हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

शनिवार, 26 जून 2021

~ "ଆଲୁଅ" ବିଷୟକ ଓଡ଼ିଆ ଏବଂ କୋଶଳୀର ସାରସ୍ୱତ ହାଇକୁ କାବ୍ୟ ଯାତ୍ରା ~

~ ସାରସ୍ୱତ ହାଇକୁ କାବ୍ୟ ଯାତ୍ରା ~

~ ହାଇକୁ PROMPT ~

"ଆଲୁଅ"

୧)

ଜହ୍ନ ଆଲୁଅ

ଆତ୍ମନିମଗ୍ନତାର

ଶବ୍ଦ ଅଭାବ ।


୨)

ଅନ୍ଧାର ରାତ୍ରୀ 

ଆଲୁଅ ପାଇଁ କାନ୍ଦେ 

ନିରୋଳା ଆଖି ।


୩)

ମନର ଜହ୍ନ  

ତୁମ ବିନା ଆଲୁଅ 

ସାତସପନ ।


~ ପ୍ରଦୀପ କୁମାର ଦାଶ


୪)

ଆଲୁଅ ଧାର

ଅନ୍ଧାର ଜୀବନରେ

ଖୁସି ପ୍ରତୀକ ।


୫)

ଆଲୁଅ ଫୁଲ

ଫୁଟିଛି ଆକାଶରେ

ଆଶା ବାନ୍ଧିଛି ।


୬)

ବେଡ଼ରୁମରେ

ଅନ୍ଧାରର ସାମ୍ରାଜ୍ୟ

ତୁମେ ଆଲୁଅ ।


~ ରାଜେଶ କୁମାର ମୁଣ୍ଡ


୭)

ଆଲୁଅ ବିନା

ଅନ୍ଧକାର ରାତ୍ରିରେ

ଗମନ ମନା ।


୯)

ଆଲୁଅ ନାହିଁ

ନିଜ ସହିତ ନାହିଁ

ଆପଣା ଛାଇ ।


~ ଜୟରାମ ସାହୁ


୧୦)

ସାରା ଜୀବନ

ଛାଇ ଆଲୁଅ ଖେଳ

ଅଢେ଼ଇ ଦିନ ।


୧୧)

ଘନ ଅନ୍ଧାରେ

ଆଶାର ଆଲୋକ ଟି

ଉଙ୍କି ମାରଇ ।


୧୨)

ସଂଜ ଆସିଲେ

ଦିବସ ର ଆଲୋକ

ହୁଏ ନିଷ୍ପ୍ରଭ ।


୧୩)

ଅନ୍ଧାର ବିନା

ଆଲୋକ ଉପସ୍ଥିତି

ବୁଝି ହୁଏନା ।


୧୪)

ଜ୍ଞାନ ଆଲୋକ

ଦୂରୀଭୂତ କରେ ସେ

ଅନ୍ଧବିଶ୍ୱାସ ।


୧୫)

ଅନ୍ଧାର ଘରେ

ସଦଗୁରୁ ଆଶିଷେ

ଜଳେ ବଇଠା ।


୧୬)

କଳା ବଉଦ

ସୁନେଲି ଆଲୁଅ ଟେ

ଵରଷା ଛିଟା ।


୧୭)

ଆଲୋକ ପଥେ

ଦୟାସାଗର ହରି

ନିଅ ହେ ମୋତେ ।


~ ବାସନ୍ତୀ ଦେଈ


୧୮)

ମନ  ପବନ 

ଉଡ଼ିବୁଲେ  ଆକାଶେ 

ବିନା କାରଣ ।


୧୯)

ଶୂନ୍ୟ  ଆକାଶ 

ମିଳିବ ବା  କଅଣ

ମନ ନିରାଶ ।


୨୦)

ଆଲୁଅ  ବିନା 

କେବେବି ଏଇ ଧରା 

ଚଳି ପାରେନା ।


୨୧)

ଆଲୁଅ  ସୃଷ୍ଟି 

ଏଇ ପୃଥିବୀ ପାଇଁ 

ହେଇକି  ଦୃଷ୍ଟି ।


~ ମୁକ୍ତେଶ୍ଵର  ପଧାନ


୨୨)

ହେ ଜଗନ୍ନାଥ

ଆଲୋକିତ କର ମୋ

ଜୀବନ ପଥ ।


୨୩)

ଅମା ଅନ୍ଧାରେ

ଆଶାର ଆଲୋକ ହିଁ

ପ୍ରାଣ ସଞ୍ଚରେ ।


~ ସୁଧୀର କୁମାର ପଣ୍ଡା


୨୪)

ଜ୍ଞାନ  ଆଲୋକ 

ଜୀବନେ ସଫଳତା 

ପ୍ରସିଦ୍ଧି ପ୍ରାପ୍ତି ।


୨୫)

ସୂର୍ଯ୍ୟ ଆଲୋକ 

ସକଳ ଶକ୍ତି ଉତ୍ସ 

ହିତ କାରକ ।


୨୬)

ଆଲୋକ ଉତ୍ସ 

ତମସା ଭେଦକରି 

ପ୍ରକାଶେ ରୂପ ।


୨୭)

ଚନ୍ଦ୍ରାଲୋକରେ 

ବିଭୋର ଧରାପୃଷ୍ଟ

ବିଭାବରୀ ରେ ।


୨୮)

ଆଲୋକ ଧାର 

ଜୀବନେ ଜାଗୃତିର 

ଅଲିଭା ସ୍ବର ।


୨୯)

ଆଲୋକ ଜ୍ଯୋତି 

ଆଶ୍ବାସନା ର ଆଶା 

ସାନ୍ତ୍ବନା ଶକ୍ତି ।


୩୦)

ଆଲୋକ ପଥ 

ଆଗକୁ ଟାଣି ନିଏ 

ଜୀବନ ରଥ ।


୩୧)

ମନର ତଳେ

ଆଲୋକ ସଂଧାନରେ 

ଦୀପାଳୀ ଜଳେ ।


୩୨)

କଳ୍ପନା ଲୋକେ 

ଉଜ୍ବଳ ଭାବ ରବି 

ସାହିତ୍ୟ ଛବି ।


୩୩)

ଚେତନା ଲୋକେ 

ସର୍ଜେ ପୂର୍ଣ୍ଣିମା ଜହ୍ନ 

ସନ୍ଧାନୀ ମନ ।


~ ସମିତା ସ୍ବାଇଁ


୩୪)

ଛାଇ ଆଲୁଅ

ଚାଲନ୍ତି ଆଗ ପଛ

କରନ୍ତି ଖେଳ ।


୩୫)

ଦୀପ ଆଲୁଅ

ହସଇ ଦୀପାବଳି

ଲୁଚେ ଅନ୍ଧାର ।


୩୬)

ଜୁଳୁ ଜୁଳିଆ

ମିଞ୍ଜି ଆଲୁଅ ଦିଏ

ଅନ୍ଧାର ହସେ ।


୩୭)

ଆଲୁଅ ପକ୍ଷ

ଆକାଶେ ହସେ ଶଶୀ

ହରଷେ ଧରା ।


୩୮)

ଅନ୍ଧାର କୋଳେ

ସୃଷ୍ଟିର ଜଡ଼ ଥାଏ 

ଆଲୋକ ପାଳେ ।


~ ରଞ୍ଜନ ଜେନା


୩୯)

ଛାଇ ଆଲୁଅ

ସୁଖ ଦୁଃଖ ଭରା ଏ

ଜୀବନ ସୁଅ ।


୪୦)

ଆଲୁଅ ଧାରେ

ଅନ୍ଧାର ହଟାଇ ସେ

ଦୀପ ଭାବରେ ।


୪୧)

କୀଟ ଟା ବାଇ

ଜଳିଳା ଆଲୁଅ ରେ

ଜୀବନ ଧୋଇ ।


~ ଆଶୁତୋଷ ମେହେର


୪୨)

ତୁମେ ଆଲୋକ 

ଫି ଦିନ ହତ୍ୟା କର

ମୋ ଅନ୍ଧାରକୁ ।


୪୩)

ତୁମେ ଆସିଲେ

ପବନରେ ପହଁରେ

ଜହ୍ନ ଜୋଛନା ।


~ ଲିଙ୍ଗରାଜ ପାତ୍ର


୪୪)

ଖଦ୍ୟୋତ ଚେଷ୍ଟା 

ସୂର୍ଯ୍ୟାଳୋକର ତେଜ

ଉପହସିତ ।


୪୫)

ତଡ଼ିତ ସୃଜେ 

ଆଲୋକର ରୋଷଣୀ 

ବଉଦ ବକ୍ଷ ।


୪୬)

ଆଲୁଅ ହସେ 

ପକ୍ଷୀଙ୍କ କଳରବ 

ପାହେ ସକାଳ ।


୪୭)

ଆଲୁଅ ଯାଏ 

ନୀଡ଼ାଭିମୁଖୀ ଖଗ

ବିଶ୍ରାମ ନିଏ ।


୪୮)

ଲଣ୍ଠନ ଜଳେ 

ମିଞ୍ଜି ମିଞ୍ଜି ଆଲୋକ 

ପାହାଡ଼ି ଗାଆଁ ।


୪୯)

ନଭେ ଖଦ୍ୟୋତ 

ମିଞ୍ଜି ମିଞ୍ଜି ଆଲୁଅ 

କି ମନୋହର ।


୫୦)

ବ୍ୟଥା, ଯନ୍ତ୍ରଣା 

ନିରାଶା, ଅନ୍ଧକାର 

ଆଶା ଆଲୋକ ।


୫୧)

ତିମିରାଚ୍ଛନ୍ନ 

ଜ୍ଞାନର ଦୀପଟିଏ 

ହରଇ ତମ ।


୫୨)

କୃଷ୍ଣ ହୀରକ 

ଆଲୋକ ବିଚ୍ଛୁରଣ 

ତମ ନାଶକ । 


୫୩)

କୃପା ନିଧାନ

କରୁଣା ବାରିବଳ

ଆଲୋକ ମୟ ।


୫୪)

ଜନ୍'ଟା ହସୁଛେ 

ଜନକ୍ ଉକିଆ ରାଏତ୍ 

କଇଁ ଉସତ ।


୫୫)

ଫୁକିଆ ତରା 

ଲୁକି ଗଲାନ କାହିଁ

ଉକିଆ ଦେଖି ।


~ ମନୀଷା ମିଶ୍ର


୫୬)

ଘନ ତିମିର 

ତାରକା ବିମଣ୍ଡିତ 

ଚନ୍ଦ୍ର, ଆଲୁଅ ।


୫୭)

ସେ ବତୀଘର 

ଅଥଳ ଜଳରାଶି 

ଆଶା ଆଲୋକ ।


୫୮)

ଆଶା ଆଲୋକ 

ତିମିର ଅନ୍ଧକାରେ 

ପ୍ରେରଣା ଉତ୍ସ ।


୫୯)

ଅନୁଢ଼ା କନ୍ୟା 

ଦେଖି ମୁରୁକି ହସେ 

ଆଲୋକ ଚିତ୍ର ।


୬୦)

ଗୌତମ ବୁଦ୍ଧ 

ଶାନ୍ତି, ଅହିଂସା ଧର୍ମ 

ଦିବ୍ୟ ଆଲୋକ ।


୬୧)

ଯୋଗ ଦର୍ଶନ 

ଷଠ୍'ଚକ୍ର ଉଦ୍'ଭାସିତ 

ଜ୍ଞାନ ଆଲୋକ ।


୬୨)

ଆଲୋକାବର୍ତ୍ତ 

ଜ୍ଞାନ ଅମୃତ ସମ

ସର୍ବତ୍ର ପୂଜ୍ୟ ।


୬୩)

ପାରସ୍ୟ ରାଜା 

ମୃତ୍ୟୁର ନୀରବତା 

କ୍ଷୀଣ ଆଲୋକ ।


୬୪)

ଦୀପ୍ତ ମୁଦ୍ରିକା 

ଆଲୋକମୟ ରଶ୍ମି 

ଜୀବ କ୍ଷଣିକ ।


୬୫)

ସ୍ଥିର, ନିଶ୍ଚଳ 

ଜ୍ଞାନ ଆଲୋକେ ଯୋଗୀ 

ସେ ନିର୍ବିକାର ।


~ ରମାକାନ୍ତ ସତପଥି


୬୬)

ତୁମେ ଆଲୁଅ

ମୋର ଚଲା ବାଟ ରେ

ପ୍ରଭୁ ହିଁ ସାହା ।


୬୭)

ଆଲୁଅ  ଧାର

ତମ ମୁହଁ ଦର୍ପଣେ

ନିବିଡ଼ ସ୍ୱରେ ।


~ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ


୬୮)

ଦୀପଟେ ହୁଅ

ଅନ୍ଧକାର ଭୂବନେ

ଆଲୁଅ ଦିଅ ।


୬୯)

ଅନ୍ଧାର ରାତି

ଆଲୁଅ ଆସିଲାଣି

ଦୂର ବିପତ୍ତି ।


~ ଡମ୍ବରୁଧର ବାଗ 


୭୦)

ତୁମ  ସେନେହ 

ଅନ୍ଧକାର ଜୀବନେ 

ଆଶା ଆଲୁଅ ।


~ ରତ୍ନ ପ୍ରଭା ସିଂ


୭୧)

ପ୍ରଭୁ କରୁଣା 

ଭରିଦେଉ ସଂସାରେ 

ଖୁସି ଆଲୁଅ ।


~ ରତ୍ନ ପ୍ରଭା ସିଂ


୭୨)

ଚନ୍ଦ୍ର ଆଲୋକ

ରଜନୀ ରାଣୀ ହସେ

ଶ୍ଵେତ ବସ୍ତ୍ରରେ ।


୭୩)

ଜ୍ଞାନ ଆଲୋକ

ଗୁରୁ ବିନା ସମ୍ଭବ

ଶିଷ୍ୟ ନିମନ୍ତେ ।


୭୪)

ସୂର୍ଯ୍ୟାଲୋକ ରେ

ବିଶ୍ଵ ଟା ଆଲୋକିତ

ଲୁଚେ ଅନ୍ଧାର ।


୭୫)

ଦୀପାବଳି ରେ

ଦୀପ ଆଲୋକ ଦାନ

ବଡବଡୁଆ ।


୭୬)

ସୂର୍ଯ୍ୟ ଆଲୋକ

ସୌରଶକ୍ତି ଉତ୍ପନ୍ନ

ବିଜ୍ଞାନ ଯୁଗ ।


୭୭)

ଅମାବାସ୍ୟା ରେ

ଚନ୍ଦ୍ରାଲୋକ ଲୁଚଇ

ଅନ୍ଧାରମୟ ।


୭୮)

ନୀଳ ଗଗନ

ତୋଫା ଜହ୍ନ ଆଲୁଅ

ତାରକା ମେଳ ।


୭୯)

କ୍ଷୀଣ ଆଲୋକ

ନିଶିଥ ବାତାୟନେ

ପ୍ରୀତିର ବାସ୍ନା ।


୮୦)

ଆଲୋକ ଉତ୍ସ

ସୂର୍ଯ୍ୟ ନକ୍ଷତ୍ରପୁଞ୍ଜ

ମହାକାଶ ରେ ।


୮୧)

ବର୍ଷା ରାତ୍ରିରେ

ଖଦ୍ୟୋତ ର ଆଲୋକ

କ୍ଷୀଣ ଭାବରେ ।


୮୨)

ଚନ୍ଦ୍ର ଆଲୋକ

ମହାନଦୀ ଜଳରେ

ନୌକା ବିହାର ।


୮୩)

ମାଆ ଟି ମୋର

ଆଲୋକବର୍ତ୍ତିକା ସେ

ମୋ ଜୀବନର ।


୮୪)

ସୂରୁଜମୁଖୀ

ଆନନ୍ଦେ ବିଭୋର ସେ

ସୂର୍ଯ୍ୟ ଆଲୋକେ ।


୮୫)

ଜଳେ ପଦୁଅଁ

ପାଖୁଡା ମେଲାଏ ତ

ସୂର୍ଯ୍ୟାଲୋକ ରେ ।


୮୬)

ଅମା ଆଲୋକ

ବୀପରିତ ଶବ୍ଦ ସେ

ଭାଷା ସାହିତ୍ୟେ ।


୮୭)

ଆଲୋକ ରଶ୍ମୀ

ସରଳରେଖା ଗତି

ସଦା ସର୍ବଦା ।


୮୮)

ଚନ୍ଦ୍ରାଲୋକରେ

ଅସ୍ପଷ୍ଟ ଦୃଶ୍ୟମାନ

ଧରଣୀ ରାଣୀ ।


୮୯)

ଭିଟାମିନ ଡି

ସୂର୍ଯ୍ୟା ଲୋକରୁ ମିଳେ

ସୁସ୍ଥ ଶରୀର ।


୯୦)

ହୀରକ ଖଣ୍ଡ

ଅନ୍ଧାର ଘରକୁ ସେ

କରେ ଆଲୋକ ।


୯୧)

ଜଗତସାଇଁ

ଜୀବନ ଆଲୋକ କୁ

ସତ ମାର୍ଗରେ ।


୯୨)

ସାରା ସହର

ରାସ୍ତାରେ ଭରପୁର

ଆଲୋକ ବତୀ ।


୯୩)

କ୍ଷୀଣ ଆଲୋକ

ସମ୍ଭାବ୍ୟ ଦୁର୍ଘଟଣା

ରୋକି ହୁଏନା ।


୯୪)

କଜ୍ଝଟିକା ରେ

ମୋଟର ର ଆଲୋକ 

ରାସ୍ତା ଅସ୍ପଷ୍ଟ ।


୯୫)

ଆଲୋକ ଜ୍ୟୋତି

ନିରାଶ ଅନ୍ଧାରରେ

କର ପ୍ରଦାନ ।


୯୬)

ବୁଡା ଜାହାଜ

ବତୀଘର ଆଲୋକେ

ଦିଗ ନିର୍ଣ୍ଣୟ ।


୯୭)

ଆଲୋକ ବେଗ

ଖୁବ୍ କ୍ଷିପ୍ର ଗତିସେ

ଶବ୍ଦ ବେଗଠୁ ।


୯୮)

ଆଲୋକ ବତୀ

ତଳେ ଫୁଟପାଥ ରେ

ଫୁଙ୍ଗୁଳା ଦେହ ।


୯୯)

ଆଦି ମାନବ

ଚକମକି ଆଲୋକେ

ଅଗ୍ନି ଉତ୍ପନ୍ନ ।


୧୦୦)

ହେ ପ୍ରଭୁ ତୁମେ

ଆଲୋକ ପଥର ତ

ଇଙ୍ଗିତ ସାରା ।


୧୦୧)

ପୂର୍ଣ୍ଣିମା ତିଥି

ଚନ୍ଦ୍ରାଲୋକ ରେ ଭରା

ପ୍ରିୟା ପରଶ ।


୧୦୨)

ଆଲୋକ ଶିଖା

ଆକର୍ଷିତ ପତଙ୍ଗ

ମୃତ୍ୟୁ ର ଭୟ ।


୧୦୩)

ସନ୍ଧ୍ୟା ଆକାଶେ

ମଙ୍ଗଳ ଗ୍ରହ ଦୃଶ୍ୟ

ଲାଲ ରଙ୍ଗରେ ।


୧୦୪)

ପାହାନ୍ତିଆ ରେ

ଉଜ୍ଜଳ ଆଲୋକ ସେ

ଫୁକିଆ ତାରା ।


୧୦୫)

କ୍ଷୀଣ ଆଲୋକ

ରିମଝିମ ନିଶାରେ

ମଦ୍ୟପ ମାନେ ।


୧୦୬)

ବିଦ୍ୟୁତ କାଟ

ମହମବତୀ   ଶିଖା

ଆଲୋକ ମିଳେ ।


~ ଦମୟନ୍ତୀ ରଥ


୧୦୭)

ଆଲୁଅ ଅଛି

ଅନ୍ଧାର ଆର ପାଖୁ 

ବଢାଇ ହାତ ।


୧୦୮)

ଦୂରେଇ ଦିଏ 

ଗାଢ କଳା ଅନ୍ଧାର 

ଧାରେ ଆଲୁଅ ।


~ ଦୀପ୍ତି ମୁଣ୍ଡ 

☆☆☆☆☆☆☆☆☆☆

कोई टिप्पणी नहीं:

एक टिप्पणी भेजें

MOST POPULAR POST IN MONTH