୬)
ମାନବ କର୍ମ
ଫଳରେ ନାହିଁ ଆଶା
କର୍ତ୍ତବ୍ୟ କରିବାର
କର୍ମ ବିମୂଢ଼
ନୁହେଁ ଜୀବନ ଲକ୍ଷ୍ୟ
କର୍ମ ହିଁ ଭଗବାନ ।
୨୭)
'ସୁ ','ସୁଖକର '
ଅନ୍ତ ଯା 'ଭିନ୍ନ ଭିନ୍ନ
ଜ୍ଞାନୀ ଗତି 'ସୁ 'ପଛେ
ପ୍ରଲୋଭନରେ
ମୂର୍ଖ କରଇ ଗତି
'ସୁଖକର' ପଛରେ ।
~ ମନୀଷା ମିଶ୍ର
୨୮)
ଶାସ୍ତ୍ରୀ ତୁମକୁ
ଭୁଲି ଯାଇଛୁ ଆମେ
ରାଜନୀତିର ଭାଷା
ଆତ୍ମ ବଡ଼ିମା
ବଂଶ ବାଦର ଧ୍ୱଜ
ଆଜି ପତନମୁଖୀ ।
୨୯)
ଗାନ୍ଧୀ କହିଲେ
କଂଗ୍ରେସ ନାମେ ଦଳ
ଦେଶେ ରହିବ ନାହିଁ
ନିଜ ସ୍ୱାର୍ଥରେ
ଆଜି ଦଳ ଅବସ୍ଥା
ଦେଖୁଛୁ ସ୍ୱଚକ୍ଷୁରେ ।
~ ରମାକାନ୍ତ ସତପଥି
୩୦)
ନୀରବ ବଗ
ବସିଛି ଧ୍ୟାନ ଯୋଗେ
ଖେଳନ୍ତି ମାଛ ଆଗେ
ବଡ଼ଚତୁର
ଖୋଜେ ସୁଯୋଗ ରହି
ସବୁ ଖାଇବାପାଇଁ ।
~ ରଞ୍ଜନ କୁମାର ଜେନା
୩୧)
ଭାଷା ସାହିତ୍ୟ
ଦୋଳାଏ ମନ ହୃଦ
ଦିଏ ସୁଖ ଅମାପ
କିମିଆଁ କରେ
କେତେ ସ୍ୱପ୍ନ ଦେଖାଏ
ସପ୍ତ ରଙ୍ଗେ ରଙ୍ଗାଏ ।
~ ସାଧନା ପଣ୍ଡା
୩୨)
ମୃତ୍ୟୁ ହିଁ ସତ୍ୟ
ଶୁଣିଲେ ତାର ନାମ
ଦେହରୁ ଝରେ ଘର୍ମ
ସତ୍ୟ ସୁନ୍ଦର
ଦୂରରୁ ମନ ଲୋଭା
ସାଥିରେ କରେ କାବା ।
~ ରଞ୍ଜନ କୁମାର ଜେନା
୩୩)
ସ୍ନେହ ବନ୍ଧନ
ସୀମା ଅତିକ୍ରମଣ
କରଇ ଯେଉଁ ନର
ଭବ ସଂସାରୁ
କ୍ଳେଶମୁକ୍ତ ହୁଅଇ
ସଂଯୁକ୍ତ ବିଭୁ ସହ ।
୩୪)
ନର ଜୀବନେ
ବିଭୁ ସଂଯୋଗ ହେତୁ
ତ୍ରିବର୍ଗର ପାଳନ
ସଂସାରେ ରହି
କର୍ମ ଜଂଜାଳ ମଧ୍ୟେ
ନୁହେଁ ସେ ଅସମ୍ଭବ ।
୩୫)
ନିର୍ବାଣ ପ୍ରାପ୍ତି
ଅନ୍ୟ ମାର୍ଗ ଯେ ନାହିଁ
ମର୍ତ୍ତ୍ୟ ମଣ୍ଡଳ ସ୍ୱର୍ଗ
ଭବ ସଂସାରେ
କର୍ମମୟ ଜୀବନେ
ସର୍ବେ କରିବେ ଭୋଗ ।
୩୬)
ନର ଜୀବନେ
ବାସବେଶଙ୍କ ବାଣୀ
ଯାହା ନୁହଁଇ ଆନ
ମର୍ତ୍ତ୍ୟ ମଣ୍ଡଳେ
ସୁକର୍ମ ଶୁଭ ଫଳ
କୁକର୍ମେ ନର୍କଗତି ।
୩୭)
ଦୟା ଆଧାର
ସର୍ବ ଧର୍ମର ମୂଳ
ସଂସାର ଆତଯାତ
ଦୟା ଅଭାବେ
ଧର୍ମ ଯେ ସ୍ତିତିହୀନ
ବାସଵେଶଙ୍କ ମତ ।
୩୮)
ଦୟା ଓ ଦାନ
ଖୁସି, ସମ୍ମାନସହ
କରଇ ଯେଉଁ ନର
'ମୁଁ 'କାର ଭାବ
ଗର୍ବ, ଘୃଣାର ଭାବ
ଜାଚକ ଅସମ୍ମାନ ।
~ ମନୀଷା ମିଶ୍ର
୩୯)
ତୁଠ ପଥର
ଭାଗ୍ୟବାନ ଯେ ମଣେ
ସୁନ୍ଦରୀର ସ୍ପର୍ଶରେ
ମୁରୁକି ହସେ
ଶତଦଳ ପଙ୍କରେ
ସୂରୁଜ ବାହୁଫlଶେ ।
୪୦)
ନିହାଣ ମୁନ
ବୁକୁଫଟା ଚିତ୍କାର
ଶିଳ୍ପୀର ପ୍ରହlରରେ
ଲାଜୁଆ ହସ
ଶିଳା କଣେଇ ଚାହେଁ
ଦର୍ଶକ ଚାହାଁଣୀରେ ।
୪୧)
ଏନ୍ତୁଡ଼ି ଶାଳ
ଅନେକ ଆକର୍ଷଣ
ଜୀବନ, ଯନ୍ତ୍ରଣାର
ମୁକସାକ୍ଷୀ ସେ
ଭିଜା ଲୁହର ଗାଥା
ସ୍ୱପ୍ନର ସାର୍ଥକତା ।
୪୨)
ଶିଳ୍ପୀ ଆଖିରେ
ଉନ୍ନୀଦ୍ର ଉନ୍ମାଦନା
ସାର୍ଥକ ବାସ୍ତବତା
କଳ୍ପନା ସାଜେ
ସଦ୍ୟ ରୂପ ପସରା
ଲୁହ, ଲହୁର ଧାରା ।
୪୩)
ଟଙ୍ଗା ହୋଇଛି
ସ୍ମୃତିର ଚିତ୍ରପଟ
ବିସ୍ମୃତିର ଆଇନା
ସମୟ ସୁଅ
ଭସେଇ ନେଇ ଯାଏ
ନିଶ୍ଚିହ୍ନ ପାଦଚିହ୍ନ ।
୪୪)
ଦଦରା ନାଆ
ଲକ୍ଷ୍ୟ ଯେ ବହୁ ଦୂର
ଜୋରରେ ଆହୁଲା ମାରେ
ନାଉରିଆ ଯେ
ଅକାତ କାତ ଜଳ
ବୁଡିବା ସୁନିଶ୍ଚିତ ।
୪୫)
ବାସ୍ତବିକତା
ଯାହାକୁ ଆମ୍ଭେ କହୁଁ
ଇନ୍ଦ୍ରର ମାୟାଜାଲ
ବ୍ୟସ୍ତ ମଣିଷ
ପ୍ରହେଳିକା ପଛରେ
ସର୍ବଦା ଧାବମାନ ।
୪୬)
ରକ୍ତ, ମାଂସର
କେତେ ଯେ ଆକର୍ଷଣ
ପାଗଳ ପ୍ରାୟେ ନର
ସମୟ ଚାପ
ଅସହ୍ୟ ସେ ଦୁର୍ଗନ୍ଧ
ଦହନ ପାଇଁ ଅନ୍ଧ ।
~ ରମାକାନ୍ତ ସତପଥି
୪୭)
ମାନବ ରୂପେ
ହେଲେ ଅବତରି ଆ'
ସମୟ ସନ୍ନିକଟ
ଡେରି କାହିଁକି
ଉଦ୍ଧାରି ନେ ଧରାକୁ
ଟିକିଏ ଶାନ୍ତି ପାଉ ।
~ ରାଜେଶ କୁମାର ମୁଣ୍ଡ
୪୮)
କଥା ଦେଇଛ
ଅନେକ ଆଶା ନେଇ
ଗଢ଼ିଲି ସ୍ପପ୍ନସୌଧ
ଖୁସି ଝଲକେ
ଭାବି ନ ଥିଲି କେବେ
ବିଶ୍ୱାସ ଭାଙ୍ଗି ଯିବ ।
୪୯)
ଭାଙ୍ଗିଲା ସ୍ବପ୍ନ
ହୃଦୟ ବିଦାରିତ
ମନଟା ମୃତପ୍ରାୟ
ସମୟ ଚକ୍ର
ଏ ଲୁହ ସାମୟିକ
କ୍ଷତଟା ଭରିଯିବ ।
୫୦)
ସମୟ ସ୍ରୋତ
କ୍ଷତଟା ଶୁଷ୍କପ୍ରାୟ
ପ୍ରକୃତିସ୍ଥ ମୁଁ ହୁଏ
ଚମକି ଉଠେ
ରକ୍ତର ଧାର ଛୁଟେ
ଥମିବା ନାଁ ନିଏନା ।
୫୧)
କେତେ ଯେ ଥର
କ୍ଷତ ରକ୍ତାକ୍ତ ପ୍ରାୟ
ଥମି ଯାଇଛି ଏବେ
ସମୟ ସ୍ରୋତେ
ଟାଣ ଯାହାର ସ୍ଥିତି
ସ୍ବପ୍ନ ଯାଇଛି ହଜି ।
୫୨)
ବାସ୍ତବିକତା
ସ୍ବପ୍ନବିଷ୍ଟ ଜୀବନ
ବିପରୀତ ଯେ ଗତି
ବିଶ୍ୱାସ ଯହିଁ
ବାଟ ହୁଡ଼ି ଚାଲଇ
ସମ୍ପର୍କ ମୂଲ୍ୟହୀନ ।
~ ରମାକାନ୍ତ ସତପଥି
୫୩)
ସକାଳ ମନ
ନଥାଏ ସନ୍ଧ୍ୟା ବେଳେ
ବେଳକୁ ବେଳ ନୂଆ
ପ୍ରକୃତି ସାଥେ
ବନ୍ଧା ଏ ମନ ବେଗ
ବନ୍ଧା ପୁଣି ଏ କାୟା ।
୫୪)
ଘାସର ଫୁଲ
ପାଦକୁ ଯେବେ ଛୁଏଁ
ମନ ନରମିଯାଏ
ପ୍ରୀତିର ସ୍ପର୍ଶ
ତଡିତ ବେଗେ ଧାଏଁ
ହୃଦୟ ଭରି ଦିଏ ।
~ ରଞ୍ଜନ କୁମାର ଜେନା
୫୫)
ଶକ୍ତି ସ୍ୱରୂପା
ଜଗଦାତ୍ରୀ ଜନନୀ
ପ୍ରକୃତି ଯା ପୟରେ
ଶ୍ରୀ ରାମଚନ୍ଦ୍ର
କରନ୍ତି ଯେ ପୂଜନ
ଲଙ୍କା ହୁଏ ଦହନ ।
୫୬)
ଗୌରୀ, ପାର୍ବତୀ
ଶିବ ଶଙ୍କର ପ୍ରିୟା
ଗିରିରାଜ ନନ୍ଦିନୀ
ସୃଷ୍ଟିର ମୂଳ
ପ୍ରାଣୀ ସ୍ଥିତି ଯା 'କରେ
ଦୀପ୍ତି ପ୍ରକାଶମାନ ।
୫୭)
ସୃଷ୍ଟି, ବିଳୟ
ସଂସାର ଆତଯାତ
ଦେବ, ନର, କିନ୍ନର
ଯକ୍ଷ, ଦାନଵ
ସ୍ତୁତି କରନ୍ତି ସର୍ବେ
ଦେବୀ କରୁଣାମୟୀ ।
୫୮)
ବିଶ୍ୱ ବ୍ରହ୍ମାଣ୍ଡ
ସୂର୍ଯ୍ୟ, ଚନ୍ଦ୍ର ଓ ତାରା
ପ୍ରକୃତି ତୁମ୍ଭ ସୃଷ୍ଟି
ଜୀବ ଜଗତ
ଶକ୍ତିରେ ଶକ୍ତିମାନ
କରନ୍ତି ଅଭିମାନ ।
୫୯)
ତ୍ରିମୁର୍ତ୍ତି ଦେବ
ତୁମ୍ଭ ସାକାର ରୂପ
ପ୍ରକୃତି ମାୟାରୂପ
ତୁମ ମହିମା
ପ୍ରକାଶନ୍ତି ମହେଶ
ଅର୍ଦ୍ଧ ଯେ ନାରୀଶ୍ୱର ।
୬୦)
ସତ୍ୟ ଯୁଗରେ
ଅବତାରୀ ପୁରୁଷ
ଶକ୍ତିରେ ବଳିୟାନ
ସୃଷ୍ଟିର ମୂଳ
ପ୍ରାଣ ସଂଚାର କର
ଜଗତର କଲ୍ୟାଣ ।
୬୧)
ତ୍ରେତା ଯୁଗରେ
ରାମ କରନ୍ତି ପୂଜା
ବିଶ୍ୱ ଶାନ୍ତି ନିମନ୍ତେ
ରାବଣ ହତ
ଦାନଵ ସଂହାରରେ
ତୁମ୍ଭ ଶକ୍ତି ପ୍ରୟୋଗ ।
୬୨)
ଦ୍ୱାପର ଯୁଗେ
ସ୍ନେହ, ପ୍ରେମର ଭାଷା
ବର୍ସନା ରାଧାରୂପୀ
ଅହଂକାରରେ
ଅଭିମାନୀ କୌରବ
ହୁଅନ୍ତି ସର୍ବେ ନାଶ ।
୬୩)
କଳି କାଳରେ
ନାରୀ ରୂପେ ଶମ୍ଭୁତା
ନାନା ଯେ ଅତ୍ୟାଚାର
ବ୍ୟଭିଚାରରେ
ଅଶାନ୍ତି, ଐଶ୍ୱର୍ଯ୍ୟ ଯେ
ତୁମ୍ଭେ ମୂଳ କାରଣ ।
୬୪)
କଲ୍ୟାଣମୟୀ
ଦୁର୍ଗା, କାଳୀ, ଚାମୁଣ୍ଡା
ସହସ୍ର ତୁମ୍ଭ ନାମ
ଭିନ୍ନ ରୂପରେ
ଭିନ୍ନ ଭିନ୍ନ ସ୍ଥାନରେ
ମାତା ରୂପେ ପୂଜିତ ।
~ ରମାକାନ୍ତ ସତପଥି
୬୫)
ବାଆଁରା ମନ
ଏଠି ସେଠି ଘୁରଇ
ମନ ମିତ ଖୋଜଇ
ପାଏନା ସାଥି
ଝୁରେ ଖାଲି ସପନେ
ଲୁହ ଢ଼ାଳେ ଗୋପନେ ।
~ ପ୍ରତିମା ମେହେର
୬୬)
ଜୁଳୁଜୁଳିଆ
କାହାକୁ ଖୋଜୁ ଥାଏ
ଆଲୋକ ସାଥେ ନେଇ
ବିରହୀ ମନ
ଜଣାଏ ନିଜ ପତା
ଉଜ୍ଜ୍ୱଳ ପତ୍ର ଦେଇ ।
~ ରଞ୍ଜନ କୁମାର ଜେନା
୬୭)
ଭୁଲି ଯାଇଛି
କର୍ତ୍ତବ୍ୟର ଆହ୍ୱାନ
ସ୍ନେହ ବନ୍ଧନ ଡୋରେ
ମନରେ ପ୍ରଶ୍ନ
ଦ୍ବନ୍ଦରେ ଘାଣ୍ଟି ହୁଏ
କେଉଁଟା ହେବ ଆଗେ ?
୬୮)
ରୋଗ ଶଯ୍ୟlରେ
ପୁତ୍ର ମରଣମୂଖୀ
ବନ୍ୟା ପୀଡିତ ଡାକ
କର୍ତ୍ତବ୍ୟ ଆଗେ
ସ୍ନେହ, ବନ୍ଧନ ପଛେ
ଗୋପବନ୍ଧୁ ସେ ନାମ ।
୬୯)
ବିଚଳିତ ସେ
ଯୁଦ୍ଧରେ ପ୍ରିୟଜନ
ଆତତାୟୀ ମଣଇ
ଶ୍ରୀକୃଷ୍ଣ ବାଣୀ
କର୍ତ୍ତବ୍ୟ, ଦେଶରକ୍ଷା
ସବୁ ଅଟଇ ପର ।
୭୦)
ଗୀତାର ସାର
କର୍ମରେ ଅଧିକାର
ଫଳ ନାହିଁ ଯେ ହାତେ
ବାଧା ବନ୍ଧନ
ଅଟଇ ସବୁ ତୁଛ
କର୍ତ୍ତବ୍ୟ ହିଁ ସର୍ବାଗ୍ରେ ।
୭୧)
ବାଜି ରାଉତ
ବୟସ ହାର ମାନେ
କର୍ତ୍ତବ୍ୟ ହୁଏ ଆଗ
ତୁଛ ଜୀବନ
ଦେଶ ମାତୃକା ଆଗେ
ବୀର ଦିଏ ଜୀବନ ।
~ ରମାକାନ୍ତ ସତପଥି
୭୨)
ଘଣ୍ଟା ବାଜୁଛି
ଲକ୍ଷ୍ୟ ନାହିଁ କାହାର
ମୁସ୍କିଲ ପରିସ୍ଥିତି,
ଲୁହ ଗଡ଼ିଲା
ଆଖି ଉପକୂଳେ
ଖାଲି ଥରୁଛି ଛାତି ।
~ ରାଜେଶ କୁମାର ମୁଣ୍ଡ
୭୩)
ସଂଗ୍ରାମ ଚାଲେ
ମଣିଷ ଆଉ ଶ୍ୱlନର
ବଞ୍ଚିବା ପାଇଁ ଚେଷ୍ଟା
ଫିଙ୍ଗା ହୋଇଛି
ଧସ୍ତାଧସ୍ତି ଚାଲଇ
ଅଲୋଡ଼ା ଖାଦ୍ୟ ପାଇଁ ।
୭୪)
ମାହାଙ୍ଗା ଭତ୍ତା
ଦିଅନ୍ତି ସରକାର
ଭୋଟର ରାଜନୀତି
ଦରଦାମ୍ ବଢେ
ମଧ୍ୟବିତ୍ତ ଚିନ୍ତିତ
ଅଣ୍ଟା ଯେ ଭାଂଗିଲାଣି ।
୭୫)
ସମାଜବାଦ
ବଢେ ଧନୀର ଧନ
ଖଟିଖିଆ ହୁଅନ୍ତି
ଶ୍ରମ କାତର
ଦୁଇ ଟଙ୍କା ଚାଉଳ
ପାଞ୍ଚ ଟଙ୍କାରେ ଭାତ ।
~ ମନୀଷା ମିଶ୍ର
୭୬)
ଚlକଚକ୍ୟରେ
ଉବୁଟୁବୁ ମଣିଷ
ଫେରି ଯିବାକୁ ମନ
ମାଟି କାଦୁଅ
ଝାଟି ମାଟି ଘରକୁ
ଖୋଲା ଅଗଣାଟିକୁ ।
୭୭)
ସହର ଭର୍ତ୍ତି
ଧୂଆଁ ଆଉ ଧୂଳିରେ
ପଡୋଶୀ ବି ଅଜଣା
ସକାଳୁ ସନ୍ଧ୍ୟା
ବ୍ୟସ୍ତ ଏଠି ଜୀବନ
ଚିହ୍ନି ସବୁ ଅଚିହ୍ନା ।
୭୮)
ଆବଦ୍ଧ କାନ୍ଥ
ମଣିଷ ଶବ୍ଦ ହୀନ
ଆଧୁନିକତା ରାଜ
ସଙ୍ଗୀତ ତାଳ
କେବୁଲ୍ ର କାହାଣୀ
ମୋ ଗାଆଁ ମନେ ପଡେ ।
୭୯)
ପୁତୁରା ଡାକ
ଭଲ ମନ୍ଦ ଦିପଦ
ପିଲାଙ୍କ ବଦମାସୀ
ବାଙ୍କ ଅଜାଙ୍କ
ଗାଈ ବାଡ଼ିରେ ପଶି
ପରିବା ଦିଏ ଖାଇ ।
୮୦)
ଧାନ ଅମଳ
ରୋଗ ପୋକରେ ନାଶ
ବର୍ଷା କରିଛି ନଷ୍ଟ
ସାର ଔଷଧ
ଦର ଯାଇଛି ବଢ଼ି
ହେଲା ନାହିଁ ଫସଲ ।
୮୧)
ଆମ୍ବ ବଉଳ
ମେଘ ଯାଇଛି ଖାଇ
ଆମ୍ବ ଏଥର କମ
ମୁଣ୍ଡରେ ହାତ
ଦେଇ ବସିଛି ଚାଷୀ
ସର୍ବନାଶ ଏଥର ।
୮୨)
ପିଲାଙ୍କ ପାଠ
ଖର୍ଚ୍ଚ ଯାଇଛି ବଢ଼ି
ସହରେ କାଟେ ଦିନ
ଟଙ୍କା ପଇସା
ନ ପଠାଇଲେ କଣ
ପୁଅ ପଢିବ ପାଠ !
୮୩)
ଝିଅ ବୟସ
ଆଖି ପାରେନା ଦେଖି
ଗାଆଁରେ କେତେ କଥା
ଦି ହାତ କଲେ
ଚିନ୍ତା ଯିବଟି କଟି
ମୁଣ୍ଡରୁ ଯିବ ବ୍ୟଥା ।
୮୪)
ଅନେକ କଥା
ନାହିଁ ନ ଥିବା ବ୍ୟଥା
ମନଟା ହାଲ୍କା ହୁଏ
ଦୁଃଖ ସୁଖର
ଦାଣ୍ଡ ପିଣ୍ଡାରେ ବସି
ଦି ପଦ ବଖାଣିବା ।
୮୫)
ପୋଖରୀ ହୁଡ଼ା
ଦେଶ ବିଦେଶ ବାର୍ତ୍ତା
ଗାଆଁର ରାଜନୀତି
ଖାଇବା ବେଳ
ଡକା ଡକି ଫେରିବା
ଶୀଘ୍ର ସ୍ନାହାନ ସାରି ।
୮୬)
ପାନ ଦୋକାନୀ
କହୁଛି ଭାଇ ଶୁଣ
କେତେ ଉଧାରୀ ଦେବି
କିଛି ଦିନରେ
ଦୋକାନ ବନ୍ଦ ହେବ
ଆନ୍ଧ୍ର ଯିବି ଭାବୁଛି l
୮୭)
ଚାହା ଦୋକାନୀ
ଆଜି ମନଟା ବ୍ୟସ୍ତ
କ୍ଷୀରଵାଲା ତାଗିଦା
ପାଣିଚିଆ ଚା '
କଣ କରିବି ଭାଇ
କ୍ଷୀର ଦାମ୍ ଯେ ବଢିଲା l
୮୮)
ଶାଗ କିଆରୀ
ବାଙ୍କ ଅଜାଙ୍କ ଗାଈ
ପଶି ଦେଇଛି ଖାଇ
ମୁଣ୍ଡ ଆଉଁସି
ମାଳି ଫେରାଦ ହୁଏ
ଅଜାଙ୍କ ନାଲି ଆଖି ।
୮୯)
ତୋରାଣି ପିଇ
ବାଛୁରୀ ଦିଏ ରଡି
କୁଣ୍ଡା ନାହିଁ ହାଣ୍ଡିରେ
ସବୁ କ୍ଷୀରକୁ
ମାଲିକ ଦୁହିଁ ନିଏ
ପହ୍ନା ଯାଇଛି ସୁଖୀ ।
୯୦)
ଦଶରା ଆସେ
ଭାଇ ଜିଉଁତା ଅଛି
ଭାଇର ହାତ ଖାଲି
ଶୁଖିଲା ମୁହଁ
ନୁଆଁ ଜାମା ଯେ ନାହିଁ
ଭଉଣୀ ମନ ଦୁଃଖ ।
~ ମନୀଷା ମିଶ୍ର
୯୧)
ସମୟ ସୁଅ
ଦିଶାହୀନ ନଉକା
ଉତ୍ତାଳ ତରଙ୍ଗ ଯେ
ଭାସି ଯିବାର
ବଂଚିବାର ପ୍ରଚେଷ୍ଟା
ଉତ୍ଥାନ ଓ ପତନେ ।
୯୨)
ଜହ୍ନଟl ହସେ
ଭାସମାନ ବଉଦ
ଲୁଚକାଳି ଖେଳଇ
ଉଙ୍କି ମାରଇ
କେତେବେଳେ ଅନ୍ଧାର
ସ୍ଥିର ଆଉ ନିଶ୍ଚଳ ।
୯୩)
ଶରତ ସନ୍ଧ୍ୟା
ଶାନ୍ତ ସ୍ନିଗ୍ଧ ସମୀର
ମିଞ୍ଜି ମିଞ୍ଜି ଆଲୁଅ
ଜହ୍ନ ଟା କହେ
ଆସ ନିସ୍ତବ୍ଧତlରେ
ଗପ ସପ କରିବା ।
୯୪)
ପ୍ରତିବିମ୍ବିତ
ସ୍ଥିର ଜଳ ରାଶିରେ
ଜ୍ୟୋତ୍ସ୍ନାର ପ୍ରତିଛବି
ମନଟା ବ୍ୟଗ୍ର
ଅସ୍ଥିର ହୋଇଯାଏ
ବିମ୍ବହୀନ ଜଳରେ ।
୯୫)
ଅନେକ ସ୍ବପ୍ନ
ଜହ୍ନଟl ସାଥୀ ମୋର
ରୋମାଞ୍ଚ ଶରୀରରେ
ନିଷ୍ପ୍ରଭ ତାରା
ମିଞ୍ଜି ମିଞ୍ଜି ଆଲୁଅ
ସ୍ମୃତି ନିଶ୍ଚିହ୍ନ ହୁଏ ।
୯୬)
ନଉକା ଯଦି
ସୁନ୍ଦରୀ ରୂପ ନିଏ!
ତୁମ ପଦ ସ୍ପର୍ଶରେ
ନାଉରିଆ ଯେ
ଚିନ୍ତିତ, ଅବସନ୍ନ
ପାଷାଣ କଥା କହେ ।
୯୭)
କାଗଜ ଡ଼ଙ୍ଗା
ବର୍ଷାର ସୁଅ ଛୁଟେ
ଭସେଇବାର ଆନନ୍ଦ
ଯାଇଛି ଦିନ
ନାହିଁ ସେ ବର୍ଷା ଅବା
ଭସେଇବା ବୟସ ।
୯୮)
ସନ୍ଧ୍ୟା ଆଳତୀ
ପକ୍ଷୀର କଳରବ
ଗୋଧୂଳି ବେଳା ଲଗ୍ନ
ସବୁ ଯାଇଛି
ସ୍ମୃତିର ଚି଼ହ୍ନ ହୋଇ
ଆକାଶର ଗlମ୍ଭୀର୍ଯ୍ୟ ।
୯୯)
ସ୍ବପ୍ନ ହଜିଛି
ବୟସର ଚାପରେ
ଜୀବନର ଫଲ୍ଗୁରେ
ଲକ୍ଷ୍ୟ ଯେ ସ୍ଥିର
ଶାଖା ପ୍ରଶାଖା ହୀନ
ଥୁଣ୍ଟା ବର ସଦୃଶ ।
୧୦୦)
ଯୌବନ ହଜେ
ନାହିଁ ସେ ଉଦ୍ଦାମତା
ସମୁଦ୍ର ଲଙ୍ଘିବାର
ବୟସ ହସେ
ସମୟର ସ୍ରୋତରେ
ନିଶ୍ଚିହ୍ନ ସ୍ବପ୍ନରେଖା ।
~ ରମାକାନ୍ତ ସତପଥି
୧୦୧)
ସୂର୍ଯ୍ୟ ବୁଡ଼ିଲେ
ଆକାଶ ଲମ୍ବି ଯାଏ
ତାରା ସବୁ ବ୍ୟାକୁଳ
ଅୟୁତ ସ୍ବପ୍ନ
ଆସ୍ଥାନ ଯେ ଜମାନ୍ତି
ଶୂନ୍ୟତାର ବେଦିରେ ।
୧୦୨)
ଦିନ ସରେନା
ସରେନା ରାତି ମଧ୍ୟ
ଖାଲି ଋତୁ ବଦଳେ
ସୁଖ ଓ ଦୁଃଖ
ଦୁହେଁ ଯାଆଁଳା ପରି
ହୁଅନ୍ତି ଆତଯାତ ।
~ ଲିଙ୍ଗରାଜ ପାତ୍ର
୧୦୩)
ପବନ ଦେଲେ
ଉଡେ ଶିମିଳି ତୁଳା
ଛୁଇଁବ ସତେ ନଭ
ମିଳିଲେ ତୃପ୍ତି
ହାଲୁକା ହୁଏ ମନ
ଜାଗଇ ନୂଆ ଭାବ ।
~ ରଞ୍ଜନ କୁମାର ଜେନା
୧୦୪)
କିଏ ସେ ଆଂକେ
ଆକାଶେ ଇନ୍ଦ୍ରଧନୁ
ଫିଟାଇ ଘନାଘଟା
ମନ ଆକାଶେ
ବୋଳି ପ୍ରେମ - ଅବିର
ସପ୍ତରଙ୍ଗର ଛଟା ।
୧୦୫)
ଜୀବନ - ଗୀତ
ଗାଇଯା ରେ ବନ୍ଧୁ ତୁ
ଏକଲା ସୁର ଦେଇ
ସମୟ ପଥେ
ନ ଥିବେ କେହି ତୋର
ସାଥି କେବଳ ଛାଇ ।
~ ଲିଙ୍ଗରାଜ ପାତ୍ର
୧୦୬)
ଆଙ୍କି ଦେଉନ
ପୁଣିଥରେ ପ୍ରୀତିର
ନିଖୁଣ ମାନଚିତ୍ର
ଢାଙ୍କି ରଖୁନ
ଓଦାଳିଆ ଭାବକୁ
ଗୁପ୍ତ ରହୁ ଚରିତ୍ର ।
~ ରାଜେଶ କୁମାର ମୁଣ୍ଡ
୧୦୭)
ପ୍ରିୟା ମୋହର
ଗୋଟେ ଚାଇଳେ ଗଢା
ରମ୍ଭା, ମେନକା ପରି
ସୁକୁମାରୀ ସେ
କୋକିଳ କଣ୍ଠ ବାଣୀ
ପଦ୍ମିନୀ ଜାତି ନାରୀ ।
~ ଝୁମୁରୀ ସାହୁ
୧୦୮)
ମାୟା ସଂସାର
ଇନ୍ଦ୍ର ଜାଲରେ ଛନ୍ଦା
କର୍ତ୍ତବ୍ୟ ର ତାଡନା
ଘଞ୍ଚ ବନାନୀ
ପଥିକ ବାଟବଣା
କେଉଁଠି ତା ଠିକଣା ।
~ ଆରତୀ ପ୍ରହରାଜ
୧୦୯)
ଶରଦ ଶଶୀ
କାହିଁକି ଲାଗେ ନୂଆ
ଦିଶଇ ଛନ ଛନ
ବାଦଲ ପରି
ସଙ୍କଟ ଗଲେ ଟଳି
କୁରୁଳି ଉଠେ ମନ ।
~ ରଞ୍ଜନ କୁମାର ଜେନା
୧୧୦)
ପ୍ରତି କ୍ଷଣରେ
ଜଗିଛନ୍ତି ଆଁ' କରି
ପଲ ପଲ ଶାଗୁଣା
ଝାମ୍ପି ନେବାକୁ
ତମାମ ଐଶ୍ୱର୍ଯ୍ୟ ଓ
ଭଲ ପାଇବାପଣ ।
~ ରାଜେଶ କୁମାର ମୁଣ୍ଡ
୧୧୧)
ଶୁଭ ସକାଳ
ନୂତନ ଉଦ୍ଦୀପନା
ନୂତନ ସମ୍ଭାବନା
ମନରେ ଜାଗୁ
ପ୍ରିୟ ଭାରତବାସୀ
ରହିବା ମିଳିମିଶି ।
~ ପ୍ରତିମା ମେହେର, ପାଟଣାଗଡ଼
୧୧୨)
ଜୟ ଭବାନୀ
ଜୟ ଜୟ ମା ଦୁର୍ଗା
ମା ଦୁର୍ଗତି ନାଶିନୀ
ଜୟ ଶିବାନୀ
ଜୟ ହେ ଅମ୍ବେ ଗୈାରୀ
ଜୟ ଭୁବନେଶ୍ଵରୀ ।
~ ଜୟରାମ ସାହୁ
୧୧୩)
ସନ୍ଧ୍ୟା ନଇଁଲେ
କାହିଁକି ଜହ୍ନି ଫୁଲ
ବାଡ ଛାତିରେ ହସେ
ଜହ୍ନ ସାଥିରେ
ରହିଛି ତାର ଭାବ
ତାରାଙ୍କ ପରି ଦିଶେ ।
~ ରଞ୍ଜନ କୁମାର ଜେନା
୧୧୪)
କି କାଳ ହେଲା
ଝିଅ ଜାଗାରେ ପୁଅ
ବାଡ଼ୁଅ ଯେ ରହିଲା
ବାପା ମା 'ମୁଣ୍ଡେ
ଚଡକ ପଡିଲା
ସୁଖଟା ଦୁଃଖ ହେଲା ।
୧୧୫)
ଜନ ଗଣନା
ପୁଅ ଝିଅ ମଧ୍ୟରେ
ତାରତମ୍ୟ ଅନେକ
ପୁଅ ଜାଗାରେ
ଝିଅ ଖୋଜା ଚାଲିଲା
ଯୁଗ ଓଲଟି ଗଲା ।
୧୧୬)
ମର୍କଟି ମାନେ
ରମ୍ଭା ବୋଲି ଭାବିଲେ
ପାରିଜାତ ଖୋଜିଲେ
ପୁଅର ବାପା
ଛିଣ୍ଡା ଚପଲରେ ତ
ଶୁଣ୍ଢି ପିଣ୍ଡା ହୋଇଲା ।
~ ମନୀଷା ମିଶ୍ର
୧୧୭)
ଶିଶିରସ୍ନାତ
ସୁନ୍ଦର ବସୁନ୍ଧରା
ରୂପେଲି ଚାଦରରେ
ସଜେଇ ହୁଏ
ସୁନା ଖରାକୁ ଦେଖି
ସ୍ୱାଗତ କରିବାକୁ ।
~ ରାଜେଶ କୁମାର ମୁଣ୍ଡ
୧୧୮)
ଭାରି ଫୁଲେଇ
ଥିରିକି କାନେ କହେ
ତୁମକୁ ଭଲପାଏ
ଅଳ୍ପ ଗେଲେଇ
ଅବୁଝା ପ୍ରିୟତମା
ଭାରି ଅଭିମାନିନୀ ।
୧୧୯)
ମନୋଇ ପ୍ରିୟା
ଟିକେ କଥାରେ ଋଷେ
ଗଣ୍ଡଦେଶେ ଚୁମ୍ବନ
ଜାଏ ଲାଜେଇ
ଖିଲି ଖିଲି ହସିରେ
ହୁଏ ମୁଁ ଆତ୍ମହରା ।
~ ବାସନ୍ତୀ ଦେଈ
୧୨୦)
ଅମା ଅନ୍ଧାରେ
କିଏ ସେ ଡାକେ ମୋତେ
ଭଗ୍ନ ବୀଣାର ତାଳେ
ସପନ ପଥେ
ତନ୍ଦ୍ରା ଅଳସେ ସତେ
ମିଳନ - ସୁର ଗାଏ ।
୧୨୧)
ମୁଁ ଯେ ବାଦଲ
ଜୋଛନା ଭରା ନଭେ
ତୁମେ ଚାରୁ - ଚନ୍ଦ୍ରମା
ତୋଳିବା ଆସ
ପ୍ରୀତିର ପୂର୍ବରାଗେ
ରାଗିଣୀ ଅନୁପମା ।
~ ଲିଙ୍ଗରାଜ ପାତ୍ର
୧୨୨)
ଅନେକ ବ୍ୟଥା
ସମୟର ସୁଅରେ
ମୃତ୍ୟୁର ପଦ ସ୍ପର୍ଶ
କେତେବେଳ ଯେ
ଅନ୍ଧାର ଘନେଇବ
ନିସ୍ତବ୍ଧ ହୋଇଯିବ ।
୧୨୩)
ସ୍ମୃତିରେ ସବୁ
ଅତୀତର କାହାଣୀ
ନିରାଟ ବାସ୍ତବତା
ଶୂନ୍ୟ ହୋଇଛି
ପାଖେ ନାହାନ୍ତି କେହି
ଏକଲା ମଣିଷଟିଏ ।
୧୨୪)
ଘର ଅଗଣା
ସମୟ ଥିଲା ଦିନେ
ଶିଶୁଙ୍କ କୋଳାହଳ
କ୍ରନ୍ଦନ ରୋଳ
ହସ ଖୁସିର ଝଲକ
ଶୂନ୍ୟ ହୋଇଯାଇଛି ।
୧୨୫)
କାଲିର ଶିଶୁ
ଆଜି ପାରିବାରିକ
ପେଟ ପାଟଣା ପାଇଁ
ଅନେକ ଦୂର
ବ୍ୟସ୍ତ ଜଂଜାଳ ମଧ୍ୟେ
ସମୟର ଅଭାବ ।
୧୨୬)
ମନେ ପଡ଼େନା
ପିତା ମାତାଙ୍କ କଥା
ବୟସ ଅପରାହ୍ନ
କେତେବେଳେ ଯେ
ସ୍ଥିର ନିଥର ହେବ
କାହାଣୀ ଅନ୍ତ ହେବ ।
୧୨୭)
ବର୍ଷରେ ଥରେ
ଅଗଣା ଭରିଯାଏ
ଶିଶୁଙ୍କ କୋଳାହଳ
କେତେ ଆନନ୍ଦ
ଉତ୍ସାହ, ଉଦ୍ଦୀପନା
ବୟସ ଭୁଲିଯାଏ ।
୧୨୮)
ଏକଲା ପଣ
ପୁନର୍ମୁଷିକ ଭବ
କିଛି ଦିନରେ ପୁଣି
ସେଇ ଏକାନ୍ତ
ଖାଁ ଖାଁ ର ନିର୍ଜନତା
ବିରସ ମନୋଭାବ ।
୧୨୯)
ଫେରନ୍ତା ପଥ
ନିର୍ନିମେଷ ନୟନ
ପୁଣି ଅନାଇ ରହେ
କେତେବେଳେ ଯେ
ଅଗଣା ଭରିଯିବ
ଭାବର ଆଗମନେ ।
୧୩୦)
ପାଖ ପଡୋଶୀ
ଚିର ଦିନର ସାଥୀ
ଚିହ୍ନା ମଣିଷ କଥା
ସମୟ ଚାଲେ
ଭାବର ବିନିମୟ
ସମୟ କଟିଯାଏ ।
୧୩୧)
ଘନେଇ ଆସେ
ରାତ୍ରୀର ଅନ୍ଧକାର
ଚାରିଆଡେ ଶୂନ ଶାନ୍
ଆଖିରେ ନିଦ
ହଜିଯାଏ କୁଆଡେ
ରୋମାନ୍ଥିତ ହୃଦୟ ।
~ ରମାକାନ୍ତ ସତପଥି
୧୩୨)
ଜୀବନ ଯୁଦ୍ଧ
ନିତିଦିନିଆ କାର୍ଯ୍ୟ
ହାରିବା ସୁନିଶ୍ଚିତ
କାହାର ଦୋଷ
ଜିଇଁବାର କୌଶଳ
ଲଢିବାର ନାଁ ନାହିଁ ।
୧୩୩)
ଦଦରା ନାଆ
ଭାସୁଅଛି ସ୍ରୋତରେ
ବୁଡିଯିବ ଜଳରେ
ଶୁଖିଲା କାଠ
ବେଶ ଭାସି ଆସୁଛି
କୂଳକୁ ଲାଗିବନି ?
~ ଶ୍ରୀ ଡମ୍ବରୁଧର ବାଗ
୧୩୪)
ଅସହ୍ୟ ରୌଦ୍ର
ହଜାଇ ଗଛ ରଙ୍ଗେ
ଝିଙ୍କାରୀ ଡାକେ ଝିଇଁ
କେଉଁଠି ପ୍ରିୟ
ଠିକଣା ଦିଏ ଡାକ
ଉଠଇ ପ୍ରିୟା ଚେଇଁ ।
~ ରଞ୍ଜନ କୁମାର ଜେନା
୧୩୫)
ଶୁଭଦାୟକ
ମାଆଙ୍କ ଉପାସନା
ହୁଏ ଫଳ ଦାୟକ
ଜଳାଅ ଦୀପ
ଦୂରେଇ ଯାଇ ଦୁଃଖ
ଫେରେ ଘରକୁ ସୁଖ ।
~ ପ୍ରଦୀପ କୁମାର ଦାଶ "ଦୀପକ"
୧୩୬)
ଉଛୁଳା ନଈ
କୂଳକୁ ଯାଏ ଖାଇ
ଗ୍ରୀଷ୍ମରେ ରହେ ଚାହିଁ
ବଢିଲେ ଚିନ୍ତା
ଶରୀର ହୁଏ କ୍ଷୀଣ
ଭାଳେ ହଜିଲା ଦିନ ।
~ ରଞ୍ଜନ କୁମାର ଜେନା
୧୩୭)
ସତ୍ୟ, ସନ୍ତୋଷ
ମାନବ ମୁକ୍ତି ଖୋଜେ
ଦୁଃଖ, ଯନ୍ତ୍ରଣା ଦାଉ
ଶରୀର, ଆତ୍ମl
ନିଜେ, ଉଭୟେ ମିଶି
ଅଭିଜ୍ଞତାର ବଳେ ।
୧୩୮)
ଜୈନ ଧର୍ମ ଯେ
ଗ୍ରହଣ କରେ ନାହିଁ
ବିଶ୍ୱ ପ୍ରଭୁଙ୍କ ସୃଷ୍ଟି
ଜୀବ, ଅଜୀବ
ମିଳନରେ ଏ ବିଶ୍ୱ
ଚୀର ସହାବସ୍ଥାନ ।
୧୩୯)
ଅଜୀବ ଶ୍ରେଣୀ
ପୁଡ୍ଗଳ ଯାହା ବସ୍ତୁ
ଧର୍ମ, ଅଧର୍ମ, କାଳ
ଆକାଶ ସହ
ଜୀବ ବହନ କରେ
ଜ୍ଞାନ, ଦର୍ଶନ ସତ୍ତା ।
୧୪୦)
କର୍ତ୍ତା ମାଲିକ
କର୍ମଫଳର ଭୋଗ
କରେ ସାରା ଜୀବନ
ସଂସାର ମଧ୍ୟେ
ସିଦ୍ଧି କରଇ ପ୍ରାପ୍ତି
ସୁକର୍ମେ ଉର୍ଧ୍ଵ ଗତି ।
୧୪୧)
ଆତ୍ମା ଅମର
ସ୍ଥୁଳ ବସ୍ତୁ ଅକ୍ଷୟ
ଉଦ୍ଭିଦ ଓ କଣିକା
ଶୀତଳ ଜଳ
ଅଗ୍ନି, ବାୟୁର ସ୍ରୋତ
ଜୀବର ଅଧିକାର ।
୧୪୨)
ସିଦ୍ଧ ପୁରୁଷ
ଜ୍ଞାନ, ଦର୍ଶନ ବଳେ
ଆତ୍ମାର ଜାଗରଣ
ପ୍ରଭୂତ୍ବ ପ୍ରାପ୍ତି
ବିଶ୍ୱ, ବ୍ୟକ୍ତିର ସତ୍ତା
ନୁହେଁ ପ୍ରଭୁଙ୍କ ଦାନ ।
~ ରମାକାନ୍ତ ସତପଥି
୧୪୩)
କାଳ ଅସୀମ
ସମୟ ଚକ୍ର ଗତି
ଅବସର୍ପିଣି ଯୁଗେ
ଓ ଉତ୍ସର୍ପିଣି
ଦୁଇ ଯୁଗରେ ଭାଗ
ସେ ଜୈନ ପରମ୍ପରା ।
୧୪୪)
ଅବସର୍ପିଣି
ସୁଖ, ସନ୍ତୋଷ ହ୍ରାସ
ହୁଅଇ ଯେଉଁ ଯୁଗେ
ଉତ୍ସର୍ପିଣି ରେ
ଦୟା, କ୍ଷମା ଓ ସତ୍ୟ
ହୁଅଇ ଯାର ବୃଦ୍ଧି ।
୧୪୫)
ଅବସର୍ପିଣି
ଯୁଗରେ ଆମ ଗତି
ନର ଖୋଜଇ ସୁଖ
ସନ୍ତୋଷ ହ୍ରାସ
ଦୟା, କ୍ଷମା ଓ ସତ୍ୟ
ହୁଅନ୍ତି ଛିନ୍ନ ଭିନ୍ନ ।
୧୪୬)
ଜୀବନ କାଳ
ଛଅ ଭାଗରେ ବଣ୍ଟା
ସୁଷମ -ସୁଷମ ଯେ
ଦିଏ ସନ୍ତୋଷ
ତୃପ୍ତି ଯେ ସର୍ବାଧିକ
ସୁକ୍ଷ୍ମ ଦିଏ ସନ୍ତୋଷ ।
୧୪୭)
ଅନ୍ୟ ଯେ କାଳ
ସୁଷମ -ଦୁଷମ ଯେ
ସନ୍ତୋଷ ଅସନ୍ତୋଷ
ମିଶ୍ରିତ ଭୋଗ
ଦୁଷମ କାଳେ ଭୋଗେ
ନର କେତେଯେ ଦୁଃଖ ।
୧୪୮)
ଅନ୍ୟ କାଳ ଯେ
ଦୁଷମ ଓ ଦୁଷମ
ଅତ୍ୟନ୍ତ ଦୁଃଖ ଭୋଗ
ନର କରଇ
ଅସନ୍ତୁଷ୍ଟ ସର୍ବଦା
ନାହିଁ ଟିକେବି ଶାନ୍ତି ।
୧୪୯)
ଉତ୍ସର୍ପିଣି ରେ
ବିପରୀତ ଯେ ଭୋଗ
ଦୟା, କ୍ଷମା ଓ ସତ୍ୟ
ସୁଖ ଓ ଶାନ୍ତି
ସନ୍ତୋଷ ଯହିଁ ବୃଦ୍ଧି
ଜୈନ ଧର୍ମର ସାର ।
୧୫୦)
~ ରମାକାନ୍ତ ସତପଥି
୧୫୧)
ବଞ୍ଚିବା କଳା
ଶୈଳୀର ସୃଷ୍ଟି ହୁଏ
ଚଉଦ ମାନସ ଠୁଁ
କୂଳକlରସ
ବିବର୍ତ୍ତନ ସମ୍ବନ୍ଧେ
ଦିଅନ୍ତି ଜ୍ଞାନ ସାର ।
୧୫୨)
କୂଳକlରସ
ମାନସ ରୂପେ ଜ୍ଞାତ
ଜ୍ଞାନୀ, ବିଦ୍ୱାନ ଜନ
ଜ୍ଞାନ କୌଶଳେ
ଜୀବନ ଶୈଳୀ ଦିଏ
ସୁସ୍ଥ ମାନବ ଧର୍ମ ।
୧୫୩)
ଜ୍ଞାନ ବାଣ୍ଟନ୍ତି
ପ୍ରତିଶୃତି, ସଂମତି
କ୍ଷେମଙ୍କର୍, କ୍ଷେମଧାରା
ପ୍ରସେନଜିତ
ନଭି ଆଦିଙ୍କୁ ମିଶି
ଚଉଦ ଯେ ମାନସ ।
୧୫୪)
ମାନସ ନଭି
ମରୁ ଦେବୀ ଯେ ଭାର୍ଯା
ତାଙ୍କ ଗର୍ଭ ସମ୍ଭୁତ
ଜ୍ଞାନୀ ରୁଷଭ
ପ୍ରଥମ ତୀର୍ଥଙ୍କର
ବିଶ୍ୱରେ ଜ୍ଞାତ ଯିଏ ।
~ ରମାକାନ୍ତ ସତପଥି
୧୫୫)
ହିନ୍ଦୁ ଧର୍ମରେ
ଚଉଦ ମନୁଙ୍କର
ହୁଅଇ ଆବିର୍ଭାବ
ମନୁ ସଂହିତା
ଯାହାଙ୍କର ସୃଷ୍ଟି ସେ
ସର୍ବ ପ୍ରଥମ ଗ୍ରନ୍ଥ ।
୧୫୬)
ଚଉଦ ମନୁ
ମାନସ ରୂପେ ଜ୍ଞାତ
ହିନ୍ଦୁ ଧର୍ମର ମୂଳ
ଜୈନ ଧର୍ମ ଯେ
ନଭିଙ୍କ ଠାରୁ ସୃଷ୍ଟ
ସେ ସମ ସାମୟିକ ।
୧୫୭)
ପ୍ରଥମ ମନୁ
ପ୍ରତିଶୃତି ନାମୀୟ
ସଂମତି ଯେ ଦ୍ଵିତୀୟ
ତୃତୀୟ ମନୁ
କ୍ଷେମାଙ୍କର ନାମରେ
ଜଗତରେ ବିଦିତ ।
୧୫୮)
ଚତୁର୍ଥ ମନୁ
କ୍ଷମାନ୍ଧର ନାମ ଯେ
ପଞ୍ଚମ ସୀମାଙ୍କର
ଷଷ୍ଠ ମାନସ
ସୀମାନ୍ଧର ଭାବରେ
ସର୍ବଜନ ବିଦିତ ।
୧୫୯)
ସପ୍ତମ ମନୁ
ବିମଳ ବାହାନ ଯେ
ଅଷ୍ଟମ ଚକ୍ଷୁଷ୍ମାନ
ନବମ ମନୁ
ଯସ୍ମିନ ନାମଧାରୀ
ଦଶମେ ଅଭିଚନ୍ଦ୍ର ।
୧୬୦)
ଏକାଦଶରେ
ଚନ୍ଦ୍ରଭା ମନୁ ଭାବେ
ଜଗତରେ ବିଖ୍ୟାତ
ଦ୍ୱାଦଶ ମନୁ
ମରୁ ଦେବ ନାମରେ
ସର୍ବଜନ ଆଦୃତ ।
୧୬୧)
ତ୍ରୟୋଦଶରେ
ପ୍ରସେନ୍ ଜିତ୍ ମନୁ ନାମେ
ଲୋକ ଲୋଚନେ ଖ୍ୟାତ
ଚତୁର୍ଦଶରେ
ନାଭି ମନୁ ଭାବରେ
ପୃଥିବୀରେ ବିଖ୍ୟାତ ।
୧୬୨)
ତୀର୍ଥଙ୍କର ଯେ
ସର୍ବୋଚ୍ଚ ଧର୍ମ ଜ୍ଞାତା
ଯାହାଙ୍କ ସାହାଯ୍ୟରେ
ମାନବ ଗଣ
ଜୟ କରନ୍ତି ଦୁଃଖ
ନାଶ ହୁଏ କୁକର୍ମ ।
୧୬୩)
ଅରି ହନ୍ତା ସେ
ଷଡ଼ ରିପୁ ନାଶକ
ପୁଣ୍ୟାତ୍ମା ଗୁରୁ ଯିଏ
ଦିଗ ଦର୍ଶନେ
ଦୂର ହୁଅଇ ବାଧା
ନିର୍ବାଣ ପ୍ରାପ୍ତି ପଥ ।
୧୬୪)
ରାଜା ରୁଷଭ
ସତ୍ୟ, ଅହିଂସା ପଥେ
ଚାଲେ ରାଜ୍ୟ ଶାସନ
ଇକ୍ଵାକ୍ଷୁ ବଂଶ
ବଂଶଧର ରାଜନ
ଶାନ୍ତିରେ ପ୍ରଜାଜନ ।
୧୬୫)
ରାଜା ରୁଷଭ
ଅନେକ ପୁତ୍ର ମଧ୍ୟେ
ଭରତ, ବାହୁବଳୀ
ସର୍ବ ବିଦିତ
ଭରତଙ୍କ ନାମରେ
ଦେଶ ଭାରତ ବର୍ଷ ।
୧୬୬)
ପ୍ରଭୁ ରୁଷଭ
ମୂଳଦୁଆ ସ୍ଥାପନ
ସଭ୍ୟ ଗୋଷ୍ଠୀ ଜୀବନ
ସହାନୁଭୂତି
ସାହାଯ୍ୟ ସହଯୋଗେ
କାଟେ ସଭ୍ୟ ଜୀବନ ।
୧୬୭)
ଜ୍ଞାନ ପ୍ରଦାନ
ବାସ୍ତରୀ କଳା ସେ ଯେ
ପୁରୁଷଙ୍କୁ ଜୀବିକା
ନାରୀ ନିମନ୍ତେ
ଚଉଷଠି କଳାରେ
କରନ୍ତି ପାରଙ୍ଗମ ।
୧୬୮)
ରାଜା ରୁଷଭ
କୃଷିର ଜନ୍ମଦାତା
ସଂସ୍କୃତିର ବାହକ
ଅହିଂସା ମାର୍ଗ
କରନ୍ତି ପ୍ରଦର୍ଶନ
କଳାର ନିଦର୍ଶନ ।
୧୬୯)
ଜୈନ ଧର୍ମରେ
ମହାପୁରlଣ ଗାଥା
ପଦ୍ମ ପୁରାଣ କହେ
ହିନ୍ଦୁ ଧର୍ମରେ
ଗୀତା, ଶିବ ପୁରାଣ
ରୁଷଭ ଜ୍ଞାନଦାତା ।
୧୭୦)
ଦରବାରରେ
ଦିନେ ରାଜା ରୁଷଭ
ଉପଭୋଗ କରନ୍ତି
ନୃତ୍ୟ ଆସର
ନୀଳମ୍ ଯେ ନୃତ୍ୟଙ୍ଗନା
ବାଦ୍ୟର ସୁର ତାଳେ ।
୧୭୧)
ନୃତ୍ୟ ପହଞ୍ଚେ
ଉତ୍କର୍ଷତାର ଚରମେ
ଭାବ ବିହ୍ଵଳ ନୀଳମ୍
ଭୂପତିତl ଯେ
ନିଶ୍ଚଳ ତା 'ଶରୀର
ଜୀବନ ନିର୍ବାପିତ ।
୧୭୨)
ରାଜା ରୁଷଭ
ସ୍ତମ୍ବିଭୂତ ହୁଅନ୍ତି
ବିଚଳିତ ଚିତ୍ତ ଯେ
ଦାୟୀ କରନ୍ତି
ନିଜକୁ ନିଜେ ସେ ଯେ
ନୀଳମ୍ ର ମୃତ୍ୟୁ ପାଇଁ ।
୧୭୩)
ବୈରାଗ୍ୟ ଆସେ
ଜୀବନ ସତ୍ୟ ରୂପ
ପ୍ରତ୍ୟକ୍ଷ ଅନୁଭୂତି
ନର ଜୀବନ
କ୍ଷଣ ଭଙ୍ଗୁର ସେ ଯେ
ଅବାସ୍ତବ, ଅଳିକ ।
~ ରମାକାନ୍ତ ସତପଥି
୧୭୪)
ଯେଉଁ କଲମ
ଲେଖଇ ଫାଶୀ ଦଣ୍ଡ
ନିବ ହୁଏ ତା ଭଙ୍ଗା
ଅଶୁଭ ବୋଲି
ମଣନ୍ତି ନ୍ୟାୟଧୀଶ
ପଠାନ୍ତି ତାକୁ ଗଙ୍ଗା ।
~ ରଞ୍ଜନ କୁମାର ଜେନା
୧୭୫)
ମହାବୀର ଯେ
ଚତୁବିଂଶ ଜିନ ସେ
ଜନ୍ମ ଯାହାଙ୍କ ହୁଏ
ଚୈତ୍ର ମାସରେ
ଶୁକ୍ଳ ତ୍ରୟୋଦଶୀରେ
କୁନ୍ଦପୁର ରାଜ୍ୟରେ ।
୧୭୬)
ପିତା ସିଦ୍ଧାର୍ଥ
କୁନ୍ଦପୁର ରାଜନ
ମାତା ତାଙ୍କ ତ୍ରିଶଳା
କୁନ୍ଦପୁର ଯେ
ଏକ ସ୍ୱାଧୀନ ରାଜ୍ୟ
'ନୟା 'ଯେ ରାଜବଂଶ ।
୧୭୭)
ଲିଛବି ବଂଶ
ବୈଶାଳୀରେ ଶାସନ
ଚେତକ ଯେ ରାଜନ
ତାଙ୍କର ଭଗ୍ନୀ
ପ୍ରିୟଙ୍କା ରାଣୀ ସେ ଯେ
କୁନ୍ଦପୁରର ରାଣୀ ।
୧୭୮)
ରାଜା ସିଦ୍ଧାର୍ଥ
ରାଣୀ ତ୍ରିଶଳାଦେବୀ
ପ୍ରଭୁ ପାର୍ଶ୍ୱନାଥଙ୍କ
ଯେ ଅନୁଗାମୀ
ଜନ୍ମରୁ 'ବୀର 'ନାମେ
ମହାବୀର ଯେ ଖ୍ୟାତ ।
୧୭୯)
କୁନ୍ଦପୁର ଯେ
ବୀର ଜନ୍ମ ପରଠୁଁ
ଧନ ଧାନ୍ୟରେ ଭରା
ସମୃଦ୍ଧିଶାଳୀ
ସ୍ନେହରେ ପିତା ଦେଲେ
ବର୍ଦ୍ଧମାନ ନାମ ଯେ ।
୧୮୦)
ବର୍ଦ୍ଧମାନ ଯେ
ଯନ୍ତପୁତ୍ତ ନାମରେ
ପୁଣି ସେ ନଟପୁତ୍ତ
ବୌଦ୍ଧିକ ମତେ
ତୀକ୍ଷ୍ଣ ବୁଦ୍ଧି ସମ୍ପନ୍ନ
ଜନ୍ମରୁ ହୁଏ ପ୍ରାପ୍ତି ।
୧୮୧)
ଜନ୍ମରୁ ବୀର
ପ୍ରତ୍ୟକ୍ଷ ଜ୍ଞାନଦୀପ୍ତ
ପରମ୍ପରା ସମ୍ପନ୍ନ
ବୁଦ୍ଧିମତ୍ତାରେ
ଅଲୌକିକ ଶକ୍ତିର
ଅଧିକାରୀ ହୁଅନ୍ତି ।
~ ରମାକାନ୍ତ ସତପଥି
୧୮୨)
ବ୍ୟାଙ୍କ ଅଗଣା
ନଥାଏ ଭିକ ମଗା
ଖେଳି ବୁଲଇ ଟଙ୍କା
ମନ୍ଦିର ରାସ୍ତା
ଦାନ ଧର୍ମର ଚିନ୍ତା
ସହଜେ ମିଳେ ଭିକ୍ଷା ।
~ ରଞ୍ଜନ କୁମାର ଜେନା
୧୮୩)
ଦେଖିଲେ ପାଣି
ପିଲାର ମନ ଡିଏଁ
ଖେଳିବା ପାଇଁ ଧାଏଁ
ପାଣି ଜନନୀ
ଜୀବନ ସାଥେ ଯୋଡ଼ା
ନକରେ ହାତ ଛଡା ।
~ ରଞ୍ଜନ କୁମାର ଜେନା
୧୮୪)
ମହାପୁରାଣ
ଶ୍ରୀମଦ ଭାଗବତ
ଲେଖିଲେ ଜଗନ୍ନାଥ
ସଂସାର ହିତେ
ପରମ ମୂଲ୍ୟବାନ
ଗ୍ରନ୍ଥ କଲେ ସୃଜନ ।
~ ବାସନ୍ତୀ ଦେଈ ଖୋର୍ଦ୍ଧା
୧୮୫)
ପ୍ରକୃତି ଦତ୍ତ
ଜ୍ଞାନର ଅଧିକାରୀ
ବୁଦ୍ଧିମତ୍ତା, ନୈତିକ
ଧର୍ମୀୟ ଗୁରୁ
ଜନ୍ମରୁ ଯିଏ ସିଦ୍ଧ
ସର୍ବଗୁଣ ସମ୍ପନ୍ନ ।
୧୮୬)
ଶିକ୍ଷା ଲଭନ୍ତି
ରାଜକୁମାର ରୂପେ
ବୁଦ୍ଧି ପରିପ୍ରକାଶ
ତାଙ୍କ ବ୍ୟକ୍ତିତ୍ୱ
ପ୍ରସ୍ଫୁଟିତ ହୁଅଇ
କୁନ୍ଦପୁର ଶାସନେ ।
୧୮୭)
ଅସାଧାରଣ
ଜ୍ଞାନର ସମ୍ୱନ୍ଧରେ
ଶୁଣନ୍ତି ଋଷିଶ୍ରେଷ୍ଠ
ଋଷି ବିଜୟ
ସଞ୍ଜୟ ଋଷି ଇଛା
ଦର୍ଶନ ମହାବୀର ।
୧୮୮)
ଆଶ୍ଚର୍ଯ୍ୟlନ୍ୱିତ
ଋଷି ବୀର ଜ୍ଞାନରେ
ନାମ ଦେଲେ ସଂମତୀ
ନାହିଁ ପ୍ରାଚୁର୍ଯ୍ୟ ଲୋଭ
କ୍ଷମତାରେ ଆସକ୍ତି ।
୧୮୯)
ଜୀବଙ୍କ ପ୍ରତି
ସ୍ନେହ ଓ ଦୟା ଭାବ
ବସ୍ତୁ ପ୍ରତି ବିମୁଖ
ଆତ୍ମ ସଂଯମୀ
କୋମଳ ଭାବlପନ୍ନ
ମଙ୍ଗଳମୟ ପ୍ରଭୁ ।
~ ରମାକାନ୍ତ ସତପଥି
୧୯୦)
ଗୋଲାପ ଫୁଲ
ରଙ୍ଗତା ମନ କିଣେ
ଛପିଛି କଣ୍ଟା ବଣେ
ଦିଏ ବାରତା
ମିଳେନା କିଛି ଭଲ
ନହେଲେ କଲବଲ ।
~ ରଞ୍ଜନ କୁମାର ଜେନା
୧୯୧)
ସମୟ କ୍ରମେ
ଜୈନ ଧର୍ମ ହୁଅଇ
ଦୁଇ ଭାଗରେ ବଣ୍ଟା
ଶ୍ଵେତାମ୍ବର ଓ
ଦିଗାମ୍ବର ଐତିହ୍ୟ
ସାଧନା ଶୈଳୀ ଭିନ୍ନ ।
୧୯୨)
ଦିଗାମ୍ବରଙ୍କ
ମତ ଅନୁସାରେ ଯେ
ଜିନ ଅବିବାହିତ
ଶ୍ଵେତାମ୍ବରଙ୍କ
କଥନ ମତେ ସେ ଯେ
ଗୃହସ୍ଥି, ବିବାହିତ ।
୧୯୩)
ଯଶୋଦା ନାମ୍ନୀ
କଳିଙ୍ଗ ରାଜଜେମା
ସୁନ୍ଦରୀ ଅନୁପମା
ଗୃହିଣୀ ରୂପେ
ଜନ୍ମ ଦିଅନ୍ତି ଜେମା
ପ୍ରିୟଦର୍ଶନl ନାମେ ।
୧୯୪)
ପ୍ରିୟଦର୍ଶନl
ପରିଣତ ବୟସେ
ଜମାଳୀ ନାମେ ଶିଷ୍ୟ
ତାଙ୍କ ସହିତ
କରନ୍ତି ଯେ ବିବାହ
ଜୈନ ସେ ପ୍ରଚାରକ ।
୧୯୫)
ସନ୍ୟାସୀ ରୂପେ
ପିତାମାତାଙ୍କ ଅନ୍ତେ
ମହାବୀର କରନ୍ତି
ପ୍ରାୟଶ୍ଚିତ ଯେ
ସଂସାର ମଧ୍ୟେ ପାପ
ତାହାରି ନାଶ ପାଇଁ ।
୧୯୬)
ଶ୍ରୀ ମହାବୀର
ଧନ ସମ୍ପଦ ତ୍ୟାଗ
ସୁଖ ସମୃଦ୍ଧି ଛାଡି
ବନେ ଗମନ୍ତି
କୁଛ୍ର ସାଧନା ହୁଏ
ଆରମ୍ଭ ବିଶ୍ୱ ପାଇଁ ।
୧୯୭)
ରିଜୁ ପାଳିକା
ମଧୁବନ ନିକଟେ
ଜାମ୍ବିକା ଗ୍ରାମ ପାର୍ଶ୍ୱ
ବାର ବର୍ଷ ଯେ
'ଶୁକ୍ଳ ଧ୍ୟାନ 'ରେ ମଗ୍ନ
ଶାଳ ବୃକ୍ଷର ତଳେ ।
୧୯୮)
ଜୟ କରନ୍ତି
କ୍ଷତିକାରକ କର୍ମ
ପ୍ରମୁଖ ଚାରିଗୋଟି
ସାଧନା ବଳେ
ଆତ୍ମ ନିଗ୍ରହ ମଧ୍ୟେ
ତମ କରନ୍ତି ନାଶ ।
୧୯୯)
ମୋହନୀୟ ସେ
ଦର୍ଶନ ବରଣୀୟ
ଜ୍ଞାନ ବରଣୀୟ ଓ
ଅନ୍ତରାୟ ଯେ
ଚାରି ପ୍ରମୁଖ କର୍ମ
ନର ପାଇଁ ଵିଧ୍ଵଂସୀ ।
୨୦୦)
"କେବଳ ଜ୍ଞାନ "
ମହାବୀର ଲଭନ୍ତି
ବୈଶାଖ ଶୁକ୍ଳ ପକ୍ଷ
ଦଶମୀ ତିଥି
ସର୍ବୋଚ୍ଚ ଜ୍ଞାନ ବଳ
ଅନ୍ତର୍ଦ୍ରୁଷ୍ଟି ସମ୍ପନ୍ନ ।
୨୦୧)
ସମଦର୍ଶୀ ଯେ
ମହାବୀର ଜିନ ସେ
ଦେବ, ମାନବ, ନର୍କ
ପାର୍ଥିବ ଜ୍ଞାନ
ଜ୍ଞାନlଲୋକେ ଦିଅନ୍ତି
ଜନେ ମୁକ୍ତିର ମାର୍ଗ ।
୨୦୨)
କାର୍ତିକ ମାସ
ଅମାବାସ୍ୟା ତିଥିରେ
ନିର୍ବାଣ ଲଭନ୍ତି ସେ
ପୁନର୍ଜନ୍ମରୁ
ଜନ୍ମ, ମୃତ୍ୟୁର ଜୟ
ଅକାଳ ବାର୍ଦ୍ଧକ୍ୟରୁ ।
୨୦୩)
କାଶୀ ନରେଶ
କୋଶଳ ଓ ବୈଶାଳୀ
ଅନୁଷ୍ଠାନିକ ଭାବେ
ସିଦ୍ଧି ଦିବସ
ଦୀପାବଳୀ ରୂପରେ
ପାଳନ କରନ୍ତି ଯେ ।
୨୦୪)
ତାଙ୍କରି ବାଣୀ
ଧାର୍ମିକ ଉପଦେଶ
ଅର୍ଦ୍ଧ ମାଗଧୀ ଆଉ
ଲୋକ ଭାଷାରେ
ଶିଷ୍ୟ ଯେ ପ୍ରକାଶନ୍ତି
ଦ୍ୱାଦଶାଂଗ ଗ୍ରନ୍ଥରେ ।
୨୦୫)
ଜୈନ ଦର୍ଶନ
ମୂଲ୍ୟବୋଧ ଭିତ୍ତିକ
ମାନବ ଜୀବନରେ
ନିଶ୍ଚିତ ଲକ୍ଷ
ଦୟା, ପ୍ରେମ ବଳରେ
ଲକ୍ଷ ହୁଏ ପୂରଣ ।
୨୦୬)
ଗଣଧାର ଯେ
ବେଦବିଦ ବିଦ୍ୱାନ
ମହାବୀରଙ୍କ ବାଣୀ
ବ୍ୟାଖ୍ୟା କରନ୍ତି
ଇନ୍ଦ୍ରଭୁତି ଯେ ଶିଷ୍ୟ
ଜ୍ଞାନ କରନ୍ତି ପ୍ରାପ୍ତି ।
୨୦୭)
ବେଦ ବିଦ୍ୱାନ
ଇନ୍ଦ୍ରଭୁତିଙ୍କ ଭ୍ରାତା
ଅଗ୍ନିଭୁତି ପଣ୍ଡିତ
ବାୟୁଭୁତି ଯେ
ମହାବୀରଙ୍କ ଶିଷ୍ୟ
କରନ୍ତି ଯୋଗଦାନ ।
୨୦୮)
ଜିନଙ୍କ ବାଣୀ
ଆକୃଷ୍ଟ ଜ୍ଞାନୀ ଗଣ
ବ୍ୟକ୍ତ, ଅଚlଳଭ୍ରାତ
ସୁଧର୍ମା, ମୌର୍ୟପୁତ୍ର
ମlଣ୍ଡିକl ବିଜ୍ଞ
ଅକମ୍ପିତ, ପ୍ରଭାସ
ଆଦି ଗଣଧାର ଯେ ।
୨୦୯)
ଜୈନ ଧର୍ମରେ
ଗଣଧାର ମଧ୍ୟରୁ
ଇନ୍ଦ୍ରଭୁତି ଗୌତମ
ବିଶେଷ ଜ୍ଞାନୀ
ମହାବୀରଙ୍କ ବାଣୀ
ସୂତ୍ରରେ ପ୍ରକାଶନ୍ତି ।
~ ରମାକାନ୍ତ ସତପଥି
୨୧୦)
କୁଆଁରୀ କନ୍ୟା
ଖଇ ଆଞ୍ଜୁଳା ଟେକେ
କୁମାର ପୂର୍ଣ୍ଣିମା ରେ
ଆଶିଷ ମାଗେ
କୁମାର କାର୍ତ୍ତିକେୟ
ବର ପ୍ରାପତେ ଲୟ ।
୨୧୧)
ମା' ଗଜଲକ୍ଷ୍ମୀ
ଆଶ୍ଵିନ ପୂର୍ଣ୍ଣିମାରେ
ଧରାପୃଷ୍ଠେ ପୂଜନ
କରୁଣା ବାରି
ଧନ କଳସ ଧରି
ଦେବେ ଆଶିଷ ଭରି ।
~ ବାସନ୍ତୀ ଦେଈ
୨୧୨)
ଜୀବଦ୍ଦସାରେ
ଜିନ ବିଚାରୁ ଭିନ୍ନ
ମାଙ୍ଖାଳି ଗୋଶାଳକ
ଜlମାଳୀ ସାଧୁ
ବିଛିନ୍ନ ଭାବlପନ୍ନ
ଜୈନ ଧର୍ମର ଅଂଶ ।
୨୧୩)
ଆଜୀବିକା ଯେ
ଗୋଶାଳକ ଐତିହ୍ୟ
ବହୁରତ ଜlମାଳୀ
ଜୈନ ଧର୍ମର
ନୂତନ ବିଭାଜନ
ନବଧାରାରେ ଗତି ।
୨୧୪)
ଜୈନ ଧର୍ମର
ବିକାଶେ ଇନ୍ଦ୍ରଭୁତି
ସୁଧର୍ମା ଶିଷ୍ୟଙ୍କର
ଯୋଗଦାନ ଯେ
ପ୍ରଚାରିତ ହୁଅଇ
ସାରା ଭlରତ ବର୍ଷେ ।
୨୧୫)
ସୁଧର୍ମା ଶିଷ୍ୟ
ଜମ୍ବୁସ୍ୱାମୀ ନିଜର
ଗୁରୁ ଅନୁସରଣ
କରି ନିର୍ବାଣ
ପ୍ରାପ୍ତ ହୁଅନ୍ତି ସେ ଯେ
ଜୈନ ଧର୍ମର ମୁଖ୍ୟ ।
୨୧୬)
ଷୋଡଶ ପୀଢ଼ି
ଭଦ୍ରବାହୁ ମୁନି ଯେ
ସ୍ଥୁଳଭଦ୍ର ତତ୍ସଂଗେ
ଶ୍ରୁତକେବେଳୀନ୍
ବହୁ ଭାଷାରେ
କରନ୍ତି ପ୍ରକାଶନ
ଜୈନ ଧର୍ମର ବାଣୀ ।
୨୧୭)
ମହାବୀର ଯେ
ଜୀବଦ୍ଦଶା ମଧ୍ୟରେ
ନଗ୍ନ ଉପାସନାର
ମାର୍ଗ ନିଅନ୍ତି
ବସ୍ତ୍ର ଆବଶ୍ୟକତା
ନାହିଁ ପରମ୍ପରାରେ ।
୨୧୮)
କୁଛ୍ର ସାଧନା
ନିର୍ବସ୍ତ୍ର ମୁନିଗଣ
କଠୋର ନୀତି ମଧ୍ୟେ
ସାଧନା ଚାଲେ
ଜମ୍ବୁସ୍ୱାମୀଙ୍କ କାଳେ
ନୀତି ହୁଏ କୋହଳ ।
୨୧୯)
ସନ୍ୟାସୀ ଗଣ
ଶ୍ଵେତ ବସ୍ତ୍ର ପିନ୍ଧନ୍ତି
ଜନ ଆଦୃତି ପାଇଁ
ଶ୍ଵେତାମ୍ବର ସେ
ସ୍ବର୍ଣ୍ଣ, ହୀରକ ଯୁକ୍ତ
ରେଶମ ବ୍ୟବହାର ।
୨୨୦)
ସେ ସମ୍ପ୍ରଦାୟ
ନଗ୍ନ ଯା 'ର ଶରୀର
ମୟୁର ପୁଚ୍ଛ ହସ୍ତେ
ସାଧନା କାଳେ
କୀଟ କରନ୍ତି ଦୂର
ମୟୁର ପୁଚ୍ଛ ବଳେ ।
୨୨୧)
କମଣ୍ଡଳୁ ଯେ
ଉଭୟ ସମ୍ପ୍ରଦାୟ
ବ୍ୟବହାର କରନ୍ତି
ଶୌଚ ନିମନ୍ତେ
କାଷ୍ଠରେ ଯା 'ନିର୍ମିତ
ଜଳ ରଖନ୍ତି ତହିଁ ।
୨୨୨)
ଦିଗାମ୍ବର ଯେ
ଦିନରେ ଥରେ ମାତ୍ର
ଜଳ, ଆହାର ସ୍ପର୍ଶ
ଆଞ୍ଜୁଳେ ଜଳ
ଦୁଇ ପାପୁଲି ମଧ୍ୟେ
ଧରେ ଯେତେ ଭୋଜନ ।
~ ରମାକାନ୍ତ ସତପଥି
୨୨୩)
କାକରସ୍ନାତ
ରୂପାର ତାରକସି
ସୁନାର ଜରି
କୁହୁଡ଼ିର ମୁକୁଟ
ପିନ୍ଧି ସାରିଛି ଧରା ।
~ ରାଜେଶ କୁମାର ମୁଣ୍ଡ
୨୨୪)
ଆଦ୍ୟ କାର୍ତ୍ତିକ
ବୃନ୍ଦାବତୀ ମୂଳରେ
ବ୍ରତ ଧାରିଣୀ ପୂଜେ
କରେ ସଙ୍କଳ୍ପ
ରାଇ ଓ ଦାମୋଦର
ସେବାରେ ମତି ସ୍ଥିର ।
~ ବାସନ୍ତୀ ଦେଈ, ଖୋର୍ଦ୍ଧା
୨୨୫)
ଦିଗାମ୍ବର ଯେ
ତିନି ଭାଗେ ବିଭକ୍ତ
ତେରପନ୍ଥୀ ପ୍ରଥମ
ଦ୍ଵିତୀୟ ବିଶପନ୍ଥୀ
ତୃତୀୟ ଭାଗ
ତାରଣ ପନ୍ଥୀ ଭାବେ
ଜଗତରେ ବିଦିତ ।
୨୨୬)
ଜୈନ ମଠରେ
ମୁଖ୍ୟ ଯେ ଭଟ୍ଟାରକ
ସମ୍ପତ୍ତିର ରକ୍ଷକ
ପରିଚାଳନା
ସବୁ ତାଙ୍କରି ହାତେ
ସନ୍ୟାସୀଙ୍କ ଦାୟିତ୍ୱ ।
୨୨୭)
ସପ୍ତଦଶ ଶତାବ୍ଦୀ
ବନାରସୀ ଦାସ ଯେ
ଆଗ୍ରା ମୂଳ ବାସିନ୍ଦା
ବିରୁଦ୍ଧଭବ
ଭଟ୍ଟାରକ ବିରୋଧୀ
ତେରପନ୍ଥୀଙ୍କ ସୃଷ୍ଟି ।
୨୨୮)
ତେରପନ୍ଥୀ ଯେ
ମୂର୍ତ୍ତିପୂଜା ବିରୋଧୀ
ଫୁଲ, ଗେରୁଆ ବସ୍ତ୍ର
ସାମ୍ପ୍ରଦାୟଟି
ସର୍ବ ଭlରତ ସ୍ତରେ
ବିସ୍ତାର ଯେ କରନ୍ତି ।
୨୨୯)
ବିଶପନ୍ଥୀ ଯେ
ଭଟ୍ଟାରକ ସପକ୍ଷ
ପ୍ରଥlନୁରୂପ ରୀତି
ପୂଜା ପଦ୍ଧତି
ନଗ୍ନଦେବଙ୍କ ପୂଜା
ଫୁଲ, ଫଳରେ ଭୋଗ ।
୨୩୦)
ତାରଣ ପନ୍ଥୀ
ତାରଣ ସ୍ୱାମୀ ମୂଳ
ଗ୍ୱା୍ଲିୟର ରାଜ୍ୟରେ
ମୂର୍ତ୍ତି ବିରୋଧୀ
ଦିଗାମ୍ବର ପୁସ୍ତକ
ସେ ଯେ ପୂଜା କରନ୍ତି ।
୨୩୧)
ଶ୍ଵେତାମ୍ବର ଯେ
ତିନି ସମ୍ପ୍ରଦାୟ
ଏକ ମୂର୍ତ୍ତି ପୂଜକ
ସ୍ଥାନକଭାସି
ଦ୍ଵିତୀୟ ସମ୍ପ୍ରଦାୟ
ତୃତୀୟ ତେର ପନ୍ଥୀ ।
୨୩୨)
ମୂର୍ତ୍ତି ପୂଜକ
ଶ୍ୱେତ ବସ୍ତ୍ର ପିନ୍ଧନ୍ତି
ଅଳଙ୍କାର ଧାରଣ
ପୂଜା ନୀତିରେ
ଧୂପର ବ୍ୟବହାର
ଗାୟନ ଶୈଳୀ ସହ ।
୨୩୩)
ମୂର୍ତ୍ତି ପୂଜକ
ଗାନ ଶୈଳୀରେ ପଟୁ
ତାରା, ନକ୍ଷତ୍ର ଗତି
ସେ ତପ ଗଚ୍ଛ
ଉପକେଶ ଗଚ୍ଛ
ଖରତାରା ଶ୍ରେଣୀୟ ।
୨୩୪)
ସ୍ଥାନକ ଭାସି
ପ୍ରତିଷ୍ଠିତ ହୁଏ ଯେ
ଲୋମକ ଶାହା ଦ୍ୱାରା
ଓସ୍ୱାଳ ବଂଶୀ
ଅରାହତୱାଡାରେ
ଶିରୋହୀ ରାଜ୍ୟ ମଧ୍ୟେ ।
୨୩୫)
ଲୋମକ ଶାହା
ଜ୍ଞାନର୍ସି ମୁନି ପାଶେ
ଧର୍ମଗ୍ରନ୍ଥ ଲେଖନ୍ତି
ସୁଧାର ଆସେ
ଜୈନ ଧର୍ମ ନୀତିରେ
ପ୍ରାର୍ଥନା ସଭା ସ୍ଥଳେ ।
୨୩୬)
ସ୍ଥାନକ ଭାସି
ମୂର୍ତ୍ତି ପୂଜା ବିରୋଧୀ
ମୁଖରେ ଧଳା ପଟି
ସତ୍ୟବିଜୟ
ତାଙ୍କରି ଉପଦେଶେ
ବସ୍ତ୍ର ହୁଏ ହଳଦୀ ।
୨୩୭)
ତେର ପନ୍ଥୀ ଯେ
ମିୱାରେ ପ୍ରତିଷ୍ଠିତ
ଆଚାର୍ଯ୍ୟ ଭିକ୍ଷୁ ଦ୍ୱାରା
ସଂଘ ଜୀବନ
ଦୈନନ୍ଦିନ ଜୀବନେ
ଗୁରୁ ଆଦେଶ ଧ୍ୟାନ ।
୨୩୮)
ଜୈନ ଧର୍ମ ଯେ
ଏହିପରି ଭାବରେ
ଭିନ୍ନ ସମ୍ପ୍ରଦାୟରେ
ଭାଗ ହୁଅଇ
ବସ୍ତ୍ର ଯେ ଭିନ୍ନ ଭିନ୍ନ
ରୀତି ନୀତିରେ ଭିନ୍ନ ।
~ ରମାକାନ୍ତ ସତପଥି
୨୩୯)
ବାସ୍ତବିକତା
ଜୈନ ଧର୍ମ ମତରେ
ପୁଦ୍ଗଳ, ଦ୍ରବ୍ୟ ଗୁଣରେ
ଅନୁଭବରୁ
ଷଡ଼ ଦ୍ରବ୍ୟ ଯେ ସ୍ଥିତ
ବିଶ୍ୱରେ 'ଲୋକ ' ନାମେ ।
୨୪୦)
ଦ୍ରବ୍ୟ ଶାଶ୍ୱତ
ପରିବର୍ତ୍ତିତ ଯା 'ର
ଗୁଣ, ଆକୃତି, ଭାବ
ସମୟକ୍ରମେ
ସୃଷ୍ଟି, ସ୍ଥିତି, ଲୟ
ତ୍ରିଗୁଣର ଆଧାର ।
୨୪୧)
ବସ୍ତୁ ପ୍ରକୃତି
ପ୍ରାକୃତିକ ଭାବରେ
ଆଧାର ଯା 'ବାସ୍ତବ
ନୁହେଁ ଶାଶ୍ୱତ
ଜୀବ, ଅଜୀବ ଦ୍ବୟ
ଭୌତିକ ଅଭୌତିକ ।
୨୪୨)
ଦ୍ରବ୍ୟ ଗୁଣ ଯେ
ନାହିଁ ଯାହାର ସୃଷ୍ଟି
ନାହିଁ ବିଳୟ ତାର
ତ୍ରିଗୁଣ ରୂପ
ପରିବର୍ତ୍ତିତ ହୁଏ
ସୃଷ୍ଟିର ଯାହା ନିୟମ ।
୨୪୩)
ବିଶେଷ ଗୁଣ
ଦ୍ରବ୍ୟ ଅନ୍ତର୍ନିହିତ
ରୂପାନ୍ତରଣ ଶକ୍ତି
ତିନି ଗୁଣ ଯେ
ବିଛିନ୍ନ ହୁଏ ନାହିଁ
ସମୟ କ୍ରମେ ଯାହା ।
୨୪୪)
ପ୍ରକୃତି କୋଳେ
ଷଡ଼ ଦ୍ରବ୍ୟ ରହଇ
ଧର୍ମସ୍ତିକାୟ ଯାହା
ଧର୍ମର ବଳେ
ଜୀବର ଗତି ପ୍ରାପ୍ତି
ପୁଦ୍ଗଳ ଦିଏ ଶକ୍ତି ।
୨୪୫)
ଦ୍ଵିତୀୟ ଦ୍ରବ୍ୟ
ଅଧର୍ମସ୍ତିକାୟ ଯେ
ଜୀବ, ପୁଦ୍ଗଳ ଦ୍ବୟ
ଯାହାବଳରେ
ସ୍ଥିରତା ହୁଏ ପ୍ରାପ୍ତି
ଅଧର୍ମ ଯହିଁ ବୃଦ୍ଧି ।
୨୪୬)
ତୃତୀୟ ଦ୍ରବ୍ୟ
ଆକାଶସ୍ତିକାୟ ଯେ
ପଞ୍ଚ ଦ୍ରବ୍ୟ ଯହିଁରେ
ପାଆନ୍ତି ସ୍ଥାନ
ପୁଦ୍ଗଳସ୍ତିକାୟ ଯେ
ବସ୍ତୁରେ ଦିଅଇ ଶକ୍ତି ।
୨୪୭)
ଜୀବସ୍ତିକlୟ
ବସ୍ତୁ, ଶକ୍ତି ମିଶ୍ରଣ
ଭିନ୍ନ ଆକାର ଯାର
ଜୀବନକାଳେ
ସମୟ ଗତି ଚକ୍ର
ଷଡ଼ ଦ୍ରବ୍ୟ ଏକତ୍ରେ ।
୨୪୮)
ଅସ୍ତିକାୟ ଯେ
ଏକ ଯୌଗିକ ବସ୍ତୁ
'ଅସ୍ତି ','କାୟ 'ମିଶ୍ରଣେ
ବାସ୍ତବିକତା
ସ୍ଥୁଳ ଶରୀର ସ୍ଥିତି
ସଂଖ୍ୟାଧିକ ଜୀବ ଯେ ।
୨୪୯)
ଜୀବର ସ୍ଥିତି
ପ୍ରଦେଶ ସ୍ଥାନ ମଧ୍ୟେ
ନୁହେଁ ଯେ ଅସ୍ତିକାୟ
କାଳର ସ୍ଥିତି
ସମସ୍ତ ଦ୍ରବ୍ୟଗୁଣ
ଶାଶ୍ୱତ ଅବସ୍ଥାନ ।
୨୫୦)
ବସ୍ତୁର ସ୍ଥିତି
ନୁହଁଇ ସମ୍ଭବ ଯେ
ଗୁଣ ସଂଯୁକ୍ତି ବିନା
କାର୍ଯ୍ୟର ଶୈଳୀ
ହୁଏ ଅର୍ଥ ପର୍ଯ୍ୟାୟ
ଵା ବ୍ୟଞ୍ଜନ ପର୍ଯ୍ୟାୟ ।
୨୫୧)
ଅର୍ଥ ପର୍ଯ୍ୟାୟ
ଅନ୍ତର୍ନିହିତ ଗୁଣ
ବ୍ୟଞ୍ଜନ ପର୍ଯ୍ୟାୟ ଯେ
ବାହ୍ୟ କାରକ
ଅନ୍ତଃକାରକ ସୂକ୍ଷ୍ମ
ବାହ୍ୟ ପ୍ରଭାବ ହୀନ ।
୨୫୨)
ବାହ୍ୟ କାରକ
ବ୍ୟଞ୍ଜନ ପର୍ଯ୍ୟାୟ ଯେ
କ୍ଷଣିକ ଯା 'ର ସ୍ଥିତି
ଜୀବ ପୁଦ୍ଗଳ
ଉଭୟ ପର୍ଯ୍ୟାୟରେ
ଯାହାଙ୍କ ହୁଏ ଗତି ।
୨୫୩)
ମଣିଷ ମାତ୍ର
ବ୍ୟଞ୍ଜନ ପର୍ଯ୍ୟାୟ ଯେ
ନିର୍ଦ୍ଧିଷ୍ଟ କାଳେ ଗତି
ଅର୍ଥ ପର୍ଯ୍ୟାୟ
ପ୍ରତିକ୍ଷଣରେ ଯା 'ର
ହୁଏ ପରିବର୍ତ୍ତନ ।
~ ରମାକାନ୍ତ ସତପଥି
୨୫୪)
ଖୁସୀର ଦିନ
ଆସିଛି ଯେତେବେଳେ
କାହାକୁ କହିବା କି
ଆମ ଖୁସିରେ
ସାମିଲ ହେବେ ? ଥାଉ
ବରଂ ଈର୍ଷା କରିବେ ।
୨୫୫)
ପ୍ରଳୟ ଆସେ
ହୃଦୟ ଭିତରରେ
ତୋ ଅନୁପସ୍ଥିତିରେ
ଲାଗେ ଯେମିତି
ଦୋହଲି ଯାଇପାରେ
ଦୁର୍ବଳ ମୂଳଦୁଆ ।
~ ରାଜେଶ କୁମାର ମୁଣ୍ଡ
୨୫୬)
ଜୀବ ଚେତନା
ଅନ୍ତଃକାରକ ସୂକ୍ଷ୍ମ
ଜୀବ ଶରୀର ମାତ୍ର
ବାହ୍ୟ କାରକ
ଅଣୁର ବିଛିନ୍ନତା
ଏକତା କାଳେ ଗତି ।
୨୫୭)
ଧର୍ମସ୍ତିକାୟ
ଚଲତ୍ ବସ୍ତୁର ଗତି
ସତ୍ତା କରଇ ସ୍ଥିର
'ଲୋକ 'ମଧ୍ୟରେ
ଧର୍ମ ଯିଏ ଶାଶ୍ୱତ
ଇନ୍ଦ୍ରିୟ ଠୁଁ ଯେ ଭିନ୍ନ ।
୨୫୮)
ଜୀବ ର ଗତି
ଲୋକରେ କରେ ସ୍ଥିର
ଧର୍ମ ତହିଁରେ ମୂଳ
ଧର୍ମ ହୀନତା
ଜୀବ, ପୁଦ୍ଗଳ ମଧ୍ୟେ
ଆଣଇ ନିଷ୍କ୍ରିୟତା ।
୨୫୯)
ଜୀବ, ପୁଦ୍ଗଳ
ଅଧର୍ମସ୍ତିକାୟରେ
କର୍ମରୁ ହୁଏ ନିରତ
ଲୋକ ମଧ୍ୟରେ
ଅଧର୍ମ ସ୍ଥାନ ପାଏ
ବିପରୀତ ଯା 'ଗତି ।
୨୬୦)
ଜୀବ, ପୁଦ୍ଗଳ
ଅଧର୍ମ ପ୍ରଭାବରେ
ଶରୀର ହୁଏ ସ୍ଥିର
ଏକାଗ୍ରତା ଯେ
ବିନିଷ୍ଟ ହୁଏ ଯାର
ସାଜେ ନୀରବ ଦ୍ରଷ୍ଟା ।
୨୬୧)
ଧର୍ମ, ଅଧର୍ମ
ସ୍ଥିର କରନ୍ତି ଗତି
ଜୀବ, ପୁଦ୍ଗଳ ଙ୍କର
ଧର୍ମ ପ୍ରଭାବେ
ଗତି ନିର୍ଦ୍ଧିଷ୍ଟ ଦିଗେ
ଅଧର୍ମେ ଯେ ନିଷ୍କ୍ରିୟ ।
୨୬୨)
ଆକାଶ ସ୍ଥିତି
ମହାଜାଗତିକ ଯେ
ଲୋକlକାଶରେ ସ୍ଥିତ
ଆଲୋକlକାଶ
ବାହ୍ୟ ମହାଜାଗତିକ
ଏପରି ତାର ଭାଗ ।
୨୬୩)
ଧର୍ମ, ଅଧର୍ମ
ଲୋକ ମଧ୍ୟରେ ସ୍ଥିତି
ଜୀବ, ପୁଦ୍ଗଳ ଗତି
'ଲୋକ 'ର ମଧ୍ୟେ
ନୁହେଁ ଆଲୋକlକାଶ
ମହାଜାଗତିକ ଯେ ।
୨୬୪)
ବିମୁକ୍ତ ଆତ୍ମl
ଯିଏ ଶକ୍ତି ସମ୍ପନ୍ନ
ଅସୀମ ଯା 'ର ଗତି
ସୀମିତ ସେ ଯେ
ଲୋକlକାଶ ମଧ୍ୟରେ
ଧର୍ମ, ଅଧର୍ମ ଭୋଗ ।
~ ରମାକାନ୍ତ ସତପଥି
୨୬୫)
ଆକାଶସ୍ତିକାୟ ଯେ
ଧାରଣ କରେ ଦ୍ରବ୍ୟ
ସ୍ଥିର ଓ ଗତିଶୀଳ
'ଲୋକ 'ନିର୍ଦ୍ଧିଷ୍ଟ
ଆକାଶର ଯେ ଅଂଶ
ଲୋକ ମଧ୍ୟରେ ଦ୍ରବ୍ୟ ।
୨୬୬)
ଆଲୋକ ମଧ୍ୟେ
'ଲୋକ 'ଯହିଁ ବେଷ୍ଟିତ
ସ୍ଥିର, ଚଳନ ଶୀଳ
ଏପରି ଭାବେ
ଆକାଶସ୍ତିକାୟ ଯେ
ଭାଗ ଲୋକ, ଆଲୋକ ।
୨୬୭)
'ଲୋକ 'ମଧ୍ୟରେ
ପୁଦ୍ଗଳ ସ୍ତିକାୟ ଓ
ଜୀବ ଦ୍ରବ୍ୟ ଗୁଣରେ
ଧର୍ମ, ଅଧର୍ମ
ଆକାଶ ଆଉ କାଳ
କରନ୍ତି ସହଯୋଗ ।
୨୬୮)
ପୁଦ୍ଗଳ ଦ୍ରବ୍ୟ
ଇନ୍ଦ୍ରିୟ ଅନୁଭବ
ପୁଦ୍ଗଳ ପରମାଣୁ
ଯିଏ ଶାଶ୍ୱତ
ମୌଳିକ ପରମାଣୁ
ଅନୁଭବ ଠୁଁ ଦୂର ।
୨୬୯)
ପୁଦ୍ଗଳ ଦ୍ରବ୍ୟ
ଦୁଇ ଭାଗରେ ବଣ୍ଟା
ପରମାଣୁ ଓ ସ୍କନ୍ଧ
ସ୍କନ୍ଧ ଯୌଗିକ
ଭିନ୍ନ ପରମାଣୁର
ସମ୍ମିଶ୍ରଣେ ଗଠିତ ।
୨୭୦)
ସ୍କନ୍ଧ ଦ୍ରବ୍ୟ ଯେ
ଚତୁଃସ୍ପର୍ଶୀ ସେ ଅବା
ଅଷ୍ଟ ସ୍ପର୍ଶୀ ରୂପରେ
ଚତୁଃସ୍ପର୍ଶୀରେ
ତାପ, ଶୀତଳ ସ୍ପର୍ଶ
ଅବା ସୁକ୍ଷ୍ମ, କର୍କଶ ।
୨୭୧)
ଅଷ୍ଟ ସ୍ପର୍ଶୀରେ
ପ୍ରଥମ ଚାରି ଗୋଟି
ସ୍ପର୍ଶ ଯେ ସମ୍ମିଶ୍ରିତ
ତାହା ସହିତ
ଗୁରୁ, ହାଲକାପଣ
କୋମଳ ଓ କଠିନ ।
୨୭୨)
ଜୀବ ଶରୀର
ଯାହା ଅବର୍ଣ୍ଣନୀୟ
କର୍ମ, ତେଜ ଜଡିତ
ଧର୍ମ, ଅଧର୍ମ
ସବୁରି ମୂଳେ ଯାହା
କର୍ମ ଅଧାରେ ଗତି ।
୨୭୩)
'କାଳ 'ଯେ ଦୃଢ଼
ପରିବର୍ତ୍ତନ ମୂଳ
ଦ୍ରବ୍ୟ ରୂପ ଯାହାର
ସ୍ଥିର କରଇ
ଅବଧି, ନୂତନତ୍ତ୍ୱ
ଗତି, ପରିବର୍ତ୍ତନ ।
୨୭୪)
କାଳର ଗତି
ପୁରାତନ, ନୂତନ
ପୂର୍ବବର୍ତ୍ତୀ ଓ ପରେ
ପରିବର୍ତ୍ତନ
ନୁହଁଇ ସମ୍ଭବ ଯେ
ଯାହାର ଗତି ବିନା ।
୨୭୫)
ଗତି ସୂଚାଏ
ମହାକାଶ ମଧ୍ୟରେ
ବସ୍ତୁର ବିବର୍ତ୍ତନ
ନିର୍ଦ୍ଧିଷ୍ଟ କାଳ
ନୁହେଁ ସେ ଅସ୍ତିକାୟ
ବର୍ତମାନ ପ୍ରକ୍ରିୟା ।
୨୭୬)
ପ୍ରକୃତ କାଳ
ନିର୍ଭରଶୀଳ କାଳ
ଦୁଇ ଶ୍ରେଣୀରେ ଭାଗ
ପ୍ରଥମ ଯାହା
ପରିବର୍ତ୍ତନ କରେ
ଅନ୍ୟ ଯେ କରେ ମାପ ।
୨୭୭)
ଜୈନ ଧର୍ମରେ
ଘଡି, ମୁହୂର୍ତ୍ତ, ମାସ
ବର୍ଷ ଯେ କାଳ ମାପ
ଚନ୍ଦ୍ରର ଗତି
ସୂର୍ଯ୍ୟର ଗତି ବଳେ
କାଳ ହୁଅଇ ସ୍ଥିର ।
~ ରମାକାନ୍ତ ସତପଥି
୨୭୮)
ସହଜ ନୁହେଁ
ମାପିବାକୁ ଦୂରତା
ଆକାଶ ଓ ମାଟିର,
ଜହ୍ନ, କଇଁର
ଆଉ ତୋର ଓ ମୋର
ନିବିଡ଼ ସମ୍ପର୍କକୁ ।
~ ରାଜେଶ କୁମାର ମୁଣ୍ଡ
୨୭୯)
ଆଦ୍ୟ କାର୍ତ୍ତିକ
ଵୃନ୍ଦାବତୀ ମୂଳରେ
ବ୍ରତ ଧାରିଣୀ ପୂଜେ
କରେ ସଙ୍କଳ୍ପ
ରାଇ ଓ ଦାମୋଦର
ସେବାରେ ମତି ସ୍ଥିର ।
୨୮୦)
ଆକାଶ ଦୀପ
ଵୃନ୍ଦାବତୀ ଉପରେ
ଆଲୋକ ଦପ ଦପ
ମହା କାର୍ତ୍ତିକ
ଦୀପାବଳି ରାତ୍ରୀରେ
ତୁଷ୍ଟ ମହାପୁରୁଷ ।
~ ବାସନ୍ତୀ ଦେଈ ଖୋର୍ଦ୍ଧା
୨୮୧)
ଜୈନ ମତରେ
ବ୍ରହ୍ମାଣ୍ଡ ଯେ ଗଠିତ
ଜୀବ ଅଜୀବ ଦ୍ବୟ
ଜୀବ ଯେ ଆତ୍ମl
ଉଭୟ ଦ୍ରବ୍ୟ ରୂପରେ
କରନ୍ତି ଅବସ୍ଥାନ ।
୨୮୨)
ଜୀବ ଅଜୀବ
ବିଶ୍ୱେ ଚୀର ଶାଶ୍ୱତ
ସ୍ୱୟଂ ସୃଷ୍ଟି ଯାହାର
ସହାବସ୍ଥାନ
ନିର୍ବାଣ ବିନା ଜୀବ
ପୁନଃ ହୁଅଇ ଜନ୍ମ ।
୨୮୩)
ସର୍ବ ଦର୍ଶନେ
ଜୀବନର ଯେ ଲକ୍ଷ୍ୟ
ଅନ୍ତର୍ନିହିତ ଗୁଣ
ପରିପ୍ରକାଶ
ସ୍ୱୟଂ କିମ୍ବା ଯେ ଆତ୍ମା
ସର୍ବ ଧର୍ମର ମୂଳ ।
୨୮୪)
ଆତ୍ମା ସ୍ୱରୂପ
ସେ ଯେ ନୁହଁ ଶରୀର
ଜୀବ ମଧ୍ୟେ ଇନ୍ଦ୍ରିୟ
ଶାଶ୍ୱତ ଯିଏ
ପାପ ସ୍ପର୍ଶରୁ ଦୂର
କର୍ମରୁ ପୁନର୍ଜନ୍ମ ।
୨୮୫)
ଜୈନ ଦର୍ଶନେ
ଜୀବର ସତ୍ତା ସ୍ଥିର
ବ୍ୟବହାର 'ନୟ 'ରେ
ନିଶ୍ଚୟ 'ନୟ '
ବସ୍ତାବବାଦୀ ଯାହା
ନିର୍ଭୁଲ ଓ ସଂକ୍ଷିପ୍ତ ।
୨୮୬)
ଜୀବ ଶରୀର
ନୁହଁଇ ଯିଏ ଆତ୍ମା
ସର୍ବ ଦୁଃଖ କାରଣ
ଜୀବର ସ୍ଥିତି
ଅଜୀବ ସହ ରହେ
ଚେତନା ହିଁ ଜୀବନ ।
୨୮୭)
ଚାରି ପ୍ରାଣରେ
ଜୀବର ଯେ ସୃଜନ
ବଳ, ଇନ୍ଦ୍ରିୟ, ଆୟୁ
ଅଣ -ପ୍ରାଣରେ
ପ୍ରାଣ ବଳରେ ଜୀବ
ଜୀବନ୍ତ, ଶକ୍ତିଯୁକ୍ତ ।
୨୮୮)
ଜୀବ ଇନ୍ଦ୍ରିୟ
ପ୍ରାଣ ପ୍ରାଚୁର୍ଯ୍ୟ ଭରା
ଦୃଶ୍ୟମାନ, ଶ୍ରବଣେ
ସ୍ପର୍ଶ ବଳରେ
ସ୍ୱାଦର ଅନୁଭବ
ଆଘ୍ରାଣ କରେ ଯିଏ ।
୨୮୯)
ଜୀବର ବଳ
କର୍ମେ ହୁଅଇ ସ୍ଥିର
ବାକ୍ ଶକ୍ତିର ଯେ ପ୍ରକାଶ
ଇଚ୍ଛା, ଆବେଗ
ତହୁଁ ହୁଅଇ ଜାତ
ଜୀବନୀ ଶକ୍ତି ରୂପ ।
୨୯୦)
ଜୀବ ଚୈତନ୍ୟ
'ଉପଯୋଗ 'ନାମରେ
କରେ ପରିପ୍ରକାଶ
ଅନୁଭୂତିରେ
'ଦର୍ଶନ 'ଯାହା ନାମ
ଜ୍ଞାନର ନିଦର୍ଶନ ।
୨୯୧)
'ଦର୍ଶନ 'ଯାହା
ମଧ୍ୟବର୍ତ୍ତୀ କାଳୀନ
ଜ୍ଞାନ ପ୍ରାପ୍ତି ମୂଳରେ
ଅନିର୍ଦ୍ଧାରିତ
ଜ୍ଞାନର ହୁଏ ପ୍ରାପ୍ତି
ବିଶ୍ଳେଷଣ ମାଧ୍ୟମେ ।
~ ରମାକାନ୍ତ ସତପଥି
୨୯୨)
ସଂସାର ମଧ୍ୟେ
ଜୀବର ଭିନ୍ନ ରୂପ
ବାସ୍ତବରେ ଯାହାର
ନାହିଁ ଆକାର
ରଙ୍ଗ, ସ୍ୱାଦରେ ହୀନ
ନାହିଁ ଗନ୍ଧ, ସ୍ପର୍ଶ l
୨୯୩)
ସଂସାରୀ ଜୀବ
ଅଭୌତିକ, ଅଦୃଶ୍ୟ
ପୁଡ୍ଗଳ ସହ ଯୋଗେ
କlର୍ମିକ ରୂପ
କର୍ମ ବନ୍ଧନେ ଯୁକ୍ତ
ଇନ୍ଦ୍ରିୟ ଗୁଣ ସହ ।
୨୯୪)
ଜୀବର ଭୋଗ
କର୍ମର ଅନୁରୂପ
ଯିଏ ଆକାର ହୀନ
ପୂରଣ କରେ
କ୍ଷୁଦ୍ର ଵା ବୃହତ୍ ତନୁ
ସେହି ନାମରେ ଖ୍ୟାତ ।
୨୯୫)
ଆଲୋକ ସମ
ଉଜ୍ବଳ କରେ ସ୍ଥାନ
କ୍ଷୁଦ୍ର ପାତ୍ର ଅଥବା
ବୃହତ୍ ଯେ ସ୍ଥାନ
ଆକାର ଅନୁଯାୟୀ
ସଂକୁଚିତ, ପ୍ରସାର ।
୨୯୬)
ଜୀବ ତେମନ୍ତ
ଆକାର ସିଏ ନିଏ
ସଂକୋଚିତ ରୂପରେ
ପ୍ରସାରିତ ଯେ
ଜୀବ ଶରୀର ମଧ୍ୟେ
ନିଏ ଜୀବର ନାମ ।
୨୯୭)
ବାସ୍ତବ ମତେ
ଆତ୍ମା ଯେ ବିରାଜିତ
ଅସଂଖ୍ୟ ପ୍ରଦେଶରେ
ମୌଳିକ ଗୁଣ
ଉର୍ଧ୍ଵ ଯାହାର ଗତି
କର୍ମ ବନ୍ଧନୁ ମୁକ୍ତ ।
୨୯୮)
ଆତ୍ମାର ଗତି
କର୍ମର ଅନୁଯାୟୀ
ସୁକର୍ମେ ଲୋକମୁଖୀ
ପାପର ଭୋଗେ
କର୍ମ ଜଂଜାଳ ମଧ୍ୟେ
ଜୀବ ହୁଅଇ ଘାଣ୍ଟି ।
୨୯୯)
ସଂସାରୀ ଜୀବ
ଦୁଇ ଭାଗରେ ବଣ୍ଟା
ସମlନକ୍ଷ ରୂପରେ
ଚୈତନ୍ୟ ଯୁକ୍ତ
ଅମାନକ୍ଷ ରୂପରେ
ଚୈତନ୍ୟ ବିହୀନ ସେ ।
୩୦୦)
ଚୈତନ୍ୟ ଦ୍ରବ୍ୟ
'ଭାବ 'ଯାହାର ଗୁଣ
ଅନିନ୍ଦ୍ରୀୟ ନାମ ଯେ
ଅନ୍ତର୍ନିହିତ
ଇନ୍ଦ୍ରିୟ ମାଧ୍ୟମରେ
ଅବଗତି କରଇ ।
~ ରମାକାନ୍ତ ସତପଥି
~~~୦~~~
कोई टिप्पणी नहीं:
एक टिप्पणी भेजें