ହାଇକୁ ସାଧନା ଖୋର୍ଦ୍ଧା
ସାରସ୍ଵତ ଚୋକା କାବ୍ୟ ଯାତ୍ରା
ଅକ୍ଟୋବର~୨୦୨୧
ଚୋକା
୧)
ନୀଳ ନୟନା
ତେରେଛା ଚାହାଣୀ ରେ
ହୃଦୟ ହାଣୁ
କଥା କୁହା ଆଖି ରେ
ପୀରତି ଶର
ଦହି ଦେଲୁ ମନକୁ
ପାରୁନି ଭୁଲି
ଆସିଥିଲୁ ସପନରେ
ପାରିନି ଧରି
ସାତ ତୁଳୀ ରଙ୍ଗରେ
ମନ ଦର୍ପଣେ
ଆଙ୍କିଛି ତୋର ଚିତ୍ର
ବାସ୍ତବ ନୁହେଁ
ତଥାପି ମୋ ମନର
ଅକୁହା କଥା
ସବୁ ଓଗାଳି ଦିଏ
ସତେ ଜୀବନ୍ତ
ନାୟିକା ମୋ ମନର
ଜୀବନ ସାଥୀ ଟିଏ ।
~ ବାସନ୍ତୀ ଦେଈ
୨)
ସୃଷ୍ଟିର ହିତେ
ମନୁଷ୍ୟ ଅବିରତେ
କାର୍ଯ୍ୟ କରନ୍ତେ
ସାରା ଜୀବ ଜଗତେ
ସ୍ୱର୍ଗ ମାନନ୍ତେ
ସର୍ବେ ମୁଖେ ଥୁଅନ୍ତେ
ଆହା କି ସତେ
ରାମ ରାଜ୍ୟ ଜଗତେ
ପ୍ରତିଷ୍ଠା ହେଲା
ଯୁଗ ବଦଳି ଗଲା
ମର୍ତ୍ତ୍ୟ ସରଗ ହେଲା ।
~ ଚପଳା ପଣ୍ଡା, ଖୋର୍ଦ୍ଧା
୩)
ମଙ୍ଗଳ ମୟୀ
ଗୃହ ଲକ୍ଷ୍ମୀ ଅଟଇ
ରଖିବା ଧ୍ୟାନ
ଜନନୀ ଭଗିନୀ ଓ
କନ୍ୟା ରତନ
ସାରା ଜୀବନ ଆମ
ସାଥିରେ ଥାଏ
ଗଢି ସୁଖ ସଂସାର
ଆଦର୍ଶ ପରିବାର ।
~ ଜ୍ୟୋତି ପ୍ରଭା ପଟ୍ଟନାୟକ
୪)
ମନ ମୟୂରୀ
ସୃଷ୍ଟିତା ମାୟାପୁରୀ
ଛାୟା ବିସ୍ତାରି
ସୁକ୍ଷ୍ମ କୁ ସ୍ଥୁଳ କରି
ସମୁଦ୍ରେ ବାରି
ଆଶା ଦିଗବିସ୍ତାରି
ହୃଦୟ ଭାରି
କେହି ନୁହେଁ କାହାରି
କିଏ ତା ସରି
ଦୁଃଖ ଦିଏ ପାସୋରି
ସଂସାରେ ନାରୀ
ବିଧାତା ସୃଷ୍ଟିକରି
ମମତା ଭରି
ଅପରୂପା ସୁନ୍ଦରୀ
କରେ ଗୁହାରି
ଦିନତା ଯାଉ ସରି
ବିଭୁ ପଦେ ଗୁହାରି ।
~ ସୂର୍ଯ୍ୟକାନ୍ତି ଦାଶ, ଯାଆଁଳା, ଜଟଣୀ
୫)
ଫଗୁଣ ଆସେ
ଧରଣୀ ପୁଲକିତ
ମଳୟ ସ୍ପର୍ଶେ
ସମୀରେ ଶିହରଣ
ଆଳି ଗୁଞ୍ଜନ
ପତ୍ରଝଡ଼ା ତରୁରେ
ନବ ପଲ୍ଲବ
ରଙ୍ଗଭରା ଉତ୍ସବ
ହୋଲି ପରବ
ସଭିଏଁ ମତୁଆଲା
ଆମ୍ର କାନନେ
କୋକିଳ କୁ ହୁତାନ
ଗୋଧୂଳି ଲଗ୍ନେ
ମଧୁର ବଂଶୀସ୍ଵନ
ଚିତ୍ତ ହରଷେ
ମଲ୍ଲୀ ଫୁଲର ବାସ
ମହକେ ଚଉପାଶ ।
~ ମଧୁଛନ୍ଦା ଦାଶ
୬)
ସଞ୍ଜ ସକାଳେ
ଭକ୍ତି ପ୍ରଦୀପ ଜାଳେ
ଆଖି ଲୁହରେ
ପାପ ପଙ୍କିଳ ଧରା
ଅବିବେକିତା
ନିର୍ମମ ନିଷ୍ଠୁରତା
ସଂସ୍କାର ହୀନ
ମାନବିକତା ଶୂନ୍ଯ
କଳୁଷ ପୂର୍ଣ୍ଣ
ମାନବ ନିଏ ଜନ୍ମ
ବିନା ବିଚାରେ
ଆସୁରୀ ଶକ୍ତି ଭରା
ହ୍ରୁଦୟ ତନ୍ତ୍ରୀ
ହଜିଛି ଶାନ୍ତି ମୈତ୍ରୀ
ବିଶ୍ବାସେ ବିଷ
କ୍ରୋଧୀ ଚଣ୍ଡାଳ ରୂପ
ବିଶ୍ୱ ସଂହାର କ୍ଲେଶ ।
~ ସସ୍ମିତା ବାରିକ୍, ବୋଲଗଡ଼
୭)
ପାହାନ୍ତି ସ୍ନାନ
ଧର୍ମ କର୍ମରେମନ
ଦେବଦର୍ଶନ
ବୃନ୍ଦାବତୀ ପୂଜନ
ହେବେ ପ୍ରସନ୍ନ
ନାରୀଏ ଏକମନ
କାର୍ତ୍ତିକବ୍ରତ
କରନ୍ତି ଵିଧିମତ
ମାସ ମହାନ
କର ଦରିଦ୍ର ଦାନ
ପୂଣ୍ୟଅର୍ଜନ
ଖାଇ ହବିଷଅନ୍ନ
ଆମିଷ ତ୍ୟାଗ
ଖଣ୍ଡିତ ବହୁରୋଗ
ଆକାଶଦୀପ
ହାଣ୍ଡିରେ ଦପଦପ
ଦିଏ ଆଲୋକ
ସନ୍ତୁଷ୍ଟ ପିତୃଲୋକ
ଦିନେ ମରିବ
ସଙ୍ଗେ କିଛି ନଥିବ
କେବଳ ଧର୍ମ ଯିବ ।
~ ସୂର୍ଯ୍ୟକାନ୍ତି ଦାଶ, ଯାଆଁଳା, ଜଟଣୀ
୮)
ଶୁଭ ସକାଳ
ସୁନ୍ଦର ଶୋଭାବନ
କାକର କାଳ
ମନ୍ଦ ଶୀତଳ ବାତ
ଦେହକୁ ହିତ
ଟିକେ ଵୁଲି ଆସ ତ
ପୂର୍ବ ଗଗନେ
ଦେଖ ଅରୁଣୋଦୟ
କଅଁଳ ଖରା
ବାଜୁ ଶରୀରେ ଟିକେ
ଅଙ୍ଗ ପ୍ରତ୍ୟଙ୍ଗ
ହେଉ ସଵଳ ସୁସ୍ଥ
ପ୍ରସନ୍ନ ଭାଵେ
କାମେ ଲାଗିବ ମନ
ଵିତିଵ ଦିନ
ସୁଖେ ଅତି ଆନନ୍ଦେ
ଦିଵସ ଖୁସି
ଉତ୍ସାହ ଯେତେ,ମିଳେ
ପ୍ରଭାତ ରାଗେ
ପକ୍ଷୀ କାକଳି ପୁରେ
ଶାନ୍ତ ପ୍ରକୃତି କୋଳେ ।
~ ଆରତି ମଞ୍ଜରୀ ଦାଶ, ଗୁରୁଜଙ୍ଗ, ଖୋରଧା
୯)
ଆମ ଦୁହିତା
ଜନମ ହେବା ଦିନୁ
କହନ୍ତି ସର୍ବେ
ଦୁଇ କୂଳକୁ ହିତା
ଲକ୍ଷ୍ମୀ ଆମର
ପୁଅ ଝିଅ ସମାନ
ଆମ ସମାଜେ
ବାଲ୍ୟ ବିବାହ ମନା
ଉତ୍ତମ କଥା
ଉପଯୁକ୍ତ ବୟସ
ବିବାହ ଯୋଗ୍ୟା
ଶାଶୁ ଘରକୁ ଯାଏ
ଶ୍ବଶୁର ଘର
ମର୍ଯ୍ୟାଦା ଅଟେ ତାର
କରଇ ଯତ୍ନ
ଶାଶୁ ଶ୍ୱଶୁରଙ୍କର
ପାଏ ସ୍ନେହ ଆଦର ।
~ ଜ୍ୟୋତି ପ୍ରଭା ପଟ୍ଟନାୟକ
୧୦)
ଶିବ ଶଙ୍କର
ତପେ ଦିଅନ୍ତି ବର
ଉମା ମହେଶ
ନାମ ଅଟେ ତାଙ୍କର
ପୁଣ୍ୟ କାର୍ତ୍ତିକେ
ହବିଷ୍ୟ ମହାପୁଣ୍ୟ
ଦାନ ଧରମ
ବାଲି ଯାତ୍ରା ଦେଖିବା
ବୋଇତ ବନ୍ଦାଇବା ।
~ ଜ୍ୟୋତି ପ୍ରଭା ପଟ୍ଟନାୟକ
୧୧)
କାର୍ତ୍ତିକ ମାସ
ଧର୍ମ ଅର୍ଜନେ ଆଶ
ସୋମବାରରେ
ଭିଡ଼ ଶିବ ମନ୍ଦିରେ
ହବିଷ ଅନ୍ନ
ଦିବ୍ୟ ସ୍ୱାଦ ଭୋଜନ
ସଞ୍ଜ ବେଳରେ
ଦେଖ ଚଉରା ମୂଳେ
ମାଟି ହାଣ୍ଡିରେ
ଶୁଭ ଦୀପ ଜଳେରେ
ପଞ୍ଚ ମୁରୁଜ
ଜଗା ବଳିଆ ସାଥେ
ଦାମୋଦରଙ୍କୁ ଭଜ ।
~ ଚପଳା ପଣ୍ଡା, ଖୋର୍ଦ୍ଧା
୧୨)
ମୟୂର ଚୁଳ
ଶୋହେ ମସ୍ତକପର
ରଙ୍ଗ ଶ୍ୟାମଳ
ମୁକୁଟ ଯାର ଶିର
ପଦେ ନୂପୁର
ଦେହେ ତା ପିତାମ୍ବର
ଗଳାରେ ହାର
ମୋହନ ବଂଶୀଧର
ବାଳ ଗୋପାଳ
ସର ଲବଣି ଚୋର
ପୁତନା ମାରି
ବକା ଶକଟା ତାରି
ଗୋପାଳମେଳେ
ଖେଳେ ସଞ୍ଜସକାଳେ
ଯମୁନାକୂଳେ
ବସ୍ତ୍ର ଲୁଟିଲେ ଛଳେ
ଗୋପୀଏ ସ୍ନାନ
ଵିଵସ୍ତ୍ରହେତୁ ମାନ
ରାଧା ଗୁମାନ
ବଢେ ଦିନକୁ ଦିନ
ରାଧାମୋହନ
ପୁକାରେ ବଂଶୀସ୍ଵନ
ଅକ୍ରୁର ରଥେ
କୁବୁଜା ଦେଖି ପଥେ
ରୂପସୀ କନ୍ୟା
ରୂପେ କରିଲେ ଧନ୍ୟା
କଂସ ନିଧନ
ମଞ୍ଚପରୁ ପତନ
ଵିଧିବିଧାନ
ନରହେ ଗର୍ବ ଧନ
ଜୀବ ଜୀବନ
ଦେବକୀ କଲେ ଜନ୍ମ
ଯଶୋଦା ପ୍ରାଣ ଧନ ।
~ ସୂର୍ଯ୍ୟକାନ୍ତି ଦାଶ, ଯାଆଁଳା, ଜଟଣୀ
୧୩)
ଜୀବନ ଧନ
ଦେହ ଆଉ ଯୌବନ
କି ଚିରନ୍ତନ?
ଆସେ ମରଣ ଦିନ
କର ସ୍ମରଣ
ଶାନ୍ତି ଅମୃତେ ମନ
ଆନନ୍ଦେ ଧ୍ୟାନ
ସଦା ହରି ଚିନ୍ତନ
କର୍ମ ଯୋଗ ସାଧନ ।
~ ଚପଳା ପଣ୍ଡା
୧୪)
ଶୁଖିଲା ନଈ
ମେଘ ଦେଖି ଫୁଲେଇ
ମହୁଲ ଖାଇ
କାହିଁ ଯାଉଚୁ ଧାଇଁ
ଯା ଟିକେ ରହି
ଗରଜୁ ସେ ଵାଦଲ
ବରଷି ଯାଉ
ଧରିବୁ ଜଳ ସାଜି
ତୋ କଳେଵର
ଦୂର ସାଗର କୋଳେ
ମିଳି ଯିଵୁ ଉତ୍ସାହେ ।
~ ଆରତି ମଞ୍ଜରୀ ଦାଶ, ଗୁରୁଜଙ୍ଗ
୧୫)
କେଡେ ସୁନ୍ଦର
ଫୁଲ ବଉଳ ବେଣୀ
କଜ୍ଜଳ ଗାର
ତା'ର ବାଙ୍କଚାହାଣି
ବେକରେ ହାର
ପିନ୍ଧେ ଝିନବସନ
କଟି ମେଖଳା
ପାଦ ଅଳତାବୋଳା
ପିନ୍ଧା ପାଉଜି
ଝଂକୃତ ଶାଢ଼ୀ ବାଜି
ହାତରେ କାଚ
କାଞ୍ଚନ ସହ ନାଚ
ପିନ୍ଧି ମୁଦ୍ରିକା
ଶୋଭିତ ଅନାମିକା
ଗଜଗାମିନୀ
ପ୍ରେମ ରେ ମହାଦାନୀ
ହେଲେ ଘରଣୀ
ଶୁଣିତା ମୃଦୁବାଣୀ
ମନଟା ନିଏ କିଣି ।
~ ସୂର୍ଯ୍ୟକାନ୍ତି ଦାଶ, ଯାଆଁଳା, ଜଟଣୀ
୧୭)
ସୁନା କଳସ
ଶ୍ରୀ ରଘୁନାଥ ମନ୍ଦିର
ଚୁଡାରେ ଦେଖ
ନୟାଗଡ଼ ଜିଲାର
ଓଡ଼ଗାଁ ଠାରେ
ତିନିଗୋଟି କଳଶ
ଶୋଭା ପାଉଛି
କାହିଁ କେତେ ଦିନରୁ
ଆସନ୍ତୁ ଆମେ
ଦର୍ଶନ କରିଯିବା
ରାମ ଲକ୍ଷ୍ମଣ ସୀତା ।
~ ଜ୍ୟୋତି ପ୍ରଭା ପଟ୍ଟନାୟକ
୧୮)
ଦେଖ ସ୍ବେଦଜ
ଅଣ୍ଡଜ, ଜରାୟୁଜ
ଓ ଉଦ୍ଭିଦଜ
ସେଥିରୁ ପ୍ରାଣୀ ସୃଷ୍ଟି
ପୂର୍ଣ୍ଣ ବିରାଜ
ମନୁଷ୍ୟ, ପଶୁପକ୍ଷୀ
ସ୍ରଷ୍ଟାଙ୍କ ଆଖି
କୀଟ ଆଉ ପତଙ୍ଗ
ପଡୁନି ଜଣା
ପୂରି ଅଛି ସର୍ବାଙ୍ଗ
କେଉଁଠି ଊଣା
କରିବାକୁ ଭରଣା
ଚରିତାର୍ଥ କାମନା ।
~ ଚପଳା ପଣ୍ଡା, ଖୋର୍ଦ୍ଧା
୧୯)
କିଏ ଶୁଣିବ
କାହା ଆଗେ କହିବ
ପାପ ନିଜର
ଅନ୍ୟକୁ ଦେଇଦେବା
ଚେଷ୍ଟା ନ କର
ପାରୁଛ ଯଦି କର
ହରିଙ୍କୁ ସ୍ମର
ସମର୍ପଣ ଶରୀର
ମନ ଓ ପ୍ରାଣ
କ୍ଷଣ ଆୟୁଷ ଜାଣ
ଜନ୍ମ ମରଣ
ତ୍ୟାଗ ପୂତ ଜୀବନ
ଦୟା ବାଣ୍ଟିବା
ଉପକାର କରିବା
ଜୀବେ ସ୍ନେହ ରଖିବା ।
~ ଚପଳା ପଣ୍ଡା, ଖୋର୍ଦ୍ଧା
୨୦)
ଲକ୍ଷ୍ମଣ ରେଖା
ଥିଲା ସୀତା ସୁରକ୍ଷା
ଟପିଲେ ସୀତା
ପ୍ରଦାନ କଲେ ଭିକ୍ଷା
ଧୃତ ରାବଣ
ଛଳେ ଅପହରଣ
ଦୁଃଖେ କ୍ରନ୍ଦନ
ସେ ପୁଷ୍ପକବିମାନ
ଭାଗ୍ୟ ଲିଖନ
କିଏ କରିବ ଆନ
ରାମ ଲକ୍ଷ୍ମଣ
ଖୋଜି ବୁଲିଲେ ବଣ
ସୁଗ୍ରୀବେ ମିତ
ଭକ୍ତ ପବନ ସୁତ
ଲଙ୍କାରେ ଭେଟ
ଦେଖି ବୈଦେହୀ କଷ୍ଟ
ଲଙ୍କା ପୋଡିଲେ
ସମୁଦ୍ରେ ସେତୁ କଲେ
ଅଧର୍ମ ବିତ୍ତ
ନାଶ ହେଲା ବହୁତ
ରାମ ଲକ୍ଷ୍ମଣ
ସାଥେ ବାନରଗଣ
ବଳ ବିକ୍ରମ
କେହି ନୋହିବେ ସମ
ମଲା ରାବଣ
ଦୋଷ ସୀତା ହରଣ
ନାରୀ ଙ୍କ ଲୁହ
ଦୁଃଖ ସନ୍ତାପ କୋହ
ଅଗ୍ନି ସମାନ
ଭସ୍ମ କରିବ ପ୍ରାଣ
ମନେ ରଖ ବିଦ୍ୱାନ ।
~ ସୂର୍ଯ୍ୟକାନ୍ତି ଦାଶ, ଯାଆଁଳା, ଜଟଣୀ
୨୧)
ଉତ୍କଳେ ଆଜି
ନାହିଁ କିଛି ନିୟମ
ଭାଷା ରାଇଜେ
ଅଵା ଜନ ସମାଜେ
ତଟ ବନ୍ଧନେ
ନଦୀ ଆୟତ୍ତ ନୀରା
କଲ୍ୟାଣୀ ଧୀରା
ଭାଙ୍ଗିଲେ ତଟ
ପ୍ରଗଳ୍ଭ ନୀରା
ହୁଏ ସଂହାର ପ୍ରିୟା
ଭାଷା ନିର୍ଜିତ
ଅନୁଶାସନ ବିନା
କଥିତ ହେଉ
ଅବା ଲିଖିତ,ଭ୍ରଷ୍ଟ
ଶାସନ ବୃଥା
ଯେବେ ନିୟମ ନାହିଁ
ଗୋଠ ହୁଗୁଳା
ଯେବେ ପାଞ୍ଚଣ ନାହିଁ
ସାରା ଦୁନିଆଁ
ନଷ୍ଟ ଶାସନ ବିନା
ଭାଷା ଅରଣା
ଶବ୍ଦ ବିଜ୍ଞାନ ବିନା
କିଏ କହିଵ
ଅଵା ଶୁଣିଵ କିଏ
କପାଳେ ଥାପି
କର ବିବୁଧେ, ଚାହିଁ
ଜଗନ୍ନାଥଙ୍କୁ
ଆତୁରେ ଗୁହାରିବେ
ଉତ୍କଳ କଳା
ଉଦ୍ଧର ଏବେ ପ୍ରଭୁ
ବିସ୍ତାରି ଚକାଡୋଳା ।
~ ଆରତି ମଞ୍ଜରୀ ଦାଶ, ଗୁରୁଜଙ୍ଗ, ଖୋରଧା
୨୨)
ଭଗ୍ନ କୋଣାର୍କ
ଚନ୍ଦ୍ରଭାଗା କୂଳରେଭ
ଅବସ୍ଥାପିତ
ସୂର୍ଯ୍ୟ ମନ୍ଦିର ନାମେ
ଅଟେ ବିଦିତ
ନିଖୁଣ କାରୁକାର୍ଯୀ
ଚାରୁ ଭାସ୍କର୍ଯ୍ୟ
ସୁଦକ୍ଷ ବିନ୍ଧାଣୀଙ୍କ
କଳା ଚାତୁର୍ଯ୍ୟ
ପ୍ରସ୍ତରରେ ଖୋଦିତ
ଗାଥା ଅନେକ
ମନ୍ଦିର ଗାତ୍ର ମଧ୍ୟେ
ଅଛି ନିହିତ
ବାଳକ ଧର୍ମପଦ
ତ୍ୟାଗ ମହାନ
ବାରଶ ବଢେଇଙ୍କୁ
ଜୀବନ ଦାନ
ଦଧିନଉତି ସ୍ଥାପି
ତେଜିଲା ପ୍ରାଣ
କାଳ କାଳକୁ ଯଶ
ରଖିଲା ଜାଣ
ଉତ୍କଳ ପରମ୍ପରା
କୀର୍ତ୍ତି ଐତିହ
ପର୍ଯ୍ୟଟକଙ୍କୁ କରେ
ସିଏ ସମ୍ମୋହ
ଅନୁପମ ସୌନ୍ଦର୍ଯ୍ୟ
ଅଟଇ ସପ୍ତାଶ୍ଚର୍ଯ୍ୟ ।
~ ମଧୁଛନ୍ଦା ଦାଶ ଭୁବନେଶ୍ୱର
୨୩)
ପ୍ରକୃତିଶୋଭା
ବଡ଼ ସେ ମନଲୋଭା
ଶାଗୁଆ ବନ
ଦେଖି ଭାବୁକ ମନ
ସ୍ବପ୍ନବିଭୋର
ଗଢେ ଅଳକାପୁର
ପକ୍ଷୀ କାକଳୀ
ସଙ୍ଗୀତ ଠାରୁ ବଳି
ତୁରୀ ନିନାଦ
ହିଂସ୍ରଜନ୍ତୁ ଶବଦ
ଝରଣା ଜଳ
ଧ୍ଵନିତା କଳ କଳ
ନାଚେ ମୟୂର
ଥାଏ ପୁଷ୍ପସମ୍ଭାର
ଦେଖିକି ମାର
ପ୍ରହାରେ ବାର ବାର
ଔଷଧବୃକ୍ଷ
ରୋଗ ହରେ ପ୍ରତ୍ୟକ୍ଷ
ରବି କିରଣ
ତରୁଲତା ଗ୍ରହଣ
ଛାୟା ଉତ୍ପନ୍ନ
କ୍ଲାନ୍ତି ମେଣ୍ଟାନ୍ତି ଜନ
ଥାଏ ମନ୍ଦିର
ଭକ୍ତ ପୂଜେ ଠାକୁର
ସ୍ବର୍ଗୀୟ ପ୍ରେମ
କରି ଅବଲୋକନ
ହୃଷ୍ଟ ପୁଷ୍ଟ ବଦନ ।
~ ସୂର୍ଯ୍ୟକାନ୍ତି ଦାଶ, ଯାଆଁଳା, ଜଟଣୀ
୨୪)
ହୃଦୟେ ଚିନ୍ତ
ଏବେକାର ଦାୟାଦ
ବୁଦ୍ଧି ବହୁତ
ଜ୍ଞାନ ଘରେ ତାଲା ତ
ପ୍ରାତଃ ଉଥିତ
ଭୁଲି ଯାଆନ୍ତି ସତ
ଦିନଟା ରାତ୍ର
ରାତି ସାରା ଜାଗ୍ରତ
କରେ ବ୍ୟଥିତ
ମୋବାଇଲରେ ରତ
ମନର ମିତ
ମଥା ଜାଣ ବିକୃତ
କ'ଣ କରିବା
ପଞ୍ଚାକ୍ଷରୀ ଜପିବା
ଭବିଷ୍ୟତେ ନିନ୍ଦିବା ।
~ ଚପଳା ପଣ୍ଡା, ଖୋର୍ଦ୍ଧା
୨୫)
ଧର୍ମ ସଙ୍କଟ
ମହାମାରୀ କରୁଛି
କେତେ ଯେ ନାଟ
ପିଲାଙ୍କ ପାଠପଢା
ସିନେମା ହଲ
ଜିମ ମଲ ହୋଟେଲ
ଏ ସବୁ ବନ୍ଦ
କେବଳ ଘରେ ରହି
ସତର୍କ ରେ ଚଳିବା ।
~ ଜ୍ୟୋତି ପ୍ରଭା ପଟ୍ଟନାୟକ
୨୬)
ମନ ସମର୍ଥ
କରେ ଆତ୍ମ ନିଗ୍ରହ
ସକଳ ପାପ
ଉତ୍ପତ୍ତି ସ୍ଥଳ ସିଏ
ପାରେ ତ କରି
ନିଜେ ନିଜକୁ ଆୟତ୍ତ
ଇନ୍ଦ୍ରିୟ ଯାକ
କରି ସେ ସଙ୍କୁଚିତ
କଚ୍ଛପ ଭଳି
ନିଜ ଅଙ୍ଗକୁ ଜାକି
ସଵୁ ସହିଵା ପାଇଁ ।
~ ଆରତି ମଞ୍ଜରୀ ଦାଶ, ଗୁରୁଜଙ୍ଗ
୨୭)
ନୁହେଁ ବିଫଳ
ପରିଶ୍ରମର ଫଳ
ନିଗିଡା ଝାଳ
ଯିଏ ଅମୃତ ତୁଲ
ହୃଦ ସମ୍ବଳ
ପ୍ରୀତି ପୂର୍ଣ୍ଣା ଦୁକୁଳ
ଧର୍ମର ବଳ
କେବେ ନୁହେଁ ବିଫଳ
ଆଗେଇ ଚାଲ
ଭାବି ସର୍ବ ମଙ୍ଗଳ
ଛିଣ୍ଡେ ପାପ ଶୃଙ୍ଖଳ ।
~ ଚପଳା ପଣ୍ଡା ଖୋର୍ଦ୍ଧା
୨୮)
ଦେଶ ଦୁନିଆଁ
ବେଳୁବେଳ ଗମ୍ଭୀର
ଲାଗେ ଛାନିଆଁ
ରାଜନୀତି ରେ ଖେଳ
ଶାସନ କଳ
ହୁଏ ଦଳ ବଦଳ
ଗୋଷ୍ଠୀ କନ୍ଦଳ
ପବନ ଯୁଆଡକୁ
ସିଆଡେ ଛତା
କୁହନ୍ତି ମିଠା କଥା
କାଟନ୍ତି ଚିତା
କର କିଛି ବ୍ୟବସ୍ଥା
ସାବଧାନ ଜନତା ।
~ ଜ୍ୟୋତି ପ୍ରଭା ପଟ୍ଟନାୟକ
୨୯)
ଧନ୍ୟ ଶ୍ରୀକ୍ଷେତ୍ର
ଶ୍ରୀମନ୍ଦିର ଶୋଭିତ
ଯାହାର ନେତ
ଦେଖି ପତିତ ପ୍ରୀତ
ଶରଧାବାଲି
ବଡ଼ଦାଣ୍ଡରେ ଚାଲି
ଗରୁଡ଼ସ୍ତମ୍ଭ
ଧରିଲେ ତୁଟେ ଦମ୍ଭ
ଯା' ଆଗପଛ
ବିଂଶଦୁଇ ପାବଛ
ଦୀପ ପ୍ରଦାନ
ଅରୁଣଖମ୍ବେ ଧ୍ୟାନ
କଲେ ଦର୍ଶନ
ଚତୁର୍ଦ୍ଧାମୂର୍ତ୍ତି ମାନ
କଳୁଷ ନାଶ
ମିଳଇ ସ୍ୱର୍ଗେବାସ
ଲଷ୍ମୀ ବିମଳା
ପାର୍ଶ୍ଵ ମନ୍ଦିରମାଳା
ମୁକ୍ତିମଣ୍ଡପ
ଖଣ୍ଡନ୍ତି ପାପ ତାପ
ତାହା ନିକଟ
ରହିଛି କଳ୍ପବଟ
ପାର୍ଶ୍ୱ ଘୁର୍ଣ୍ଣନ
ମନସ୍କାମନା ପୂର୍ଣ୍ଣ
ପ୍ରସାଦ ତାର
ସେ ଆନନ୍ଦ ବଜାର
ମହାପ୍ରସାଦ
ସେବନ୍ତି ଭକ୍ତବୃନ୍ଦ
ମାଗି ଆଶିଷ
ଦୂର କରନ୍ତି କ୍ଳେଶ
କରେ କମ୍ପନ
ମହୋଦଧି ଗର୍ଜନ
ସାଗର ପାଶ
ବେଳାଭୂମିର ଦୃଶ୍ୟ
ସୁନ୍ଦର ପରିବେଶ ।
~ ସୂର୍ଯ୍ୟକାନ୍ତି ଦାଶ, ଯାଆଁଳା, ଜଟଣୀ
୩୦)
ତୃଷ୍ଣା ପ୍ରବଳ
ମନରେ ଭରା ଦୈନ୍ୟ
ଯେ ପରିତୁଷ୍ଟ
ନ ଥାଏ ତା ଦାରିଦ୍ର୍ୟ
ଇନ୍ଦ୍ରିୟ ଜିତ
ସଦା ହିଁ ଲବ୍ଧସୁଖ
ହୃଦୟ ତା'ର
ଆନନ୍ଦେ ପରିପୂର୍ଣ୍ଣ
ବିଷୟାତୁର
ତ୍ରିତଳ ପ୍ରାସାଦେ ବି
ନ ପାଏ ସୁଖ
ପିନ୍ଧି ମହାର୍ଘ ଵସ୍ତ୍ର
ଵୋଲେ କି ଛାର
ଭୋଗ ଲାଳସା ପୂର୍ଣ
ଜୀବନ ଘେନି
ଡୁବିଥାଏ ଅଭାବେ
ମିଳେନା ତୃପ୍ତି
ତା'ରେ ଧନ ଅର୍ଜନେ
ସୁଖ ଚୟନ
କରେ ଶରୀର ରୁଗ୍ଣ
ବାସନା ତୀବ୍ର
ମିଥ୍ୟା ଆଭିଜାତ୍ୟର
ହିରଣ୍ୟ ମୃଗ
ପଛେ ଧାଵନ ବୃଥା
ମୋହାକର୍ଷଣେ
ଶାନ୍ତି ଯାଏ ଦୂରେଇ
କର୍ମ କଳ୍ମଷେ
ଜୀବନ ଵ୍ୟଥା ମୟ
ଯନ୍ତ୍ରଣା ଅତିଶୟ।
~ଆରତି ମଞ୍ଜରୀ ଦାଶ, ଗୁରୁଜଙ୍ଗ
୩୧)
ସ୍ୱାର୍ଥେ ଜଡିତ
ଯା'ର ମନ ସତତ
ସେ ଅବିରତ
ଧନ ପ୍ରାପ୍ତେ ଆଶ୍ରିତ
କର୍ମ ନିନ୍ଦିତ
ହୃଦ ପ୍ରାଣ ଜଡ଼ିତ
ନୁହେଁ କୁଣ୍ଠିତ
ପୁନର୍ଜନ୍ମେ ଅଜ୍ଞାତ
ଅଭିପ୍ରେରିତ
କର୍ମ ଫଳକୁ ପ୍ରାପ୍ତ
ଜାଣିଥିଲେତ
କର୍ମ ପ୍ରତିଫଳିତ
ଶାସ୍ତ୍ର ଅନୁମୋଦିତ।
~ ଚପଳା ପଣ୍ଡା, ଖୋର୍ଦ୍ଧା
୩୨)
ଭାଷା ସାହିତ୍ୟ
କରିବାକୁ ମାର୍ଜିତ
ଅଭ୍ୟାସ ରତ
ପଢିବାକୁ ପତ୍ରିକା
ହେବା ଚେଷ୍ଟିତ
ଶୁଦ୍ଧ ଓଡ଼ିଆ ଲେଖା
ନାମ ଫଳକ
ଜନ୍ମ ଦିନର ବାର୍ତ୍ତା
ନିମନ୍ତ୍ରଣ ପତର ।
~ ଜ୍ୟୋତି ପ୍ରଭା ପଟ୍ଟନାୟକ
୩୩)
ଅଜ୍ଞତା ହେତୁ
ଜନ୍ମନିଏ ଲାଳସା
ଯୁଧିଷ୍ଠିରଙ୍କୁ
କହିଲେ ଭୀଷ୍ମଦେଵ
ସ୍ଥିରତା କେଵେ
ନ ଥାଏ ଉପଭୋଗେ,
ଭୋଗ୍ୟ ବସ୍ତୁ ରେ
ଜନ୍ମିଲେ ମୋହ, ବଢ଼େ
ପୀଡ଼ା,ଆସକ୍ତି
ଚକ୍ଷୁ କର୍ଣ୍ଣ ନାସିକା
ଜିହ୍ଵା ପ୍ରଭୃତି
ସଦା ତ ଉଦ୍ ଗ୍ରୀବ
ସମ୍ଭୋଗ ପ୍ରତି
ଯଶ ମାନ ସମ୍ଭ୍ରମ
ପ୍ରତିଷ୍ଠା ଚିନ୍ତା
ଲୋଭ ଉତ୍ପତ୍ତି ମୂଳ
ସଦୈଵ ଵର୍ଜ୍ୟ
ଶରଦ ମେଘ ସମ
ଅଳପ ସ୍ଥାୟୀ
ଘନେ ବିଜୁଳି ମାୟା
ଯେହ୍ନେ ଅସ୍ଥାୟୀ
ଯାଏ ନିମିଷେ ଦୂରେ
ବିଷୟ ମୋହ
ବଡ ଵିଷାଦ ପ୍ରଦ
ଅତି ଦୁର୍ଲଙ୍ଘନୀୟ ।
~ ଆରତି ମଞ୍ଜରୀ ଦାଶ, ଗୁରୁଜଙ୍ଗ
~~0~~