हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

मंगलवार, 6 जुलाई 2021

ODIA TANKA POEM'S ~ 6

ସାରସ୍ୱତ TANKA/ତାଂକା କାବ୍ୟ ଯାତ୍ରା  - ୬


୧)

ଶୁଷ୍କ ଧରଣୀ 

ମେଘ ପିଟୁ ମାଦଳ 

ମହକୁ ମାଟି 

ଗାଉ ପବନ ଗୀତ 

ଆସ ବର୍ଷା ସ୍ୱାଗତ ।


~ ପ୍ରଦୀପ କୁମାର ଦାଶ


୨)

ଏଇ ଜୀବନ

ନିଃଶ୍ବାସରେ ଭରିଛି

ଆମରି ପ୍ରାଣ

ଆମରି କର୍ମ ମାନ

ଜୀବନ ଉପାଦାନ ।


~ ସୁଧୀର କୁମାର ପଣ୍ଡା


୩)

ମନସ୍କାମନା

ପୂର୍ଣ୍ଣ ହେବ କି ନାହିଁ

କିଏ ଜାଣିଛି

ଈଶ୍ୱର, ସୂର୍ଯ୍ୟ, ଚନ୍ଦ୍ର

ନା ସାମାଜିକ ନୀତି ।


୪)

ସକାଳ ହେଲା

ଆଲୁଅ ବରଷିଲା

କାକର ବୁନ୍ଦା

ଅନ୍ତିମ ନିଶ୍ୱାସରେ

ଧରା କିନ୍ତୁ ହସିଲା ।


~ ରାଜେଶ କୁମାର ମୁଣ୍ଡ


୫)

ମୃତ୍ୟୁର ଡାକ 

କବାଟର ସେ ପାଖେ 

ମଡ଼ାର ଗନ୍ଧ 

ପେଚାଟା କୁନ୍ଥଉଛି 

ବିଭତ୍ସ ରୋମାଞ୍ଚିତ ।


୬)

ଅଲିଭା ଜୁଇ 

ମଶାଣି ଆରପାରେ 

ଶକୁନ ଧ୍ୱନୀ

ବିଳାପ, ଆର୍ତ୍ତନାଦ 

ମହାମାରୀର ସ୍ୱର ।


~ ମନୀଷା ମିଶ୍ର


୭)

ମୃତ୍ୟୁ ତାଣ୍ଡବ

ବୈଧବ୍ୟର ଯନ୍ତ୍ରଣା 

କରାଳ ଛାୟା 

ଜୀବନ ଝରିପଡ଼େ 

ଅସହ୍ୟ ମନ ବ୍ୟଥା ।


୮)

ହୃତ ଶୈଶବ 

ଅନ୍ଧକାର ଭବିଷ୍ୟ 

କ୍ଷୁଧାର୍ତ୍ତ ଆଖି 

ଅନାଥ, ସର୍ବହରା 

କିଂକର୍ତ୍ତବ୍ୟ ବିମୂଢ଼ ।


~ ରମାକାନ୍ତ ସତପଥି


୯)

ଚଳନ୍ତା ଗାଡ଼ି

ଉଡ଼ନ୍ତା ମନପକ୍ଷୀ

ରହି ଆଗରେ

ଦେଖଇ ପ୍ରିୟା ମୂଖ

ନିର୍ମଳ ନଦୀ ନୀରେ ।


~ ରଞ୍ଜନ ଜେନା


୧୦)

କଳା ବାଦଲ

ଘୁମେଇ ଶୋଇଅଛି

ନାହିଁ ଚଞ୍ଚଳ

ସାଇତିଛି ଯନ୍ତ୍ରଣା

ହୋଇଛି ବାଟବଣା ।


~ ପ୍ରତିମା ମେହେର


୧୧)

କେହି ଜାଣେନା

ନିଜ ଆୟୁଷ କେତେ

ତଥାପି ବି ତ

ବଞ୍ଚିବାକୁ ହିଁ ହୁଏ

ଜୀବନ ଥିବାଯାଏ ।


~ ରାଜେଶ କୁମାର ମୁଣ୍ଡ


୧୨)

ନିଆଁ ର ଝାସ

ଏନ୍ତୁଡିରୁ ଜଳଇ 

ଜୁଇରେ ଲିଭେ

ଜୀବନ ଦିଗହଜା

ଶେଷ ନିଶ୍ବାସ ଯାଏ ।


୧୩)

ଯୋଗ୍ୟ ସନ୍ତାନ 

ମା'ର ସୁରକ୍ଷା ପାଇଁ 

ଶତ୍ରୁ ଗୁଳିରେ

ଛାତିକୁ ପତେଇ ଦିଏ 

ବୀର ସୈନିକ ସିଏ ।


୧୪)

ଭାରତ ମାଟି 

ବୀର ପ୍ରସବିନୀ ମା'

ଦେଇଛି ଶିକ୍ଷା 

ଜୀବନ ଦେବ ପଛେ 

ନ ଦେବ ପଛଘୁଞ୍ଚା ।


୧୫)

ଅମଡା ବାଟ

ଭେଦଭାବ ପ୍ରାଚୀର

ହଟାଇ ଦେଇ 

କର୍ମରେ ହୋଇ ବ୍ରତୀ

ଗାଇବା ଜୟ ଗୀତି ।


୧୬)

ଛୋଟ ଝିଅଟି 

ନାଁ ଟି ତା'ର ମଲାଲା 

ସରଳ ମନେ 

ଶକ୍ତିର ଧାତ୍ରୀ ବନି

ଜାଳିଲା ଶିକ୍ଷା ବହ୍ନି ।


~  ସମିତା ସ୍ବାଇଁ


୧୭)

ଧୂସର ପ୍ରେମ

ମୁଠା ମୁଠା ଅନ୍ଧାର

ବିଷର୍ଣ୍ଣ ପାନ୍ଥ

ସମୟ ବାଲିଚରେ

ବିସ୍ମୃତ ପଦଚିହ୍ନ ।


~ ଲିଙ୍ଗରାଜ ପାତ୍ର


୧୮)

ବରଷା ଧାର

ଝରଇ ଅବିଶ୍ରାନ୍ତ

ଭରିଛି ପାଣି

ଛତା ଥାଇ କି ଲାଭ

ନହୁଏ ରାସ୍ତା ଜାଣି ।


~ ରଞ୍ଜନ ଜେନା

☆☆☆☆☆☆☆☆☆☆

कोई टिप्पणी नहीं:

एक टिप्पणी भेजें

MOST POPULAR POST IN MONTH