ଚିତ୍ର ଆଧାରିତ ହାଇକୁ ଲେଖନ ପ୍ରତିଯୋଗିତା
ହାଇକୁ ସାଧନା ଓଡ଼ିଶା
AUGUST-2021
ହାଇକୁ ଲେଖନ ପ୍ରତିଯୋଗିତା
ବିଜେତା ପ୍ରତିଯୋଗୀ
ଦାଖଳ ହାଇକୁ
୧)
ସବୁ ମୁହୂର୍ତ୍ତେ
ସମୟ ହାତେ ଡୋରି
ଆସେନି ଫେରି ।
~ ଦୟାନନ୍ଦ ଶବର
୨)
ସମୟ ପକ୍ଷୀ
ବେରୋକଟୋକ ଉଡେ
ଡେଣା ମେଲାଇ ।
~ ଶ୍ରୀରାମ ସାହୁ
୩)
ଘଣ୍ଟା ଉଡୁଛି
ପ୍ରତୀକ୍ଷା ନ କରି ସେ
ଡେଣା ଲଗାଇ ।
~ ଡମ୍ବରୁଧର ବାଗ
୪)
ସମୟ ଚକ୍ର
ଶାନ୍ତି କପୋତ ମେଘେ
ସତର୍କ ଘଣ୍ଟି ।
~ ରମାକାନ୍ତ ସତପଥି
୫)
କାଳର ଚକ୍ର
ସମୟର ପ୍ରବାହ
ଶାନ୍ତି ଓ ମୈତ୍ରୀ ।
~ ଜିଗୀଷା ମିଶ୍ର
୬)
ସମୟ ଘଣ୍ଟି
କାଳ କରାଳ ମେଘ
ଶାନ୍ତି କପୋତ ।
~ ମନୀଷା ମିଶ୍ର
୭)
ଦେଖ ଉଡ଼ାଣ
ସମୟ ର କଣ୍ଟା ର
ତାଳ ମିଳାଅ ।
~ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ
୮)
ନିରବଛିନ୍ନ
ଗତିକରେ ସମୟ
ନ ହୁଏ ଭିନ୍ନ ।
~ ସୁଧାଞ୍ଜଳି ମିଶ୍ର
୯)
କ୍ଷଣଭଙ୍ଗୁର
ସମୟର ଡେଣାରେ
ଝୁଲା ଜୀବନ ।
~ ଲିଙ୍ଗରାଜ ପାତ୍ର
☆☆☆☆☆☆☆☆☆
कोई टिप्पणी नहीं:
एक टिप्पणी भेजें