हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

शनिवार, 4 सितंबर 2021

ହାଇକୁ ସାଧନା ଖୋର୍ଦ୍ଧା, ସାରସ୍ୱତ ହାଇକୁ କାବ୍ୟ ଯାତ୍ରା ~ ୨୮ ~ ପ୍ରକୃତି

ହାଇକୁ ସାଧନା ଖୋର୍ଦ୍ଧା

ସାରସ୍ଵତ ହାଇକୁ କାବ୍ୟ ଯାତ୍ରା ~ ୨୮

ପ୍ରକୃତି

ହାଇକୁ 


୧)

ପ୍ରକୃତି ରାଣୀ

ଶୋଭା ର ଗନ୍ତାଘର

କିଏ ବିନ୍ଧାଣି ?


୨)

ଡୁଡୁମା ଝର

ସ୍ରୋତ ପ୍ରଖରତର

ସ୍ତବ୍ଧ ଦର୍ଶକ ।


୩)

ପ୍ରକୃତି କୋଳେ

ଆତ୍ମନିମଗ୍ନତା ରେ

ସତ୍ତ୍ବା ହରାଏ ।


୪)

ଭାରତ ମାତା

ପ୍ରାକୃତିକ ଶୋଭାରେ

କୋଳ ମଣ୍ଡିତା ।


~ ବାସନ୍ତୀ ଦେଈ


୫)

ପ୍ରକୃତି ଶୋଭା

ଅତୀବ ମନୋରମ

ଶିଳ୍ପୀ ତୂଳୀରେ ।


୬)

ପ୍ରକୃତି  ପ୍ରେମ

କିଣି ନିଏ ତ ମନ

ପାଗଳ ପ୍ରେମୀ ।


 ~ ଶୋଭାଗିନୀ ନନ୍ଦ, ଜୟପୁର (କୋରାପୁଟ)


୭)

ପ୍ରକୃତି ଆମ

ଶସ୍ୟ ଶ୍ୟାମଳ ଭରା

କି ଅନୁପମ ।


୮)

ପରିବେଶକୁ

ସୁସ୍ଥ ସୁନ୍ଦର କଲେ

ହସେ ପ୍ରକୃତି ।


୯)

ପ୍ରକୃତି ମାତା

କୋଳେ ଜନମି ଆମେ

ରଖିବା ଟେକ ।


୧୦)

ଘୁଷୁରୀ ପ୍ରକୃତି

ପଙ୍କେ ଲୋଟଇ ସଦା

ଈଶ୍ୱର ଦତ୍ତ ।


୧୧)

ଅନଳ ବାୟୁ

ପ୍ରକୃତି ପୂଜା କରି

ଆଶିଷ ନେବା ।


~ ଜ୍ୟୋତି ପ୍ରଭା ପଟ୍ଟନାୟକ


୧୨)

ପ୍ରକୃତି ମାଆ

ସର୍ବାଙ୍ଗ ସୁନ୍ଦର ତା

ନିରେଖି ଚାହାଁ ।


୧୩)

ମଲା ବେଳକୁ

ପ୍ରକୃତି ଛାଡ଼ି ଥାଏ

ଜଣା ସଭିଙ୍କୁ ।


୧୪)

ପ୍ରକୃତି ଜନ୍ମ

ପ୍ରବୃତ୍ତି ସହିତ ସେ

ସଦା ଉତ୍ପନ୍ନ ।

           

~ ଚପଳା ପଣ୍ଡା, ଖୋର୍ଦ୍ଧା

                      

୧୫)

ରଜ ପରବ

ପ୍ରକୃତି ପୁରୁଷଙ୍କ 

ମିଳନ କାଳ ।


୧୬)

କଳା ବଉଦ 

ଦେଖି ମୟୂର ନାଚେ

ପ୍ରକୃତି ଭୋଳେ ।


୧୭)

ପଲ୍ଲୀ ପ୍ରକୃତି 

ଗୁହାଳେ ହମ୍ବାରଡି

କ୍ଷେତରେ ଚାଷୀ ।


୧୮)

ମଧୁ ବସନ୍ତ

ଫୁଲରେ ରଂଗ ଦେଲା

ପ୍ରକୃତି ଢାଳି ।


୧୯)

ପ୍ରକୃତି ରୀତି 

ପାଳେ ଜୀବଜଗତ 

ଆଦରେ ଅତି ।


~ ବିଳାସିନୀ ଦାଶ, ଖୋର୍ଦ୍ଧା, ମଧୁସୂଦନ ନଗର


୨୦)  

ପ୍ରକୃତି ପ୍ରେମୀ

ରଙ୍ଗୀନ ଦୁନିଆ ର‌

ଆଭାସୀ ଆଖି । 


୨୧)

ପ୍ରକୃତି ବନ୍ଧୁ

ଜଗତ ମଙ୍ଗଳ ରେ

ଅସଲ ସିନ୍ଧୁ ।


୨୨)

ପ୍ରକୃତି ଦତ୍ତ

ହଟେଇ ହେବ ନାହିଁ

ଥିବ ସୁଶୁପ୍ତ  ।


~ ଆରତୀ ପ୍ରହରାଜ, ଭୁବନେଶ୍ୱର


୨୩)

ପ୍ରକୃତି ରାଣୀ

ସଜାଇଛି ଧରାରେ

ଶୋଭା  ବିପଣି ।


୨୪)

ଶରତ ହସେ

ପୁଷ୍ପ ସମ୍ଭାର ନେଇ

ପ୍ରକୃତି ଆସେ ।


୨୫)

ହୋଇଲେ କୋପ

ପ୍ରକୃତି ଦେଖାଏ ତା

କରାଳ ରୂପ ।


~ ମଧୁଛନ୍ଦା ଦାଶ


୨୬)

ପ୍ରାତଃ ଗଗନ  

ନୈସର୍ଗିକ ଶୋଭାରେ

ଚିଲିକା ବକ୍ଷେ ।


୨୭)

ମନ ମୋହିନୀ

ଶରତ ଶୋଭା ଘେନି

ପ୍ରକୃତି ହସେ ।


~ ଆରତି ମଞ୍ଜରୀ ଦାଶ, ଗୁରୁଜଙ୍ଗ, ଖୋରଧା

 

୨୮)

ପ୍ରକୃତି ବଳେ

ଅନେକ ଜୀବ ଖେଳେ

ଧରଣୀ କୋଳେ ।


୨୯

ପ୍ରକୃତି ରାଣୀ

କେତେ ରଙ୍ଗେ ସଜାଏ

ଆମ ଧରଣୀ ।


~ ବାସନ୍ତୀ ମହାପାତ୍ର, ପୋଖରୀପୁଟ


୩୦)

ପ୍ରକୃତି ମିତ୍ର

ପାଞ୍ଚ ମନ ସହିତ

ବିବେକ  ତତ୍ତ୍ବ । 


୩୧)

ଛଅ ଋତୁରେ

ଲାସ୍ଯମୟୀ ପ୍ରକୃତି

ମନକୁ ହରେ  । 


ସସ୍ମିତା ବାରିକ୍, ବୋଲଗଡ଼


୩୨)

ପ୍ରକୃତି ରାଣୀ

ସବୁଜିମା କୋଳ ରେ 

ହସେ ଧରଣୀ ।


~ ସୁମତୀ ଦେଇ, ଅସରଳା


୩୩)

ବରଷା ନାହିଁ

ଚାଷୀ ଦେଖି ହତାଶ

ଶୁଖିଲା ଭୂଇଁ ।


~ ମଞ୍ଜୁ ରାଣୀ ବେହେରା


୩୪)

ପ୍ରବାଦ ଅଛି

ମଣିଷ ପ୍ରକୃତି ଯେ

ମଲେ ତୁଟଇ ।


୩୫) 

ପ୍ରକୃତି ପ୍ରେମୀ

ପ୍ରାକୃତିକ ଦୃଶ୍ୟ ରେ

ଆତ୍ମବିଭୋର ।


୩୬)

ପ୍ରକୃତି ଆମ

ଶୋଭାର ଗନ୍ତାଘର

କେତେ ସୁନ୍ଦର !


୩୭)

ଶାଗୁଆ ବନ

ଦୂର ପ୍ରାନ୍ତର ସବୁ

ପ୍ରକୃତି ଦାନ ।


୩୮)

ପ୍ରକୃତି ଲୀଳା

ରଚେ ତାଣ୍ଡବ  ଦୃଶ୍ୟ

ବୁଡାଇ ଭେଳା ।


୩୯)

ଇଶ୍ଵର ଦତ୍ତ

କ୍ରୀଡା କସରତ କଳା

ବ୍ଯକ୍ତି ବ୍ୟକ୍ତିତ୍ବ ।


୪୦)

ପ୍ରକୃତି କବି

ଗଙ୍ଗାଧର ମେହେର

ସାହିତ୍ୟ କ୍ଷେତ୍ରେ ।


୪୧)

ବାଇ ଚଢେଇ

ପ୍ରକୃତି ଶିକ୍ଷାରୁ ସେ

ଵସା ରଚଇ ।


୪୨)

ଦୂର ଗଗନେ

ଇନ୍ଦ୍ରଧନୁ   ଦିଶଇ

ପ୍ରକୃତି ହସେ ।


~ ଝୁମୁରୀ ସାହୁ, ଜଟଣୀ


୪୩)

ପଦ୍ମ କମଳ

ଭରା ପୋଖରୀ ଜଳ

ରଖ ନିର୍ମଳ ।


୪୪)

ପ୍ରକୃତି ଶୋଭା 

ବରଷା ଆଗମନେ 

କି ! ମନଲୋଭା ।


୪୫)

ପ୍ରକୃତି ରାଣୀ 

କାଶତଣ୍ଡୀ ଫୁଲ ରେ 

ମଣ୍ଡି ହେଇଛି !


୪୬)

ପ୍ରକୃତି ଦୃଶ୍ୟ 

ଦେଖି କବି, ଭାବୁକ 

ଗୀତ ଲେଖନ୍ତି !


୪୭)

ପ୍ରକୃତି ଦାନ 

କଳା କୋଇଲି କଣ୍ଠେ 

ମଧୁର ଗାନ ।


୪୮)

ସବୁଜ ଘାସ 

ଉପରେ ସାଧବ ବୋହୁ 

ସିନ୍ଦୁର ବିଞ୍ଚେ ।


~ ସୂର୍ଯ୍ୟକାନ୍ତି ଦାଶ 


୪୯)

ପ୍ରକୃତି ରାଣୀ

କିଏ ଦେହେ ଦେଇଛି

କଜ୍ଜଳ ମାଖି ।


୫୯)

କବି ଭାବନା

ପ୍ରକୃତି ଆଭା ଦେଖି

ଲେଖି ଯା ଗୀତ ।


~ ଝୁମୁରୀ ସାହୁ ଜଟଣୀ


୬୦)

କାବ୍ୟିକ ଦୃଷ୍ଟି

ଅପରୂପ ପ୍ରକୃତି

ଲେଖନୀ ଚାଲେ ।


୬୧)

ମାଟି ଆକାଶ

ସୂରୁଯ ଉଦେ ଅସ୍ତେ

ଜ୍ୟୋତି ପ୍ରକାଶେ ।


~ ବାସନ୍ତୀ ଦେଈ, ଖୋର୍ଦ୍ଧା

☆☆☆☆☆☆☆☆☆☆

शुक्रवार, 3 सितंबर 2021

ହାଇକୁ ସାଧନା ଖୋର୍ଦ୍ଧା, ସାରସ୍ୱତ ହାଇକୁ କାବ୍ୟ ଯାତ୍ରା ~ ୨୯ ~ ଚଢ଼େଇ

ହାଇକୁ ସାଧନା ଖୋର୍ଦ୍ଧା

ସାରସ୍ଵତ ହାଇକୁ କାବ୍ୟ ଯାତ୍ରା ~ ୨୯

ଚଢ଼େଇ

ହାଇକୁ 


୧)

ଟିକି ଚଢ଼େଇ

ଫୁର୍ କିନା ଉଡିଯାଏ

ଡେଣା ମେଲାଇ ।


୨)

ମୋ ମନ ପକ୍ଷୀ

ଉଡ଼ି ଉଡ଼ିକା ଯାଆ

ନୀଳ କନ୍ଦରେ ।


୩)

ବାଇ ଚଢେଇ

ବାଆ ଵତାସେ  ତା'ର

ନ ଥାଏ ଡର ।


~ ବାସନ୍ତୀ ଦେଈ ଖୋର୍ଦ୍ଧା


୪)

ବାଇଚଢେଇ 

ତାଳ ଗଛ ବସାରେ 

ନିତି ଝୁଲଇ ।


୫)

କର୍କଶ ସ୍ୱର 

ପରିବେଶ କୁ କାକ 

ରଖେ ନିର୍ମଳ ।


୬)

କାଉ ର ଦାନ 

କୋଇଲି ଶାବକ କୁ 

ଦିଏ ସେ ପ୍ରାଣ ।


୭)

ଡେଣା ଟି ଝାଡ଼ି 

ସୁଦୂର ଆକାଶ କୁ 

ଯାଏ ସେ ଉଡି ।


୮)

ଶୁଭ  ବାରତା

ଦିଅଇ କାକପୋଇ

ମନ ଉଲ୍ଲାସ ।

୯)

ପ୍ରଳୟ ବଢ଼ି 

ଭୟ ଆଶଙ୍କା ନାହିଁ 

ବାଇଚଢେଇ ।


~ ସୂର୍ଯ୍ୟକାନ୍ତି ଦାଶ


୧୦)

ସକାଳୁ ଉଠ

ରାବଦେଲାଣି  କାକ

ନ କର ମଠ ।


୧୧)

ବିହଙ୍ଗ ଗଣ

ଚିଲିକା କୂଳେ ଦେଖ

ଅପୂର୍ବ ଶୋଭା ।


୧୨)

ମନ ଚଢ଼େଇ

ମନ ଗହନ କଥା

ନେବୁ ଉଡେଇ ।


୧୩)

ଚାଳ ଛପର

ଘର ଚଟିଆ ବସା

ଦିଶେ ସୁନ୍ଦର ।


୧୪)

ଶୁଭ ବାରତା

କାଉ ରାବୁଛି ଆଜି

ଆସିବେ ଭ୍ରାତା ।


୧୫)

ହୋଇଲେ ସଞ୍ଜ 

ଚଢେଇ ଫେରି ଆସେ

ବସାକୁ ତାର ।


୧୬)

ନିତି ସକାଳେ

ଚଢେଇ ଙ୍କୁ ମୋ ବୋଉ

ଖାଇବା ଦିଏ ।


~ ଜ୍ୟୋତି ପ୍ରଭା ପଟ୍ଟନାୟକ


୧୭)

ପକ୍ଷୀ କୂଜନ

ବିଷାଦ ମନେ ଦିଏ 

ନବ ପୁଲକ ।


୧୮)

ରବି ଉଇଁଲେ

ପକ୍ଷୀ ଉଡନ୍ତି  ନଭେ

ଖାଦ୍ୟ ସନ୍ଧାନେ ।


୧୯)

ମାଧୁର୍ଯ୍ୟମୟ 

ଆକାଶେ ବକ ଯୂଥ

ମୁକୁତା ହାର ।


୨୦)

ଲୋଟଣି ପାରା

ଓଲଟ ବୃକ୍ଷ ଛାଡି 

କୁଆଡେ ଗଲା ?


୨୧)

ମାଛରଙ୍କାଟି

ଜଳକୁ ଚାହିଁ ରହେ

ମୀନ ପାଇଁକି ।


~ ବିଳାସିନୀ ଦାଶ, ମଧୁସୂଦନ ନଗର


୨୨)

ଟିକି ଚଢେଇ

ଉଡେ ନୀଳ ଗଗନେ

ସ୍ବାଧୀନ ମନେ ।


୨୩)

ଚଢେଇ ମନ

ନା'ପଞ୍ଜୁରୀରେ ବନ୍ଧା

ଉଡନ୍ତା ପକ୍ଷୀ।


~ ଶୋଭାଗିନୀ ନନ୍ଦ, ଜୟପୁର (କୋରାପୁଟ)

 

୨୪)

ଟିକି ଚଢ଼େଇ

ଟିକି ଥଂଟରେ ତାର

ବସା ଗଢଇ ।


୨୫)

ଉଡ଼ା ଚଢ଼େଇ

ପର ଗଣି ହୁଏନି

କେଡ଼େ ବଡେଇ !


୨୬)

ଚଢ଼େଇ ବସା

ଛୁଆଙ୍କୁ ଧରେ କୋଳେ

ହରି ଭରସା ।


 ~ ଚପଳା ପଣ୍ଡା ଖୋର୍ଦ୍ଧା


୨୭)

ବିହଙ୍ଗେ  ସାର

ମୟୂର ପୁଚ୍ଛ  ଦ଼ଶ୍ୟ

କି ମନୋହର  ! 


୨୮)

ଚିଲିକା ତୀରେ

ପକ୍ଷୀ ଅଭୟାରଣ୍ୟ

ତାଳ ବଣରେ । 


୨୯)

ଟିକି ଚଢେଇ

ଟିକିଏ ପାଣିରେ ସେ

ବୁଡି ମରଇ ।


୩୦)

ଶାଗୁଣା ପକ୍ଷୀ

ପ୍ରକ଼ତି ବନ୍ଧୁ ସେତ

ବିରଳ ଆଜି ।


୩୧)

ଗଛ କୋରଡେ

ପକ୍ଷୀ ବାସ କରନ୍ତି

ନିର୍ଭୟ ସ୍ଥାନେ ।


୩୨)

ଶାନ୍ତି କପୋତ

ପକ୍ଷୀ ପତ୍ର ବାହକ

କଥା ଅତୀତ ।


୩୩)

ମୁକୁଟ ପିନ୍ଧି

କାଠ ହାଣେ ସେ ନିତି

ବିନ୍ଧାଣୀ ପକ୍ଷୀ । 


~ ଝୁମୁରୀ ସାହୁ ଜଟଣୀ


୩୪)

ପକ୍ଷୀକୁ ଦେଖି

ବାୟୁ ଯାନ ଗଢିଲେ

ଭାତ୍ରୁ ରାଇଟ୍ । 


୩୫)

ଶୂନ୍ଯେ ବିହାର

କୁନି ଚଢେଇ ଦଳ

ଏକତା ବଳ  । 


~ ସସ୍ମିତା ବାରିକ୍, ବୋଲଗଡ଼


୩୬)

ମୁକ୍ତ ବିହଙ୍ଗ

ସ୍ବାଧୀନ ଚିନ୍ତା ଧାରା

ଆନନ୍ଦମୟ । 


୩୭)

ଚଢେଇ ଭାଷା

ସୁନ୍ଦର ସୁମଧୁର

କୁହୁକ ଆଶା ।


୩୮)

ଆକାଶେ ଖଗ

କବିତା ଲେଖେ କବି

ପ୍ରେରଣାଦାୟୀ ।


~ ଆରତୀ ପ୍ରହରାଜ, ଭୁବନେଶ୍ୱର


୩୯)

ମନ ପକ୍ଷୀଟି

ସଦା ଘୁରି ବୁଲଇ

ହୃଦ ମନ୍ଦିରେ ।


~ ମୀରା ଦାଶ, ଖୋର୍ଦ୍ଧା


୪୦)

ଚଢେଇ ତତେ 

ମୁକୁଳାଇ ଦେଲି ଯା  

ଗଗନେ ଉଡି ।


୪୧)

ଵାଇ ଚଢ଼େଇ

ଦିଗ କହୁ ବର୍ଷାର

ବସା ଦୋଳାଇ ।


~ ଆରତି ମଞ୍ଜରୀ ଦାଶ, ଗୁରୁଜଙ୍ଗ, ଖୋରଧା


୪୨)

ବିହଙ୍ଗ ଦଳ

ନିର୍ଭୟେ  ବିଚରନ୍ତି

ଆକାଶ କୋଳ ।


୪୩)

ଫଗୁଣ ଆସେ

କୋଇଲି  କୁହୁ ତାନ

ଚିତ୍ତ ହରଷେ ।


୪୪)

ଚିଲିକା ଜଳ

ବିହଙ୍ଗ କାକଳୀରେ

ହୁଏ ଉତ୍ତାଳ ।


~ ମଧୁଛନ୍ଦା ଦାଶ


୪୫)

ନୁହେଁ ଖେଚର

ତଥାପି ତୀକ୍ଷ୍ଣ ଦୃଷ୍ଟି

କାର୍ଯ୍ୟ ସଫଳ ।


~ ବାସନ୍ତୀ ଦେଈ ଖୋର୍ଦ୍ଧା

☆☆☆☆☆☆☆☆☆☆

गुरुवार, 2 सितंबर 2021

ହାଇକୁ ସାଧନା ଖୋର୍ଦ୍ଧା, ସାରସ୍ୱତ ହାଇକୁ କାବ୍ୟ ଯାତ୍ରା ~ ୨୭ ~ ଜଙ୍ଗଲ

ହାଇକୁ ସାଧନା ଖୋର୍ଦ୍ଧା

ସାରସ୍ଵତ ହାଇକୁ କାବ୍ୟ ଯାତ୍ରା ~ ୨୭

ଜଙ୍ଗଲ

ହାଇକୁ 

୧)

ବାଉଁଶ ବଣ

ଦେହ ବଇଁଶୀ କଥା

କହେ ମଉନ ।


~ ପ୍ରଦୀପ କୁମାର ଦାଶ 'ଦୀପକ'


୨)

ସବୁଜ ଵନ

ପାହାଡୀ ଝରଣା ଟି

ଗାଉଛି ଗୀତ ।


୩)

ଜଳେ ସହର

କଂକ୍ରିଟ ଜଙ୍ଗଲ ରେ

ହା ହୁତାଶନ ।


୪)

ବଣ ଟି ମିତ

ଔଷଧ ଅମ୍ଳଜାନ

ଦିଏ ସତତ ।


୫)

ବୃକ୍ଷ ରୋପଣ

ନୂଆ ଜଙ୍ଗଲ ସୃଷ୍ଟି

କରେ ଆହ୍ୱାନ ।


୬)

ଜଙ୍ଗଲ କ୍ଷୟ

ଜୀବଜନ୍ତୁ ଅନାଥ

ଖୋଜେ ଆଶ୍ରୟ ।


~ ବାସନ୍ତୀ ଦେଈ, ଖୋର୍ଦ୍ଧା


୭)

ଜଙ୍ଗଲ ଚାରୁ

ପ୍ରକୃତି ର ଭଣ୍ଡାର

ଜୀବନରକ୍ଷା ।


୮)

ଜଙ୍ଗଲ ମୋହ

ସାଧୁସନ୍ଥ ମାନଙ୍କ

ଆବାସ ସ୍ଥାନ ।


~ ଶୋଭାଗିନୀ ନନ୍ଦ, ଜୟପୁର, କୋରାପୁଟ


୯)

ଜଙ୍ଗଲ ରଖ

ବଂଶ କୁଳ ସଳଖ

ନହେଲେ ଦୁଃଖ ।


୧୦)

ବଣ ଜଙ୍ଗଲ

ସବୁଜିମା ସୁନ୍ଦର

ସ୍ଥିତି ସମ୍ଭାଳ ।


୧୧)

ଜଙ୍ଗଲ ଦିଏ

ଖାଦ୍ୟ, ବସନ, ବାସ

ମାଆ ପରାଏ ।

                

~ ଚପଳା ପଣ୍ଡା ଖୋର୍ଦ୍ଧା


୧୨)

ଘନ କାନନ

ସୁଶୀତଳ ଛାୟା ଯେ

କରେ ପ୍ରଦାନ ।


୧୩)

ଜଙ୍ଗଲ ନାଶ

ବୄଷ୍ଟି ବିହୁନେ ସୃଷ୍ଟି

ହୋଇବ ଶେଷ ।


୧୪)

ବନ ସୁଷମା

ଶୋଭା ର ଗନ୍ତାଘର

ନାହିଁ ଉପମା ।


~ ମଧୁଛନ୍ଦା ଦାଶ


୧୫)

ଜଙ୍ଗଲ ମିତ

ଜଳ, ଜନ୍ତୁ , ଜନଙ୍କ

ହିତ ସାଧକ । 


୧୬)

ଗଛ ଲଗାଇ

ବିଶ୍ୱ ତାପାୟନକୁ

ଦେବା ଦୂରେଇ  । 


~ ସସ୍ମିତା ବାରିକ୍


୧୭)

ଗହନ ବନ

ପଶୁ ପକ୍ଷୀ ପାଦପ 

ଶାନ୍ତି ଆସ୍ପଦ।


୧୮)

ଘୋର ଜଂଗଲ

ଦିନେ ଥଲା ଗୁରୁଙ୍କ

ବିଦ୍ୟାର ତୀର୍ଥ ।


୧୯)

ବିକାଶ  ନାମେ

ସ୍ବାର୍ଥୀ ମଣିଷ  କରେ

ଜଂଗଲ  ପଦା ।


୨୦)

ଜଳେ ଜଂଗଲ 

ଆକୁଳ ବଣ ଜୀବ

ତାପ ଅସହ୍ୟ ।


୨୧)

ତରଳେ ହିମ

ଜଙ୍ଗଲ ବିହୁନରେ

ମହାପ୍ରଳୟ ।


୨୨)

ହସିବ ବନ

ପରିବେଶ ସୁରକ୍ଷା 

ଆମ ଶପଥ ।


~ ବିଳାସିନୀ ଦାଶ, ଖୋର୍ଦ୍ଧା


୨୩)

ଘନ ବନାନୀ 

ସବୁଜ ଶ୍ୟାମଳିମା

ଶୋଭା ର ରାଣୀ ।


୨୪)

ଘଞ୍ଚ ଜଙ୍ଗଲ 

ପଶୁପକ୍ଷୀ ମାନଙ୍କ

ଆଶ୍ରୟ ସ୍ଥଳ ।


~ ସୂର୍ଯ୍ୟକାନ୍ତି ଦାଶ


୨୫)

ଜଙ୍ଗଲ କ୍ଷୟ

ଅଂଶୁଘାତ ହୁଅଇ

ମନରେ ହେଜ ।


୨୬)

ରକ୍ଷା ବନ୍ଧନେ

ବୃକ୍ଷରେ ରାଖୀ ବାନ୍ଧି

ଭାଇ ଯେ କଲି ।


୨୭)

ଜନ୍ମଦିନ ରେ

ପୋତିଲି ଗଛ ଟିଏ

ପରିବେଶ ରେ ।


~ ପ୍ରଭାସିନୀ ସାହୁ, ଖୋର୍ଦ୍ଧା


୨୮)

ସବୁଜ ବନ

ଅଙ୍ଗାରକାମ୍ଳ ଗ୍ୟାସ୍ (୬)

କରେ ଗ୍ରହଣ ।


୨୯)

ଗଛ ଲଗାଅ

ଜଙ୍ଗଲ ସୃଷ୍ଟି ହେଲେ

ବରଷା ହେବ ।


 ~ ଜୋତିପ୍ରଭା ପଟ୍ଟନାୟକ


୩୦)

ମୋ ଗାଁ ଉପାନ୍ତ

ଶାଗୁଆ ଵିଲ ବନ

କି ଶୋଭା ବନ।


୩୧)

ଧୂମାଳ ଦିଶେ

ଘନ ବନାନୀ ଉଚ୍ଚେ

ଜଳ ଵରଷେ ।


~ ଆରତି ମଞ୍ଜରୀ ଦାଶ, ଗୁରୁ ଜଙ୍ଗ, ଖୋରଧା


୩୨)

ଜଙ୍ଗଲ ପ୍ରୀତି

ଶୁଦ୍ଧ ବାୟୁମଣ୍ଡଳ

ସୁସ୍ଥ ପୃଥିବୀ ।


~ ରଞ୍ଜୁତା ମାନସିଂହ, ଜଟଣୀ


୩୩)

ଜଙ୍ଗଲ ଜାତ

ହିତ ସର୍ବ ବିଦିତ

ବନୀ କରଣ ।


୩୪)

ଘନ ବନାନୀ

ଵରଷା ର ଜନନୀ

ସବୁଜମୟ  । 


~ ଆରତୀ ପ୍ରହରାଜ, ଭୁବନେଶ୍ୱର


୩୫)

ବଣ ଜଙ୍ଗଲ

ସେ ତ ପ୍ରକୃତି ଦାନ

ଜନ୍ କଲ୍ୟାଣ ।


୩୬)

ଜଙ୍ଗଲ ଜମି

ଜନଜାତି ଙ୍କ ମେଳି

ଜନମ ଭୂମି । 


୩୭)

ପ୍ରକୃତି ଦତ୍ତ

ବୃକ୍ଷଲତା ଜଙ୍ଗଲ

ଦେବା ସୁରକ୍ଷା ।


୩୮) 

ସ୍ଵାର୍ଥ ଲାଳସା

ଜଙ୍ଗଲରୁ ଚନ୍ଦନ

ହେଉଛି ଚୋରି । 


୩୯)

ନୂଆ ଜଙ୍ଗଲ

ସୃଷ୍ଟି କରିବା ସର୍ବେ

ହେବ ମଙ୍ଗଳ ।


୪୦)

ପ୍ରତି ମଣିଷ

ଗଛ ପୋତିଲେ ହେବ

ଜଙ୍ଗଲ ସୃଷ୍ଟି ।


୪୧) 

କାଜୁ ଜଙ୍ଗଲ

ଲାଭ ମିଳେ ବହୁତ

ପ୍ରତ୍ୟେକ ବର୍ଷ  ।


~ ଝୁମୁରୀ ସାହୁ, ଜଟଣୀ


୪୨)

ଗଛଟିଏ ମୁଁ

ସେବା ମୋହର ଧର୍ମ

ସଯତ୍ନେ ପାଳ ।


~ ବାସନ୍ତୀ ଦେଈ ଖୋର୍ଦ୍ଧା

☆☆☆☆☆☆☆☆☆☆

ହାଇକୁ ସାଧନା ଖୋର୍ଦ୍ଧା, ସାରସ୍ୱତ ହାଇକୁ କାବ୍ୟ ଯାତ୍ରା ~ ୨୬ ~ କୃଷକ

ହାଇକୁ ସାଧନା ଖୋର୍ଦ୍ଧା

ସାରସ୍ଵତ ହାଇକୁ କାବ୍ୟ ଯାତ୍ରା ~ ୨୬

କୃଷକ 

ହାଇକୁ 

୧)

କୃଷକ ଦୁଃଖ

ଜୀବନ ଟା ଜଞ୍ଜାଳ

ବଞ୍ଚିବା କଷ୍ଟ ।


୨)

ଘରରୁ କ୍ଷେତ

କୃଷକ ର ଜୀବନ

କ୍ଷେତ ରୁ ଘର ।


~ ପ୍ରଦୀପ କୁମାର ଦାଶ, ଛତ୍ତିସଗଡ଼



୩)

କୃଷକ ଭାଇ

ଖାଦ୍ୟ ଯୋଗାଇଥାଏ

ଶ୍ରେଷ୍ଠ ତା ମୂଲ ।


୪)

ଜୟ କିଷାନ

କେ ସରି ହେବ ତୋତେ

କରେ ସଲାମ ।


୫)

ଲଙ୍ଗଳ ମୁନେ

ଶସ୍ୟ ଦିଏ କୃଷକ

ହସେ ଧରଣୀ ।


୬)

କୃଷକ ଭାଇ

ଅଭାବ ଅନାଟନେ

ଦିନ କାଟଇ ।


୭)

ମାଟି ମଣିଷ

କୃଷକ ତା ଶ୍ରମରେ

ଫୁଟାଏ ହସ ।


୮)

ସକାଳୁ ସଞ୍ଜ

କ୍ଷେତେ କୃଷକ ଟି

ପଖାଳ କଂସା । 


~ ବାସନ୍ତୀ ଦେଈ, ଖୋର୍ଦ୍ଧା


୯)

କୃଷକ ଭାଇ 

ଖରା ବରଷା  ଶୀତେ

ବିଲରେ ଥାଇ  l


୧୦)

କୃଷକ ମିତ୍ର 

ସଂସାରେ ଦାନ ତାର 

ଅଟେ ମହତ ।


୧୧)

ଫଳ ଫଳା ଏ 

କୃଷକ ଭାବନା ରେ 

ଆନନ୍ଦ ଥାଏ !  


୧୨)

କ୍ଷୁଦ୍ର ଜୀବନେ 

ମନେ ଅଧିକ ଆଶା 

ନ ଥାଏ ତାର ।


୧୩)

ବର୍ଷା କୁ ଦେଖି 

ଆଶା ସଂଚାର କରେ 

ଜୀବନ ଲାଗି ।


୧୪)

କୃଷି ରୁ ମିଳେ

ମନ ଭରି ଆନନ୍ଦ

ଏଇ ତା ମୂଲ୍ୟ ।


~ ସୂର୍ଯ୍ୟକାନ୍ତି ଦାଶ, ଯାଆଁଳା


୧୫)

ଜୟ କିଷାନ

କୃଷକର ମୂଲକୁ

ଦେବା ସମ୍ମାନ ।


୧୬)

କୃଷକ ମୁହିଁ

କୃଷି କାର୍ଯ୍ୟ କରେ ମୁଁ

ଆଧାର ଦିଏ ।


୧୭)

କୃଷକ ଭାଇ

ଚାତକେ ବରଷା କୁ 

ଥାଏ ଅନାଇ ।


୧୮)

ବରଷା କାଳ

ଆନନ୍ଦ କୃଷକର

କରିବ ହଳ ।


୧୯)

କୃଷକ ପତ୍ନୀ

ମୁଣ୍ଡେ ଘୋଟନ ଧରି 

ଖେତେ ଯାଉଛି ।


୨୦)

ମଗୁଶିର ରେ

ଧାନକାଟି କୃଷକ

ଅମାରେ ଭରେ ।


୨୧)

ଚାଷୀ ଘରଣୀ

ପୂଜା କରେ ମାଆଙ୍କୁ

ପିଠା ପଣାରେ ।


୨୨)

କୃଷି କୃଷକ

ଉନ୍ନତି କରି ଆମେ

ରଖିବା ଟେକ ।


୨୩)

ଜଳ ସେଚନ

କରି କୃଷକ ଭାଇ

ଫଳାଏ ଧାନ ।


୨୪)

କୃଷକ ଜିଏଁ

ତେଲ ଲୁଣ ସଂସାର

ଆନନ୍ଦେ ଥାଏ ।


୨୫)

କୃଷକ ଭ୍ରାତା

ମହତ ଚିନ୍ତା ତା'ର

ସେ ଅନ୍ନଦାତା ।


~ ଜ୍ୟୋତି ପ୍ରଭା ପଟ୍ଟନାୟକ


୨୬)

କୃଷକ ଭ୍ରାତା

ଡୋଲି, ଓଳିଆ ଦେଖ

ଭାତ ସାଇତା ।


୨୭)

କୃଷି କୃଷକ

ଓତଃପ୍ରୋତ ଜଡିତ

ମନେ ପରଖ ।


୨୮)

କୃଷକ ଜାତି

ରଖେ ଆମ ଜୀବନ

ବାଣ୍ଟଇ ପ୍ରୀତି ।

               

~ ଚପଳା ପଣ୍ଡା, ଖୋର୍ଦ୍ଧା


୨୯)

କୃଷକ ଭାଇ

ଜୀବନ ଧନ୍ୟ ହୁଏ

ଆହାର ଦେଇ ।


~ ପ୍ରଭାସିନୀ ସାହୁ, ଖୋର୍ଦ୍ଧା

 

୩୦)

କୃଷକ ଭାଇ

ଖରା ବର୍ଷା ଶୀତରେ

କାମ କରଇ ।


୩୧)

କୃଷକ ବୀର

ସେତ ଅନ୍ନ ଭଣ୍ତାର

ପଦେ ଜୁହାର  ।


~ ଶୋଭାଗିନୀ ନନ୍ଦ, ଜୟପୁର (କୋରାପୁଟ)

 

୩୨)

କୃଷକ ବିନା

ଅଗ୍ରଗତି କଳନା

ସପନ ସିନା  ।


୩୩)

କୃଷକ ଭାଇ

ଲହୁ ଲୁହ ମିଶାଇ

ଫଳାଏ ସୁନା ।

 

~ ଆରତୀ ପ୍ରହରାଜ, ଭୁବନେଶ୍ୱର


 ୩୪)

କୃଷକ ଭାଇ

ଖରା, ବର୍ଷା, କାକର 

ଖାତିର ନାହିଁ । 


୩୫)

ଦେଶ ଜାତିର

ସୁଦୃଢ ମେରୁଦଣ୍ଡ

କୃଷକ ବୀର । 


~ ସସ୍ମିତା ବାରିକ୍, ବୋଲଗଡ଼

 

୩୬)

ଧାରା ଶ୍ରାବଣ

ବେଳ ବେଉଷଣ ର

ଚାଷୀ ଉଚ୍ଛନ୍ନ ।


୩୭)

ହଳ ଲଙ୍ଗଳ

ଚାଷୀ ର ବଳ ସିଏ

ଅମାର ପୂର୍ଣ୍ଣ ।


~ ଆରତି ମଞ୍ଜରୀ ଦାଶ, ଗୁରୁଜଙ୍ଗ ଖୋରଧା


୩୮)

କୃଷକ ଭାଇ

ଆନ ପେଟ ବ୍ୟଥା

ବୁଝି ପାରଇ ।


୩୯)

ଖରା ବରଷା

କି ଶରତ ଶୀତ

ଚାଷୀ ର ମିତ ।


~ ସୁମତୀ ଦେଈ, ଅସରଳା


୪୦)

କ଼ଷକ ଭାଇ

ବିଲେ ଶାଗ ପଖାଳ

ଖାଇ ଖଟଇ । 


୪୧)

ସୁନା ଫସଲ

କ୍ଷେତରେ ଦେଖି ଚାଷୀ

ହୁଏ ସେ ଖୁସି । 


୪୨)

କୃଷି କ଼ଷକ

ଓଡ଼ିଶା ଏକ ନମ୍ବର

ରାଜ୍ୟ ଗୌରବ !


୪୩)

କ଼ଷକ ଆମ

ଦେଶର ମାନଦଣ୍ଡ

ଦେବା ସମ୍ମାନ । 


୪୪)

ରଜ ପରବ

କୃଷି କରମ ନାହିଁ

ଚାଷୀ ବିଶ୍ରାମ  ।


୪୫)

ମାଟି ମାଆର

ସେବାରେ ଚାଷୀ ଭାଇ

ନିଇତି କରେ । 


 ୪୬)

ବଢି ବରଷା

ଚାଷୀ ଦେଖିଲେ ମୁଣ୍ଡ

ଯାଏ ବିଗିଡି । 


୪୭)

ଧଳା କସରା

ବଳଦ ସାଥି ମୋର

କ଼ଷି ସଂସାର । 


~ ଝୁମୁରୀ ସାହୁ


୪୮)

କୃଷକ ହେବି

ବିଜ୍ଞାନ ପଦ୍ଧତିରେ

କୃଷି କରିବି ।


~ ଜ୍ୟୋତି ପ୍ରଭା ପଟ୍ଟନାୟକ


୪୯)

ଅକ୍ଷି ତୃତୀୟା

ମୁଠି ଅନୁକୂଳରେ

ଚାଷୀ ମଗନ ।


୫୦)

ଘୋର ବରଷା

ଚାଷ କାମରେ ଚାଷୀ 

ପୃଷ୍ଠେ ପଖିଆ ।


୫୧)

ଶୀତ କାକର 

ଧାନ ଜଗେ କୃଷକ

ବିଲ ଭୂଇଁରେ ।


୫୨)

ସ୍ବପ୍ନ ଫସଲ

ଗଦା ମାରେ ଖଳାରେ

ଚାଷୀ ଉଲ୍ଲାସେ ।


୫୩)

କୃଷିରେ ପ୍ରୀତି 

ଅଳ୍ପେ ସନ୍ତୁଷ୍ଟ ଚାଷୀ 

ଖୁସିରେ ରହେ ।


~ ବିଳାସିନୀ ଦାଶ, ମଧୁସୂଦନ ନଗର


୫୪)

କୃଷି ବେଉସା

କର୍ଷଣ କରି ସଦା

ରଖଇ ହଂସା ।


୫୫)

କୃଷକ ହେବି

ଲଙ୍ଗଳ ମୁନରେ ମୁଁ

ଜୀବନ ଦେବି ।


~ କବିତା କାନୁନଗୋ, ପୋଖରୀପୁଟ

☀️☀️☀️☀️☀️☀️☀️☀️☀️☀️

MOST POPULAR POST IN MONTH