ହାଇକୁକାର
ଶମ୍ଭୁନାଥ ଦାସ
ହାଇକୁ
ସୂରୁଜ
--0--
୧)
ହେ ସୂର୍ଯ୍ୟ ଦେବ
ସ୍ନାନାନ୍ତେ ପ୍ରତିଦିନ
ପ୍ରଣାମ ଘେନ !
୨)
ହେ ଦିବାକର
ତୁମେ ହିଁ ସୂର୍ଯ୍ୟ ରବି
ଆଉ ଭାସ୍କର !
୩)
ପ୍ରାତେଃ ଉଦିତ
ତୁମେ ହିଁ ଦିବାକର
ସଂଧ୍ୟାରେ ଅସ୍ତ !
୪)
ଉଦିତ ସୂର୍ଯ୍ୟ
ରଶ୍ମିପ୍ରଭା ସକାଳ
ତୋଳେ ମୁରୁଜ ।
୫)
ଉଇଁଲେ ରବି
ଶୋଭାରାଜି ପ୍ରକାଶେ
ଦିବସ ଛବି ।
୬)
ସୂର୍ଯ୍ୟ କିରଣ
ଅଙ୍କୁରୋଦଗମରେ
ଶକ୍ତି ସୃଜନ ।
୭)
ସୃଷ୍ଟି ସୃଜନ
ତବ ପାଇଁ ହେ ସୂର୍ଯ୍ୟ
ଯେ' ଶୋଭମାନ ।
୮)
ଚନ୍ଦ୍ରଭାଗାରେ
ଉଦିତ ସୂର୍ଯ୍ୟପ୍ରଭା
କି ମନୋହରେ !
୯)
କୃଷ୍ଣଚୂଡ଼ାରେ,
ସୂର୍ଯ୍ୟଦେବ ବିମୁଗ୍ଧ
ଯେ' ଉଲ୍ଲାସରେ ।
୧୦)
ସୂର୍ଯ୍ୟ କିରଣେ,
ସୂର୍ଯ୍ୟମୁଖୀ ସୌନ୍ଦର୍ଯ୍ୟ
ବିମୁଗ୍ଧ ପ୍ରାଣେ ।
୧୧)
ସୂର୍ଯ୍ୟ ପ୍ରେମର
ପଦ୍ମ ପାଗଳିନୀ ତ
କବି ବିଭୋର !
୧୨)
ସୂର୍ଯ୍ୟ କିରଣ
ନିର୍ମାଣେ ଚକ୍ରେ ଜଳ
ଯେ' ସଂରକ୍ଷଣ ।
୧୩)
ସୂର୍ଯ୍ୟ କିରଣ
ବୃକ୍ଷ ପତ୍ରେ ନିର୍ଗତ
ଯେ' ଅମ୍ଳଜାନ ।
୧୪)
ବରଷା ପରେ
ସୂର୍ଯ୍ୟ କିରଣ ଆଭା
ଇନ୍ଦ୍ରଧନୁରେ ।
୧୫)
ସାତୋଟି ରଙ୍ଗ
ଇନ୍ଦ୍ରଧନୁ ପ୍ରକାଶ
ସୂର୍ଯ୍ୟ କିରଣ ।
୧୬)
ପୃଥିବୀ ପରି
ସୂର୍ଯ୍ୟଙ୍କ ଚତୁଃପାର୍ଶ୍ଵେ
ଗ୍ରହ ଘୂରନ୍ତି ।
୧୭)
ସୌରମଣ୍ଡଳ
କେନ୍ଦ୍ରରେ ସୂର୍ଯ୍ୟ ସ୍ଥିର
ଗ୍ରହ ଘୂର୍ଣ୍ଣନ ।
୧୮)
ହେ ଦିବାକର,
କର୍ଣ୍ଣ ଶନି ସୁଗ୍ରୀବ
ତବ କୁମର ।
୧୯)
ସୂର୍ଯ୍ୟ ମନ୍ଦିର
ଏକମାତ୍ର ଆରାଧ୍ୟ
ଦେବ ଭାସ୍କର ।
୨୦)
ଦକ୍ଷିଣାୟନେ
ସୂର୍ଯ୍ୟ ସିଧା ସଳଖ
ଆଲୋକ ବୁଣେ ।
୨୧)
ଉତ୍ତରାୟଣେ
ତିର୍ଯ୍ୟକ ସୂର୍ଯ୍ୟାଲୋକେ
ଶୀତଳ ଜନେ ।
୨୨)
ସୂର୍ଯ୍ୟ ପରାଗ
ଚନ୍ଦ୍ର ଛାୟାରେ ଧରା
ହୁଏ ଅନ୍ଧାର ।
୨୩)
ଚନ୍ଦ୍ର ଗ୍ରହଣ,
ସୂର୍ଯ୍ୟ ଚନ୍ଦ୍ର ମଧ୍ୟରେ
ଧରାବସ୍ଥାନ ।
୨୪)
ବୈଶାଖ ଜ୍ୟେଷ୍ଠ
ସୂର୍ଯ୍ୟ ଉତ୍ତାପେ ଜନ
ଯେ' ଅସ୍ତ-ବ୍ୟସ୍ତ ।
୨୫)
ବରଷା କାଳେ
ସୂର୍ଯ୍ୟଙ୍କୁ ଦେଖି ହୃଦେ
ଆନନ୍ଦ ଭୋଳେ ।
୨୬)
ହେ ସୂର୍ଯ୍ୟ ଆସ
ନପୁଂସକ ପତ୍ନୀଙ୍କ
ଗର୍ଭରେ ବାସ !
୨୭)
ହେ ସୂର୍ଯ୍ୟଦେବ
ତବ ଉତ୍ତାପ ଜାଳୁ
କୀଟାଣୁ ସର୍ବ !
---00---
~ ଶମ୍ଭୁନାଥ ଦାସ
ମୁଖ୍ୟ ସମ୍ପାଦକ : "ଅଭିଯାନ"
ସମ୍ଭ୍ରାନ୍ତ ଓଡ଼ିଆ ସାହିତ୍ୟ ପତ୍ରିକା /କୋଲକାତା

कोई टिप्पणी नहीं:
एक टिप्पणी भेजें