हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

सोमवार, 16 अगस्त 2021

ହାଇକୁ ସାଧନା ଖୋର୍ଦ୍ଧା, ସାରସ୍ୱତ ହାଇକୁ କାବ୍ୟ ଯାତ୍ରା ~ ୨ ~

ହାଇକୁ ସାଧନା ଖୋର୍ଦ୍ଧା

ସାରସ୍ୱତ ହାଇକୁ କାବ୍ୟ ଯାତ୍ରା ~ ୨ ~

ହାଇକୁ

ବୃକ୍ଷ

୧)

ବୃକ୍ଷ ରୋପଣ

କରିବା ମିଳିମିଶି

ହସିବ ଧରା ।


୨)

ବଣ ଜଙ୍ଗଲ

ଅମୃତ ସଂଜୀବନୀ

ସୁନ୍ଦର ଧରା ।


~ ବାସନ୍ତୀ ଦେଈ, ଖୋର୍ଦ୍ଧା


୩)

ବୃକ୍ଷ ର ଦାନ

ଜଗତର କଲ୍ୟାଣ

ସମାଜ ରକ୍ଷକ ।


୪)

ମୁଁ ଗଛ ଟିଏ

ଦେବାକୁ ଜନ୍ମ ମୋର

ତୁମକୁ ସବୁ ।


୫)

ଜଗତ ହିତ

କରଇ ଗଛଲତା

ଏକାନ୍ତ ସତ୍ୟ ।


~ ଆରତୀ ପ୍ରହରାଜ, ଭୁବନେଶ୍ୱର


୬)

ବୃକ୍ଷ ଆମର

ଆମ ସମସ୍ତଙ୍କ ର

ଅତି ନିଜର ।


୭)

ଲଗାଅ ବୃକ୍ଷ

ଘର ବାଡ଼ି ପଡିଆ

ସ୍ଵଛ ସୁନ୍ଦର ।


୮)

ବୃକ୍ଷ ଛେଦନ

କେବେ ବି କରିବନି

ରହିଲା ରାଣ ।


୯)

ବୃକ୍ଷ ଦେବତା

ଔଷଧ ଅମ୍ଳଜାନ

ଦିଅଇ ସଦା ।


୧୦)

ବୃକ୍ଷ ର ଦେହେ

ବାନ୍ଧିବା ଆମେ ରାକ୍ଷୀ

ଆସ ସଭିଏଁ ।


୧୧)

ଏ ବୃକ୍ଷ ପାଇଁ

ବିଶ୍ଵ ସନ୍ତୁଳନ ର

ରକ୍ଷା ହୁଅଇ ।


~ ଜ୍ୟୋତିପ୍ରଭା ପଟ୍ଟନାୟକ, ଖୋର୍ଦ୍ଧା


୧୨)

ବୃକ୍ଷ ରେ ଅଛି

ଆମର ପ୍ରାଣନାହା

ସ୍ରଷ୍ଟା ର ସୃଷ୍ଟି ।


୧୩)

ଗଛ ଟି ଏ ମୁଁ

ଖାଦ୍ୟ ବସ୍ତ୍ର  ଯୋଗାଏ

ସାରା ଜଗତ ।


~ ନିର୍ମଳା ଦେଇ, ଭୁବନେଶ୍ଵର


୧୪)

ଝଡି ବରଷା

ଗଛ ଟି ଆଶ୍ରା ଥିଲା

କପାଳ ଫଟା ।


୧୫)

ଆଦି ମାନବ

ମୋ କୋଳରେ ଜନମ

ଜଙ୍ଗଲ ନାମ ।


୧୬)

ପ୍ରତି ଗଛରେ

ଭରିଛି ଔଷଧ ରେ 

ଡାଳ ପତରେ ।


୧୭)

ଗଛ ମୂଳରେ

ସାଧୁ ସାଧନା କରେ

ଜ୍ଞାନ ପାଆନ୍ତି ।


୧୮)

ବୃକ୍ଷ ମହାତ୍ମ୍ୟ

ଲେଖନୀ ଚଳଚଞ୍ଚଳ

କବି ଲେଖକ ।


~ ଝୁମୁରୀ ସାହୁ, ଜଟଣୀ


୧୯)

ବୃକ୍ଷ ଦେବତା

ଶାଖା ଖୋଲି ରହିଛି

ଆଶ୍ରୟ ଦାତା ।


~ ଆରତୀ ମଞ୍ଜରୀ ଦାଶ, ଗୁରୁଜଙ୍ଗ


୨୦)

ତରୁ ତରୁଣୀ

ଥିଲେ କେତେ ସୁନ୍ଦର

ସତେ ଧରଣୀ ।


~ ବାସନ୍ତୀ ମହାପାତ୍ର, ଭୁବନେଶ୍ଵର


୨୧)

ଏ ଅଵନୀରେ ରେ

ବୃକ୍ଷ ର ଶୁଭ ଦୃଷ୍ଟି

ଜୀବ କଲ୍ୟାଣେ ।


 ~ ସୁମତୀ ଦେଇ, ଅସରଳା


୨୨)

ଧନ୍ୟ ଜୀବନ

ତୋଷନ୍ତି ପ୍ରାଣୀମନ

ସବୁ ତା ଦାନ ।


୨୩)

ମୋ ନାମ ଗଛ

ଦିଏ ସ୍ଵଛ ପବନ

ଲୋଡା ଏକାନ୍ତ ।


୨୪)

ଘରଟି ମୋର

ବୃକ୍ଷ ପରିବେଷ୍ଟିତ

ଦିଶେ ସୁନ୍ଦର ।


~ ଅତସୀ ପ୍ରଧାନ, ଜଟଣୀ


୨୫)

ବୃକ୍ଷ ମହାନ୍

ଏ ଜୀବଜଗତ ର

ପ୍ରାଣ ସ୍ବରୂପ ।


~ ମୀରା ଦାଶ, ଖୋର୍ଦ୍ଧା


୨୬)

ଗଛ ଦେବତା

ମଣିଷ ତୋ ଦାନରେ

ଜଗତ ଜିତା ।


~ ବିଳାସିନୀ ଦାଶ, ଖୋର୍ଦ୍ଧା


୨୭)

ଫଳନ୍ତି ଗଛ

ଫଳ  ଟି ଝଡିଗଲେ

ସମ୍ପର୍କ ମିଛ ।


୨୮)

ଆଗ ପଛକୁ

ପଚାରେ କିଏ ଅବା

ଥୁଣ୍ଟା ଗଛ କୁ ।


~ କବିତା କାନୁନଗୋ, ଭୁବନେଶ୍ୱର


୨୯)

ବୃକ୍ଷ ମହତ

ଜଗତ ଜନର ସେ

ହିତ ସାଧକ ।


୩୦)

ବୃକ୍ଷ ତୋ ବିନା

ପୃଥିବୀବାସୀ ଙ୍କ ର

ଜୀବନ ଶୂନ୍ୟ ।


୩୧)

ବୃକ୍ଷ ଦେବତା

ଜୀବ ଜନ୍ତୁ ଙ୍କର

ଭାଗ୍ୟ ବିଧାତା ।


୩୨)

ବୃକ୍ଷ ତୋ ପାଇଁ

ବସୁମତୀ ଥାଏ ଯେ

ଶୀତଳ ହୋଇ ।


~ ସସ୍ମିତା ବାରିକ, ବୋଲଗଡ


୩୩)

ବୃକ୍ଷ ଜୀବନ

ଯୋଗାଏ ଅମ୍ଳଜାନ

ତାକୁ ନ ହାଣ ।


~ ଶୋଭାଗିନୀ ନନ୍ଦ

☆☆☆☆☆☆☆☆☆☆

कोई टिप्पणी नहीं:

एक टिप्पणी भेजें

MOST POPULAR POST IN MONTH