ସ୍ୱାଧୀନତା ଦିବସ
ହାଇକୁ
୧)
ଶୁଭ ସକାଳ
ସ୍ୱାଧୀନତା ଦିବସ
ଅଭିନନ୍ଦନ ।
୨)
ଭାରତ ମାତା
ଜୟ ଜୟ ଜନନୀ
ବନ୍ଦେ ମାତରଂ ।
୩)
ବେଦନାସିକ୍ତ
ଭାରତ ଜନନୀ
ଶୃଙ୍ଖଳାବଦ୍ଧ ।
~ ମନୀଷା ମିଶ୍ର
୪)
ମଣିଷ କାନ୍ଦେ
ସ୍ୱାଧୀନତା ଯାଇଛି
ନେତାଙ୍କ ମେଳେ ।
୫)
ଭଲ ଉପୁରି
ନେତlଗିରି ଚାକିରୀ
ପୁଳି ଭୋଜନ ।
୬)
ଗୋଳିଆ ପାଣି
କଙ୍କଡାକୁ ସୁହାଏ
ନେତାଙ୍କ ମତି ।
୭)
ପ୍ରଦୀପ ତେଜି
ହାତକୁ ଚିକ୍କଣିବା
ନେତାଙ୍କ ନୀତି ।
୮)
ଚୋରଙ୍କ ସେବା
ରାଜନେତାଙ୍କ ମେଳି
ରହେନା ଭୀତି ।
୯)
ଚୋରକୁ ମୁହଁ
ମାଲିକକୁ ସତର୍କ
ନେତାଙ୍କ ରୀତି ।
~ ରମାକାନ୍ତ ସତପଥି
୧୦)
ତ୍ରିରଙ୍ଗା ଉଡେ
ସ୍ୱାଧୀନତା ଦିବସ
ସମଗ୍ର ଦେଶେ ।
୧୧)
ଜନତା ଗାଏ
ଜାତୀୟ ସଂଗୀତ ଯେ
ହରଷ ମନ ।
~ ଜିଗୀଷା ମିଶ୍ର
୧୨)
ଆମେ ସମସ୍ତେ
ସ୍ୱାଧୀନ ଭାରତରେ
ପରାଧୀନ ତ ?
୧୩)
କିଏ ସ୍ୱାଧୀନ
ସବୁ ସେମିତି ଅଛି
ଯେମିତି ଥିଲା ।
୧୪)
ଜାଣି ହଉନି
ସ୍ୱାଧୀନ, ପରାଧିନ
କିଏ କହିବ ?
୧୫)
ତ୍ରିରଙ୍ଗା ଉଡ଼େ
ସମ୍ପୂର୍ଣ୍ଣ ଗାରିମାରେ
ଭାରତ ମାତା ।
~ ରାଜେଶ କୁମାର ମୁଣ୍ଡ
୧୬)
ସ୍ବତନ୍ତ୍ରତାରେ
ସ୍ବାଭିମାନ ସହିତ
ଆମ ତ୍ରିରଙ୍ଗା ।
୧୭)
ଆତ୍ମ ସମ୍ମାନ
ବାସ୍ତବ ସ୍ବାଧୀନତା
ଅପହଞ୍ଚରେ ।
୧୮)
ଏକତା ମନ୍ତ୍ର
ଅର୍ଥହୀନ ଭାଷଣ
ଭେଦଭାବରେ ।
୧୯)
କହଲୋ ମାଆ
ତୁ କି' ସ୍ବାଧୀନ ଆଜି
ପୂର୍ଣ୍ଣ ଭାବରେ ।
୨୦)
ଗ୍ରାମ ସହର
ତ୍ରିରଙ୍ଗା ଫରଫର
ମନ୍ତ୍ର ମନର ।
୨୧)
ଦେଶ ସ୍ବାଧୀନ
ପ୍ରଗତି ଅଭିଯାନ
ଅଧୁରା ସ୍ବପ୍ନ ।
~ ସମିତା ସ୍ବାଇଁ
୨୨)
ସ୍ୱାଧୀନ ଦେଶ
ଉଡେ ତ୍ରିରଙ୍ଗା ଧ୍ୱଜା
ବନ୍ଦେ ମାତରଂ ।
୨୩)
ସମ୍ମାନ ଦିଅ
ଜନନୀ ଜନ୍ମଭୂମି
ନିତ୍ୟ ଆରାଧ୍ୟ ।
୨୪)
ଭାରତମାତା
ବିଭିନ୍ନତା ମଧ୍ୟରେ
ଥାଏ ଏକତା ।
୨୫)
ସତ୍ୟ ଅହିଂସା
ଅସାଧନା ମାର୍ଗରେ
ଅମୋଘ ଅସ୍ତ୍ର ।
୨୬)
ଦେଶ ମାତୃକା
ସେବାରେ ପ୍ରାଣ ବଳି
ବୀର ଶହୀଦ ।
୨୭)
ପରାଧୀନତା
ହାତରେ ବେଡି ତୂଲ୍ୟ
ଅତ୍ୟନ୍ତ ଲଜ୍ୟା ।
୨୮)
ଅକ୍ଷୁର୍ଣ୍ଣ ରଖ
ସ୍ଵାଧୀନତା ର ଶୌର୍ଯ୍ୟ
ଜାତିର ଟେକ ।
~ ବାସନ୍ତୀ ଦେଈ
୨୯)
ରକ୍ତ, ସ୍ବେଦରେ
ସ୍ୱାଧୀନତାର ପ୍ରାପ୍ତି
ବଞ୍ଚାଇ ରଖ ।
୩୦)
ତ୍ରିରଙ୍ଗା ଝଣ୍ଡା
ପ୍ରତିବାଦର ସ୍ୱର
ସବୁଜ ରଙ୍ଗ ?
୩୧)
ଚାଷୀ, ଶ୍ରମିକ
ସ୍ୱପ୍ନରେ ମସଗୁଲ
ତ୍ରିରଙ୍ଗା ତଳେ ।
୩୨)
ଇରମ ଇଞ୍ଚୁଡ଼ି
ସ୍ୱାଧୀନତାର ଗାଥା
ପ୍ରତିଧ୍ୱନିତ ।
୩୩)
ଅତୀତ ହଜେ
ଜାଳି୍ୱାନାୱାଲା ବାଗ
ସ୍ୱାଧୀନତାର ।
~ ରମାକାନ୍ତ ସତପଥି
☆☆☆☆☆☆☆☆☆☆
कोई टिप्पणी नहीं:
एक टिप्पणी भेजें