ସାରସ୍ୱତ ହାଇକୁ କାବ୍ୟ ଯାତ୍ରା
~ ହାଇକୁ PROMPT ~
"ଇନ୍ଦ୍ରଧନୁ"
୧)
ନୀଳ ଆକାଶ
ଇନ୍ଦ୍ରଧନୁର ରଙ୍ଗ
ଆଙ୍କଇ ଚିତ୍ର ।
୨)
ଆଖିରେ ଝଡି
ଇନ୍ଦ୍ରଧନୁ ହତାଶ
ଲୁହକୁ ଦେଖି ।
~ ପ୍ରଦୀପ କୁମାର ଦାଶ
୩)
ଇନ୍ଦ୍ରଧନୁର
ସପ୍ତବର୍ଣିଳ ଆଭା
ମୁଗ୍ଧ ଦର୍ଶକ ।
୪)
ପୃଥିବୀ ବକ୍ଷେ
ସୁସଜ୍ଜିତ ତୋରଣ
ଦିଶେ ସୁନ୍ଦର ।
୫)
ସୂର୍ଯ୍ୟ କିରଣେ
ବାଘନୀସହଲାନା
ବର୍ଷା ଛାଡ଼ିଲେ ।
୬)
ପ୍ରକୃତି ରାଣୀ
ଇନ୍ଦ୍ରଧନୁର ରଙ୍ଗେ
ଦିଶଇ ତୋରା ।
~ ବାସନ୍ତୀ ଦେଈ
୭)
ନୀଳ ଗଗନେ
ସପ୍ତବର୍ଣ୍ଣେ ଝଲସେ
ଇନ୍ଦ୍ରଧନୁଟି ।
୮)
ପକାଇ ଗଳେ
ସପ୍ତ ରଙ୍ଗୀ ଓଢଣୀ
ଦିଶେ ସୁନ୍ଦର ।
~ ନିବେଦିତା ମହାପାତ୍ର
୯)
ଇନ୍ଦ୍ରଧନୁ କୁ
ସାତ ରଙ୍ଗରେ ଭରି
ଦେଇଛି ଆଙ୍କି ।
୧୦)
ଆକାଶ ବକ୍ଷେ
ଇନ୍ଦ୍ରଧନୁ ର ଶୋଭା
ବରଷା ପରେ ।
୧୧)
ଇନ୍ଦ୍ରଧନୁ ଠୁ
କବି ଭାବୁକ ମାନେ
ରଙ୍ଗ ଆଣନ୍ତି ।
୧୨)
ବର୍ଣ୍ଣିଳ ଛତା
ସପ୍ତ ବର୍ଣ୍ଣର ଆଭା
କେଡେ ସୁନ୍ଦର ।
~ ସମିତା ସ୍ବାଇଁ
୧୩)
ସାତ ରଙ୍ଗରେ
ରଙ୍ଗେଇ ଇନ୍ଦ୍ରଧନୁ
ମନକୁ ହରେ ।
୧୪)
ଧନୁ ଟାଣିଲେ
ବର୍ଷା ସୂଚନା ଶୀଘ୍ର
ଆମକୁ ମିଳେ ।
୧୫)
ଛାଡିଲା ବର୍ଷା
ଇନ୍ଦ୍ରଧନୁ ଟାଣିଲା
ହସିଲେ ଚଷା ।
୧୬)
ମନ ମୋହନ
ସାତଟା ରଙ୍ଗ ଯାକ
ଧନୁର ଜାଣ ।
~ ମୁକ୍ତେଶ୍ଵର ପଧାନ
୧୭)
ଆସୁନ ଆଜି
ଇନ୍ଦ୍ରଧନୁ ରଙ୍ଗରେ
ରଙ୍ଗେଇ ହୋଇ ।
୧୮)
ପଶ୍ଚିମେ ସୂର୍ଯ୍ୟ
ପୂର୍ବରେ ଇନ୍ଦ୍ରଧନୁ
ମଧ୍ୟସ୍ଥଳେ ମୁଁ ।
~ ରାଜେଶ କୁମାର ମୁଣ୍ଡ
୧୯)
ଥରେ ଦେଖ ହେ
ଇନ୍ଦ୍ରଧନୁର ଆଭା
ପ୍ରକୃତି ଶୋଭା ।
୨୦)
ହେ ଇନ୍ଦ୍ରଧନୁ
ଦିଅ ସେ ସପ୍ତ ରଙ୍ଗ
ରଙ୍ଗେଇ ହେବି ।
~ ଡମ୍ବରୁଧର ବାଗ
୨୧)
ନୀଳ ଆକାଶେ
ଖେଳିଛି ଇନ୍ଦ୍ରଧନୁ
ସାତ ରଙ୍ଗରେ ।
୨୨)
ସପ୍ତତରଙ୍ଗ
ଖେଳଇ ଢେଉ ଦେଖ
ଇନ୍ଦ୍ରଧନୁରେ ।
୨୩)
ତୁମେ ଗୋ ମୋର
ଇନ୍ଦ୍ରଧନୁ'ର ରଙ୍ଗ
ମାଖିଛ ଦେହେ ।
୨୪)
ଇନ୍ଦର ଧନୁ
ରଜା ଆଏଲା ଦେଖ
ବାଜଲା ବେନୁ ।
୨୫)
ସାତରଂଗର
ଇନ୍ଦ୍ରଧନୁ ଆକାସେ
ଝଲସଉଛେ ।
~ ପ୍ରତିମା ମେହେର
୨୬)
ବର୍ଣ୍ଣ ରଙ୍ଗୋଲୀ
ବାଘନୀସହନାଲା
ଭଳିକିଭଳି ।
୨୭)
ଇନ୍ଦ୍ରଧନୁର
ଆକାଶେ ବୋଳା ରଙ୍ଗ
ଅପୂର୍ବ ଶୋଭା ।
୨୮)
ରଙ୍ଗେଇ ଥାଏ
କିଛି ସମୟ ପରେ
ମିଳାଇ ଯାଏ ।
୨୯)
ରଙ୍ଗ ବର୍ଣ୍ଣାଳୀ
ସାତ ସୁନ୍ଦର ରଙ୍ଗ
ଆକାଶେ ବୋଳି ।
~ ସୁଧୀର କୁମାର ପଣ୍ଡା
୩୦)
ବରଷା ପରେ
ସୂର୍ଯ୍ୟକିରଣ ଆଭା
ଇନ୍ଦ୍ରଧନୁରେ ।
୩୧)
ସାତୋଟି ରଙ୍ଗ
ଇନ୍ଦ୍ରଧନୁ ପ୍ରକାଶ
ସୂର୍ଯ୍ୟକିରଣ ।
୩୨)
ଜନ୍ମରୁ ମୃତ୍ୟୁ
ଇନ୍ଦ୍ରଧନୁ ପରାୟ
ଜୀବନ ବିତୁ ।
~ ଶମ୍ଭୁନାଥ ଦାସ
୩୩)
ଜୀବନ ରଙ୍ଗ
ଇନ୍ଦ୍ରଧନୁର ଛାଇ
ଅଟେ କ୍ଷଣିକ ।
୩୪)
ପ୍ରକୃତି ଶିଳ୍ପୀ
ମାଧୁର୍ଯ୍ୟେ ଆଙ୍କିଛି ସେ
ଇନ୍ଦ୍ରଧନୁ ଟି ।
୩୫)
ପ୍ରକୃତି ରାଣୀ
ସପ୍ତରଙ୍ଗି ଓଢଣୀ
ହସେ ଧରଣୀ ।
୩୬)
କବି ଲେଖନୀ
ଇନ୍ଦ୍ରଧନୁକୁ ଦେଖୁ
ଚଳଚଞ୍ଚଳ ।
୩୭)
କବି ଲେଖନୀ
ଇନ୍ଦ୍ରଧନୁକୁ ଦେଖି
ଚଳଚଞ୍ଚଳ ।
~ ବାସନ୍ତୀ ଦେଈ
୩୮)
ବରଷା ଖରା
ହସଇ ଇନ୍ଦ୍ରଧନୁ
ଫେରେନା ଆଖି ।
୩୯)
ସାତ ରଙ୍ଗରେ
ସଜାଇ ନିଜ ତନୁ
ମନକୁ କିଣେ ।
୪୦)
ଦିଗନ୍ତ ଶିରେ
ଶୋଭଇ ଇନ୍ଦ୍ରଧନୁ
ଲିଭେନା ମନୁ ।
୪୧)
ଗୋଟିଏ ରଙ୍ଗ
ବୁଣିଲେ ହୁଏ ସାତ
ଖେଳନ୍ତି ରବି ।
~ ରଞ୍ଜନ ଜେନା
୪୨)
ଇନ୍ଦ୍ରଧନୁର
ସପ୍ତରଙ୍ଗ କରଇ
ମନ ବିଭୋର ।
୪୩)
ନୀଳ ଆକାଶେ
ଇନ୍ଦ୍ରଧନୁର ଛବି
ସୁନ୍ଦର ଦିଶେ ।
୪୪)
ଆକାଶେ ଉଭା
ଇନ୍ଦ୍ରଧନୁ ସୁଷମା
କି ମନଲୋଭା ।
~ ସନ୍ତୋଷ କୁମାର ସାହୁ
୪୫)
ପୁରା ଫଟିକ
ଟାନିଛେ ଇନ୍ଦ୍ରଧନୁ
ମନ ଡହକ ।
୪୬)
ଧଏନ ଲୀଳା
ସାତ ରଙ୍ଗିଆ ଧନୁ
ହେଇଛେ ଉଲା ।
୪୭)
କରୁଛ ଯାହା
ମହାପୁରୁ କରୁଥ
ହେଇଥ ସାହା ।
୪୮)
ଟାନିଛ ତୁମେ
କେଡେ ଖୁସିଥିଁ ଧନୁ
ଦେଖୁଛୁଁ ଆମେ ।
~ ମୁକ୍ତେଶ୍ଵର ପଧାନ
୪୯)
ବରଷା କାଳ
ଇନ୍ଦ୍ରଧନୁ ଆକାଶେ
ଦେଖାଏ ଖେଳ ।
୫୦)
ସାତ ରଙ୍ଗରେ
ଏ ମନେ ଇନ୍ଦ୍ରଧନୁ
ପୁଲକ ଭରେ ।
୫୧)
ଆକାଶ ଦେହେ
ଇନ୍ଦ୍ରଧନୁ ଆଙ୍କଇ
ମେଘ ସେନେହେ ।
~ ଗୀତା ଷଡ଼ଙ୍ଗୀ
୫୨)
ଫିର୍ ଫିରି ବର୍'ଷା
ସାତ୍ ରଙ୍ଗିଆ ଧନୁଟେ
ଖରା ପାଏନ୍ ଢୋ ।
୫୩)
ସାତ ରଙ୍ଗ୍ ଥିସି
ଇନ୍ଦର୍ ରଜାର୍ ଧନୁନେ
ସୁନ୍ଦ୍'ରିଆ ଦିସ୍'ସି ।
୫୪)
ଦିନ୍ ଦିପହଁରେ
ଛତାଟେ ବଲୁଥିଲିଁ
ବୁଡ଼ା ଟାନିଛେ ।
~ ମନୀଷା ମିଶ୍ର
୫୫)
ଖୋଲା ଆକାଶ
ଇନ୍ଦ୍ରଧନୁର ଛଟା
ସେତକ ଆଶ !
୫୬)
ମନ ଚହଲେ
ଇନ୍ଦ୍ରଧନୁର ଛାଇ
ଆକାଶ ତଳେ ।
୫୭)
ଇନ୍ଦ୍ରଧନୁ ସେ
ରଙ୍ଗ ମାଖି ମଖେଇ
ମୁରୁକି ହସେ ।
୫୮)
ଇନ୍ଦର ଧନୁ
ରଙ୍ଗ ଲେସି ଦେସି ଯେ
ନେ ଲିଭେ ମନୁ ।
୫୯)
ଛାଟଁବୁ କେତେ
ଇନ୍ଦ୍ରଧନୁ ର ରଙ୍ଗ
ଯାହାକେ ଯେତେ ।
~ ଆଶୁତୋଷ ମେହେର
୬୦)
ମେଘ ଧନୁଷ
ସପ୍ତରଙ୍ଗ ସମ୍ଭାର
ଜୀବନ ରଙ୍ଗ ।
୬୧)
ଆକାଶ ବକ୍ଷ
ଦିଗ୍'ବଳୟ ଶିଖରେ
ଇନ୍ଦ୍ରର ଚାପ ।
୬୨)
ରଙ୍ଗର ଖେଳ
ଇନ୍ଦ୍ରଧନୁ ଟଙ୍କାର
ମନ ମୋହକ ।
୬୩)
ଇନ୍ଦ୍ରଧନୁଷ
ରଶ୍ମି ପ୍ରତିଫଳନ
ଜୀବନ ବିନ୍ଦୁ ।
୬୪)
ପ୍ରାଚୁର୍ଯ୍ୟ ଭାର
ଇନ୍ଦ୍ରଧନୁର ରଙ୍ଗ
ସୁଖ ଓ ଶାନ୍ତି ।
୬୫)
ଦିନର ନାଥ
ଇନ୍ଦ୍ର ଚାପ ବଳୟ
ମୁରୁକି ହସ ।
୬୬)
ସୁନେଲି ସ୍ୱପ୍ନ
ଇନ୍ଦ୍ରଧନୁର ଛଟା
ତୁଚ୍ଛ, ଅଳିକ ।
୬୭)
ସ୍ୱପ୍ନ ବଣିକ
ଇନ୍ଦ୍ରଧନୁରେ ଗୁଣ
ବାଲିର ଦୁର୍ଗ ।
~ ରମାକାନ୍ତ ସତପଥି
୬୮)
ବିନା ଶରରେ
ଧନୁ ଆକାଶରେ ସେ
ଇନ୍ଦ୍ରଧନୁ ଟି ।
୬୯)
ପ୍ରେମୀ ହୃଦୟେ
ବାଜେ ମୃଦୁ ପ୍ରହାର
ଇନ୍ଦ୍ରଧନୁର ।
୭୦)
ଆକାଶେ ଦେଖ
ଇନ୍ଦ୍ରଧନୁର ଅଛି
ସାତୋଟି ରଙ୍ଗ।
୭୧)
କେଉଁଠୁ ଆଶେ
ଇନ୍ଦ୍ର ଧନୁର ରଙ୍ଗ
ସୁନ୍ଦର ଦିଶେ ।
୭୨)
ଧନୁ ଆକାର
ରଙ୍ଗର ସମାହାର
ଇନ୍ଦ୍ରଧନୁର ।
୭୩)
କବିର୍ ମନ୍ ଛନ୍ ଛନ୍
ଇନ୍ଦର୍ ଧନୁ ସାଥିନେ
ଦେଖଲେଁ ଜନ ।
୭୪)
ନାଇଁ ଯିବାର
ମୋର୍ ମନୁ ଇନ୍ଦର୍ ଧନୁ
ଦେଖଲା ଦିନୁଁ ।
~ ଜୟରାମ ସାହୁ
୭୫)
ଜୀବନ ରଙ୍ଗ
ବର୍ଷା ଓ ଇନ୍ଦ୍ରଧନୁ
ବାସ୍ତବ ସ୍ୱପ୍ନ ।
୭୬)
ମେଘ ଧନୁଷ
ଭିଜା ଭିଜା ଧରଣୀ
ନାଲି କିରଣ ।
୭୭)
ପହିଲି ବର୍ଷା
ମାଟିର ଭିଜା ବାସ୍ନା
ଇନ୍ଦ୍ରଧନୁ ଶ୍ରୀ ।
୭୮)
ଧାରା ଶ୍ରାବଣ
ସୂର୍ଯ୍ୟ ଓ ଇନ୍ଦ୍ରଧନୁ
ପୂର୍ବ ପଶ୍ଚିମ ।
୭୯)
ଆକାଶେ ମେଘ
ଇନ୍ଦ୍ରଧନୁର ଶୋଭା
ମୟୁରୀ ନୃତ୍ୟ ।
୮୦)
ସବୁଜ ଶାଢ଼ୀ
ଇନ୍ଦ୍ରଧନୁ ଓଢ଼ଣୀ
ପୃଥିବୀ ହସେ ।
୮୧)
ନୀଳ ଆକାଶ
ଇନ୍ଦ୍ରଧନୁ ପସରା
ଶିଶିର ବିନ୍ଦୁ ।
୮୨)
ନାଏଗ୍ରା କୂଳ
ରାତିରେ ଇନ୍ଦ୍ରଧନୁ
ରଙ୍ଗୀନ୍ ଆଲୁଅ ।
୮୩)
ଝରଣା ଜଳ
ଇନ୍ଦ୍ରଧନୁର ଛାଇ
ଗାଲିଚା ଭ୍ରମ ।
୮୪)
କୃଷ୍ଣ ବଉଦ
ଇନ୍ଦ୍ରଧନୁର ଛଟା
ହସୁଛି ସୂର୍ଯ୍ୟ ।
~ ମନୀଷା ମିଶ୍ର
୮୫)
ଅନେକ ସ୍ୱପ୍ନ
ଇନ୍ଦ୍ରଧନୁ ର ରଙ୍ଗ
ଜୀବନ ବାଟେ ।
୮୬)
ସାତ ରଙ୍ଗ ର
ସୁନ୍ଦର ଚିତ୍ରଶାଳା
ଇନ୍ଦ୍ରଧନୁ ତ ।
~ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ
୮୭)
ନିଦାଘ କୋଳେ
ଜଳୁଛି ଇନ୍ଦ୍ରଧନୁ
ଝରଣା ଶୁଖେ ।
୮୮)
ରଙ୍ଗୀନ ସ୍ୱପ୍ନ
ଇନ୍ଦ୍ରଧନୁର ରଙ୍ଗେ
ପ୍ରେମ ଗୋପନ ।
~ ରାଜେଶ କୁମାର ମୁଣ୍ଡ
୮୯)
ସପ୍ତ ଐଶ୍ଵର୍ଯ୍ୟ
ଇନ୍ଦ୍ରଧନୁ ଛିଟାରେ
ଆତ୍ମ ବିଭୋର ।
୯୦)
ଇନ୍ଦ୍ରଧନୁଷ
ମାରୁଚି ପ୍ରେମ ଶର
ହୃଦ ଆକୁଳ ।
~ ବାସନ୍ତୀ ଦେଈ
୯୧)
ବରଷା ଛିଟା
ଇନ୍ଦ୍ରଧନୁ ପ୍ରକାଶେ
ସୂର୍ଯ୍ୟ କିରଣେ ।
୯୨)
ସାତୋଟି ରଂଗେ
ଇନ୍ଦ୍ରଧନୁ ର ହୋଲି
ଆକାଶେ ଖେଳ ।
~ ରତ୍ନ ପ୍ରଭା ସିଂ
୯୩)
ଇନ୍ଦ୍ରଧନୁରେ
ବା ଘ ନି ସ ହ ଲା ନା
ସପ୍ତ ରଙ୍ଗରେ ।
୯୪)
ବରଷା ପରେ
ଇନ୍ଦ୍ରଧନୁ ଶୋଭଇ
ଆକାଶ ବକ୍ଷେ ।
୯୫)
ଧନୁ ତ ଧନୁ
ସାତ ରଙ୍ଗେ ରଙ୍ଗାଇ
ଇନ୍ଦ୍ରଙ୍କ ଧନୁ ।
୯୬)
ଶୋଭା ସୌନ୍ଦର୍ଯ୍ୟେ
ଆକାଶେ ଇନ୍ଦ୍ରଧନୁ
ମନକୁ ମୋହେ ।
୯୭)
ଦେଖଣାହାରୀ
ଇନ୍ଦ୍ରଧନୁ କୁ ଚାହେଁ
ନୟନ ଭରି ।
୯୮)
ଇନ୍ଦ୍ରଧନୁରୁ
ବୋଳିବି ରଙ୍ଗ ଆଣି
ପ୍ରିୟା ଗାଲରେ ।
୯୯)
ଖରା ଛାଇରେ
ଇନ୍ଦ୍ରଧନୁ ନାଇଛି
ସପ୍ତ ଗହଣା ।
୧୦୦)
କବି କଳ୍ପନା
ଦେଖି ଇନ୍ଦ୍ରଧନୁକୁ
ଆଙ୍କେ କବିତା ।
୧୦୧)
ବଣ୍ଣିଳ ଆଭା
ଇନ୍ଦ୍ରଧନୁକୁ ଆଙ୍କେ
ମୋ ଚିତ୍ରପଟେ ।
୧୦୨)
ଇନ୍ଦ୍ରଧନୁରୁ
ସାତ ରଙ୍ଗ ନାଇ ମୋ
ପ୍ରିୟା ଆସିଛି ।
୧୦୩)
ଦର୍ଶକ ମନେ
ଇନ୍ଦ୍ରଧନୁର ଶୋଭା
ଭରେ ଆନନ୍ଦ ।
୧୦୪)
ଶିଳ୍ପ ଚାତୁରୀ
ଆଙ୍କିଛି ଇନ୍ଦ୍ରଧନୁ
କେତେ ହୁନ୍ଦରେ ।
୧୦୫)
ଧନୁ ତ ଧନୁ
ଆକାଶ ଛାତି ଚିରି
ଇନ୍ଦ୍ର ଙ୍କ ଧନୁ ।
୧୦୬)
ବିଭାବରୀରେ
ଇନ୍ଦ୍ରଧନୁ ଲୁଚଇ
ଚନ୍ଦ୍ରମା ଦେଖି ।
୧୦୭)
ପିଲାଠୁ ବୁଢା
ଇନ୍ଦ୍ରଧନୁ କୁ ଦେଖି
ଖୁସି ବିଭୋର ।
୧୦୮)
ନୀଳ ଗଗନେ
ଇନ୍ଦ୍ରଧନୁ ଓଢଣୀ
ପ୍ରିୟା ନାଇଛି ।
୧୦୯)
ପ୍ରକୃତି ରାଣୀ
ଇନ୍ଦ୍ରଧନୁ ତୋରଣେ
ସ୍ଵାଗତ କରେ ।
୧୧୦)
ସରଗ ପରୀ
ଇନ୍ଦ୍ରଧନୁ ଗହଣା
ନାଇଛି ରଙ୍ଗେ ।
୧୧୧)
ଇନ୍ଦ୍ର ଙ୍କ ଧନୁ
ସାତ ରଙ୍ଗେ ସଜାଇ
ନିଜର ତନୁ ।
୧୧୨)
ଇନ୍ଦ୍ରଧନୁ ଟି
ସରମି ଯାଏ ଦେଖି
ସୂରୁଜ ଦେବ ।
୧୧୩)
ପ୍ରିୟା ଗଭାରେ
ଇନ୍ଦ୍ରଧନୁ ର ରଙ୍ଗେ
ସାଜି ଫୁଲରେ ।
୧୧୪)
ସୂର୍ଯ୍ୟ ଦେବଙ୍କ
ଶୋଭେ ବିପରୀତ ରେ
ଇନ୍ଦ୍ରଧନୁଟି ।
୧୧୫)
ସୁନ୍ଦର ସୃଷ୍ଟି
ଶୋଭଇ ଇନ୍ଦ୍ରଧନୁ
ଆକାଶ ବକ୍ଷେ ।
୧୧୬)
ପ୍ରକୃତି ରାଣୀ
ଶୋଭା ବର୍ଦ୍ଧନ କରେ
ଇନ୍ଦ୍ରଧନୁ ଟି ।
୧୧୭)
ଇନ୍ଦ୍ର ଧନୁସେ
ଦୂର ଦିଗବଳୟେ
ରଚେ ସମ୍ଭାର ।
୧୧୮)
ବରଷା ପରେ
ଇନ୍ଦ୍ରଧନୁର ଶୋଭା
ପରାଣ ମୋହେ ।
୧୧୯)
ଦିବା ସପନେ
ଇନ୍ଦ୍ରଧନୁ ସୌନ୍ଦର୍ଯ୍ୟେ
ଭିଜେ ମଗନେ ।
୧୨୦)
ହେ ଇନ୍ଦ୍ରଧନୁ
ନିମିଷେ କାହିଁ ଆସି
ଭିଜାଅ ତନୁ ।
୧୨୧)
ପ୍ରୀତି ଫଲ୍ଗୁରେ
ଆଙ୍କଇ ଇନ୍ଦ୍ରଧନୁ
ସ୍ଵପ୍ନ ମନରେ ।
୧୨୨)
ସ୍ଵର୍ଗ ସୁଷମା
ଇନ୍ଦ୍ରଧନୁର ଆଭା
ପୁଲକେ ପ୍ରାଣ ।
୧୨୩)
ମୃଗ ନୟନୀ
ଇନ୍ଦ୍ରଧନୁ କୁ ଚାହିଁ
ଦେଖାଏ ଠାଣି ।
୧୨୪)
ଇନ୍ଦ୍ରଧନୁ ସେ
ତୋପରି ଧନୁ ନାହିଁ
ସାରା ବିଶ୍ଵରେ ।
୧୨୫)
ହୃଦୟେ ମୋର
ଆଙ୍କଇ ଇନ୍ଦ୍ରଧନୁ
ପ୍ରିୟା ପରଶ ।
୧୨୬)
କ୍ଷଣିକ ମାତ୍ର
ଇନ୍ଦ୍ରଧନୁ ଶୋଭଇ
ଦର୍ଶକ ମନ ।
୧୨୭)
ବରଷା କାଳ
ପିନ୍ଧଇ ଇନ୍ଦ୍ରଧନୁ
ଲାଜ ଗହଣା ।
୧୨୮)
ରଙ୍ଗେଇ ନାନୀ
ଦେଖି ଇନ୍ଦ୍ରଧନୁକୁ
ସଜାଡେ କାନି ।
୧୨୯)
ଶୋଭା ପସରା
ବଣ୍ଣିଳ ରଙ୍ଗେ ସାଜ
ହେ ଇନ୍ଦ୍ରଧନୁ ।
୧୩୦)
ମେଘ ମହ୍ଲାରେ
ଇନ୍ଦ୍ରଧନୁ ସାଥୀରେ
କେକୀ ନୃତ୍ୟରେ ।
୧୩୧)
ମନ ମୟୁରୀ
ଇନ୍ଦ୍ରଧନୁ ଶୋଭାରେ
ଦେଖାଏ ଠାଣି ।
୧୩୨)
ହେ ଇନ୍ଦ୍ରଧନୁ
ରଙ୍ଗିଲା କରିଦେ ଲୋ
ତୋ ସାତ ରଙ୍ଗେ ।
~ ଦମୟନ୍ତୀ ରଥ
☆☆☆☆☆☆☆☆☆☆
कोई टिप्पणी नहीं:
एक टिप्पणी भेजें