~ ସାରସ୍ୱତ ହାଇକୁ କାବ୍ୟ ଯାତ୍ରା ~
~ ହାଇକୁ PROMPT ~
"କୃଷକ"
୧)
କୃଷକ ଦୁଃଖ
ଜୀବନ ଟା ଜଞ୍ଜାଳ
ବଞ୍ଚିବା କଷ୍ଟ ।
୨)
ଘରରୁ କ୍ଷେତ
କୃଷକର ଜୀବନ
କ୍ଷେତରୁ ଘର ।
~ ପ୍ରଦୀପ କୁମାର ଦାଶ
୩)
କୃଷକ ଭାଇ
ମାଟିରେ ହୋଇ ମାଟି
ଫଳାଏ ସୁନା ।
୪)
କୃଷକ ଖଟେ
ସକାଳୁ ସଞ୍ଜ ଯାଏ
ଜମିରେ ତାର ।
୫)
କୃଷି କୃଷକ
ଅଙ୍ଗାଅଙ୍ଗୀ ଜଡିତ
ମାଟି ସହିତ ।
୬)
କୃଷକ ଘର
କୃଷି କ୍ଷେତ୍ରରେ ଯାଏ
ଦିନ ତାଙ୍କର ।
~ ସମିତା ସ୍ୱାଇଁ
୭)
କୃଷକ ଭାଇ
ଖାଦ୍ୟ ଯୋଗାଇଥାଏ
ଶ୍ରେଷ୍ଠ ତା ମୂଲ ।
୮)
ଜୟ କିଷାନ
କେ ସରି ହେବ ତୋତେ
କରେ ସଲାମ ।
୯)
ଲଙ୍ଗଳ ମୁନେ
ଶସ୍ୟ ଦିଏ କୃଷକ
ହସେ ଧରଣୀ ।
୧୦)
କୃଷକ ଭାଇ
ଅଭାବ ଅନାଟନେ
ଦିନ କାଟଇ ।
୧୧)
ମାଟି ମଣିଷ
କୃଷକ ତା ଶ୍ରମରେ
ଫୁଟାଏ ହସ ।
~ ବାସନ୍ତୀ ଦେଈ
୧୨)
ପେଟରେ ଦାନା
କୃଷକ ନ ଚାହିଁଲେ
କେବେ ମିଲେନା ।
୧୩)
କୃଷକ ଭାଇ
ଖାଦ୍ୟ ଯୋଗାଇ ଦିଏ
ସଭିଙ୍କ ପାଇଁ ।
୧୪)
ଅନ୍ନ ଦାତା ସେ
କୃଷକ ଶ୍ରମ କରି
ପ୍ରାଣୀଙ୍କୁ ପୋଷେ ।
୧୫)
କୃଷକ ପାଇଁ
ଆମକୁ ମିଳେ ଯାହା
ଭୁଲିବା ନାହିଁ ।
~ ମୁକ୍ତେଶ୍ଵର ପଧାନ
୧୬)
କୃଷକ ଭାଇ
ପରିଶ୍ରମ କରଇ
ଶ୍ରମକୁ ଦେଇ ।
୧୭)
କୃଷକ ମନ
ଚଳଚଞ୍ଚଳ ସଦା
କାମରେ ଧ୍ୟାନ ।
୧୮)
କୃଷକ ନିତି
ପରିଶ୍ରମ କରନ୍ତି
ମାଟିରେ ମାତି ।
୧୯)
ହଳ ଲଙ୍ଗଳ
କୃଷକ ଭାଇଙ୍କର
ମୁଖ୍ୟ ସମ୍ବଳ ।
୨୦)
କୃଷକ ଜୀବନ
ନିରାଡ଼ମ୍ବର ହୀନ
କର୍ମ ମହାନ ।
~ ସନ୍ତୋଷ କୁମାର ସାହୁ
୨୧)
ଯେ ପାରୁଛେ ସେ
ଚାଷ୍ କଲେ ଭଲ୍ ବଲତ
ଟେନ୍'ସନ୍ ଫ୍ରି ଜୀବନ୍ ।
୨୨)
ଅଏତ୍'କା ହେଲେ
ଗୁରସ୍ ଘି ଦହି ମହି
ହର୍'ଦିନ୍ ପୁଷ୍'ପୁନି ।
~ ଆର. ବରସାନା ନନ୍ଦିନୀ
୨୩)
କୃଷକ ଭାଇ
ହସାଏ ସଂସାରକୁ
ସେ ଦୁଃଖ ସହି ।
୨୪)
ମାଟି ମଣିଷ
ସେ ପୋଷେ କୁଟୁମ୍ବ
କୃଷକ ଭାଇ ।
~ ଡମ୍ବରୁଧର ବାଗ
୨୫)
କୃଷକ ଭାଇ
ବସେ ଆକାଶ ଚାହିଁ
ବରଷା ପାଣି ।
୨୬)
କୃଷକ ସ୍ୱପ୍ନ
ଖୋଲା ବିଷ ବୋତଲ
ଅଦୃଷ୍ଟ ଭାଗ୍ୟ ।
~ ରାଜେଶ କୁମାର ମୁଣ୍ଡ
୨୭)
ଜୟ କିଷାନ
ବ୍ୟଙ୍ଗୋକ୍ତି ହୋଇଲାଣି
ଆଜି ସ୍ଲୋଗାନ !
୨୮)
କୃଷକ ବିନା
ସାମାଜିକ ଅବସ୍ଥା
କଳି ହୁଏନା ।
୨୯)
କୃଷକ ବନ୍ଧୁ
ସମାଜ ବିକାଶରେ
ଅମାପ ସିନ୍ଧୁ ।
~ ଶମ୍ଭୁନାଥ ଦାସ
୩୦)
କୃଷକ ଭାଇ
ଅନ୍ନଦାତା ଅଟଇ
ଆମର ଭାଇ ।
୩୧)
ବଡ ପରବ
ଅକ୍ଷୟ ତୃତୀୟା ରେ
କୃଷକ ଘରେ ।
୩୨)
କୃଷକ ପାଳେ
ନୂଆଖାଇ ପରବ
ଜୀବନ କାଳେ ।
୩୩)
ଦୁଃଖି ଘରଣୀ
ଜୟ କିଷାନ ଧ୍ବନି
କୃଷକ ଶୁଣି ।
୩୪)
ଭାଇ ଭଉଣୀ
ସମସ୍ତଙ୍କୁ ଭାବନ୍ତି
କୃଷକ ପତ୍ନୀ ।
୩୫)
ପଡୋଶୀ ଘରେ
ଉପବାସ ରହିଲେ
କୃଷକ ଡରେ ।
୩୬)
କୃଷକ ପାଇଁ
ଜୟ କିଷାନ ଧ୍ବନି
ସୁହାଏ ନାହିଁ ।
୩୭)
କୃଷକ କ୍ଷେତେ
ଖରା ବର୍ଷା ଶୀତରେ
ଦିନରେ ଖଟେ ।
୩୮)
ଜ୍ୟେଷ୍ଠ ସକାଳ
କୃଷକ ଯାଏ କ୍ଷେତକୁ
ଧରି ଲଙ୍ଗଳ ।
୩୯)
ଶ୍ରାବଣ ବର୍ଷା
ପାଣିରେ ଭରି ଯାଏ
କୃଷକ ବସା ।
୪୦)
ବନ୍ୟା ବତାସ
ଉଜାଡି ଦେଇଥାଏ
କୃଷକ ଚାଷ ।
୪୧)
ଉଠି ସକାଳ
କୃଷକ କରେ କାମ
ଖାଇ ପଖାଳ ।
୪୨)
ପଖାଳ ପେଜ
ସହ କୃଷକ ଖାଏ
ଲଙ୍କା ପିଆଜ ।
୪୩)
କୃଷକ ଘର
ଚାଲ ଛପରେ ଦିଶେ
ଚନ୍ଦ୍ର ଭାସ୍କର ।
୪୪)
ହଳ ଲଙ୍ଗଳ
କୃଷକର ସମ୍ପତ୍ତି
ଗୋବର ପାଲ ।
~ ଜୟରାମ ସାହୁ
୪୫)
ଅନେକ ସ୍ୱପ୍ନ
କୃଷକର ହୃଦୟ
ମାଟିରେ ମଗ୍ନ ।
୪୬)
ଖାଦ୍ୟ ଯୋଗାଣ
ସିଏ ଲହୁଲୁହାଣ
କୃଷକ ପ୍ରାଣ ।
~ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ
୪୭)
ଜଙ୍ଗଲ ଥିଲେ
ପାୟନ ବରସିବା
ଚାଷ ଟା ହେବା ।
୪୮)
ଗଛ କାଟମା
ମରୁଡ଼ି କେ ଡାକମା
ଭୁକେ ମରମା ।
୪୯)
ପୃଥ୍ବୀ କାହାର
ଇଟା ଆୟେ ଆମର
ସଭେ ଜୁଗମା ।
~ ଉପେନ୍ଦ୍ର ପ୍ରସାଦ ମେହେର
୫୦)
କୃଷି କୃଷକ
ହଳ ଜଳ ଲଙ୍ଗଳ
ତ ଅନ୍ନ ବସ୍ତ୍ର ।
୫୧)
ଜମିକୁ ଜଳ
ଯେ ଦେଲା ଜାଣ ସେ ହିଁ
କୃଷକ ବନ୍ଧୁ ।
~ ନନ୍ଦିନୀ ଶତପଥୀ
୫୨)
ମାଏଟ୍ ଆରୁ ମୁନୁଷ୍
ଗୁଟେ ହ ଚାଷ୍ କର ଯେ
ଲୁକେ ଦମ୍ ଧର୍'ବେ ।
୫୩)
ମାହାପୁରୁ ବି
ହଲ୍ ଧରିଥିଲେ ପରେ
ଆମେ କିଏ ହୋ ।
~ ଉତ୍ତମ ହୋତା
୫୪)
କୃଷକ ଭାଇ
ଦିଏ ମୁଖେ ଆହାର
ଆମେ ତା'ପାଇଁ ।
୫୫)
ବୁହାଇ ଝାଳ
ଦିଏ କୃଷକ ଭାତ
ଚାଲେ ଚଞ୍ଚଳ ।
୫୬)
ଗଛ ଆମର
ଆଏ ଜୀବନ ଧନ
ନି କରୁ ପର ।
୫୭)
ରଖି ଜୀବନ
ଗଛର ମହତ ଗୋ
ରଖମା ବନ ।
୫୮)
ଜଗାମା ଗଛ
ଚାରିକୁତି ଦେଖତ
ନି କରି ପଛ ।
~ ପ୍ରତିମା ମେହେର
୫୯)
କୃଷକ ଭାଇ
ଅତି ପରୋପକାରୀ
ସଭିଙ୍କ ପାଇଁ ।
୬୦)
ଧରଣିବାସୀ
ଫସଲ ମିଳିବନି
ନ ଥିଲେ ଚାଷୀ ।
୬୧)
କର୍ମଠ ଚାଷୀ
ଚାଷବାସ କରଇ
ବିଲକୁ ଆସି ।
୬୨)
ହଲ ନଙ୍ଗଲ
ଚଷା ପାଇଁ ହୁଅଇ
ଶସ୍ୟ ଶ୍ୟାମଳ ।
~ ଦୟାନନ୍ଦ ଶବର
୬୩)
ଟାଣୁଆଁ ଖରା
ଅତି...ତପତ ଧରା
ଚାଷୀ ବିଚରା ।
~ ବୈଷ୍ଣବ ଭୋଇ
୬୪)
କୃଷକ ଭାଇ
ତୋ ପରିଶ୍ରମ ବିନା
ଅନ୍ନ ଯେ କାହିଁ ?
୬୫)
ସୁନା ଫସଲେ
କିଆରି ହସ ଉଠେ
କୃଷକ ବଳେ !
~ ଆଶୁତୋଷ ମେହେର
୬୬)
ଚାଷୀ କୁ ଜାଣ
ଅନ୍ନଯୋଗାଣ ପାଇଁ
ଅଟେ ମହାନ !
~ ବିଶ୍ବନାଥ ଭୁଏ
୬୭)
ଜୟ କିଷାନ
ସାରା ବିଶ୍ୱରେ ସେତ
ଭାରି ମହାନ ।
୬୮)
କୃଷକ ଭାଇ
ଲହୁ ଲୁହ ମିଶାଇ
ଖାଦ୍ୟ ଯୋଗାଏ ।
୬୯)
ପଖାଳ ଖାଇ
କୃଷକ କ୍ଷେତେ ଯାଏ
ଲଙ୍ଗଳ ନେଇ ।
୭୦)
ଚଷାର ଘର
ଝାଟି ମାଟିରେ ତାର
ନଡା ଛପର ।
୭୧)
ମାଟି ମଣିଷ
ହଳ ଲଙ୍ଗଳେ ଚଷା
କରଇ ଚାଷ ।
୭୨)
କୃଷକ ଭାଇ
ଖରା ବର୍ଷା କାକରେ
ଡରଇ ନାହିଁ ।
୭୩)
ଭାରି ଜାଡରେ
ସଅଳ ଉଠି ଚଷା
ଲଙ୍ଗଳ ଧରେ ।
୭୪)
ଭୋଦୁଅ ମାସେ
ଚଷା କ୍ଷେତରେ ପାଣି
ଲହଡା ମାରେ ।
୭୫)
ସେ ଅନ୍ନଦାତା
ଚାଷୀ ଅନ୍ନ ଯୋଗାଏ
ବିଶ୍ଵ ଜନତା ।
୭୬)
ଅକ୍ଷି ମୁଠିରେ
ବୁହଇ କ୍ଷେତେ ଚଷା
ଆନନ୍ଦ ମନେ ।
୭୭)
ଚଷା ଘରଣୀ
ବୁହେ ପଖାଳ କଂସା
କ୍ଷେତକୁ ପୁଣି ।
୭୮)
ଚଷା ବେଉସା
ଅଭାବ ଲାଗିରହେ
ଟଙ୍କା ପଇସା ।
୭୯)
କୃଷକ ଭାଇ
ସମାଜେ ହୀନିମାନ
ତୁଳନା ନାହିଁ ।
୮୦)
ଚଷା ପୁଅଟି
ଧାନ ମୁଗ କୋଳଥ
ତାର ସମ୍ପତ୍ତି ।
୮୧)
କୃଷକ ଭାଇ
ଅଭାବ ଅନାଟନେ
ଖାଦ୍ୟ ଯୋଗାଇ ।
୮୨)
ଚଷା ଭାଇଟି
ଭାରି ସାଧାସିଧା ତ
ମୁରୁଖ ଅତି ।
୮୩)
ଓପାସ ରହେ
ସଭିଙ୍କ ମୁଖେ ଚଷା
ହସ ଫୁଟାଏ ।
୮୪)
କର୍ମ ଆଦରି
କ୍ଷେତରେ କାମ କରେ
ଚଷା ଆମରି ।
୮୫)
ଚଷା ବିଚରା
ଭାଗବତ ଟୁଙ୍ଗୀରେ
ସଂଧ୍ୟାରେ ପରା ।
୮୬)
ଚଷା ଭାଇରେ
ଉଜୁଡି ଗଲା କ୍ଷେତ
ଏଇ ବନ୍ୟାରେ ।
୮୭)
ସୁନା ଫସଲ
ଆନନ୍ଦେ କାଟେ ଚଷା
ଖୁସି ବିଭୋରେ ।
୮୮)
କ୍ଷେତରେ ଯାଇ
ବେଉଷଣ କରଇ
କୃଷକ ଭାଇ ।
୮୯)
ଚଷା ଭାଇରେ
ଏ ମାଟି ମାଆ ସୁଖେ
ଦୁଃଖେ ସାଥୀରେ ।
୯୦)
ବିଶ୍ଵ କଲ୍ୟାଣେ
ଚଷା ଭାଇ ମହାନ
ଖାଦ୍ୟ ସଂସ୍ଥାନେ ।
୯୧)
ଚଷା ପୁଅଟି
ମାଡି ପାରିଲାନି ସେ
ଇସ୍କୁଲ ମାଟି ।
୯୨)
ଏ ସରକାର
ଶୁଭ ଦୃଷ୍ଟି ଢାଳନ୍ତୁ
ଚଷା ଭାଇର ।
~ ଦମୟନ୍ତୀ ରଥ
୯୩)
କୃଷକ ଭାଇ
ଆହାର ଯୋଗାଡ଼ଇ
ଅନ୍ୟଙ୍କ ପାଇଁ ।
୯୪)
ତୁମରି ଜୟ
ଯବାନ ଓ କିସାନ
ହେ ଶାନ୍ତି ଦୂତ ।
~ ସୁଧାଞ୍ଜଳି ମିଶ୍ର
୯୫)
ଏବେ କୃଷକ
ଟଙ୍କିକିଆ ଚାଉଳେ
ପୋଷୁଛି ପେଟ ।
୯୬)
କୃଷକ ଭାଇ
ବିଲକୁ କିଆଁ ଯିବ
ରାଲିରେ ଲାଭ ।
~ ବାସନ୍ତୀ ଦେଈ
୯୭)
ମଧ୍ୟାହ୍ନ ଖରା
ସ୍ୱେଦସିକ୍ତ ପଗଡ଼ି
ଚାଷୀ ବାପୁଡ଼ା ।
୯୮)
ହଳ, ଲଙ୍ଗଳ
କୃଷକର ପାଞ୍ଚଣ
ଖରା ଓ ବର୍ଷା ।
୯୯)
ଦାରୁଣ ଗ୍ରୀଷ୍ମ
କୃଷକର ବିଶ୍ରାମ
ଗଛର ଛାଇ ।
୧୦୦)
ଶ୍ରାବଣ ବନ୍ୟା
କୃଷକ ବର୍ଷାସ୍ନାତ
ଦି ମୁଠା ଅନ୍ନ ।
୧୦୧)
ସୋରିଷ ଫୁଲ
ସକାଳ କୁଜ୍ଝଟିକା
ଚାଷୀ ଉତ୍'ଫୁଲ୍ଳ ।
୧୦୨)
ମୁଗ ଓ ବିରି
କୃଷକ ଦେଖେ ସ୍ୱପ୍ନ
ବର୍ଷର ଅନ୍ନ ।
୧୦୩)
ଚାଷୀ ଅଇରୀ
ଦୁର୍ବିପାକ ଦୁର୍ଦ୍ଦଶା
ଜୀବନ ମୃତ୍ୟୁ ।
୧୦୪)
କାଙ୍କଡ଼ ଫୁଲ
କୃଷକ ଉଲ୍ଲସିତ
ନୂତନ ଆଶା ।
୧୦୫)
ବଉଳ ଆସେ
ବସନ୍ତ ମୃଦୁସ୍ପର୍ଶ
କୃଷକ ହସେ ।
୧୦୬)
ମୁଖରେ ହସ
କୃଷକର ବେଦନା
ହସ ନା କାନ୍ଦ ।
~ ରମାକାନ୍ତ ସତପଥି
୧୦୭)
ଖେତ୍ ଆରିଥି ଘର୍
କାଦୋ ମାଏଟ୍'ର ଜୀବନ୍
ଚାଷୀର୍ ପୋ ଆଏ ।
୧୦୮)
ଫୁଷ୍'ପୁନି ମଡ଼ା
ନୂଆଁଖାଇ ତିହାରି
ପର୍'ଜାର ଉଷ୍'ନାକି ।
~ ମନୀଷା ମିଶ୍ର
୧୦୯)
ଅଭାବୀ ବିକ୍ରି
କୃଷକ ଆତ୍ମହତ୍ୟା
ଅନ୍ନ କଷଣ ।
୧୧୦)
ଶାସ୍ତ୍ରୀ ବଞ୍ଚନ୍ତି
ଜୟ କିସାନ ଧ୍ୱନୀ
ମୁଣ୍ଡରେ ଠଣି ।
୧୧୧)
ବର୍ଦ୍ଧିତ ଦର
ବାହାଷ୍ଫୋଟ ଦୁନିଆଁ
ଚାଷୀ ମାରଣ ।
୧୧୨)
ଲଙ୍ଗଳ ହଜେ
ଟ୍ରାକ୍ଟରର ଗର୍ଜନ
ଚଷା ବିକଳ ।
୧୧୩)
ବିଷ ବଳୟ
ଭୂଲୁଣ୍ଠିତ କୃଷକ
ଅଣ୍ଟିରେ ନିଆଁ ।
୧୧୪)
କୃଷକ ବନ୍ଧୁ
ସବୁଜର ବିପ୍ଳବ
ଅଛିଣ୍ଡା ଅଙ୍କ ।
୧୧୫)
ସଭ୍ୟ ସମାଜ
ଭାତହାଣ୍ଡି ବିଷାକ୍ତ
ଚାଷୀ ନିର୍ବାକ ।
୧୧୬)
ଅନ୍ନଦା ସେହି
ଅନ୍ନଦାନର ପୂଣ୍ୟ
ପୂଜ୍ୟ କୃଷକ ।
୧୧୭)
ଦୁଃଖି କୃଷକ
ପୂର୍ଣମୀରେ ଉଆଁସ
ନିଷ୍ପ୍ରଭ ହସ ।
୧୧୮)
ଦଣ୍ଡା ବାଲୁଙ୍ଗା
ରୁଗ୍'ଣ ମାନସିକତା
ଚାଷୀର ସ୍ୱପ୍ନ ।
~ ମନୀଷା ମିଶ୍ର
୧୧୯)
କୃଷକ ଓଠେ
ପରିତୃପ୍ତିର ହସ
ଦେଖି ବରଷା ।
୧୨୦)
ଅନ୍ନଦାତା ସେ
ଭରିଦିଏ ଉଦର
ଦେଇ ଆହାର ।
~ ନିବେଦିତା ମହାପାତ୍ର
୧୨୧)
ଚାଷି ର ଦୁଃଖ
କିଏ ବୁଝି ପାରବା
ଚାଷି ର ଛଡ଼ା ।
୧୨୨)
ଚାଷ କରମା
ଅନ୍ନଦାତା ସାଜମା
ଭୁକେ ମରମା ।
୧୨୩)
ହଳିଆ ଗୀତ
ଟ୍ରାକ୍ଟର କଲେ ଚାଷ
କିଏ ଗାୟବା ।
~ ଉପେନ୍ଦ୍ର ପ୍ରସାଦ ମେହେର
୧୨୪)
ହେ ! ହଳଧାରୀ
କୃଷିର ପ୍ରତୀକ ଯେ
କର୍ଷଣ-କାରୀ ।
~ ଡ. ଦୁର୍ବାଦଳ ମେହେର
☆☆☆☆☆☆☆☆☆☆
कोई टिप्पणी नहीं:
एक टिप्पणी भेजें