हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

सोमवार, 16 अगस्त 2021

ହାଇକୁ ସାଧନା ଖୋର୍ଦ୍ଧା, ସାରସ୍ୱତ ହାଇକୁ କାବ୍ୟ ଯାତ୍ରା ~ ୩ ~ ଝରଣା

ହାଇକୁ ସାଧନା ଖୋର୍ଦ୍ଧା

ସାରସ୍ଵତ ହାଇକୁ କାବ୍ୟ ଯାତ୍ରା ~ ୩ ~


ଝରଣା


ହାଇକୁ

~~୦~~


୧)

ପାହାଡୀ କନ୍ୟା

ଗିରି କନ୍ଦରୁ ଜାତ

ନାମ ଝରଣା ।


୨)

ଝରଣା କୂଳେ

ଦେଖିଲି ଝିଅ ଟିଏ

ଆଖି ଫେରେନା ।


~ ବାସନ୍ତୀ ଦେଈ ଖୋର୍ଦ୍ଧା


୩)

ଝର୍ଝର ନାଦ

ପୁଲକିତ କବିତ୍ଵ

ମୃଦୁ ଝଙ୍କୃତ ।


୪)

ଗିରି ତନୁଜା

ସ୍ନିଗ୍ଧ ଶୀତଳ ବାରି

ରୂପ ଅନନ୍ୟା ।


୫)

ଝରଣା ସ୍ବର

ପର୍ଯ୍ୟଟକ ଅଧୀର

ଶୋଭା ଭଣ୍ଡାର ।


~ ଆରତୀ ପ୍ରହରାଜ, ଭୁବନେଶ୍ୱର


୬)

ଝରଣା ଜଳ

କେଡେ ଯେ ନିରିମଳ

ଲାଗେ ମଧୁର ।


୭)

ଝର ଝରଣା

ନାହିଁ ରେ କଟକଣା

ବନ୍ଧ ମାନେନା ।


୮)

ଝରଇ ଝର

ଡୁଡୁମା ଓ ଘାଗରା

କେତେ ସୁନ୍ଦର  !


୯)

ଉଚ୍ଚ ଶିଖରୁ

ଝରି ଆସଇ ଜଳ

ପଡଇ ତଳେ । 


୧୦)

ଝରଣା ଝରେ

ବଣ ଭୋଜି କରିବା

ମନ ଉଛୁଳେ ।

 

~ ଝୁମୁରୀ ସାହୁ, ଜଟଣୀ


୧୧)

ଝରି ଝରଣା

ପର୍ବତ ଶିଖରରେ

ସୁନ୍ଦର ସିନା ।


୧୨)

ଝରଣା ପାଣି

ପାହାଡି ଲାଳନାଟି

ଯାଉଛି ଆଣି ।


୧୩)

ଝରଣା ଝରେ

ପାହାଡରୁ ଏ ପାଣି 

ଆସଇ ଖରେ ।


୧୪)

କେତେ ଝରଣା

ଅନାଲୋଚିତ ହୋଇ

ରହିଛି ସିନା ।


୧୫)

ଝରଣା ବାନ୍ଧି

ଜଳକୁ କୃଷିକର୍ଯ୍ୟ

କାମେ ଲଗାନ୍ତି ।


୧୬)

ଝରଣା ସ୍ରୋ ତ  

ଉଚ୍ଚରୁ ପଡ଼ିହୁଏ

ଜଳ ପ୍ରପାତ ।


୧୭)

ଝରଣା ଜଳ

ବହୁଛି ବହୁଥିବ

ଅନନ୍ତ କାଳ ।


୧୮)

ଜଳ ପ୍ରପାତ

ଝରଣା ଜଳୁ ସୃଷ୍ଟି

ଜଳ ବିଦ୍ୟୁତ ।


୧୯)

ଝରଣା ଜଳ

ପିଅନ୍ତି ବଣ ଜୀବ

ଜନ୍ତୁ ସକଳ ।


୨୦)

କଳ ନାଦିନୀ

ଶିଳା ତଳ୍ପଚାରିଣୀ

ସେ ସ୍ରୋତସ୍ବିନୀ ।


୨୧)

ଝରି ଝରଣା

ତୋଷେ ପ୍ରାଣୀ ପରାଣ

ରଖେ ଜୀବନ ।


୨୨)

ପାହାଡ଼ ଖୋଲ

ଯାର ଆହ୍ଲାଦ ଘର

ସେ ମୃଦୁ ଝର ।


୨୩)

ଉଲ୍ଲମ୍ଫ ସ୍ରୋତ

ଶିଖରୀ   କ୍ରୀଡା ରତ

ନିମ୍ନେ  ଉଦ୍ଗତ ।


~ ଆରତି ମଞ୍ଜରୀ ଦାଶ, ଗୁରୁଜଙ୍ଗ


୨୪)

ଝର ପାଣିରେ

ସୂର୍ଯ୍ୟ କିରଣ ପଡି

ସୁଷମା ଭରେ ।


~ ଜ୍ୟୋତିପ୍ରଭା ପଟ୍ଟନାୟକ ଖୋର୍ଦ୍ଧା


୨୫)

ମନ୍ଦ ହାସିନୀ

ଶୋଭାବର୍ଦ୍ଧନକାରୀ

ତୁ ନିର୍ଝରିଣୀ  । 


୨୬)

ମୃଦୁ ଶବଦେ

ଶିହରଇ ବନାନୀ

ତୋର ସାନ୍ନିଧ୍ୟେ ।


୨୭)

କୁହୁକୀ ବନେ

କୁଳୁକୁଳୁ ନିନାଦେ

ବହେ ଝରଣା ।


~ ସସ୍ମିତା ବାରିକ୍, ବୋଲଗଡ଼


୨୮)

ଗିରି ତନୟା

ସର୍ବ ପାପ ନାଶିନୀ

ସେ ପୂଣ୍ୟତୋୟା  ।


~ ମଧୁଛନ୍ଦା ଦାଶ, ଭୁବନେଶ୍ୱର


୨୯)

ହେ ନିର୍ଝରିଣୀ

ଉଚ୍ଚ ସୋପାନରୁ

ତୁ ନିମ୍ନଗାମୀ ।


~ ବିଷ୍ଣୁ ପ୍ରିୟା ପ୍ରତାପ ସିଂହ, ଟାଙ୍ଗି


୩୦)

ଝରଣାଜଳ

ବୁହାଏ ଗଙ୍ଗାନୀର

ପାତକି ନର ।


୩୧)

ଟିକିଝରଣା

ସେତଲୁହ ଝରଣା

କେବେ ଶୁଖେନା ।


~ ଶୋଭାଗିନୀ ନନ୍ଦ


୩୨)

କଳା କହ୍ନେଇ

ଗୋପଙ୍ଗନା ହୃଦୟେ

ପ୍ରେମ ର ଝର ।


୩୩)

ହୃଦ କନ୍ଦରୁ

ବହେ ପ୍ରେମ ର ଫଲ୍ଗୁ

ବିଭୁ କୃପାରୁ ।


୩୪)

ବାଇମନରେ

ଝରୁଛି ସୁଧାରସ

ଦୁର୍ଲ୍ଲଭ ଭକ୍ତି ।


~ ବାସନ୍ତୀ ଦେଈ 

☆☆☆☆☆☆☆☆☆☆

कोई टिप्पणी नहीं:

एक टिप्पणी भेजें

MOST POPULAR POST IN MONTH