हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

रविवार, 13 जून 2021

~ ହାଇକୁ କବୟିତ୍ରୀ ବାସନ୍ତୀ ଦେଇଙ୍କ ଓଡ଼ିଆ ହାଇକୁ ~

ହାଇକୁ କବୟିତ୍ରୀ

 

ବାସନ୍ତୀ ଦେଈ 


ହାଇକୁ 

--0--


ସୂରୁଜ 

~ • ~


୧)

ଆକାଶେ ସୂର୍ଯ୍ୟ

ଆଲୋକ ଦିଏ ସେ

ଶକ୍ତି ର ଉତ୍ସ ।


୨)

ସୂର୍ଯ୍ୟ କିରଣେ

ସପ୍ତବର୍ଣିଳ ଆଭା

ଇନ୍ଦ୍ରଧନୁଷ ।


୩)

ଆକାଶେ ସୂର୍ଯ୍ୟ

ଆଲୋକ ଦିଅଇ ସେ

ଶକ୍ତିର ଉତ୍ସ ।


୪)

ସିନ୍ଦୁରା ଫାଟେ

ପୂରୁବ ଦିଗେ ସୂର୍ଯ୍ୟ

ହୁଏ ଉଦୟ ।


୫)

ତିମିର ନାଶି

ରକ୍ତିମ ବର୍ଣ୍ଣ ଆଭା

ସୂର୍ଯ୍ୟ କିରଣେ ।


୬)

ଶୁଭ ସକାଳ

ସୂର୍ଯ୍ୟ ଉଇଁଲେ ସର୍ବେ

ଚଳଚଞ୍ଚଳ ।


୭)

ନୂଆ ସକାଳ 

ଉଇଁଲେ ଦିବାକର

ଉଠ ଚଞ୍ଚଳ ।


୮)

ପ୍ରାତଃ ସ୍ନାହାନ

ସୂର୍ଯ୍ୟ ଙ୍କୁ ଅର୍ଘ୍ୟ ଦେଇ

କର ତର୍ପଣ ।


୯)

ସୂର୍ଯ୍ୟ ଦେବତା

ତମ୍ବା ପାତ୍ରରେ ଜଳ

କର ଅର୍ପଣ ।


୧୦)

ପ୍ରାଚୀ ଗଗନେ

ମହୋଦଧି ଗରଭୁ

ଉଠେ ଭାସ୍କର ।


୧୧)

ନବବଧୂ ଟି

ଚଉରା ମୂଳେ ଜଳ

ସୂର୍ଯ୍ୟେ ଅର୍ପଣ ।


୧୨)

ପୂର୍ଵେ ଉଦିତ

ପଶ୍ଚିମେ ଅସ୍ତହୁଏ

ଗଗନେ ସୂର୍ଯ୍ୟ ।


୧୩)

କଁଅଳ ଖରା

ସୂର୍ଯ୍ୟ କିରଣେ ମିଳେ

ଭିଟାମିନ ଡି ।


୧୪)

ପ୍ରାତଃ ଭ୍ରମଣ

ସୁସ୍ଥ ନୀରୋଗ ଦେହ

ରବି କିରଣ ।


୧୫)

ସାଧୁ ମହାତ୍ମା

ସୂର୍ଯ୍ୟ ପ୍ରଣାମ ନିତି

ଈଶ୍ଵର ଭକ୍ତି ।


୧୬)

ସୂରୁଯ ସ୍ନାନ

ଜୀବାଣୁ ନାଶ ହୁଏ

ବିଜ୍ଞାନ ମତ ।


୧୭)

ରବୟେ ନମଃ

ଯୋଗ ଅଭ୍ୟାସ କର

ସୁସ୍ଥ ଶରୀର ।


୧୮)

ହେ ଅଂଶୁମାନ

ତମସା ନାଶ କରେ

ତବ ପ୍ରକାଶ ।


୧୯)

ଜୀବ ସକଳ

ସୂରୁଯ ପ୍ରକାଶ ରେ

କର୍ମ ତତ୍ପର ।


୨୦)

ସୂର୍ଯ୍ୟ ନକ୍ଷତ୍ର

ନବଗ୍ରହ ଙ୍କୁ ନେଇ

ସୌରଜଗତ ।


୨୧)

ବୀଜ ବପନ

ଅଙ୍କୁରୋଦଗମ ରେ

ସୂର୍ଯ୍ୟ କିରଣ ।


୨୨)

ଖାଦ୍ୟ ପ୍ରସ୍ତୁତି

ଆଲୋକ ସଂଶ୍ଳେଷଣେ

ରବି କିରଣ ।


୨୩)

ସୂର୍ଯ୍ୟ ଆଧାର

ଅସରନ୍ତି ଶକ୍ତିର

ସକଳ ଉତ୍ସ ।


୨୪)

ବୁଧ ଗ୍ରହ ଟି

ସୂର୍ଯ୍ୟ ନିକଟେ ଥାଏ

ଉତ୍ତପ୍ତ ବେଶି ।


୨୫)

ପୃଥିବୀ ଗ୍ରହ

ସୌର ମଣ୍ଡଳେ ଶ୍ରେଷ୍ଠ

ଜଳୀୟ ଗ୍ରହ ।


୨୬)

ନଅଟି ଗ୍ରହ

ମହାକର୍ଷଣ ବଳେ 

ପରିକ୍ରମଣ ।


୨୭)

ପରିକ୍ରମଣ

ଋତୁ ପରିବର୍ତ୍ତନେ

ସୂର୍ଯ୍ୟ ଙ୍କ ସ୍ଥିତି ।


୨୮)

ସୂର୍ଯ୍ୟ ପରାଗ

ଛାଇ ଆଲୁଅ ଖେଳ

ବିଜ୍ଞାନ ମତ ।


୨୯)

ହରି ଉତ୍ଥାନ

ସୂର୍ଯ୍ୟ ଉତ୍ତରାୟଣେ

ସକଳ ଶୁଭ ।


୩୦)

ସୂର୍ଯ୍ୟ ମନ୍ଦିର

ଚନ୍ଦ୍ରଭାଗା କୂଳରେ

ବିଶ୍ଵ ପ୍ରସିଦ୍ଧ ।


୩୧)

ସୂର୍ଯ୍ୟ ମନ୍ଦିର

କୀର୍ତ୍ତି ସଂପଦେ ନାମ 

ଧରମପଦ ।


୩୨)

ଅର୍କ କ୍ଷେତ୍ରରେ

ଭାନୁ ପହିଲି ରେଣୁ

ଗର୍ଭଗୃହରେ ।


୩୩)

ଶାମ୍ବଦଶମୀ

ଶରୀର ସୁସ୍ଥ ପାଇଁ

ସୂର୍ଯ୍ୟ ପୂଜନ ।


୩୪)

ସୂର୍ଯ୍ୟ ଚନ୍ଦ୍ରମା

ମିଳିତ ଆକର୍ଷଣେ

ଜୁଆର ଭଟ୍ଟା ।


୩୫)

ଅଲଣା ଓଷା

ପୁଷ ରେ ସୂର୍ଯ୍ୟ ପୂଜା

କୁଆଁରୀ କନ୍ୟା ।

---00---


~ ବାସନ୍ତୀ ଦେଈ

☆☆☆☆☆☆☆☆☆

कोई टिप्पणी नहीं:

एक टिप्पणी भेजें

MOST POPULAR POST IN MONTH