हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

सोमवार, 7 जून 2021

~•~ ଗ୍ରୀଷ୍ମ ଋତୁ ବିଷୟକ ସାରସ୍ୱତ ହାଇକୁ କାବ୍ୟ ଯାତ୍ରା ~•~

~ ସାରସ୍ୱତ ହାଇକୁ କାବ୍ୟ ଯାତ୍ରା ~

~ ହାଇକୁ PROMPT ~

"ଗ୍ରୀଷ୍ମ"


୧)

ଶୁଖିଛି ଓଠ

ଗ୍ରୀଷ୍ମର ଉନ୍ମାଦନା 

ଲାଗଇ ଶୋଷ ।


୨)

ବୈଶାଖ ଖରା

ଗଛ ଶୁଖି କାନ୍ଦୁଛି

ମେଘର ଆଶା ।


୩)

ନିଆଁ ନିଶାଣ

କରାଏ ଅଗ୍ନିସ୍ନାନ 

ନିଦାଘ ଗ୍ରୀଷ୍ମ ।


୪)

ଗ୍ରୀଷ୍ମ ଆସିଲା 

କାଉ ଥଣ୍ଟ ଶୁଖିଲା 

ଖୋଜେ ମାଠିଆ ।


୫)

ନିଦାଘ ଗ୍ରୀଷ୍ମ 

କୃଷ୍ଣଚୂଡା ହସିଛି

ଧନ୍ୟ ରେ ପ୍ରେମ !


~ ପ୍ରଦୀପ କୁମାର ଦାଶ


୬)

ଖରାର ଝାସ

ନାଇ ହଉଛେ ସହି

ଫିର ଭି ଆଶ ।


୭)

ଜଲୁଛେ ଦେଖ

ଡହ ଡହ ଖରାଥି 

ଚାଷୀର ମନ ।


୮)

ନିଦାଘ ଗ୍ରୀଷ୍ମ

ଜଳାଏ ମନ ପ୍ରାଣ

ବିରହ ମନ ।


୯)

ଗ୍ରୀଷ୍ମ'ର ଋତୁ

ଆଣେ କେତେ ପରବ

ଖୁସିରେ ବିତୁ ।


~ ପ୍ରତିମା ମେହେର


୧୦)

ଗ୍ରୀଷ୍ମର ତାପ 

ସନ୍ତାପିିତ ହୃଦୟ 

ବିଷମ ଅତି ।


୧୧)

ନିଷ୍ଠୁର ଗୀଷ୍ମ 

ତୃଷାତୁର ଜୀବନ

ଅସହ୍ୟ ଭାରି ।


୧୨)

ଗୀଷ୍ମ ଖରା ରେ

ଆସେ କାଳ ବୈଶାଖ

ପ୍ରଖର ବେଗେ ।


୧୩)

ପ୍ରଚଣ୍ଡ  ରୌଦ୍ର 

ତାପିତ ହୁଏ ଧରା

ଗୀଷ୍ମ ଋତୁରେ ।


~ ସମିତା ସ୍ବାଇଁ


୧୪)

ବୈଶାଖ ଜ୍ୟେଷ୍ଠ

ଗ୍ରୀଷ୍ମ ପ୍ରବାହ ଜାଣ

ଲାଗଇ କଷ୍ଟ ।


୧୫)

ଗ୍ରୀଷ୍ମ ପ୍ରବାହ

ଘନ ଜଙ୍ଗଲ ଥିଲେ

ହୁଏ ଶୀଥିଳ ।


୧୬)

ଗ୍ରୀଷ୍ମ ଋତୁରେ

କାଳବୈଶାଖୀ ଆସେ

ଝଡ଼ ବାତ୍ୟାରେ ।


~ ଶମ୍ଭୁନାଥ ଦାସ


୧୭)

ବୈଶାଖ ଜ୍ୟେଷ୍ଠ

ଗ୍ରୀଷ୍ମପ୍ରବାହ ଦିଏ

ଅନେକ କଷ୍ଟ ।


୧୮)

ଗ୍ରୀଷ୍ମ ବେଦନା

ବରଷା ହିତ ପାଇଁ

ତାହା ସାଧନା ।


~ ସୁଧୀର କୁମାର ପଣ୍ଡା


୧୯)

ପ୍ରବଳ ତାତି

ଖଇରିଆ ମେଘର 

ଉତ୍ପାତ ବେଶୀ ।


୨୦)

ଗ୍ରୀଷ୍ମ ବିସ୍ମୟ

ନିଦାଘର ନିନାଦେ

ଜଳେ ହୃଦୟ ।


~ ରାଜେଶ କୁମାର ମୁଣ୍ଡ


୨୧)

ପ୍ରଚଣ୍ଡ ତାତି 

ଗ୍ରୀଷ୍ମର ଆଗମନେ 

ଫାଟଇ ମାଟି ।


୨୨)

ଯେ ସହି ପାରେ 

ଗ୍ରୀଷ୍ମ ଭୀଷଣ ତାପ 

ଜପି ଏଠାରେ ।


~ ମୁକ୍ତେଶ୍ଵର  ପଧାନ


୨୩)

ଆସିଲା ଗ୍ରୀଷ୍ମ

ଝାଞି ପବନ ତାତି

ଲାଗେ ବହୁତ ।


୨୪)

ପ୍ରଥମ ୠତୁ

ବୈଶାଖ ଜ୍ୟେଷ୍ଠ ମାସେ

ଗ୍ରୀଷ୍ମ ପ୍ରାରମ୍ଭ ।


୨୫)

ପଣସ ପାଚେ

ଉଦୁଉଦିଆ ଖରା

ଭଲ୍ଲୂକ ନାଚେ ।


~ ରତ୍ନ ପ୍ରଭା ସିଂ


୨୫)

ନିଦାଘ ଖରା

ଛାତରେ ଜଳପାତ୍ର

ପକ୍ଷୀ ଟି ପାଇଁ ।


୨୬)

ମରୁଭୂମିରେ

ମରିଚୀକାର ଭ୍ରମ

ପ୍ରଚଣ୍ଡ ଗ୍ରୀଷ୍ମ  ।


୨୭)

ଆମ୍ବ ପଣସ

ଗ୍ରୀଷ୍ମର ଅମୃତ ଫଳ

ଭାରି ସ୍ବାଦିଷ୍ଟ ।

 

୨୮)

ରଜ ସାବିତ୍ରୀ

ଗ୍ରୀଷ୍ମେ ବଡ଼ ପରଵ

ନବବଧୂର ।


୨୯)

ପାହାନ୍ତି ନିଦ 

ସୁଲୁସୁଲୁଆ ବାଆ

ମନ ଆନନ୍ଦ ।


୩୦)

ଝରଣା ଜଳ

ଗ୍ରୀଷ୍ମକାଳେ ପଥିକ

ପରମ ତୃପ୍ତି ।


୩୧)

ନିଦାଘ ଗ୍ରୀଷ୍ମ 

କୋଇଲି କୁହୁ ସ୍ବନ

କିଣଇ ମନ ।


୩୨)

ମରୁ ଉଦ୍ୟାନ

କାକ୍ଟସ ଗଛ କରେ

ଛାୟା ପ୍ରଦାନ ।


୩୩)

ଜଳକ୍ରୀଡାରେ

ଶାନ୍ତି ଲଭେ ମଣିଷ

ଖରା ଋତୁରେ ।


୩୪)

ସୂର୍ଯ୍ୟର ତେଜ 

ଜଳଚକ୍ର ପ୍ରକ୍ରିୟା 

ବରଷା ହିତ ।


~ ବାସନ୍ତୀ ଦେଈ


୩୫)

ଜେଠ୍ ମାସର୍ ଖରା 

ନି ରୁଚୁଛେ ଖଣ୍ଡ୍ ଖିର୍'ସା 

ବାସି ଥିର୍ କେ ମନ୍ । 


୩୬)

ଟୋଲ୍, ମହୁଲ୍, ଚାର୍ 

ଖରାଦିନ୍ ଧୁକା ଗର୍'ଡି 

ଲେତି ପଡ଼େ ଥପ୍ ।


~ ମନୀଷା ମିଶ୍ର


୩୭)

ଗ୍ରୀଷ୍ମ ଋତୁରେ

ବାସି ପଖାଳ ଖିଆ

ଭାରି ବଢିଆ ।


୩୮)

ମନ ହରଷ

ଗ୍ରୀଷ୍ମ ଅବକାଶ ରେ

ଗ୍ରାମରେ ବାସ ।


୩୯)

ପଙ୍ଖା କୁଲର

ଗ୍ରୀଷ୍ମରେ ଆବଶ୍ୟକ

ପ୍ରତ୍ୟେକ ଘର ।


୪୦)

ନିଦାଘ ଶେଷେ

ବରଷା ହୁଏ ଯେବେ

ମୌସୁମୀ ଆସେ ।


୪୧)

ଗେଣ୍ଡା କଙ୍କଡା

ସହିବାକୁ ପଡୁଛି

ନିଦାଘ ପୀଡ଼ା ।


~ ଜୟରାମ ସାହୁ


୪୨)

ଗ୍ରୀଷ୍ମପ୍ରବାହ

ଉତ୍ତାପ ବସୁଧରା

ତପ୍ତ ଅସହ୍ୟ ।


~ ଦୟାନନ୍ଦ ଶବର


୪୩)

ଗ୍ରୀଷ୍ମ ର ଖରା

ବିକଳେ ଖୋଜେ ଜୀବ

ଜଳ ର ଧାରା ।


୪୪)

ଗ୍ରୀଷ୍ମ  ର ଦିଶା

ବିକଳ ମନ ଖୋଜେ

ଛାଇ ର ଆଶା ।


୪୫)

ଗ୍ରୀଷ୍ମରେ ଆହା

ବଣ ପୋଡି ଯାଏ ସେ

ମାଙ୍କଡ ବିହା ।


~ ଆଶୁତୋଷ ମେହେର


୪୬)

ଗ୍ରୀଷ୍ମ ପ୍ରକୋପ

ବସୁଧା ସହେ କଷ୍ଟ

ନ ପାଇ ରାହା ।


୪୭)

ଜଳ ବିହୂନେ

ଗ୍ରୀଷ୍ମର ଉତ୍ତାପରେ

ବିକଳ ପ୍ରାଣ ।


~ ନିବେଦିତା ମହାପାତ୍ର


୪୮)

ଉତ୍ତପ୍ତ ଧରା

ଡହକୁ ଥାଏ ମାଟି

ବୃକ୍ଷ ଆଶରା ।


୪୯)

ନିଦାଘ ନିଆଁ

ଜାଳି ପୋଡ଼ି ଦିଅଇ

ସାରା ଦୁନିଆ ।


୫୦)

ଗ୍ରୀଷ୍ମର ତାତି 

ଡାକିଆଣେ ଧରାରେ

ବର୍ଷା ମୈlସୁମି ।


୫୧)

କୃଷ୍ଣଚୂଡ଼ା ର 

ନାଲି ନାଲି ଓଠର

ହସ ମଧୁର ।


~ ଗୀତା ଷଡ଼ଙ୍ଗୀ


୫୨)

ଗ୍ରୀଷ୍ମର ବେଳେ 

ଶୁଷ୍କତା ବସୁନ୍ଧରା 

ଉତ୍ତାପେ ଜଳେ ।


୫୩)

ଗ୍ରୀଷ୍ମ ଋତୁର 

ଜୀବ ଯାତ୍ରାର ପଥ 

କ୍ଲିଷ୍ଟତା ଖର ।


~ ସନ୍ତୋଷ କୁମାର ସାହୁ


୫୪)

ଜଳ ସଂକଟ

ଗ୍ରୀଷ୍ମ ପ୍ରବାହ ଧାରା

ପ୍ରାଣୀ ଙ୍କ କଷ୍ଟ ।


୫୫)

ଗ୍ରୀଷ୍ମ ର ଝାଞ୍ଜି

ମନକୁ ଶାନ୍ତି ଲାଗେ

ପିଇଲେ କାଞ୍ଜି ।


~ ଡମ୍ବରୁଧର ବାଗ


୫୬)

ଦାରୁଣ ଗ୍ରୀଷ୍ମ 

ଶୁଷ୍କ ତଟିନୀ ନୀର

ବୃକ୍ଷ ଶ୍ରୀହୀନ ।


୫୭)

ମୁଣ୍ଡରେ ଠେକା 

ଜ୍ୟେଷ୍ଠ ମାସର ଝାଞ୍ଜି 

ତୃଷାର୍ତ୍ତ ପୃଥ୍ୱୀ ।


୫୮)

ଗ୍ରୀଷ୍ମ ପ୍ରକୋପ 

ସୂର୍ଯ୍ୟଙ୍କର ଯୌବନ 

ପୃଥିବୀ ସ୍ଥିର ।


୫୯)

ଗ୍ରୀଷ୍ମ ରଜନୀ 

ଚନ୍ଦ୍ରର ଶୀତଳତା 

ଗାଆଁରେ ଦଣ୍ଡ ।


୬୦)

ତାସ୍'ର ଆସର 

ଗାଁ ବର ଚଉପାଢ଼ି 

ଦୁଇ ପହର ।


~ ରମାକାନ୍ତ ସତପଥି


୬୧)

ନିଦାଘ କଷ୍ଟ 

ପ୍ରସବର ବେଦନା 

ସ୍ମୃତି ମଧୂର ।


୬୨)

ବସନ୍ତ ହଜେ 

ନିଃସ୍ତବ୍ଧ ଦ୍ୱିପ୍ରହର 

ରୌଦ୍ର ତାଣ୍ଡବ ।


୬୩)

ଗ୍ରୀଷ୍ମାବକାସ

ଯାତ୍ରାର ଅଭିନୟ 

ଗାଆଁ ଆଖଡ଼ା ।


୬୪)

ଆଇ ସହିତ 

ଲୁଡୁ ଓ ବାଘ ଛେଳି 

ହଜିଛି ଗ୍ରୀଷ୍ମ ।


~ମନୀଷା ମିଶ୍ର


୬୫)

ବେଳ୍ ବୁଡ଼୍ଲା ବୁଆ

ତେନେ ଫୁନି ଫୁଟୁଚେ

ସରମର୍ ଝାଳ ।


୬୬)

କା'କେ ସମାଲ୍'ବ

ଦେହିର୍ ତାତି କି ବେଳ୍'ର

ଲାଜ୍ ଲୋଜ୍ନା ଇଟା ।


~ ରାଜେଶ କୁମାର ମୁଣ୍ଡ


୬୭)

ଗ୍ରୀଷମ କାଳ 

ଅଂଶୁଘାତେ ନରର 

ପୂରଇ କାଳ l


~ ସୁଧାଞ୍ଜଳି ମିଶ୍ର


୬୮)

ଗ୍ରୀଷ୍ମ ପବନ

ଅତି ପ୍ରଚଣ୍ଡ ତାତି 

ଦୁଃଖ ଜୀବନ ।


~ ଦୟାନନ୍ଦ ଶବର


୬୯)

ବ୍ଲେଡ଼ ର ଧାର

ଗ୍ରୀଷ୍ମ ର ଟାଣ ଧାସ

ଉତ୍ତପ୍ତ ବେଳ ।


୭୦)

ଜୀବନ ଗପ

କେବେ ଛାଇ ତ ଗ୍ରୀଷ୍ମ 

ଶଦ୍ଦ ର ଛନ୍ଦ !


~ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ


୭୧)

ଝାଞ୍ଜି ବୈଶାଖେ

ଲେଖୁଛି ମୁଁ ଗ୍ରୀଷମ

କବିତା ଟିକେ ।


୭୨)

ଗ୍ରୀଷମ ଝାଞ୍ଜି 

ଅସହ୍ୟ ହୁଏ ବଡ

ପ୍ରଖର ତାତି ।


୭୩)

ନିଦାଘେ ଖରା

ନଈ ପୋଖରୀ କୂପ

ଶୁଖନ୍ତି ପରା ।


୭୪)

ସରସୀ ଜଳେ

ମାଛ ମରାଯାଏ ତ

ଗ୍ରୀଷମ କାଳେ ।


୭୫)

ବାମ୍ଫିର ଜଳ

ଗ୍ରୀଷ୍ମ ରୌଦ୍ର ତାପରେ

ଅତି ଶୀତଳ ।


୭୬)

ନିଦାଘ ତାପେ

ଥଣ୍ଡା ଦହି ସର୍ବତ

ଦେହକୁ ହିତ ।


୭୭)

ପଖାଳ କଂସା

ଗ୍ରୀଷ୍ମ ଉତ୍ତାପେ ଆମ

ମେଣ୍ଟଇ ତୃଷା ।


୭୮)

ଗ୍ରୀଷ୍ମ ରୁ ରକ୍ଷା

ମୁଣ୍ଡରେ ଛତା ସଙ୍ଗେ

ପାଦରେ ଜୋତା ।


୭୯)

ଗ୍ରୀଷମ କାଳେ

ଥଣ୍ଡା ପବନ ବହେ

ସମୁଦ୍ର କୂଳେ ।


୮୦)

ବୈଶାଖ ଜ୍ୟେଷ୍ଠ

ଧରାରେ  ଅନୁଭବ

ଗ୍ରୀଷମ ଋତୁ ।


୮୧)

ଗ୍ରୀଷମ କାଳେ

ଭାରି ଭିଡ ଜମେରେ

ଆମ୍ବ ତୋଟାରେ ।


୮୨)

ପରମ୍ପରାରେ

ସାବିତ୍ରୀ ରଜ ପଡେ

ଗ୍ରୀଷ୍ମ ଋତୁରେ ।


୮୩)

ରୌଦ୍ର ତାପରେ

ଘରପୋଡି ଘଟେତ

ଗ୍ରୀଷ୍ମ କାଳରେ ।


୮୪)

ଗ୍ରୀଷ୍ମ କୋପରେ

ଝରାଏ ବସୁମତି

ଆଖିରୁ ଲୁହ ।


୮୫)

ଗ୍ରୀଷମ ତାତି

ଧରାରେ ଘଟାଏ ସେ

କାଳବୈଶାଖି ।


୮୬)

ଗ୍ରୀଷ୍ମ ଋତୁରେ

ବୃକ୍ଷ ଲତା ନପାନ୍ତି

ପାଣି ଟୋପେରେ ।


୮୭)

ଗ୍ରୀଷ୍ମ ତାପରେ

ଆମ୍ବ ପଣସ କୋଳି

ପକ୍ଵ ହୁଏରେ ।


୮୮)

ନିଦାଘ କାଳ

ପଥିକ ଖୋଜୁଥାଏ

ତୃଷାରେ ଜଳ ।


୮୯)

ଗ୍ରୀଷ୍ମର ସଂଧ୍ୟା

ଭାଗବତ ଟୁଙ୍ଗିରେ

ଖଞ୍ଜଣି ମାଡ ।


୯୦)

ଗ୍ରୀଷମ କାଳ

ବାଟୋଇ ଆଶ୍ରୟ ତ

ଛାଇର କୋଳ ।


୯୧)

ଗ୍ରୀଷ୍ମ ରଜନୀ

ଦଣ୍ଡ ରାମଲୀଳାରେ

ଦାଣ୍ଡ ମୁଖର ।


୯୨)

ନିଦାଘ କାଳ

ଆମନ୍ତ୍ରଣ କରଇ

ମୌସୁମୀ  ରାଣୀ ।


୯୩)

ପାହାନ୍ତି ନିଶି

ଗ୍ରୀଷମ  ଉତ୍ତାପରେ

ସପନ ଛୁଆଁ ।


୯୪)

ଗ୍ରୀଷ୍ମ ସକାଳ

ଝିଅ ବୋହୁଙ୍କ ମେଳ

ପୋଖରୀ ତୁଠେ ।


୯୫)

ନିଦାଘ ତାତି

ଦେହକୁ ଥଣ୍ଡା ରଖେ

ପଇଡ ପାଣି ।


୯୬)

ଗ୍ରୀଷ୍ମାବକାଶେ

କଟାଇ ଥାଆନ୍ତି ତ

ଶୈଳନିବାସେ ।


୯୭)

ଗ୍ରୀଷମ କାଳେ

ପ୍ରାକୃତିକ ବିପତ୍ତି

ଧରା ପୃଷ୍ଠରେ ।


୯୮)

ନିଦାଘ କାଳ

ଅସହ୍ୟ ଲାଗେ ଭାରି

ଦେହରୁ ଝାଳ ।


୯୯)

ଗାଆଁ ମଣ୍ଡପେ

ତାସ ଆସର ଜମେ

ନିଦାଘ କାଳେ ।


୧୦୦)

ଗ୍ରୀଷ୍ମ ସକାଳ

କୃଷକ ଭାଇ ଖାଏ

କଂସେ ପଖାଳ ।


୧୦୧)

ନିଦାଘ କାଳ

ଦାରୁଣ କଷ୍ଟ ଅତି

ବାଳ ଓ ବୃଦ୍ଧ ।


୧୦୨)

ଗ୍ରୀଷମ କାଳ

ସଭିଏଁ ଆତୁର ତ

ଦହି ପଖାଳ ।


~ ଦମୟନ୍ତୀ ରଥ

☆☆☆☆☆☆☆☆☆☆

कोई टिप्पणी नहीं:

एक टिप्पणी भेजें

MOST POPULAR POST IN MONTH