हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

शनिवार, 28 अक्तूबर 2023

~ ଓଡ଼ିଆ ହାଇକୁକାର ରାଧାଶ୍ଯାମ ମାହାନ୍ତିଙ୍କ ଓଡ଼ିଆ ହାଇକୁ ~

ରାଧାଶ୍ଯାମ ମାହାନ୍ତି

ହାଇକୁ


( ୧ )

ଶୁଭ ପ୍ରଭାତ

ବୁନ୍ଦା ବୁନ୍ଦା ଶିଶିର

ଶୁଭେ ଆଜାନ ।।

*

( ୨ )

ପ୍ରଚଣ୍ଡ ଖରା

ପକ୍ଷୀ ଥଣ୍ଟରେ ନିଏ

ଦି ଠୋପା ପାଣି ।।

*

( ୩ )

ନିଶା ଗର୍ଜୁଛି

ସହର ଶୂନ ଶାନ

ପେଚା ରାବୁଛି ।।

*

( ୪ )

ଶ୍ରମିକ ହାଟ

ବାବୁ କାମ ମିଳିବ ?

ଚାଖଣ୍ଡେ ପେଟ ।।

*

( ୫ )

ଢଳୁଛି ଦିନ

ବାହୁଡ଼ନ୍ତି ଶ୍ରମିକ

ବସ୍ତି ଅନ୍ଧାର ।।

*

( ୬ )

ସରିଲା ପୂଜା

କିଏ ଇସ୍ତଫା ଦେଲା

ସହରେ ଚର୍ଚ୍ଚା ।।

*

( ୭ )

ସମୁଦ୍ର ଦିଶୁ

ତୁହି ଅଥୟ ଯେହ୍ନେ

ଉଲଂଗ ଶିଶୁ  ।।

*

( ୮ )

ଜହ୍ନଟା ଉଏଁ

ରୁପା ଛାଉଣୀ ହୁଏ

ଶଶକ ଡିଏଁ  ।।

*

( ୯ )

ନେବାକୁ ପଡ଼ି

କେତେଯେ ଠେଲାପେଲା

ପିମ୍ପୁଡ଼ି ଧାଡ଼ି ।।

***

~ ରାଧାଶ୍ୟାମ ମହାନ୍ତି

ମା ଶ୍ୟାମାକାଳୀ କୃପା

ରଶ୍ମି ଟାୱାର ସମ୍ମୁଖ, ନାଗେଶ୍ୱର ଟାଙ୍ଗୀ, ଭୁବନେଶ୍ୱର (ଓଡ଼ିଶା)

MOST POPULAR POST IN MONTH