हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

रविवार, 4 जुलाई 2021

~ ODIA TANKA POEM'S - 4 ~

~ ସାରସ୍ୱତ TANKA/ତାଂକା କାବ୍ୟ ଯାତ୍ରା - ୪ ~


୧)

ପ୍ରେମ ପଥିକ 

ଓଠରେ ମିଛ ହସ

ମନରେ କୋହ

ଅବେଳେ ବୋହିଯାଏ

ଆଖିରୁ ଲୁହ ଝର ।


~ ପ୍ରଦୀପ କୁମାର ଦାଶ


୨)

ଅନ୍ଧ ନଈର 

ଉଜାଣି ଢେଉରେ ମୁଁ

ଅକାତ ପାଣି

ଆହୁଲା ମାରଇ ତୁ

ପାରିବୁ କି ପହଂଚି ।


~ ରାଜେଶ କୁମାର ମୁଣ୍ଡ


୩)

ସକାଳ ବେଳା

ପ୍ରକୃତି ଅନୁପମ

ସେଇ ବେଳାରେ

ଅନେକ କାର୍ଯ୍ୟଧାରା

ସଫଳ ଓ ସୁଗମ ।


~ ସୁଧୀର କୁମାର ପଣ୍ଡା


୪)

ଲୁହର ଧାର

ବିଖଣ୍ଡିତ ହୃଦୟ

ମନ ଅସ୍ଥିର 

ଅବଦମିତ କୋହ 

ଝଡ଼ର ପୂର୍ବାଭାଷ ।


୫)

ଅବ୍ୟକ୍ତ କୋହ

ପ୍ରତାଡ଼ନାର ଖଡ୍ଗ 

ରକ୍ତାକ୍ତ ହୃଦ 

ହିମାଚ୍ଛନ୍ନ ଲୋତକ 

ବେଦନା ଜର୍ଜରିତ ।


୬)

ପ୍ରିୟାର ହସ

ଶାଣିତ ଠୁଁ ତୀକ୍ଷ୍ଣ 

ବିଦୀର୍ଣ୍ଣ ମନ 

ଛିନ୍ନ ଭିନ୍ନ ହୃଦୟ

ଲୁହ, ଲହୁର ବନ୍ୟା ।


~ ରମାକାନ୍ତ ସତପଥି 


୭)

ନଈର ଧାର

ଅଙ୍କାବଙ୍କା ପଥରେ

ଯାଉଛି ବହି

ମୀନ ମକର ଆଦି

ଜୀବ ନେଇ ସାଥିରେ ।


~ ଜୟରାମ ସାହୁ


୮)

ଶୁଭ ସକାଳ 

ହେ ମୋର ବିଶ୍ୱବାସୀ !

ସ୍ୱଚ୍ଛ ନିର୍ମଳ 

ହୃଦୟେ ବିରାଜଇ

ଝରଣା କଳ କଳ ।


~ ପ୍ରତିମା ମେହେର


୯)

କଳା ଭଅଁର

ଚୂପିଚୂପିକା ଆସି

ମୋ କାନେ କହେ

ମନ ଉପବନରେ

କରିବାକୁ ଘରଟେ ।


୧୦)

ମୃଦୁ ମଳୟ

ଚଉଦିଗ ମହକେ

ଫୁଲ ସୁଵାସେ

ତନୁ ମନ ଶିହରେ

କୋଇଲି କୁହୁତାନେ ।


୧୧)

ପିଲାଙ୍କ ମେଳ

ବରଗଛ ଓହଳେ

ଦୋଳି ଖେଳରେ

କଵାଡି ବୋହୂ ଚୋରି

ମନଟା କିରିକରି ।


୧୨)

ଗ୍ରାମ ଦେବତୀ

ଗାଁ ଲଳନା  ପୂଜେ

ଶୁଭ ମନାସି

ଖୋଜେ ମନମଣିଷ

ମାଗେ ମାଆ ଆଶିଷ ।


୧୩)

ଉଷା ପାହାନ୍ତି

ଗାଁ ପୋଖରୀ ତୁଠରେ

ନବବଧୂର

ରୁଣୁଝୁଣୁ ପାଉଁଜି

ମନଟା ଆନମନା ।


~ ବାସନ୍ତୀ ଦେଈ


୧୪)

ଆଦ୍ଯ ଆଷାଢେ

ଅମୃତ ଧାରା ହୋଇ 

ବର୍ଷା ଝରିଲେ

ଭିଜି ଯାଏ ଧରଣୀ 

ମାଟି ବି' ଆନମନା ।


୧୫)

ନଭ ମଣ୍ଡଳ 

ଅସ୍ତାଚଳ ସବିତା 

ରକ୍ତିମ ଆଭା 

ମଗ୍ନ ଗୋଧୂଳି ବେଳ

ଭାରି ଦିଶଇ ଶୋଭା ।


୧୬)

ଆଖି ଲୁହରେ 

ଭିଜିଯାଏ ପଣତ 

ଅକୁହା କଥା 

ବଢିଯାଏ  ସ୍ପନ୍ଦନ 

ଶୂନ୍ୟ ଲାଗେ ଜୀବନ ।


୧୭)

ଅସ୍ଥିର ମନ

ଚଳ ଚଞ୍ଚଳ ପାଦ

ସତେ' ଯେମିତି 

ଡେଇଁବ ସବୁ ସୀମା 

ଭିନ୍ନ ଆକର୍ଷଣ ରେ ।


୧୮)

ଯାଯାବର ର 

ନ'ଥାଏ ଜାତି ଗୋତ୍ର 

ନା ସରହଦ 

ଏଠି, ସେଠି, ସବୁଠି

ଜୀବନ କଷୁଥାଏ ।


~ ସମିତା ସ୍ବାଇଁ 


୧୯)

ଝର୍କା ଏପାରି

ସ୍ମୃତିର ସମାହାର

ଝର୍କା ସେପାରି

ଶବ୍ଦଙ୍କ ମଧୁବନ

କାବ୍ୟିକ ସନ୍ତୁଳନ ।


~ ରାଜେଶ କୁମାର ମୁଣ୍ଡ


୨୦)

ମେଘ ମହ୍ଲାର

ଶ୍ରାବଣୀ ଗାଏ ଗୀତ

ଆକାଶେ ରହି

ଭିଜା ଭିଜା ବର୍ଷାରେ

ପୃଥିବୀ ଆନମନା ।


୨୧)

ସହର ଗଳି

ଆଲୋକ ର ରୋଷଣୀ

ଫୁଟ୍ ପାତ ରେ

ନଭ ଚାନ୍ଦୁଆ ତଳେ

ଫୁଙ୍ଗୁଳା ଜୀବନ ସେ ।


୨୨)

ଶିଶୁ କନ୍ୟାଟି

ଅବହେଳିତ ସଦା

ମା'ର ଗର୍ଭରୁ

କେଉଁ ନାଳିଆ ତଳୁ

ଅଥବା ଡଷ୍ଟବିନ୍ ରୁ ।


୨୩)

ଗୋଧୂଳି ବେଳା

ଅସ୍ତଗାମୀ ସୂରୁଜ

ମନୋରମ ସେ

ନୀଡ ଫେରନ୍ତା ପକ୍ଷୀ

ଗୋଠ ବାହୁଡା ଗୋରୁ ।


୨୪)

ସୀମାନ୍ତ ରକ୍ଷୀ

କ୍ଷଣ କ୍ଷଣକେ ଭୟ

ଗୁଳି ବନ୍ଧୁକ

ସନ୍ତ୍ରାସବାଦୀ ହାତେ

ମୃତ୍ୟୁର ବିଭୀଷିକା ।


୨୫)

ମୋ ମାତୃଭାଷା

ସବୁଠାରୁ ମହାନ

ଗଳ୍ପ କବିତା

ଉପନ୍ୟାସ ଛାନ୍ଦ ରେ

ରସ ମାଧୁର୍ଯ୍ୟ ଭରା ।


୨୬)

ଘନ ବନାନୀ

ବିଜୁଳି ର ଚମକ

କଳା ମେଘରେ

ନୃତ୍ୟରତା ମୟୁର

ସୁନ୍ଦର ଶୋଭାରାଜି ।


୨୭)

ଜନ୍ମଭୂମି ମୋ

ସ୍ଵର୍ଗଠୁ ଗରିୟସୀ

କଳା ଭାସ୍କର୍ଯ୍ୟେ

ଅକ୍ଷୟ ଯାର କୀର୍ତ୍ତି

ଗାଉଛି ଇତିହାସ ।


୨୮)

ଯୌତୁକ ଜୁଇ

ଲୁହ ଭିଜେ ଆଖିରେ

ମନ ର କୋହ

କହି ସହି ହୁଏନି

ଆତ୍ମହତ୍ୟା ର ରୂପ ।


୨୯)

ନବ କଳିକା

ଆଗାମୀ ଭବିଷ୍ୟତ

ସମୃଦ୍ଧ ଦେଶ

ସ୍ଵାସ୍ଥ୍ୟ ଶିକ୍ଷାର ଯତ୍ନ

କୁନି କୁନି ପିଲାଏ ।


~ ଦମୟନ୍ତୀ ରଥ


୩୦)

ଅଦୃଶ୍ୟ ଶକ୍ତି

ଟାଣି ନିଏ ଜୀବନ

ବିଶ୍ଵ ଚିନ୍ତିତ

ଅକାଳେ ଯାଏ ନର

ଦୁଃଖ ଦେଇ ଅଶେଷ ।


~ ଡମ୍ବରୁଧର ବାଗ


୩୧)

ଅୟୁତ ଭିଡ 

ତଥାପି ନିଃସଙ୍ଗତା

ମଣିଷ ଭାଗ୍ୟ

ଦିଗବଳୟ ପାରେ

କେ ଜଣେ ସ୍ବପ୍ନ ବୁଣେ ।


୩୨)

ନିସୁନରାତି

ଏ କାହା ସ୍ୱର ଶୁଭେ

ତୁମେ ଜାଣ କି ?

ଶୁଭ୍ର ଜୋଛନା ଓଢ଼ି

ଏ ଯେ ବେସୁରା ଜହ୍ନ ।


~ ଲିଙ୍ଗରାଜ ପାତ୍ର

☆☆☆☆☆☆☆☆☆☆

कोई टिप्पणी नहीं:

एक टिप्पणी भेजें

MOST POPULAR POST IN MONTH