ହାଇକୁ ସାଧନା ଖୋର୍ଦ୍ଧା
ସାରସ୍ୱତ ହାଇକୁ କାବ୍ୟ ଯାତ୍ରା ~ ୫ ~
ପୋଖରୀ
ହାଇକୁ
~~୦~~
୧)
ଅଶିଣ ମାସେ
ପୋଖରୀରେ କୁମୁଦ
ଚନ୍ଦ୍ରମା ହସେ ।
୨)
ଘଷା ପଥର
ସବୁରି ମୁକ ସାକ୍ଷୀ
ପୋଖରୀ କୂଳ ।
~ ବାସନ୍ତୀ ଦେଈ, ଖୋର୍ଦ୍ଧା
୩)
ପୋଖରି ତୁଠେ
ପାହାନ୍ତି ରେ ଗୋରୀ ତା
ଦେହ କୁ ମାଜେ ।
୪)
ଗାଁଆ ପୋଖରୀ
ପଦ୍ମ କଇଁ ଫୁଟିଲେ
ସୁନ୍ଦର ଭାରି ।
~ ଜ୍ୟୋତି ପ୍ରଭା ପଟ୍ଟନାୟକ
୫)
ସରସୀ କୂଳେ
ପଦ୍ମଫୁଲ ର ନାଡେ
ହଂସ ଟି ଖେଳେ ।
୬)
ପୁଷ୍କରିଣୀ ଟି
ବୃକ୍ଷ ପରିବେଷ୍ଟିତ
ମନୋହାରିଣୀ ।
~ ଆରତୀ ପ୍ରହରାଜ
୭)
ଅରୁଣ ରାଗେ
ପଦ୍ମପୋଖରୀ ହସେ
ପ୍ରିୟ ସରାଗେ ।
୮)
କୁମୁଦ ହସେ
ଜ୍ୟୋତ୍ସ୍ନା ପଖଳା ମୁଖେ
ସରସୀ ନୀରେ ।
~ ଆରତୀ ମଞ୍ଜରୀ ଦାଶ
୯)
ସରସୀ ଜଳେ
ଜହ୍ନ ଟି ହରଷେ
ମୁଖ ପଖାଳେ ।
~ ସୁମତୀ ଦେଇ, ଅସରଳା
୧୦)
ସରସୀ ନୀର
କାଖେ ମାଠିଆ ଧରି
ଚାଲେ ରମଣୀ ।
୧୧)
ପୁଷ୍କରିଣୀ ରେ
ତା ବକ୍ଷେ ଶୋଭା ପାଏ
କେତେ ଜଳଜ ।
~ ସସ୍ମିତା ବାରିକ୍
୧୨)
କଥାରେ ଅଛି;
ଧୋବା ତୁଠରୁ ସିନା
ଗାଁ ପରିମଳ ।
୧୩)
ପୋଖରୀ ବନ୍ଧେ
ତାଳ ଗଛକୁ ଉଠେ
କଉ ମାଛଟି ।
୧୪)
ଚକୁଳି ପଣ୍ଡା
ଗଂଗା ମାତା ଦେଖିଲେ
ପୋଖରୀ ଜଳେ ।
୧୫)
ଗୋରୀ ଲୋ ମୋର
ସେ ଭାବ ଦିଆନିଆ
ପୋଖରୀ ତୁଠେ ।
୧୬)
ବର୍ଷା ଦିନରେ
ଭରା ପୁଷ୍କରିଣୀ ରେ
ହଂସ ଖେଳନ୍ତି ।
୧୭)
ପୋଖରୀ ଜଳେ
କେତେ ଯେ ଜଳଚର
ରଚନ୍ତି କ୍ରୀଡା ।
୧୮)
ପୋଖରୀ ତୁଠେ
ଓଢଣା ତଳେ ବୋହୂ
ହଳଦୀ ମାଖେ ।
୧୯)
ପଦ୍ମ ପୋଖରୀ
କାଚକେନ୍ଦୁ ଜଳରେ
ପାଦ ଅଟକେ ।
୨୦)
ଭାଦ୍ରବ ମାସେ
ଭରା ପାଣି ପହଁରୁ
ମନ ହରଷେ ।
୨୧)
ଗାଧୁଆ ତୁଠେ
କେତେ ପରିବାର ର
କଥାଟି ଉଠେ ।
୨୨)
ଗାଆଁ ପୋଖରୀ
ମାଛ ସୁଆଦ ଭାରି
ଧରୁ ଚୋରେଇ ।
~ ଝୁମୁରୀ ସାହୁ, ଜଟଣୀ
୨୩)
ପୋଖରୀ ଜଳ
ଜଳଜୀବଙ୍କ ବାସ
ଆଃ ! ଶତଦଳ।
~ ଶୋଭାଗିନୀ ନନ୍ଦ, ଜୟପୁର (କୋରାପୁଟ)
୨୪)
ଗାଆଁ ପୋଖରୀ
ହସ କାନ୍ଦ ସୃତିକୁ
ରଖିଛୁ ଧରି ।
୨୫)
ପୋଖରୀ କୂଳେ
ଗପର ପେଡି ଖୋଲେ
ସାଥୀଙ୍କ ମେଳେ ।
~ ବିଳାସିନୀ ଦାଶ, ମଧୁସୂଦନ ନଗର
⭐⭐⭐⭐⭐⭐⭐⭐⭐⭐
कोई टिप्पणी नहीं:
एक टिप्पणी भेजें