~ ସାରସ୍ୱତ ହାଇକୁ କାବ୍ୟ ଯାତ୍ରା ~
~ ହାଇକୁ~
୦୧)
କଷି କାକୁଡ଼ି
ଲାଗେ ଭାରି ବଢ଼ିଆ
ମୁଣ୍ଡଟା ପିତା ।
୦୨)
ବଉଳ କଷି
ସେ ବୁଦ୍ଧ କି ସକ୍ରେଟିସ୍
ପାରୁନି ହସି ।
~ ପ୍ରଦୀପ କୁମାର ଦାଶ
୩)
ବରଷା ରାତି
ବିଜୁଳି ଘଡଘଡି
ମନରେ ଭୀତି ।
୪)
ଝଡି ବରଷା
ଆହାର ନ ପାଇଲେ
ପକ୍ଷୀର ଦଶା ।
୫)
ସାଧବ ବୋହୂ
ସୁନ୍ଦର ରୂପ ତାର
ମାଟିରେ ଥାଉ ।
୬)
ବେଙ୍ଗ ବେଙ୍ଗୁଲି
ବଉଦ ବାଜା ଶୁଣି
ଯାଆନ୍ତି ମିଳି ।
~ ଜୟରାମ ସାହୁ
୭)
ବର୍ଷାର ଦିନ
କାଦୁଅ ପଚ ପଚ
ଶୁଖିଲା ମୁହଁ ।
୮)
ଲୋତକ ଝରେ
ଜଣା ପଡ଼େ ନି କେବେ
ବର୍ଷା ପାଣିରେ ।
୯)
ତୁମେ ଆସିଲ
ମୌସୁମୀ ପବନେ
ସିକ୍ତ ହୃଦୟେ ।
୧୦)
ମୁଗ୍ଧ ଲଗନେ
ତୁମର ଆଗମନେ
ବିଚଳିତ ମୁଁ ।
~ ରାଜେଶ କୁମାର ମୁଣ୍ଡ
୧୧)
ଦୁଃଖ ଯନ୍ତ୍ରଣା
ସର୍ବେ ପ୍ରକାଶିଲେ ଯେ'
କମେ ବେଦନା ।
୧୨)
ପିତା ଓ ମାତା
ବୃଦ୍ଧ ଅବସ୍ଥାରେ ଯେ'
ସତେ ଦେବତା ।
~ ଶମ୍ଭୁନାଥ ଦାସ
୧୩)
ହାଇକୁଟିଏ
ଅଳ୍ପରେ କେତେ କଥା
ସେ କହିଦିଏ ।
୧୪)
ତୁମରି ହସ
ହୃଦୟକୁ ମୋହର
କରେ ବିବଶ ।
୧୫)
ଦି ପଦ କଥା
ମଧୁର ଭାବେ କୁହ
ଉଠାଇ ମଥା ।
~ ସୁଧୀର କୁମାର ପଣ୍ଡା
୧୬)
ପ୍ରେମ ର ଭାଷା
ବୁଝି ପାରେ ଯାହାର
ହୃଦୟ ଥାଏ ।
୧୭)
ଚଂଚଳ ଆଖି
କଥା କୁହା ଚାହାଣି
କହେ କାହାଣୀ ।
୧୮)
ଫୁଟିଜା ପଦ୍ମ
ପୁଷ୍କରିଣୀ ସୌନ୍ଦର୍ଯ୍ୟ
ଦେଇଯା ଭରି ।
୧୯)
ଶାନ୍ତି ସନ୍ଧାନ
କାଇଁ କରୁ ବାହ୍ୟ ରେ
ସେ ଅନ୍ତଃ ମନ ।
~ ରତ୍ନ ପ୍ରଭା ସିଂ
୨୦)
ସ୍ୱେଦର ଧାର
ସ୍ୱେଦସିକ୍ତ ମଣିଷ
ବିଶ୍ରାମ ଖୋଜେ ।
୨୧)
ଶରୀର ବ୍ୟଥା
ଘର୍ମାକ୍ତ ମଣିଷର
ପେଟର ଜ୍ୱାଳା ।
~ ରମାକାନ୍ତ ସତପଥି
୨୨)
ଦୁର୍ନୀତି ଚେର
ଘର୍ମାକ୍ତ ସରକାର
ମୂଳୋତ୍ପାଟନ ।
୨୩)
କ୍ରିୟାନୁଷ୍ଠାନ
ପୋଖରୀରେ ଅନଳ
ଦୁର୍ନୀତି ଗନ୍ଧ ।
~ ମନୀଷା ମିଶ୍ର
୨୪)
ତୁମ ଉଷ୍ମତା
ବେଦୁଇନ ମନ ମୋ
ଜାଡ ତରଳେ ।
୨୫)
ଆମ ସଂପର୍କ
ତୁମେ ତୃଷ୍ଣାର ଜଳ
ମରୁଭୂମି ମୁଁ ।
~ ଲିଙ୍ଗରାଜ ପାତ୍ର
୨୬)
ଶିମିଳିପାଳ
ଶାଗୁଆ ଶୁଆଭଳି
ଚିର ଶ୍ଯାମଳ ।
୨୭)
ଆଷାଢୀ ମେଘ
କଳା ମୁଗୁନି ଦେହ
ଗର୍ଜିଲା ବାଘ ।
୨୮)
ଦରଦୀ ହୃଦ
ପୁଲକ ଆଣେ ମନେ
ମିଳନ ସ୍ବାଦ ।
୨୯)
ଶସ୍ଯ ଶାମଳ
ଦୁଇ କଡରେ ବୃକ୍ଷ
ଶାଖା ଗହଳ ।
୩୦)
କୃଷକ ଭାଇ
ପରିଶ୍ରମରେ ତାର
କ୍ଷେତ ହସଇ ।
୩୧)
କୁଡିଆ ଘର
ଭାରି ସୁନ୍ଦର ଦିଶେ
ନଡା ଛପର ।
୩୨)
ଦୂର ପର୍ବତ
ଆ' କି ସୁନ୍ଦର ଦିଶେ
ଆକାଶ ଛାତ ।
୩୩)
ପ୍ରକୃତି ଦତ୍ତ
ବଣ ପାହାଡ ଘେରା
ନିଖୁଣ ଚିତ୍ର ।
୩୪)
ମାଆ ପଣତ
ସନ୍ତାନ ପାଇଁ ହୁଏ
ମନ୍ଦିର ନେତ ।
୩୫)
ବରଷା କାଳ
ବିଭୁଙ୍କ ସରଜନା
ବିଂଚେ ସଲିଳ ।
~ ସମିତା ସ୍ୱାଇଁ
୩୬)
ତୁ ଗୀତ ପରି
ଲୋଟି ଯାଉ କଣ୍ଠ ରେ
ପ୍ରେମ ମୂର୍ତ୍ତି ତୁ ।
୩୭)
ସ୍ମୃତି ର ବର୍ଷା
ମୋ ହୃଦୟ ର କୋଣେ
ଅପାଶୋରା ର ।
~ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ
୩୮)
କଅଁଳ ହସ
ଓଠ ଫାଙ୍କ ଦେଇ କି
ବିତରେ ବାସ ।
୩୯)
ଭ୍ରମର ମନ
ଫୁଲ ଫୁଲେ ଉଡଇ
ପୀରତି ଧନ ।
୪୦)
ଆଖି ର ଲୁହ
ଗହିର ମନର ସେ
ଅକୁହା କୋହ ।
~ ଆଶୁତୋଷ ମେହେର
୪୧)
ଦେଲେ ପଚାରି
ତା କାରଣ ଦାଗ ବି
ଘା ହୋଇଯାଏ ।
୪୨)
ବୁନ୍ଦାଏ ଜଳ
କୁହୁଡି ଭିତରର
ରହସ୍ୟ ଘର ।
~ ଦୀପ୍ତି ମୁଣ୍ଡ
୪୩)
ଅନ୍ଧାର ରାତି
ଏଇ ବରଷା ରାତି
ଥରୁଛି ଛାତି ।
୪୪)
ସାପଟି ଛୋଟ
ଅତି ବିଷଧର ସେ
ମାରଇ ଚୋଟ ।
~ ଡମ୍ବରୁଧର ବାଗ
୪୫)
ସାତ ଫଗୁଣ
ତୁମ ଅଧରେ ରଙ୍ଗ
ମାଖିଛି କିଏ ।
୪୬)
ରଜନୀଗନ୍ଧା
ଉନ୍ମୁକ୍ତ କବରୀ ରେ
ଶୋଭେ ପ୍ରିୟାର ।
୪୭)
ସ୍ମୃତି ଶାମୁକା
ହୃଦୟେ ଅଛି ଲୁଚି
ସଦା ଝୁରଇ ।
୪୮)
ଶିଶିର ମୁକ୍ତା
ଶ୍ୟାମଳିମା ଘାସରେ
ଉଠେ ଝଲସି ।
୪୯)
ଦିଗବଳୟେ
ସାଗର ନଭ ଏକ
ଶାନ୍ତ କାନ୍ତ ସେ ।
୫୦)
ବଣମଲ୍ଲୀ ସେ
ବଣରେ ଫୁଟି ଉଠେ
ଅଦୃଶ୍ୟେ ରହି ।
୫୧)
ନିର୍ଜନ ଦ୍ଵୀପ
ଚତୁଃପାର୍ଶ୍ଵେ ସମୁଦ୍ର
କୁହୁକ ବାକ୍ସ ।
୫୨)
ନିର୍ବାସିତ ମୁଁ
ଅଜଣା ରାଇଜରେ
ବିହଙ୍ଗ ପକ୍ଷ ।
୫୩)
ଶିଶୁ କଳିକା
ଦେଶର ଭବିଷ୍ୟତ
ଫୁଟିବେ କାଲି ।
୫୪)
ମୌସୁମୀ ବାୟୁ
ସ୍ଥଳଭାଗ ଛୁଇଁଲେ
ପ୍ରବଳ ବର୍ଷା ।
୫୫)
କଦମ୍ବ ଫୁଲ
ତନୁମନ ଶିହରେ
ମହକ ଭରା ।
୫୬)
ଅକାଳ ମୃତ୍ୟୁ
ଦ୍ଵାରେ ଉପସ୍ଥିତ ସେ
ଅଛୁଆଁ ରୋଗ ।
୫୭)
ଭିଜା ବାଲିରେ
ଖୋଜୁଛି ପାଦଚିହ୍ନ
ସ୍ମୃତି ଫର୍ଦ୍ଦରେ ।
୫୮)
ସା ରେ ଗା ମା ପା
ସୂର ଲହରୀ ଛୁଟେ
ନୁପୁର ଛନ୍ଦେ ।
୫୯)
ଉଦାସୀ ମନେ
ଆଶାର ଇନ୍ଦ୍ରଧନୁ
ନୂଆ ଦିଗନ୍ତ ।
୬୦)
ଝରା ଫଗୁଣେ
କୋକିଳ କୁହୁତାନ
ହୃଦୟ ମୋହେ ।
୬୧)
ଧର୍ମପଦର
କୋଣାର୍କ ମୁଣ୍ଡି ମରା
ଚନ୍ଦ୍ରଭାଗାରେ ।
୬୨)
ପୁନେଇ ଜହ୍ନ
ଜୋଛନା ଭିଜା ରାତି
ଶିଶିର ସ୍ନାତ ।
୬୩)
ୟୁ ଟୁବ ପାଠ
ମୋବାଇଲ ରେ ଦେଖା
ପିଲା ଆଗ୍ରହ ।
୬୪)
ପାହାଡି କନ୍ୟା
ମହୁଲ ଟୋଲ ଖୋଜେ
ପ୍ରଭାତେ ନିତି ।
୬୫)
ଯୌବନ ଏକ
ଜୁଆରିଆ ନଈ ଟି
କୂଳ ମାନେନା ।
୬୬)
ମନ ମନ୍ଦିରେ
ପୂଜେ ତୁମକୁ ନିତି
ଭକ୍ତି ଚିତ୍ତରେ ।
୬୭)
ଗୁରୁ ଇଶ୍ଵର
ଜ୍ଞାନର ଭଣ୍ଡାର ସେ
ସାରା ଜଗତେ ।
୬୮)
ନୀଳଶଇଳେ
ମହୋଦଧି କୂଳରେ
ହେ ଜଗନ୍ନାଥ ।
୬୯)
ଘୋଷ ଯାତ୍ରାରେ
ପତିତ ଉଦ୍ଧାରଣେ
ନନ୍ଦୀଘୋଷରେ ।
୭୦)
ଅଯାଗା ଘା ଟି
ଦେଖାଇ ହୁଏନି କି
ଦେଖି ହୁଏନି ।
୭୧)
ବିଲୁଆ ନନା
ଘର ପୋଡିଗଲା ତ
ପଛକୁ ଅନା ।
୭୨)
ଘର ର ଢିଙ୍କି
କୁମ୍ଭୀର ସମ ପ୍ରାୟେ
ଦୋଷ ପରକୁ ।
୭୩)
ବଣ ପାହାଡ
ସବୁଜ ବନ ଭରା
ମୋ ଜନ୍ମଭୂମି ।
୭୪)
ବରଷା କାଳ
ଚଷା ଭାଇର ମନ
ଆନନ୍ଦ ଭରା ।
~ ଦମୟନ୍ତୀ ରଥ
☆☆☆☆☆☆☆☆☆☆
कोई टिप्पणी नहीं:
एक टिप्पणी भेजें