ହାଇକୁ କବୟିତ୍ରୀ
ମନୀଷା ମିଶ୍ର
ହାଇକୁ
~0~
ଖଦ୍ୟୋତ ଚେଷ୍ଟା
ସୂର୍ଯ୍ୟାଳୋକର ତେଜ
ଉପହସିତ ।
ତଡ଼ିତ ସୃଜେ
ଆଲୋକର ରୋଷଣୀ
ବଉଦ ବକ୍ଷ ।
ଆଲୁଅ ହସେ
ପକ୍ଷୀଙ୍କ କଳରବ
ପାହେ ସକାଳ ।
ଆଲୁଅ ଯାଏ
ନୀଡ଼ାଭିମୁଖୀ ଖଗ
ବିଶ୍ରାମ ନିଏ ।
ଲଣ୍ଠନ ଜଳେ
ମିଞ୍ଜି ମିଞ୍ଜି ଆଲୋକ
ପାହାଡ଼ି ଗାଆଁ ।
ନଭେ ଖଦ୍ୟୋତ
ମିଞ୍ଜି ମିଞ୍ଜି ଆଲୁଅ
କି ମନୋହର ।
ବ୍ୟଥା, ଯନ୍ତ୍ରଣା
ନିରାଶା, ଅନ୍ଧକାର
ଆଶା ଆଲୋକ ।
ତିମିରାଚ୍ଛନ୍ନ
ଜ୍ଞାନର ଦୀପଟିଏ
ହରଇ ତମ ।
କୃଷ୍ଣ ହୀରକ
ଆଲୋକ ବିଚ୍ଛୁରଣ
ତମ ନାଶକ ।
କୃପା ନିଧାନ
କରୁଣା ବାରିବଳ
ଆଲୋକ ମୟ ।
ଜନ୍'ଟା ହସୁଛେ
ଜନକ୍ ଉକିଆ ରାଏତ୍
କଇଁ ଉସତ ।
ଫୁକିଆ ତରା
ଲୁକି ଗଲାନ କାହିଁ
ଉକିଆ ଦେଖି ।
---00---
~ ମନୀଷା ମିଶ୍ର
कोई टिप्पणी नहीं:
एक टिप्पणी भेजें