हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

शनिवार, 10 जुलाई 2021

ODIA TANKA POEM'S ~10

ସାରସ୍ୱତ TANKA/ତାଂକା କାବ୍ୟ ଯାତ୍ରା  - ୧୦

୧)

ଗାଆଁର ଦାଣ୍ଡ 

ସିମେଣ୍ଟ ଓ କଂକ୍ରିଟ

ପୁରା ଶୁଖିଲା 

ଭାସୁ ନାହିଁ ବର୍ଷାରେ 

ଏବେ କାଗଜ ଡଙ୍ଗା ।


~ ପ୍ରଦୀପ କୁମାର ଦାଶ


୨)

ସବୁ ସମାନ

ଏବର ଜୀବନରେ

ନିରାଟ ସତ୍ୟ 

ପ୍ରଜାପତି ଆୟୁଷ

ମଣିଷର ବୟସ ।


~ ରାଜେଶ କୁମାର ମୁଣ୍ଡ


୩)

ମେଘୁଆ ପାଗ

ଗରମ କପେ ଚାହା

ସତେଜ କରେ

ଏକ ସୁନ୍ଦର ଦିନ

ପ୍ରଫୁଲ୍ଲ କରେ ମନ ।


~ ସୁଧୀର କୁମାର ପଣ୍ଡା


୪)

ଶୁଭ ସକାଳ 

ମଙ୍ଗଳମୟ ହେଉ 

ସବୁଜୀବନେ 

ମନେଭରୁ ଉଲ୍ଲାସ 

ମୁଖରେ ଫୁଟୁ ହସ ।


୫)

ନବ ଯୌବନ 

ମହାପ୍ରଭୁଙ୍କ ବେଶ 

ବିନା ଭକ୍ତରେ

ହେଉଛି ଅନୁଷ୍ଠିତ

ଦିବ୍ୟ ନିତୀକାନ୍ତି ରେ ।


୬)

କର୍ପୁର ଉଡି

ଖାଲି କନା ପଡିଛି 

ସ୍ମୁତିରେ ସେ'ତ 

ଆମ ରହି ଯାଇଛି

ଉଦାହରଣ ହୋଇ ।


୭)

ଲକ୍ଷ୍ୟ ସାଧନ

ପରାକାଷ୍ଠା ସହିତ

ହୁଏ ସମ୍ଭବ 

ଅଧ୍ୟବସାୟ ବଳେ 

ଦୃଢ ମନୋବଳରେ ।


~ ସମିତା ସ୍ବାଇଁ


୮)

ଶୁଖିଲା ଭାବ 

ପରସ୍ତେ ସ୍ୱାର୍ଥପର

ସନ୍ଦେହୀ ମନ

ମୁଠା ମୁଠା ଶୂନ୍ୟତା

ବହଳେ  ସାତପର !


୯)

ସବୁରି ମନେ

ଅବିଶ୍ୱାସ ଛଳନା

ଭରି ରହିଛି

ହୁଅନ୍ତି ବାଟବଣା

ନୁହେଁ କେ ଆପଣା ।


~ ପ୍ରତିମା ମେହେର


୧୦)

ଭକ୍ତିରେ ଶକ୍ତି

ଭୟରୁ ମିଳେ ମୁକ୍ତି

ଛାଡ଼ ଆସକ୍ତି

ଶକ୍ତି ପୂଜା ନ କଲେ

ହେବ କି ଶକ୍ତିଶାଳୀ ।


୧୧)

ସୂର୍ଯ୍ୟ ମାରଇ

ରଙ୍ଗର ପିଚକାରୀ

ସଞ୍ଜ ସକାଳେ

ଆହା ! କି ମନୋହର

ହୃଦୟ କିଣି ନିଏ ।


୧୨)

ସାରା ଦିନର

ବ୍ୟଥା କଥା କହଇ

ସନ୍ଧ୍ୟା ସୁନ୍ଦରୀ

ବିରାଟ ଅନ୍ଧାରରେ

ଆଲୁଅ ଦିଏ ଦେଖା ।


~ ଶ୍ରୀରାମ ସାହୁ


୧୩)

ରାକ୍ଷସ ଅରି 

ସମୁଦ୍ରର ମନ୍ଥନ 

ବିଷ ଉଦ୍'ଗତ

ଜଗତର ଉଦ୍ଧାର 

ସ୍ୱୟଂଭୂ ନୀଳକଣ୍ଠ ।


୧୪)

ବିଷର ଜ୍ୱାଳା 

ଅସହ୍ୟ ଦାବାନଳ 

ଅପ୍ରଶମିତ 

ଭୂଜଗର ଧାରଣ 

ଗଂଗା ଅବତରଣ ।


~ ରମାକାନ୍ତ ସତପଥି


୧୫)

ପ୍ରାଚ୍ୟ ସଭ୍ୟତା 

ପିତା, ମାତା ଦେବତା 

ପ୍ରେମର ଉତ୍ସ 

ଏକାନ୍ତ ପରିବାର 

ସ୍ନେହ, ଶ୍ରଦ୍ଧାର ଫଲ୍ଗୁ ।


୧୬)

ପ୍ରାଚୀନ କାଳ 

ସୁଦୃଢ଼ ମୂଳଦୁଆ 

ପ୍ରବୃଦ୍ଧତାର 

ଜଗତର କଲ୍ୟାଣେ 

ଆତ୍ମଜ୍ଞାନରେ ପୁଷ୍ଟ ।


୧୭)

ଧନ ପ୍ରାଚୁର୍ଯ୍ୟ

ତୁଚ୍ଛ, ସେ ନିରର୍ଥକ 

କେବଳ ସ୍ନେହ 

ସୌହାର୍ଦ୍ଦ୍ୟ ଭରପୁର 

ପର ହୁଏ ନିଜର ।


୧୮)

ବିଶ୍ୱ ବରେଣ୍ୟ

ଭାଷା ଆଉ ସଂସ୍କୃତି

ଏକାତ୍ମ ବୋଧ

ଭାତୃତ୍ୱ, ଆପଣାର 

ସର୍ବେ ଭବନ୍ତୁ ସୁଖୀ ।


~ ମନୀଷା ମିଶ୍ର


୧୯)

ଜଗତନାଥ

ଦଶମୂଳ ସେବନେ

ଜ୍ୱର ରୁ ସୁସ୍ଥ

ନେତ୍ରୋତ୍ସବ ରେ ଜଗା

ନବଯୌବନ ପ୍ରାପ୍ତ ।


୨୦)

ବଡ଼ଦାଣ୍ଡ ରେ

ବ୍ୟାକୁଳ ଲଭିବାକୁ

ଜଗା ସାନ୍ନିଧ୍ୟ

ସଜ୍ଜିତ ତିନି ରଥ

ଆସୁଛି ରଥଯାତ ।


୨୧)

ରତ୍ନବେଦୀ ରୁ

ଭାଇଭଉଣୀ ସାଥେ

ବଡ଼ଦାଣ୍ଡ ରେ

କରିବେ ଘୋଷଯାତ୍ରା

ଯିବେ ମାଉସୀ ଘର ।


~ ବାସନ୍ତୀ ଦେଈ

☆☆☆☆☆☆☆☆☆☆

शुक्रवार, 9 जुलाई 2021

ODIA TANKA POEM'S ~ 9

ସାରସ୍ୱତ TANKA/ତାଂକା କାବ୍ୟ ଯାତ୍ରା  - ୯ 



୧)

ଗରଜେ ମେଘ

ବରଷେ ବିନ୍ଦୁ ଟୋପା

ହୁଏ ଧରା ସବୁଜ

ଖୁସି ହୋଇ ଗାଆନ୍ତି 

ବେଙ୍ଗ ବେଙ୍ଗୁଳୀ ଗୀତ ।


~ ପ୍ରଦୀପ କୁମାର ଦାଶ


୨)

ତମେ ଆସୁଛ

ମଳୟ କହିଯାଏ 

ସ୍ପନ୍ଦିତ ହୃଦ 

ଜହ୍ନଟା ଲୁଚି ହସେ

ଫୁଲେ ଫୁଲେ ସୁଗନ୍ଧ ।


୩)

ସ୍ପନ୍ଦନ ବଢ଼େ

କରାଘାତର ଶବ୍ଦ 

ଓଢ଼ଣା ହଜେ 

ନିମିଳିତ ନୟନ 

ଆଶା ଯେ ଅସୁମାରି ।


~ ମନୀଷା ମିଶ୍ର 


୪)

ପୃଥିବୀ ଜଳ

ଅଗ୍ନି, ବାୟୁ, ଆକାଶ

ମରଣ ଅନ୍ତେ 

ପୃଥ୍ୱୀଲୋକରେ ଲୀନ

ପଞ୍ଚଭୂତର ଶରୀର ।


୫)

ପଞ୍ଚ ଇନ୍ଦ୍ରିୟ 

ଚକ୍ଷୁ, କର୍ଣ୍ଣ, ନାସିକା

ତ୍ୱଚା ଓ ଜିହ୍ୱା 

ଅଦମ୍ୟ ନାଗଫାଶ 

ମନୁଷ୍ୟ ବଶୀଭୂତ ।


୬)

ମୁଦ୍ରା, ମୈଥୁନ 

ମଦ୍ୟ, ମତ୍ସ୍ଯ ଓ ମାଂସ

ପଞ୍ଚମକାର 

ଶୃଂଖଳ କବଳିତ 

ଭସ୍ମିଭୂତ ମାନବ ।


୭)

ମଧୁ, ଶର୍କରା

ଦୁଗ୍ଧ, ଦହି ଓ ଘୃତ

ପଞ୍ଚ ଅମୃତ

ପ୍ରାଣ ପ୍ରାଚୁର୍ଯ୍ୟଭରା

ଜୀବନର ଆଧାର ।


~ ରମାକାନ୍ତ ସତପଥି


୮)

ଧରା ବୁକୁରେ

ଆସିଛି ବର୍ଷା ରାଣୀ

ଦେଖ ଝରେରେ

ଗାଇ ମିଠା ରାଗିଣୀ

ମୌନେ ସୁର ତୋଳେରେ ।


୯)

ଆସ ଭୁଲିବା

ଭେଦଭାବ ଓ ରୋଷ

ମିଶି ଗାଇବା

ଓଠେ ଖେଳାଇ ହସ

ଆସ କିଛି ଶିଖିବା ।


~ ପ୍ରତିମା ମେହେର


୧୦)

ଜୀବନ ମାନେ

ପଦ୍ମ ପତ୍ର ଜଳ ତ

ଭରସା ନାହିଁ

କେବେ ମାଟିରେ ଥିପେ

କେବେ ଶୁଖେ ପବନେ ।


୧୧)

ତୁମେ ବଂଚିଛ

ଜାଣି ଚକିତ ହେଲି

ଡେରି କରନି

ଚାଲିଆସ ସଅଳ

ମୋ ପ୍ରୀତି ପରିଧିକୁ ।


~ ରାଜେଶ କୁମାର ମୁଣ୍ଡ


୧୨)

କାକ ବସାରେ

କୋଇଲି ଦିଏ ଅଣ୍ଡା

ରଙ୍ଗ ତ କଳା

କେବଳ, ବାଣୀ ମୃଦୁ

ତାର ମନ ବି କଳା ।


୧୩)

ମୋକ୍ଷର କଥା

ନିହାତି ଫାଜଳାମି

ଏହା ହିଁ ସତ୍ୟ

ଆସିଛି ଯିଏ ଯିବ

ଗଲା ସିଏ ଆସିବ ।


~ ଶ୍ରୀରାମ ସାହୁ


୧୪)

ଦୂର ଦିଗନ୍ତ 

ହଜିଯାଏ ଠିକଣା 

ଅଦିନ ଝଡ 

ଦୁଃଖ ର ସୁନାମିରେ

ଲୁହ ବି ଅମାନିଆ ।


୧୫)

ଅଚିହ୍ନା ରୋଗ 

ଲୁହ ଆଉ ଲହୁରେ 

ବଦଳି ଯାଏ 

ମନର ବର୍ଣ୍ଣବୋଧ 

ଭସା ବାଦଲ ପରି ।


~ ସମିତା ସ୍ବାଇଁ

☆☆☆☆☆☆☆☆☆☆

गुरुवार, 8 जुलाई 2021

ODIA TANKA POEM'S ~ 8

ସାରସ୍ୱତ TANKA/ତାଂକା କାବ୍ୟ ଯାତ୍ରା  - ୮

୧)

ଗାଆଁ ସୂରୁଜ 

ନୁହେଁ ସହର ପରି

ଉଠେ ସଅଳ

ହଳ ବଳଦ ସଙ୍ଗେ 

କ୍ଷେତ ଚାଲେ କୃଷକ ।


~ ପ୍ରଦୀପ କୁମାର ଦାଶ


୨)

ବରଷା ରାଣୀ 

ଆସ ଆସ ଧରଣୀ 

ବେଳ ହେଲାଣି 

ଚଷା ଡାକ ଦେଲେଣି 

କ୍ଷେତ ବାସି ଗଲାଣି ।


୩)

ଚଷାର ଆଶା 

ଝିପି ଝିପି ବରଷା 

ଫସଲ ହସା 

କୃଷକ ବିଲ ବଣେ

ତେବେ ବାନ୍ଧିବ ବସା ।


~ ମୁକ୍ତେଶ୍ଵର ପଧାନ


୪)

ଗୋଟେଇବାକୁ

ତୁମର ପାଦଚିହ୍ନ

ସିକ୍ତ ବାଲିରେ

ବଳ ବି ନାହିଁ ଆଉ

ଅପରାହ୍ଣ ବୟସେ ।


~ ରାଜେଶ କୁମାର ମୁଣ୍ଡ


୫)

ଚଳ ଚଞ୍ଚଳ

ମନୋରମ ପ୍ରଭାତ

ଉଠି ସଅଳ

ଦିଅନ୍ତି ଅର୍ଘ୍ୟ ଢ଼ାଳି 

ଶ୍ରମ'ର ଦୀପ ଜାଳି


୬)

ଗାଁର ଲଳନା

ଲାଜ ଗହଣା ପିନ୍ଧି

ନାହିଁ ଛଳନା

ଦିଅଇ ସ୍ନେହ ବାଣ୍ଟି

ବାନ୍ଧଇ ପ୍ରେମ ଗଣ୍ଠି ।


~ ପ୍ରତିମା ମେହେର 


୭)

ଏନ୍ତୁଡ଼ି ନିଆଁ 

କୁଆଁ କୁଆଁ ରାବ ରେ

ଘରଟି ଫାଟେ

ଜୀବନ ର ସାୟାହ୍ନେ

ଉଠେ ଜଳନ୍ତା ଜୁଇ ।


~ ବାସନ୍ତୀ ଦେଈ


୮)

ପ୍ରେମର ବହ୍ନି 

ଦଗ୍ଧିଭୂତ ଅନ୍ତର 

ବିରହ ସ୍ୱର 

ସ୍ୱପ୍ନଟି ହଜିଯାଏ

ଅସରନ୍ତି ରଜନୀ ।


୯)

ହୃଦୟ ଖୋଜେ 

ଶୀତଳ ସ୍ନେହସ୍ପର୍ଶ 

ନିଷ୍ଫଳ ଚେଷ୍ଟା 

ଅଶ୍ରୁଭିଜା ନୟନ 

ଅନ୍ତଦାହର ଗାଥା ।


~ ମନୀଷା ମିଶ୍ର 


୧୦)

ବାଲୁକା ଘର

ଅସୁମାରୀ ସପନ 

ଧୂଳିସାତ୍ ହୁଏ 

ବାସହୀନ ପଳାଶ 

ଅବେଳା ଝରିଯାଏ ।


୧୧)

ଝରା ଶେଫାଳି

ବସନ୍ତର ମୃଦୁସ୍ପର୍ଶ 

ମନ୍ଦ ସମୀର 

ଘାସର ଗାଲିଚାରେ 

ଫଗୁଣର ସମ୍ଭାର ।


~ ରମାକାନ୍ତ ସତପଥି


୧୨)

ପୁରୀ ଶ୍ରୀକ୍ଷେତ୍ର

କି ସୁନ୍ଦର ଆହା ସେ

ପ୍ରଭୁଙ୍କ କ୍ଷେତ୍ର

ଜଗା ବଳିଆ ହାତ

ଦେଉଳେ ଉଡେ ନେତ ।


~ ଡମ୍ବରୁଧର ବାଗ


୧୩)

ବାଳାରୁଣର

ପ୍ରବେଶେ ହସେ ଧରା

ହସେ ଦୁନିଆ

ଅନ୍ଧାର ହଟିବ ତ 

ଆଲୁଅର ପ୍ରକାଶେ ?


~ ରାଜେଶ କୁମାର ମୁଣ୍ଡ


୧୪)

ମଧୁ ଭାଷିଣୀ

ବିରହ କାତରତା

ପ୍ରେମ ପ୍ରତିମା

ପରମ ଵୁଦ୍ଧିମତା

ଶ୍ରୀକୃଷ୍ଣ ଚିତ୍ତହରା ।


~ ଦେବେନ୍ଦ୍ର ନାରାୟଣ ଦାସ


୧୫)

ତାଜା ରକ୍ତରେ 

ମାଟି ରଙ୍ଗେଇ ଦେଇ 

ସୀମାରେଖାରେ 

ପତାକା ଘୋଡିହୋଇ 

ଶୋଇଯାଏ ସହିଦ ।


୧୬)

ଧନୀ ଗରିବ

ରକ୍ତର ରଙ୍ଗ ଲାଲ

ତେବେ କାହିଁକି..? 

ଦଲକାଏ ପବନ

ଲବଣାକ୍ତ ଲୁହରେ ।


୧୭)

ପ୍ରତିଶୋଧ ର

ନିଆଁରେ ଜଳିଯାଏ 

ଜୀବନଟିଏ 

ମାନବିକତା ହଜେ 

ନାରୀ ମାଂସ ଲୋଭରେ ।


୧୮)

ଭିକ୍ଷାର ଥାଳ 

ନିଜର ପରିଚୟ 

ପ୍ରକୃତ ଧର୍ମ 

ଗରିବ ତଣ୍ଟିଚିପି

ତୋଳାହୁଏ ମନ୍ଦିର ।


୧୯)

ଲୋଭରୁ ମୃତ୍ୟୁ 

ପାପ ଅର୍ଜିତ ଧନ 

ବୁଝେନିମନ 

ପାଇବାର ଆଶାରେ 

ଖସିଯାଏ ତଳକୁ ।


~ ସମିତା ସ୍ବାଇଁ


୨୦)

ନିଜର ଦୁଃଖ

ତୃଣ ପରି ଜାଣିବ

ମିତ୍ରର ଦୁଃଖ

ମେରୁ ସମ ଗଣିବ

ଏହା ନାମ ବନ୍ଧୁତା ।


୨୧)

ଗାଁଆ ଛାଡି କି

ସହରକୁ ଯାଉଛ

ଗାଁଆର ଲୋକେ

କାନ ଡେରିକି ଶୁଣ

ଦିନେ ଗାଁଆ ଫେରିବ ।


୨୨)

ଯୁଗ ବିତିଲା

ଅନ୍ଧାର ଓ ଆଲୁଅ

ଲଢୁ ଅଛନ୍ତି

କେହି ବି ଜିତିଲେ ନି

କେବେ ହେବ ସକାଳ ।


~ ଶ୍ରୀରାମ ସାହୁ

☆☆☆☆☆☆☆☆☆☆

बुधवार, 7 जुलाई 2021

ODIA TANKA POEM'S ~ 7

~ ସାରସ୍ୱତ TANKA/ତାଂକା କାବ୍ୟ ଯାତ୍ରା  - ୭ ~


୧)

ଧବଳ ମେଘ 

ପୀରତିର ପସରା

ସବୁଜ ସ୍ୱପ୍ନ 

ତୁମ ବିନା କାହିଁକି 

ଲାଗେ ସବୁ ବିବର୍ଣ୍ଣ ।


~ ପ୍ରଦୀପ କୁମାର ଦାଶ


୨)

ଭାରତ ମାତା

ଦେଇଛି ତ ଅନେକ

ବିନା ସ୍ୱାର୍ଥରେ

ଚାଲ ଭଲ ପାଇବା

ସମସ୍ତେ, ପ୍ରାଣ ଦେଇ ।


~ ରାଜେଶ କୁମାର ମୁଣ୍ଡ


୩)

ନୁଖୁରା କେଶ

ବୟସର ବିକୃତି 

ପାକୁଆ ପାଟି 

ଦାର୍ଶନିକର ଭାବ 

ଅଦରାକାରୀ ନର ।


୪)

ବାର୍ଦ୍ଧକ୍ୟ ଗ୍ରସ୍ତ 

ଜୀବନ ଅପରାହ୍ନ 

ସନ୍ଧ୍ୟା ଆଗତ 

ସ୍ୱାଭିମାନର ଯୁଦ୍ଧ 

ଆପଣା ହୋଇ ପର ।


~ ରମାକାନ୍ତ ସତପଥି 


୫)

ଲୋଳିତ ଚର୍ମ 

ପ୍ରବୃଦ୍ଧ ଅନୁଭବ 

ସୁଦୂର ଦୃଷ୍ଟି 

ଧୈର୍ଯ୍ୟର ପାରାବାର 

ଗୃହର ମେରୁଦଣ୍ଡ ।


୬)

ଶୁଭେଚ୍ଛାକାଂକ୍ଷୀ 

ସ୍ମିତହାସ୍ୟ ବଦନ 

ସ୍ନେହର ଫଲ୍ଗୁ 

ବୟୋଜ୍ଯେଷ୍ଠ ପ୍ରତିମ

ବରଗଛର ଛାଇ ।


~ ମନୀଷା ମିଶ୍ର


ବରଷା ରାଣୀ !

ପ୍ରଣୟ ମୋର  ଝୁରେ

ଶୁଣ କାହାଣୀ

ଅନ୍ତର ମୋର ଜଳେ

ଭାଷିବି କାହାବଳେ ?


~ ପ୍ରତିମା ମେହେର


୮)

ମାଆର ସ୍ନେହ

ସରଗଠାରୁ ବଳି

ସେ ମନୋରମ

ତା ସମ ହେବନାହିଁ

କେବେ ବି କାହା ପ୍ରେମ ।


~ ସୁଧୀର କୁମାର ପଣ୍ଡା


୯)

ଜାଣି ନାହିଁ ମୁଁ 

ପାପ ପୁଣ୍ୟ ହିସାବ 

କୋଉ ସୌଭାଗ୍ୟ 

ପୂର୍ବ ଜନ୍ମ ସମ୍ପର୍କ 

ଯୋଡି ଦେଲା ଆମକୁ ।


~ ରତ୍ନ ପ୍ରଭା ସିଂ


୧୦)

ପ୍ରଭୂ ଚରଣେ 

କରିଦେଲି ଅର୍ପଣ 

ବ୍ରହ୍ମ କମଳ 

ହୋଇ ସନ୍ତୋଷ ଚିତ୍ତ 

କୃପା କଲ୍ୟାଣମୟ ।


~ ରତ୍ନ ପ୍ରଭା ସିଂ


୧୧)

ଭେଜାଲ ସବୁ

ଔଷଧ ରୁ ପବନ 

ମହାମାରୀରେ 

ହନ୍ତସନ୍ତ ଜୀବନ 

କାହାଣୀ ପ୍ରତି ଦିନ ।


୧୨)

ଧନ ସଂପଦ 

ପ୍ରାଚୁର୍ଯ୍ୟରେ ଜୀବନ 

ନୁହେଁ ସେ' ଧନୀ

ମସ୍ତବଡ ଅଜ୍ଞାନୀ 

ମନରେ ଦରିଦ୍ରତା ।


୧୩)

ମାଟି ଅଗଣା

ଜାତି ଜାତିକା ଗଛ 

ସାହାରା ହୁଏ 

ବାର୍ଦ୍ଧକ୍ୟ ର ସ୍ପର୍ଶରେ

ନିଦାଘ ଖରାବେଳେ ।


୧୪)

ଶାଖା ମେଲାଏ

କାଟି ଦେଲା ପରେବି 

କଅଁଳେ ପତ୍ର 

ପ୍ରକୃତିର ନିୟମ 

ଜୀବନର ଝଙ୍କାର ।


୧୫)

ଦ୍ବିତୀୟା ଜହ୍ନ 

ଆକାଶ ଟା ନିର୍ମଳ  

ହଠାତ୍ ଏମିତି 

ଛାଇଗଲା ଅନ୍ଧାର 

ମାଡି ଆସିଲା ବର୍ଷା ।


~ ସମିତା ସ୍ବାଇଁ


୧୬)

ଫୁଲ ର ରଙ୍ଗ

ହସ ଭରା ହରିଣୀ

ଛନକେ ମନ

ପ୍ରିତି ଭରିଦିଏ ଯେ

ଲାସ୍ୟ  ଭରା ଚାହାଣୀ ।


~ ଆଶୁତୋଷ ମେହେର


୧୭)

ନିର୍ମଳ ନଭେ

ନିରୋଳା ତାରାଟିଏ

ଦପ୍ ଦପୁଛି

ସେଇଟା ହିଁ ତ ଲକ୍ଷ୍ୟ

ନିଃସଙ୍ଗ ଜୀବନରେ ।


~ ରାଜେଶ କୁମାର ମୁଣ୍ଡ


୧୮)

ଯା' କ୍ଷୟଶୀଳ

ତାହା ବାସ୍ତବ ନୁହଁ

ଦେହ ନଶ୍ୱର

ଏକ ଗୋଲାପ ଫୁଲ

ଆତ୍ମା ମହକ ତାର ।


~ ଲିଙ୍ଗରାଜ ପାତ୍ର


୧୯)

ଧରାପୃଷ୍ଠରେ

ପ୍ରତ୍ୟେକ ଟି ମଣିଷ

ଧାଆଁ ଦଉଡ

ଜୀବନ ଜୀବିକା ରେ

ବ୍ୟସ୍ତବହୁଳ ରାସ୍ତା ।

 

~ ବାସନ୍ତୀ ଦେଈ

☆☆☆☆☆☆☆☆☆☆

मंगलवार, 6 जुलाई 2021

ODIA TANKA POEM'S ~ 6

ସାରସ୍ୱତ TANKA/ତାଂକା କାବ୍ୟ ଯାତ୍ରା  - ୬


୧)

ଶୁଷ୍କ ଧରଣୀ 

ମେଘ ପିଟୁ ମାଦଳ 

ମହକୁ ମାଟି 

ଗାଉ ପବନ ଗୀତ 

ଆସ ବର୍ଷା ସ୍ୱାଗତ ।


~ ପ୍ରଦୀପ କୁମାର ଦାଶ


୨)

ଏଇ ଜୀବନ

ନିଃଶ୍ବାସରେ ଭରିଛି

ଆମରି ପ୍ରାଣ

ଆମରି କର୍ମ ମାନ

ଜୀବନ ଉପାଦାନ ।


~ ସୁଧୀର କୁମାର ପଣ୍ଡା


୩)

ମନସ୍କାମନା

ପୂର୍ଣ୍ଣ ହେବ କି ନାହିଁ

କିଏ ଜାଣିଛି

ଈଶ୍ୱର, ସୂର୍ଯ୍ୟ, ଚନ୍ଦ୍ର

ନା ସାମାଜିକ ନୀତି ।


୪)

ସକାଳ ହେଲା

ଆଲୁଅ ବରଷିଲା

କାକର ବୁନ୍ଦା

ଅନ୍ତିମ ନିଶ୍ୱାସରେ

ଧରା କିନ୍ତୁ ହସିଲା ।


~ ରାଜେଶ କୁମାର ମୁଣ୍ଡ


୫)

ମୃତ୍ୟୁର ଡାକ 

କବାଟର ସେ ପାଖେ 

ମଡ଼ାର ଗନ୍ଧ 

ପେଚାଟା କୁନ୍ଥଉଛି 

ବିଭତ୍ସ ରୋମାଞ୍ଚିତ ।


୬)

ଅଲିଭା ଜୁଇ 

ମଶାଣି ଆରପାରେ 

ଶକୁନ ଧ୍ୱନୀ

ବିଳାପ, ଆର୍ତ୍ତନାଦ 

ମହାମାରୀର ସ୍ୱର ।


~ ମନୀଷା ମିଶ୍ର


୭)

ମୃତ୍ୟୁ ତାଣ୍ଡବ

ବୈଧବ୍ୟର ଯନ୍ତ୍ରଣା 

କରାଳ ଛାୟା 

ଜୀବନ ଝରିପଡ଼େ 

ଅସହ୍ୟ ମନ ବ୍ୟଥା ।


୮)

ହୃତ ଶୈଶବ 

ଅନ୍ଧକାର ଭବିଷ୍ୟ 

କ୍ଷୁଧାର୍ତ୍ତ ଆଖି 

ଅନାଥ, ସର୍ବହରା 

କିଂକର୍ତ୍ତବ୍ୟ ବିମୂଢ଼ ।


~ ରମାକାନ୍ତ ସତପଥି


୯)

ଚଳନ୍ତା ଗାଡ଼ି

ଉଡ଼ନ୍ତା ମନପକ୍ଷୀ

ରହି ଆଗରେ

ଦେଖଇ ପ୍ରିୟା ମୂଖ

ନିର୍ମଳ ନଦୀ ନୀରେ ।


~ ରଞ୍ଜନ ଜେନା


୧୦)

କଳା ବାଦଲ

ଘୁମେଇ ଶୋଇଅଛି

ନାହିଁ ଚଞ୍ଚଳ

ସାଇତିଛି ଯନ୍ତ୍ରଣା

ହୋଇଛି ବାଟବଣା ।


~ ପ୍ରତିମା ମେହେର


୧୧)

କେହି ଜାଣେନା

ନିଜ ଆୟୁଷ କେତେ

ତଥାପି ବି ତ

ବଞ୍ଚିବାକୁ ହିଁ ହୁଏ

ଜୀବନ ଥିବାଯାଏ ।


~ ରାଜେଶ କୁମାର ମୁଣ୍ଡ


୧୨)

ନିଆଁ ର ଝାସ

ଏନ୍ତୁଡିରୁ ଜଳଇ 

ଜୁଇରେ ଲିଭେ

ଜୀବନ ଦିଗହଜା

ଶେଷ ନିଶ୍ବାସ ଯାଏ ।


୧୩)

ଯୋଗ୍ୟ ସନ୍ତାନ 

ମା'ର ସୁରକ୍ଷା ପାଇଁ 

ଶତ୍ରୁ ଗୁଳିରେ

ଛାତିକୁ ପତେଇ ଦିଏ 

ବୀର ସୈନିକ ସିଏ ।


୧୪)

ଭାରତ ମାଟି 

ବୀର ପ୍ରସବିନୀ ମା'

ଦେଇଛି ଶିକ୍ଷା 

ଜୀବନ ଦେବ ପଛେ 

ନ ଦେବ ପଛଘୁଞ୍ଚା ।


୧୫)

ଅମଡା ବାଟ

ଭେଦଭାବ ପ୍ରାଚୀର

ହଟାଇ ଦେଇ 

କର୍ମରେ ହୋଇ ବ୍ରତୀ

ଗାଇବା ଜୟ ଗୀତି ।


୧୬)

ଛୋଟ ଝିଅଟି 

ନାଁ ଟି ତା'ର ମଲାଲା 

ସରଳ ମନେ 

ଶକ୍ତିର ଧାତ୍ରୀ ବନି

ଜାଳିଲା ଶିକ୍ଷା ବହ୍ନି ।


~  ସମିତା ସ୍ବାଇଁ


୧୭)

ଧୂସର ପ୍ରେମ

ମୁଠା ମୁଠା ଅନ୍ଧାର

ବିଷର୍ଣ୍ଣ ପାନ୍ଥ

ସମୟ ବାଲିଚରେ

ବିସ୍ମୃତ ପଦଚିହ୍ନ ।


~ ଲିଙ୍ଗରାଜ ପାତ୍ର


୧୮)

ବରଷା ଧାର

ଝରଇ ଅବିଶ୍ରାନ୍ତ

ଭରିଛି ପାଣି

ଛତା ଥାଇ କି ଲାଭ

ନହୁଏ ରାସ୍ତା ଜାଣି ।


~ ରଞ୍ଜନ ଜେନା

☆☆☆☆☆☆☆☆☆☆

सोमवार, 5 जुलाई 2021

~ ODIA TANKA POEM'S - 5 ~

ସାରସ୍ୱତ TANKA/ତାଂକା କାବ୍ୟ ଯାତ୍ରା  - ୫


୧)

ଜଣା ଅଜଣା

ଜୀବନ ଅସମ୍ପୂର୍ଣ୍ଣ 

ଶୂନ୍ୟ ଠିକଣା   

କେବେ ସେ ସୁଖ ନଈ 

ହେଲେ କେବେ ଯନ୍ତ୍ରଣା ।


~ ପ୍ରଦୀପ କୁମାର ଦାଶ


୨)

ବିଦ୍ରୋହ ନିଆଁ

ଜଳୁଛି, ଜଳୁଥାଉ

କିଏ ପଚାରେ

ମରୁଥାଆନ୍ତୁ ଲୋକେ

କାହାର କ'ଣ ଯିବ ?


~ ରାଜେଶ କୁମାର ମୁଣ୍ଡ


୩)

ଦୁଃଖର ନଈ

ବହେ ସମୟ ଧାରେ 

ସାଗରେ ଯାଇ

ବକ୍ଷେ ମିଶିବା ପରେ

ଲୀନ ପ୍ରିୟ'ର କୋଳେ ।


~ ପ୍ରତିମା ମେହେର


୪)

ଅଶରୀରୀ ର

ହାତ ଗୋଡ଼ ନାହିଁ ତା

ଦେଖାଏ କାୟା

ନିର୍ଜନ ରାତିଟାରେ

ଭୟଭୀତ ମଣିଷ ।


୫)

ପ୍ରଭୁ ଙ୍କ ନାମ

ଡାକୁଥିଲେ ଅନ୍ତରେ

ମନରେ ଦମ୍ଭ

ଭୂତ ପିଶାଚ ଭୟ

ଡରିବ ନାହିଁ ଲବେ ।


~ ବାସନ୍ତୀ ଦେଈ


୬)

ଭାରତ ବନ୍ଦ

ସରକାର ନୀରବ 

ବିଦ୍ରୋହ ବହ୍ନି 

ରାସ୍ତାଘାଟ ଶୂନ୍'ଶାନ୍

ଦୋକାନ ବଜାର ବନ୍ଦ୍ ।


୭)

ପୋଲିସ୍ ସାଇରନ୍ 

ରାଜରାସ୍ତାରେ ନିଆଁ 

ଧୂମ୍ର କୁହୁଡ଼ି 

ନିର୍ଦୟ ଲାଠି ପ୍ରହାର୍ 

ମୁର୍ଦ୍ଦାବାଦର ଧ୍ୱନି ।


~ ରମାକାନ୍ତ ସତପଥି


୮)

ଯାହା କାନ୍ଧରେ

କାଲି ଯିବାର ଥିଲା

ଶେଷ ଯାତ୍ରାରେ

ନିଷ୍ଠୁର ମହାମାରୀ

ତୋଳିଛି ମୋ କାନ୍ଧରେ ।


~ ରଞ୍ଜନ ଜେନା


୯)

ଦାଦନ ଖଟେ 

ଉଦର କ୍ଷୁଧା ଜ୍ୱାଳା 

ପ୍ରବାସୀ ସାଜେ 

ସ୍ତ୍ରୀର ଶବ କାନ୍ଧରେ 

ସନ୍ତାନ ବିକ୍ରି କରେ ।


୧୦)

ପ୍ରବାସ କ୍ଷେତ୍ରେ 

ଇଟାଭାଟିରେ ବନ୍ଧା 

ଜୀବନ ଗାଥା 

ଜୀବିକା ଭୂଲୁଣ୍ଠିତ 

ଚାବୁକର ପ୍ରହାର ।


~ ମନୀଷା ମିଶ୍ର


୧୧)

ବିଶ୍ବାସ ଆଜି 

ବିଷ ର ବଳୟରେ 

ବିଳାପ କରେ

ଅବସନ୍ନ ଶରୀର 

ବିଷାଦଗ୍ରସ୍ତ ମନରେ ।


୧୨)

ଶୂନ୍ୟ  ପୃଷ୍ଠାରେ 

ନିତି ନୂଆ କାହାଣୀ 

ସ୍ବାର୍ଥକୁ ନେଇ 

ଅସି ଆଉ ମସୀରେ 

ଜବରଦସ୍ତ ସଂଗ୍ରାମ ।


୧୩)

ଭୋକିଲା ପେଟ 

କେତେ ଯେ କୋହମୟ 

ଅବ୍ଯକ୍ତ ବ୍ଯଥା 

ଆଷାଢ ମେଘପରି 

ଦୁଇଟୋପା ଲୁହରେ ।


୧୪)

କାଗଜ ଡଙ୍ଗା 

ଭାସୁଛି ଓଳିତଳେ

ବର୍ଷା ପାଣିରେ 

ରାଜଧାନୀ ରାସ୍ତାରେ 

ଭଡାଟିଆ ମନରେ ।


୧୫)

ଭୋକର ଦାଉ 

ନିଆଁ ଜଳେ ପେଟରେ

ଶୁଖିଲା ମୁହଁ 

ଅସହାୟ ଅବସ୍ଥା 

ବାଟବଣା ବ୍ଯବସ୍ଥା ।


~ ସମିତା ସ୍ବାଇଁ


୧୬)

ରାତି ଆସିଲେ

ଦିନଟେ ମରିଯାଏ

ସ୍ମୃତି ସରେନି

କ୍ଷତ ପୁଣି ଓହ୍ଲାଏ

ସୂର୍ଯ୍ୟର ଜାମା ପିନ୍ଧି ।


୧୭)

ୠତୁ ବଦଳେ

ଗଛ ଯେମିତି ପିନ୍ଧେ

ହଳେ ପୋଷାକ

ପଳାସ ଆଣେ ତାତି

ଗେଣ୍ଡୁ ଥରାଏ ଛାତି ।


~ ଲିଙ୍ଗରାଜ ପାତ୍ର


୧୮)

ମହୁରୀ ସ୍ୱର

ବଢ଼ାଏ ଉଦ୍ଦୀପନା

ଉଛୁଳେ ବେଦୀ

ଯୋଡଇ ଦୁଇପ୍ରାଣ

ଶୁଖାଇ ଭରା ନଦୀ ।


~ ରଞ୍ଜନ ଜେନା

☆☆☆☆☆☆☆☆☆☆

MOST POPULAR POST IN MONTH