हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

सोमवार, 28 जून 2021

~ "ଅନ୍ଧକାର" ବିଷୟକ ଓଡ଼ିଆ ଏବଂ କୋଶଳୀର ସାରସ୍ୱତ ହାଇକୁ କାବ୍ୟ ଯାତ୍ରା ~

~ ସାରସ୍ୱତ ହାଇକୁ କାବ୍ୟ ଯାତ୍ରା ~

~ ହାଇକୁ PROMPT ~

"ଅନ୍ଧକାର"

~0~


୧)

ଜ୍ଞାନର ସୂର୍ଯ୍ୟ

ଅଜ୍ଞାନତା ଅନ୍ଧାର

କରଇ ଦୂର ।


୨)

କ୍ଷୁଦ୍ର ପ୍ରଦୀପ 

ମାୟାବିନୀ ଅନ୍ଧାର

ହୋଇଛି ଦୂର ।


୩)

ରାତି ଅନ୍ଧାର

କିଣାବିକା ଆରମ୍ଭ 

ସ୍ୱପ୍ନ ବେପାର ।


~ ପ୍ରଦୀପ କୁମାର ଦାଶ


୪)

ଅନ୍ଧାର ବିନା 

ଆଲୋକ ସ୍ବାଦ କ'ଣ

ଜାଣି ହୁଏନା ।


୫)

ଅନ୍ଧାର ରାତି 

ପେଚାଟି ରାବେ ବସି 

ଥରଇ ଛାତି ।


୬)

ଅନ୍ଧାର କଣା

ସ୍ବାସ୍ଥ୍ୟ ସମସ୍ଯା ଭାବେ

ହୁଅଇ ଗଣା ।


୭)

ଅନ୍ଧାର ଘର

ନିରୋଳା ବେଳ ଦେଖି 

ପଶିଲା ଚୋର ।


୮)

ରାତ୍ରିର ଶେଷେ 

ଉଦୟ ବାଳଭାନୁ 

ଅନ୍ଧାର ନାଶେ ।


୯)

ଅନ୍ଧାର ରାତି 

କଳା ପାଟକୁ ପିନ୍ଧି 

କରେ ରାଜୁତି ।


୧୦)

ମାଛି ଅନ୍ଧାର 

ଫେରନ୍ତି ପକ୍ଷୀ ଗଣ

ନିଡେ ତାଙ୍କର ।


~ ସମିତା ସ୍ବାଇଁ


୧୧)

ଆମ ଅଜ୍ଞାନ 

ବଡ଼ ଅନ୍ଧାର ହେଲେ 

ଆଲୁଅ  ଜ୍ଞାନ ।


୧୨)

ବିବେକ ଦୀପ 

ଦୂର କରେ ଅନ୍ଧାର 

ବିନାଶେ ପାପ ।


~ ମୁକ୍ତେଶ୍ଵର  ପଧାନ


୧୩)

ସୁଜନ ବାଣୀ

ଅଜ୍ଞାନ ଅନ୍ଧକାରେ

ଜ୍ଞାନ ଆଲୋକ ।


୧୪)

ପ୍ରଦୀପ ଶିଖା

ଖେଳଇ ଲୁଚକାଳି

ତମସା ରାଣୀ ।


୧୫)

ମହାନ ତ୍ୟାଗ

ଦୀପ ତଳ ଅନ୍ଧାର

ଜଳେ ସଳିତା ।


୧୬)

ଅନ୍ଧାର ବିନା

ଆଲୋକ ଉପସ୍ଥିତି

ବୁଝି ହୁଏନା ।


୧୭)

ଅନ୍ଧାର ରାତି

ଚଢେଇ  ଫଡଫଡ

ଭୂତ ର ଭୟ ।


~ ବାସନ୍ତୀ ଦେଈ


୧୭)

ଅନ୍ଧାର ରାତି

ଆଲୁଅ ଦାନକରେ

ଲଣ୍ଡନ ବତି ।


୧୯)

ଅଜ୍ଞାନ ଜନ

ଅନ୍ଧକାର ଜୀବନ

କରେ ରୋଦନ ।


୨୦)

ଅନ୍ଧକାରରେ

ବାଡି ଟି ବୁଲାଇବା

ନିରର୍ଥକରେ ।


୨୧)

ବିଜୁଳି ବତି

ଅନ୍ଧାର ଦୂରେଇବା

ଜରୁରୀ ଅତି ।


୨୨)

ଆକାଶେ ତାରା

ଅନ୍ଧକାର ରାତ୍ରିରେ

କେଡ଼େ ନିଆରା ।


~ ଜୟରାମ ସାହୁ


୨୩)

ବିଶ୍ରାମ ପାଇଁ 

ଆସଇ ଅନ୍ଧକାର

ଥମେନା ନିନ୍ଦା ।


୨୪)

ଅମା ଅନ୍ଧାର 

ସାଗର ପିଟେ ଛାତି

ଲୁଚିଛି ଜହ୍ନ ।


~ ରଞ୍ଜନ ଜେନା


୨୫)

ଅନ୍ଧାର ଯାଏ

ଆଲୋକ ସ୍ରୋତ ଯେବେ

ପାଖରେ ଥାଏ ।


୨୬)

ଜ୍ଞାନ ସାଗର

ହଟାଇ ଦେଇଥାଏ

ମନୁ ଅନ୍ଧାର ।


~ ସୁଧୀର କୁମାର ପଣ୍ଡା


୨୭)

ଅମା ଅନ୍ଧାର 

ଉଲ୍ଲୁକ ରାବୁଛି ଯେ 

ଲାଗୁଚି ଡର ।


୨୮)

ମୃତ୍ୟୁ ଅନ୍ଧାର 

ଜୀବନ ଆଲୋକ ସେ 

ସଂସାର ତତ୍ତ୍ୱ ।


୨୯)

ଅନ୍ଧକାର ବିନା 

ଆଲୋକ ର ମହତ୍ୱ 

ଜଣା ପଡେ ନା ।


୩୦)

ଅନ୍ଧତ୍ବ  ଆଉ 

ଅନ୍ଧକାର ଦୁହିଁ ଙ୍କ 

ବର୍ଣ୍ଣ କାଳିମା ।


୩୧)

ଉଆଁସ ରାତ୍ରୀ 

ତାରା ଚନ୍ଦ୍ରମା ବିନା

ଘନ ଅନ୍ଧାର ।


~ ରତ୍ନ ପ୍ରଭା ସିଂ


୩୨)

ପଣ୍ଡିତ ଜନ 

ଅନ୍ଧକାର ଦୂରେଇ 

ଦିଅନ୍ତି ଜ୍ଞାନ ।


୩୩)

ଅନ୍ଧାର ରାତି 

ଚୋର ପାଇଁକା ଭଲ 

ସୁଯୋଗ ନିତି ।


୩୪)

ଅନ୍ଧାର ହେଲେ 

ସାୟଂକାଳ ଆସଇ 

ଜାଣିବ ଭଲେ ।


୩୫)

ଅନ୍ଧାର ରାତି 

ଅହେତୁକ ଭୟରେ 

ଥରାଏ ଛାତି ।


୩୬)

ବରଷା ରାତି 

ଘନ ଅନ୍ଧକାରରେ 

ଯାଇଛି ମାତି ।


~ ସନ୍ତୋଷ କୁମାର ସାହୁ


୩୭)

ଗୁରୁ କୃପାରୁ

ଅଜ୍ଞାନ ଅନ୍ଧକାର

ହୁଅଇ ଦୂର ।


୩୮)

ଉଦିତ ସୂର୍ଯ୍ୟ

ଦୂରିଭୂତ କରନ୍ତି

ଅନ୍ଧକାରକୁ ।


୩୯)

ତାରକା ମେଳେ

ଚନ୍ଦ୍ରମା ହସୁଥାଏ

ଅନ୍ଧକାରରେ ।


~ ନିବେଦିତା ମହାପାତ୍ର


୪୦)

ଅନ୍ଧାରକଣା

ଭିଟାମିନ୍ ଅଭାବରୁ

ରୋଗଟି ଜଣା ।


୪୧)

ଶିକ୍ଷା ବିହୁନେ

ସବୁ ରାସ୍ତା ଅନ୍ଧାର

ଥାଏ ଜୀବନେ ।


୪୨)

ଶିକ୍ଷା ପ୍ରଦୀପ

ଅନ୍ଧକାର ଜୀବନେ

ଦିଏ ଆଲୋକ ।


~ ଶମ୍ଭୁନାଥ ଦାସ


୪୩)

ଆଲୋକ ସତ୍ୟ

ସତ୍ୟ ବି ଅନ୍ଧକାର

ଦୁହେଁ ଯାଆଁଳା ।


୪୪)

ତୁମେ କି ଜାଣ

ସେ ଆଖିରେ ଜଳିଛି

କେତେ ଯେ ରାତି ।


~ ଲିଙ୍ଗରାଜ ପାତ୍ର


୪୫)

ଭୟ ମାଡ଼ିଛି

ଦୁର୍ବିସହ ଜୀବନେ

ଅନ୍ଧାର ପାଇଁ ।


୪୬) 

ଅନ୍ଧାର ଘରେ

ପାଦ ଚିହ୍ନ ପଡ଼ିଛି

ଆଈର ବୋଧେ ।


~ ରାଜେଶ କୁମାର ମୁଣ୍ଡ


୪୭)

ଅନ୍ଧାର ରାତି

ଝଲସେ ଜହ୍ନ, ତାରା

ଥରୁଛି ଛାତି ।


୪୮)

ଗୋପନେ ତୁମେ

ଆସି ଅନ୍ଧକାରେ ଗୋ

ବିରାଜି  ମନେ ।


୪୯)

ଦେଖେ ସପନ

ଅନ୍ଧକାର ରାତିରେ

ମୁଦି ନୟନ ।


~ ପ୍ରତିମା ମେହେର


୫୦)

ଜ୍ଞାନ ପ୍ରଦୀପ 

ଅଜ୍ଞାନ ଅନ୍ଧକାର 

ଉଜ୍ଜ୍ୱଳ ଶୀଖା ।


୫୧)

ଘଞ୍ଚ ବନାନୀ 

ଅନ୍ଧକାର ତାଣ୍ଡବ

ଭୀତି ଉଦ୍ରେକ ।


୫୨)

ନିଃସଙ୍ଗ ଯାତ୍ରା 

ଲକ୍ଷ୍ୟ ଭ୍ରଷ୍ଟ ପଥିକ 

ତମସାଚ୍ଛନ୍ନ ।


୫୩)

ଅନ୍ଧାର ରାତି 

ଶୂନ୍ୟ ବଦନାମ୍ ଗଳି 

ଉନ୍ମତ୍ତ ମାତାଲ୍ ।


୫୪)

ଜ୍ୟୋତ୍ସ୍ନା ବିଧୌତ 

ମହାନଦୀର ବକ୍ଷ 

ଅନ୍ଧାର କାହିଁ !


୫୫)

ରାତ୍ରିର ଛନ୍ଦ 

ଅନ୍ଧକାରର ଗୀତି 

ଉଦାସୀ ଜହ୍ନ ।


୫୬)

ଘନ ତିମିର 

ଅଭିଶପ୍ତ ପ୍ରାସାଦ 

ଉଲ୍ଳୁକ ଡାକେ ।


୫୭)

ପୂର୍ଣମୀ ରାତି 

ବିବସ ଅନ୍ଧକାର 

ଜ୍ୟୋତ୍ସ୍ନା ତରଙ୍ଗ ।


୫୮)

ଦାନ୍ତେ ତିରଣ 

ବିବତ୍ସ ଅନ୍ଧାରୁଆ 

ନର୍କର ଭୟ ।


୫୯)

'ମୁଁ' ସର୍ବୋପରି

ଅହମିକାରେ ଅନ୍ଧ 

ତମସାଚ୍ଛନ୍ନ ।


~ ମନୀଷା ମିଶ୍ର


୬୦)

ଅନ୍ଧାର ପକ୍ଷ

ଜୀବନର ସତ୍ୟତା 

ଉଜ୍ଜ୍ୱଳ ପକ୍ଷ ।


୬୧)

ଜ୍ଞାନ ପ୍ରପନ୍ନ 

ଅନ୍ଧାରି ମୂଳକର 

ବିକାଶୋନ୍ମୁଖୀ ।


୬୨)

ଜ୍ୟୋତିରିଙ୍ଗଣ

ତିମିର ଅନ୍ଧକାରେ 

ମୁକ୍ତା ସଦୃଶ ।


୬୩)

ଅନ୍ଧାରି ବିଜେ 

ଦିବସର ତର୍ଜମା 

ପ୍ରଜାପାଳନ ।


୬୪)

ତମ ବ୍ୟାପକ 

ପ୍ରଦୀପର ଆଲୋକ 

ତମୋଘ୍ନ ସମ ।


୬୫)

ବିରହୀ ପ୍ରାଣ 

କୋହ, ଆବେଗ ଭରା 

ତମସ ସାଥୀ ।


୬୬)

ସକାଳ ରବି 

ରାତ୍ରିର ଅନ୍ଧକାର

ଆଶା ଆଲୋକ ।


୬୭)

ଆଶା, ନିରାଶା 

ଆଲୋକ, ଅନ୍ଧକାର 

ମୁଦ୍ରାର ପାର୍ଶ୍ୱ ।


୬୮)

କଳଙ୍କ ଛିଟା 

ଅନ୍ଧକାର କାଳିମା 

ମଉନ ରବି ।


୬୯)

ସୃଷ୍ଟି ଆରମ୍ଭ 

ଅନ୍ଧକାର ବୁକୁରେ 

ସୃଷ୍ଟିର ଶେଷ ।


~ ରମାକାନ୍ତ ସତପଥି


୭୦)

ଅନ୍ଧାର୍ ରାଏତ୍ ନ 

ରାଧା ନି ପାରେ ରହି 

ବଏଁଶି ଡାକେ ।


୭୧)

ଅନ୍ଧାର୍ ରାଏତ୍ ଥି 

ଗାଁ ମୁଡ଼ର୍ ମସାନ୍ ପଦା 

ଟଁଢ଼େଇ ଚରେ ।


~ ମନୀଷା ମିଶ୍ର 


୭୨)

ଅନ୍ଧାର ଆସେ

ଦରିଦ୍ର ରାଇଜରେ

ଛନକା ପଶେ ।


୭୩)

ପ୍ରେମୀ ଯୁଗଳ

ଅନ୍ଧାର ରଜନୀର

ଅପେକ୍ଷା କାଳ ।


~ ଶ୍ରୀ ଡମ୍ବରୁଧର ବାଗ 


୭୪)

ଏ ଅନ୍ଧକାର 

ହଟିବ ନିଶ୍ଚେ ଦିନେ ଯେ

ଜୟ ଆମର ।


୭୫)

କିଏ ଖୋଜିବ

ନ ଥିଲେ ଅନ୍ଧକାର 

ଆଲୁଅ ତବ ?


୭୬)

ସତ ସଂସାରେ

ଆଲୁଅ ଅନ୍ଧକାର 

ଦୁଇ ପାଖରେ !


୭୭)

ବାର କୁ ବାର

ପ୍ରମାଣେ ହଟି ଯାଏ

ଏ ଅନ୍ଧକାର !


~ ଆଶୁତୋଷ ମେହେର


୭୮)

ପାଏ ଯାହା ବି 

ଅନ୍ଧକାରରୁ ବୀଜ 

ଆଲୋକେ ଦିଏ ।


୭୯)

ଯାଏ ତ ହଜି 

ଅନ୍ଧକାରରେ ଛାଇ

ବାଟ ବି ନାହିଁ ।


~ ଦୀପ୍ତି ମୁଣ୍ଡ


୮୦)

କାଳି ଅନ୍ଧାରୁ

ପ୍ରାତଃ ଭ୍ରମଣ ନିତି

ଶରୀର ସୁସ୍ଥ ।


୮୧)

ସହରୀ ପ୍ରାଣ

ରାତ୍ରୀ ଆଲୋକ ଭରା

ଲୁଚେ ଅନ୍ଧାର ।


୮୨)

ସୂରୁଜ ବିନା

ପୃଥିବୀ ଅନ୍ଧକାର

ଦିବସ ସାରା ।


୮୩)

ପାହାଡୀ ଗାଆଁ

ବିଦ୍ୟୁତ ବତୀ ବିନା

ଘୋର ଅନ୍ଧାର ।


୮୪)

ଅନ୍ଧାର ପଥ

ହସ୍ତରେ ବାଡି ବିନା

ଚାଲିବା କଷ୍ଟ ।


୮୫)

ତମସା ନାଶ

ଆଲୋକ ବୁଣିଦିଏ

ପ୍ରଭାତେ ସୂର୍ଯ୍ୟ ।


୮୬)

ମହାକାଶ ଟି

ଘୋର ତମସାଚ୍ଛନ୍ନ

ବାୟୁ ବିହୀନ ।


୮୭)

ଅନ୍ଧାରୀ ଗାଆଁ

ସରକାରୀ ସାହାଯ୍ୟ

ବାଟମାରଣା ।


୮୮)

ଆହାର  ଖୋଜି

ପେଚା ଉଲ୍ଲୁକ ପକ୍ଷୀ

ଘନ ଅନ୍ଧାରେ ।


୮୯)

ନିଶା ଅଭ୍ୟାସ

ଜୀବନ ଅନ୍ଧକାର

ଟାଣେ ପଇସା ।


୯୦)

ଚୋର ର ଘର

ସବୁଦିନ ଅନ୍ଧାର

ନୁହଁଇ ପରା ।


୯୧)

ଅନ୍ଧାର ରାତ୍ରୀ

ଭାରି ଭୟଙ୍କର ସେ

ଛନକା ଛାତି ।


୯୨)

ଅମାବାସ୍ୟା ରେ

ନିସ୍ତବ୍ଧ ସେ ଚନ୍ଦ୍ରମା

ଭରେ ଅନ୍ଧାର ।


୯୩)

ଶୁକ୍ଳପକ୍ଷ ର

ଏକ ପକ୍ଷ ର ପରେ

ଅନ୍ଧାର ପକ୍ଷ ।


୯୪)

ଜ୍ଞାନ ର ବିନା

ଅନ୍ଧକାର ଘୋଟଇ

ଜୀବନ ସାରା ।


୯୫)

ଅନ୍ଧାର ରାତ୍ରୀ

ଖଦ୍ୟୋତ ର ଆଲୋକ

କ୍ଷୀଣ ଅଟଇ ।


୯୬)

ମୂଢ ମନୁଷ୍ୟ

ଅନ୍ଧାରେ ବୁଲାଏ ସେ

ବାଡି ହାତରେ ।


୯୭)

କଳା କହ୍ନେଇ

ଡରଇ ଅନ୍ଧାରକୁ

ଭାଳେ ଯଶୋଦା ।


୯୮)

ରଜନୀ ରାଣୀ

ଧରେ କଳା ବେଶ ସେ

ଘୋଟେ ଅନ୍ଧାର ।


୯୯)

ଦୃଷ୍ଟିବାଧକ

ଅନ୍ଧକାରମୟ ତ

ସାରା ଦୁନିଆ ।


୧୦୦)

ଆଇମା ଗପ

ଭୂତ ପ୍ରେତ ଙ୍କ ଭୟ

ଅନ୍ଧାର ରାତ୍ରୀ ।


୧୦୧)

ଭିଟାମିନି ଏ

ଖାଦ୍ୟ ଅଭାବେ ହୁଏ

ଅନ୍ଧାରକଣା ।


୧୦୨)

ଅନ୍ଧାର ରାତ୍ରୀ

ବାତାୟନ ଫାଙ୍କରେ

ବିଜୁଳି ରାଣୀ ।


୧୦୩)

ଅମାବାସ୍ୟା ରେ

ଅନ୍ଧକାର ସମୁଦ୍ର

ଉତ୍ତାଳ ତରଙ୍ଗ ।


୧୦୪)

ବଡବଡୁଆ

ଅନ୍ଧାରେ ଆସ ମର୍ତ୍ତ୍ୟେ

ଆଲୋକେ ଯାଅ ।


୧୦୫)

ବରଷା କାଳେ

ବିଜୁଳି ଘଡଘଡି

ଘୋଟେ ଅନ୍ଧାର ।


୧୦୬)

ଅନ୍ଧାର ଶବ୍ଦ

ଆଲୋକ ଶବ୍ଦର ସେ

ବୀପରିତ ଟି ।


୧୦୭)

ତମସା ନାଶି

ଉଇଁଲେଣି ସୂରୁଜ

ପ୍ରାଚୀ ଦିଗରେ ।


୧୦୮)

ଘନ ଅନ୍ଧାରେ

ପେଚାର ଦୃଷ୍ଟିଶକ୍ତି

ଭାରି ପ୍ରଖର ।


୧୦୯)

ନିଶା ଗର୍ଜୁଛି

ଅନ୍ଧାର ଇଲାକାରେ

ଆତ୍ମହତ୍ୟା ଟି ।


~ ଦମୟନ୍ତୀ ରଥ

☆☆☆☆☆☆☆☆☆☆

रविवार, 27 जून 2021

"ଶବ୍ଦ" ବିଷୟକ ଓଡ଼ିଆ ଏବଂ କୋଶଳୀର ସାରସ୍ୱତ ହାଇକୁ କାବ୍ୟ ଯାତ୍ରା ~

~ ସାରସ୍ୱତ ହାଇକୁ କାବ୍ୟ ଯାତ୍ରା ~

~ ହାଇକୁ PROMPT ~

"ଶବ୍ଦ"


୧)

ନିଃଶବ୍ଦ ପଥ

ମୁରୁକି ହସ ନେଇ

ତୁମେ ଆସିଛ ।


୨)

ଝରକା ଫାଙ୍କ

କାନରେ କହେ ଜହ୍ନ 

ନିରବ ଶବ୍ଦ ।


୩)

ଶବ୍ଦର ବର୍ଷା

ନୀରବତାର ଭାଷା 

ଅଲଗା ରାସ୍ତା ।


୪)

ଜହ୍ନ ଆଲୁଅ

ଆତ୍ମନିମଗ୍ନତାର

ଶବ୍ଦ ଅଭାବ ।


୫)

ଖାଲି କାଗଜ

ତୁମରି ବିଚ୍ଛେଦରେ 

ହଜିଛି ଶବ୍ଦ ।


~ ପ୍ରଦୀପ କୁମାର ଦାଶ


୬)

ଶବ୍ଦ ଲାଳିତ୍ଯ 

ମଧୁର ମୂର୍ଚ୍ଛନାରେ 

ସୁରିଲା ଗୀତ ।


୭)

ଶବ୍ଦ ଯାଦୁରେ

ଆକାଶ  ହସୁଥାଏ 

ମାଟି ପ୍ରେମରେ ।


୮)

ଲହଡି ଶବ୍ଦେ

ଉଛୁଳେ ଆଶା ଉର୍ମି 

ମନ ସାଗରେ ।


୯)

ବଂଶୀ ସ୍ବନରେ

ମୋହିତ ରାଧାରାଣୀ 

ଅଭି ପ୍ରୀତରେ ।


୧୦)

ନୂପୁର ଶବ୍ଦ 

ରଙ୍ଗ ଶାଳାରେ ବ୍ଯସ୍ତ 

ଅଧିର ପାଦ ।


୧୧)

ନିଃଶବ୍ଦ ବେଳେ

ଅଳସୀ ଜହ୍ନ ହସେ 

ଚିଲିକା ଜଳେ ।


୧୨)

ଶବ୍ଦ ବିନ୍ୟାସ 

ଲାଳିତ୍ଯ ରସ ସିକ୍ତ 

ଲଘୁ ସଂଗୀତ ।


୧୩)

ପ୍ରଚଣ୍ଡ ଶବ୍ଦେ

ଆସଇ ଘଡଘଡି 

ବର୍ଷଇ ମେଘ ।


୧୪)

ଶଙ୍ଖ ନାଦରେ

ଦିବ୍ୟ ଭାବନା ଜାଗେ 

ହୃଦ ମଧ୍ୟରେ ।


୧୫)

ନିରବ ଶବ୍ଦ

ଭେଦଇ ମନପ୍ରାଣ

ଦହେସେ ହୃଦ ।


୧୬)

ମଧୁର ଶବ୍ଦ 

ମନକୁ ମୋହିନେଇ 

କରଇ ମୁଗ୍ଧ ।


୧୭)

ଶବ୍ଦ ପୁଞ୍ଜରେ 

ଫୁଲଟେ ଫୁଟି ଗଲା 

ମନ ପୃଷ୍ଠାରେ ।


~ ସମିତା ସ୍ବାଇଁ 


୧୮)

ଶବ୍ଦ ଭଣ୍ଡାର

ଋଦ୍ଧିମନ୍ତ ସାହିତ୍ୟ

ବାଣୀ ଭଣ୍ଡାର ।


୧୯)

ଶବ୍ଦର ସଜ୍ଜା

ଛନ୍ଦ ଓ ଯତିପାତେ

ଲାଗଇ ମଜା ।


~  ସୁଧୀର କୁମାର ପଣ୍ଡା


୨୦)

ଝିଙ୍କାରି ଶବ୍ଦ

ଅନ୍ଧକାର ରାତ୍ରିରେ

ହୃଦୟ ସ୍ତବ୍ଧ ।


୨୧)

ଶବ୍ଦ ବିହୀନ

ଆକାଶରେ ଉଡଇ

ଖଗ ଶକୁନ ।


~ ଜୟରାମ ସାହୁ


୨୨)

ବେଳ କାହିଁରେ

ଗୋଟେଇବାକୁ ଶବ୍ଦ

ପକ୍ଷୀ ଡେଣାରୁ ।


୨୩)

ଶବ୍ଦ, ନିଶବ୍ଦ

ଜୀବନ ଚଉସାରେ

ଗୋଟି ସଦୃଶ ।


୨୪)

ଶବ୍ଦ ଶୁଭୁନି

ଆକାଶକୁ ଚାହିଁଛି

ନିସ୍ତବ୍ଧତାରେ ।


~ ରାଜେଶ କୁମାର ମୁଣ୍ଡ


୨୫)

ମନର କୋହ

ଅସୁମାରୀ ଆଶାର 

ନିଃଶବ୍ଦ ଭାଷା ।


୨୬)

ଉତ୍ତାଳ ଢେଉ

ଘୋର ଘର୍ଘର ଶବ୍ଦ 

ଭାଷା ଅନେକ ।


୨୭)

ଆଈମା ପେଡ଼ି

ବଖାଣିର କୁହୁକ 

ଶବ୍ଦ ଚାଙ୍ଗୁଡ଼ି ।


୨୮)

କଣ୍ଟାର ଶବ୍ଦ 

ସମୟ ବାର୍ତ୍ତାବହ

ଦୋଦୁଲ୍ୟମାନ ।


୨୯)

ଅଭାବୀ ଆଖି 

ଲୁହଭିଜା ଚାହାଣୀ

ଅକୁହା ଶବ୍ଦ ।


୩୦)

କୋହ, ଉଚ୍ଛ୍ୱାସ 

ଅବୋଧ୍ୟ ପରିଭାଷା 

ଶବ୍ଦ ଅନେକ ।


୩୧)

ବିନିଦ୍ର ରାତ୍ରି 

ପ୍ରେୟସୀ ଭାବମଗ୍ନ 

ନିଃଶବ୍ଦ ଓଠ ।


୩୨)

ଭଞ୍ଜ ମଞ୍ଜୁଳ 

ଶୃଙ୍ଗାରର ସମୟ 

ଶବ୍ଦ ସମ୍ଭାର ।


୩୩)

କୃଶାବୟବ 

ଅସନ୍ତୁଳିତ ପଦ 

କ୍ଷୁଧାର ଶବ୍ଦ ।


୩୪)

ଅଦୃଶ୍ୟ ହାତ

ଶବ୍ଦହୀନ ପ୍ରହାର 

ଅଭ୍ୟସ୍ତ ନର ।


~ ମନୀଷା ମିଶ୍ର


୩୫)

ଧ୍ୱନି ତରଙ୍ଗ 

ଶବ୍ଦର ଉଦ୍'ବେଳନ 

ଭାଷାର ଫଲ୍ଗୁ ।


୩୬)

ବଂଶୀର ସ୍ୱନ

ତରଙ୍ଗାୟିତ ସୁର 

ଶୃତି ମଧୁର ।


୩୭)

ଶବ୍ଦ ଝଙ୍କାର 

ଅକ୍ଷର ସମାହାର 

ଭାବ ଉଦ୍ରେକ ।


୩୮)

ସ୍ୱର ଘଟିକା 

ଜିହ୍ୱା, ଦନ୍ତ, ତାଳବ୍ୟ 

ଶବ୍ଦ ସମ୍ଭାର ।


୩୯)

ସଂପର୍କ ସେତୁ 

ଶବ୍ଦର ବିନିମୟ 

ମିତ୍ର ଓ ଶତ୍ରୁ ।


୪୦)

ଶବ୍ଦ ଯୋଜନା 

ବିମ୍ବ ଓ ପ୍ରତିବିମ୍ବ 

ଶାଳୀନ ଭାଷା ।


୪୧)

କବି କଳ୍ପନା 

ସୁନ୍ଦର ପ୍ରସ୍ତାବନା 

ଶବ୍ଦର ଯାଦୁ ।


୪୨)

ଧ୍ୱନି ରଚନା

ଅପ୍ରତିଭ ସୂଚନା 

ଭାବ ଅଭାବ ।


୪୩)

ଶବ୍ଦ ପ୍ରାଚୁର୍ଯ୍ୟ

ଭାବର ଗମ୍ଭୀରତା 

ଅବୋଧ୍ୟ ଭାଷା ।


୪୪)

କବି, ଲେଖକ 

ଶବ୍ଦଚୋରଙ୍କ କାବ୍ୟ 

ଭାବରେ ଉଣା ।


~ ରମାକାନ୍ତ ସତପଥି


୪୫)

ପାଉନି ଶବ୍ଦ

ତୁମ ପ୍ରୀତି ଡ଼ୋରେ ଗୋ

ବନ୍ଧା ମୋ ହାତ ।


୪୬)

ତୁମ ନିଃଶବ୍ଦ

ବେପରୁଆ ମନଟି

ଅନେକ ଦୂର ।


୪୭)

ଗଢ଼ା ହେଇଛି

ଶବ୍ଦ'ର ମହଲ ଟି

ହିଆ ହାଣୁଛି  ।


୪୮)

ଶବଦ ନିିନ

କେନ୍ତା କରମା ଘର

ଭାବି ଦେଖତ ।


୪୯)

ଶୁନି ଦେଖତ

କାହାର ଶବଦ ଯେ

ଲାଗୁଛେ ଗୀତ ।


~ ପ୍ରତିମା ମେହେର


୫୦)

ମେଘ୍ ବର୍'ସିଲାନ 

ବେଙ୍ଗ୍ ନାଚ୍'ଲା ଭନାତଲେ 

ଘିଡ଼୍'ଘିଡ଼ି ଆବାଜ୍ ।


୫୧)

ଆଁଖି ନିନ ଲ'

ମନ୍ ଗୁମୁରି ମରୁଛେ 

ନାଇନ ଶବଦ୍ ।


~ ମନୀଷା ମିଶ୍ର


୫୨)

କାହା ଶବ୍ଦ ରେ 

ନିଦ ଭାଙ୍ଗିଲା ମୋର 

କାଲି ରାତି ରେ ।


୫୩)

ଅଳତା ପାଦ 

ରୁଣୁଝୁଣୁ ଶବଦ 

ରୂପା ପାଉଁଜି ।


୫୪)

ଟିକି ଚଢ଼େଇ 

କିଚିରି ମିଚି ଶବ୍ଦ 

ଦାନା ଖୋଜଇ ।


୫୫)

କୁନି ଛୁଆ ଟି 

ଖିଲି ଖିଲି ହସ ସେ 

ଦାରୋଟି ଶବ୍ଦ ।


~ ରତ୍ନ ପ୍ରଭା ସିଂ


୫୬)

ଅଶଦ୍ଦ ଶଦ୍ଦ

କାହାଣୀ ସାରି ଦିଏ

ଶ୍ମଶାନ ପଥ !


୫୭)

କଅଁଳ ଓଠ

ଦରୋଟି ଶଦ୍ଦ ଆଶା

ମାଆଁ ର ଜଠ !


୫୮)

ଶୂନ୍ଯ  ରୁ ଶଦ୍ଦ 

ଅଲେଖ ମହିମା ସେ

ମନ ଆବଦ୍ଧ ।


୫୯) ଶଦ୍ଦ ଝଙ୍କାର

ଗୁନ୍ଥଇ ବୀଣା ତାରେ

ଗୀତ ର ସୁର ।


୬୦)

ମହତବାଣୀ

ସଳଖେ ସଂସାରରେ

ଶଦ୍ଦ କୁ ଛାଣି ।


~ ଆଶୁତୋଷ ମେହେର


୬୧)

ଶବ୍ଦ ଭଣ୍ଡାର

ନୀରବେ ବଢ଼ି ଚାଲେ

ବଦଳେ କାଳ ।


୬୨)

ଶବ୍ଦ କୁହୁକ

କରଇ ଆନମନା

ଶୁଣିଲେ ଗୀତ ।


~ ରଞ୍ଜନ ଜେନା


୬୩)

କି ବର୍ଣ୍ଣମାଳା

ମହାସାଗର ଜାଣେ

କେତେ ଯେ ଶବ୍ଦ ।


୬୪)

କେଉଁଠୁ ଆସେ

ଅଗଣନ ଧ୍ୱନର

ଏ ନାଦବ୍ରହ୍ମ ।


~ ଲିଙ୍ଗରାଜ ପାତ୍ର


୬୫)

ଶବ୍ଦ ବ୍ରହ୍ମ ରେ

ଶବ୍ଦରେ ବର୍ଣାୟିତ

କବିତା ଟିଏ ।


୬୬)

କବି ଲେଖନୀ

ଶବ୍ଦରେ ରୂପ ଦିଏ

କାବ୍ୟ ସମ୍ଭାର ।


୬୭)

ବର୍ଣ୍ଣମାଳା ରେ

ବର୍ଣ୍ଣ ସଂଯୋଗେ ହୁଏ

ଶବ୍ଦ ର ସୃଷ୍ଟି ।


୬୮)

ନିଃଶବ୍ଦ ବ୍ରହ୍ମ

ସୁଧା ଝରୁଛି ଦେଖ

ଜ୍ଞାନ ନେତ୍ରରେ ।


~ ବାସନ୍ତୀ ଦେଈ


୬୯)

ସଙ୍ଗୀତ ଶବ୍ଦ 

ଶୁଣୁ ଶୁଣୁ ମନଟା 

ହୁଅଇ ମୁଗ୍ଧ ।


୭୦)

ଗୀତ ରାଗିଣୀ 

ମଧୁର ଲାଗେ ଶବ୍ଦ 

ଥରୁଟେ ଶୁଣି ।


୭୧)

ଛବିକୁ ଦେଖି 

ବାକ୍ୟ ଗଡ଼ୁଛି ଚାଟ 

ଶବ୍ଦକୁ ଲେଖି ।


~ ସନ୍ତୋଷ କୁମାର ସାହୁ


୭୨)

ମାଆ ବାପାଙ୍କ 

ମୁହଁରୁ ପୁଅ ଶବ୍ଦ 

କେଡେ ଆନନ୍ଦ ।


୭୩)

ପୁଅ ଝିଅଙ୍କ 

ବାପା ଓ ମାଆ  ଶବ୍ଦ 

କେଡେ ମଧୁର ।


୭୪)

ଶବ୍ଦ ମଧୁର 

ସଭିଙ୍କୁ ଦେଇଥାଏ 

ଖୁସି ଅପାର ।


୭୫)

ଶବ୍ଦ ଶିଖାଏ 

ହସାଏ ହସେ କାନ୍ଦେ 

ଝରେ ଝରାଏ ।


~ ମୁକ୍ତେଶ୍ଵର  ପଧାନ


୭୬)

ଶବ୍ଦାଳଙ୍କାର

ଗଦ୍ୟ ପଦ୍ୟ ପ୍ରବନ୍ଧ

ଯେ' ଚମତ୍କାର ।


୭୭)

ନିଃଶବ୍ଦ ରାତି

କୋଳାହଳ ମାତ୍ରେ ହିଁ

ବଢ଼ଇ ଭୀତି ‌।


~ ଶମ୍ଭୁନାଥ ଦାସ


୭୮)

ନୂପୁର ଶବ୍ଦ

ରୁଣୁଝୁଣୁ ବାଜୁଛି

ହସୁଛି ପ୍ରିୟା ।


୭୯)

ନୀଳ ଆକାଶେ

ଘଡଘଡି ର ଶବ୍ଦ

କମ୍ପେ ପୃଥିବୀ ।


~ ଡମ୍ବରୁଧର ବାଗ


୮୦)

ଶବ୍ଦ ମାଧୁରୀ

ସଜ୍ଜିତ ନାନା ରୂପେ

ଭାଷା ସାହିତ୍ୟେ ।


୮୧)

ଶବ୍ଦ ତରଙ୍ଗ

ପବନେ  ଭାସିଯାଏ

ଅନେକ ଦୂର ।


୮୨)

ସହର ସାରା

ଯାନବାହାନ ଶବ୍ଦ

ପ୍ରଦୂଷଣ ସେ ।


୮୩)

ଭାଷଣ କାଳେ

ଶବ୍ଦର ସଂଯୋଜନା

ହୃଦୟସ୍ପର୍ଶୀ ।


୮୪)

ବିଜନ ବେଳା

ଶବ୍ଦ ଶୁଣାଯାଏ ତ

ବହୁତ ଦୂର ।


୮୫)

ଶବ୍ଦ ଝଙ୍କାର

ହୃଦୟ କୁ ଛୁଏଁ ତ

ମଧୁର ଅତି ।


୮୬)

କୋମଳ ଶବ୍ଦ

ଶ୍ରୁତି ମଧୁର ଅତି

କଣ୍ଠ ଦେଶରୁ ।


୮୭)

ଶବ୍ଦ ସମ୍ଭାର

ପୂର୍ଣ୍ଣ ଭାବ ପ୍ରକାଶେ

ବାକ୍ୟ ଗଠିତ ।


୮୮)

କଠୋର ଶବ୍ଦ

ଅତି କଟୁକର ସେ

କର୍ଣ୍ଣ ପାଇଁକି ।


୮୯)

କର୍ଣ୍ଣପଟହ

ଖୁବ ଯୋରରେ ଶବ୍ଦ

ପରଦା ନଷ୍ଟ ।


୯୦)

ବର୍ଣ୍ଣ ସମଷ୍ଟି

ଶବ୍ଦର ସୃଷ୍ଟି ହୁଏ

ନାନା ଅର୍ଥରେ ।


୯୧)

ଗୀତି କବିତା

ଶବ୍ଦର ସଂଯୋଜନା

ଛନ୍ଦ ରସରେ ।


୯୨)

କାନ୍ଥ ଘଣ୍ଟାଟି

ଟିକି ଟିକି ଶବଦେ

ସମୟ କୁହେ ।


୯୩)

ଫମ୍ପା ମାଠିଆ

ଶବଦ ବେଶୀ ହୁଏ

ଛୁଇଁଲେ ହାତେ ।


୯୪)

ଅଶ୍ଳୀଳ ଶବ୍ଦ

ମନକୁ କଷ୍ଟ ଦିଏ

ଦୂରେଇ ରୁହ । 


୯୫)

ବିଜୁଳି ସାଥେ

ଘଡଘଡି ର ଶବ୍ଦ

ବୁକୁ  ଥରଇ ।


୯୬)

ଶବ୍ଦର ଗତି

ଆଲୋକ ଗତି ଠାରୁ

ଭାରି ମନ୍ଥର ।


୯୭)

ଦେବାଳୟ ରେ

ଘଣ୍ଟା ଘଣ୍ଟର ଶବ୍ଦ

ଆରତି କାଳେ ।


୯୮)

ନାଟ ମଣ୍ଡପେ

ଦେବଦାସୀ ର ନୃତ୍ୟ

ଘୁଙ୍ଗୁର ଶବ୍ଦେ ।


୯୯)

ବିଦ୍ୟାଳୟ ରେ

ଘଣ୍ଟା ପିଟଣା ଶବ୍ଦ

ପିଲାଙ୍କ ଖୁସି ।


୧୦୦)

ରେଳଗାଡିଟି

ଛୁକ ଛୁକ ଶବଦେ

ଷ୍ଟେସନ ଛାଡେ ।


୧୦୧)

ଭାଷା ସାହିତ୍ୟ

ଶବ୍ଦ ଛନ୍ଦ ତାଳ ରେ

ରସ ଲାଳିତ୍ୟ ।


୧୦୨)

କୋକିଳ  ଡାକେ

କୁହୁ କୁହୁ ଶବଦେ

ଆମ୍ର କୁଞ୍ଜରେ ।


୧୦୩)

ସଭା ସମିତି

ଘୋ ଘା ଶବ୍ଦ ମଧ୍ୟରେ

ଜନ ଗହଳି ।


୧୦୪)

ବାପା ଶବ୍ଦଟି

ବା ବାୟୁ ପା ରୁ ପାଣି

ସ୍ଵର୍ଗ ଠୁ ଉଚ୍ଚ ।


୧୦୫)

ଗୁରୁ ଶବ୍ଦଟି

ଅଜ୍ଞାନ ନାଶକରି

ଜ୍ଞାନ ପ୍ରଦାନ ।


୧୦୬)

ଓଁକାର ଶବ୍ଦେ

ଗାୟତ୍ରୀ ମନ୍ତ୍ର ଗାନ

ନାମ ବ୍ରହ୍ମରେ ।


୧୦୭)

ମାଆ ଶବ୍ଦରେ

ସେନେହ ଭରପୁର ସେ

ସେନେହମୟୀ ।


୧୦୮)

ଶବ୍ଦ ଗଠିତ

ସ୍ଵରବର୍ଣ୍ଣ ସହିତ

ବ୍ୟଞ୍ଜନ ବର୍ଣ୍ଣ ।


୧୦୯)

ହାଇକୁ ଲେଖା

ଶବ୍ଦର ସମ୍ମେଳନ

କବିତା ଗୁନ୍ଥା ।


~ ଦମୟନ୍ତୀ ରଥ


୧୧୦)

ଶବ୍ଦ ଡରାଏ 

ଡରେ, କାନ୍ଦେ କନ୍ଦାଏ 

କେଜାଣି, ହାଏ !


~ ଦୀପ୍ତି ମୁଣ୍ଡ

☆☆☆☆☆☆☆☆☆☆

MOST POPULAR POST IN MONTH