हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

रविवार, 29 अगस्त 2021

ହାଇକୁ ସାଧନା ଖୋର୍ଦ୍ଧା, ସାରସ୍ୱତ ହାଇକୁ କାବ୍ୟ ଯାତ୍ରା ~ ୨୪ ~ ଲୁହ

ହାଇକୁ ସାଧନା ଖୋର୍ଦ୍ଧା

ସାରସ୍ୱତ ହାଇକୁ କାବ୍ୟ ଯାତ୍ରା ~ ୨୪ 

ଲୁହ

ହାଇକୁ 

୧)

ମନର କୋହ

ତୁମକୁ ଡାକ ଦିଏ

ଆଖି ର ଲୁହ ।


୨)

ଲୁହ ର ନଈ

ଆଖି ଟା ଅମାନିଆ

ଚାଲିଛି ବହି ।


୩)

କାନ୍ଦୁଛି ହସ

କରଇ ଉପହାସ

ଅଶ୍ରୁର ସୁଅ ।


୪)

ଅଦିନ ମେଘ

ଅଭିମାନିନୀ ବର୍ଷା

ଝରାଏ ଲୁହ ।


~ ପ୍ରଦୀପ କୁମାର ଦାଶ 'ଦୀପକ


୫)

ଲୁହ ର ଧାର

ଲାଘବ ହୋଇଥାଏ

ହୃଦ ବେଦନା ।


୬)

ଦୁଃଖୀ ମଣିଷ

ବଞ୍ଚିବା ଆଶା କ୍ଷୀଣ

ଲୁହ ସମ୍ବଳ ।


୭)

ବୀର ପ୍ରସବା

ଜନନୀ ଜନ୍ମଭୂମି

ଲୋତକ ଭରା ।


୮)

ସନ୍ତାନ ଲୁହ

ମାଆ ପାଇଁ ଅସହ୍ୟ

ବୁକୁରେ କୋହ ।


~ ବାସନ୍ତୀ ଦେଈ


୯)

ଲୁହ ରେ ଭିଜା 

ମଣିଷ ଟି ର ଶକ୍ତି 

ପରମେଶ୍ୱର ।


୧୦) 

ଲୁହ ଶେଷରେ 

ଆଶାର ବାଡ଼ି  ହୁଏ

ଦୁଃଖୀ ମାଆର ।


~ ସୂର୍ଯ୍ୟକାନ୍ତି ଦାଶ


୧୧)

ମାଆର ଲୁହ

ମୋତି ଝରଣା ସମ

ନାହିଁ ତୁଳନା ।


୧୨)

ଗରୀବ ଲୁହ

ଆନ ର ନାହିଁ ଦୁଃଖ

ଅଲୋଡା ପାଣି ।


 ~ ଶୋଭାଗିନୀ ନନ୍ଦ, ଜୟପୁର (କୋରାପୁଟ)


୧୩)

ଲୁହ ଦେଖିବୁ

ଆଫଗାନିକୁ ଦେଖ

ସବୁ ବୁଝିବୁ ।


୧୪)

ଲୁହ ଆଖିର

କୋହ ବୁକୁ ତଳର

ସାଥୀ ଦୁଃଖୀର ।

               

~ ଚପଳା ପଣ୍ଡା, ଖୋର୍ଦ୍ଧା


୧୫)

ଆଶା ପସରା,

ହୁଏ ଲୁହେ ସଜଡା

ନ ଦିଏ ଧରା ।


୧୬)

କଜଳ ଆଖି

ଲୁହରେ ଭିଜିଗଲା

ଗଲାନି ଦୁଃଖ ।


~ ଆରତି ମଞ୍ଜରୀ ଦାଶ 


୧୭)

ହସ ଓ ଲୁହ

ଜୀବନେ ଅଭିନୟ

ଯିବା ଆଗେଇ ।


୧୮)

ଲୁହକୁ ଦେଖି 

ହସ ପଚାରୁ ଅଛି

ଦୁଃଖ କାହିଁକି ?


୧୯)

ଲୁହ ନିଗାଡି

ହୃଦୟର କୋହକୁ

ଲାଘବ କଲି ।


୨୦)

ଆଖିର ଲୁହ

ଜାଳି ଦିଅଇ ଘର

ସୁନା ସଂସାର ।


୨୧)

ଝିଅର ଲୁହ 

ସହି ନ ପାରେ ମାଆ

ଉଠଇ କୋହ ।


୨୨)

ଲୁହ ଶ୍ରାବଣ

କୋମଳ ହୃଦୟକୁ 

କରଇ ଟାଣ ।


~ ଜ୍ୟୋତି ପ୍ରଭା ପଟ୍ଟନାୟକ


୨୩)

ଲୁହ ଅସରା

ଦୁଃଖ ସୁଖେ ମୋତେ

ଦିଏ ସାହାରା ।


~ ସୁମତୀ ଦେଇ, ଅସରଳା


୨୪)

ବରଷା ରାଣୀ

ଲହୁଲୁହେ ଭିଜାଏ

ଆମ ଧରଣୀ । 


୨୫)

ଆନନ୍ଦ ଅଶ୍ରୁ

ଆନମନା ହୋଇତୁ 

କାହିଁକି ବର୍ଷୁ  ?  


୨୬)

ତତଲା ଲୁହ

ତାଲିବାନି ଶାସନେ

ତୁଟିଛି ମୋହ । 


୨୭)

ଆଶା ପଲଙ୍କେ

କୋହଭରା ଲୁହରେ

ଆଖି ମୋ ଭିଜେ । 


~ ସସ୍ମିତା ବାରିକ୍


୨୮)

ଲୁହ ମୋ ସାଥୀ

ଜନମୁଁ ମରଣ ଯାଏଁ

ପାଖ ଛାଡେନି ।


୨୯)

ଲୁହ ସାଗର 

ସରଜିଛି ଶାମୁକା

ମୋତି ବିଚ୍ଛେଦେ ।


୩୦)

ଦି ଟୋପା  ଲୁହ 

ତିନ୍ତାଏ ତନୁ ମନ

ହୃଦ ଅସ୍ଥିର ।


୩୧)

ଲୁହ  ମୋ  ସାଥୀ 

ଜନ୍ମୁ ମରଣ  ଯାଏଁ 

ପାଖ  ଛାଡେନି ।


~ ବିଳାସିନୀ ଦାଶ, ମଧୁସୂଦନ  ନଗର


୩୨)

କଅଁଳ କହି

ଆଖି ଲୁହେ ମୋହେ

ପ୍ରେମିକ ସେହି ।


୩୩)

କାଚ ପରଦା

ରୋଗୀ ଶୋଇଛି ଦେଖି

ଲୋତକ ଝରେ । 


୩୪)

ଝିଅ ଡାକ୍ତର 

ଖୁସିରେ ଝରି ଆସେ

ନୟନୁ ପାଣି ।


୩୫)

ସୁନା କନିଆଁ 

ଝରି ଆସଇ ଲୁହ

ବିଦାୟ ବେଳା ।


୩୬)

ଆଖିର ଜ୍ୟୋତି

ଲୁହ ମାଣିକ ମୋତି

ଜୀବନ ସାଥି ।

 

୩୭)

ପିଆଜ କଟା

ଆଖି ରୁ ଅମାନିଆ

ଲୁହର ବର୍ଷା ।


୩୮)

ଟିକିଏ ଲୁହ

ସାହାସୀ କେ ମଣିଷ

ରୋକିବ କୁହ ! 


୩୯)

ହସ ଓ ଲୁହ 

ସଂସାରେ ସୁଖ ଦୁଃଖ

ଦିଏ ଅନେକ ।


୪୦)

ସାଧବ ବାଳୀ

ତଅପୋଇ ଆଖିରୁ

ଝରଇ ପାଣି । 


୪୧)

ଅସମୟରେ

ଅମାନିଆ ଲୋତକ

ଝରେ ନୟନୁ । 


୪୨)

ଜନମ ଦୁଃଖୀ

ଲୁହ ଜୀବନ ସାଥି

କାଳିଆ ସାହା । 


~ ଝୁମୁରୀ ସାହୁ, ଜଟଣୀ


୪୩)

କୁଆଁରୀ କନ୍ୟା

ପ୍ରେମ ରେ ପ୍ରତାରଣା

ଲୁହ ର ବନ୍ୟା ।


୪୪)

ଜୀବନେ ଧୋକା

ରଙ୍ଗୀନ ଦୁନିଆ ଟା 

ଲାଗଇ ଫିକା ।


~ ବାସନ୍ତୀ ଦେଈ


୪୫)

ଦୁଃଖିନୀ ମାଆ

ଝରାଏ ଲୁହ କେହି

ନାହାନ୍ତି ସାହା ।


୪୬)

ଉଆଁସୀ କନ୍ୟା 

ସ୍ୱପ୍ନ ଭରା ଆଖିରେ

ଲୋତକ ବନ୍ୟା ।


~ ମଧୁଛନ୍ଦା ଦାଶ, ଭୁବନେଶ୍ୱର


୪୭)

ଲୁହ ମୋର

ଆଖିର କୋଣେ ସେ

କରିଛି ଘର ।


୪୮)

ଲୁହକୁ ପିଇ

ଶିଖିଛି ମୁଁ ଜିଇଁବା

କୋହକୁ ଚାପି ।


~ ମୀରା ଦାଶ, ଖୋର୍ଧା

⭐⭐⭐⭐⭐⭐⭐⭐⭐⭐

कोई टिप्पणी नहीं:

एक टिप्पणी भेजें

MOST POPULAR POST IN MONTH