हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

रविवार, 15 अगस्त 2021

ହାଇକୁ ସାଧନା ଖୋର୍ଦ୍ଧା (ସାରସ୍ୱତ ହାଇକୁ କାବ୍ୟ ଯାତ୍ରା ~୯)

ହାଇକୁ ସାଧନା ଖୋର୍ଦ୍ଧା

ସାରସ୍ୱତ ହାଇକୁ କାବ୍ୟ ଯାତ୍ରା ~ ୯

"ସକାଳ" 

୧)

ସଜ ସକାଳ

ଚାଷୀ ଚାଲେ ସଅଳ

କାନ୍ଧେ ଲଙ୍ଗଳ ।


୨)

ଶୁଭ ସକାଳ

ସୂର୍ଯ୍ୟ ନୁହେଁ କୁଣ୍ଠିତ

ଦିଏ ଆଲୋକ।


~ ପ୍ରଦୀପ କୁମାର ଦାଶ


୩)

ଗାଆଁ ର ଦୃଶ୍ୟ

ଅତୀବ ମନୋରମ

ଶୀତ ସକାଳ ।


୪)

ପ୍ରାତଃ ଶିଶିର

ସକାଳ କିରଣ ରେ

ମୁକ୍ତା ସମ୍ଭାର ।


୫)

ଝରା  ଶେଫାଳୀ

ରାତିରେ ଝରିପଡେ

ସକାଳ ସ୍ବପ୍ନ ।


~ ବାସନ୍ତୀ ଦେଈ


୬)

ପ୍ରତ୍ୟୁଷ ପ୍ରାଣ

ପ୍ରଯୁକ୍ତ ପ୍ରାଣାୟମ

ଭରେ ପୀୟୂଷ ।


୭)

ଉଦିତ ଉଷା

ଉଷ୍ଣତା ଆଗମନୀ

ହରେ ତମସା ।


୮)

ନୂଆ ସକାଳ

ଉଦ୍ଦୀପନା ପ୍ରଵଳ

ଆନନ୍ଦ ସ୍ରୋତ ।


~ ଆରତୀ ପ୍ରହରାଜ, ଭୁବନେଶ୍ୱର


୯)

ପୂଣ୍ଯ ସକାଳ

ଆଣିଦେଲା ସ୍ବାଧୀନ

ମନେ ଆନନ୍ଦ ।


୧୦)

ଶୀତ ସକାଳ

ଗଙ୍ଗ ଶିଉଳି ଭରା

ଶାନ୍ତ ଧରଣୀ ।


~ ଶୋଭାଗିନୀ ନନ୍ଦ


୧୧)

ସକାଳ ଖରା

ଭିଟାମିନ ଡି ମିଳେ

ହାଡ଼ ଶକତ ।


୧୨)

ନିତି ସକାଳୁ

ବ୍ୟାୟାମ ଯୋଗୁ ଆମେ 

ସୁସ୍ଥ ସବଳ ।


୧୩)

ସଞ୍ଜ ସକାଳେ 

ପିତା ମାତାଙ୍କ ପାଦେ

କର ପ୍ରଣାମ ।


୧୪)

ସକାଳୁ ଉଠ 

ଉଛୁର ହେଲାଣି ରେ

ପଢ଼ିବା ପାଠ ।


୧୫)

ପାହିଲା ରାତି

ଅରୁଣ କମଳ ଙ୍କ

ଅଭେଦ୍ୟ ପ୍ରୀତି ।


୧୬)

ସକାଳ ଶୋଭା 

ନାନା ଜାତି ଫୁଲର

ବର୍ଣାଳୀ ଆଭା ।


~ ଜ୍ୟୋତି ପ୍ରଭା ପଟ୍ଟନାୟକ


୧୭)

ଉଷା ଆଲୋକେ

ପ୍ରାତଃ ଭ୍ରମଣ ସତେ

ଦେହକୁ ହିତ  ।


୧୮)

ସକାଳୁ ଚାଷୀ

ଶାଗ ପଖାଳ ଖାଇ

ଧାଏଁ  କ୍ଷେତକୁ । 


୧୯)

ପ୍ରତି ସକାଳୁ

ସିଂଚି ଗୋବର ପାଣି

କରେ ପାଇଟି । 


୨୦)

ଶୁଭ ସକାଳ

କୁଶଳ ବାର୍ତ୍ତା  ଆସେ

ପ୍ରିୟଜନର । 


୨୧)

କାକ ରାବିଲା 

ଆମ୍ର ବୃକ୍ଷରେ ପିକ 

ସକାଳ ହେଲା । 


୨୨)

ପ୍ରଭାତୁ ଉଠି

ଫୁଲ ରେ ମାଳ ଗୁନ୍ଥି

ମନ୍ଦିରେ ଦିଏ । 


୨୩)

କାର୍ତ୍ତିକ ମାସେ

ପ୍ରାତଃ ସ୍ନାହାନ କର 

ଧର୍ମ ଅଶେଷ  ।


୨୪)

ଗାଆଁ ରେ ଶୀତ 

ନଡା କୁଟା ରେ ଧୁନି

ନ ଥାଏ ଶୀତ ।


୨୫)

ଝାମ୍ପି ଭିତରୁ

ଗଂଜା ଡାକିଲା ଉଠ

ସକାଳ ହେଲା  ।

        

~ ଝୁମୁରୀ ସାହୁ, ଜଟଣୀ


୨୬)

ସକାଳ ହେଲା

ନାନା ଜାତି ଫୁଲରୁ

ବାସ ଛୁଟିଲା ।


୨୭)

ଦୁଃଖ  ଅନ୍ଧାର 

ଅପସରେ  ଆସିଲେ

ସୁଖ ସକାଳ ।


୨୮)

ପୁଣ୍ୟ  ସକାଳ 

ମନ୍ଦିରେ ଘଣ୍ଟି  ଶୁଭେ

ଆଳତି ବେଳ।


୨୯)

ବିହଙ୍ଗ ଦଳ

ଖାଦ୍ୟ ଖୋଜନ୍ତି ଉଡି 

ଦେଖି ସକାଳ ।


~ ବିଳାସିନୀ  ଦାଶ, ଖୋର୍ଦ୍ଧା


୩୦)

ସକାଳ ହେଲେ 

ପୂରୁବ ଆକାଶରେ

ସୁରୂଜ ଉଏଁ ।


୩୧)

ସଂଜ ସକାଳେ 

ନିତି ପ୍ରାର୍ଥନା କରେ 

ହରଷ ମନେ ।


୩୨)

ଶୀତ ସକାଳ 

ଦେହ କୁ ବଡ଼ ହିତ 

କର ବ୍ୟାୟାମ ।


~ ପ୍ରଭାସିନୀ ସାହୁ, ଖୋର୍ଦ୍ଧା 


୩୩)

ପ୍ରଭାତ ବାତ

ଶରୀର ପାଇଁ ସେତ

ନିହାତି ହିତ ।


୩୪)

ଗଙ୍ଗ ଶିଉଳି

ସକାଳୁ ପଡୁ ଝରି

ମହକ ଦେଇ ।


୩୫)

ସକାଳୁ ଉଠ

କାକ ଡାକେ ମଥାନେ

ଚାଉଳ ଥୁଅ ।


~ ଆରତି ମଞ୍ଜରୀ ଦାଶ, ଗୁରୁଜଙ୍ଗ


୩୬)

ସକାଳ ଧୂପେ

ସୁନାଥାଳି ଖେଚୁଡ଼ି 

ଜଗାର ପ୍ରିୟ ।


୩୭)

ରାତ୍ରିର ଶେଷେ

ନବସକାଳ ଆସେ

ପୂରୁବ ଦିଶେ ।


~ ଅର୍ଚ୍ଚନା କୁମାରୀ, ରାଉତରାୟ


୩୮)

ପାହଇ ନିଶି

ପ୍ରଭାତଟି ଆସଇ

ଦେବାକୁ ଖୁସି ।


୩୯)

ସକାଳ ଆସେ

ଦିନମଣି ଆଲୋକେ

ଦୁନିଆ ହସେ ।


୪୦)

ସକାଳୁ ଉଠ

ବଡ଼ଠାକୁର ପାଶେ

ଶୁଭ  ମନାସ ।


୪୧)

ସକାଳ ହେଲା

କାଉ ରାବିଲା କା କା

ରାତି ତୁ ଯା ଯା।


୪୨)

ରଜନୀ ଶେଷେ

ନୂତନ ଆଶା ନେଇ 

ପ୍ରଭାତ ଆସେ ।


~ ବାସନ୍ତୀ ମହାପାତ୍ର, ପୋଖରୀପୁଟ


୪୪)

ଉଷା  ଆଗମେ

ତନ୍ଦ୍ରା ତେଜି ଜାଗ୍ରତ 

ହୋନ୍ତି ମାନବ ।


୪୫)

ପ୍ରତ୍ୟୁଷ କାଳ

ବିହଙ୍ଗ କାକଳିରେ

ଧରା ଉତ୍ତାଳ ।


୪୬)

ପାହିଲା ନିଶି

ଭଇଁଲେ ଦିନମଣି

ମୁରୁକି ହସି ।


୪୭)

ହେଲା ପ୍ରଭାତ

କଅଁଳ ଖରା ପରା

ଦେହକୁ ହିତ ।


~ ମଧୁଛନ୍ଦା ଦାଶ


୪୮)

ପାହିଲା ନିଶି

ଜନ୍ତୁ ଜୀବ ଉଠିଲେ 

ହୋଇଣ ଖୁସି  । 


୪୯)

ଧରଣୀ ରାଣୀ

ସ୍ମିତ ହାସେ ପ୍ରଣମେ

ସକାଳ ସୂର୍ଯ୍ୟ  । 


୫୦)

ପକ୍ଷୀ କାକଳୀ

ଉଠ ମୋ କଳାକାହ୍ନୁ

ହେଲା ସକାଳ  । 


~ ସସ୍ମିତା ବାରିକ


୫୧)

ସକାଳ

ଶୁଭ ସକାଳ

ମନେ ଭରିଦିଅଇ

ଖୁସି ଅପାର ।


୫୨)

ସକାଳ ହେଲା

ମୁରୁଜ ବୁଣିଲେ

ସୂରୁଜ ରଜା ।


୫୩)

ପାହିଲା ରାତି

ଧରଣୀ ମାଆ ମୋର

ହୋଇଲା ଖୁସି ।


~ ସୁଷମା ଦେଇ ଭୁବନେଶ୍ୱର

☆☆☆☆☆☆☆☆☆☆

कोई टिप्पणी नहीं:

एक टिप्पणी भेजें

MOST POPULAR POST IN MONTH