हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

सोमवार, 16 अगस्त 2021

ହାଇକୁ ସାଧନା ଖୋର୍ଦ୍ଧା, ସାରସ୍ୱତ ହାଇକୁ କାବ୍ୟ ଯାତ୍ରା ~ ୧ ~

ହାଇକୁ ସାଧନା ଖୋର୍ଦ୍ଧା

ସାରସ୍ଵତ ହାଇକୁ କାବ୍ୟ ଯାତ୍ରା ~ ୧ ~

ହାଇକୁ

ନଈ

୧)

ନଇକେ ବାଙ୍କ

ଚଳଣି ଭିନ୍ନଭିନ୍ନ

ଦେଶକେ ଫାଙ୍କ ।


୨)

ଅଶିଣ ଆସେ

ଧବଳ କାଶତଣ୍ଡୀ

କରେ ସ୍ଵାଗତ ।


୩)

ନଈ ପଠାରେ

ସୁଲୁସୁଲିଆ ବାଆ

ଚୋରାଏ ମନ ।


~ ବାସନ୍ତୀ ଦେଈ ଖୋର୍ଦ୍ଧା


୪)

ବହଇ ନଈ

ସଭିଙ୍କ ଜୀବନ ର

ପ୍ରାଣ ପ୍ରବାହୀ ।


~ ଆରତୀ ପ୍ରହରାଜ


୫)

ନଈ ପଠାରେ

ଶୀତଳ ସମୀରଣ

ମନକୁ ହରେ ।


୬)

ନଈ ଲୋ ତୁହି

ପର ଆପଣା ଭାବ

ତୋ ପାଶେ ନାହିଁ ।


~ ଜ୍ୟୋତି ପ୍ରଭା ପଟ୍ଟନାୟକ


୭)

ଜୀବନ ନଈ

ସୁଖ ଦୁଃଖ ଦି' ଧାରେ

ଯାଉଚି ବହି ।


~ ଆରତୀ ମଞ୍ଜରୀ ଦାଶ


୮)

ପବିତ୍ର ନଈ

ବହି ଯାଇଛି ଦେଖ

ମୋ ଗାଆଁ ଦେଇ ।


୯)

ନଈର ଧାରେ

ତାଳ ବୃକ୍ଷ ର ମୂଳେ

ଖେଳଇ ନାଗ ।


୧୦)

ନଈ କୂଳରେ

ମୁହଁ ସଞ୍ଜ ବେଳରେ

ମୋ ସାଥୀ ରେ ତୁ ।


~ ଝୁମୁରୀ ସାହୁ


୧୧)

କଲ୍ୟାଣୀ ନଈ

ଜନ୍ମ ତୋର ସାଗରେ

ମିଶିବା ପାଇଁ ।


~ ବବି ବାରିକ


୧୨)

ମୁଁ ଟିକି ନଈ

ଅନନ୍ତ ସାଗର କୁ

ପାରିବି ଛୁଇଁ ?


~ ସୁମତୀ ଦେଇ, ଅସରଳା


୧୩)

ରୂପସୀ ନଈ

ଛନଛନ ମଧ ତା

ପ୍ରେମିକ ପାଇଁ ।


୧୪)

ମିଳନ ଆଶେ

ଲାଜୁଆ ନଈ ଧାଏଁ

ସାଗର ପାଶେ ।


~ କବିତା କାନୁନଗୋ


୧୫)

ଜୀବନ ନଈ

ଭବ ସାଗର ଵକ୍ଷେ

ମିଶିବ ଯାଇ ।


~ ବିଳାସିନୀ ଦାଶ


୧୬)

ନାଉରି ନାହିଁ

ଆଗେଇ ଚାଲେ ଦେଖ

ଜୀବନ ନଈ ।


~ ରୀତା ଅପରାଜିତା ମହାନ୍ତି


୧୭)

ନଈକୁ ଦେଖ

ଅଙ୍କା ବଙ୍କା ତା ଦେହ

ନୁହେଁ ସଳଖ ।


୧୮)

ନଈର ଦୃଶ୍ୟ

କୂଳରେ ଗଛଲତା

କି ମନୋହର ।


୧୯)

ନଈରେ ଘର

କୁମ୍ଭୀର ସାଥିରେ କି

କରିବି ଗୋଳ ।


~ ଜ୍ୟୋତିପ୍ରଭା


୨୦)

ନିମ୍ନଗା ପ୍ରିୟା

କୁଳୁକୁଳୁ ସଙ୍ଗୀତେ

ସମ୍ମୋହିତ ମୁଁ ।


~ ଅତସୀ ପ୍ରଧାନ, ଜଟଣୀ


୨୧)

ତଟିନୀ ଜଳ

କେଡେ ମଧୁର ପୁଣି

ରଖେ ଜୀବନ ।


୨୨)

ନଈ ପଠାର

ଆମ୍ବ ତୋଟା ର ସ୍ମୃତି

ମନରେ ତୃପ୍ତି ।


~ ନିର୍ମଳା ଦେଇ


୨୩)

ଗରିବ ଜନ

ଦୁଃଖେ କଟେ ଜୀବନ

ନାହିଁ ସମ୍ମାନ ।


~ ଶୋଭାଗିନୀ ନନ୍ଦ

🌟🌟🌟🌟🌟🌟🌟

कोई टिप्पणी नहीं:

एक टिप्पणी भेजें

MOST POPULAR POST IN MONTH