हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

बुधवार, 9 जून 2021

~ ହାଇକୁ କବୟିତ୍ରୀ ଦମୟନ୍ତୀ ରଥ ଙ୍କ ଓଡ଼ିଆ ହାଇକୁ ~

ହାଇକୁ କବୟିତ୍ରୀ

ଦମୟନ୍ତୀ ରଥ 


ହାଇକୁ

--0--


ବରଷା/ମେଘ

----0----


ବରଷା ରାଣୀ

କାନ୍ଦିକରି କହଇ

ଦୁଃଖ କାହାଣୀ.....(୧)


ମେଘ ମହ୍ଲାରେ

ସଙ୍ଗୀତର ମୂର୍ଚ୍ଛନା

ସପ୍ତମ ସୂରେ.........(୨)


ମେଘ ଓଢଣୀ

ନାଇଛି ପ୍ରିୟା ମୋର

କେତେ ତା ଠାଣି.....(୩)


ମୂଷଳ ଧାରେ

ଭୋଦୁଏ ବର୍ଷା ପରା

ଆଣଇ ବନ୍ୟା........(୪)


ମେଘ ସବାରୀ

ଓହ୍ଲାଇ ଆସିଛି ମୋ

ସ୍ଵପ୍ନ ସୁନ୍ଦରୀ........(୫)


ମେଘ ବରଷେ

ଟୁପୁରୁ ଟାପୁରୁ ସେ

ପଡଇ ପାଣି........(୬)


ବରଷା ରାଣୀ

ଆକାଶ ଅଗଣାରେ

ବିଜୁଳି ରାଣୀ.......(୭)


ବରଷା କାଳେ

ଦୁଃଖି ଲୋକଙ୍କର ତ

ବଢେ ସନ୍ତାପ........(୮)


ପୁଚ୍ଛକୁ ଟେକି

କଳା ମେଘ କୁ ଦେଖି

ନାଚଇ କେକୀ........(୯)


ବରଷା ରାତି

ଭାରି ଭଲ ଲାଗେ ମୋ

ପ୍ରିୟାର ପ୍ରୀତି........(୧୦)


କାବ୍ୟ ସମ୍ଭାର

ରଚିଲେ କାଳିଦାସ

ମେଘଦୁତମ୍.......(୧୧)


ବିଭାବରୀ ରେ

ଚନ୍ଦ୍ରମା ଲୁଚିଯାଏ

ମେଘ ଦେଖିରେ......(୧୨)


ଧରଣୀ ରାଣୀ

ରଜବତୀ ହୁଏତ

ପହିଲି ବର୍ଷା........(୧୩)


ବରଷା ଛିଟା

ଭିଜିବା ଭଲ ଲାଗେ

ପ୍ରିୟାର ସାଥେ.......(୧୪)


ପହିଲି ବର୍ଷା

ଭିଜା ମାଟିର ବାସ୍ନା

ପୁଲକ ଭରେ........(୧୫)


ଜଙ୍ଗଲ ରାଣୀ

ବରଷା କାଳରେ

ସବୁଜ ବର୍ଣ୍ଣା..........(୧୬)


ବରଷା ପାଣି

ସାରୁ ବୁଦା ମୂଳରେ

ବେଙ୍ଗୁଲୀ ରାଣି.......(୧୭)


ବର୍ଷା ଋତୁରେ

ଫସଲେ ପରିପୂର୍ଣ୍ଣ

ବାଡି ବଗିଚା.......(୧୮)


ମେଘମେଦୁର

ଜୟଦେବ ଙ୍କ କାବ୍ୟ

ସୃଷ୍ଟି ସମ୍ଭାର........(୧୯)


ବରଷା ପାଗେ

ମୁଢି ସଙ୍ଗେ ନଡିଆ

ବଢିଆ ଲାଗେ......(୨୦)


ବରଷା ଋତୁ

ପୂର୍ଣ୍ଣଗର୍ଭା ନଦୀରେ

ବନ୍ୟା ଆସେରେ......(୨୧)


ବରଷା ପାଣି

ଭସାନ୍ତି ପିଲାଏ ତ

କାଗଜ ଡଙ୍ଗା........(୨୨)


ବରଷା କାଳେ

ଚାତକ ଖୋଜେ ନୀର

ଆକାଶ କୋଳେ.......(୨୩)


ଅଭିମାନିନୀ

ପ୍ରିୟା ମୋର ଭିଜୁଛି

ବର୍ଷାରେ ପୁଣି........(୨୪)


ଭିଜା ବରଷା

ମନେ ଭରିଦିଏ ମୋ

ପ୍ରେମର ନିଶା........(୨୫)

~~ ☆ ~~


~ ଦମୟନ୍ତୀ ରଥ

ନରସିଂହପୁର, କଟକ (ଓଡ଼ିଶା)

कोई टिप्पणी नहीं:

एक टिप्पणी भेजें

MOST POPULAR POST IN MONTH