हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

शनिवार, 12 जून 2021

~ ସୂରୁଜ/ସୂର୍ଯ୍ୟ ବିଷୟକ ସାରସ୍ୱତ ହାଇକୁ କାବ୍ୟ ଯାତ୍ରା ~

~ ସାରସ୍ୱତ ହାଇକୁ କାବ୍ୟ ଯାତ୍ରା ~

~ ହାଇକୁ PROMPT ~

"ସୂରୁଜ"


୧)

ଶୁଭ ସକାଳ

ସୂର୍ଯ୍ୟ ନୁହେଁ କୁଣ୍ଠିତ 

ଦିଏ ଆଲୋକ ।


୨)

ପାହାଡୀ ଗାଆଁ 

ଲୁଚି ଯାଏ ସୂରୁଜ 

ଶୀତର ଭୟ ।


୩)

ନାଲି ସୂରୁଜ

ଆକାଶର କପାଳେ

ଶୋଭା ତିଳକ ।


୪)

ଗ୍ରୀଷ୍ମ ଆସିଲା 

ନେଇ ଆସିଛି ସୂର୍ଯ୍ୟ 

ଟାଣୁଆ ଖରା ।


୫)

ସୂର୍ଯ୍ୟକିରଣ

ଇନ୍ଦ୍ରଧନୁର ରଙ୍ଗ 

ରୂପ ପ୍ରକୃତ ।


୬)

ଜ୍ଞାନର ସୂର୍ଯ୍ୟ

ଅଜ୍ଞାନତା ଅନ୍ଧାର

କରଇ ଦୂର ।


~ ପ୍ରଦୀପ କୁମାର ଦାଶ


୭)

ହେଲା  ସକାଳ 

ପୂର୍ବେ  ଦିଶିଲେ  ସୂର୍ଯ୍ୟ 

ଉଠ ଚଞ୍ଚଳ ।


୮)

ସୂର୍ଯ୍ୟ  କିରଣ 

ପଡି ଦେହର ହୁଏ 

ରୋଗ  ଖଣ୍ଡନ ।


୯)

ସୂର୍ଯ୍ୟ  ଦେବତା 

ସାରା ଜୀବ ଜଗତେ 

ଶକତି  ଦାତା ।


୧୦)

ସୂର୍ଯ୍ୟ କିରଣ 

ପାଇଲେ ଦେହେ ହେବ 

ଦୁଃଖ  ମୋଚନ ।


~ ମୁକ୍ତେଶ୍ଵର  ପଧାନ


୧୧)

ପ୍ରାଚୀ ଗଗନେ 

ଉଦିତ ସୂର୍ଯ୍ୟ ତୁମେ 

ମୁଁ ଯେ  ପଙ୍କଜ ।


୧୨)

ବିକଶି ଯାଏ 

ତୁମ ପରଶରେ ମୁଁ 

ଲଭଇ ତେଜ ।


~ ସୁଧାଞ୍ଜଳି ମିଶ୍ର


୧୩)

ସୂରୂଜ ଉଏଁ

ଦିନଟି ଭରିବାକୁ

ସପନ ଛୁଏଁ ।


୧୪)

ଆସେ ସୁରୂଜ

ବୁଣି କି ଦିଏ ସତେ

ନାଲି ମୁରୁଜ ।


୧୫)

ସୂର୍ଯ୍ୟ ବୁଡଇ

ଅନ୍ଧକାରର ସହ

ରାତ୍ରୀ ଆସଇ ।


~ ସୁଧୀର କୁମାର ପଣ୍ଡା


୧୬)

ଉଇଁଲା ସୂର୍ଯ୍ୟ

ଚତୁର୍ଦିଗେ ଆଲୁଅ

ପ୍ରଭାତ ହେଲା ।


୧୭)

ସୂର୍ଯ୍ୟ ମନ୍ଦିର

ଉତ୍କଳ କିର୍ତ୍ତୀରାଜି

ଗର୍ବ ଗୌରବ ।


~ ଡମ୍ବରୁଧର ବାଗ


୧୮)

ସୂର୍ଯ୍ୟ ଓ ଚନ୍ଦ୍ର 

ଦୁହେଁ ଆକାଶ ବକ୍ଷେ 

ଦିନ ଓ ରାତି। 


୧୯)

ସୂର୍ଯ୍ୟ ଙ୍କ କୋପେ 

ଶୁଖି ଗଲାଣି ନଈ 

 ଟାଙ୍ଗରା ଭୂଇଁ।


୨୦)

ପୁରୁବେ ସୂର୍ଯ୍ୟ 

ବୁଣିଦେଇ ମୁରୁଜ

ପଶ୍ଚିମେ ଅସ୍ତ ।


୨୧)

ସୂର୍ଯ୍ୟ ଙ୍କ ବିନା

ନାହିଁ କିଛି ଅସ୍ତିତ୍ବ 

ସେ ସର୍ବ ଶକ୍ତି ।


୨୨)

ସକାଳ ସୂର୍ଯ୍ୟ 

ବାଳ ଅରୁଣ ଆଭା 

ସୁସ୍ଥ ଜୀବନ।


୨୩)

ପକ୍ଷୀ ଫେରନ୍ତି 

ଅସ୍ତମିତ ସୁରୁଯ 

ଗୋପାଳ ପିଲା ।


୨୪)

ସୂର୍ଯ୍ୟ ଙ୍କ ଖ୍ଯାତି 

ଦିନ ଦଣ୍ଡ  ଦେବତା 

ଅର୍କକ୍ଷେତ୍ର ରେ ।


୨୫)

ବୈଶାଖ ମାସ

ସନ୍ତାପିିତ ହୃଦୟ 

ସୂର୍ଯ୍ୟ ପ୍ରକୋପେ ।


୨୬)

ସୂର୍ଯ୍ୟ ଙ୍କୁ ଚାହିଁ 

କୁମୁଦିନୀ ହସଇ

ଅନୁରାଗରେ ।


୨୭)

ସୂର୍ଯ୍ୟ ଓ ପଦ୍ମ 

ଅନାବିଳ  ସେ ଭାବ

ସ୍ବର୍ଗୀୟ ପ୍ରେମ ।


~ ସମିତା ସ୍ବାଇଁ


୨୮)

ସମୁଦ୍ର ତଟ

ଅନାଇ ରହିଅଛି

ସୂରୁଜ ବାଟ ।


୨୯)

ସୂରୁଜ କରେ

ସୂର୍ଯ୍ୟମୁଖୀ ସୁନ୍ଦର

ଦିଶେ ରୂପରେ ।


୩୦)

ସୂର୍ଯ୍ୟ ପୁଷ୍କର

ଅତୁଟ ସମ୍ପର୍କଟି

ଜନ୍ମ ଜନ୍ମର ।


୩୧)

ସୂର୍ଯ୍ୟ ପରାୟେ

ସମଦୃଷ୍ଟି ନିକ୍ଷେପ

କରିବା ସର୍ବେ ।


୩୨)

ତ୍ଯାଜଇ ମଳ

ସୂର୍ଯ୍ୟ ଗ୍ରହଣ କରେ

ନିର୍ମଳ ଜଳ ।


୩୩)

ସୂର୍ଯ୍ୟ କିରଣ

ଶକତି ସଞ୍ଚାଳନ

ଉଦ୍ଭିଦ ପ୍ରାଣ ।


୩୪)

ଉଦୟେ ଅସ୍ତେ

ତାମ୍ର ବର୍ଣ୍ଣ ଧାରଣ

ସୂର୍ଯ୍ୟ କିରଣ ।


୩୫)

ସୁଖ ଦୁଃଖରେ

ସମାନ ଅବସ୍ଥା ଟି

ସୂରୁଜ ଠାରେ ।


୩୬)

ସୂରୁଜ ଆଭା

ବସୁନ୍ଧରା ଉପରେ

ଦିଶଇ ଶୋଭା ।


୩୭)

ସୂର୍ଯ୍ୟ କିରଣ

ଇନ୍ଦ୍ରଧନୁର ଦେହେ

ସାଜେ ତୋରଣ ।


~ ଜୟରାମ ସାହୁ


୩୮)

ଉଦୟ ସୂର୍ଯ୍ୟ

ଆଣଇ ନୂଆ ତେଜ

ଅଳସ ହଟେ ।


୩୯)

ବେଳାଭୂମିରେ

ଦେଖିଲେ ସୁର୍ୟୋଦୟ

ହରଷେ ମନ ।


୪୦)

ସୂର୍ଯ୍ୟ କିରଣ

କାକର ବିନ୍ଦୁ ଛୁଏଁ

ମୁକୁତା ହସେ ।


୪୧)

ସୂରୁଜ ଉତ୍ସ

ସକଳ ଶକ୍ତି ଦିଏ 

ସଂସାର ପାଳେ ।


~ ରଞ୍ଜନ ଜେନା 


୪୨)

ଆକାଶେ ସୂର୍ଯ୍ୟ

ଆଲୋକ ଦିଏ ସେ

ଶକ୍ତି ର ଉତ୍ସ ।


୪୩)

ସୂର୍ଯ୍ୟ କିରଣେ

ସପ୍ତବର୍ଣିଳ ଆଭା

ଇନ୍ଦ୍ରଧନୁଷ ।


~ ବାସନ୍ତୀ ଦେଈ


୪୪)

ସୂରୁଜ ହସେ

ଆଲୁଅ ସାଗର ସେ

ଅନ୍ଧାର ନାଶେ ।


୪୫)

ସୂର୍ୟ୍ୟ ଙ୍କ ନାଲି

ସକାଳ କରଣ ରେ

ପକ୍ଷୀ କାକଳି ।


୪୬)

ସୂରୁଜ ଆଭା

ପ୍ରକୃତି ରାଣୀ ହସେ

ସୁନ୍ଦର ବିଭା ।


୪୭)

ସିନ୍ଦୁର ଫାଟେ

କଅଁଳ ସୂରୁଜ ର

ହସିଲା ଓଠେ ।


~ ଆଶୁତୋଷ ମେହେର


୪୮)

ଉଦିତ ସୂର୍ଯ୍ୟ

ଲାଲ କିରଣ ବିଞ୍ଚି

ସଜାଏ ଧରା ।


୪୯)

ସୂର୍ଯ୍ୟ ଆଲୋକେ

କମଳ ପୁଷ୍ପ ହସେ

ସରୋବରରେ ।


~ ନିବେଦିତା ମହାପାତ୍ର


୫୦)

ସୂରୁଜ ଉଏଁ

ଜୀବନ ଆକାଶ ରେ 

ପ୍ରେମ ବର୍ଷା ରେ ।


୫୧)

ସୂରୁଜ ଶଦ୍ଦେ

ଜଳିଲେ ଦିଶି ଯାଏ

ବାଟ ର ଦିଗ ।

 

~ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ 


୫୨)

ସୂରୁଜ ଦେଵ

ସର୍ବ ଶକ୍ତିର ଉତ୍ସ

ଘେନ ପ୍ରଣାମ ।


୫୩)

ପ୍ରାତଃ ସୂରୁଜ

ପୂର୍ବାକାଶରେ ଉଦେ

ବୁଣେ କିରଣ ।


୫୪)

ସୂରୁଜମୁଖୀ

ପ୍ରିୟତମ ସୂରୁଜ

ଖୋଜେ ତା ଆଖି ।


୫୫)

ଅସ୍ତ ସୂରୁଜ

ଅସ୍ତାଚଳରେ ବୁଣେ

ନାଲି ମୁରୁଜ ।


~ ଗୀତା ଷଡ଼ଙ୍ଗୀ


୫୬)

ପୂର୍ବ ଆକାଶେ 

ସବିତା ଉଇଁ ନିତି 

ଜ୍ୟୋତି ପ୍ରକାଶେ ।


୫୭)

ସୂର୍ଯ୍ୟ କିରଣ 

ଜୀବ ଜଗତ ପାଇଁ 

ଉତ୍ତମ ଜାଣ ।


୫୮)

ପୂରୁବ ଦିଗେ 

ଆକାଶରେ ଦୈନିକ 

ପ୍ରଭାତେ ଜାଗେ  


~ ସନ୍ତୋଷ କୁମାର ସାହୁ


୫୯)

ହେ ସୂର୍ଯ୍ୟ ଦେବ

ସ୍ନାନାନ୍ତେ ପ୍ରତିଦିନ

ପ୍ରଣାମ ଘେନ !


୬୦)

ହେ ଦିବାକର

ତୁମେ ହିଁ ସୂର୍ଯ୍ୟ ରବି

ଆଉ ଭାସ୍କର !


୬୧)

ପ୍ରାତେଃ ଉଦିତ

ତୁମେ ହିଁ ଦିବାକର

ସଂଧ୍ୟାରେ ଅସ୍ତ !


୬୨)

ଉଦିତ ସୂର୍ଯ୍ୟ

ରଶ୍ମିପ୍ରଭା ସକାଳ

ତୋଳେ ମୁରୁଜ ।


୬୩)

ଉଇଁଲେ ରବି

ଶୋଭାରାଜି ପ୍ରକାଶେ

ଦିବସ ଛବି ।


୬୪)

ସୂର୍ଯ୍ୟ କିରଣ

ଅଙ୍କୁରୋଦଗମରେ

ଶକ୍ତି ସୃଜନ ।


୬୫)

ସୃଷ୍ଟି ସୃଜନ

ତବ ପାଇଁ ହେ ସୂର୍ଯ୍ୟ

ଯେ' ଶୋଭମାନ ।


୬୬)

ଚନ୍ଦ୍ରଭାଗାରେ

ଉଦିତ ସୂର୍ଯ୍ୟପ୍ରଭା

କି ମନୋହରେ !


୬୭)

କୃଷ୍ଣଚୂଡ଼ାରେ,

ସୂର୍ଯ୍ୟଦେବ ବିମୁଗ୍ଧ

ଯେ' ଉଲ୍ଲାସରେ ।


୬୮)

ସୂର୍ଯ୍ୟ କିରଣେ,

ସୂର୍ଯ୍ୟମୁଖୀ ସୌନ୍ଦର୍ଯ୍ୟ

ବିମୁଗ୍ଧ ପ୍ରାଣେ ।


୬୯)

ସୂର୍ଯ୍ୟ ପ୍ରେମର

ପଦ୍ମ ପାଗଳିନୀ ତ

କବି ବିଭୋର !


୭୦)

ସୂର୍ଯ୍ୟ କିରଣ

ନିର୍ମାଣେ ଚକ୍ରେ ଜଳ

ଯେ' ସଂରକ୍ଷଣ ।


୭୧)

ସୂର୍ଯ୍ୟ କିରଣ

ବୃକ୍ଷ ପତ୍ରେ ନିର୍ଗତ

ଯେ' ଅମ୍ଳଜାନ ।


୭୨)

ବରଷା ପରେ

ସୂର୍ଯ୍ୟ କିରଣ ଆଭା

ଇନ୍ଦ୍ରଧନୁରେ ।


୭୩)

ସାତୋଟି ରଙ୍ଗ

ଇନ୍ଦ୍ରଧନୁ ପ୍ରକାଶ

ସୂର୍ଯ୍ୟ କିରଣ ।


୭୪)

ପୃଥିବୀ ପରି

ସୂର୍ଯ୍ୟଙ୍କ ଚତୁଃପାର୍ଶ୍ଵେ

ଗ୍ରହ ଘୂରନ୍ତି ।


୭୫)

ସୌରମଣ୍ଡଳ

କେନ୍ଦ୍ରରେ ସୂର୍ଯ୍ୟ ସ୍ଥିର

ଗ୍ରହ ଘୂର୍ଣ୍ଣନ ।


୭୬)

ହେ ଦିବାକର,

କର୍ଣ୍ଣ ଶନି ସୁଗ୍ରୀବ

ତବ କୁମର ।


୭୭)

ସୂର୍ଯ୍ୟ ମନ୍ଦିର

ଏକମାତ୍ର ଆରାଧ୍ୟ

ଦେବ ଭାସ୍କର ।


୭୮)

ଦକ୍ଷିଣାୟନେ

ସୂର୍ଯ୍ୟ ସିଧା ସଳଖ

ଆଲୋକ ବୁଣେ ।


୭୯)

ଉତ୍ତରାୟଣେ

ତିର୍ଯ୍ୟକ ସୂର୍ଯ୍ୟାଲୋକେ

ଶୀତଳ ଜନେ ।


୮୦)

ସୂର୍ଯ୍ୟ ପରାଗ

ଚନ୍ଦ୍ର ଛାୟାରେ ଧରା

ହୁଏ ଅନ୍ଧାର ।


୮୧)

ଚନ୍ଦ୍ର ଗ୍ରହଣ

ସୂର୍ଯ୍ୟ ଚନ୍ଦ୍ର ମଧ୍ୟରେ

ଧରାବସ୍ଥାନ ।


୮୨)

ବୈଶାଖ ଜ୍ୟେଷ୍ଠ

ସୂର୍ଯ୍ୟ ଉତ୍ତାପେ ଜନ

ଯେ' ଅସ୍ତ-ବ୍ୟସ୍ତ ।


୮୩)

ବରଷା କାଳେ

ସୂର୍ଯ୍ୟଙ୍କୁ ଦେଖି ହୃଦେ

ଆନନ୍ଦ ଭୋଳେ ।


୮୪)

ହେ ସୂର୍ଯ୍ୟ ଆସ

ନପୁଂସକ ପତ୍ନୀଙ୍କ

ଗର୍ଭରେ ବାସ !


୮୫)

ହେ ସୂର୍ଯ୍ୟଦେବ

ତବ ଉତ୍ତାପ ଜାଳୁ

କୀଟାଣୁ ସର୍ବ !


~ ଶମ୍ଭୁନାଥ ଦାସ


୮୬)

ଉଦିତ ରବି

ମାନମୋହିତ ଶୋଭା

ଲୋହିତ ଛବି ।


୮୭)

ଭାନୁ କିରଣ

ନୀତି ପ୍ରଭାତ କାଲେ

କର ଗ୍ରହଣ ।


୮୮)

ପ୍ରଭାତେ ପ୍ରଭା

ପୂର୍ବ ଦିଗେ ଉଦୟ

କି ମନଲୋଭା ।


୮୯)

ଅତିରୁ ଇତି

ଦିନରେ ଦିନକର

ବଢାନ୍ତି ତାତି ।


୯୦)

ପଶ୍ଚିମ ଦିଗେ

ଦେଖ ଅସ୍ତ ଦିନେସ

ସୌନ୍ଦର୍ଯ୍ୟ ଲାଗେ ।


୯୧)

ଆଲୋକ ମାପ

ଦିବାରେ ଦିବାକର

ବଢ଼ାନ୍ତି ତାପ ।


୯୨)

ଗ୍ରୀଷ୍ମ ଭାସ୍କର

ଅସହ୍ୟ  ଖରାତାତି

ବେସି ପ୍ରଖର ।


୯୩)

ସୁନ୍ଦର ଧରା

ପ୍ରଭାତେ ପ୍ରଭାକର

କଁଅଲ ଖରା ।


୯୪)

ଦେବ ଆଦିତ୍ୟ

ବିଚ୍ଛି ଆଲୋକ ରଶ୍ମି

ଚଳନ୍ତି ନିତ୍ୟ ।


୯୫)

ପ୍ରାତଃ ସୁରୁଜ 

ସୁଲୁ ସୁଲୁ ପବନ

ମନ ମୁରୁଜ ।


୯୬)

ଅସ୍ତ ସବିତା

ଅତୀବ ମନୋହର

ରଚେ କବିତା ।


~ ଦୟାନନ୍ଦ ଶବର


୯୭)

ଧର୍'ମର ଦେବ୍'ତା 

ଉଦୁଛେ ଆର୍ ବୁଡ଼ୁଛେ 

ସବୁ ଦେଖୁଛେ ।


୯୮)

ପାପ୍ ପୁଇନ୍ ବିଚାର୍ 

ଧରମ୍ ଦଁଡ଼ି ଝୁଲୁଛେ 

ସୂରୁଜ୍ ହଁସୁଛେ ।


~ ମନୀଷା ମିଶ୍ର


୯୯)

ଘନ ତିମିର 

ସୂରୁଜ ଉଈଁଆସେ 

ପ୍ରାତଃ ସୂଚନା ।


୧୦୦)

ସିନ୍ଦୁରା ଫାଟେ 

ପୁର୍ବାକାଶ ରକ୍ତିମ 

ସୂର୍ଯ୍ୟ ଅନିଦ୍ର ।


୧୦୧)

ଆଦ୍ୟ କିରଣ 

ଶୈଶବ ପ୍ରତିଚ୍ଛବି 

ସୂରୁଜ ଆଙ୍କେ ।


୧୦୨)

ଉହୁଙ୍କେ ରବି

କିଶୋର ଚପଳତା 

ନଦୀରେ ଡିଆଁ ।


୧୦୩)

ମଧ୍ୟାହ୍ନ ଖରା 

ତପନୀ ଉଗ୍ରରୂପ 

ଉଦ୍ଧାମ ଯୁବା ।


୧୦୪)

ବେଳ ଢଳିଛି 

ସୂରୁଜ ମଥାନତ 

ପ୍ରୌଢ଼ ବିଚାର ।


୧୦୫)

ପଶ୍ଚିମାକାଶେ 

ଅସ୍ତଗାମୀ ସୂରୁଜ 

ଜୀବନ ସନ୍ଧ୍ୟା ।


୧୦୬)

ପ୍ରେମ ପ୍ରତୀକ 

ଦିନନାଥ ପଙ୍କଜ 

ଜୀବନ ଲୀଳା ।


୧୦୭)

ବିରହ ଗାଥା 

ବିଭାବରୀରେ ରବି 

ସକାଳ ଆଶା ।


୧୦୮)

କୁମୁଦ ହସେ 

ଚନ୍ଦ୍ରର ବାହୁପାଶେ 

ସୂର୍ଯ୍ୟ ଗୁମୁରେ ।


~ ରମାକାନ୍ତ ସତପଥି


୧୦୯)

ଆକାଶେ ଚିତ୍ର

ସୂର୍ଯ୍ୟର ଲାଲ ଆଖି

ଦିନ ସମାପ୍ତ ।


୧୧୦)

ନିସ୍ତେଜ ସୂର୍ଯ୍ୟ

ଅପରାହ୍ଣର ଛାଇ

ସନ୍ଧ୍ୟା ଆଗମେ ।


~ ରାଜେଶ କୁମାର ମୁଣ୍ଡ


୧୧୧)

ଆକାଶେ ସୂର୍ଯ୍ୟ

ଆଲୋକ ଦିଅଇ ସେ

ଶକ୍ତିର ଉତ୍ସ ।


୧୧୨)

ସିନ୍ଦୁରା ଫାଟେ

ପୂରୁବ ଦିଗେ ସୂର୍ଯ୍ୟ

ହୁଏ ଉଦୟ ।


୧୧୩)

ତିମିର ନାଶି

ରକ୍ତିମ ବର୍ଣ୍ଣ ଆଭା

ସୂର୍ଯ୍ୟ କିରଣେ ।


୧୧୪)

ଶୁଭ ସକାଳ

ସୂର୍ଯ୍ୟ ଉଇଁଲେ ସର୍ବେ

ଚଳଚଞ୍ଚଳ ।


୧୧୫)

ନୂଆ ସକାଳ 

ଉଇଁଲେ ଦିବାକର

ଉଠ ଚଞ୍ଚଳ ।


୧୧୬)

ପ୍ରାତଃ ସ୍ନାହାନ

ସୂର୍ଯ୍ୟ ଙ୍କୁ ଅର୍ଘ୍ୟ ଦେଇ

କର ତର୍ପଣ ।


୧୧୭)

ସୂର୍ଯ୍ୟ ଦେବତା

ତମ୍ବା ପାତ୍ରରେ ଜଳ

କର ଅର୍ପଣ ।


୧୧୮)

ପ୍ରାଚୀ ଗଗନେ

ମହୋଦଧି ଗରଭୁ

ଉଠେ ଭାସ୍କର ।


୧୧୯)

ନବବଧୂ ଟି

ଚଉରା ମୂଳେ ଜଳ

ସୂର୍ଯ୍ୟେ ଅର୍ପଣ ।


୧୨୦)

ପୂର୍ଵେ ଉଦିତ

ପଶ୍ଚିମେ ଅସ୍ତହୁଏ

ଗଗନେ ସୂର୍ଯ୍ୟ ।


୧୨୧)

କଁଅଳ ଖରା

ସୂର୍ଯ୍ୟ କିରଣେ ମିଳେ

ଭିଟାମିନ ଡି ।


୧୨୨)

ପ୍ରାତଃ ଭ୍ରମଣ

ସୁସ୍ଥ ନୀରୋଗ ଦେହ

ରବି କିରଣ ।


୧୨୩)

ସାଧୁ ମହାତ୍ମା

ସୂର୍ଯ୍ୟ ପ୍ରଣାମ ନିତି

ଈଶ୍ଵର ଭକ୍ତି ।


୧୨୪)

ସୂରୁଯ ସ୍ନାନ

ଜୀବାଣୁ ନାଶ ହୁଏ

ବିଜ୍ଞାନ ମତ ।


୧୨୫)

ରବୟେ ନମଃ

ଯୋଗ ଅଭ୍ୟାସ କର

ସୁସ୍ଥ ଶରୀର ।


୧୨୬)

ହେ ଅଂଶୁମାନ

ତମସା ନାଶ କରେ

ତବ ପ୍ରକାଶ ।


୧୨୭)

ଜୀବ ସକଳ

ସୂରୁଯ ପ୍ରକାଶ ରେ

କର୍ମ ତତ୍ପର ।


୧୨୮)

ସୂର୍ଯ୍ୟ ନକ୍ଷତ୍ର

ନବଗ୍ରହ ଙ୍କୁ ନେଇ

ସୌରଜଗତ ।


୧୨୯)

ବୀଜ ବପନ

ଅଙ୍କୁରୋଦଗମ ରେ

ସୂର୍ଯ୍ୟ କିରଣ ।


୧୩୦)

ଖାଦ୍ୟ ପ୍ରସ୍ତୁତି

ଆଲୋକ ସଂଶ୍ଳେଷଣେ

ରବି କିରଣ ।


୧୩୧)

ସୂର୍ଯ୍ୟ ଆଧାର

ଅସରନ୍ତି ଶକ୍ତିର

ସକଳ ଉତ୍ସ ।


୧୩୨)

ବୁଧ ଗ୍ରହ ଟି

ସୂର୍ଯ୍ୟ ନିକଟେ ଥାଏ

ଉତ୍ତପ୍ତ ବେଶି ।


୧୩୩)

ପୃଥିବୀ ଗ୍ରହ

ସୌର ମଣ୍ଡଳେ ଶ୍ରେଷ୍ଠ

ଜଳୀୟ ଗ୍ରହ ।


୧୩୪)

ନଅଟି ଗ୍ରହ

ମହାକର୍ଷଣ ବଳେ 

ପରିକ୍ରମଣ ।


୧୩୫)

ପରିକ୍ରମଣ

ଋତୁ ପରିବର୍ତ୍ତନେ

ସୂର୍ଯ୍ୟ ଙ୍କ ସ୍ଥିତି ।


୧୩୬)

ସୂର୍ଯ୍ୟ ପରାଗ

ଛାଇ ଆଲୁଅ ଖେଳ

ବିଜ୍ଞାନ ମତ ।


୧୩୭)

ହରି ଉତ୍ଥାନ

ସୂର୍ଯ୍ୟ ଉତ୍ତରାୟଣେ

ସକଳ ଶୁଭ ।


୧୩୮)

ସୂର୍ଯ୍ୟ ମନ୍ଦିର

ଚନ୍ଦ୍ରଭାଗା କୂଳରେ

ବିଶ୍ଵ ପ୍ରସିଦ୍ଧ ।


୧୩୯)

ସୂର୍ଯ୍ୟ ମନ୍ଦିର

କୀର୍ତ୍ତି ସଂପଦେ ନାମ 

ଧରମପଦ ।


୧୪୦)

ଅର୍କ କ୍ଷେତ୍ରରେ

ଭାନୁ ପହିଲି ରେଣୁ

ଗର୍ଭଗୃହରେ ।


~ ବାସନ୍ତୀ ଦେଈ


୧୪୧)

ସକାଳ ସୂର୍ଯ୍ୟ 

ଜୀବନର ସଂଚାର 

ଆଶା ଉଦ୍ରେକ ।


୧୪୨)

ମୁନିଙ୍କ ଶାପ 

ଭାସ୍କର ଅଭିସାର 

ଭଗ୍ନ କୋଣାର୍କ ।


୧୪୩)

କନ୍ଦୁକ କ୍ରୀଡ଼ା

ଚନ୍ଦ୍ରଭାଗା ସୁନ୍ଦରୀ 

ସୂର୍ଯ୍ୟ ପ୍ରଣୟ ।


୧୪୪)

ଧଉଳୀ ସ୍ତୁପ 

ଦୟାନଦୀର ତୀର 

ଉଦୟ ସୂର୍ଯ୍ୟ ।


୧୪୫)

ଧରମା ଡାକ 

ବାରଶ ବଢ଼େଇର 

ତପନ ହସେ ।


୧୪୬)

ମାଣିକ ଝୁରେ 

କଳା ଓ ଧଳା ଘୋଡ଼ା

ସବିତା ଅସ୍ତ ।


୧୪୭)

ଶାପ୍ୟର ଫଳ 

ଚନ୍ଦ୍ରଭାଗା ନିଶ୍ଚିହ୍ନ 

ସମୁଦ୍ରେ ଭାନୁ ।


୧୪୮)

ତମସା ତୀରେ 

ଭଗ୍ନ ସେ ବାରବାଟୀ 

ନିଷ୍ପ୍ରଭ ରବି ।


୧୪୯)

କଳିଙ୍ଗ ଯୁଦ୍ଧ 

ଅସ୍ତମିତ ତପନ

ନିସ୍ତବ୍ଧ ଗୀତୀ ।


୧୫୦)

ନୀଳାଦ୍ରି ଧାମ

ଶ୍ରୀମନ୍ଦିରର ଛାଇ 

ନୁଅଁଇ ରବି ।


~ ମନୀଷା ମିଶ୍ର


୧୫୧)

ନାଲି ସୂରୁଜ

ପ୍ରଭାତେ ବୁଣୁଅଛି

ନାଲି ମୁରୂଜ ।


୧୫୨)

କଳାପାହାଡ

ଲୁଟିଲେ ଅର୍କକ୍ଷେତ୍ରୁ

ସୂର୍ଯ୍ୟ ପ୍ରତିମା ।


୧୫୩)

ଗୁରୁ ପୂଜିଲେ

ଜ୍ଞାନର ସୂର୍ଯ୍ୟାଲୋକ

ହୃଦୟେ ଭରେ ।


୧୫୪)

ସୂରୁଜମୁଖୀ

ସୂର୍ଯ୍ୟକୁ ଚାହିଁଥାଏ

ପାଖୁଡା ମେଲି ।


୧୫୫)

ରବି ବାରରେ

ସୂର୍ଯ୍ୟ ପୂଜନ୍ତି ନାରୀ

ଭକ୍ତି ଚିତ୍ତରେ ।


୧୫୬)

ସୂର୍ଯ୍ୟପରାଗ

ଦୃଶ୍ୟମାନ ହୁଅଇ

ଅମାବାସ୍ୟା ରେ ।


୧୫୭)

ସୂର୍ଯ୍ୟ କିରଣେ

ସପ୍ତ ରଙ୍ଗର ରେଣୁ

ଢେଉ ଖେଳେରେ ।


୧୫୮)

ତୁମେ ମୋ ସୂର୍ଯ୍ୟ

ପ୍ରୀତି ପାଗଳିନୀ ମୁଁ

ଜଳେ ପଦୁଅଁ ।


୧୫୯)

ସୂର୍ଯ୍ୟ ତାପରେ

ନଈ ପୋଖରୀ ଜଳ

ଶୁଷ୍କ ହୁଏରେ ।


୧୬୦)

ସୂର୍ଯ୍ୟ କିରଣେ

ଆଲୋକ ସଂଶ୍ଳେଷଣେ

ଖାଦ୍ୟ ପ୍ରସ୍ତୁତି ।


୧୬୧)

ସୂର୍ଯ୍ୟ ଦୃଶ୍ୟରେ

ଅନ୍ଧାର ଲୁଚିଯାଏତ

ଧରା ପୃଷ୍ଠରୁ ।


୧୬୨)

ମହୋଦଧି ରେ

ସୂର୍ଯ୍ୟ ଚନ୍ଦ୍ର ଆକର୍ଷେ

ଜୁଆର ଆସେ ।


୧୬୩)

ଜଳେ କମଳ

ପ୍ରୀତି ବାଣ୍ଟଇ ନିତି

ସୂର୍ଯ୍ୟ କୁ ଚାହିଁ ।


୧୬୪)

ସୂର୍ଯ୍ୟ କିରଣେ

ଦେହ କୁ ମହୌଷଧି

ନିରାକରଣ ।


୧୬୫)

ପୂର୍ବପୁରୁଷ

ସୂର୍ଯ୍ୟ ପୂଜନ୍ତି ସେ

ଦେବତା ରୂପେ ।


୧୬୬)

ଆକାଶେ ସୂର୍ଯ୍ୟ

ସକଳ ଶକ୍ତିର ସେ

ମୁଖ୍ୟ ଆଧାର ।


୧୬୭)

ସୂର୍ଯ୍ୟ ଓ ଚନ୍ଦ୍ର

ଛାଇ ଆଲୁଅ ଖେଳ

ଧରା ବକ୍ଷରେ ।


୧୬୮)

ବରଷା ପାଗେ

ସୂର୍ଯ୍ୟ ହଜି ଯାଆନ୍ତି

ବାଦଲ ମଧ୍ୟେ ।


୧୬୯)

ଗ୍ରୀଷମ ତାପେ

ଘିମିରି ଘା ଶରୀରେ

କଷ୍ଟ ଦାୟକ ।


୧୭୦)

ସୂର୍ଯ୍ୟ କିରଣୁ

ବାଇଗେଣୀ ରଶ୍ମୀତ

ପ୍ରତିଫଳନ ।


୧୭୧)

ସୂର୍ଯ୍ୟଙ୍କ ରଶ୍ମୀ

ଓଜନ ସ୍ତରେ ଫାଟ

ପ୍ରତ୍ୟେକ୍ଷ ପଡେ ।


୧୭୨)

ଭିଟାମିନ୍ 'ଡି'

ପ୍ରାତ ସୂର୍ଯ୍ୟ କିରଣେ

ଦେହକୁ ହିତ ।


୧୭୩)

ବୀଜରୁ ଗଛ

ସୂର୍ଯ୍ୟ ଉତ୍ତାପ ସାଥେ

ବାୟୁ ଓ ଜଳ ।


୧୭୪)

ଆମ୍ବ ପଣସ

ସପୁରୀ କୋଳି ପାଚେ

ସୂର୍ଯ୍ୟ ତାପରେ ।


୧୭୫)

ପ୍ରାତ କାଳେ ମୁଁ

ସୂର୍ଯ୍ୟ ଙ୍କୁ ନମସ୍କାର

ସ୍ନାନ ତର୍ପଣ ।


୧୭୬)

ପୂରୁବ ଦିଗେ

ଉଦନ୍ତି ସୂର୍ଯ୍ୟ ଦେବ

ରକ୍ତିମ ଆଭା ।


୧୭୭)

ଚନ୍ଦ୍ରଭାଗା ରେ

ସୂର୍ଯ୍ୟ ଉଦୟ ଦୃଶ୍ୟ

ମନୋମୁଗ୍ଧରେ ।


୧୭୮)

ସୂରୂଜ ବିନା

ଜୀବଜଗତ ସ୍ଥିତି

ନୁହେଁ ସମ୍ଭବ ।


୧୭୯)

ପଶ୍ଚିମ ଦିଗେ

ସୂର୍ଯ୍ୟ ଅସ୍ତମିତରେ

ସଞ୍ଜ ଆସେରେ ।


୧୮୦)

ପାହାଡ ଫାଙ୍କେ

କଣେଇ ଚାହେଁ ସୂର୍ଯ୍ୟ

ପ୍ରିୟା ପଦ୍ମକୁ ।


୧୮୧)

ଗ୍ରୀଷ୍ମ ଋତୁରେ

ପ୍ରଖର ସୂର୍ଯ୍ୟ ତାତି

ମହୀ ମଣ୍ଡଳେ ।


୧୮୨)

ମେରୁ ଅଞ୍ଚଳେ

ସୂରୁଜ ଦୃଶ୍ୟମାନ

ଛଅଟି ମାସ ।


୧୮୩)

ସୂର୍ଯ୍ୟ ପ୍ରଖରେ

ମରୀଚିକା ଭ୍ରମ ତ

ମରୁଭୂମିରେ ।


୧୮୪)

ସୂରୁଜ ତାପେ

ଘରପୋଡି ଯାଏତ

ଭରେ ସନ୍ତାପ ।


୧୮୫)

ପାହାନ୍ତି ସ୍ଵପ୍ନ

ବାତାୟନେ ସୂରୁଜ

ଗହମ ନିଦ ।


୧୮୬)

ଅର୍କକ୍ଷେତ୍ରରେ

ସୂର୍ଯ୍ୟମନ୍ଦିର ଶୋଭେ

ସପ୍ତାଶ୍ଚର୍ଯ୍ୟରେ ।


୧୮୭)

ନୀଡରୁ ପକ୍ଷୀ

ବାଳୁତ ସୂର୍ଯ୍ୟ କରେ

ଖାଦ୍ୟ ସନ୍ଧାନେ ।


୧୮୮)

ସୂରୁଜ ପଦ୍ମ

ପ୍ରୀତି ପରଶି ନିତି

ଦୂରରେ ଥାଇ ।


୧୮୯)

ସୂର୍ଯ୍ୟ ତାପରେ

ଜଳ ଶୋଷଣ କରେ

ଜଳ ଚକ୍ର ରେ ।


୧୯୦)

ପ୍ରାଚୀ ଦିଗରେ

ଉଦିତ ସୂରୁଜ ଦେବ

ଅସ୍ତ ପଶ୍ଚିମେ ।


୧୯୧)

ସୌରଜଗତେ

ସୂର୍ଯ୍ୟ ଚତୁଃପାର୍ଶ୍ଵରେ

ଆଠଟି ଗ୍ରହ ।


୧୯୨)

ପରିକ୍ରମଣେ

ସୂର୍ଯ୍ୟଙ୍କ ଚାରି ପାଖେ

କକ୍ଷେ ପୃଥିବୀ ।


୧୯୩)

ଚନ୍ଦ୍ର ଗ୍ରହଣେ

ସୂର୍ଯ୍ୟ ଚନ୍ଦ୍ର ମଧ୍ୟରେ

ପୃଥିବୀ ସ୍ଥାନ ।


୧୯୪)

ଆକାଶେ ସୂର୍ଯ୍ୟ

ସରୋବରେ ପଦୁଅଁ

ପ୍ରେମ ପାଗଳୀ ।


୧୯୫)

ସୂର୍ଯ୍ୟ ଅସ୍ତରେ

ଆସେ ରଜନୀ ରାଣୀ

କଳା ବେଶରେ ।


୧୯୬)

ସୂର୍ଯ୍ୟ ପରାଗେ

ପାକ ନିଷେଧ ହୁଏ

ଜ୍ୟୋତିଷ ଶାସ୍ତ୍ରେ ।


୧୯୭)

ରବି ଅସ୍ତରେ

ଗୋରୁ ବାହୁଡନ୍ତି ତ

ଧୂଳି ଦାଣ୍ଡରେ ।


~ ଦମୟନ୍ତୀ ରଥ


୧୯୮)

ଶାମ୍ବଦଶମୀ

ଶରୀର ସୁସ୍ଥ ପାଇଁ

ସୂର୍ଯ୍ୟ ପୂଜନ ।


୧୯୯)

ସୂର୍ଯ୍ୟ ଚନ୍ଦ୍ରମା

ମିଳିତ ଆକର୍ଷଣେ

ଜୁଆର ଭଟ୍ଟା ।


୨୦୦)

ଅଲଣା ଓଷା

ପୁଷ ରେ ସୂର୍ଯ୍ୟ ପୂଜା

କୁଆଁରୀ କନ୍ୟା ।


~ ବାସନ୍ତୀ ଦେଈ

☆☆☆☆☆☆☆☆☆☆

कोई टिप्पणी नहीं:

एक टिप्पणी भेजें

MOST POPULAR POST IN MONTH