हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

सोमवार, 5 जुलाई 2021

~ ODIA TANKA POEM'S - 5 ~

ସାରସ୍ୱତ TANKA/ତାଂକା କାବ୍ୟ ଯାତ୍ରା  - ୫


୧)

ଜଣା ଅଜଣା

ଜୀବନ ଅସମ୍ପୂର୍ଣ୍ଣ 

ଶୂନ୍ୟ ଠିକଣା   

କେବେ ସେ ସୁଖ ନଈ 

ହେଲେ କେବେ ଯନ୍ତ୍ରଣା ।


~ ପ୍ରଦୀପ କୁମାର ଦାଶ


୨)

ବିଦ୍ରୋହ ନିଆଁ

ଜଳୁଛି, ଜଳୁଥାଉ

କିଏ ପଚାରେ

ମରୁଥାଆନ୍ତୁ ଲୋକେ

କାହାର କ'ଣ ଯିବ ?


~ ରାଜେଶ କୁମାର ମୁଣ୍ଡ


୩)

ଦୁଃଖର ନଈ

ବହେ ସମୟ ଧାରେ 

ସାଗରେ ଯାଇ

ବକ୍ଷେ ମିଶିବା ପରେ

ଲୀନ ପ୍ରିୟ'ର କୋଳେ ।


~ ପ୍ରତିମା ମେହେର


୪)

ଅଶରୀରୀ ର

ହାତ ଗୋଡ଼ ନାହିଁ ତା

ଦେଖାଏ କାୟା

ନିର୍ଜନ ରାତିଟାରେ

ଭୟଭୀତ ମଣିଷ ।


୫)

ପ୍ରଭୁ ଙ୍କ ନାମ

ଡାକୁଥିଲେ ଅନ୍ତରେ

ମନରେ ଦମ୍ଭ

ଭୂତ ପିଶାଚ ଭୟ

ଡରିବ ନାହିଁ ଲବେ ।


~ ବାସନ୍ତୀ ଦେଈ


୬)

ଭାରତ ବନ୍ଦ

ସରକାର ନୀରବ 

ବିଦ୍ରୋହ ବହ୍ନି 

ରାସ୍ତାଘାଟ ଶୂନ୍'ଶାନ୍

ଦୋକାନ ବଜାର ବନ୍ଦ୍ ।


୭)

ପୋଲିସ୍ ସାଇରନ୍ 

ରାଜରାସ୍ତାରେ ନିଆଁ 

ଧୂମ୍ର କୁହୁଡ଼ି 

ନିର୍ଦୟ ଲାଠି ପ୍ରହାର୍ 

ମୁର୍ଦ୍ଦାବାଦର ଧ୍ୱନି ।


~ ରମାକାନ୍ତ ସତପଥି


୮)

ଯାହା କାନ୍ଧରେ

କାଲି ଯିବାର ଥିଲା

ଶେଷ ଯାତ୍ରାରେ

ନିଷ୍ଠୁର ମହାମାରୀ

ତୋଳିଛି ମୋ କାନ୍ଧରେ ।


~ ରଞ୍ଜନ ଜେନା


୯)

ଦାଦନ ଖଟେ 

ଉଦର କ୍ଷୁଧା ଜ୍ୱାଳା 

ପ୍ରବାସୀ ସାଜେ 

ସ୍ତ୍ରୀର ଶବ କାନ୍ଧରେ 

ସନ୍ତାନ ବିକ୍ରି କରେ ।


୧୦)

ପ୍ରବାସ କ୍ଷେତ୍ରେ 

ଇଟାଭାଟିରେ ବନ୍ଧା 

ଜୀବନ ଗାଥା 

ଜୀବିକା ଭୂଲୁଣ୍ଠିତ 

ଚାବୁକର ପ୍ରହାର ।


~ ମନୀଷା ମିଶ୍ର


୧୧)

ବିଶ୍ବାସ ଆଜି 

ବିଷ ର ବଳୟରେ 

ବିଳାପ କରେ

ଅବସନ୍ନ ଶରୀର 

ବିଷାଦଗ୍ରସ୍ତ ମନରେ ।


୧୨)

ଶୂନ୍ୟ  ପୃଷ୍ଠାରେ 

ନିତି ନୂଆ କାହାଣୀ 

ସ୍ବାର୍ଥକୁ ନେଇ 

ଅସି ଆଉ ମସୀରେ 

ଜବରଦସ୍ତ ସଂଗ୍ରାମ ।


୧୩)

ଭୋକିଲା ପେଟ 

କେତେ ଯେ କୋହମୟ 

ଅବ୍ଯକ୍ତ ବ୍ଯଥା 

ଆଷାଢ ମେଘପରି 

ଦୁଇଟୋପା ଲୁହରେ ।


୧୪)

କାଗଜ ଡଙ୍ଗା 

ଭାସୁଛି ଓଳିତଳେ

ବର୍ଷା ପାଣିରେ 

ରାଜଧାନୀ ରାସ୍ତାରେ 

ଭଡାଟିଆ ମନରେ ।


୧୫)

ଭୋକର ଦାଉ 

ନିଆଁ ଜଳେ ପେଟରେ

ଶୁଖିଲା ମୁହଁ 

ଅସହାୟ ଅବସ୍ଥା 

ବାଟବଣା ବ୍ଯବସ୍ଥା ।


~ ସମିତା ସ୍ବାଇଁ


୧୬)

ରାତି ଆସିଲେ

ଦିନଟେ ମରିଯାଏ

ସ୍ମୃତି ସରେନି

କ୍ଷତ ପୁଣି ଓହ୍ଲାଏ

ସୂର୍ଯ୍ୟର ଜାମା ପିନ୍ଧି ।


୧୭)

ୠତୁ ବଦଳେ

ଗଛ ଯେମିତି ପିନ୍ଧେ

ହଳେ ପୋଷାକ

ପଳାସ ଆଣେ ତାତି

ଗେଣ୍ଡୁ ଥରାଏ ଛାତି ।


~ ଲିଙ୍ଗରାଜ ପାତ୍ର


୧୮)

ମହୁରୀ ସ୍ୱର

ବଢ଼ାଏ ଉଦ୍ଦୀପନା

ଉଛୁଳେ ବେଦୀ

ଯୋଡଇ ଦୁଇପ୍ରାଣ

ଶୁଖାଇ ଭରା ନଦୀ ।


~ ରଞ୍ଜନ ଜେନା

☆☆☆☆☆☆☆☆☆☆

कोई टिप्पणी नहीं:

एक टिप्पणी भेजें

MOST POPULAR POST IN MONTH