ହାଇକୁ ସାଧନା ଖୋର୍ଦ୍ଧା
ସାରସ୍ଵତ ହାଇକୁ କାବ୍ୟ ଯାତ୍ରା ~ ୨୩
ହାଇକୁ
୧)
ଜୁଳୁଜୁଳୁଆ
ଘନ ଅନ୍ଧକାରରେ
ଦୀପ ଭଳିଆ ।
୨)
ଲୋଟଣୀ ପାରା
ଓଲଟ ବୃକ୍ଷେ ଖେଳେ
ନ ଦିଏ ଧରା ।
୩)
ପଞ୍ଚଭୂତରେ
ଶରୀର ଗଢିଅଛି
ବିଶ୍ଵ ବିନ୍ଧାଣି ।
୪)
ସକଳ ତୀର୍ଥ
ପିତାମାତା ଚରଣେ
ଗୃହ ମନ୍ଦିର ।
୫)
ସଂସାର ପଥେ
କେତେ ଯେ ଅନୁଭବ
ଜୀବନ ସ୍ଵାଦ ।
~ ବାସନ୍ତୀ ଦେଈ, ଖୋର୍ଦ୍ଧା
୬)
ଆସରେ ଆସ
ସ୍ଵଛ ଭାରତ ଗଢି
ଦେବା ସନ୍ଦେଶ ।
୭)
ସତର୍କ ରୁହ
କରୋନା ଯାଇନି ତ
ଟଳିନି ଭୟ ।
୮)
ଜୀବନ ସାରା
ମାନବ ସେବା ମୋର
ସାଧନା ପରା ।
୯)
ଧର୍ମର ଜୟ
ଲୋଭରୁ ପାପ ଜାତ
ପାପରୁ କ୍ଷୟ ।
୧୦)
ପୁରୁବାକାଶେ
ନାଲି କନ୍ଦୁକ ସମ
ସୂରୁଜ ଦିଶେ ।
~ ଜ୍ୟୋତି ପ୍ରଭା, ପଟ୍ଟନାୟକ
୧୧)
ସକାଳ ସୂର୍ଯ୍ୟ
ସମସ୍ତଙ୍କୁ ଦେଖାଏ
ନୂତନ ମାର୍ଗ ।
୧୨)
ସ୍ୱଚ୍ଛ ଭାରତ
ରଖିବା ତା'ର ଯଶ
ମାନ ମହତ ।
~ ସୂର୍ଯ୍ୟକାନ୍ତି ଦାଶ
୧୩)
କଲରା ପିତା
ପାଟିକୁ ସ୍ବାଦ ନୁହେଁ
ଦେହକୁ ହିତ ।
~ ଝୁମୁରୀ ସାହୁ, ଜଟଣୀ
୧୪)
ପ୍ରେମ ବନ୍ଧନ
ବାସ୍ତବ ଚିରନ୍ତନ
ଅଟେ ମହାନ ।
୧୫)
ଭକ୍ତ ଓ ବିଭୁ
ସମ୍ପର୍କର ବନ୍ଧନ
ଅତି ପବିତ୍ର ।
~ ଶୋଭାଗିନୀ ନନ୍ଦ, ଜୟପୁର (କୋରାପୁଟ)
୧୬)
ମନ ଭାବନା
ଏକାନ୍ତ ଆପଣାର
ବାଣ୍ଟି ହୁଏନା ।
୧୭)
ରାତି ରେ ଆସେ
ଭାବ ସପନେ ମିଶେ
ଭାବନା ଦିଶେ ।
~ ଚପଳା ପଣ୍ଡା।, ଖୋର୍ଦ୍ଧା
୧୮)
ନୀଳ ନୟନା
କେବେ ଆସିବ କହ
ମୋ ସପନରେ ।
୧୯)
ନଡ଼ିଆ ରାଣୀ
ଜୟ ମାଆ ତାରିଣୀ
ଦୁଃଖ ହାରିଣୀ ।
~ ବାସନ୍ତୀ ଦେଈ
୨୦)
ସୃଷ୍ଟି ସୁନ୍ଦର
ଅପୂର୍ବ ମାଧୁର୍ଯ୍ୟର
ଦିବ୍ୟ ଦର୍ଶନ ।
୨୧)
ଜାତି ନିଶାଣ
ତିନି ରଂଗରେ ଦିଏ
ଅଭୟ ବାର୍ତ୍ତା ।
୨୨)
ମଶାଣି ଭୂଇଁ
ଜୁଇର ଧୁନି ଜାଳେ
କପାଳେ ଭସ୍ମ ।
~ ବିଳାସିନୀ ଦାଶ, ମଧୁସୂଦନ ନଗର
୨୩)
ସମୟ ସ୍ରୋତ
ମନଇଚ୍ଛା ଦେଉଛି
ଦୁଃଖ ବହୁତ ।
୨୪)
ଦେଶ ଦୁନିଆ
କରୋନା ବ୍ୟାଧି ପାଇଁ
ଲୋକେ ଛାନିଆ ।
୨୫)
ଭାରତ ଭୂଇଁ
ସର୍ବଶକ୍ତିମାନ ସେ
ସ୍ବରାଜ୍ୟ ପାଇଁ ।
~ ଝୁମୁରୀ ସାହୁ, ଜଟଣୀ
୨୬)
ଜଗତ ନାଥ
ଚକା ନୟନେ ଭରି
ମୋହିନୀ ମନ୍ତ୍ର ।
୨୭)
ସକଳ ତୀର୍ଥ
ପିତାମାତା ଚରଣେ
ପୂର୍ଣ୍ଣ ସ୍ୱରୂପ ।
୨୮)
ବୀର ସୈନିକ
ଦେଶପାଇଁ ଲଢେ ସେ
ଜୀବନ ଯାକ ।
~ ସସ୍ମିତା ବାରିକ, ବୋଲଗଡ
୨୯)
ରାଇଜ ବାସୀ
କିଂ କର୍ତ୍ତବ୍ୟ ବିମୂଢ
ଜଡ ସ୍ଥଵିର ।
୩୦)
ଆଲୋକ ପାତ
ସାଂପ୍ରତିକ ଘଟଣା
ବହୁ ହିତାୟ ।
୩୧)
କସ୍ତୁରୀ ମୃଗ
ବିହିତ ପଦକ୍ଷେପ
ସୁଫଳପ୍ରଦ ।
~ ଆରତୀ ପ୍ରହରାଜ, ଭୁବନେଶ୍ୱର
୩୨)
ଗଛ ଡାଳରେ
ଡେଇଁ ବୁଲି ଗୁଣ୍ଡୁଚି
ବାଲି ଝାଡେରେ ।
୩୩)
ପିଞ୍ଜରା ଖୋଲି
ମିଟୁ ଗଲାରେ ଉଡ଼ି
ମୁନି କାନ୍ଦୁଚି ।
୩୪)
ବର ଓହଳ
ବହଳ ଛାଇ ତଳେ
ପିଲାଙ୍କ ଖେଳ ।
~ ଆରତି ମଞ୍ଜରୀ ଦାଶ, ଗୁରୁଜଙ୍ଗ ଖୋରଧା
୩୫)
ସ୍ୱଚ୍ଛ ଭାରତ
ଗଢିଦେବା ଆସରେ
ମିଳାଇ ହାତ ।
୩୬)
ଈର୍ଷା ଦାନବ
ଛିନ୍ଛତ୍ର କରିଦିଏ
ବୁଦ୍ଧି ବିବେକ ।
~ ସସ୍ମିତା ବାରିକ୍, ବୋଲଗଡ଼
୩୭)
ସିଏ ହିଁ ଧନ୍ୟ
ପର ହିତେ ଉତ୍ସର୍ଗ
କରେ ଜୀବନ ।
୩୮)
ହୃଦ ଯାହାର
ପ୍ରେମ, ସଦିଚ୍ଛ। ଭରା
ସିଏ ମୋ ବାପା ।
୩୯)
ନୀଳ ସାଗର
ଦିଗ୍ ଵଳୟ ରେ ମିଶେ
ସେ ନିରାକାର ।
~ ମଧୁଛନ୍ଦା ଦାଶ, ଭୁବନେଶ୍ୱର
୪୦)
ପରିବେଶ ରେ
ଭରଇ ଅମ୍ଳଜାନ
ନିମ ଗଛଟି ।
~ ବାସନ୍ତୀ ଦେଈ, ଖୋର୍ଦ୍ଧା
⭐⭐⭐⭐⭐⭐⭐⭐⭐⭐
कोई टिप्पणी नहीं:
एक टिप्पणी भेजें