ହାଇକୁ ସାଧନା ଖୋର୍ଦ୍ଧା
ସାରସ୍ୱତ ହାଇକୁ କାବ୍ୟ ଯାତ୍ରା ~ ୧୦ ~
ସୂର୍ଯ୍ୟ/ସୂରୁଯ
୧)
ନାଲି ସୂରୁଯ
ଆକାଶ ର କପାଳେ
ଶୋଭା ତିଳକ ।
୨)
ଜ୍ଞାନ ର ସୂର୍ଯ୍ୟ
ଅଜ୍ଞାନତା ଅନ୍ଧାର
କରଇ ଦୂର ।
~ ପ୍ରଦୀପ କୁମାର ଦାଶ
୩)
ଶୁଭ ସକାଳ
ସୂର୍ଯ୍ୟ ଉଇଁଲେ ସର୍ବେ
ଚଳଚଞ୍ଚଳ ।
୪)
ଆକାଶେ ସୂର୍ଯ୍ୟ
ଆଲୋକ ଦିଅଇ ସେ
ଶକ୍ତି ର ଉତ୍ସ ।
୫)
ସୂର୍ଯ୍ୟ କିରଣ
ସପ୍ତବର୍ଣିଳ ଆଭା
ଇନ୍ଦ୍ରଧନୁଷ ।
~ ବାସନ୍ତୀ ଦେଈ, ଖୋର୍ଦ୍ଧା
୬)
ଭାସ୍କର କର
ଭଦ୍ଭାସିତ ଜୀବନ
ଦିବାଲୋକରେ ।
୭)
ଆଦିତ୍ୟ ସ୍ପର୍ଶ
ଚଳଚଞ୍ଚଳ ଧରା
ଜୀବନ ଦାତା ।
୮)
ଉଦେ ସବିତା
ବୃଷ୍ଟି ର ଆଗମନୀ
ଗାଏ ଗୀତିକା ।
~ ଆରତୀ ପ୍ରହରାଜ, ଭୁବନେଶ୍ୱର
୯)
ସୂରୁଜ ରଜା
ଡାକିଲେଣି ବାବୁରେ
ଶୀଘ୍ର ଉଠିଯା ।
~ ସୁଷମା ଦେଇ, ଭୁବନେଶ୍ୱର
୧୦)
ଶାମ୍ବ ଦଶମୀ
ଶରୀର ସୁସ୍ଥ ପାଇଁ
ସୂର୍ଯ୍ୟ ପୂଜନ ।
୧୧)
ଏ ସୂର୍ଯ୍ୟ ପାଇଁ
ବାରମାସ ଛ ଋତୁ
ପୃଥ୍ବୀ ରେ ଆସେ।
୧୨)
ସୂର୍ଯ୍ୟ କିରଣ
ଅତି ଟାଣ ଖରା ରେ
ଅଂଶୁ ଘାତ ଟି ।
୧୩)
ସୂର୍ଯ୍ୟ ଟି ସ୍ଥିର
ତା ଚାରିପଟେ ଘୂରେ
ପୃଥ୍ବୀ ଆମର ।
୧୪)
କରୋନା କାଳ
ସୂର୍ଯ୍ୟକିରଣରେ ହୁଏ
ଜୀବାଣୁ ନାଶ ।
~ ଜ୍ୟୋତି ପ୍ରଭା ପଟ୍ଟନାୟକ
୧୫)
ପାହାଡ଼ ତଳୁ
ମୁହଁ ଟି କାଢି ଆସେ
ସୂରୁଜ ଦେବ ।
୧୬)
ମାଘ ସପ୍ତମୀ
ଚନ୍ଦ୍ରଭାଗା ରେ ଶୁଭ
ସୂର୍ଯ୍ୟ ଦର୍ଶନ ।
୧୭)
ସୂର୍ଯ୍ୟ ମନ୍ଦିର
କୋଣାର୍କ କାରୁକାର୍ଯ୍ୟ
ବିଶ୍ବ ପ୍ରସିଦ୍ଧ ।
~ ଝୁମୁରୀ ସାହୁ, ଜଟଣୀ
୧୮)
ପ୍ରଭାତ ଛବି
ନବ ରବି କିରଣ
ହୃଦୟ ସ୍ପର୍ଶୀ ।
୧୯)
ଭାସ୍କର କର
ବିକଚ ଶତଦଳ
କି ମନୋହର ।
~ ଆରତି ମଞ୍ଜରୀ ଦାଶ, ଗୁରୁଜଙ୍ଗ
୨୦)
ସୂର୍ଯ୍ଯର ରଶ୍ମି
ଧରଣୀ ବୁକେ ନାଲି
କିରଣ ଢାଳେ।
୨୧)
ନବସୂରୁଯ
ସ୍ବାଧୀନତାର ସ୍ପର୍ଶ
ପାଇଛି ଆଜି ।
~ ଶୋଭାଗିନୀ ନନ୍ଦ, ଜୟପୁର
୨୨)
ଅଜ୍ଞାନ ତେଜି
ଜ୍ଞାନ ସୂର୍ଯ୍ୟ ଉଅଁଇ
ନିଦ୍ରାକୁ ଭାଜି ।
୨୩)
ପ୍ରାତଃ ସୂରୁଯ
ବୋଉ ମଥାରେ ବୁଣେ
ନାଲି ମୁରୁଜ ।
୨୪)
ରବିର କୋପ
କିବା ସେ ଅଗ୍ନି ବର୍ଷି
କରିବ ଲୋପ ?
୨୫)
ତପନ-ଛାୟା
କିଏ ବା ବୁଝିପାରେ
କାହାର ମାୟା ?
୨୬)
ସୂରୁଯ ସମ
ଅବିରତେ କରି ଚାଲ
ଆପଣା କାମ ।
୨୭)
ପ୍ରାତଃ ଅରୁଣ
କେତେ ଯେ ସଂଭାବନା
କରେ ବରଣ ।
୨୮)
ଶକ୍ତି ଆଧାର
ଶକ୍ତି ପ୍ରୟୋଗେ ରଖେ
ପୃଥ୍ବୀ ସଂଭାର ।
୨୯)
ସମ ଭାବରେ
ସୂରୁଯ ସମ ରୁହ
ଉଦେ ଅସ୍ତରେ ।
୩୦)
ସୂରୁଯମୁଖୀ
ସୂର୍ଯ୍ୟ ସାନିଧ୍ୟ ପାଇଁ
ଘୂରେ ତା' ଆଖି ।
୩୧)
ସୂରୁଯ ଦାନ
କିଏ ବା କଳି ପାରେ
ସିଏ ମହାନ ।
~ କବିତା କାନୁନଗୋ, ଭୁବନେଶ୍ୱର
୩୨)
ରକ୍ତିମ ସୂର୍ଯ୍ୟ
ଉଦୟ ଅସ୍ତାଚଳେ
ନାହିଁ ଉପମା ।
୩୩)
ମହାକାଶରେ
ସୂର୍ଯ୍ୟର ଅବସ୍ଥିତି
ବଢାଏ ତାତି ।
~ ଅର୍ଚ୍ଚନା କୁମାରୀ, ରାଉତରାୟ
୩୪)
ସୂରୁଯ ଉଏଁ
ନାଲି ମୁରୁଜ ଛିଟା
ପ୍ରାଚୀ ଗଗନେ ।
~ ମୀରା ଦାଶ, ଖୋର୍ଦ୍ଧା
୩୫)
ସୌରଜଗତ
ମୁଖ୍ଯ ତୁମେ ସୂରୁଯ
ଢାଳ ଆଲୋକ ।
୩୬)
ଖରା ବରଷା
ବନ୍ଯାବାତ୍ଯାର ରବି
ଭାଗ୍ୟ ବିଧାତା ।
୩୭)
ଶରୀର ବ୍ଯାଧି
ଆରୋଗ୍ୟ ହୁଅଇ ଯେ
ଆଦିତ୍ୟ ସେବି ।
~ ସସ୍ମିତା ବାରିକ
୩୮)
ହେ ଦିବାକର
ଅପସରି ଦିଅ ଯେ
ଅମା ଅନ୍ଧାର ।
୩୯)
ଉଦିତ ରବି
ପୂରୁବାକାଶେ ଆଙ୍କେ
ରକ୍ତିମ ଛବି ।
୪୦)
ଭାନୁ ଙ୍କୁ ଦେଖି
ଚାତକ ପରି ଚାହେଁ
ସୂରୁଜମୁଖୀ ।
୪୧)
ନିଦାଘ ଶେଷେ
ଉତ୍ତପ୍ତ ରବି କର
ଧରାକୁ ଗ୍ରାସେ ।
~ ମଧୁଛନ୍ଦା ଦାଶ, ଭୁବନେଶ୍ୱର
୪୨)
ସୂର୍ଯ୍ୟ ରଶ୍ମି ରୁ
ସୌରଶକ୍ତି କୁ ନେଇ
ଜାଳେଣି ଗ୍ୟାସ୍ ।
୪୩)
ସୂର୍ଯ୍ୟ କିରଣ
ଉଦ୍ଭିଦ ତରୁଲତା
ଖାଦ୍ୟ ପ୍ରସ୍ତୁତି ।
~ ପ୍ରଭାସିନୀ ସାହୁ, ଖୋର୍ଦ୍ଧା
୪୪)
ଶୀତ କାକର
ସୂର୍ଯ୍ୟ କିରଣେ ଝଳି
ଦିଶୁ ସୁନ୍ଦର ।
୪୫)
ମୁକ୍ତି ସୂରୁଯ
ମୋ ଦେଶକୁ ଦେଲୁ ତୁ
ନବୀନ ତେଜ ।
~ ବିଳାସିନୀ ଦାଶ, ଖୋର୍ଦ୍ଧା
୪୬)
ପେଚା କୋରଡେ
ପଶେ ରବି ଉଦୟେ
ପଦ୍ମ ବିକଶେ।
୪୭)
ତପନ ତେଜେ
ଶୁଆଇ ଦିଏ ଶିଶୁ
ମାଆ ଟି ତାର।
~ ଆରତି ମଞ୍ଜରୀ ଦାଶ
☆☆☆☆☆☆☆☆☆☆
कोई टिप्पणी नहीं:
एक टिप्पणी भेजें