हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

बुधवार, 8 सितंबर 2021

ହାଇକୁ ସାଧନା ଖୋର୍ଦ୍ଧା, ସାରସ୍ୱତ ହାଇକୁ କାବ୍ୟ ଯାତ୍ରା ~ ୩୩ ~ ଧ୍ୱନ୍ୟାତ୍ମକ ହାଇକୁ

ହାଇକୁ ସାଧନା ଖୋର୍ଦ୍ଧା

ସାରସ୍ଵତ ହାଇକୁ କାବ୍ୟ ଯାତ୍ରା ~ ୩୩

ଧ୍ୱନ୍ୟାତ୍ମକ ହାଇକୁ


୧) 

ଝରେ ନିର୍ଝର 

ଜଳର କଳକଳ 

ଗୀତ କଅଁଳ ।


୨)

ତୁନି ମୂରଳୀ

କୁହୁ କୁହୁ ଗାଉଛି

କୋଇଲି ବୋଲି ।


୩)

ଝରକା ଫାଙ୍କ

କାନରେ କହେ ଜହ୍ନ 

ନିରବ ଶବ୍ଦ ।


୪)

ପୁନେଇଁ ଜହ୍ନ

ନଦୀର କୁଳୁ କୁଳୁ

ଦେଖାଏ ସ୍ୱପ୍ନ ।


~ ପ୍ରଦୀପ କୁମାର ଦାଶ 'ଦୀପକ'


୫)

ଖୁସି ରେ ଫାଟେ

କଅଁଳା ଶିଶୁ କାନ୍ଦ

କୁଆଁ କୁଆଁ ରେ ।


୬)

ଓଁ କାର ନାଦ

କମ୍ପେ ଗୁମ୍ଫା ଗହ୍ୱର

ଧ୍ୟାନସ୍ଥ ମୁନି ।



୭)

ଇଁଶୀ ସୁର

ନୂପୁର ରୁଣୁଝୁଣୁ

ତାଥେଇ ଥେଇ ।


୮)

ଶଂଖ ବାଜେ ଭୁଁ

ଘଣ୍ଟି ବାଜେ ଟିନ୍ ଟିନ୍ 

ଦେବାଳୟରେ ।


୯)

ପାହଡୀ କନ୍ୟା

କୁଳୁକୁଳୁ ନିନାଦ

ମୃଦୁ ମୂର୍ଚ୍ଛନା ।


~ ବାସନ୍ତୀ ଦେଈ, ଖୋର୍ଦ୍ଧା


୧୦)

କାନ୍ଥ ଘଂଟାଟି

ଟିକ୍ ଟିକ୍ ଶବଦେ

ସମୟ କହେ ।


୧୧)

ଖୁଦ ସାଉଣ୍ଟେ

ଘୁମ୍ ଘୁମ୍ ତାନ ଭାଡିରେ

ଘୁମୁରେ ପାରା ।


୧୨)

କୁରାଢି ଚୋଟ

ଠକ୍ ଠକ୍  ଶବ୍ଦ କରେ

କାଟଇ କାଠ ।


୧୩)

ମହୁ ମାଛିଟି

ଗୁଣୁ ଗୁଣୁ ଗାନରେ

ଫୁଲକୁ ମୋହେ ।


~ ବିଳାସିନୀ ଦାଶ, ମଧୁସୂଦନ ନଗର


୧୪)

ବାଳିକା ବଧୂ

ରୁଣୁଝୁଣୁ ଶବଦ

ପାଦେ ଘୁଙ୍ଗୁର । 


୧୫)

ବିଦ୍ୟାଳୟରେ

ଘଣ୍ଟା ର ଟିନ୍ ଟିନ୍  ଶବ୍ଦ

ଶୁଭୁନି ଆଉ । 


୧୬)

ଟ୍ରାଫିକ ବତୀ

ଦପ୍ ଦପ୍  ନୀଳ ଆଲୋକ

ଯିବା ସଙ୍କେତ । 


୧୭)

ଝରଣା ଜଳ

କଳକଳ ବହଇ

ସ୍ରୋତ ପ୍ରଖର । 


~ ଝୁମୁରୀ ସାହୁ


୧୮)

ଗଭୀର ନିଦ

ଘୁଙ୍ଗୁଡି ଘୁଡୁଘୁଡୁ

ବିରକ୍ତି ଭାବ ।


୧୯)

ଝୁଣୁଝୁଣୁକା

ରୁଣୁଝୁଣୁ ପାଉଁଜି

ନୂଆ ବୋହୂ ଟି ।


୨୦)

ମଧୁର ସ୍ବର

କୁଳୁକୁଳୁ ନ‌ଈଟି

ଘୋ ଘୋ ସମୁଦ୍ର ।


୨୧)

ସୁ ସୁ ପଵନ

ଯୋତାର ମଚ୍ ମଚ୍ ଶବ୍ଦ

ଭୟ ସ଼ଂଚାର ।


~ ଆରତୀ ପ୍ରହରାଜ, ଭୁବନେଶ୍ୱର


୨୨)

କୋଇଲି ସୁର

ମଧୁର ପଞ୍ଚ ତାନ

କୁହୁ କୁହୁ ର ।


୨୩)

ସୁ ସୁ ବତାସ

ଘୋଟେ ମାଟି ଆକାଶ

ବଜରପାତ ।


~ ଶୋଭାଗିନୀ ନନ୍ଦ, ଜୟପୁର (କୋରାପୁଟ)


‌୨୪)

ବଇଁଶୀ ସ୍ଵନ

ଡାକୁଛି ରାଧା ନାମ

ରାଈ ଉଚ୍ଛନ୍ନ ।


~ ସୁମତୀ ଦେଇ, ଅସରଳା


୨୫)

ଗୋଧୂଳି ଲଗ୍ନ

ଗାଈର ହମ୍ବାରଡ଼ି

ଗାଆଁ ମୁଣ୍ଡରେ ।


୨୬)

ଖେଳ ପଡିଆ

ପିଲାଙ୍କ ଠୋ ଠୋ ତାଳି

ଖୁସି ଲହରୀ ।


୨୭)

ଖଳ ମଣିଷ

ଫଣା ନ ଥାଇ ଫଁ ଫଁ 

ସାପ ସଦୃଶ ।


୨୮)

ନିଃଶବ୍ଦ ରାତ୍ରୀ

କୁକୁର ଭୁକେ ଭୋ ଭୋ 

ରୁହ ସଜାଗ ।


୨୯)

କାଳୀ ବିଲେଇ

ମ୍ୟାଉଁମ୍ୟାଉଁ ଡାକଇ

ପୋଷିଛି ଘରେ ।


୩୦)

ମୋ ଜେଜେ ବାପା

ଖୁଁ ଖୁଁ ହୋଇ କାଶନ୍ତି

ବହୁତ କଷ୍ଟ ।


୩୧)

ଝିଂ ଝିଂ ଝିଙ୍କାରି

ନିର୍ଦ୍ଧୁମ ବର୍ଷା ରାତି

ନୀରବ ଭାଙ୍ଗେ ।


୩୨)

ହେମାଳ ଦିବସ

ନାକଟା ସୁଉଁସୁଉଁ

କଷ୍ଟ ବହୁତ ।


୩୩)

ଶିଶୁ ଅଝଟ

ତା'ର ଭୋ ଭୋ  କାନ୍ଦରେ

ଘରଟି ଫାଟେ ।


୩୪)

ଗ୍ରୀଷମ ଋତୁ

ଚାଇଁ ଚାଇଁ ଖରାରେ

ଝାଇଁ ମାରଇ ।


~ବଦ୍ରିନାରାୟଣ, ଖୋରଧା


୩୫)

ସକାଳୁ ଉଠ

କା'କା ରାବି ଡାକଇ

ସେ କାକପୋଇ । 


୩୬)

ରେଳ ଗାଡିଟି

ଛୁକ୍ ଛୁକ୍ ଶବଦେ

ଛୁଟି ଆସଇ । 


୩୭)

ଛୋଟ ଶିଶୁଟି

ଖିଲି ଖିଲି ହସଇ

ମନଟା ଖୁସି ।


~ ଝୁମୁରୀ ସାହୁ 


୩୮)

ହେଲେ ପ୍ରତ୍ୟୁଷ 

କୂକୂଟ, କାକ ରାବ 

ଦିଏ ସନ୍ଦେଶ ।


୩୯)

ସକାଳ ହେଲା 

ଠାକୁର ମନ୍ଦିର ରେ 

ଘଣ୍ଟ ବାଜିଲା ।


୪୦)

ପାର୍ବଣ ଋତୁ 

ଝାଞ୍ଜ ଖୋଳ ମୃଦଙ୍ଗ

ଦେବୀ ପୀଠରେ ।


୪୧)

ଆକାଶେ ମେଘ 

ବିଜୁଳି ବଜ୍ର ନାଦେ 

ମହୀ ପ୍ରକମ୍ପ ।


୪୨)

ହାଟ, ବଜାର 

ସଶବ୍ଦେ କୋଳାହଳ

କର୍ମ ମୁଖର ।


୪୩)

ସାଗର କୂଳ 

ସୁ ସୁ ଗର୍ଜନେ କମ୍ପେ, 

ମନ ଅସ୍ଥିର ।


~ ସୂର୍ଯ୍ୟକାନ୍ତି ଦାଶ, ଯାଆଁଳା


୪୪)

ବିଜୁଳି ଚମ୍ ଚମ୍

ମେଘ ଘଡଘଡି ରେ

ଢୋ ଢୋ ବରଷା ।


୪୫)

ଆମ୍ବ ବୃକ୍ଷରେ

କୁହୁକୁହୁ କୋଇଲି

ତୋଳେ ମୂର୍ଚ୍ଛନା ।


~ ବାସନ୍ତୀ ଦେଈ ଖୋର୍ଦ୍ଧା

☆☆☆☆☆☆☆☆☆☆

सोमवार, 6 सितंबर 2021

ହାଇକୁ ସାଧନା ଖୋର୍ଦ୍ଧା, ସାରସ୍ୱତ ହାଇକୁ କାବ୍ୟ ଯାତ୍ରା ~ ୩୨ ~ ଶବ୍ଦ

ହାଇକୁ ସାଧନା ଖୋର୍ଦ୍ଧା

ସାରସ୍ଵତ ହାଇକୁ କାବ୍ୟ ଯାତ୍ରା ~ ୩୨

ଶବ୍ଦ

ହାଇକୁ 


୧)

ଶବ୍ଦ ନାୟିକା

ମୋ ମନ ତୁଳୀରେ ସେ

ରମ୍ଭା ମେନକା ।


୨)

ନିଃଶବ୍ଦ ରାତ୍ରୀ

ମିଳନ ଅପେକ୍ଷା ରେ

ପ୍ରେମୀ ଯୁଗଳ ।


୩)

କବି ଲେଖନୀ

ଶବ୍ଦ ରେ ରୂପ ଦିଏ

କାବ୍ୟକବିତା ।


୪)

ନିଃଶବ୍ଦ ବ୍ରହ୍ମ

ସୁଧା ଝରୁଛି ଦେଖ

ଜ୍ଞାନ ନେତ୍ରରେ ।


~ ବାସନ୍ତୀ ଦେଈ, ଖୋର୍ଦ୍ଧା


୫)

କବି ଲେଖନୀ

ଶବ୍ଦରେ  ଆଙ୍କିଦିଏ

ସାହିତ୍ୟ ଛବି ।


୬)

ଶବ୍ଦ ଭଣ୍ଡାର

ସାହିତ୍ୟକୁ  କରାଏ 

ଶ୍ରୁତି ମଧୁର ।


୭)

ଶବ୍ଦ ସମ୍ଭାର

ଗଳ୍ପ ଉପନ୍ୟାସର

ତୁ ରୂପକାର ।


୮)

ଓଁ କାର ଶବ୍ଦ

ଆତ୍ମାରେ ଭରିଦିଏ

ଭକ୍ତି ଆନନ୍ଦ  ।


୯)

ବଜ୍ରର  ଶବ୍ଦ

ମାନବର ଜୀବନେ

ଆଣେ  ବିପଦ ।


~ ବିଷ୍ଣୁପ୍ରିୟା ପ୍ରତାପ ସିଂହ, ଟାଙ୍ଗୀ


୧୦)

ଶବ୍ଦ ବ୍ରହ୍ମାଣ୍ଡ

ଚରାଚରେ ପ୍ରକୃତି

ଜୀବନ୍ତ ପିଣ୍ଡ। ।


୧୧)

ଶବ୍ଦ ସୁନ୍ଦର

ଲେଖନୀ ମୁନରେ ସେ

କରେ ସାକାର ।


୧୨)

ଶବ୍ଦ ବିହୀନ

ନିରର୍ଥକ ଜୀବନ

ହୁଏ ପ୍ରମାଣ ।


 ~ ଚପଳା ପଣ୍ଡା, ଖୋର୍ଦ୍ଧା


୧୩)

ଶଦ୍ଦ ଆତ୍ମାର

ଝରେ ମଣିଷ ଓଠୁ

ମଧୁର ଭାବ ।


୧୪)

ଶଦ୍ଦ ଗଠନ

ସାହିତ୍ଯ ର ଜୀବନ

ଭାଷା ଅମୃତ ।


 ~ ଶୋଭାଗିନୀ ନନ୍ଦ, ଜୟପୁର (କୋରାପୁଟ)


୧୫)

ଶବ୍ଦ ଗୋଟିଏ 

ମନର ଭାବନା କୁ

ପ୍ରକାଶି ଥାଏ ।


୧୬)

ଶବ୍ଦ କୁ ଯୋଡି 

କବିତା, ଉପନ୍ୟାସ 

ହୁଅ ଇ ଗଢି ।


୧୭)

ବର୍ଷା ର ଶବ୍ଦ 

ରିମ ଝିମ ହୁଅଇ 

ଧରଣୀ ବକ୍ଷ ।


୧୮)

ସେ ଶବ୍ଦ ଶୁଣି 

ପିକ ଓ ଶୁକ, ସାରି 

ହୋଇଲେ ତୁନି ।


୧୯)

କର୍ଣ୍ଣରେ ଶବ୍ଦ 

ଶୁଣିଲେ ବୁଝି ହୁଏ 

କାହାର ନାଦ ।


୨୦)

ଶବ୍ଦ ରେ ଶବ୍ଦ 

ବହୁତ ରୂପେ ହେଉ 

ରୂପାନ୍ତରିତ ।


୨୧)

ଓଁକାର ଶବ୍ଦ 

ଶୁଣି ହୃଦୟ ହୁଏ 

ବଡ଼ ପବିତ୍ର ।


୨୨)

ମାଆ ର ଶବ୍ଦ 

ଶିଶୁ ଟି ମନେ ସଦା 

ଦିଏ ଉଲ୍ଲାସ ।


୨୩)

ଶବ୍ଦ ର ଧ୍ଵନି 

ହୃଦୟେ ସୃଷ୍ଟି କରେ, 

ସତର୍କ ବାଣୀ ।


~ ସୂର୍ଯ୍ୟକାନ୍ତି ଦାଶ, ଯାଆଁଳା, ଜଟଣୀ


୨୪)

ଶବ୍ଦକୁ ଯୋଡି

କବିତାରେ ଲେଖୁଛି

ମନର କଥା ।


୨୫)

ଶିଶୁ ଓଠରେ

ଦାରୋଟି କଥା ଶୁଣି

ଆନନ୍ଦ ଭାରେ ।


୨୬)

ଆଲୋକ ଗତି

ଶବ୍ଦ ଠାରୁ ଆଗୁଆ

ବିଜ୍ଞାନ ମତ ।


୨୭)

ନିଶବ୍ଦ ଓଠ

ଆଖିରେ କଥା ତାର

ବୁଝିବା କଷ୍ଟ ।


୨୮)

ଜଟିଳ ଶବ୍ଦ

ଅଭିଧାନ ଦେଖାଏ

ନୂତନ ବାଟ ।


~ ଜ୍ୟୋତି ପ୍ରଭା ପଟ୍ଟନାୟକ


୨୯)

ଶବ୍ଦରେ ମିତ

ଖସିଲେ ଥରେ ଓଠୁ

ସେ ଅଣାୟତ ।


୩୦)

ବନ୍ଧୁତା ଭାବ

ମଧୁର ଶବ୍ଦ ବିନା

ସବୁ ଅଭାବ ।


~ସୁମତୀ ଦେଈ, ଅସରଳା


୩୧)

ଶବ୍ଦର ଜାଲ

କୁଶଳୀ ବୁଣାକାର

ମନକୁ ଛୁଏଁ । 


୩୨)

ଶବ୍ଦର ଯାଦୁ

ମନ୍ତ୍ରମୁଗ୍ଧ ବିହ୍ୱଳ

ତିନ୍ତାଏ ମନ ।


୩୩)

ଘର୍ଘର ଶବ୍ଦ

ପ୍ରଦୂଷଣ ସମୀର

କର୍ଣ୍ଣ ବଧୀର। 


~ଆରତୀ ପ୍ରହରାଜ, ଭୁବନେଶ୍ୱର


୩୪)

ଶବ୍ଦ  ତରଙ୍ଗ

ମନରେ ଭରିଦିଏ

ଉତ୍ତାଳ ରଙ୍ଗ । 


୩୫)

ମୁଖ ନିସୃତ

ଶବ୍ଦ ନ ଉଚ୍ଚାରିଲେ

ମୁକ ଜଗତ । 


୩୬)

ଓଁକାର ନାଦ

ଶବ୍ଦ ବ୍ରହ୍ମପରି ସେ

ଅଭେଦଭେଦ । 


~ ସସ୍ମିତା ବାରିକ୍, ବୋଲଗଡ଼


୩୭)

ଶବ୍ଦ ପ୍ରୟୋଗ 

ଆବେଗ ବଣିକର

ମୁଗ୍ଧ ସର୍ଜନ ।


୩୮)

ଶବ୍ଦ ଚଳନ

ହୃଦୟ ହାଣେ କେବେ 

ପ୍ରେମ ପ୍ରଲେପ ।


୩୯)

ବଂଶୀ ଶବଦ

ବୃନ୍ଦାବନେ ଗୋପୀକା

ରାସ ରଚନା ।


୪୦)

ଉପେନ୍ଦ୍ର ଭଞ୍ଜ 

ଶବ୍ଦ ସାଗର ପାର

ଦେଶ ଗୌରବ ।


~ବିଳାସିନୀ ଦାଶ, ଖୋର୍ଦ୍ଧା


୪୧)

ଶବ୍ଦ ସଂଯୋଗ

ଭାବକୁ ପ୍ରକାଶିଲେ

ହୁଅଇ ବାକ୍ୟ ।


୪୨)

ଶବ୍ଦର ଯାଦୁ

ପ୍ରତିଧ୍ଵନିତ ହୁଏ

ବହୁ ଦୂରକୁ । 



୪୩)

ଶବ୍ଦ ମଧୁର

ସଭିଙ୍କୁ କରିପାରେ

ସେ ଆପଣାର ।


୪୪)

ଶବ୍ଦର ବିନା 

ମନର ପରିଭାଷା

ବୁଝି ହୁଏ ନା ।


୪୫)

ଶବ୍ଦ ଲାଳିତ୍ୟ

କବିର ଲେଖନୀରେ

ହୁଏ  ସ୍ଥାପିତ ।


~ ମଧୁଛନ୍ଦା ଦାଶ, ଭୁବନେଶ୍ୱର


୪୬)

ଶବ୍ଦ ନାୟକ

ନାରୀ ବର୍ଣ୍ଣନେ ଧ୍ଯାନ

ଲେଖେ ଅଧିକ । 


୪୭)

ଭାଷା କୋଷରେ

ଭରି ରହିଛି ଶବ୍ଦ

ଅର୍ଥ ଅନେକ । 


୪୮)

ଶବ୍ଦର ଯାଦୁ

କବି ତ ଆଙ୍କି ଦିଏ

ପ୍ରକୃତି ବନ୍ଧୁ । 


୪୯)

ଶବ୍ଦ କାଠିନ୍ୟ

ଅର୍ଥ ବୁଝି କରିବା

ବାକ୍ଯ ଗଠନ । 


୫୦)

ଶବ୍ଦ ଚାତୁରୀ

ରଚନା ଶୈଳୀ ଜିଣେ

ଭାଷା ସୁନ୍ଦରୀ । 


୫୧)

ଶବ୍ଦ ମହ୍ଲାର

ଲେଖନୀ ସୌଦାଗର 

କାବ୍ୟକବିତା । 


~ ଝୁମୁରୀ ସାହୁ, ଜଟଣୀ


୫୨)

ଶବ୍ଦ ର ତୀର

କ୍ଷତାକ୍ତ କରେ ଦିଏ

କୋମଳ ମନ ।


୫୩)

ଶବଦ ବ୍ରହ୍ମ

ସୃଷ୍ଟି କରେ ଅନେକ

ଘଟଣାବଳୀ ।


୫୪)

ଅନେକ ଶବ୍ଦ

ଆଜି ଏ ପୃଥବୀରେ

ବିଲୁପ୍ତ ପ୍ରାୟ ।


୫୫)

ଶୂନ୍ୟ ଶବଦ

ବୁଝିପାରିଲେ ମନ

ଜୀବନ ଧନ୍ୟ ।


~ ମୀରା ଦାଶ, ଖୋର୍ଦ୍ଧା

☆☆☆☆☆☆☆☆☆☆

ହାଇକୁ ସାଧନା ଖୋର୍ଦ୍ଧା, ସାରସ୍ୱତ ହାଇକୁ କାବ୍ୟ ଯାତ୍ରା ~ ୩୧ ~ ଗୁରୁ

ହାଇକୁ ସାଧନା ଖୋର୍ଦ୍ଧା

ସାରସ୍ଵତ ହାଇକୁ କାବ୍ୟ ଯାତ୍ରା ~ ୩୧

ଗୁରୁ

ହାଇକୁ 


୧)

ସେ ତ ଶିକ୍ଷକ 

ନର ନୁହେଁ ଇଶ୍ୱର 

ପୂଜ ପୟର ।


~ ପ୍ରଦୀପ କୁମାର ଦାଶ


୨)

ଗୁରୁ ଆଶିଷେ

ଝରେ ଜ୍ଞାନ ପୀୟୂଷ।

ଜୀବନ ଧନ୍ୟ ।


୩)

ତିମିର ନାଶ

ଉଦୟ ଜ୍ଞାନ ସୂର୍ଯ୍ୟ

ହୃଦ ମନ୍ଦିରେ ।


- ବାସନ୍ତୀ ଦେଈ, ଖୋର୍ଦ୍ଧା


୪)

ଗୁରୁଙ୍କ ଦାନ

ଜ୍ଞାନ ସହ ବିଜ୍ଞାନ

ଆଗାମୀ ସ୍ବପ୍ନ ।

 

~ ବଦ୍ରୀ ନାରାୟଣ ରଥ, ଖୋର୍ଦ୍ଧା


୫)

ଗୁରୁ ପବିତ୍ର

ଶିକ୍ଷା ଦାନ ତା ବ୍ରତ 

ବିନ୍ଧାଣି ସେତ ।


୬)

ଅନ୍ଧାର ନାଶି

ଦାନ କରେ ଆଲୋକ 

ଚିନ୍ତା ମହତ ।


୭)

ଜ୍ଞାନ ସାଗର 

ମଣିଷ ଗଢ଼ା ମନ୍ଦିରେ 

ଦେବତା ସିଏ ।


୮)

ପାଏ ତା ମୂଲ

ହୁଏ ଯେବେ ଅଙ୍ଗାର 

ହୀରକ ତୁଲ୍ୟ ।


୯)

ଗୁରୁ ଆଶିଷେ 

ଆଋଣୀ, ଉପମନ୍ୟୁ 

ଲଭନ୍ତି ଯଶ ।


୧୦)

ଗୁରୁ ଙ୍କ ଭେଦ 

ମାତା ପିତା, ଶିକ୍ଷକ 

ମନରେ ହେଜ ।


~ ସୂର୍ଯ୍ୟକାନ୍ତି ଦାଶ, ଯାଆଁଳା, ଜଟଣୀ


୧୧)

ଗୁରୁ ଚରଣ

ଶିଷ୍ୟର ତପୋବନ

ବ୍ରହ୍ମ ଦର୍ଶନ ।


୧୨)

ଗୁରୁ  କଲ୍ୟାଣ 

ବଶୀଭୂତ ହୁଅଇ

ତିନି ଭୁବନ ।


୧୩)

ରାଧାକ୍ରିଷୢନ

ଗୁରୁଙ୍କ ଗୁରୁ  ସିଏ 

ମହତ ଜନ ।


୧୪)

ଦ୍ୟୁତି ପ୍ରକାଶ 

ତମ୍ରିସା ହୁଏ  ଦୂର 

ଗୁରୁ ପରଶ ।


~ବିଳାସିନୀ  ଦାଶ ଖୋର୍ଦ୍ଧା


୧୫)

ଗୁରୁଙ୍କ ସଂଜ୍ଞା 

ଅସୀମ ଓ ଅମାପ 

ନାହିଁ ତୁଳନା ।


~ ସୂର୍ଯ୍ୟକାନ୍ତି ଦାଶ


୧୬)

ଗୁରୁ ଆଶିଷେ

ନାଶ‌ ଯାଏ ତିମିର

ଜ୍ୟୋତି ପ୍ରକାଶେ ।


୧୭)

ଜଗତ ଗୁରୁ

ତୁମର ନାମ ଧ୍ୟାୟୀ

ମୋ ପ୍ରାଣ ସରୁ।


~ସୁମତୀ ଦେଈ, ଅସରଳା


୧୮)

ଅଜ୍ଞାନ ତମ

ଗୁରୁଙ୍କ ଆଶିଷରେ

ହୁଏ ଜଖମ । 


୧୯)

ପାଞ୍ଚଟି ଗୁରୁ

ଜୀବନ ଯମୁନାରେ

ସେ କଳ୍ପତରୁ  ।


~ ସସ୍ମିତା ବାରିକ୍, ବୋଲଗଡ଼


୨୦)

ଗୁରୁ ଗୈାରବ

ଅନ୍ୟ ଠାରୁ ଶିଖିବା

ଜ୍ଞାନ ବିଭବ ।


୨୧)

ଗୁରୁ ମହାନ

ଜୀବନ ସୂତ୍ର ଧର

ପୂର୍ଣ୍ଣତା ପ୍ରାପ୍ତି । 


୨୨)

ଗୁରୁ ଙ୍କ ବାକ୍ୟ

ପ୍ରେରଣା ପ୍ରଣୋଦିତ

ଉନ୍ନତି ପଥ ।


~ ଆରତୀ ପ୍ରହରାଜ, ଭୁବନେଶ୍ୱର


୨୩)

ଗୁରୁ ପୟର

ଧ୍ୟାନ କଲେ ଲଭିବୁ

ଜ୍ଞାନ ସାଗର ।


୨୪)

ଗୁରୁ ମହିମା

ଦୀକ୍ଷା ଗୁରୁ ଦେଖାନ୍ତି

ମୁକତି ପଥ ।


୨୫)

ମନ ମୋହର

ଅଟଇ ନିଜଗୁରୁ

ଭ୍ରମିବି କାହିଁ ।


~ଜ୍ୟୋତି ପ୍ରଭା ପଟ୍ଟନାୟକ, ଖୋର୍ଦ୍ଧା


୨୬)

ଗୁରୁଙ୍କ ସତ୍ତା

ପିତାମାତା ହୃଦୟେ

ଜ୍ଞାନ ଦେବତା ।


୨୭)

ବିଦ୍ୟା ଗୁରୁ ସେ

ପ୍ରାଥମିକ ସ୍ତରରେ

ଜ୍ଞାନ ପରଷେ ।


୨୮)

ଦେଖ ଆତ୍ମନ

ଗୁରୁ ଶ୍ରେଷ୍ଠ ବିଖ୍ୟାତ

ରାଧାକୃଷ୍ଣନ ।


 ~ ଚପଳା ପଣ୍ଡା, ଖୋର୍ଦ୍ଧା


୨୯)

ଗୁରୁ  ଈଶ୍ବର

ତାଙ୍କର ପାଦଧୂଳି

ଚନ୍ଦନ ମୋର ।


୩୦)

ଗୁରୁ ସେ ଦ୍ରୁମ

ତାଙ୍କ ଶୀତଳ ଛାୟା

ଔଷଧ ସମ ।


 ~ ଶୋଭାଗିନୀ ନନ୍ଦ, ଜୟପୁର (କୋରାପୁଟ)


୩୧)

ଗୁରୁ‌ ଆଶିଷେ

ଜୀବନ ଭରି ଯାଏ

ହର୍ଷ ଉଲ୍ଲାସେ ।


~ସୁମତୀ ଦେଇ, ଅସରଳା


୩୨)

ଗୁରୁ ନମସ୍ୟ

ତୁମେ ତ ମଙ୍ଗଳମୟ

ଦିଅ ଆଶିଷ ।


୩୩)

କର କଲ୍ୟାଣ

ସ୍ବପ୍ନ ହେବ ପୂରଣ

ହୋଇବି ଧନ୍ୟ ।


୩୪)

ସମାଜ ସେବା

ସମସ୍ତେ ବ୍ରତୀ ହେବା

କରିବା ଶ୍ରେଷ୍ଠ ।

               

~ବିଜୟ କୁମାର ସାହୁ, ବୌଦ୍ଧ


୩୫)

ତିମିର ଧ୍ବାନ୍ତ

ଗୁରୁ କୃପା ଅନନ୍ତ

ମାର୍ଗ ପ୍ରଶସ୍ତ ।


୩୬)

ଗୁରୁ ଵିନା କେ

ଶିଷ୍ୟେ ବତାଏ ବାଟ

ଜ୍ଞାନ ଆଗାର ।


~ ଆରତି ମଞ୍ଜରୀ ଦାଶ, ଗୁରୁଜଙ୍ଗ, ଖୋରଧା


୩୭)

ଜ୍ଞାନ ଦୀପ ଟି

ଅଜ୍ଞାନ ତିମିରରେ

ଜଳଇ ନିତି ।


୩୮)

ଗୁରୁ ଆଶିଷ

ଭାଗ୍ୟବାନ ଲଭଇ

ଶୁଭ ଅମୃତ ।


~ ମୀରା ଦାଶ, ଖୋର୍ଦ୍ଧା


୩୯)

ଶିକ୍ଷା ଶିକ୍ଷକ

ସେ ଅଙ୍ଗାଙ୍ଗୀ ଜଡିତ

ଆଦର୍ଶ ବାଣୀ ।


୪୦)

ଜୀବନ ମାର୍ଗ

ଗୁରୁ ଗୌରବ ଜ୍ଞାନ

ପରମ ତପ ।


୪୧)

ତମସା ବତୀ

ଗୁରୁ ଗାରିମା ଦିଏ

ସେ ଦିବ୍ୟ ଜ୍ୟୋତି ।


୪୨)

ଆଦର୍ଶ ବାଦୀ

ଗୁରୁ ମୋହରି ଆଜି

ମନେ ପଡଇ । 


୪୩)

ବୀର କିଶୋର

ମୋ ଚାଟଶାଳୀ ଗୁରୁ

ଆଦ୍ୟ ପ୍ରେରଣା । 


୪୫)

ସ୍କୁଲ ଶିକ୍ଷକ

କଲା ପ୍ରେମ ଭିକ୍ଷା

କୂଳକୁ ଲଜ୍ଜା ।


୪୬)

ଗୁରୁ ଦିବସ

ପିଲାଦିନେ ସ୍କୁଲରେ 

ଆମ ଆଦର୍ଶ  ।


 ~ ଝୁମୁରୀ ସାହୁ ଜଟଣୀ


୪୭)

ଗୁରୁ ସଦୟ

ଅଜ୍ଞାନୀ ଜନ ହୃଦେ

ଜ୍ଞାନ ଉଦୟ ।


୪୮)

ଗୁରୁଙ୍କୁ ସେବ

ତାଙ୍କ ଆଶିଷ ଧାରା

ନିଶ୍ଚେ ଲଭିବ ।


୪୯)

ଗୁରୁ ଗାରିମା

ଅବର୍ଣ୍ଣନୀୟ ଅଟେ

ତାଙ୍କ ମହିମା ।


~ମଧୁଛନ୍ଦା ଦାଶ


୫୦)

ନିତ୍ୟ ସ୍ମରଣ

ଗୁରୁ ପାଦ ପଦ୍ମେ

ଭକ୍ତି ସୁମନ ।


୫୧)

ଗୁରୁ ଇଶ୍ଵର

ଭକ୍ତି ଭାବେ ପୂଜିବା

ତାଙ୍କ ପୟର ।


୫୨)

ଗୁରୁ କୈବଲ୍ୟ

ସଂସାର ପଥେ ଦିଏ

ଉତ୍ତମ ମାର୍ଗ ।


୫୩)

ଶ୍ରୀ ଗୁରୁ ଦ୍ରୋଣ

ଏକଲବ୍ୟ  ଅର୍ଜୁନ

କିଏ ଉତ୍ତମ ?


୫୪)

ଦୁର୍ଲ୍ଲଭ ଭକ୍ତି

ଆରୁଣୀ ଉପମନ୍ୟୁ

ଗୁରୁ ପୟରେ ।


୫୫)

ଗୁରୁ ଆଶିଷେ

ଝରେ ଜ୍ଞାନ ପୀୟୂଷ

ଜୀବନ ଧନ୍ୟ ।


୫୬)

ସଦ୍ଗୁରୁ ସେବା

ପୂଣ୍ୟ ମିଳେ ଅପାର

ଅନ୍ତେ ବୈକୁଣ୍ଠ ।


୫୭)

ଗୁରୁ ସେବାରେ

ଜୀବନ ଯିଏ ଦିଏ

ଧନ୍ୟ ମହୀରେ ।


୫୮)

ଗୁରୁ ପୂଜନ

ଭକ୍ତି ଭରେ କରିବା

ଦେଇ ସୁମନ ।


୫୯)

ଜ୍ଞାନ ଅମୃତ

ପାନ କରିବ ସର୍ଵେ

ଗୁରୁ ସେବିଲେ ।


୬୦)

ଗୁରୁଙ୍କ ଜ୍ଞାନ

ଭବ ସାଗର ନାବେ 

କାତ ସଦୃଶ ।


୬୧)

ଗୁରୁ ଗୋବିନ୍ଦ

ଏକତ୍ର ଉଭା ହେଲେ

ଗୁରୁଙ୍କୁ ବନ୍ଦ ।


୬୨)

କୃଷ୍ଣ ଉବାଚ

ମନ ତୋ ନିଜ ଗୁରୁ

କେତେ ପଚାରୁ ।


~ବାସନ୍ତୀ ଦେଇ, ଖୋର୍ଦ୍ଧା

☆☆☆☆☆☆☆☆☆☆

शनिवार, 4 सितंबर 2021

ହାଇକୁ ସାଧନା ଖୋର୍ଦ୍ଧା, ସାରସ୍ୱତ ହାଇକୁ କାବ୍ୟ ଯାତ୍ରା ୩୦ ~ ବାତ୍ୟା

ହାଇକୁ ସାଧନା ଖୋର୍ଦ୍ଧା

ସାରସ୍ଵତ ହାଇକୁ କାବ୍ୟ ଯାତ୍ରା ~ ୩୦

ବାତ୍ୟା

ହାଇକୁ 


୧)

ଆଖିର ପାଣି 

ମନକୁ କହି ଯାଏ

ବାତ୍ଯା କାହାଣୀ ।


୨)

ଲୁହର କଥା

ଆଖିର ଆଇନାରେ

ବାତ୍ଯାର ବ୍ୟଥା ।


୩)

ପ୍ରବଳ ବର୍ଷା 

ଘରେ ପଶିଲା ପାଣି 

କନ୍ଦାଏ ବାତ୍ଯା ।


~ ପ୍ରଦୀପ କୁମାର ଦାଶ


୪)

ଫଣୀ ପ୍ରକୋପ

ବିପର୍ଯ୍ୟସ୍ତ ଜୀବନ

ଅଭୁଲା ଚିହ୍ନ ।


୫)

ଅମ୍ପନ ୟସ

ପ୍ରକୃତି ର ତାଣ୍ଡବ

ମାନବ ଦୋଷ ।


୬)

ବାତ୍ୟା ର ଚିହ୍ନ

ଏଠି ସେଠି ସବୁଠି

ମନ ଦର୍ପଣେ ।


~ ବାସନ୍ତୀ ଦେଈ, ଖୋର୍ଦ୍ଧା


୭)

ବାତ୍ୟା ବଳୟ

ଜୈବ ବିବିଧତାରେ

ଖଣ୍ଡ ପ୍ରଳୟ ।


୮)

ବାତ୍ୟା ଯାତନା

ଅନୁଭବୀ ଜାଣିବ

ମର୍ମ ବେଦନା ।


୯)

ବାତ୍ୟାର ରୂପ

ଶିବ ତାଣ୍ଡବ କୋପ

ଛାଡ଼ିଛି ଛାପ ।


୧୦)

ମହା ବିତ୍ପାତ

ବାତ୍ୟା ଫୋନିର ଫଣା

କଲା ଉତ୍ପାତ ।


~ ଚପଳା ପଣ୍ଡା ଖୋର୍ଦ୍ଧା


୧୧)

ବାତ୍ୟା କୁ ଦେଖି 

ପଶୁ, ପକ୍ଷୀ, ମନୁଷ୍ୟ 

ଭୟ ପାଆନ୍ତି ।


୧୨)

ଚାଳ ରୁ ପାଣି 

ଅସୁମାରୀ ଫୋଟକା 

ଗଣି ହୁଏ ନି ।


୧୩)

ପବନ ଗତି 

ବଢ଼ିଯାଏ ଯେଉଁଠି 

ଆଣେ ବିପତ୍ତି ।


୧୪)

ବନ୍ୟା ର ଦୃଶ୍ୟ 

ଦେଖି ଭିତ୍ତ ପାନ୍ତି 

କୂଳର ଜନ ।


୧୫)

ପ୍ରକୃତି ରାଣୀ 

ଅସହାୟେ ବାହୁନି 

ଢାଳେ ସେ ପାଣି ।


୧୬)

ଛୋଟ ପିଲା ଟି 

ପ୍ରାକୃତିକ ବିପର୍ଯ୍ୟେ 

ଅନାଥ ଆଜି ।


~ ସୂର୍ଯ୍ୟକାନ୍ତି ଦାଶ, ଯାଆଁଳା


୧୭)

ବାତ୍ଯା ଆସିଲା

ଧୋଇଦେଲା  ଫସଲ

ଦୁଃଖୀ ଚାଷିର   ।


୧୮)

ବାତ୍ଯା ଘେରାରେ

ମୋ ମନ ଓ ହ୍ରୁଦୟ

ନାହିଁତ ସ୍ଥିର  ।


 ~ ଶୋଭାଗିନୀ ନନ୍ଦ, ଜୟପୁର (କୋରାପୁଟ)


୧୯)

ବାତ୍ୟାର ଦୃଶ୍ୟ

ପବନ ଅଣଚାଷ

ବର୍ଷା ତୋଫାନ ।


୨୦)

ଧନୀ ଗରିବ

ବାତ୍ୟାରେ ହନ୍ତସନ୍ତ

ଅତ୍ୟନ୍ତ ଦୁଃଖ ।


~ ଜ୍ୟୋତି ପ୍ରଭା ପଟ୍ଟନାୟକ


୨୧)

ବାତ୍ଯାର ଖେଳ 

ବର୍ଷା ବିଜୁଳି ବଜ୍ର

ସୃଷ୍ଟି ସଂହାର।


୨୨)

ବାତ୍ଯା ସୁନାମି

ଶୁଖିନି ମରମ କ୍ଷତ

ଉତ୍ତରାଖଣ୍ଡ ।


୨୩)

ଜୀବନ ପଥ

ମଳୟ ଆସେ କେବେ 

ବାତ୍ଯାରେ ତ୍ରସ୍ତ ।


~ ବିଳାସିନୀ ଦାଶ, ଖୋର୍ଦ୍ଧା


୨୪)

ବାତ୍ୟା ପ୍ରକୋପ

ଦେଖି ସର୍ବେ କୁହନ୍ତି

ଆସେ ବିପତ୍ତି । 


୨୫)

ଶିକ୍ଷକ ଜାତି

ବାତ୍ୟା ବଳୟ ଦେଖି

ଅଣ୍ଟା ଭିଡନ୍ତି ।  



୨୬)

ବାତ୍ୟା ଆସିଲେ

ବିଦ୍ୟାଳୟ କୋଠରୀ

ଆଶ୍ରୟ ସ୍ଥଳୀ ।

 

୨୭)

ପଡିଲେ ମନେ

ମହାବାତ୍ୟା ପବନ

ଅଭୁଲା ଦିନ। 


୨୮)

ଅଦିନ ବାତ୍ୟା

ସମୁଦ୍ର କୂଳ ବାସୀ

ହୁଅନ୍ତି ବ୍ଯସ୍ତ । 



୨୯)

କେତେ ରିଲଫ

ମିଳେ ବାତ୍ୟା ସମୟେ

ଲୋକେ ଧାଆନ୍ତି । 


୩୦)

ବାତ୍ୟା ପ୍ରଭାବେ

ଭାସିଲେ କେତେ ଜନ 

ମାଛ ଆହାର । 


~ ଝୁମୁରୀ ସାହୁ ଜଟଣୀ


୩୧)

ପ୍ରକୃତି କୋପ

ବାତ୍ୟା, ବନ୍ୟା ସୁନାମୀ

ଅନେକ ରୂପ ।


୩୨)

କ୍ରୁର ନିୟତି

ଓଡିଶା ପାଇଁ ଆଣେ

ବାତ୍ୟା ବିପତ୍ତି ।


୩୩)

ବାତ୍ୟା ପବନ

ଦୋହଲାଇ ଦିଏ ସେ

ଜନ ଜୀବନ ।


~ ମଧୁଛନ୍ଦା ଦାଶ, ଭୁବନେଶ୍ୱର


୩୪)

‌ତାପ ପ୍ରବଳ

ସାଗର ଉଦ୍ବେଳିତ

ବାତ୍ୟାନୁକୂଳ ।


୩୫)

ପ୍ରକୃତି ଉଗ୍ର 

ଉଦ୍ବାର୍ଯ୍ୟ ତାର କୋପ

ମହାବାତ୍ୟାରେ ।


୩୬)

ସମୁଦ୍ର କୂଳ

ବାତ୍ୟା ପବନ  ପାଇଁ

ଅସୁରକ୍ଷିତ ।


~ ଆରତି ମଞ୍ଜରୀ ଦାଶ, ଗୁରୁଜଙ୍ଗ ଖୋରଧା

☆☆☆☆☆☆☆☆☆☆☆☆☆

MOST POPULAR POST IN MONTH