हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

सोमवार, 16 अगस्त 2021

ହାଇକୁ ସାଧନା ଖୋର୍ଦ୍ଧା, ସାରସ୍ୱତ ହାଇକୁ କାବ୍ୟ ଯାତ୍ରା ~ ୪ ~ ମାଟି

ହାଇକୁ ସାଧନା ଖୋର୍ଦ୍ଧା

ସାରସ୍ୱତ ହାଇକୁ କାବ୍ୟ ଯାତ୍ରା ~ ୪ ~

ମାଟି

ହାଇକୁ

~ 0 ~

୧)

ମାଟି ମଣିଷ

ମାଟି ରୁ ହିଁ ଆରମ୍ଭ

ମାଟି ରେ ଶେଷ ।


~ ପ୍ରଦୀପ କୁମାର ଦାଶ


୨)

ଜନମ ମାଟି

ସ୍ବର୍ଗଠୁଁ ଗରିୟସୀ

ଆମ ମାଆ ଟି ।


୩)

ଏ ମାଟି ମାଆ

 ସଭିଙ୍କୁ ସମାଦାର

କେଡେ ମହାନ।


~ ବାସନ୍ତୀ ଦେଈ ଖୋର୍ଦ୍ଧା


୪)

ମାଟି ମାଆ ଟି

ଜନମି ତା କୋଳେ ମୁଁ

ରଖି ବି ନାଁ ଟି ।


୫)

ମୋ ମାଟି ମାଆ

ଭାରତ ତାର ନାଆଁ

ସୁନ୍ଦର ଆହା ।


~ ଜ୍ୟୋତିପ୍ରଭା ପଟ୍ଟନାୟକ 


୬)

ମାଟିର ମୂଲ

ହୀରା, ମୋତି, ମାଣିକ

ନୁହେଁ ତା' ତୁଲ ।


୭)

ଜନମ ମାଟି

ରଖେ ପରାଣ ସିଏ

ମୋର ମାଆଟି ।


~ କବିତା କାନୁନଗୋ


୮)

ମାଟିର ମୁଲ

କେହି କେବେ ନ ହୁଏ

ତାହାରି ତୁଲ।


~ ବିଷ୍ଣୁ ପ୍ରିୟା ପ୍ରତାପ ସିଂହ, ଟାଙ୍ଗି


୯)

ମାଟି ରୁ ମେଘ,।

ଉନ୍ନତି କେତେ ଦେଖ,

ତଥାପି ଦୁଃଖ  ? 

  

୧୦)

ଭାରତ ମାଟି,

ସକଳ ତୀର୍ଥ ଠୁଳ ଟି

ଚିନ୍ତା କାହିଁକି ?


~ ଆରତି ମଞ୍ଜରୀ ଦାଶ, ଗୁରୁଜଙ୍ଗ


୧୧)

ମାଟି ଆମମାଁ

ତାର ପ୍ରେମ ଅଭୁଲା

ସେତଅନନ୍ଯା ।


୧୨)

ମାଟି ମାଁ ମୋର

ସୁଗନ୍ଧେ ସେତଭରା

ନାଁ ଆଟି ତୋରା ।


୧୩)

ମାଟିରନର

ଦିନେହୋଇବଶେଷ

ନାଁ ନେଇ ଈଶ ।


 ଶୋଭାଗିନୀ ନନ୍ଦ, ଜୟପୁର


୧୪)

ମାଟି ଆମର

ମାଆ କେତେ ସୁନ୍ଦର

ବଣ ଜଂଗଲ ।

       

୧୫)

ମାଟି ମାଆଟି 

ମୋର ବଣ ଜଂଗଲ

କେତେ ନିଜର ।

        

୧୬)

ମାଟି ଆମକୁ

କି ଅବା ଦେଇ ନାହିଁ ! 

ମାଟି ଜୀବନ ।

      

୧୭)

ନଡା ଛପର

ଘରେ ଆମରି ଖୁସି

ମାଟିର କାନ୍ଥ ।

     

୧୮)

ଗରବ ଆମ

ଚାଷୀ ଜୀବିକା କିଛି

ମାଟି ମା' ଆମ ।

        

୧୯)

ଉର୍ବର ମାଟି

କ୍ଷେତ ସୁନା ଫସଲ

ଦିଏ ଟି ଭେଟି । 

      

୨୦)

ମ଼ତ୍ତିକା ଆମ

ଅମୂଲ୍ଯ ମୂଲ ଭୂମି

ନାହିଁ ତା ସମ ।

      

୨୧)

ମ଼ତ୍ତିକା ପାଇଁ

ସକଳ ଜୀବ ସିନା

ରଖେ ଜୀବନ ।

       

୨୨)

ଚିତ୍ରକର ଯେ

ମାଟିର ମୂର୍ତ୍ତି ଗଢେ

ପୂଜା ପାର୍ବେଣ ।

     

୨୩)

ମାଟି ଚଟାଣ

ଝାଟିମାଟି ର କାନ୍ଥେ

ଗୋବର ଲିପା ।

       

~ ଝୁମୁରୀ ସାହୁ, ଜଟଣୀ


୨୪)

ପବିତ୍ର ମାଟି

ମହୀୟସୀ ଧରିତ୍ରୀ

ଦେଶ ଗୈାରବ ।


୨୫)

ମା'ର ସମ୍ମାନ

ମହାତ୍ମା ପ୍ରସଵିନୀ

ସେ ସର୍ବସଂହା ।


ଆରତୀ ପ୍ରହରାଜ, ଭୁବନେଶ୍ୱର


୨୬)

ଏ ମାଟି କାନ୍ଥ

ଷଠୀଘରକୁ ଦେଖ

ଜନ୍ମ ଏଇଠି ।


୨୭)

କୃଷ୍ଣ କାର୍ପାସ

ମୃତ୍ତିକା ଭଲହୁଏ

କପା ର ଚାଷ ।


୨୮)

ବାଲିଆ କଳା

ନାଲିଆ ଦୋରସା ରେ

ଫସଲ ଭିନ୍ନ ।


୨୯)

ମାଟି ଚନ୍ଦନ

ଦେହେଟି ବୋଳି ଦେଖ

ସରଗ ସୁଖ ।


~ ଝୁମୁରୀ ସାହୁ, ଜଟଣୀ


୩୦)

ମମତାମୟୀ

ମାଟି ମାଆ ଆମରି

ତୁଳନା ନାହିଁ । 


୩୧) 

ସବୁରି ଜୀବ

ବକ୍ଷେ ହୁଏ ସମ୍ଭବ

ମାଟି ତୋ ପାଇଁ । 


୩୨) 

ମାଟି ମାଆର

ସେନେହ ପରଶେ ମୁଁ

ଆତ୍ମ ବିଭୋର । 


୩୩)


ସବୁଜଶିରୀ

ବସୁମତୀ ସୁନ୍ଦରୀ 

ମହିମାମୟୀ । 


୩୪) 

ଦେଶର ମାଟି

ଥରେ ହୁଦୟତନ୍ତ୍ରୀ

ରଖିବା ନା' ଟି । 

                    

~ ସସ୍ମିତା ବାରିକ


୩୫)

ଧରଣୀ ମାଆ

ଧାରିଣୀ ଅଟୁ ତୁହି 

ସର୍ବ ଜୀବର ।


ମୀରା ଦାଶ, ଖୋର୍ଦ୍ଧା


୩୬)

ଏ ମାଟି ମୋ ମା'

ଭଲ କାମ କରି,ତା'

ରଖିବା ନାଆଁ ।


ଝୁମୁରୀ ସାହୁ, ଜଟଣୀ


୩୭)

ମମତାମୟୀ

ଜନନୀ ଜନ୍ମଭୂମି

ସେବା ହିଁ ଧର୍ମ ।


୩୮)

ରତ୍ନଗର୍ଭା ସେ

ସ୍ଵର୍ଣ୍ଣପ୍ରସୂ ଭାରତ

ଉଡଇ ଧ୍ୱଜା ।


୩୯)

ପଞ୍ଚଭୂତ ରେ

ମାଟି ପାଣି ପଵନେ

ଗଢା ଜୀବନ ।


~ ବାସନ୍ତୀ ଦେଈ, ଖୋର୍ଦ୍ଧା


୪୦)

ମାଟି ମାଆଟି

ତାରି କୋଳରେ ଖେଳି

ବଡ ହେବାଟି ।


୪୧)

ସ୍ବର୍ଗରୁ ବଡ

ଜନମଭୂମି ମାଆ

ରଖିବା ତା ନାଁ।


୪୨)

ମାଟି ମହାନ

ପାଦତଳେ  ଜୀବନ 

ସେ ବନ୍ଦନୀୟା ।


~ ବାସନ୍ତୀ ମହାପାତ୍ର, ଭୁବନେଶ୍ଵର

🌟🌟🌟🌟🌟🌟🌟🌟🌟

कोई टिप्पणी नहीं:

एक टिप्पणी भेजें

MOST POPULAR POST IN MONTH