ସାରସ୍ୱତ ହାଇକୁ କାବ୍ୟ ଯାତ୍ରା
~ ହାଇକୁ PROMPT ~
"ମେଘ"
୧)
ବେଙ୍ଗୁଳୀ ରାଣୀ
ମେଘ ରାଜାକୁ ଗାଆଁ
ଡାକିଛି ଆଣି ।
୨)
ବରସେ ମେଘ
ଭିଜିଛି ଧରିତ୍ରୀର
ମନ ଓ ଦେହ ।
୩)
ଝରଇ ମୋତି
ମେଘ ହଁସେ ମୁରୁକି
ଆସେ ଶ୍ରାବଣ ।
୪)
ବର୍ଷାର ଚିଠି
ନେଇ ମେଘ ଆସିଛି
ପଢୁଛି ନଈ ।
୫)
ନୀଳ ଆକାଶ
କାଶତଣ୍ଡୀର ଫୁଲ
ଧବଳ ମେଘ ।
୬)
ଅଦିନ ମେଘ
ଅଭିମାନିନୀ ବର୍ଷା
ଝରାଏ ଲୁହ ।
~ ପ୍ରଦୀପ କୁମାର ଦାଶ
୭)
ଆଷାଢ଼ ଆସେ
ଟୁପୁରୁ-ଟାପର ଯେ
ମେଘ ବରଷେ ।
୮)
ବର୍ଷିଲେ ବର୍ଷା
କୃଷି କର୍ମଣେ ଚାଷୀ
ଭାଇର ଆଶା ।
୯)
ବରଷା ପାଇଁ
ବୃକ୍ଷରୋପଣ କର୍ମ
ଜରୁରୀ ଭାଇ ।
~ ଶମ୍ଭୁନାଥ ଦାସ
୧୦)
ବର୍ଷୁଛି ମେଘ
ଦଦରା ଛାତ ଫାଙ୍କ
ଭବିଷ୍ୟ ଦିଶେ ।
୧୧)
ଆକାଶେ ମେଘ
ଦରିଆ ଭର୍ତ୍ତି ମାଛ
ପହଁରା ପାଣି ।
~ ରାଜେଶ କୁମାର ମୁଣ୍ଡ
୧୨)
ଗର୍ଜିଲା ମେଘ
ଚାଷୀ ଭାଇହେ ଶୀଘ୍ର
ହୁଅ ସଜାଗ ।
୧୩)
ବରଷା ଧରି
ଆସିଛି ମେଘ ସୁନା
ଫସଲ ଭରି ।
~ ମୁକ୍ତେଶ୍ଵର ପଧାନ
୧୪)
ମେଘ ମଲ୍ଲାର
ଶୁଭୁଅଛ ଆକାଶେ
ଥରକୁ ଥର ।
୧୫)
ମେଘର ରାତି
ବାରିପାତେ ଧରଣୀ
ହୁଏ ଆଶ୍ବସ୍ତି ।
~ ସନ୍ତୋଷ କୁମାର ସାହୁ
୧୬)
ଆସିଛି ମେଘ
ଆଣିଛି ବର୍ଷା ଟୋପା
ଚାହିଁକି ଦେଖ ।
୧୭)
ଗରଜେ ମେଘ
ସାଥେ ବିଜୁଳି ବର୍ଷା
ମାନେନା ସେତ ।
୧୮)
ସୁନ୍ଦର ମେଘ
ରୂପ'ତା ମନୋହର
ମୁରୁକି ହସ ।
୧୯)
ମେଘର କଥା
ବୁଝି ନି ପାର କିହେ
ଝରାସି ଲହ ।
୨୦)
କୁହୁଲୁଥିସି
ମେଘର ସୁନା ମନ
ବରଷୁଥିସି ।
୨୧)
ମେଘର ଦୁଲି
ଝୁଲସି ମୋର ପ୍ରିୟା
ମୁଲକି ହସି ।
~ ପ୍ରତିମା ମେହେର
୨୨)
ମେଘ ବରଷା
ପୁଣି ସେ ସଞ୍ଚାରିବ
ଜୀବନ ଆଶା ।
୨୩)
ଗ୍ରୀଷ୍ମ ହତାଶା
ଶୀତଳିତ କରିବ
ମେଘ ବରଷା ।
~ ସୁଧୀର କୁମାର ପଣ୍ଡା
୨୪)
ଆସ ହେ ସାଥୀ
ମେଘ ଉପରେ ବସି
ବୁଲିବା ପୃଥ୍ବୀ ।
୨୫)
ଆସିଲା ମେଘ
ନାଚି ଉଠେ ମୟୂର
କେତେ ସୁନ୍ଦର ।
୨୬)
କଳା ହାଣ୍ଡିଆ
ମେଘ ଆସୁଛି ଉଡି
ସଙ୍ଗେ ବିଜୁଳି ।
୨୭)
ଭଣ୍ଡାର କୋଣ
ମେଘ ଆସିଲେ ଜାଣ
ବର୍ଷା ଭିଆଣ ।
୨୮)
ମେଘ ବାହକ
ଚିଠି ମୋ ପହୁଞ୍ଚାଏ
ପ୍ରିୟାର ପାଖ ।
୨୯)
ଶୁଷ୍କ ପୋଖରୀ
ହସି ଉଠେ କୁମୁଦ
ବାରିଦ ଦେଖି ।
୩୦)
ଜଳଦ ଦାନ
ଜୀବନ ସଂଚାରିତ
ମରୁ ଉଦ୍ୟାନ ।
୩୧)
ବିଜୁଳି ରାଣୀ
ମେଘକୁ ଚାହିଁ କେତେ
ଦେଖାଏ ଠାଣି।
୩୨)
ସ୍ତ୍ରୀ ସ୍ବାମୀଙ୍କର
ବାହୁ ବନ୍ଧନ ଖୋଜେ
ମେଘ ଗରଜେ।
୩୩)
ନଭେ ଜୀମୂତ
ଭାସୁଅଛି ଯେସନେ
ନଦୀ ବୋଇତ ।
୩୪)
ନୀଳ ଗଗନ
ବିଚରଣ କରୁଛି
ବାରି ବାହନ।
~ ଜୟରାମ ସାହୁ
୩୫)
ମେଘ ସବାରୀ
ବିଜୁଳି ରୋଷଣୀ ରେ
ଆସେ ମୋ ପ୍ରିୟା ।
୩୬)
ମେଘ ସମ୍ଭାର
ଦେଖି ମୟୂରୀ ମନ
ନାଚେ ଆନନ୍ଦ।
୩୭)
ଜ୍ୟେଷ୍ଠ ମାସରେ
ମୌସୁମୀ ଆଗମନ
ମେଘ ମାଳାରେ।
୩୮)
ମେଘ ରାଇଜ
ଅତୀବ ମନୋହର
ବାଙ୍କ ଚନ୍ଦ୍ରମା ।
୩୯)
ଆଷାଢ଼ ମାସ
ହୋଇ ଟୁପୁରୁ ଟୁପୁ
ବରଷେ ମେଘ ।
୪୦)
ଗରଜେ ମେଘ
ବରଷେ ନାହିଁ ଜଳ
ବିନ୍ଦୁଏ ମାତ୍ର ।
୪୧)
ପ୍ରେମିକ ବର
ପ୍ରିୟା କୁ ସନ୍ଦେଶ ଦିଏ
ତା' ମେଘ ଦୂତ ।
୪୨)
ବର୍ଷା ଛାଡ଼ିଲେ
ଇନ୍ଦ୍ରଧନୁର ଦୃଶ୍ୟ
ଆକାଶ ବକ୍ଷେ ।
୪୩)
ଆରେ ଜଳଦ
ତୋ ଜଳେ ତୃପ୍ତ ହେଉ
ଜୀବଜଗତ ।
୪୪)
ଜୀମୂତ ଦେଖି
ଛନ୍ନ ଛନ୍ନ ହୁଅଇ
ଧରାରେ ଶିଖୀ ।
୪୫)
ବାଦଲ ଫଟା
ତୁହାକୁ ତୁହା ବର୍ଷା
ବଡ଼ ହିନସ୍ତା ।
୪୬)
ବିଜୁଳି ମାରେ
ଆକାଶେ କଳା ମେଘ
ଅଶନି ସ୍ବନ ।
୪୭)
କବି ଲେଖକ
ଭାବନା ବର୍ଣ୍ଣନା ରେ
ମାଧ୍ୟମ ମେଘ ।
୪୮)
ମେଘ ମେଦୁର
ଭଣିଲେ ଜୟଦେବ
ଗୀତଗୋବିନ୍ଦ ।
୪୯)
ବରଷା ରାଣୀ
ମେଘ ଘଡଘଡି ରେ
ଆସେ ଧରଣୀ ।
୫୦)
ପଡ଼ିଛି ଖରା
ବିଲୁଆ ବାହାଘରେ
ହେଉଛି ବର୍ଷା ।
୫୧)
ଆଦ୍ୟ ଆଷାଢ
ଝିପିଝିପି ବରଷା
ଭିଜିଲା ମାଟି ।
୫୨)
ମେଘ ବର୍ଷିଲେ
ମାଳକୁମାଳ ଛତା
ରାସ୍ତା ଉପରେ ।
୫୩)
ବେଙ୍ଗୁଲି ରାଣୀ
ସାରୁଵୁଦା ମୂଳରେ
କଟର କେଏଁ ।
~ ବାସନ୍ତୀ ଦେଈ
୫୪)
ମାଟି ର ଶୋଷ
ମେଘ ବୁଝେ ତ ମନ
ଅଜାଡ଼େ ବର୍ଷା ।
୫୫)
ମେଘ ର ଗୀତ
ଆକାଶ ଅଗଣା ରେ
କେତେ ସୁନ୍ଦର !
~ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ
୫୬)
ପହିଲି ମେଘ
ଭିଜାଇ ଦିଏ ମାଟି
ମହକ ଛୁଟେ ।
୫୭)
ଆକାଶେ ମେଘ
ଚାତକ ମନ ଖୁସି
ମେଣ୍ଟିବ ତୃଷା ।
୫୮)
ମେଘ ବରଷେ
ହରଷେ ଚାଷୀ ମନ
ଉଦାସୀ ଜହ୍ନ ।
~ ରଞ୍ଜନ ଜେନା
୫୯)
ମେଘ ସେ ରଜା
ଦେଖି ବେଙ୍ଗୁଲୀ ରାଣୀ
ବଜାଏ ବାଜା ।
୬୦)
ମେଘ ମୋ ମିତ
ମନରେ ଭରି ଦିଏ
ହଳିଆ ଗୀତ ।
୬୧)
ସାରୁ ପତର
ମେଘ ଭିଜାଇ ଦେବ ?
ବେଙ୍ଗ ର ଡର ।
~ ଆଶୁତୋଷ ମେହେର
୬୨)
ଆକାଶେ ମେଘ
ବରସା ବରସିବ
ହେଇ ସଜାଗ ।
୬୩)
ବିଜୁଳି ବେଗ
ଆକାଶ ଢ଼ାଙ୍କି ମେଘ
କରିଛି ପାଗ ।
~ ଦୟାନନ୍ଦ ଶବର
୬୪)
ମେଘକୁ ଅନା
ଆକାଶରେ ଭାସୁଛି
ନାହିଁ ଠିକଣା ।
୬୫)
ଭରସା ନାହିଁ
ମେଘ ବରଷି ଗଲେ
ଉଛୁଲେ ନଈ ।
~ ଡମ୍ବରୁଧର ବାଗ
୬୬)
ମେଘ ମେଦୁର
ଆକାଶେ ଇନ୍ଦ୍ରଧନୁ
ବର୍ଣ୍ଣିଳ ବିଭା ।
୬୭)
ମେଘ ବର୍ଷିଲେ
ବନଭୂମି ଝଙ୍କୃତ
ସୁସ୍ଥ ସମାଜ ।
୬୮)
ମେଘ ଅଭାବେ
ଅସହାୟ ପ୍ରକୃତି
ମୁନ୍ଦାଏ ପାଣି ।
୬୯)
ମେଘ ବର୍ଷାରେ
ବେଙ୍ଗୁଲୀ ଡାକଦିଏ
ସାରୁ ବୁଦାରେ ।
୭୦)
ପ୍ରଥମ ମେଘ
ପୁଲକ ଭରେ ମନେ
ମାଟିର ବାସ୍ନା ।
୭୧)
ଆସିଲେ ମେଘ
ବଉଦ ଭାସି ଯାଏ
ଆକାଶ ବକ୍ଷେ ।
~ ସମିତା ସ୍ବାଇଁ
୭୨)
ମେଘ ରେ ମେଘ
ଡାକି ଆଣ ବରଷା
ସୁଖୁଛି ଖେତ ।
୭୩)
ଆକାଶେ ମେଘ
ଧଳା ବୋଇତ ପରି
ଦିଶେ ସୁନ୍ଦର ।
୭୪)
ମେଘ ମହ୍ଲାରେ
ବିଭୋର ମୟୂର ସେ
ମେଲାଇ ପୁଚ୍ଛ ।
~ ରତ୍ନ ପ୍ରଭା ସିଂ
୭୫)
କଳାହାଣ୍ଡିଆ
ମେଘ ଦେଖି ମୟୂର
ନାଚେ ଖୁସିରେ l
୭୬)
ପୃଛ ମେଲାଇ
ମୟୂରୀ ସାଥେ ନେଇ
ମନ ଅଧୀରେ ।
~ ସୁଧାଞ୍ଜଳି ମିଶ୍ର
୭୭)
ଚାତକ ତୃଷ୍ଣା
ଘନକୃଷ୍ଣ ଉଧନ
ଭଣ୍ଡାର କୋଣ ।
୭୮)
ମେଘ ମହ୍ଳାର
ତାନସେନର ସୁର
ମୂଷଳ ଧାରା ।
୭୯)
ବାଣି ଆକାଶେ
ଅନୁଢ଼ା ନେତ୍ରେ ସ୍ପଷ୍ଟ
ପ୍ରେମିକ ଆଶା ।
୮୦)
କେକୀ କେୟୁର
ଶିରିମ୍ବିଷ୍ଟ ଆକାଶେ
ହର୍ଷ ଉଲ୍ଳାସ ।
୮୧)
କୁମୁଦ ବନ୍ଧୁ
ନୀରଦ ଲୁଚକାଳି
ଉତ୍ଥିତ ମୁଖ ।
୮୨)
ମେଘ ଗର୍ଜନ
ମୁଚୁକୁନ୍ଦ ବିମ୍ବୋଷ୍ଠ
ପ୍ରିୟ ଦର୍ଶନ ।
~ ରମାକାନ୍ତ ସତପଥି
୮୩)
ଶରତ ସନ୍ଧ୍ୟା
ଜୋଛନା ବିକିରଣ
ବଉଦ ହଜେ ।
୮୪)
ଜୀମୂତ ଧାରା
ପୂର୍ଣଗର୍ଭା ତଟିନୀ
ସୃଷ୍ଟି ବିନାଶ ।
୮୫)
ଶ୍ରୀ କାଳିଦାସ
ମେଘଦୂତ କଳ୍ପନା
ଯକ୍ଷ ଚିଟାଉ ।
୮୬)
ବାରିଦ ହସେ
ଭୀତତ୍ରସ୍ତା ହରିଣୀ
କେକୀ ଉଚ୍ଛନ୍ନ ।
୮୭)
ଅମ୍ବୁଦ ବାରି
ନିସ୍ତବ୍ଧ ବିଭାବରୀ
ନିଶା ଗର୍ଜନ ।
୮୮)
ମେଘ ଓଢ଼ଣୀ
କୂଳିଶର ମେଖଳା
ଶ୍ରାବଣୀ କନ୍ୟା ।
୮୯)
ମେଘ କବରୀ
ଅମ୍ବୁଦ ପୁଷ୍ପଗୁଚ୍ଛ
ଧରିତ୍ରୀ ହସେ ।
୯୦)
ଅଧିର ବାଣି
ରଥେ ଦଧିବାମନ
ପୁଷ୍ପର ବୃଷ୍ଟି ।
୯୧)
ଶୁଷ୍କ ଶିରୀଶ
ତୃଷାତୁର ମେଦିନୀ
ଅମ୍ବୁଦ ଆଶା ।
୯୨)
ନୀରଦ ଧାରା
ସ୍ନିଗ୍ଧ ସରସୀ ଜଳ
ପୁଷ୍ପିତ ମହୀ ।
୯୩)
ବାରିଦ ଛନ୍ଦ
ନୃତ୍ୟରତା ନିମ୍ନଗା
ଉନ୍ମୁକ୍ତ କେଶ ।
୯୪)
ମେଘ ମହ୍ଳାର
ନୁପୁରର ଗୁଞ୍ଜନ
ଛିନ୍ନ ମେଖଳା ।
~ ମନୀଷା ମିଶ୍ର
୯୫)
ମେଘ୍ ଘିଡ଼ଘିଡ଼ି
ବୁଢ଼ାବୁଢ଼ୀ ଥର୍'ଲେନ
ଡାହୁକ ଡାକ୍'ଲା ।
୯୬)
ମେଘ ଝରସି
ବେଙ୍ଗ୍ ଡାକଲା କଟର୍ କେଁ
ମଜୁର୍ ନାଚ୍'ଲାନ ।
~ ମନୀଷା ମିଶ୍ର
୯୭)
ବରଷା ରାଣୀ
କାନ୍ଦିକରି କହଇ
ଦୁଃଖ କାହାଣୀ ।
୯୮)
ମେଘ ମହ୍ଲାରେ
ସଙ୍ଗୀତର ମୂର୍ଚ୍ଛନା
ସପ୍ତମ ସୂରେ ।
୯୯)
ମେଘ ଓଢଣୀ
ନାଇଛି ପ୍ରିୟା ମୋର
କେତେ ତା ଠାଣି ।
୧୦୦)
ମୂଷଳ ଧାରେ
ଭୋଦୁଏ ବର୍ଷା ପରା
ଆଣଇ ବନ୍ୟା ।
୧୦୧)
ମେଘ ସବାରୀ
ଓହ୍ଲାଇ ଆସିଛି ମୋ
ସ୍ଵପ୍ନ ସୁନ୍ଦରୀ ।
୧୦୨)
ମେଘ ବରଷେ
ଟୁପୁରୁ ଟାପୁରୁ ସେ
ପଡଇ ପାଣି ।
୧୦୩)
ବରଷା ରାଣୀ
ଆକାଶ ଅଗଣାରେ
ବିଜୁଳି ରାଣୀ ।
୧୦୪)
ବରଷା କାଳେ
ଦୁଃଖି ଲୋକଙ୍କର ତ
ବଢେ ସନ୍ତାପ ।
୧୦୫)
ପୁଚ୍ଛକୁ ଟେକି
କଳା ମେଘ କୁ ଦେଖି
ନାଚଇ କେକୀ ।
୧୦୬)
ବରଷା ରାତି
ଭାରି ଭଲ ଲାଗେ ମୋ
ପ୍ରିୟାର ପ୍ରୀତି ।
୧୦୭)
କାବ୍ୟ ସମ୍ଭାର
ରଚିଲେ କାଳିଦାସ
ମେଘଦୁତମ ।
୧୦୮)
ବିଭାବରୀ ରେ
ଚନ୍ଦ୍ରମା ଲୁଚିଯାଏ
ମେଘ ଦେଖିରେ ।
୧୦୯)
ଧରଣୀ ରାଣୀ
ରଜବତୀ ହୁଏତ
ପହିଲି ବର୍ଷା ।
୧୧୦)
ବରଷା ଛିଟା
ଭିଜିବା ଭଲ ଲାଗେ
ପ୍ରିୟାର ସାଥେ ।
୧୧୧)
ପହିଲି ବର୍ଷା
ଭିଜା ମାଟିର ବାସ୍ନା
ପୁଲକ ଭରେ ।
୧୧୨)
ଜଙ୍ଗଲ ରାଣୀ
ବରଷା କାଳରେ
ସବୁଜ ବର୍ଣ୍ଣା ।
୧୧୩)
ବରଷା ପାଣି
ସାରୁ ବୁଦା ମୂଳରେ
ବେଙ୍ଗୁଲୀ ରାଣି ।
୧୧୪)
ବର୍ଷା ଋତୁରେ
ଫସଲେ ପରିପୂର୍ଣ୍ଣ
ବାଡି ବଗିଚା ।
୧୧୫)
ମେଘମେଦୁର
ଜୟଦେବ ଙ୍କ କାବ୍ୟ
ସୃଷ୍ଟି ସମ୍ଭାର ।
୧୧୬)
ବରଷା ପାଗେ
ମୁଢି ସଙ୍ଗେ ନଡିଆ
ବଢିଆ ଲାଗେ ।
୧୧୭)
ବରଷା ଋତୁ
ପୂର୍ଣ୍ଣଗର୍ଭା ନଦୀରେ
ବନ୍ୟା ଆସେରେ ।
୧୧୮)
ବରଷା ପାଣି
ଭସାନ୍ତି ପିଲାଏ ତ
କାଗଜ ଡଙ୍ଗା ।
୧୧୯)
ବରଷା କାଳେ
ଚାତକ ଖୋଜେ ନୀର
ଆକାଶ କୋଳେ ।
୧୨୦)
ଅଭିମାନିନୀ
ପ୍ରିୟା ମୋର ଭିଜୁଛି
ବର୍ଷାରେ ପୁଣି ।
୧୨୧)
ଭିଜା ବରଷା
ମନେ ଭରିଦିଏ ମୋ
ପ୍ରେମର ନିଶା ।
~ ଦମୟନ୍ତୀ ରଥ
☆☆☆☆☆☆☆☆☆☆
कोई टिप्पणी नहीं:
एक टिप्पणी भेजें