ସାରସ୍ୱତ ହାଇକୁ କାବ୍ୟ ଯାତ୍ରା
~ ହାଇକୁ PROMPT ~
"ବଟବୃକ୍ଷ"
୧)
ମୋ ଗାଆଁ କଥା
ବଟବୃକ୍ଷ ଶୁଣାଏ
ଐତିହ୍ୟ ଗାଥା ।
୨)
ବଟ ର ପୂଜା
ସ୍ୱାମୀ ଆୟୁ ବଢାଏ
ବ୍ରତ ସଧବା ।
~ ପ୍ରଦୀପ କୁମାର ଦାଶ
୩)
ଗାଁ ବଟବୃକ୍ଷ
ସୁଖ ଦୁଃଖ ର ସାଥୀ
ପ୍ରାଚୀନ କାଳୁ ।
୪)
କେଡେ ମହାନ
ବଟବୃକ୍ଷ ର ଦାନ
ଆଶ୍ରୟ ସ୍ଥଳ ।
୫)
ବଟବୃକ୍ଷଟେ
ଓହଳିଛି ତଳକୁ
ଉଇ ମାତିଛି ।
୬)
ଅନେକ ଆଶା
ବଟବୃକ୍ଷ ହିଁ ସାକ୍ଷୀ
ଡୋର ବାନ୍ଧିଛି ।
~ ରାଜେଶ କୁମାର ମୁଣ୍ଡ
୭)
ବଟବୃକ୍ଷ ଟି
ନିର୍ବିକାର ଚିତ୍ତରେ
ରହିଛି ସ୍ଥିର ।
୮)
ପୂଜିଲେ ବଟ
ମିଳଇ କୋଟି ପୁଣ୍ୟ
ଜୀବନ ଯାକ ।
~ ନିବେଦିତା ମହାପାତ୍ର
୯)
ଯେ' ବରଗଛ
ପରିବେଶ ଶୋଭନେ
ନିର୍ମଳ ସ୍ଵଚ୍ଛ ।
୧୦)
କାଳ ଅଶୁଭ
ଯାତ୍ରାରେ ବରଡାଳ
ଭାଙ୍ଗିଲେ ଶୁଭ ।
୧୧)
ଓସ୍ତ ଓ ବର
ବର-କନ୍ୟା ବିବାହ
କରନ୍ତି ନର ।
୧୨)
ଓହଳ ଜାଣ
ଦୀର୍ଘଜୀବୀ କରନ୍ତି
ବକୁଳ ବନ ।
~ ଶମ୍ଭୁନାଥ ଦାସ
୧୩)
ସେ ବଟ ଦୃମ
କରେ ଜଗତ ରକ୍ଷା
ଧନ୍ୟ ତା କାମ ।
୧୪)
ଓସ୍ତ ଓ ବଟ
ଅମ୍ଳଜାନ ଭଣ୍ଡାର
କାୟା ତାହାର ।
୧୫)
ଶ୍ରୀ ମନ୍ଦିରରେ
କଳ୍ପ ବଟ ପୁଜିବା
ଭକ୍ତି ଭାବରେ ।
~ ସୁଧୀର କୁମାର ପଣ୍ଡା
୧୬)
ମନ୍ଦିର ବେଡ଼ା
ବଟ ବୃକ୍ଷ ରହିଛି
ହୋଇକି ଛିଡ଼ା ।
୧୭)
ବଟ ଯେ ଅତି
ଅମ୍ଳଜାନ ଦେଉଛି
ପ୍ରାଣୀକୁ ନିତି ।
~ ସନ୍ତୋଷ କୁମାର ସାହୁ
୧୮)
ସାବିତ୍ରୀ ବ୍ରତ
ବଟ ପିପଲ ପୂଜା
ସ୍ୱାମୀଙ୍କ ହିତ ।
୧୯)
ବଟ ଓହଳେ
କେଡେ ଆନନ୍ଦ ଦେଖ
କଣ୍ଢେଇ ଖେଳ ।
୨୦)
ଔଷଧ ଭରା
ବର ଗଛ ଆମକୁ
ଦିଏ ସାହାରା ।
୨୧)
ହିତେଶି ଗଛ
ପର ହିତରେ ସିଏ
ନଘୁଞ୍ଚେ ପଛ ।
~ ମୁକ୍ତେଶ୍ଵର ପଧାନ
୨୨)
ରାସ୍ତା ବୁଲାଣି
ବଟବୃକ୍ଷ ଠିଆ,ତା
ଶହେ କାହାଣୀ ।
୨୩)
ବଟବୃକ୍ଷ ର
ଗହଳ ଛାଇ ତଳେ
ସୁଖ ଅପାର ।
୨୪)
ଗାଁ ପାଟ ଗଲେ
ବୁଢା ବରଗଛ,ତା
ଓହଳ ଝୁଲେ ।
~ ଆଶୁତୋଷ ମେହେର
୨୫)
ବଟ ସାବିତ୍ରୀ
ସଧବା ନାରୀ ପୂଜେ
ଶୁଭ ମନାସି ।
୨୬)
ବର ଅଶ୍ଵତ୍ଥ
ତେତିଶ କୋଟି ଦେବ
ତହିଁରେ ଵାସ ।
୨୭)
ସ୍ବାମୀ କଲ୍ୟାଣେ
ବଟ ବୃକ୍ଷରେ ସୂତା
ଵାନ୍ଧେ ବନିତା ।
୨୮)
ବର ଅଶ୍ଵତ୍ଥ
ପୂଜିଲେ ନର ନିତି
ମିଳେ ଆଶିଷ ।
୨୯)
ଗାଆଁ ମୁଣ୍ଡରେ
ବରଗଛ ଓହଳେ
ଦୋଳି ଖେଳନ୍ତି ।
୩୦)
ଗ୍ରାମ ଦେବତୀ
ବଟବୃକ୍ଷ ମୂଳେ ସେ
ପୂଜା ପାଆନ୍ତି।
~ ବାସନ୍ତୀ ଦେଈ
୩୧)
ମୋ ଜେଜେବାପା
ବଟବୃକ୍ଷ ଘରର
ଆମ ସାହାରା ।
୩୨)
ବଟବୃକ୍ଷ ରେ
କେତେ ପକ୍ଷୀଙ୍କ ନୀଡ
ଅନେକ ଆଶା ।
୩୩)
ବାନ୍ଧିଛି ସୂତା
ବଟବୃକ୍ଷ ଡାଳରେ
ଶୁଭ ମନାସି ।
୩୪)
ଅନେକ ଲମ୍ବା
ବଟବୃକ୍ଷ ଓହଳ
ପୁରୁଣା ଭାରି ।
୩୫)
ଗ୍ରାମ ମୁଣ୍ଡରେ
ବରଗଛ ଛାଇରେ
ଖେଳିବା ଦୋଳି ।
୩୬)
ବରଗଛ ଟା
ଗଣ୍ଡି ବଡ ବହୁତ
ଛୋଟିଆ ଫଳ ।
~ ସମିତା ସ୍ବାଇଁ
୩୭)
ଉଦିଆଁ ବେଲ
ବରଗଛ୍ ର୍ ତଲେ
କବାଡି ଖେଲ ।
୩୮)
ସାଙ୍ଗ ସରସା
ବରଗଛ ହସୁଛେ
ଗାଁର ଧରସା ।
୩୯)
ଚେରେଁ ଚିର୍ଗୁନ
ବରଗଛର ଡାଲେଁ
ପତର ଶୁନ ।
~ ଆଶୁତୋଷ ମେହେର
୪୦)
ଗାଁ ହାଲଚାଲ
ଜାଣଇ ବରଗଛ
ନୀରବେ ଥାଏ ।
୪୧)
ବର ମୂଳରେ
ଖେଳନ୍ତି ପିଲା ନିତି
ନଥାଏ ଜାତି ।
୪୨)
ବର ଓହଳେ
ଖେଳନ୍ତି କେତେ ଦୋଳି
ପଡିଲେ ତାଳି ।
୪୩)
ବର ଗଛରେ
ବୁଢ଼ା ହନୁଟା ରହେ
ଛଡେଇ ଖାଏ ।
~ ରଞ୍ଜନ ଜେନା
୪୪)
ସାଙ୍ଗ୍ ସାଥୀ ମେଳେ
କଟେ ଖରା ମଏଧାନ୍
ବରଗଛ୍ ତଳେ ।
୪୫)
ବରଗଛ୍ ଡାଲେ
ମଏନା ଚିରେର୍ ଗରା
ଧମନାର୍ ଚରା ।
୪୬)
ବରଗଛ୍ ଛାଁଏ
କେତେ ଟେ ଆରାମ୍ ହାଏ !
ବସଲେଁ ଘାଏ ।
୪୭)
ବରଗଛ୍ ତଳେ
ଢାଲଲେ ପାଏନ ଫୁଲ୍
ମନ୍ ହେସି ପର୍ଫୁଲ୍ ।
୪୮)
ବରଗଛ୍ ଡାଲେଁ
ବାନ୍ଧଲି ରାକ୍ଷୀର୍ ସୂତା
ମାନି ଦେବତା ।
~ ଜୟରାମ ସାହୁ
୪୯)
ଖେଳିଚେ ଦୋଳି
ବର ଗଛ ଓହଳେ
ପିଲା ଦିନ ରେ ।
୫୦)
ବିଭୁ ଭାବନା
ମନ ରେ ଜାଗି ଉଠେ
ବଟ ବୃକ୍ଷ ରେ ।
~ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ
୫୧)
ଗାଁ ମୁଡ୍ ବରଗଛ୍
ପେତେନ୍ ଟା ଗୋଡ୍ ଲମାସି
ଉଆଁସର୍ ରାଏତ୍ ।
୫୨)
ବରଗଛ୍ ଡାକ୍'ସି
ମାଛି ଅଂଧରିଆ ବେଲ୍
ଗଂଜେଇ ଚିଲମ୍ ।
~ ମନୀଷା ମିଶ୍ର
୫୩)
ଶ୍ରୀକ୍ଷେତ୍ର ଧାମ
କଳ୍ପବଟର ମୂଳ
ଅଭିଷ୍ଟ ପୂର୍ଣ ।
୫୪)
ଲୁମ୍ବିନି ବନ
ବୋଧିବୃକ୍ଷର ଛାଇ
ବୁଦ୍ଧତ୍ୱ ପ୍ରାପ୍ତି ।
୫୫)
ବରର ବୀଜ
ଦୂର୍ଯ୍ୟୋଧନର ହସ
ବିଶାଳ ବୃକ୍ଷ !
୫୬)
ନିସ୍ତବ୍ଧ ରାତି
ଗାଁ ମୁଣ୍ଡ ବରଗଛ
ପ୍ରେତଙ୍କ ଭୀତି ।
୫୭)
ଡିବି ଆସର
ପିଲାଙ୍କ ଦୋଳିଖେଳ
ବର ଓହଳ ।
୫୮)
ବର କୋରଡ଼
ମୃତକ ଆତ୍ମା ସ୍ଥିର
ଅସ୍ଥି ପ୍ରବାହ ।
୫୯)
ଖୋଲା ହୃଦୟ
ବିଶାଳ ବରଗଛ
କବି ଉପମା ।
୬୦)
ଅତୀତ ସାକ୍ଷୀ
ବର ସେ ନିର୍ବିକାର
ମୁନି ପ୍ରତିମ ।
୬୧)
ପିତୃ ପ୍ରତିମ
ବଟବୃକ୍ଷ ସମାନ
ନିଶ୍ଚିନ୍ତ ହସ ।
୬୨)
ଗାଁ ବରଗଛ
ଆସିବା ଜନସାକ୍ଷୀ
ଫେରନ୍ତା ବନ୍ଧୁ ।
୬୩)
ବଟର ଆଶୀଷ
ସଧବା ମନ ଆଶା
ଅହିଅ ଶଂଖା ।
~ ମନୀଷା ମିଶ୍ର
୬୪)
ସିଦ୍ଧାର୍ଥ, ବୁଦ୍ଧ
ବୋଧିଦ୍ରୁମର ଛାଇ
ଅହିଂସା ମାର୍ଗ ।
୬୫)
ଖଗ ଗୁଞ୍ଜନ
ବଟବୃକ୍ଷ ଆଶ୍ରୟ
ପଥଶ୍ରାନ୍ତର ।
୬୬)
ବର ଓହଳ
ଯୋଗାବିଷ୍ଟ ତପସ୍ୱୀ
ପୃଥ୍ବୀର ଭାର ।
୬୭)
ନୀଳ ଆକାଶ
ସବୁଜିମାର ସାଥୀ
ଏ ବରଗଛ ।
୬୮)
ଜତୁକା ଝୁଲେ
ବରଗଛର ଶାଖା
ଭୂତର ଭ୍ରମ ।
୬୯)
ଚପଳ ଶିଶୁ
ଦୋଳି ଓ ଲୁଚକାଳି
ବର ଓହଳ ।
୭୦)
ଥୁଣ୍ଟା ଏ ବର
ପକ୍ଷୀ କାକଳୀ ହଜେ
ଜୀବନ ସତ୍ୟ ।
୭୧)
ଜୀବନ ମୃତ୍ୟୁ
ମୂକସାକ୍ଷୀ ଏ ବର
ଇତିହାସର ।
୭୨)
ବର ପିପ୍ପଳ
ହିନ୍ଦୁ ଦର୍ଶନ ମତ
ଯୁଗଳ ଜୋଡ଼ି ।
୭୩)
ପ୍ରେମୀ ଯୁଗଳ
ବିତୃଷ୍ଣ ପରିବାର
ବର ଓହଳ ।
~ ରମାକାନ୍ତ ସତପଥି
୭୪)
ବଟ ବୃକ୍ଷ ଯେ
କଳ୍ପତରୁ ସେ ଢ଼ାଳି
ଦିଏ ଆଶିଷ ।
~ ରତ୍ନ ପ୍ରଭା ସିଂ
୭୫)
ରଜ ପର୍ବରେ
ଦୋଳି ଖେଳନ୍ତି ପିଲା
ବରଗଛରେ ।
୭୬)
ବଟ ବୃକ୍ଷରେ
ବାସ କରନ୍ତି ପକ୍ଷୀ
ମନ ଖୁସିରେ ।
୭୭)
ଗାଆଁ ମୁଣ୍ଡରେ
ଅଛି ବରଗଛଟି
କେତେ କାଳରୁ ।
୭୮)
ବରଗଛରେ
କ୍ଷୁଦ୍ର ଫଳ ଫଳଇ
ଶରୀର ବଡ ।
୭୯)
ବରଗଛଟି
ଆଶ୍ରୟ ଦେଉଛିତ
ପଥେ ପଥିକ ।
୮୦)
ବଟର ଛାଇ
ମୁନି ଋଷି ଗଣତ
ତପସ୍ୟା ରତ ।
୮୧)
ବରଗଛଟି
ଖୋଲା ଆକାଶ ତଳେ
ସଭିଙ୍କ ସାଥି ।
୮୨)
ବର ଓହଳ
ଔଷଧ ପ୍ରସ୍ତୁତ ସେ
ରୋଗରୁ ମୁକ୍ତ ।
୮୩)
ଗାଆଁ ମଣ୍ଡପ
ବରଗଛ ତଳେ ତ
ତାଆସ ମାଡ ।
୮୪)
ଲୁଚା ଲୁଚିରେ
ଗାଆଁ ପିଲାଙ୍କ ସାଥୀ
ବରଗଛଟି ।
୮୫)
ବର ଓହଳେ
ମାନସିକ ରଖନ୍ତି
ବାନ୍ଧିଣ ଡୋରି ।
୮୬)
ବଟ ଗଣେଶ
ଭାରି ପ୍ରତ୍ୟେକ୍ଷ ସେହି
ଶ୍ରୀମନ୍ଦିରରେ ।
୮୭)
ବରଗଛରେ
ଆତ୍ମହତ୍ୟାର ରୂପ
ପ୍ରେମୀ ଯୁଗଳ ।
୮୮)
ବରଗଛରେ
ପକ୍ଷୀଙ୍କ କଳରବ
ଭାରି ଆନନ୍ଦ ।
୮୯)
ବରଗଛରେ
ଜୟୀରାଜଗୁରୁ ସେ
ପାଇଲେ ଫାଶୀ ।
୯୦)
ନିତି ନିଶିଥେ
ଭୂତ ଙ୍କ ଭ୍ରମ ସୃଷ୍ଟି
ବରଗଛରେ ।
୯୧)
ଜଗତନାଥ
କଳପବଟ ମୂଳେ
ନୀଳଶଇଳ ।
୯୨)
ବଟ ବୃକ୍ଷରେ
ମନ ବାଞ୍ଚା ପୂରଣ
ବାନ୍ଧିଲେ ଡୋରି ।
୯୩)
ଗାଆଁ ମୁଣ୍ଡରେ
ବୁଢା ବରଗଛଟି
ଅତୀତ ସାକ୍ଷୀ ।
୯୪)
ବରଗଛଟି
ବଡ କଷ୍ଟସହିଷ୍ଣୁ
ସଭିଙ୍କ ହିତେ ।
~ ଦମୟନ୍ତୀ ରଥ
☆☆☆☆☆☆☆☆☆☆
कोई टिप्पणी नहीं:
एक टिप्पणी भेजें