हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

रविवार, 4 जुलाई 2021

~ ODIA TANKA POEM'S - 4 ~

~ ସାରସ୍ୱତ TANKA/ତାଂକା କାବ୍ୟ ଯାତ୍ରା - ୪ ~


୧)

ପ୍ରେମ ପଥିକ 

ଓଠରେ ମିଛ ହସ

ମନରେ କୋହ

ଅବେଳେ ବୋହିଯାଏ

ଆଖିରୁ ଲୁହ ଝର ।


~ ପ୍ରଦୀପ କୁମାର ଦାଶ


୨)

ଅନ୍ଧ ନଈର 

ଉଜାଣି ଢେଉରେ ମୁଁ

ଅକାତ ପାଣି

ଆହୁଲା ମାରଇ ତୁ

ପାରିବୁ କି ପହଂଚି ।


~ ରାଜେଶ କୁମାର ମୁଣ୍ଡ


୩)

ସକାଳ ବେଳା

ପ୍ରକୃତି ଅନୁପମ

ସେଇ ବେଳାରେ

ଅନେକ କାର୍ଯ୍ୟଧାରା

ସଫଳ ଓ ସୁଗମ ।


~ ସୁଧୀର କୁମାର ପଣ୍ଡା


୪)

ଲୁହର ଧାର

ବିଖଣ୍ଡିତ ହୃଦୟ

ମନ ଅସ୍ଥିର 

ଅବଦମିତ କୋହ 

ଝଡ଼ର ପୂର୍ବାଭାଷ ।


୫)

ଅବ୍ୟକ୍ତ କୋହ

ପ୍ରତାଡ଼ନାର ଖଡ୍ଗ 

ରକ୍ତାକ୍ତ ହୃଦ 

ହିମାଚ୍ଛନ୍ନ ଲୋତକ 

ବେଦନା ଜର୍ଜରିତ ।


୬)

ପ୍ରିୟାର ହସ

ଶାଣିତ ଠୁଁ ତୀକ୍ଷ୍ଣ 

ବିଦୀର୍ଣ୍ଣ ମନ 

ଛିନ୍ନ ଭିନ୍ନ ହୃଦୟ

ଲୁହ, ଲହୁର ବନ୍ୟା ।


~ ରମାକାନ୍ତ ସତପଥି 


୭)

ନଈର ଧାର

ଅଙ୍କାବଙ୍କା ପଥରେ

ଯାଉଛି ବହି

ମୀନ ମକର ଆଦି

ଜୀବ ନେଇ ସାଥିରେ ।


~ ଜୟରାମ ସାହୁ


୮)

ଶୁଭ ସକାଳ 

ହେ ମୋର ବିଶ୍ୱବାସୀ !

ସ୍ୱଚ୍ଛ ନିର୍ମଳ 

ହୃଦୟେ ବିରାଜଇ

ଝରଣା କଳ କଳ ।


~ ପ୍ରତିମା ମେହେର


୯)

କଳା ଭଅଁର

ଚୂପିଚୂପିକା ଆସି

ମୋ କାନେ କହେ

ମନ ଉପବନରେ

କରିବାକୁ ଘରଟେ ।


୧୦)

ମୃଦୁ ମଳୟ

ଚଉଦିଗ ମହକେ

ଫୁଲ ସୁଵାସେ

ତନୁ ମନ ଶିହରେ

କୋଇଲି କୁହୁତାନେ ।


୧୧)

ପିଲାଙ୍କ ମେଳ

ବରଗଛ ଓହଳେ

ଦୋଳି ଖେଳରେ

କଵାଡି ବୋହୂ ଚୋରି

ମନଟା କିରିକରି ।


୧୨)

ଗ୍ରାମ ଦେବତୀ

ଗାଁ ଲଳନା  ପୂଜେ

ଶୁଭ ମନାସି

ଖୋଜେ ମନମଣିଷ

ମାଗେ ମାଆ ଆଶିଷ ।


୧୩)

ଉଷା ପାହାନ୍ତି

ଗାଁ ପୋଖରୀ ତୁଠରେ

ନବବଧୂର

ରୁଣୁଝୁଣୁ ପାଉଁଜି

ମନଟା ଆନମନା ।


~ ବାସନ୍ତୀ ଦେଈ


୧୪)

ଆଦ୍ଯ ଆଷାଢେ

ଅମୃତ ଧାରା ହୋଇ 

ବର୍ଷା ଝରିଲେ

ଭିଜି ଯାଏ ଧରଣୀ 

ମାଟି ବି' ଆନମନା ।


୧୫)

ନଭ ମଣ୍ଡଳ 

ଅସ୍ତାଚଳ ସବିତା 

ରକ୍ତିମ ଆଭା 

ମଗ୍ନ ଗୋଧୂଳି ବେଳ

ଭାରି ଦିଶଇ ଶୋଭା ।


୧୬)

ଆଖି ଲୁହରେ 

ଭିଜିଯାଏ ପଣତ 

ଅକୁହା କଥା 

ବଢିଯାଏ  ସ୍ପନ୍ଦନ 

ଶୂନ୍ୟ ଲାଗେ ଜୀବନ ।


୧୭)

ଅସ୍ଥିର ମନ

ଚଳ ଚଞ୍ଚଳ ପାଦ

ସତେ' ଯେମିତି 

ଡେଇଁବ ସବୁ ସୀମା 

ଭିନ୍ନ ଆକର୍ଷଣ ରେ ।


୧୮)

ଯାଯାବର ର 

ନ'ଥାଏ ଜାତି ଗୋତ୍ର 

ନା ସରହଦ 

ଏଠି, ସେଠି, ସବୁଠି

ଜୀବନ କଷୁଥାଏ ।


~ ସମିତା ସ୍ବାଇଁ 


୧୯)

ଝର୍କା ଏପାରି

ସ୍ମୃତିର ସମାହାର

ଝର୍କା ସେପାରି

ଶବ୍ଦଙ୍କ ମଧୁବନ

କାବ୍ୟିକ ସନ୍ତୁଳନ ।


~ ରାଜେଶ କୁମାର ମୁଣ୍ଡ


୨୦)

ମେଘ ମହ୍ଲାର

ଶ୍ରାବଣୀ ଗାଏ ଗୀତ

ଆକାଶେ ରହି

ଭିଜା ଭିଜା ବର୍ଷାରେ

ପୃଥିବୀ ଆନମନା ।


୨୧)

ସହର ଗଳି

ଆଲୋକ ର ରୋଷଣୀ

ଫୁଟ୍ ପାତ ରେ

ନଭ ଚାନ୍ଦୁଆ ତଳେ

ଫୁଙ୍ଗୁଳା ଜୀବନ ସେ ।


୨୨)

ଶିଶୁ କନ୍ୟାଟି

ଅବହେଳିତ ସଦା

ମା'ର ଗର୍ଭରୁ

କେଉଁ ନାଳିଆ ତଳୁ

ଅଥବା ଡଷ୍ଟବିନ୍ ରୁ ।


୨୩)

ଗୋଧୂଳି ବେଳା

ଅସ୍ତଗାମୀ ସୂରୁଜ

ମନୋରମ ସେ

ନୀଡ ଫେରନ୍ତା ପକ୍ଷୀ

ଗୋଠ ବାହୁଡା ଗୋରୁ ।


୨୪)

ସୀମାନ୍ତ ରକ୍ଷୀ

କ୍ଷଣ କ୍ଷଣକେ ଭୟ

ଗୁଳି ବନ୍ଧୁକ

ସନ୍ତ୍ରାସବାଦୀ ହାତେ

ମୃତ୍ୟୁର ବିଭୀଷିକା ।


୨୫)

ମୋ ମାତୃଭାଷା

ସବୁଠାରୁ ମହାନ

ଗଳ୍ପ କବିତା

ଉପନ୍ୟାସ ଛାନ୍ଦ ରେ

ରସ ମାଧୁର୍ଯ୍ୟ ଭରା ।


୨୬)

ଘନ ବନାନୀ

ବିଜୁଳି ର ଚମକ

କଳା ମେଘରେ

ନୃତ୍ୟରତା ମୟୁର

ସୁନ୍ଦର ଶୋଭାରାଜି ।


୨୭)

ଜନ୍ମଭୂମି ମୋ

ସ୍ଵର୍ଗଠୁ ଗରିୟସୀ

କଳା ଭାସ୍କର୍ଯ୍ୟେ

ଅକ୍ଷୟ ଯାର କୀର୍ତ୍ତି

ଗାଉଛି ଇତିହାସ ।


୨୮)

ଯୌତୁକ ଜୁଇ

ଲୁହ ଭିଜେ ଆଖିରେ

ମନ ର କୋହ

କହି ସହି ହୁଏନି

ଆତ୍ମହତ୍ୟା ର ରୂପ ।


୨୯)

ନବ କଳିକା

ଆଗାମୀ ଭବିଷ୍ୟତ

ସମୃଦ୍ଧ ଦେଶ

ସ୍ଵାସ୍ଥ୍ୟ ଶିକ୍ଷାର ଯତ୍ନ

କୁନି କୁନି ପିଲାଏ ।


~ ଦମୟନ୍ତୀ ରଥ


୩୦)

ଅଦୃଶ୍ୟ ଶକ୍ତି

ଟାଣି ନିଏ ଜୀବନ

ବିଶ୍ଵ ଚିନ୍ତିତ

ଅକାଳେ ଯାଏ ନର

ଦୁଃଖ ଦେଇ ଅଶେଷ ।


~ ଡମ୍ବରୁଧର ବାଗ


୩୧)

ଅୟୁତ ଭିଡ 

ତଥାପି ନିଃସଙ୍ଗତା

ମଣିଷ ଭାଗ୍ୟ

ଦିଗବଳୟ ପାରେ

କେ ଜଣେ ସ୍ବପ୍ନ ବୁଣେ ।


୩୨)

ନିସୁନରାତି

ଏ କାହା ସ୍ୱର ଶୁଭେ

ତୁମେ ଜାଣ କି ?

ଶୁଭ୍ର ଜୋଛନା ଓଢ଼ି

ଏ ଯେ ବେସୁରା ଜହ୍ନ ।


~ ଲିଙ୍ଗରାଜ ପାତ୍ର

☆☆☆☆☆☆☆☆☆☆

शनिवार, 3 जुलाई 2021

~ ODIA TANKA POEMS - 3 ~

~ ସାରସ୍ୱତ TANKA/ତାଂକା କାବ୍ୟ ଯାତ୍ରା ~


୧)

କଅଁଲି ଫୁଲ 

ତାର ଅଖିଳ ପ୍ରେମ 

ଚହଟେ ବାସ

ଦିଏ ଓଢ଼ଣୀ ଖୋଲି 

ସଜାଏ ପ୍ରୀତି ଶେଜ ।


~ ପ୍ରଦୀପ କୁମାର ଦାଶ


୨)

ଫୁଲ'ର ବାସ

ଚହଟାଏ ଚୌଦିଗେ

ଖେଳାଏ ହସ 

ବସେ ପରଜାପତି

ଆସି ନିଇତି ନିତି ।


~ ପ୍ରତିମା ମେହେର


୩)

ତୁମେ ମୋ ସ୍ୱପ୍ନ

ତେବେ ବି ତ ଗୋପନ

ବଢୁଛି ତାତି

ପାହିଯିବ କି ରାତି

ରହିବ ଖାଲି ସ୍ମୃତି ।


~ ରାଜେଶ କୁମାର ମୁଣ୍ଡ


୪)

ରାଗ ବେହାଗ

ନା ପୁଷ୍ପ ନା ପରାଗ

ସାତ ସପନ

ଗଜଲ ପରି ରାତି

ସଙ୍ଗୀତ ଭରା ଦିନ ।


୫)

କିଏ ସେ ବୁଣେ

ଇନ୍ଦ୍ରଧନୁରେ ରଙ୍ଗ

ଫୁଲରେ ବାସ

ପାଣି ଢାଳେ ସମୁଦ୍ରେ

ସେ ଚଗଲା କିଏ କି ।


~ ଲିଙ୍ଗରାଜ ପାତ୍ର


୬)

ଏକତା ମନ୍ତ୍ର

ସ୍ନେହ,ଶ୍ରଦ୍ଧା, ମମତା 

ସଂପର୍କ ଧାରେ

ଭାବରେ ବାନ୍ଧି ଦେବା 

ଭାତୃଭାବ ଅନ୍ତରେ ।


୭)

ପ୍ରେମ ପୂଜାରୀ

ପୁଣ୍ଯ ର ନଦୀଟିଏ 

ସେ ନିର୍ବିକାର

ପୃଥିବୀ ରୁ ଆକାଶ 

ଲାଗୁଥାଏ ଉଦାସ ।


୮)

ବାସ ଚନ୍ଦନ 

ବାସ୍ନାୟିତ ତୁଳସୀ 

ମନ ଅଙ୍ଗନେ 

ଅଗୁରୁ ସହ ମିଶି 

ଦିଏ ଭାବ ପରଷି ।


୯)

ଇତିହାସ ରେ

ସ୍ବର୍ଣ୍ଣାକ୍ଷରରେ ଲେଖା 

ଗୌରବ ଗାଥା 

ବିଶ୍ବ ବନ୍ଦିତା ସଦା 

ଆମ ଉତ୍କଳ ମାତା ।


୧୦)

ଦୁଃଖ ଓ ସୁଖ  

ଦୁହେଁ ଯାଆଁଳା ଭାଇ

ଜୀବନେ ଆସି

ଦୁଃଖ  ପିଛା ଛାଡେନି 

ସୁଖ ସଦା ରୁହେନି ।


~ ସମିତା ସ୍ବାଇଁ


୧୧)

ପାତକ ହରେ

ରଥରଜ୍ଜୁର ସ୍ପର୍ଶ 

ଗୁଣ୍ଡିଚା ଯାତ 

ବଡ଼ଦାଣ୍ଡ ମୁଖର 

ଦୁଃଖି, ରଙ୍କି ଆତୁର ।


୧୨)

ବାହୁଡ଼ା ଯାତ

କର୍ତ୍ତବ୍ୟର ଆହ୍ୱାନ 

ବଡ଼ ଦେଉଳ 

ଗତାନୁଗତିକ ସେ 

ହିସାବ ନିକାଶର ।


~ ମନୀଷା ମିଶ୍ର 


୧୩)

ବଡ଼ ଦେଉଳ 

ବଡ଼ ତା' ଚକାଆଖି 

ବଡ଼ ଯେ ଦାଣ୍ଡ 

ରତ୍ନ ବେଦୀରେ ବିଜେ 

ସେଇ ତିନି ଠାକୁର ।


୧୪)

ଦୂର ଦିଗନ୍ତ 

ଭକ୍ତର ଭଗବାନ 

ଦୃଷ୍ଟି ନିବଦ୍ଧ 

ପରମ ଭାବଗ୍ରାହୀ 

ଦୀନବନ୍ଧୁ ନାଗର ।


~ ରମାକାନ୍ତ ସତପଥି


୧୫)

ଆଖି ରେ ସ୍ବପ୍ନ 

ଅନେକ ଅସୁମାରୀ 

ରଙ୍ଗୀନ ଛବି 

ଲହଡି ମାରେ ସେଠି 

ସେ ନିତି ପ୍ରତିଦିନ  ।


~ ରତ୍ନ ପ୍ରଭା ସିଂ


୧୬)

କ୍ଷମା ସାଗର

ବାରେ କରୁଣା କର

ବିନତୀ ଘେନ

ଡାକୁଛି ଆତୁରେ ମୁଁ

ଦୁଃଖୀ ଗୁହାରି ଶୁଣ ।


୧୭)

ବନ ସପ୍ତାହ

କର ବୃକ୍ଷ ରୋପଣ

ବିଶ୍ଵ ମଙ୍ଗଳ

ହସିବ ଧରଣୀ ମା

ସବୁଜିମା କୋଳରେ ।


୧୮)

ଉଦ୍ୟାନ କୃଷି

ସଜ ପନିପରିବା

ତୋଳିବା ନିତି

ପରିବେଶ ମଙ୍ଗଳ

ଧ୍ୟାନ ଦିଅ ସକଳ ।


୧୯)

ଜଗତନାଥ

ହୋଇବ ରଥଯାତ୍ରା

ବିନା ଭକ୍ତରେ

ବଡ଼ଦେଉଳେ ବସି

ଇଏ କି ଲୀଳା ତୋର ?


୨୦)

ତୋର ମହିମା

କିମ୍ପା ହୋଇଲା ଉଣା

ଜୀବ ସକଳ

ହେଲେଣି କଲବଲ

ବାରେ ସୁଦୟା କର ।


୨୧)

ବେଳକୁ ବେଳ

କରୋନା ପ୍ରାଦୁର୍ଭାବ

ହୁଏ ପ୍ରବଳ

ଜୀବନ ଟଳମଳ

ସଂକଟମୟ ବିଶ୍ଵ ।


୨୨)

ଅପରାଜିତା

ଧଳା ନୀଳ ରଙ୍ଗର

ମାଡେ ବାଡ଼ରେ

ଲାଗେ ଶମ୍ଭୁ ଶିରରେ

ଶନିଦେବ  ପୂଜା ରେ ।


~ ବାସନ୍ତୀ ଦେଈ


୨୩)

ରାତିର ସ୍ୱପ୍ନ 

ପୂରଣ ହୁଏନାହିଁ

ଦିନର ସ୍ଵପ୍ନ

ପୂରଣ ହେବାଯାଏ

ଶୋଇ ତ ଦିଏ ନାହିଁ ।


୨୪)

ଆଖିର ଭାଷା

ଆଖିରେ ରହିଯାଏ

ପଢ଼ିବା ଲୋକ

ଯଦି ମିଳିବେ ନାହିଁ

ଲୁହରେ ଲିଭିଯାଏ ।


~ ଜୟରାମ ସାହୁ

☆☆☆☆☆☆☆☆☆☆

शुक्रवार, 2 जुलाई 2021

~ ODIA TANKA POEMS - 2 ~

ସାରସ୍ୱତ TANKA/ତାଂକା କାବ୍ୟ ଯାତ୍ରା

୧)

ମଧୁ ମହକ 

ନିତି ତୁମକୁ ଝୁରେ

ମନରେ କୋହ 

ଆସ ସ୍ୱପ୍ନରେ ତୁମେ

ବୁହେ ଆଖିରୁ ଲୁହ ।


~ ପ୍ରଦୀପ କୁମାର ଦାଶ


୨)

ଶାନ୍ତ ଚଢ଼େଇ

ନିଜ ନୀଡ଼ ଭିତରେ

ଅନାଇ ରହେ 

ଆସିବ କି ସୁଦିନ

ଚାହିଁଛି ଅପେକ୍ଷାରେ ।


୩)

ଆଧୁନିକତା

ଶିଖେଇ ଦେଇଛି ତ

ନିଜ ସଂସ୍କୃତି

ଭୁଲି ଯିବା ପାଇଁକି

ଜୀବନ ଜୀଇଁବାରେ ।


୪)

ଅମା ଅନ୍ଧାରେ

ଜହ୍ନ ହେଇ ଯାଉନ

ଖୋଜୁଥିବି ମୁଁ

ତାରାଙ୍କର ଗହଣେ

ଜୀବନ ଥିବା ଯାଏଁ ।


~ ରାଜେଶ କୁମାର ମୁଣ୍ଡ


୫)

ନିଃଶବ୍ଦ ରାତି

ପାହି ପାହି ଯାଏରେ

ଛାତିରେ ଦେଖ

ବିରହ'ର ପ୍ରଦୀପ

ଦାଉ ଦାଉ ଜଳେରେ ।


~ ପ୍ରତିମା ମେହେର


୬)

କର କପାଳେ

ବିହି ଦେଇଛି ଲେଖି

ଭାଗ୍ଯ ମୋହରି

ମନକୁ ଦେଇ ଜାଳି 

ଜଳିବି ଦୀପ ଭଳି ।


୭)

ଆଷାଢୀ  କନ୍ୟା 

ମୌସୁମୀ ସହ ଆସି

ରଚଇ ବନ୍ଯା

ଭାସିଯାଏ ଜୀବନ

ଆଶା ଆଉ ସପନ ।


~ ସମିତା ସ୍ବାଇଁ


୮)

ହୃଦ କନ୍ଦର

ଗୁପ୍ତ ଅଂଚଳ ଦେଇ 

ବାପା ଙ୍କ ଲୁହ

ଚଳଇ ଭେଦି ଭେଦି 

ପାରେନା ଦେଖି କେହି ।


~ ରଞ୍ଜନ ଜେନା


୯)

କେତେ ଯେ ସ୍ମୃତି

କଳ୍ପନା ଜୀବନର

ପ୍ରେମାନୁଭବେ 

ପ୍ରତ୍ୟୟ କରିହୁଏ

ବାଲିକଣାରେ ବିଶ୍ୱ ।


୧୦)

ତୁମେ ଛୁଇଁଲେ

ସୁକୁମାର ଯେ ଫୁଲ

ଶୀତଳେ ଜହ୍ନ

ଦେହେ ବିଜୁଳି ଖେଳେ

ସୂର୍ଯ୍ୟ ଚନ୍ଦ୍ର ତାରାର ।


~ ଲିଙ୍ଗରାଜ ପାତ୍ର


୧୧)

ଜୀବନ ଯୁଦ୍ଧ

ଅହରହ ଲଢିକି

ବଞ୍ଚିବା ହୁଏ

ଖସିପଡେ ତଳରେ

ପୁଣି ଉଠେ ସତରେ ।


~ ଡମ୍ବରୁଧର ବାଗ


୧୨)

ଝିଅ ଯେ ପର

ବାପଘର ନିଜର 

ନା ଶାଶୂଘର 

ମଝିରେ  ପେଷି ହୁଏ 

ଜୀବନ  ହାହୁତାସ ।


୧୩)

ମା ପରି କିଏ  

ହେଇକି ପାରିବ ସେ 

ସେନେହ ଅଜାଡି 

ରକ୍ତ ମାଂସ ନିଗାଡ଼ି 

ସନ୍ତାନ କୁ ବଢ଼େଇ ।


~ ରତ୍ନ ପ୍ରଭା ସିଂ


୧୪)

ଗ୍ୟାରେଣ୍ଟି ହାର

ପାର୍ଟିରେ ବ୍ୟବହାର

ଚୋରର ଡର

ବେକେ ରହିବ ନାହିଁ

ନିର୍ଭୟରେ ବିଚର ।


୧୫)

ବୃକ୍ଷ ରୋପଣ

ପରିବେଶ ରକ୍ଷଣ

ପ୍ରାଣ ପବନ

କରଇ ସେ ପ୍ରଦାନ

ସୁରକ୍ଷିତ ଜୀବନ ।


~ ଜୟରାମ ସାହୁ


୧୬)

ସମୟ ଚକ୍ର 

ନିସ୍ତବ୍ଧ ସେ ନିହାଣ 

ଭାବ, ଆବେଗ 

ବିବର୍ଣ୍ଣ ପ୍ରତିମୂର୍ତ୍ତି 

ରୁକ୍ଷ, କର୍କଶ ସାର ।


୧୭)

ସମୟ ସ୍ରୋତ 

ଲୁପ୍ତ କୀର୍ତ୍ତି, ବୀରତ୍ବ

ସମ୍ରାଟ ହସ

ନୀରବ ସେ ଘୁଙ୍ଗୁର 

ଧ୍ୱସ୍ତ ରାଜପ୍ରାସାଦ ।


୧୮)

ନିଶିଗନ୍ଧା ସେ 

ମୃଦୁମନ୍ଦ ସୁଗନ୍ଧ 

କୃଷ୍ଣ କବରୀ 

ଦୋଦୁଲ୍ୟମାନ କଟୀ 

ରଜନୀର କାମିନୀ ।


୧୯)

ସୁନେଲି ସ୍ୱପ୍ନ 

ମୁଖରିତ କାକଳି 

ସ୍ନିଗ୍ଧ ସମୀର 

ସୀମନ୍ତିନୀର ହସ

ଅସ୍ତମିତ ଗୋଧୂଳି ।


୨୦)

ଅମ୍ବୁଦ ଧାରା

କର୍ଦ୍ଦମାକ୍ତ ଶରୀର

ବୁଦ୍'ବୁଦ୍ ଜୀବନ 

କ୍ଷଣିକର ଆବେଗ 

ବାସ୍ତବତାର ଧ୍ୱନୀ ।


୨୧)

ନିଃସଙ୍ଗ ପାନ୍ଥ 

ପାନ୍ଥଶାଳାର ରାତ୍ରୀ

ଅସୀମ ପଥ 

ଦିଗ୍'ବଳୟର ଦୃଷ୍ଟି 

କମ୍ପିତ ପଦକ୍ଷେପ ।


୨୨)

ଗଛର ଛାଇ 

ପଥଶ୍ରାନ୍ତ ପଥିକ 

ଘର୍ମାକ୍ତ ଦେହ 

କ୍ଷୁଧାର ଆର୍ତ୍ତନାଦ

ନିମିଳିତ ନୟନ । 


~ ମନୀଷା ମିଶ୍ର


୨୩)

ବିରସ ମନ 

ଅଜଣା ସ୍ୱପ୍ନରାଜ୍ୟ 

ରାଜକୁମାର 

ପକ୍ଷୀରାଜ ଘୋଟକ 

ସ୍ୱପ୍ନର ହୁଏ ଭଙ୍ଗ ।


୨୪)

ମଦିରାଗନ୍ଧ 

ଗୋଲାପର ଚୁମ୍ବନ 

ସୁର ଝଙ୍କାର 

ନୁପୁରର ନିକ୍ୱଣ 

କାମନା ଜର୍ଜରିତ ।


୨୫)

ମୃଗ ନୟନୀ 

ନୃତ୍ୟରତ ନୟନ 

ଲହଡ଼ି ଭାଙ୍ଗେ 

ମାଦକ ମୃଦୁ ସ୍ପର୍ଶ 

ପ୍ରକମ୍ପିତ ବିମ୍ବୋଷ୍ଠ ।


୨୬)

ସଲଜ୍ଜ ଆଖି 

ସୌନ୍ଦର୍ଯ୍ୟ ପ୍ରତିମୂର୍ତ୍ତି 

ଶଂଖ ମର୍ମର

ଚିବୁକେ ତିଳଚିହ୍ନ 

ଶିଳ୍ପୀର ଅଭିବ୍ୟକ୍ତି ।


୨୭)

ତୀର୍ଯକ୍ କଟାକ୍ଷ 

ଅଳସୀ ମଦାଳସା 

ମୁକ୍ତ ଗବାକ୍ଷ 

ଉନ୍ମୁକ୍ତ କେଶରାଶି 

ମଦମତ୍ତ ଶରୀର 


୨୮)

ଉର୍ବଶୀ ଛନ୍ଦ 

ରମ୍ଭା ରୁପଲାବଣ୍ୟ 

ମେନକା ହସ 

ଛନ୍ଦାୟିତ ତରଙ୍ଗ 

ଗୁଞ୍ଜରିତ କାନନ ।


~ ରମାକାନ୍ତ ସତପଥି

☆☆☆☆☆☆☆☆☆☆

हाइकुकार श्रवण चोरनेले श्रवण जी के हाइकु

~ हाइकुकार ~

श्रवण चोरनेले श्रवण 

 ~ हाइकु ~

सांझ की बेला


~ 1 ~

सांझ की बेला

गगन अलबेला

मन अकेला ।


~ 2 ~

एक कहानी

गाय  उड़ाती धूल

शाम सुहानी ।


~ 3 ~

उड़ती धूर

धुंधलाया गगन

गाय के खुर ।


~ 4 ~

सांझ की लाली

छोटा सा ठहराव

लौटे मवाली ।


~ 5 ~

खुशियाँ लाती

मवेशियों की वाणी

कल्याण गाती ।


~ 6 ~

मन मीत के

गाते हैं हर शाम

गीत प्रीत के ।


~ 7 ~

एक कतार

पंछियों की वापसी

नीड़ के द्वार ।


~ 8 ~

अंबर स्याही

छुप जाये सूरज

लौटते राही ।


~ 9 ~

चौरा तुलसी

दीप जले स्नेह के

गाये आरती ।


~ 10 ~

कभी न थके

अपने अपने नीड़

पहुँच चुके ।


~ 11 ~

संध्या समय 

गाये जाते हैं  राग

कल्याण ठाट ।

----00----


□  श्रवण चोरनेले 'श्रवण'

रायपुर (छत्तीसगढ़)

गुरुवार, 1 जुलाई 2021

~•~ ODIA TANKA POEMS - 1 ~•~

ସାରସ୍ୱତ "Tanka/ତାଂକା" କାବ୍ୟ ଯାତ୍ରା

୧)

ମନ ଗ୍ୟାଲେରୀ

ଅଛ ହୃଦ ଭିତରେ

ତୁମେ ରୂପସୀ

କିପରି ଭୁଲିବି ମୁଁ 

ତୁମ ଅଭୁଲା ସ୍ମୃତି ।


~ ପ୍ରଦୀପ କୁମାର ଦାଶ


୨)

ରୂପସୀ କନ୍ୟା

ଓଠରେ ମଧୁ ବନ୍ୟା

ଓଦା ପଣତ

ଆଖି ମୃଦୁ ଝରଣା

ସନ୍ୟାସୀ ଧ୍ୟାନ ଭଗ୍ନା ।


୩)

ମନ ମୋ ସିକ୍ତ

ତୁମର ବିଚ୍ଛେଦରେ

ହୃଦୟ ରିକ୍ତ

ନିତି ଜୀଇଁ କି ମରେ

ପ୍ରୀତି ମୋ ଗାଢ଼ ରକ୍ତ ।


~ ରାଜେଶ କୁମାର ମୁଣ୍ଡ


୪)

ମନ ମଇନା

ନୀଳ ଆକାଶ ପରେ

ଡେଣା ହଲାଇ

ପ୍ରିୟା କୁ କହିବୁରେ

ରହିଛି ମୁଁ ଅନାଇ !


~ ଆଶୁତୋଷ ମେହେର


୫)

ତୋ ଭିତରେ ମୁଁ

ରହିଛି ରହିଥିବି 

ସବୁ ଜନ୍ମରେ

ଜହ୍ନ ତାରା ମେଳରେ 

କରିବା ଘରଟେରେ ।


~ ପ୍ରତିମା ମେହେର


୬)

ସ୍ନିଗ୍ଧ ଜୋଛନା 

ମହାନଦୀର ବକ୍ଷେ 

ଅଭୂଲା ସ୍ମୃତି 

ତନ୍ଦ୍ରାହୀନ ନୟନ 

କାହିଁ ସେ ସିହରଣ ।


୭)

ତମସା ତୀରେ 

ନାହିଁତ କୁଜ୍ଝଟିକା 

ଲୁପ୍ତ ସେ ଧାରା 

ନିସ୍ତବ୍ଧ ନିକାଞ୍ଚନ 

ଅଫେରା ଇତିହାସ ।


୮)

ଉନ୍ନତ ନାଶା 

କୁଞ୍ଚିତ କେଶରାଶି 

ମୃଗ ନୟନୀ 

କାହିଁ ସେ ପ୍ରିୟତମା 

ଅଭିମାନେ ମଉନ ।


~ ରମାକାନ୍ତ ସତପଥି 


୯)

ମହୁଆ ବାସ୍ନା 

ରାତ୍ରୀର ନିର୍ଜନତା 

ସୁନେଲି ସ୍ୱପ୍ନେ 

ହଜିଯାଏ ହୃଦୟ

ପୁଳକିତ ଶରୀର ।


୧୦)

ଜହ୍ନ ହସୁଛି 

ଛନ୍ଦାୟିତ ଶରୀର 

ମହୁଆ ବାସ୍ନା 

ଅତୀତ ପୃଷ୍ଠାତଳେ 

ଆତ୍ମ ବିଭୋର ମନ ।


୧୧)

ନିର୍ଜନ ରାତ୍ରୀ

ଉନ୍ମୁକ୍ତ ବାତାୟନ 

ଦୃଷ୍ଟି ନିବଦ୍ଧ 

ସୁଦୂର ଦିଗ୍'ବଳୟ 

ଅକୁହା ମନ ବ୍ୟଥା ।


~ ମନୀଷା ମିଶ୍ର


୧୨)

ଆରେ ଫଗୁଣ 

ମନ କୁ କଲୁ ଚୋରି 

କଲୁ କୁହୁକ 

ମଳୟ କହେ  କାନେ 

ଚୁପି ଚୁପିକି ଆସି ।


~ ରତ୍ନ ପ୍ରଭା ସିଂ


୧୩)

ମନ ଚଢେଇ

ଉଡିଗଲୁ କାହିଁକି 

ଭାବ ଲଗେଇ, 

କେମିତି ରହିବି ମୁଁ'

ତୋ'ଠୁ ଅଲଗା ହୋଇ ।


୧୪)

ସେଦିନ ପ୍ରିୟା 

ଆକାଶରେ ନ,ଥିଲା

ତାରା କି'ଜହ୍ନ, 

ଖାଲି ତୁମେ ଆଉ ମୁଁ'

ମୋ ଗାଢ ଆଲିଙ୍ଗନ।


~ ସମିତା ସ୍ବାଇଁ


୧୫)

ଝଡି ବରଷା

ନଈ ଲଂଘିଲା କୂଳ

ଯିବାକୁ ହେବ

ରାତି ଟା ଘନେଇଲା

ବିପଦ ଆସିଲା ମାଡ଼ି ।


୧୬)

ଅତୀତ ସ୍ମୃତି

ଭୁଲିଛି କିଏ କେବେ

ଜୀବନ ଗୀତି

ଉଜ୍ଜୀବିତ ହୋଇଲେ

ଦେହ ଯାଏ ଶିହରି ।


~ ଡମ୍ବରୁଧର ବାଗ


୧୭)

ଶୂନ୍ୟ ପୁରୁଷ

ନିର୍ଗୁଣ ନିରାକାର

ରୂପ କଳ୍ପନା

ହୃଦୟେ ସମର୍ପଣ

ଦିଏ ଭକ୍ତି କୁସୁମ ।


୧୮)

ବରଷା କାଳ

ବିରହ ବେଦନା ରେ

ଅସ୍ଥିର ମନ

ପାଶେ ମୋ ନାହିଁ ପ୍ରିୟା

ଝରେ ପ୍ରେମ ର ଫଲ୍ଗୁ ।


~ ବାସନ୍ତୀ ଦେଈ


୧୯)

ଚାନ୍ଦିନୀ ରାତି

ମିଟି ମିଟି ତାରକା

ପ୍ରିୟା ଲୋ ମୋର

ଭିଜିବା ତନ୍ଦ୍ରାଲୋକେ

ମଧୁଝରା ଲଗନେ ।


୨୦)

ପ୍ରେମଟା ସିନା

ଅଢେଇ ଅକ୍ଷର ସେ

ମିଠା ବାସ୍ନାରେ

ଝରା ଫଗୁଣ ମହକେ

ଭରେସେ ପ୍ରୀତି ଫଲ୍ଗୁ ।


୨୧)

ମେଘ ସବାରୀ

ଆସିଛି ଶ୍ରାବଣୀ ତ

ରାଗ ମହ୍ଲାରେ

ଝିପି ଝିପି ବର୍ଷା ରେ

ଆମ ଗାଆଁ କୁ ପରା ।


୨୨)

ରଜନୀଗନ୍ଧା

ଫୁଲର ରାଣୀ ତୁଲୋ

ମହକ ଭରା

ଉନ୍ମୁକ୍ତ କବରୀ ରେ

ସଜାଏ ପ୍ରିୟା ମୋର ।


୨୩)

କିଏ ମାଖିଲା

ତୋ ଦେହେ ସପ୍ତରଙ୍ଗ

ଇନ୍ଦ୍ରଧନୁ ତୁ

କାହା ତୂଳୀ ସ୍ପର୍ଶରେ

ଜୀବନ୍ତ ଦିଶୁ ତୁହି ।


୨୪)

ନୀଳ ତରଙ୍ଗ

ଘନ ଜଳ ରାଶିରେ

ବୋଇତ ମେଲି

ସାତ ଦରିଆ ପାରେ

ସାଧବ ପୁଅ ଯାଏ ।


୨୫)

ସାଧବ ବୋହୁ

ନାଲି ଟୁକୁ ଟୁକୁ ତୁ

ଶ୍ୟାମଳ ଘାସେ

ଝଡି ବର୍ଷାର ସାଥେ

ଓଢଣୀ ଟାଣି ମୁଣ୍ଡେ ।


୨୬)

ଭରା କଦମ୍ବ

ବାସ୍ନାୟିତ ଧରଣୀ

ପ୍ରାଣ ଓ ମନ

ପୁଲକିତ ହୁଏରେ

ଆଦ୍ୟ ଆଷାଢ ବର୍ଷା ।


୨୭)

ଗାଆଁରେ ମୋର

ସକାଳ ସୂର୍ଯ୍ୟ ଉଏଁ

କିରଣ ବୁଣି

ଅଳସ ଡେଣାକୁ ଝାଡି

ପକ୍ଷୀ ଯାଆନ୍ତି ଉଡି ।


୨୮)

ଜନ୍ମଭୂମି  ମୋ

ସ୍ଵର୍ଣ୍ଣମୟୀ ମାଆଟି

ସକଳ ପ୍ରାଣେ

ଶାନ୍ତି ମୈତ୍ରୀ ବାରତା

ନିଇତି ଏଠି ବୁଣେ ।


୨୯)

ଦୂର ଦିଗନ୍ତ

ସମୁଦ୍ର ଓ ଆକାଶ

ଏକାକାର ସେ

ଘନ କୁଜ୍ଝଟୀକା ରେ

ନିସ୍ତବ୍ଧ ଇଲାକା ସେ ।


୩୦)

ନୀଳ ଶଇଳେ

ନୀଳ ସିନ୍ଧୁ ର ତୀରେ

ନୀଳ ଗଗନେ

ନୀଳ ଚକ୍ର ବାନା ତୋ

ଉଡଇ ଫରଫର ।


୩୧)

ଅତୀତ ସ୍ମୃତି

ବାରବାଟୀ ଦୁର୍ଗ ସେ

ଚାରୁ ଉତ୍କଳେ

ଗର୍ବ ଗୌରବ ଆଣି

ମୁକସାକ୍ଷୀ ଅଟଇ ।


୩୨)

ପ୍ରିୟା ଲୋ ମୋର

ଜହ୍ନରେ ତୋଳିବି ତ

ଏକ ନଅର

ସାଜିବୁ ରାଣୀ ତୁଲୋ

ମୁଁ ସାଜିବି ତୋ ରାଜା ।


୩୩)

ଆଦ୍ୟ ଆଷାଢେ

ଭିଜା ମାଟିର ବାସ୍ନା

ପ୍ରାଣ ମନରେ

ଆକୁଳ ଭରା ତୃଷ୍ଣା

ଜୀବ ଜଗତ ପ୍ରାୟେ ।


~ ଦମୟନ୍ତୀ ରଥ


୩୪)

ମୋ ପ୍ରାଣପ୍ରୀୟା

ହସ ତା ମନଲୋଭା

ହୃଦୟ ଛୁଆଁ

ମନ ମୋ ଝୁରିମରେ

ସେଇ ହସରେ କିଆଁ ।


୩୫)

ମୋ ମାଟି ମାଆ

ତାହାରି ସାନ୍ନିଧ୍ୟରେ

ବଢଇ ଆହା

ଧନ୍ୟ ମୋର ଜୀବନ

ମୋ ପ୍ରାଣ ତା'ର ଦାନ ।


~ ସୁଧୀର କୁମାର ପଣ୍ଡା


୩୬)

ତୁମ ଆଖିରେ

ଖୋଜିଛି କେତେ ଅର୍ଥ

ପାଇନି କେବେ

ଏବେ ଅର୍ଥ ପାଇଛି

ଯା' ଅନର୍ଥର ମୂଳ ।


୩୭)

ମଝି ଆକାଶେ

ଉଡାଣଖୋର ପକ୍ଷୀ

ସେ କେଉଁ ଜାଣେ

ମାଟି ନା ଆକାଶର

ଉଡିବା ଯେ ତା ଧର୍ମ ।


~ ଲିଙ୍ଗରାଜ ପାତ୍ର


୩୮)

ନିରବୀ ଯାଏ

କେତେ ଆପଣା ସ୍ୱର

ମୃତ୍ୟୁର ଭୟ 

ବିସ୍ତାରେ ତାର କାୟା

ଆସଇ ଯେବେ ଜ୍ୱର ।


~ ରଞ୍ଜନ ଜେନା


୩୯)

କାଳିଆ ସୁନା

ଆସୁଛି ରଥଯାତ୍ରା

ବୁଣିବି ପାଟ

ଗୁନ୍ଥିଵି ଟାହିଆ ଟେ

ଦେଇ ଭକ୍ତି ସୁମନ ।


୪୦)

ଭାବ ଭକ୍ତି ରେ

ଦର୍ଶନ ଦେବୁ ମୋତେ

କଳା କାଞ୍ଚନ

ଲାଗେନା ମୋତେ ଭଲ

ବିନା ତୋ ଦରଶନ ।


୪୧)

ପରଜାପତି

ଫୁଲ ରୁ ଫୁଲ ଉଡେ

ତରକା ଅତି

ଦେଇ ଓଠେ ଚୁମ୍ବନ

କରଇ ମଧୁ ପାନ ।


~ ବାସନ୍ତୀ ଦେଈ


୪୨)

ଜଗତନାଥ

ପଦ୍ମପାଦେ ତୁମ୍ଭର

ଆନନ ନତ

କୃପା କଟାକ୍ଷ ତୁମ

ରହିଥାଉ ଅନନ୍ତ ।


୪୩)

ପ୍ରକୃତି ରାଣୀ

ରୂପେ ମୋହିତ ମୁଁ ଯେ

କରିଛ ଗୁଣି

ହଜିଯାଏ ତୁମଠି

ପାରେନାହିଁ ମୁଁ ଜାଣି ।


୪୪)

ପ୍ରୀତିର ରସ

ମଧୁଠୁ ମଧୁର ଯା'

ସତେ ପୀୟୁଷ

ଜୀବ ଗଣ ସର୍ବେ ଯା'

ପାଖେ ହୁଅନ୍ତି ବଶ ।


୪୫)

ପ୍ରିୟ ଗୋ ପ୍ରିୟ

ତୁମ ପ୍ରୀତି ପରଶ

ଟିକିଏ ଦିଅ

ଏଇ ମଧୁ ଲଗନେ

ଛାଡି ଜମା ନ ଯାଅ ।


୪୬)

ଜୋଛନାରାଣୀ

କେତେ ପରଶୁଛ ଗୋ

ପୀରତି ପାଣି

ରାତ୍ରୀରେ ରଚ ରାସ

ସତେ ଭାରି ସିହାଣୀ ।


୪୭)

ଉଷା ଗୋ ଉଷା

ତୁମ ଆଗମନରେ

ବିଗତ ନିଶା

କର୍ମ ପ୍ରେରଣାର

ଜାଗେ ନବପ୍ରତ୍ୟାଶା ।


~ ଚିନ୍ମୟୀ ସାହୁ


୪୮)

ଆସିଛି ବର୍ଷା

ଖେତକୁ ଯାଏ ଚଷା

ଲଙ୍ଗଳ ସଜା

ବେଙ୍ଗ ବେଙ୍ଗୁଲି ବାହା

ଆକାଶେ ବାଜେ ବାଜା ।


୪୯)

ଜୀବନ ଦୀପ

ଦପ ଦପ କରୁଛି

କେଜାଣି କେବେ

ତାହା ଯିବଟି ଲିଭି

ପ୍ରଭୁ ଶରଣେ ଯିବି ।


~ ଜୟରାମ ସାହୁ

☆☆☆☆☆☆☆☆☆☆

MOST POPULAR POST IN MONTH